spot_img
Home Blog Page 6540

ବାପାଙ୍କ ହାତ ଭାଙ୍ଗି ଘରୁ କାଢିଦେଲା ମଦୁଆ ପୁଅ, ଗୁଜୁରାଣ ମେଣ୍ଟାଇବା ପାଇଁ ବୃଦ୍ଧ ଦମ୍ପତି ବିକୁଛନ୍ତି ଚାହା

ନୂଆଦିଲ୍ଲୀ:  କିଛିଦିନ ତଳେ ବାବା କି ଢାବାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ସାମାନ୍ୟ ସୋସିଆଲ ମିଡିଆ ପୋଷ୍ଟଟି ଜଣେ ବୃଦ୍ଧଙ୍କ ଛୋଟ ବ୍ୟବସାୟକୁ ଶିଖର ଛୁଆଁଇ ଦେଇଥିଲା । ଏ ଦୁନିଆରେ ଏମିତି ଅନେକ ବୃଦ୍ଧା ଅଛନ୍ତି, ଯେଉଁମାନେ ଲାଭ ପାଇଁ ନୁହେଁ, ବରଂ ବଞ୍ଚି ରହିବା ପାଇଁ ରୋଜଗାର କରୁଛନ୍ତି । ଏମିତି ଅନେକ ଚରିତ୍ର ଆମ ଚାରି ପାଖରେ ରହିଛନ୍ତି । କେତେକ ମୂଳତଃ ଅସହାୟ ଶ୍ରେଣୀର । ଆଉ କେତେକଙ୍କୁ ଅସହାୟ କରି ଦିଆଯାଉଛି । ତାହା ପୁଣି ପ୍ରିୟଜନଙ୍କ ଦ୍ୱାରା । ପ୍ରିୟଜନ କହିଲେ ହୁଏତ ଭୁଲ ହେବ । ନିଜର ଜନ୍ମକଲା ସନ୍ତାନଙ୍କ ଦ୍ୱାରା । ଏମିତି ଏକ ଦାରୁଣ ଉଦାହରଣ ଦେଖିବାରୁ ମିଳିଛି ରାଜଧାନୀ ନୂଆଦିଲ୍ଲୀରେ ।

ଜନୈକା ୭୦ ବର୍ଷୀୟ ଦମ୍ପତି । ଚମଧୁଡୁ, ଆଖି କୁଆଡେ ପସିଯାଉଛି । ଅଣ୍ଟା ସଳଖି ଛିଡା ହେବାର ଜୁ ଟିକେ ନାହିଁ । ପାହୁଣ୍ଡେ ଚାଲିବା ଦୂରରେ କଥା । କୁଆଡେ ଯିବା କଥା ଭାବିବା ତାଙ୍କ ପାଇଁ ଏକ ଦୂରୁହ ବ୍ୟାପାର । ତାଙ୍କର ପୁଅ ଅଛି । ଯାହକୁ ସେ ବକଟେରୁ ବାବୁ ଭାୟା ସମାଜରେ ବଡ଼ ମଣିଷଟିଏ କରିଛନ୍ତି । ହେଲେ ସେହି ପୁଅ ଆଜି ତାଙ୍କ ଦୁଃଖର କାରଣ । ନିଜ ଜନ୍ମକଲା ପିତାମାତାଙ୍କୁ ସାମାନ୍ୟ ଯତ୍ନ ନେବା ଦୂରର କଥା । ଆଡ ଆଖିରେ ପୁଅ ଅନାଇଲା ନାହିଁ ।

