spot_img
Home Blog Page 6548

କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ୬୧ ତମ ସହିଦ ସ୍ମୃତି ଦିବସ

କଟକ: କଟକ ପୋଲିସ ମୁଖ୍ୟାଳୟରେ ୬୧ ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଡିଜିପି ଅଭୟ ଓ ସମସ୍ତ ବରିଷ୍ଟ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ କୋରନା ପାଇଁ ସହିଦଙ୍କ ପରିବାର ଲୋକଙ୍କୁ ଚଳିତ ବର୍ଷ ସମ୍ବର୍ଦ୍ଧନା ପାଇଁ ଡ଼କାଯାଇନାହିଁ ।

ଡ୍ୟୁଟି ସମୟରେ ବହୁ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ପୋଲିସ କର୍ମୀ ଏମିତିକି ବିଭିନ୍ନ ସମୟରେ ସାମାନଙ୍କୁ ନିଜର ବହୁମୂଲ୍ୟ ଜୀବନ ମଧ୍ୟ ଦେବାକୁ ପଡ଼ିଥାଏ । ତେଣୁ ପୋଲିସ କର୍ମୀଙ୍କ ଏଭଳି ଅବଦାନକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ । ଏଥିସହ କୋଭିଡ୍‌ରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ପ୍ରାୟ ୪୧ଜଣ ପୋଲିସ କର୍ମୀ ଓ ମାଓ ପ୍ରବଣ ଅଞ୍ଚଳରେ ମୁତୟନ ହୋଇଥିବା ଯବାନ ମାନଙ୍କ କାର୍ଯ୍ୟକୁ ଡିଜିପି ପ୍ରଶଂସା କରିଛନ୍ତି ।

ସେହିଭଳି ଗଜପତି ପୋଲିସ ମଧ୍ୟ ପାଳନ କରିଛି ୬୧ ତମ ସହିଦ ଦିବସ । ବେତାଗୁଡା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ । ଏସପି ତପନ କୁମାର ପଟ୍ଟନାୟକ ଯୋଗଦେଇ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶର ବିଭିନ୍ନ ସ୍ଥାନରେ ସହିଦ୍ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ନାମ ଅନୁସାରେ ସ୍ମୃତି ଚାରଣ କରିଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ଯୋଦ୍ଧା ଭାବେ ସହିଦ୍ ହୋଇଥିବା ପୋଲିସ କର୍ମଚାରୀ ଏବଂ ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଦାନ କରି ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ ଏସ୍‌ପି । ଏହି ଅବସରରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଆଦର୍ଶ ଆଚରଣ ସହ ଜନ ସାଧାରଣଙ୍କ ସହିତ ବନ୍ଧୁତ୍ୱ ଭାବ ଯାତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌ପି ।

ସେହିଭଳି କଳାହାଣ୍ଡି ପୋଲିସ ପକ୍ଷରୁ ମଧ୍ୟ ସହିଦ ସ୍ମୃତି ଦିବସ ପାଳନ ହୋଇଛି । ଭବାନୀପାଟଣା ରିଜର୍ଭ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଯୋଗଦେଇ ସହିଦ୍ ଯବାନ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହ ଦେଶର ବିଭିନ୍ନ ସ୍ଥାନରେ ସହିଦ୍ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ସ୍ମୃତି ଚାରଣ କରିଥିଲେ ।

କରଞ୍ଜିଆରେ ଉତ୍‌ପାତ କରୁଛନ୍ତି ହାତୀ ପଲ

ମୟୂରଭଞ୍ଜ: କରଞ୍ଜିଆ ବନଖଣ୍ଡରେ ଥମୁନି ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ । ରରୁଆଁ, ସୁକୃଳି ବ୍ଲକ୍‌ ପରେ ଏବେ କରଞ୍ଜିଆ ବ୍ଲକରେ ହାତୀ ଉପଦ୍ରବ ଜାରି ରହିଛି । ହାତୀଙ୍କ ଯୋଗୁଁ ପ୍ରତ୍ୟେକ ଦିନ କ୍ଷୟ କ୍ଷତିର ପରିମାଣ ବଢ଼ିବଢ଼ି ଚାଲିଛି । ୨୨ ଟିକିଆ ଝାଡ଼ଖଣ୍ଡି ହାତୀପଲ ଗତ ୧୬ ତାରିଖରେ କେନ୍ଦୁଝର ଜିଲ୍ଲା ଦେଇ କରଞ୍ଜିଆ ବନ ଖଣ୍ଡରେ ପ୍ରବେଶ କରିଥିଲେ । ବର୍ତ୍ତମାନ କେତେକାଂଶରେ ଧାନ ଅମଳ ସମୟ ଏବଂ କେତେକାଂଶରେ ପାଚିବା ସମୟ । ଏଣୁ ହାତୀ ପଲ ଧାନ ଫସଲ ଖାଇବା ସହିତ ମାଡି ମକଚି ନଷ୍ଟ କରୁଛନ୍ତି ।

