spot_img
Home Blog Page 6558

Festival Sale: ଏହି ୫ଟି ସ୍ମାର୍ଟଫୋନରେ ମିଳିବ ଡିସ୍କାଉଣ୍ଟ

ନୂଆଦିଲ୍ଲୀ: ଏବେ ଆମାଜନରେ ଫେଷ୍ଟିଭାଲ ସେଲ୍ ଚାଲିଛି । ଏହି ସେଲ୍ ରେ ସ୍ମାର୍ଟଫୋନରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମଧ୍ୟ ଡିସ୍କାଉଣ୍ଟରେ ମିଳୁଛି । ଆମାଜନରେ ଏବେ ସ୍ମାର୍ଟଫୋନ୍ ଶସ୍ତାରେ ବିକ୍ରି ହେଉଛି । ତେବେ କେଉଁ ସ୍ମାର୍ଟଫୋନରେ ରିହାତି ଦିଆଯାଇଛି, ଜାଣନ୍ତୁ ।

ନୋକିଆ ୫.୩ (Nokia 5.3)

ନୋକିଆର ୪GB RAM ଏବଂ ୬୪ GB ଇଣ୍ଟର୍ନାଲ ଷ୍ଟୋରେଜ୍ ଫୋନ ଯାହାର ଦାମ ହେଉଛି୧୬,୫୯୯ ଟଙ୍କା । ହେଲେ ଆମାଜନ ସେଲରେ ଏହି ଫୋନ୍ ମାତ୍ର ୧୨,୯୯୯ ଟଙ୍କାରେ ଉପଲବ୍ଧ ରହିଛି । ଏକ୍ସଚେଞ୍ଜ ଅଫରରେ ଏହି ଫୋନ୍ ୧୧,୯୫୦ ଟଙ୍କା ଦେଇ କିଣିପାରିବେ ଓ ଉପଯୁକ୍ତ ଲାଭ ମଧ୍ୟ ଗ୍ରାହକ ପାଇପାରିବେ । ଏହି ଫୋନ୍ ନୋ-କଷ୍ଟ EMI ରେ ଉପଲବ୍ଧ ଅଛି ।

ୱାନ୍ ପ୍ଲସ୍ ୭ଟି ପ୍ରୋ (OnePlus 7T Pro)

ଆଜି ୱାନ୍ ପ୍ଲସର ଏହି ଫୋନ୍ ୫୩,୯୯୯ ଟଙ୍କା ବଦଳରେ ୪୩,୯୯୯ ଟଙ୍କାରେ ବିକ୍ରି ହେଉଛି । ସିମୀତ ଅବଧି ଅଫରରେ ମିଳୁଥିବା ଏହି ଫୋନ୍ ଏକ୍ସଚେଞ୍ଜରେ କିଣଇଲେ ତିନି ହଜାର ଟଙ୍କା ଲାଭ ମିଳିବ । ଆମାଜନ ସେଲରେ ଏହି ଫୋନ ନୋ-କଷ୍ଟ EMI ରେ ଗ୍ରାହକ ଅର୍ଡର କରିପାରିବେ ।

ଭିଭୋ ଭି୧୭ (VIVO V17)

ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ରେ ଏହି ଫୋନରେ ୧୦,୦୦୦ ଟଙ୍କା ରିହାତି ମିଳିବ । ଏହି ଫୋନର ଦାମ ୨୭,୯୯୦ ଟଙ୍କା  ।ହେଲେ ଏବେ ଏହି ଫୋନ୍ ମାତ୍ର ୧୭,୯୯୦ ଟଙ୍କାରେ ଗ୍ରାହକ କିଣିପାରିବେ । ଏହି ଫୋନରେ ୩୨ ମେଗାପିକ୍ସେଲ ସେଲ୍ଫି ଏବଂ ୪୮ ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି  । ଏଥିରେ ୮ GB RAM ଏବଂ ୧୨୮ GB ଇଣ୍ଟର୍ନାଲ ଷ୍ଟୋରେଜ୍ ରହିଛି ।

ଓପୋ (Oppo A5 2020)

ଆଜି ଓପୋ ର ଏହି ସ୍ମାର୍ଟଫୋନରେ ୫୦୦୦ ଟଙ୍କା ରିହାତି ଦିଆଯାଉଛି । ସେଥିପାଇଁ ୧୪,୯୯୦ ଟଙ୍କାର ଏହି ଫୋନ୍ ୯,୯୯୦ ଟଙ୍କାରେ କିଣାଯାଇପାରିବ । ଏଥି ସହିତ, ଏକ୍ସଚେଞ୍ଜ୍ ଅଫରରେ ଏହି ଫୋନ୍ ୯,୦୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ସହିତ ଉପଲବ୍ଧ । ଆଜିର ସେଲରେ, ଗ୍ରାହକ ଏହି ଫୋନ ନୋ-କଷ୍ଟ EMI ରେ ଅର୍ଡର କରିପାରିବେ ।

ଓନର ୯ଏ (Honor 9A)