ମଦ ପିଇ ମାତାଲ ହୋଇ ବାପାମାଙ୍କ ଉପରକୁ ହାତ ଉଠାଇଲା । କେବଳ ସେତିକି ନୁହେଁ, ତାଙ୍କୁ ବୋଝ ଭାବି ସବୁଦିନ ନିଜ ଜୀବନରୁ ଦୂରେଇବା ପାଇଁ ଘରୁ କାଢିଦେଲା । ଆହୁରି ହୃଦୟ ବିଦାରକ ତ ସେହି କଥା । ଯାହା ହୁଏତ ଆପଣଙ୍କୁ ଅବିଚଳିତ କରିଦେବ । ପୁଅ ନିଜ ବାପାଙ୍କ ବାମହାତକୁ ଏତେ ଜୋରରେ ଆଘାତ ଦେଲା ଯେ, ବିଚରା ବାପାଟିର ହାତ ଭାଙ୍ଗିଗଲା । ଭଙ୍ଗା ହାତରେ ବାପା ଘରୁ ବାହାରିଗଲା । ପୁଅ ତ ପୁଅ ଜ୍ୱାଇଁ ଠାରୁ ମଧ୍ୟ ଲାଞ୍ଛନା ମିଳିଲା । ପରବର୍ତ୍ତୀ ସମୟରେ ଝିଅର ସାମନ୍ୟ ସହଯୋଗରେ ଦ୍ୱାରକାସ୍ଥିତ ସୁବାଷ ଆପାର୍ଟମେଣ୍ଟ ଫେଜ୍ ୱାନରେ ଛୋଟ ଚାହା ଦୋକାନଟିଏ କରିଛନ୍ତି ।

ଏହି ଘଟଣାକୁ ସମାଜ ସମ୍ମୁଖକୁ ଆସିଥିଲା ଫୁଡିବିଶାଲ ନାମକ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ଦ୍ୱାରା । ବିଶାଲଙ୍କ ଏହି ପୋଷ୍ଟକୁ ବ୍ୟାପକ ପରିମାଣରେ ସେୟାର କରାଗଲା । ଏହା ଉପରେ ନଜର ପଡ଼ିଥିଲା ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ମହିମା ଚୌଧୁରୀଙ୍କର । ମହିମା ଫୁଡି ବିଶାଲଙ୍କୁ ଉକ୍ତ ବୃଦ୍ଧ ଦମ୍ପତିଙ୍କ ଠିକଣା ମାଗି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ନବରାତ୍ରକୁ ନେଇ ଏରୋଜର ବିବାଦୀୟ ଟ୍ୱିଟ୍,କଙ୍ଗନା କହିଲେ ପର୍ଣ୍ଣହର୍ବ ହୋଇଗଲେଣି OTT ପ୍ଲାଟଫର୍ମ୍

ନୂଆଦିଲ୍ଲୀ: ନବରାତ୍ରୀକୁ ନେଇ ଏରୋସ ଏଣ୍ଟରଟେନମେଣ୍ଟ୍ ପକ୍ଷରୁ କରାଯାଇଥିବା ଟ୍ୱିଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଭଳି ଟ୍ୱିଟ୍ କରି ଏରୋସ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହେବା ପରେ କଂପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରି ପୋଷ୍ଟକୁ ହଟାଇ ଦିଆଯାଇଛି । ତେବେ କଂପାନୀର କ୍ଷମାପ୍ରାର୍ଥନା ମଧ୍ୟ ବିରୋଧୀକୁ ଶାନ୍ତ କରି ପାରିନାହିଁ । ଏବେ ଟ୍ୱିଟର ସହିତ ଅନ୍ୟ ସୋସିଆଲ ମିଡିଆ ସାଇଟରେ ବୟକଟ୍ ଏରୋସ୍ ଜୋର ଧରିଛି । ଏରୋସକୁ ବିରୋଧ କରି ଟ୍ୱିଟ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କଙ୍ଗନା ରନାୱାତ ।