ବନ ବିଭାଗ ପକ୍ଷରୁ ହାତୀ ପଲଙ୍କୁ ଘଉଡାଇବା ପାଇଁ ପ୍ରୟାସ କରାଯାଉଥିଲେ ସୁଦ୍ଧା ତାହା ସଫଳ ହୋଇନାହିଁ । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଦେଢ଼ ମାସ ବ୍ୟବଧାନ ପରେ ଗତ ଶୁକ୍ରବାର ସୀମାନ୍ତ ଜିଲ୍ଲା କେନ୍ଦୁଝରରୁ ବୈତରଣୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଥିଲେ ଏହି ୨୨ ଟିକିଆ ହାତୀ ପଲ ।

ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ

0

ନୂଆଦିଲ୍ଲୀ : ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ । ଗତ ସୋମବାର ପୂର୍ବ ଲଦାଖର ଡେମୋଚୋକ୍ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିଲେ ଚୀନ ସୈନିକ । ମଙ୍ଗଳବାର ରାତିରେ ଚୀନ ସେନାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ରାତିରେ ଚୁସୁଲ ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚୀନ୍ ସୈନିକ କର୍ପୋରାଲ ୱାଙ୍ଗ ୟା ଲଙ୍ଗଙ୍କୁ ଚୀନ୍ ସେନାକୁ ହସ୍ତାନ୍ତର କରିଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ସୋମବାର କୁହାଯାଇଥିଲା ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଏହି ସୈନିକଙ୍କୁ କିଛିଟା ଔପଚାରିକତା ଶେଷ ହେବା ପରେ ତାଙ୍କ ଦେଶକୁ ଫେରାଇ ଦିଆଯିବ ବୋଲି।

ସୂଚନା ଯୋଗ୍ୟ ଯେ, ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ସୋମବାର ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଥିଲା। ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି ।

ଚୀନର ଏହି ସୈନିକଙ୍କୁ ସୋମବାର ଧରାଯିବା ପରେ ତଲାସୀ ବେଳେ ତାଙ୍କ ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିଲା । ତେବେ କୌଣସି ମାରଣାସ୍ତ୍ର ମିଳିନଥିଲା ବୋଲି ସୂଚନା ରହିଛି। ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା ସଫେଇ ଦେଇ କହିଥିଲେ।

ଭାରତ ଆସିବେ ଆମେରିକାର ବୈଦେଶିକ ସଚିବ

0

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଏଜପେର । ଆଟଲାଣ୍ଟିକା କାଉନସିଲକୁ ସମ୍ବୋଦ୍ଧନ କରିବା ଅବସରରେ ଏ ନେଇ ସୂଚନା ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ । ମାଇକ୍ ପୋମ୍ପିଓଙ୍କ ସହ ମାର୍କ ଏଜପେର ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ୨+୨ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର ସାମିଲ ହେବେ । ଏହି ବୈଠକରେ ଲଦାଖ ସୀମାରେ ଲାଗି ରହିଥିବା ବିବାଦକୁ ନେଇ ଆଲୋଚନା ହେବ ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆମେରିକାର ଦୁଇ ନେତାଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