ଆଜି ସେଲ୍ ରେ ଏହି ଫୋନ ୧୧,୯୯୯ ଟଙ୍କା ବଦଳରେ ୯୯୯୯ ଟଙ୍କାରେ ଗ୍ରାହକ କିଣିପାରିବେ । ଏହି ସ୍ମାର୍ଟଫୋନରେ ୩ GB RAM ଏବଂ ୬୪ GB ଇଣ୍ଟର୍ନାଲ ଷ୍ଟୋରେଜ୍ ରହିଛି । ଏକ୍ସଚେଞ୍ଜ୍ ଅଫରରେ ଫୋନ୍ ମାତ୍ର ୯୦୫୦ ଟଙ୍କାରେ କିଣିହେବ ।

ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲା: ହାଇକୋର୍ଟରେ ତଥ୍ୟ ଦାଖଲ କରିବେ ଆଡଭୋକେଟ୍ ଜେନେରାଲ୍…

କଟକ: ହାଇକୋର୍ଟରେ ଆଜି ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି । ବଡ଼ ମୂର୍ତ୍ତିର ସ୍ଥିତି ନେଇ କୋର୍ଟଙ୍କୁ ସବିଶେଷ ରିପୋର୍ଟ ଆଡଭୋକେଟ୍ ଜେନେରାଲ ସବିଶେଷ ତଥ୍ୟ ଦେବେ । ଉକ୍ତ ରିପୋର୍ଟ ଆଧାରରେ ଶୁଣାଣି କରାଯିବ ।  ଉଲ୍ଲେଖଯୋଗ୍ୟ ଯେ କଟକ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତାକୁ ନେଇ ପ୍ରଥମେ ବିବାଦ ଉଠିଥିଲା । ପରେ କୋର୍ଟର ହସ୍ତକ୍ଷେପ ପରେ ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା ।

ମାତ୍ର କଟକ ସହର ୯ଟି ବଡ଼ ମୂର୍ତ୍ତିକୁ ନେଇ ବିବାଦ ଜଟିଳ ହୋଇଛି । କମିଶନରେଟ୍ ପୋଲିସ ଏହି ୯ଟି ମୂର୍ତ୍ତି ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରିଛନ୍ତି । ହାଇକୋର୍ଟ ଏହି ତଥ୍ୟ ଦାଖଲ ହେବ ।  ପୂଜା ପାଖେଇ ଆସୁଥିବାରୁ ମୂର୍ତ୍ତି ଉଚ୍ଚତା ବିବାଦ ନେଇ ଆଜି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି ।

କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ବାର୍ଥ ଡେ’ ପାର୍ଟି, ସିଲ୍ ହେଲା ବାର୍….

ଇନଫୋସିଟି: ରାଜଧାନୀରେ କୋଭିଡ୍ ନିୟମ କୋହଳ ହେବା ପରେ ସାମାଜିକ ଦୂରତ୍ୱ ନିୟମ କ୍ରମାଗତ ଭାବେ ଭାଙ୍ଗୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଇନଫୋସିଟି ସ୍ଥିତ ଇକୋସ୍ ବାରରେ । କୋଭିଡ୍ କଟକଣାର ଉଲଂଘନ ହୋଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ୍ ଉକ୍ତ ବାରକୁ ସିଲ୍ କରିଛି । ତେବେ ବାରରେ ଏକ ଜନ୍ମଦିନ ପାର୍ଟି ପାଳନ କରାଯାଉଥିଲା । ପାର୍ଟିରେ ଅଧିକ ସଂଖ୍ୟକ ଲୋକ ସାମିଲ ହେବା ସହ ସାମାଜିକ ଦୂରତ୍ୱକୁ ପାଳନ କରିନଥିଲେ । କମିଶନରେଟ୍ ପୋଲିସ ଏନେଇ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ଏହି ଜନ୍ମଦିନ ପାର୍ଟି ଗତକାଲି ବିଳମ୍ୱିତ ରାତ୍ରିରେ ପାଳନ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଏହାପରେ ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ । ତେବେ ଯେଉଁମାନେ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ସେହିଭଳି ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ସେହିଭଳି ପୋଲିସ ରାଜଧାନୀର ସବୁ ବାର୍ ଓ ହୋଟେଲକୁ ଏଭଳି ଅଚାନକ ଗସ୍ତ କରି କୋଭିଡ କଟଣାଜନିତ ସ୍ଥିତି ପରଖିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସୂଚନା ଦେଇଛି ।

କରୋନା କାଳରେ ଖୋଲିଲା ସ୍କୁଲ, ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଧୀରେ ଧୀରେ ସବୁକିଛି ଅନଲକ୍ କରାଯାଉଛି । ଆଜିଠାରୁ ଦେଶର ଅନେକ ସ୍ଥାନରେ ସ୍କୁଲ ଖୋଲିଛି। କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ କରିବା ସହ ଅକ୍ଟୋବର ମାସ ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଆଜିଠାରୁ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହୋଇଛି । ଆଜିଠାରୁ ପଞ୍ଜାବର କଣ୍ଟେନମେଣ୍ଟ ଜୋନ୍ କୁ ଛାଡି ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ପାଇଁ ସ୍କୁଲ ଖୋଲାଯାଇଛି ।