ସେ ଏଭଳି ଅଶ୍ଳୀଳ ଫଟୋ ଓ ବାର୍ତ୍ତା ସମାଜିକ ବାତାବରଣକୁ ଖରାପ କରୁଥିବା କଥା କଙ୍ଗନା କହିଛନ୍ତି । ସେ ଲେଖିଛନ୍ତି, ବ୍ୟକ୍ତିଗତ ସ୍ତରରେ ଏଭଳି ବାର୍ତ୍ତାକୁ ଲୋକେ ହେଡ୍ ଫୋନ୍ ଲଗାଇ ନିଜ ଏକାନ୍ତ ସ୍ଥାନରେ ଉପଭୋଗ କରିପାରିବେ ସତ ମାତ୍ର ଏହା ଗୋଷ୍ଠୀ ସ୍ୱାର୍ଥ ସାଧନ କରିପାରିବ ନାହିଁ । ଏକ ପାରିବାରିକ ସଂସ୍କାର ଓ ଚଳଣୀକୁ ଏଭଳି ବାର୍ତ୍ତା ବ୍ୟାପକ ଭାବେ ପ୍ରଭାବିତ କରିବ । ସେହିଭଳି ଏଭଳି ଅଶ୍ଳୀଳ ବାର୍ତ୍ତା ଦେଉଥିବା ପ୍ଲାଟଫର୍ମକୁ କଙ୍ଗନା ପର୍ଣ୍ଣ ହବ୍ କହିବାକୁ ମଧ୍ୟ ପଛାଇ ନାହାନ୍ତି ।

https://twitter.com/beingarun28/status/1319111887619960832

ତେବେ ଏହି ପୋଷ୍ଟକୁ ବିରୋଧ କରିବାର ଏକମାତ୍ର କାରଣ ଏହାର ଅଶ୍ଳୀଳତା ମଧ୍ୟ ନୁହେଁ । କିଛି ଏହାକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି ମଧ୍ୟ କହୁଛନ୍ତି । ସେମାନଙ୍କ ଯୁକ୍ତି ଏହା ଯେ ଇରୋସ୍ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଧର୍ମୀୟ ଭେଦଭାବ କରୁଛି । ମୁସଲମାନ ପର୍ବ ଇଦର ଶୁଭେଚ୍ଛା ଦେବା ବେଳେ ଯେଉଁଭଳି ଭାବେ ପୋଷ୍ଟର ବ୍ୟବହାର ହୋଇଥିଲା, ନବରାତ୍ରୀର ଶୁଭେଚ୍ଛା ବେଳେ ସେଭଳି ପୋଷ୍ଟରର ବ୍ୟବହାର ହୋଇନି । ଏସବୁ ଧର୍ମୀୟ ଭେଦଭାବ ସୃଷ୍ଟି କରୁଛି । ହିନ୍ଦୁ ଧର୍ମର ପର୍ବ ଶୁଭେଚ୍ଛା ବେଳେ ସଂପୃକ୍ତ ସଂସ୍ଥା ଅଶ୍ଳୀଳ ଫଟୋ ଓ ଡବଲ ମିନିଂ ବାକ୍ୟ ବ୍ୟବହାର କରୁଥିବା ବେଳେ ମୁସଲମାନଙ୍କ ଧର୍ମକୁ ମର୍ଯ୍ୟାଦା ଦେଇ ଶାଳୀନତାପୂର୍ଣ୍ଣ ଫଟୋ ପୋଷ୍ଟ କରାଯାଇଛି ।

ଅର୍ଥାତ୍ ଏଭଳି ପୋଷ୍ଟକୁ କିଛି ହିନ୍ଦୁ ଧର୍ମବିରୋଧୀ ବୋଲି ବିଚାର କରୁଛନ୍ତି । ଏହାପରଠାରୁ ଟ୍ୱିଟର୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ୟୁଜର୍ସମାନେ #BoycottErosNow  ଟ୍ୟାଗ୍ କରିବାରେ ଲାଗିଥିଲେ । ତେବେ ଏତେ ମାତ୍ରାରେ ବିରୋଧ ପରେ କମ୍ପାନୀ କ୍ଷମା ପ୍ରାର୍ଥନା କରି ଏକ ନୋଟ୍ ଜାରି କରିବା ସହ ସଂସ୍ଥା ନିରପେକ୍ଷତାକୁ ଗୁରୁତ୍ୱ ଦେଉଥିବା ସଫେଇ ଦେଇଛି ।