ପ୍ରଧାନମନ୍ତ୍ରୀ ଓ ବିଜେପିର ପିଛା ଛାଡ଼ୁନି ୟୁଟ୍ୟୁବ ଭିଡିଓ ଉପରେ Dislike

ସମାଜବାଦି ପାର୍ଟିର ଷ୍ଟାର ପ୍ରଚାରକ ତାଲିକା: ଜେଲରେ ଥିବା ଆଜମ୍ ଖାନ୍ ମଧ୍ୟ ସାମିଲ

ଲକ୍ଷ୍ଣୌ: ଉତ୍ତରପ୍ରଦେଶର ୭ ବିଧାନସଭା ଆସନ ପାଇଁ ନଭେମ୍ୱର ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ସମାଜବାଦି ପାର୍ଟି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଏସ୍‌ପି ମୁଖିଆ ଅଖିଳେଶ ଯାଦବ, ପାର୍ଟିର ବରିଷ୍ଠ ନେତା ଏବଂ ମେନପୁରୀ ସାଂସଦ ମୁଲାୟମ୍ ସିଂହ ଯାଦବ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ । କେବଳ ଏତିକି ନୁହେଁ ଜେଲରେ ବନ୍ଦ ଥିବା ରାମପୁର ସାଂସଦ ଆଜମ୍ ଖାନଙ୍କ ନାମ ମଧ୍ୟ ପାର୍ଟି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ସୂଚନା ମୁତାବକ ଆଜମ୍ ଖାନଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ପାର୍ଟି ଭୋଟରକୁ ସନ୍ଦେଶ ଦେବାକୁ ଚାହୁଁଛି ଯେ, ଦଳର ସମର୍ଥନ ଏବେ ମଧ୍ୟ ଆଜମ୍ ଖାନଙ୍କ ସହିତ ରହିଛି ।

Fear, insecurity, polarisation: How Azam Khan maintains his notorious grip over Rampur

ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ମଧ୍ୟ ସାମିଲ

ଷ୍ଟାର ପ୍ରଚାରକ ସୂଚୀରେ ଦଳର ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦ, ଇନ୍ଦ୍ରଜିତ ସରୋଜ, ବିଧାନସଭାର ପ୍ରତିପକ୍ଷ ନେତା ରାମଗୋବିନ୍ଦ ଚୌଧୁରୀ, ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲଙ୍କ ନାମ ମଧ୍ୟ ରହିଛି । ଏଥିସହିତ ଦଳ ପ୍ରସାଦ ପାଣ୍ଡେ, ଧର୍ମେନ୍ଦ୍ର ଯାଦବ, ମେହବୁବ ଅଲ୍ଲୀ, ଶୈଳେନ୍ଦ୍ର ଯାଦବ, ସଞ୍ଜୟ ଗର୍ଗ, ଗଜଦୀଶ ସେନାକର, ଇକବାଲ ମହମୁଦ, ସାହିଦ ମଞ୍ଜୁର, କମାଲ ଅଖତର, ରାମଆସରେ ବିଶ୍ୱକର୍ମା, ଜାଭେଦ ଅଲ୍ଲୀ ଖାନ୍ ପ୍ରମୁଖ ଉପ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବର୍ବରତା, ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ଯୋଡ଼ାଆମ୍ବ ପଞ୍ଚାୟତର ଖଜୁରୀଗୁଡା ଗ୍ରାମର ଜଣକ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମଳିଛି । ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ସଶସ୍ତ୍ର ମାଓବାଦୀ ଖଜୁରୀଗୁଡା ଗ୍ରାମ ନିକଟରେ ପହଞ୍ଚିଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିଲେ । ଏହାସହ ଆଉ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ମୃତ ବ୍ୟକ୍ତି ଜଣ ବିଭନ୍ନ ସମୟରେ ପୋଲିସ ସହଯୋଗ କରୁଥିବାରୁ ତାଙ୍କୁ ପୋଲିସ୍‌ ଇନ୍‌ଫର୍ମର ବୋଲି ଭାବି ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି ।

swabhiman

ଗାଁ ଲୋକଙ୍କ କହିବାନୁଯାୟୀ ମୃତକ ଦାସ୍‌ ଖେମ୍‌ଡ଼ୁ ପୋଲିସ କ୍ୟାମ୍ପ ହେବା ପରଠାରୁ ପୋଲିସକୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଥିଲେ । ତେବେ ଏହା ବୋଧ ହୁଏ ମାଓବାଦୀ ଜାଣିବାକୁ ପାଇଥିଲେ । ତେଣୁ ତାଙ୍କୁ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିବେ ବୋଲି ସନ୍ଦେହ କରାଯାଉଛି ।

ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ଦେଖାଯାଇଛି । କାରଣ ଦୀର୍ଘ ଦିନର ବ୍ୟବଧାନ ପରେ ମାଓବାଦୀ ଏହି ଅଞ୍ଚଳରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି । ତେବେ ଖାବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣାପରେ ବିଏସ୍‌ଏଫ୍ ଯବାନଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ‌ ପାଟ୍ରୋଲିଂକୁ କଡ଼ା କଡ଼ି କରାଯାଇଛି ।