ଆଜିଠାରୁ ଉତ୍ତରପ୍ରଦେଶରେ ମଧ୍ୟ ସ୍କୁଲ ଖୋଲିଛି । କରୋନା ମହାମାରୀ ଯୋଗୁଁ ୟୁପିରେ ଥିବା ସ୍କୁଲ ୬ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିଲା । ଏବେ ନବମରୁ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ମାଆ ବାପାଙ୍କ ଅନୁମତି ନେଇ ପିଲାମାନଙ୍କୁ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଘରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ନମିଳେ, ତାହେଲ ସେମାନଙ୍କୁ ସ୍କୁଲ ଆସିବାକୁ କେହି ବାଧ୍ୟ କରିପାରିବେ ନାହିଁ । ଏହି ଦୁଇ ରାଜ୍ୟ ବ୍ୟତୀତ ଆଜିଠାରୁ ସିକ୍କିମରେ ସ୍କୁଲ ଖୋଲାଯାଇଛି।

ପ୍ରତିଦିନ ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ଲାସରୂମ, ଷ୍ଟେସନାରୀ, ଲ୍ୟାବ ଏବଂ କ୍ୟାଣ୍ଟିନ ସମେତ ସମଗ୍ର ବିଦ୍ୟାଳୟ ପରିସରକୁ ପରିଷ୍କାର କରିବାକୁ ସ୍କୁଲ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଦିନରେ ଗୋଟେ ଶ୍ରେଣୀରେ ମାତ୍ର ୫୦ ପ୍ରତିଶତ ପିଲା ବସିବାକୁ ଅନୁମତି ଦିଆଯାଇଛି । ବାକି ପିଲାମାନଙ୍କୁ ଦ୍ୱିତୀୟ ଦିନରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରେଣୀରେ ଦୁଇ ଛାତ୍ରଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ । ଏହା ବ୍ୟତୀତ କୌଣସି ଛାତ୍ର ନିଜ ମାଆବାପାଙ୍କ ଲିଖିତ ଅନୁମତି ବିନା ସ୍କୁଲକୁ ଯାଇପାରିବେ ନାହିଁ। ସ୍କୁଲଗୁଡ଼ିକରେ ସାମାଜିକ ଦୂରତା ପାଳନ କରିବା ଜରୁରୀ । ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ଫୁଲ ସ୍ଲିଭ୍ ସାର୍ଟ, ଫୁଲ୍ ପ୍ୟାଣ୍ଟ ଏବଂ ଜୋତା ଏବଂ ମୋଜା ପିନ୍ଧିବା ଆବଶ୍ୟକ । ଏହା ବ୍ୟତୀତ ପିଲାମାନେ ଶ୍ରେଣୀରେ ମାସ୍କ ଖୋଲିପାରିବେ ନାହିଁ । ବିଦ୍ୟାଳୟଗୁଡ଼ିକ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ମଧ୍ୟ ଜାରି କରିପାରିବେ । ନିୟମ ପାଳନ କରିବା ବାଧ୍ୟତାମୂଳକ ହୋଇଛି ।

Birthday Special: ଏହି କାରଣ ପାଇଁ ସନ୍ନି ଦେଓଲ ତାଙ୍କ ପତ୍ନୀଙ୍କୁ ଲଣ୍ଡନରେ ଲୁଚାଇ ରଖିଥିଲେ !

ମୁମ୍ବାଇ: ଅଜୟ ସିଂ ଦେଓଲ୍ ଓରଫ୍ ସନ୍ନି ଦେଓଲ୍ କେବଳ ଜଣେ ଅଭିନେତା ନୁହେଁ ବରଂ ସେ ନିର୍ଦ୍ଦେଶକ, ନିର୍ମାତା ଓ ରାଜନେତା ଭାବେ ମଧ୍ୟ ପରିଚିତ । ଖାସ୍ କରି ହିନ୍ଦୀ ସିନେମାରେ ତାଙ୍କର ଅଭିନୟ ପାଇଁ ସେ ବେଶ୍ ଜଣାଶୁଣା । ସେଥିପାଇଁ ସେ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ବଲିଉଡର ଆକ୍ସନ୍ କିଙ୍ଗ୍ ସନ୍ନି ଦେଓଲ୍ ଆଜି ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି  ।

୧୯୫୬ ମସିହା ଅକ୍ଟୋବର ମାସ ୧୯ ତାରିଖରେ ପଞ୍ଜାବର ସାହେନଓ୍ୱାଲ୍ ଗାଁରେ ଜାଠ୍ ଶିଖ୍ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ସେ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଏବଂ ପ୍ରକାଶ କୋରଙ୍କ ସୁପୁତ୍ର । ଦେଓଲଙ୍କର ଦୁଇ ସାନ ଭାଇ ଅଭିନେତା ବବି ଦେଓଲ୍ ଏବଂ ଦୁଇ ଭଉଣୀ ବିଜୟତା, ଅଜିତା ଅଛନ୍ତି । ୧୯୮୪ ମସିହାରେ ତାଙ୍କର ବିବାହ ପୂଜା ଦେଓଲଙ୍କ ସହ ହୋଇଥିଲା ଏବଂ ଏହି ଦମ୍ପତିଙ୍କର କରନ୍ ଏବଂ ରାଜଭୀର୍ ଦୁଇଟି ପୁତ୍ର ଅଛନ୍ତି ।