ନକଲି ଅଫିସର ବେଶରେ ଲୁଟିନେଲେ ୫ ଲକ୍ଷ ଟଙ୍କାର ଡ୍ରାଇ ଫ୍ରୁଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଡ୍ରାଇଫ୍ରୁଟରେ ପରିପୂର୍ଣ୍ଣ ଏକ ଟ୍ରକ ନିକଟରେ କିଛି ଦୁର୍ବୁତ୍ତ ନକଲି ସେଲ୍ସ ଅଫିସରେ ଭାବରେ ପହଞ୍ଚି ୫ ଲକ୍ଷ ଟଙ୍କାର ଡ୍ରାଇ ଫ୍ରୁଟ ଲୁଟ୍‌ କରିଛନ୍ତି । ଉକ୍ତ ଘଟଣା ବିଷୟରେ ଜଣାପଡ଼ିବା ପରେ ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।

ଘଟଣା ନୂଆଦିଲ୍ଲୀର ତିଲକ ମାର୍ଗ ଅଞ୍ଚଳର । ଗତ ୧୯ ଅକ୍ଟୋବରକୁ ଡ୍ରାଇ ଫ୍ରୁଟରେ ପରିପୂର୍ଣ୍ଣ ଏକ ଟ୍ରକକୁ ୩ ଜଣ ଦୁର୍ବୁତ୍ତ ଅଟାକାଇଦେଲେ । ନିଜକୁ ସେଲ୍ସ ଅଫିସର କହି ଡ୍ରାଇଭରକୁ ବନ୍ଧକ ରଖିଲେ ଏବଂ ୫ ଲକ୍ଷ ଟଙ୍କାର ଡ୍ରାଇ ଫ୍ରୁଟ ଲୁଟ୍‌ କରିନେଲେ । ତେବେ ନେଇ ଯାଇଥିବା ଟ୍ରକକୁ ଦିଲ୍ଲୀର ଗାଜିପୁର ଫ୍ଲାଇ ଓଭରରେ ଛାଡ଼ି ଫେରାର ହୋଇଗଲେ । ୨୦ ଅକ୍ଟୋବରକୁ ଉକ୍ତ ଘଟଣା ବାବଦରେ ଅଭିଯୋଗ ଦାଖଲ କରାଗଲା ।

ଫେରାର ଅଭିଯୁକ୍ତକୁ କାବୁ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ୍‌। ତେବେ ସେମାନଙ୍କୁ ଧରିବା ପାଇଁ ପୋଲିସର କେତେକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

 କରୋନା ଭ୍ୟାକ୍ସିନ ମାଗଣା ଦେବା ପାଇଁ ଘୋଷଣା କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ବିହାରରେ ବିଜେପିକୁ କ୍ଷମତାକୁ ଆସିଲେ ବିହାରବାସୀଙ୍କୁ ମାଗଣା କୋଭିଡ୍ ଭ୍ୟାକ୍ସିନ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହାକୁ ନେଇ ନାନା ବିବାଦ ମୁଣ୍ଡ ଟେକିଲାଣି । ଏଥିପାଇଁ କେତେକ ସାମାଜିକ କର୍ମୀ ନିର୍ବାଚନ କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହେଲେଣି । ବିଜେପିର ଏହି ଘୋଷଣା ପରେ ତାମିଲନାଡୁର ନିର୍ବାଚିତ ସରକାର ମଧ୍ୟ ସମାନ ଘୋଷଣା କରିଛନ୍ତି ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.ପଲାନିସ୍ୱାମୀ ଗୁରୁବାର ଏହି ଘୋଷଣା କରିଛନ୍ତି । ପଲାନି କହିଛନ୍ତି ଯେ, ଥରେ କୋଭିଡ଼ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଗଲେ ଏହାକୁ ମାଗଣା ବଣ୍ଟନ କରାଯିବ । ଏଥିରୁ କାହାରିକୁ ବଞ୍ଚିତ କରାଯିବ ନାହିଁ । ଆଗାମୀ ବର୍ଷ ଅର୍ଥାତ ୨୦୨୧ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଥିବାରୁ ପଲାନିସ୍ୱାମୀ ଏପରି ମନ୍ତବ୍ୟ ଦେଇଥିବା କୁହାଯାଉଛି ।