ପ୍ରଧାନମନ୍ତ୍ରୀ ଓ ବିଜେପିର ପିଛା ଛାଡ଼ୁନି ୟୁଟ୍ୟୁବ ଭିଡିଓ ଉପରେ Dislike

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । କୋଭିଡ-୧୯କୁ ନେଇ ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ଏହାକୁ ହାଲୁକାରେ ନନେବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ୱୋଧନକୁ ଅନ୍ୟ ପ୍ଳାଟଫର୍ମ ସହିତ ବିଜେପିର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଲାଇଭ୍ କରାଯାଇଥିଲା । ଯେଉଁ ଭିଡିଓକୁ ବହୁ ସଂଖ୍ୟାରେ ଲୋକେ ଡିସଲାଇକ୍ କରୁଥିବା ଦେଖିବାକୁ ମିଳିଛି ।

ट्विटर पर ट्रेंड

ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ୱୋଧନର ପ୍ରସାରଣ ଆରମ୍ଭ ହୋଇଥିଲା । କିନ୍ତୁ ବ୍ୟବହାରକାରୀଙ୍କ ଅଭିଯୋଗ ଅନୁସାରେ ଭିଡିଓ ଉପରେ ଲାଇକ୍ ତୁଳନାରେ ଡିସଲାଇକ୍ ଅଧିକ ମିଳିଥିବା ଦେଖିବାକୁ ମିଳିଥିଲା । ଆଉ ପରିସ୍ଥିତି ଏଭଳି ହେଲା ଯେ, ଲାଇକ୍-ଡିସଲାଇକ୍ ବିକଳ୍ପକୁ ହିଁ ବନ୍ଦ କରିବାକୁ ପଡ଼ିଲା ।

https://twitter.com/Nher_who/status/1318533011609059329

            ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ ୧୨ ମିନିଟ ଥିଲା । ଏହାର ଲାଇଭ୍ ପ୍ରସାରଣ ଭିଡିଓକୁ ପ୍ରବଳ ସଂଖ୍ୟାରେ ନାପସନ୍ଦ କରିବାରେ ଲାଗିଲେ ।ଏହାକୁ ଦେଖି ପରବର୍ତ୍ତୀ ସମୟରେ ସେହି ବିକଳ୍ପକୁ ହିଁ ହଟାଇଦିଆଯାଇଥିଲା । ଏହା ପରେ ଭାଷଣକୁ ଛୋଟ ଛୋଟ କ୍ଳିପ୍ସ ମାଧ୍ୟମରେ ଅପଲୋଡ କରାଗଲା । ଏହା ଉପରେ ମଧ୍ୟ ଡିସଲାଇକ୍ ଅଧିକ ସଂଖ୍ୟାରେ କରାଯାଇଥିଲା । ।

ଟ୍ୱିଟରେ ଟ୍ରେଣ୍ଡ କରୁଥିଲା ଡିସଲାଇକ୍ 

ଦେଖୁ ଦେଖୁ ସୋସିଆଲ ମିଡିଆ ଉପରେ ମଧ୍ୟ ମୋଦିଙ୍କ ଭାଷଣକୁ ନାପସନ୍ଦ କରିଥିବା ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । #Dislike ଏବଂ #BoycottModiBhasan  ଟ୍ରେଣ୍ଡ କରିଥିଲା । ତେବେ ଅନ୍ୟ ପଟେ #Bharat_With_Modi ମୋଦି ମଧ୍ୟ ଜାରି ରହିଥିଲା ।

ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଅମାନବୀୟ ଭାବେ ଫିଙ୍ଗିଦେଲେ ଗଛ ମୁଳକୁ

0

ବାଲେଶ୍ୱର: ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା । ଅମାନବୀୟ ଭାବେ ଫିଙ୍ଗି ଦେଇଥିଲେ ଗଛ ମୁଳକୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ଥାନା ଉତ୍ତରେଶ୍ୱର ଅଞ୍ଚଳରେ । ତେବେ କିଏ ଏହି ଶିଶୁ କନ୍ୟାକୁ ସେଠି ଫିଙ୍ଗିଛି ସେନେଇ ତଦନ୍ତ ଚାଲିଛି । ଶିଶୁକନ୍ୟାକୁ ଏଭଳି ନିର୍ଦୟ ଭାବେ ଗଛ ମୂଳରେ ଫିଙ୍ଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ସୋର ଅଞ୍ଚଳର ସୁରେନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି କୌଣସି କାରଣ ବସତଃ ଉତ୍ତରେଶ୍ୱର ବଜାରରେ ଥିବା ହୋଣ୍ଡା ସୋ’ରୁମ ପଛ ପଟକୁ ଯାଇଥିଲେ । ଏହି ସମୟରେ ସେ ଏକ ଶିଶୁର କାନ୍ଦିବା ସ୍ୱର ଶୁଣିଥିଲେ । ପରେ ସେ ଯାଇ ଦେଖିଥିଲେ ଯେ, ଏକ ନବଜାତ ଶିଶୁ କନ୍ୟାଟି ଗଛ ମୁଳରେ ପଡ଼ି କାନ୍ଦୁଛି ।