୧୯୮୨ ମସିହାରେ ସନ୍ନି ଦେଓଲ୍ ‘ବେତାବ୍’ ଚଳଚ୍ଚିତ୍ରରେ ଅମ୍ରିତା ସିଂଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିଥିଲେ । ସେଥିପାଇଁ ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ନାମାଙ୍କନ ମିଳିଥିଲା । ପରବର୍ତ୍ତୀ ସମୟରେ, ସେ ୧୯୮୦ ଏବଂ ୧୯୯୦ ଦଶକରେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ସେହି ସମୟର ଅନ୍ୟତମ ସଫଳ ତାରକା ଭାବରେ ପରିଗଣିତ ହୋଇଥିଲେ ।

୧୯୯୦ ମସିହାରେ ରାଜକୁମାର ସନ୍ତୋସିଙ୍କ ‘ଘାୟଲ୍’ ଚଳଚ୍ଚିତ୍ରରେ ଦେଓ୍ୱଲଙ୍କ ଅଭିନୟ ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳିଥିଲା ଏବଂ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର , ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଥିଲେ । ୨୦୦୧ ମସିହାରେ ସନ୍ନିଙ୍କ ସିନେମା ‘ଗଦର୍’ : ଏକ ପ୍ରେମ କଥା, ବଲିଉଡରେ ସର୍ବାଧିକ ଆୟ କରିଥିଲା ​​ଏବଂ ତାଙ୍କୁ ଏକ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସନ୍ନି ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିବା ପରେ ପ୍ରଥମେ ଅଭିନେତ୍ରୀ ଅମ୍ରିତା ସିଂହଙ୍କୁ ଡେଟ୍ କରିଥିଲେ । ଉଭୟଙ୍କ ରିଲେସନଶିପ୍ ବିଷୟରେ ବେଶ ଚର୍ଚ୍ଚା ହୋଇଥିଲା । ଅମ୍ରିତା ସନ୍ନିଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ସନ୍ନି ଦେଓଲ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ । ତାଙ୍କ ମାଆ ପ୍ରକାଶ ମଧ୍ୟ ଏହି ବିବାହ ପାଇଁ ରାଜି ନଥିଲେ । ଅମ୍ରିତା ସନ୍ନିଙ୍କ ପ୍ରେମରେ ପାଗଳ ଥିଲେ । ହେଲେ ସେହି ସମୟରେ ସନ୍ନି ଲଣ୍ଡନରେ ପୂଜାଙ୍କୁ ବିବାହ କରିଥିଲେ । ସନ୍ନି ତାଙ୍କ ଜୀବନର ଏହି ବଡ଼ କଥା ସମସ୍ତଙ୍କଠୁ ଲୁଚାଇ ରଖିଥିଲେ । କେବଳ ତାଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିଥିଲେ ଓ ସେମାନେ ମଧ୍ୟ ଏନେଇ କୌଣସି ଘୋଷଣା କରିନଥିଲେ । ସେଥିପାଇଁ ପୂଜା ଲଣ୍ଡନରେ ହିଁ ରହୁଥିଲେ । ସେହି ସମୟରେ ସନ୍ନି ବାରମ୍ବାର ଲଣ୍ଡନ ଯାଉଥିଲେ । ଏନେଇ ଅମ୍ରିତାଙ୍କୁ ମଧ୍ୟ ସନ୍ନି ମିଛ କହିଥିଲେ । ସେତେବେଳେ ସନ୍ନି ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ୱ ବୋଲି ଭାବୁଥିଲେ । ହେଲେ ଧିରେ ଧିରେ ଅମ୍ରିତା ଏହି ବିଷୟରେ ଜାଣିବାକୁ ପାଇଲେ । ପରବର୍ତ୍ତି ସମୟରେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ।

୨୦୧୯ ମସିହାରେ ଏପ୍ରିଲ ମାସ ୨୩ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସନ୍ନି । ସେ ଗୁରୁଦାସପୁର ନିର୍ବାଚନମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନରେ ଜିତିଥିଲେ । ଆଜି ବଲିଉଡ୍ ଅଭିନେତା ସନ୍ନି ଦେଓ୍ୱଲଙ୍କ ଜନ୍ମ ଦିନ ଉପଲକ୍ଷେ ସମସ୍ତେ ତାଙ୍କୁ ଖୁବ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି ।

 

ଆଜିଠୁ ଖୋଲିଲା ଭିତରକନିକା, ଥରକରେ ଯିବେ ୫ଶହ ପର୍ଯ୍ୟଟକ….