ତାମିଲନାଡୁ କରୋନା ଦ୍ୱାରା ବହୁଳ ପ୍ରଭାବିତ ହୋଇଥିବା ରାଜ୍ୟ । ଲକଡାଉନ କାରଣରୁ ତାମିଲନାଡୁ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଉପଯୁକ୍ତ ମାନବସମ୍ବଳ ନ ମିଳିବାରୁ ପ୍ରକଳ୍ପ ଏବଂ ଫ୍ୟାକ୍ଟ୍ରି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ତେଣୁ କରୋନା ଏବଂ ଏହାର ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଜନଅସନ୍ତୋଷ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ପଲାନିସ୍ୱାମୀ ଏପରି କହିଥିବା ଜଣାପଡିଛି ।

 

 

ରାଜଧାନୀରୁ ୨୦୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୨୯୨ ଜଣ ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୨୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ସଙ୍ଗରୋଧ ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି । ତେବେ ସଂକ୍ରମିତଙ୍କ ଠାରୁ ଅଧିକ ସଂଖ୍ୟକ ରୋଗୀ ଆଜି ସୁସ୍ଥ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ମୋଟ ୨୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଯୋଗ୍ୟ, ଏଯାବତ୍ ରାଜଧାନୀରେ ମୋଟ ୨୮ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ହଜାର ୩୫୨ ଜଣ ସୁସ୍ଥ ହୋଇଛନ୍ତି । ଏବଂ ରାଜଧାନୀରେ ମୋଟ ୨ ହଜାର ୫୯୧ଟି ମାମଲା ସକ୍ରିୟ ରହିଛି । ଯେଉଁମାନେ ହସ୍ପିଟାଲ ଓ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

ପିସ୍ତଲ ଦେଖାଇ ୬୦ ହଜାର ଲୁଟିଲେ ଦୁର୍ବୃତ୍ତ

ଢେଙ୍କାନାଳ: ପିସ୍ତଲ ଦେଖାଇ ଲୁଟିନେଲେ ୬୦ ହଜାର ଟଙ୍କା । ଭୁଜାଲିରେ ଆକ୍ରମଣ କରି ଟଙ୍କା ସହ ମୋଟର ସାଇକେଲ ଓ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଢେଙ୍କାନାଳ ଗଁନ୍ଦିଆ ଥାନା  ରାଧାଦେଇପୁର ନିକଟରେ ଘଟିଛି ଏହି ଘଟଣା । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଲୁଟ କରିଥିବା ଜଣାପଡିଛି । ଲୁଟର ଶିକାର ହୋଇଥିବା ରାଧାଦେଇପୁର ଗାଁର ଅକ୍ଷୟ ବେହେରା ଯୋରନ୍ଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପରେ ଘଟଣାସ୍ଥଳକୁ  ଯାଇ ପୋଲିସ ତଦନ୍ତ କରିଛି । ତେବେ ଲୁଟ ପରେ ଦୁର୍ବୃତ୍ତମାନେ ପୁରୁଣା ବାଇକ ଛାଡ଼ି ପଳାଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ଦୁର୍ବତ୍ତମାନଙ୍କ ଆକ୍ରମଣରେ ଅକ୍ଷୟ ସାମାନ୍ୟ ଆହତ ହୋଇଛନ୍ତି ।

https://www.facebook.com/NandighoshaTV/videos/2492782644345222

ଏଣିକି ଦରକାର ପଡିବନି ଆମେରିକା-ଇସ୍ରାଇଲର ସହଯୋଗ, ଆତ୍ମନିର୍ଭର ଭାରତରେ ନୂଆ ଫର୍ଦ୍ଦ ଯୋଡିଲା ସେନା…