ଏହାପରେ ଗଛମୂଳରୁ ନବଜାତ ଶିଶୁକୁ ଉଦ୍ଧାର କରି ସେ ନିଜ ଘରକୁ ଆଣିଥିଲେ । ହେଲେ ନବଜାତ ଶିଶୁଟି ଅସୁସ୍ଥ ଥିବାରୁ ତାଙ୍କୁ ସେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା । ପରେ ମଙ୍ଗଳବାର ରାତିରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଖବରପାଇ ଖଇରା ଚାଇଲ୍ଡ ଲାଇନର ତପଶ୍ୱିନୀ ରାଉତ ଏବଂ ତାଙ୍କର ଟିମ୍‌ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ନବଜାତ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ କରି ସୋର ପୋଲିସକୁ ସୁଚନା ଦେଇଥିଲେ ।

ଏଥର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ

ଭୁବନେଶ୍ୱର: ଗୁରୁବାରଠାରୁ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର ୨୨ତାରିଖରୁ ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲରେ ପ୍ରଚାରର ମଙ୍ଗ ସମ୍ଭାଳିବେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ବିଜେପି ପାଇଁ ପ୍ରଚାର କରିବେ । ସଭା ଓ ରୋଡ୍‌ ଶୋ’ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର । ସେପଟେ ବିଜେଡି ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଜାରି ରଖିଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

https://www.facebook.com/NandighoshaTV/videos/978087362705498/

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖାଯାଇଛି । ତାଙ୍କ ପାଇଁ ରାଜ୍ୟର ହେଭିଓ୍ୱେଟ୍‌ ନେତା ପ୍ରଚାର କରୁଛନ୍ତି । ମୂଳିସିଂ ଓ କନକପୁରରେ ରୋଡ୍‌ ଶୋ’ ମଧ୍ୟ କରିଛି ବିଜେଡି । ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ । ରଘୁନାଥପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ମଧ୍ୟ ଯୋଗଦେଇଥିଲେ ।

IPL 2020 : ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା କିଙ୍ଗ୍ସ ଇଲେଭେନ ପଞ୍ଜାବ

0

ଦୁବାଇ:  ଆଇପିଏଲର ମଙ୍ଗଳବାର ହୋଇଥିବା ଏକ ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୧୬୪ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପୃଥ୍ୱୀ ସ ୭, ଧାୱନ ୧୦୬, ଆୟର ଓ ପନ୍ଥ ପ୍ରତ୍ୟେକ ୧୪, ଷ୍ଟଏନିସ୍ ୯, ହ୍ୱାଟମୋର ୧୦ ରନ କରିଥିଲେ । ଅତିରିକ୍ତ ଭାବେ ଦିଲ୍ଲୀ ୪ ରନ ପାଇଥିଲା । ଦିଲ୍ଲୀ ପକ୍ଷରୁ ମ୍ୟାକ୍ସୱେଲ ୧, ଶାମି ୨ ଏବଂ ନିଶମ ଓ ଅଶ୍ୱିନୀ ଗୋଟିଏ ଲେଖାଏଁ ଉଇକେଟ ପାଇଥିଲା ।

ଏହାର ଜବାବରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ୧୯ ଓଭରରେ ୧୬୭ ରନ ସଂଗ୍ରହ କରାଯାଇଥିଲା । ଦଳ ପକ୍ଷରୁ ରାହୁଲ ୧୫, ମୟଙ୍କ ୫, ଗେଲ୍ ୨୯, ପୂରନ ୫୩, ମ୍ୟାକ୍ସୱେଲ ୩୨ ରନ କରିଥିଲେ । ଶେଷ ବେଳକୁ ହୁଡ଼ା ୧୫ ଏବଂ ନୀଶମ ୧୦ ରନ୍ ସଂଗ୍ରହ କରିଥିଲେ । ଦିଲ୍ଲୀ ପକ୍ଷରୁ ରାବାଡ଼ା ୨, ପଟେଲ ଓ ଅଶ୍ୱିନୀ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଏହାର ପୂର୍ବ ମ୍ୟାଚରେ ପଞ୍ଜାବ ଡିଫେଡିଙ୍ଗ୍ ଚମ୍ପିୟାନ ମୁମ୍ବାଇକୁ ପରାସ୍ତ କରିଥିଲା ।