କେନ୍ଦ୍ରାପଡା: କରୋନା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଭିତରକନିକା ବନ୍ଦ କରାଯାଇଥିଲା । ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ ହେବା ହେତୁ ରାଜ୍ୟ ସରକାର ଭିତରକନିକାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦିନବେଳା ଭିତରକନିକା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ । ଏକକାଳୀନ ଭାବେ ୫ଶହରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ନାହିଁ ।

ସେହିଭଳି କୋଭିଡ୍ ସଂକ୍ରମଣର ଲକ୍ଷଣ ଥିବା ଲୋକେ ମଧ୍ୟ ପ୍ରବେଶ କରିପାରିବେ ନାହିଁ । ତେବେ ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ପହିଲାରେ ଭିତରକନିକା ଖୋଲିଥିଲା । କୋଭିଡ୍ ବ୍ୟାପିବା ପରେ ପ୍ରଥମ ଥର ପାଇଁ ବନ ବିଭାଗ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ଭିତରକନିକା ଖୋଲା କରିଥିଲେ । ତେବେ ଏବେ ପର୍ଯ୍ୟଟକମାନେ ଦିନ ବେଳେ ମଧ୍ୟ ଭିତରକନିକା ଭ୍ରମଣ କରିପାରିବେ । ଏହିକ୍ରମରେ ରାଜ୍ୟ ସରକାର ଏହି ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ନୋବେଲ ଶାନ୍ତି ପୁରସ୍କାର ପଛରେ ରହିଛି ପ୍ରଣବଙ୍କ ଉଦ୍ୟମ..

ରାଉରକେଲା: ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ। ୨୦୨୦ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଓ୍ୱାର୍ଲଡ ଫୁଡ ପ୍ରୋଗାମର ସଫଳତା ପଛରେ ଓଡ଼ିଆ ପୁଅ ପ୍ରଣବ ଖୈତାନଙ୍କ ହାତ ରହିଛି । ୱାର୍ଲଡ ଫୁଡ ପ୍ରୋଗାମର ଆଡଭାଇଜରୀ କାଉନସିଲର ସଦସ୍ୟ ଥିବା ପ୍ରଣବ କାର୍ଯ୍ୟକ୍ରମର ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ରାଉରକେଲା ଏନଆଇଟିରେ ଇଞ୍ଜିନିୟରିଂ କରିଥିବା ପ୍ରଣବ, ଷ୍ଟାନଫୋର୍ଡ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ଶେଷ କରିଛନ୍ତି । ବର୍ତ୍ତମାନ ସେ ଗୁଗୁଲ୍ ସହ କାର୍ଯ୍ୟରତ । ବରିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଣବଙ୍କ ପରିବାର ରାଉରକେଲାର ବାସିନ୍ଦା ହୋଇଥିବା ବେଳେ ପୁଅର ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଦଶନ୍ଧୀ ଦଶନ୍ଧୀ ଧରି ଏଫଟିଏ ବିଶ୍ୱର ଲକ୍ଷ ଲକ୍ଷ ଭୋକିଲା ଲୋକଙ୍କ ମୁହଁରେ ଖାଦ୍ୟ ଯୋଗାଇ ଆସୁଛି ।

୫ ଦିନ ଲଗାଣ ବର୍ଷା ନେଇ ପୂର୍ବାନୁମାନ; ୫ ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ…

ଭୁବନେଶ୍ୱର: ଆଜିଠୁ ପୁଣି ଭିଜିବ ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ୫ଦିନ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଜି ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏଠାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Rain Forecast Yellow Alert Issued To Nine Districts

ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ଜଳଭଣ୍ଡାରରେ ଜଳ ୮୦ ଶତକଡାରୁ କମ୍ କରାଯାଇ ୬୫ରୁ ୭୦ ଶତକଡା ରଖାଯାଇଛି। ୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ବିଭିନ୍ନ ଜଳଭଣ୍ଡାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ରାୟଗଡା କାଶୀପୁର, ଗୁଣପୁର ବ୍ଲକରେ ଥିବା ପାହାଡି ତଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି। ତେବେ ଲଘୁଚାପ ଫଳରେ ପୁଣି ଫସଲହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି  । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି  ।

Navratri 2020: ଆଜି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା, ଜାଣନ୍ତୁ କଣ କଲେ ସନ୍ତୁଷ୍ଟ ହେବେ ଦେବୀ…