ନୂଆଦିଲ୍ଲୀ: ନାଗ୍ – ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଛି । ଅଧିକ ଶକ୍ତ ଓ ସାମର୍ଥ୍ୟ ସେନାର ପ୍ରଚେଷ୍ଟାକୁ ଗୋଟିଏ ପାଦ ଆଗକୁ ନେବା ଦିଗରେ ଏହି ମିସାଇଲର ଉଲ୍ଲେଖନୀୟ ଯୋଗଦାନ ରହିବ । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥା ଗୁରୁବାର ସକାଳେ ପୋଖରଣ ରେଞ୍ଜରେ ଏହାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି । ଏହି ପରୀକ୍ଷଣ ସଫଳ ହୋଇଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ଦିଗରେ ଏହା ବିଶେଷ ଭାବେ ସହାୟକ ହେବ । ଏହା ପୂର୍ବରୁ ଓଡିଶାସ୍ଥିତ ଚାନ୍ଦିପୁରରେ ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ୍ ମିସାଇଲର ପରୀକ୍ଷଣ ଶେଷ ହୋଇଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ସେନା ଏହି ଧରଣର ପ୍ରଯୁକ୍ତିବିଦ୍ୟାର ବିକାଶ କରି ନଜକୁ ଆଣ୍ଟି ଟ୍ୟାଙ୍କ୍ ମିସାଇଲ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ପ୍ରଚେଷ୍ଟା କରିଛି । ତେବେ ଏହି ଦିଗରେ ଭାରତକୁ ସଫଳତା ମଧ୍ୟ ମିଳିଛି । ଏବେ ସୁଦ୍ଧା ଭାରତ ଆଣ୍ଟି ଟ୍ୟାଙ୍କ୍ ମିସାଇଲ କିଣିବା ପାଇଁ ଇସ୍ରାଇଲ ଓ ଆମେରିକା ଉପରେ ନିର୍ଭରଶୀଳ ଅଟେ । ଏପରିକି ପୂର୍ବ ଲଦାଖରେ ଚୀନ ସହ ସୀମା ବିବାଦ ପରେ ପରେ ହିଁ ଭାରତ ୨ଶହ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ୍ ମିସାଇଲ କ୍ରୟ କରିଥିଲା । ତେବେ ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଭାରତ ପାଇଁ ଏବେ ଏକ ସମୟୋପଯୋଗୀ ଆବଶ୍ୟକତା ହେଲାଣି ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଏହାର କ୍ରମାଗତ ପରୀକ୍ଷଣ କରୁଛି ।ଭାରତୀୟ ସେନାର ଜଣେ ପ୍ରମୁଖ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ନାଗ ମିସାଇଲକୁ ବ୍ୟବହାର ଉପଯୋଗୀ କରି ସେନାରେ ସାମିଲ କରିବା ପାଇଁ ୧୦ଟି ସଫଳ ପରୀକ୍ଷଣ କରିବାକୁ ପଡିଛି । ୧୦ ପରୀକ୍ଷଣ ପରେ ଏବେ ଏହି ଆଣ୍ଟି ଟ୍ୟାଙ୍କ୍ ମିସାଇଲ ସାମରିକ ବ୍ୟବହାର ଉପଯୋଗୀ ହୋଇପାରିଛି ।

ତେବେ ଏହି ମିସାଇଲର ଶକ୍ତି-ପରୀକ୍ଷଣ ବେଳେ ଖରାପ ଟ୍ୟାଙ୍କଗୁଡିକୁ ବ୍ୟବହାର କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଚୀନ୍ ସହ ସୀମା ବିବାଦ ପରେ ଭାରତ ସରକାର ମିସାଇଲ ପରୀକ୍ଷଣ ଉପରେ ଜୋର୍ ଦେଇଛନ୍ତି । ତେବେ କେବଳ ଏକ ହଜାର କିଲୋମିଟର ଲକ୍ଷ୍ୟ ଭେଦ କରିପାରୁଥିବା ସବ୍ ସୋନିକ୍ କ୍ରୁଜ୍ ନିର୍ଭୟ ମିସାଇଲ ପରୀକ୍ଷଣରେ ସମସ୍ୟା ରହିଥିବା ବେଳେ ଏବେ ଏହାର ସମାଧାନ ଖୋଜା ଚାଲିଛି ।