0

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ନବରାତ୍ରି ପୂଜା। ଆଜି ନବରାତ୍ରୀର ପୂଜାର ତୃତୀୟ ଦିନ । ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ଙ୍କୁ ଦର୍ଶନ କରି ସୁଖଶାନ୍ତି ପାଇଁ କାମନା କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ । ନବରାତ୍ରୀର ତୃତୀୟ ଦିନରେ ଭୟରୁ ମୁକ୍ତି ମିଳେ ଏବଂ ସାହସ ମିଳିଥାଏ । ତୃତୀୟ ଦିନରେ ମାଆଙ୍କର ଚନ୍ଦ୍ରଘଣ୍ଟା ସ୍ୱରୂପ ପୂଜା କରାଯାଏ। । ମା’ଶକ୍ତି ସ୍ୱରୁପିଣୀ । ଜଗତ ଜନନୀ ଅଭୟ ବର ଦାୟିନୀ । ତାଙ୍କରି ଆଶିଷ ବଳରେ ଦୁଃଖ ହୁଏ ଦୂର । ପୁରାଣରେ ମା’ଙ୍କ ମହିମା ସଂପର୍କରେ ବର୍ଣ୍ଣିତ ହୋଇଛି । ଦୁର୍ଗା ହେଉଛନ୍ତି ଦୁର୍ଗାୟେ ଦୁର୍ଗା ପରାୟେ ଅର୍ଥାତ୍‌ ଯେ ଦୁର୍ଦ୍ଦଶା ଓ ଦୁର୍ଘଟଣାକୁ ମୋଚନ କରିପାରନ୍ତି । ଦାନବ ମାନଙ୍କ ଦୌରାତ୍ମ୍ୟରୁ ଧରାକୁ ରକ୍ଷା କରିବା ପାଇଁ ତାଙ୍କର ଆବିର୍ଭାବ ବୋଲି ଦେବୀ ନିଜେ କହିଛନ୍ତି । ରାବଣର ନିଧନ ଲାଗି ବ୍ରହ୍ମାଙ୍କ ପ୍ରରୋଚନାରେ ସେ ରାମୃଙ୍କୁ ଯ଼ୁଦ୍ଧ କ୍ଷେତ୍ରରେ ସାହାଯ୍ୟ କରିଥିଲେ । ସେହି ପାରଂପରିକ ବିଶ୍ୱାସ ଆଧାରରେ ଆଜି ପ୍ରତ୍ୟେକ ଶକ୍ତିପୀଠରେ ହେଉଛି ଦେବୀପୂଜା ଓ ଆରାଧନା । ମାଆ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରଣ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହି ଜଡିତ । ଏଥର ମାଆଙ୍କର ତୃତୀୟ ସ୍ୱରୂପର ପୂଜା କରାଯିବ।

ନାଲି ପୋଷାକ ପିନ୍ଧି ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱସା ରହିଛି । ନାଲି ଫୁଲ, ରକ୍ତ ଚନ୍ଦନ ଏବଂ ନାଲି ଓଢ଼ଣୀକୁ ମା’ଙ୍କୁ ସମର୍ପିତ କରିବା ଉତ୍ତମ ହୋଇଥାଏ । ଆଜି ଏହି ଦିନର ପୂଜା ମଣିପୁର ଚକ୍ରକୁ ମଜବୁତ କରେ ଏବଂ ଭୟର ନାଶ କରିଥାଏ । ମଣିପୁର ଚକ୍ର ଦୁର୍ବଳ ହେଲେ ବ୍ୟକ୍ତିର ସାହସ ନାହିଁ । ଏହା ବ୍ୟକ୍ତିଙ୍କ ଭିତରେ ଲୋଭ, ଇର୍ଷା, ଘୃଣା ଏବଂ ଲଜ୍ଜାର ଭାବନା ସୃଷ୍ଟି କରିଥାଏ । ସେଥିପାଇଁ ମଣିପୁର ଚକ୍ର ମଜବୁତ ହେବା ଆବଶ୍ୟକ ।

ସାହସ ପ୍ରାପ୍ତି ଏବଂ ଭୟରୁ ମୁକ୍ତି ପାଇବା ପାଇଁ କ’ଣ କରିବା ଉଚିତ୍?

– ମଧ୍ୟରାତ୍ରିରେ ନାଲି ପୋଷାକ ପିନ୍ଧି ମାଆଙ୍କୁ ପୂଜା କରିବା ଉଚିତ୍ ।

– ପ୍ରଥମେ ଗୁରୁଙ୍କୁ ପ୍ରଣାମ କରିବା ଉତ୍ତମ ହୋଇଥାଏ ।

– ମାଆ ଦୁର୍ଗାଙ୍କ ସାମ୍ନାରେ ଦୀପ ଜାଳି  ନିଆଁ ଉପରେ ଧ୍ୟାନ କରିଲେ ମନ ଭଲ ରୁହେ ।

–  ନର୍ବାଣ ମନ୍ତ୍ର ଜପ କଲେ ମନ ଶାନ୍ତ ରହିବ ।

ଆଜି ଏହି ରାଶିର ବ୍ୟକ୍ତିମାନେ ସତର୍କ ରୁହନ୍ତୁ, ଶରୀର ପ୍ରତି ରହିଛି ବିପଦ… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୧୯ ଅକ୍ଟୋବର, ୨୦୨୦, ସୋମବାର

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୩ ଦିନ,ଆଶ୍ୱିନ ଶୁକ୍ଳପକ୍ଷ, ତୃତୀୟା ତିଥି