କାବୁ ହେଲା ଉନ୍ମତ୍ତ ଯୁବକ: ହାତରେ ବ୍ଳେଡ୍ ଧରି ଛାତରୁ ଛାତକୁ ଡେଉଁଥିଲା

ଭୁବନେଶ୍ୱର: ବରମୁଣ୍ଡା ଗାଁରେ ଉତ୍ପାତ କରୁଥିବା ଜଣେ ଯୁବକକୁ କାବୁ କରିଛି ପୋଲିସ । ପ୍ରାୟ ୪ ଘଣ୍ଟା ଧରି ଏ ଛାତରୁ ସେ ଛତା ଡେଇଁ ଆତଙ୍କ ଖେଳାଇଥିଲା ଉନ୍ମତ୍ତ ଯୁବକ । ଉଦ୍ଧାର ପରେ ଯୁବକକୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନେଇଛି ପୋଲିସ । କେଉଁ କାରଣରୁ ସେ ଏପରି କରୁଥିଲେ ଜଣାପଡିନାହିଁ । ତାଙ୍କ ପରିଚୟ ଜଣା ପଡିନଥିବାବେଳେ ଯୁବକଙ୍କ ଡାହାଣ ହାତରେ ରାଜା ଖୋଦେଇ ହୋଇଛି । ପ୍ରେମରେ ଧୋକା ପାଇ ମାନସିକ ଭାରସାମ୍ୟ ହରାଇଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି । ଯୁବକ ଦିନ ୨ଟା ବେଳେ ଗାଁର ଜଣେ ବ୍ୟକ୍ତିଙ୍କ ଘର ଛତା ଉପରେ ଚଢ଼ିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ଛାତରୁ ଓହ୍ଲାଇବା ଲାଗି ତାଙ୍କୁ କୁହାଯାଇଥିଲା । ହେଲେ ସେ ନଓଲ୍ହାଇ ଛତା ଉପରେ ଥିବା ପଥରଗୁଡ଼ିକୁ ଫିଙ୍ଗିଥିଲେ । ତା’ ପରେ ତାଙ୍କୁ ଧରିବା ଲାଗି ସ୍ଥାନୀୟ ଯୁବକ ଗୋଡାଇଥିଲେ । ଗ୍ରାମବାସୀ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ କିନ୍ତୁ ଲୋକଙ୍କୁ ସେ ଆକ୍ରମଣ କରି ସେଠାରୁ ଖସିପଳାଇଥିଲା । ଏ ନେଇ ଖଣ୍ଡଗିରି ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଯୁବକକୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ପ୍ରାୟ ୨ ଘଣ୍ଟା ନକେଦାମ କରିଥିଲେ ଯୁବକ ।

https://www.facebook.com/NandighoshaTV/videos/1660579457446776

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି

0

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଫେରିଲା ସମାଜସେବୀ ଆଦିତ୍ୟଦାସ ମୃତ୍ୟୁ ମାମଲା । ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ପିପୁଲ ଫର ସେବା ସଂଗଠନ । ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଥିବା ବେଳେ ତଦନ୍ତ ଦିଗହରା ହୋଇଯାଇଥିବା ଅଭିଯୋଗ କରିଛି ସଂଗଠନ। ଘଟଣାର ସିବିଆଇ ତଦନ୍ତ ଦାବି କରି ପିପୁଲ ଫର ସେବା ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜୁଲାଇ ୭ତାରିଖରେ ଆଦିତ୍ୟ ଦାସଙ୍କ ମରଶରୀର ଲିଙ୍ଗରାଜ ଷ୍ଟେସନ ନିକଟରେ ରେଳଧରଣାରୁ ଉଦ୍ଧାର ହୋଇଥିଲା। ଜିଆରପି ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ହେଁ ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ପରେ ଘଟଣାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ହେଲେ ଧିରେ ଧିରେ ଆଦିତ୍ୟ ମୃତ୍ୟୁ ମାମଲା ଦିଗହରା ହେଉଥିବାରୁ ସିବିଆଇ ଏହାର ତଦନ୍ତ କରୁ ବୋଲି ଦାବି ଜୋର ଧରିଛି ।

ବିଲ୍ଡର୍ସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

ଜମ୍ମୁକଶ୍ମୀରକୁ ନେଇ ଭାରତ ଓ ଟ୍ୱିଟର ମଧ୍ୟରେ ବିବାଦ, ଅପପ୍ରଚେଷ୍ଟାରୁ ବିରତ ରହିବାକୁ ଚେତାବନୀ ଦେଲା ଭାରତ…

ନୂଆଦିଲ୍ଲୀ: ଟ୍ୱିଟର୍ ଭାରତ ସରକାରଙ୍କ ଆକ୍ରୋଶର ଶୀକାର ହୋଇଛି । ଟ୍ୱିଟର୍ ପକ୍ଷରୁ ଜମ୍ମୁକଶ୍ମୀରକୁ ଚୀନର ଅଂଶ ବିଶେଷ ବୋଲି ଦର୍ଶାଯିବା ପରେ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଏହି ବିବାଦ ଦେଖା ଦେଇଛି । ଲେହର ଭୌଗଳିକ ସ୍ଥିତିକୁ ଦର୍ଶାଇବାକୁ ଯାଇ ଟ୍ୱିଟର ଜମ୍ମୁକଶ୍ମୀରକୁ ଚୀନର ଏକ ଅଂଶ ଭାବେ ଚିତ୍ରଣ କରିଛି । ଏହାପରେ ଭାରତ ସରକାର ଟ୍ୱିଟର ସିଇଓଙ୍କୁ ଚିଠି ଲେଖି କଡା ସମାଲୋଚନା କରିବା ସହ ଭାରତର ସାର୍ବଭୌମତ୍ୱ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନନେବା ପାଇଁ ଚେତାବନୀ ଦେଇଛନ୍ତି ।

ଭାରତ ସରକାର ଟ୍ୱିଟରକୁ ଜଣାଇଛନ୍ତି ଯେ, ଲେହ ଓ ଜମ୍ମୁକଶ୍ମୀର ଭାରତର ଏକ ଅଭିନ୍ନ ଅଂଶ ଓ ଭାରତୀୟ ସମ୍ୱିଧାନ ଦ୍ୱାରା ଶାସିତ, ତେଣୁ ଏହା ବିରୋଧରେ କୌଣସି ପ୍ରକାର ଅପଚେଷ୍ଟା ନକରାଯିବା ଉଚିତ୍ । ଏଭଳି ଭୁଲ୍ ମାନଚିତ୍ର ପ୍ରକାଶ କରିବା ଦ୍ୱାରା ଟ୍ୱିଟରର ମଧ୍ୟ ମର୍ଯ୍ୟାଦା ଓ ନିରପେକ୍ଷ ଛବି ନଷ୍ଟ ହେଉଛି ।

ସେହିଭଳି ଲେହର ସାଂପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସଚିବ ଅଜୟ ସାହନୀ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି । ସେ ଲେଖିଛନ୍ତି, ଲେହ, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ମୁଖ୍ୟାଳୟ ଅଟେ । ଏଣୁ ଏହାକୁ ଚୀନ୍ ଅଧିନସ୍ଥ ବୋଲି ଦର୍ଶାଇବା ନିହାତି ପକ୍ଷେ ନିନ୍ଦନୀୟ କଥା । ଟ୍ୱିଟର ଏଭଳି ଅସାମ୍ୱିଧାନିକ କାର୍ଯ୍ୟରୁ ବିରତ ରହିବା ସହ ଭାରତୀୟଙ୍କ ସମ୍ୱେଦନଶୀଳ ମନୋଭାବକୁ ସମ୍ମାନ ଦେଉ ବୋଲି ଭାରତ ସରକାରଙ୍କ ପକ୍ଷରୁ ଲିଖିତ ଚିଠିରେ ଉଲ୍ଲେଖ ରହିଛି ।