– ସକାଳ ୮ଟା ୫୪ ମିନିଟ୍ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ର

ଏହା ପରେ ବିଶାଖା ନକ୍ଷତ୍ର

ବିଚ୍ଛା ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

– ଯୋଗିନୀ ୨ଟା ୪୫ ମିନିଟ ପର୍ଯ୍ୟନ୍ତ ଆଗ୍ନେୟ ତାପରେ ନୈରତେରେ ଅବସ୍ଥାନ କରିଛନ୍ତି

ଆଜି ଅଗ୍ନି ଓ ନୈରୁତ ଯାତ୍ରା ନିଷେଧ

-ଘାତଚନ୍ଦ୍ର- କନ୍ୟା ଓ ମକର ମହିଳାଙ୍କ ପାଇଁ ଘାତଚନ୍ଦ୍ର

– ଘାତ ବାର- ମିଥୁନ ରାଶି ପାଇଁ ଆଜି ଘାତବାର

– ଶୁଭ ସମୟ –

ସକାଳ ୮ଟା ୩୫ ରୁ ଦିନ ୧ଟା ୩୮ ମିନିଟ୍

ଦିନ ୨ଟା ୫୫ ମିନିଟ୍ ଠାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍

– ଅଶୁଭ ସମୟ –

ସକାଳ ୭ଟା ମିନିଟ୍ ରୁ ସକାଳ ୮ଟା ୩୦ମିନିଟ୍ ପର୍ଯ୍ୟନ୍ତ

ପୁଷ୍କର ଦୋଷ ରାତି ୧ଟା ୨୬ ମଧ୍ୟରେ ୧ ପାଦ

ଆଜି ବୋଇତାଳୁ ଓ ପୋଟଳ ଖାଇବା ମନା

 

ମେଷ ରାଶି –

ଅଶ୍ୱିନୀ ନକ୍ଷତ୍ର – ଆଜି ବିନ ଖୁସୀ ମିଞ୍ଜାସରେ କଟିବ,ପରିବାର ସହିତ ସମୟ କଟିବ

ଦ୍ୱିଜା ନକ୍ଷତ୍ର – ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତର ପରାମର୍ଶ କରିପାରନ୍ତି, ଧାର୍ମିକ କାମ ପ୍ରତି ଆଗ୍ରହ ବଢିବ

କୃତ୍ତିକା ନକ୍ଷତ୍ର – ସର୍ତକ ହୋଇ ଚାଲନ୍ତୁ,ଛୋଟ କଥାକୁ ନେଇ ଜାବନସାଥୀ ସହିତ ମନାନ୍ତର ହୋଇପାରେ

ଓଁ ଦୁଂ ଦୁର୍ଗାୟନମଃ ୧୦୮ ଥର ଜପ କରନ୍ତୁ । ଲାଲ ପୁଷ୍ପ ମା’ଙ୍କୁ ଅର୍ପଣ କରନ୍ତୁ ।

ବୃଷ ରାଶି –

କୃତ୍ତିକା ନକ୍ଷତ୍ର – ସତର୍କ ରୁହନ୍ତୁ,କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଚାଲନ୍ତୁ,ବିବାଦୀୟ କାମ ଠାରୁ ଦୁରେଇ ରୁହନ୍ତୁ

ରୋହିଣି ନକ୍ଷତ୍ର – ସ୍ଥଗିତ ଥିବା କାମ ତ୍ୱରାନ୍ୱିତ ହେବ,ସ୍ୱାସ୍ଥ୍ୟ ଭଲ ରହିବ,ବ୍ୟବସାୟ କର୍ମରେ ସଫଳତା ମିଳିବ

ମୃଗଶିରା ନକ୍ଷତ୍ର – ନିଜ ଚେଷ୍ଟାରେ ସଫଳ ହେବେ,ଭଗବାନଙ୍କ ପ୍ରତି ଆସ୍ଥା ବଢିବ,ଖୁସି ଖବର ମିଳିବ

ରାମ ରକ୍ଷା ସ୍ତୋତ୍ର ୩ ଥର ପାଠ କରନ୍ତୁ,କର୍ମକ୍ଷେତ୍ରରେ ଶୁଭ ବର ମିଳିବ

ମିଥୁନ ରାଶି –

ମୃଗଶିରା ନକ୍ଷତ୍ର – କ୍ୟାରିୟର ପ୍ରଫେସନକୁ ନେଇ ରହୁଥିବା ବାଧା ଦୂର ହେବ, ନିଜ ପ୍ରଚେଷ୍ଟାରେ ସଫଳ ହେବ

ଆର୍ଦ୍ରା ନକ୍ଷତ୍ର – ସତର୍କ ରୁହନ୍ତୁ,ଶରୀର ପ୍ରତି ବିପଦ ରହିଛି,ସ୍ୱାତ୍ତିକ ଭୋଜନ କରନ୍ତୁ,ବାହାର ଖାଦ୍ୟକୁ ବାରଣ କରନ୍ତୁ

ପୂନର୍ବସୁ ନକ୍ଷତ୍ର – ସକରାତ୍ମକ ଚିନ୍ତାଧାରା ନେଇ କାମ କରନ୍ତୁ କାର୍ଯ୍ୟ ସଫଳ ହେବ,ମନ ଖୁସି ରହିବ

ଦୁର୍ଗା ସହସ୍ର ନାମ ପାଠ କରନ୍ତୁ,ମା’ଙ୍କୁ କ୍ଷୀରୀ ଭୋଗ ଲାଗି କରନ୍ତୁ

କର୍କଟ ରାଶି –

ପୁନର୍ବସୁ ନକ୍ଷତ୍ର – ନିଜ ଲକ୍ଷରେ ସଫଳତା ପାଇଁ କିଛି ଡିସିସନ୍ ନେଇପାରନ୍ତି,ଗୁରୁଜନଙ୍କ ଠାରୁ ଆଶିର୍ବାଦ ମିଳିବ,ଧର୍ମପ୍ରତି ଆସ୍ଥା ବଢିବ

ପୁଷ୍ୟା ନକ୍ଷତ୍ର – ଜୀବନ ସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ,ନିଜ କାମକୁ ନେଇ ପ୍ରଶଂସା ମିଳିବ

ଅଶ୍ଲେଷା ନକ୍ଷତ୍ର – ମିତ୍ର ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ,ସ୍ଥଗିତ ଥିବା କାମ ତ୍ୱରାନ୍ୱିତ ହେବ,ଖୁସି ଖବର ମିଳିବ

ଦୁର୍ଗାଷ୍ଟଙ୍କ ପାଠ କରନ୍ତୁ,ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ ।

ସିଂହ ରାଶି –

ମଘା ନକ୍ଷତ୍ର – ଦିନ ଭଲରେ କଟିବ,ନିଜ କାମକୁ ନେଇ କିଛି ଯୋଯନା କରିପାରନ୍ତି,ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ

ପୂର୍ବାଫାଲଗୁନି ନକ୍ଷତ୍ର – ଆର୍ଥିକସ୍ଥିତି ଖରାପ ରହିବ,ଆୟ ଅପେକ୍ଷା ବ୍ୟୟ ବଢିବ,ନୂଆ କାମ ଆରମ୍ଭ କରନ୍ତୁ ନାହିଁ

ଉତ୍ତରାଫାଲଗୁନୀ ନକ୍ଷତ୍ର – ନିଜ କାମରେ ସଫଳତା ପାଇଁ ସୁ ପରାମର୍ଶ ମିଳିବ,ବନ୍ଧୁଙ୍କ ସହଯୋଗରେ ସମସ୍ତ କାମ ହୋଇଯିବ

ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ । ପାରିବାରି ଶାନ୍ତି ରହିବ

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରଫେସନକୁ ନେଇ ମନରେ ଥିବା ଚିନ୍ତା ଦୂର ହେବ,ଖୁସି ଖବର ମିଳିବ

ହସ୍ତା ନକ୍ଷତ୍ର – ଆଜି ଦିନ ସାମାନ୍ୟ ରହିବ,ବ୍ୟସ୍ତତା ମଧ୍ୟରେ ସମୟ କଟିବ,ସ୍ୱାସ୍ଥ୍ୟ ସମସ୍ୟା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ

ଚିତ୍ରା ନକ୍ଷତ୍ର – ଜୀବନସାଥୀଙ୍କ ସହଯୋଗ ମିଳିବ,ଅନ୍ୟର ମନ ବୁଝିଲାଭଳି କିଛି କାମ କରି ପ୍ରଶଂସିତ ହେବେ

ଦୁର୍ଗା ଚାଳିଶା ପାଠ କରନ୍ତୁ । ଗ୍ରହ ପୀଡାରୁ ମୁକ୍ତି ମିଳିବ

ତୁଳା ରାଶି –

ଚିତ୍ରା ନକ୍ଷତ୍ର – ଦିନ ଭଲରେ ରହିବ,ମନରେ ନୂଆ ନୂଆ ବିଚାର ଆସିବ,କାର୍ଯ୍ୟରେ ସଫଳତା ମିଳିବ

ସ୍ୱାତୀ ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ,ଠକାମୀରେ ପଡି ପାରନ୍ତି,ଅନ୍ୟକୁ ବିଶ୍ୱାସ କରି କୌଣସି ନିଷ୍ପତି ନିଅନ୍ତୁ ନାହିଁ

ବିଶାଖା ନକ୍ଷତ୍ର – ପରିବାର ଠାରୁ ପରାମର୍ଶ ନେଇ କାମ କରନ୍ତୁ,କାର୍ଯ୍ୟରେ ସଫଳ ହେବେ,ଅନେକ ଦିନରୁ ଥିବା ଆଶା ସଫଳ ହେବ

ଦୁର୍ଗା ସହସ୍ର ନାମ ପାଠ କରନ୍ତୁ । ମନରେ ଶାନ୍ତି ମିଳିବ ।

ବିଛା ରାଶି –

ବିଶାଖା ନକ୍ଷତ୍ର – ଦିନ ଭଲରେ କଟିବ,ଆର୍ଥିକ ଓ କର୍ମକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ

ଅନୁରାଧା ନକ୍ଷତ୍ର – କନ୍ଫିଡେନ୍ସର ସହ କାମ କରନ୍ତୁ, ସଫଳତା ଅବଶ୍ୟ ମିଳିବ,ନିଜ ଲକ୍ଷ ପୁରା କରିବାରେ ସକ୍ଷମ ହେବେ

ଜ୍ୟେଷ୍ଠା ନକ୍ଷତ୍ର – ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ,ସମୟ ପୂର୍ବରୁ ନିଜ ଲକ୍ଷ ପୁରଣ କରିବାରେ ସକ୍ଷମ ହେବେ

ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ । ସମସ୍ତ ବାଧା ଦୁର ହେବ

ଧନୁ ରାଶି –

ମୂଳା ନକ୍ଷତ୍ର – ଦିନ ଭଲରେ କଟିବ,କର୍ମ କ୍ଷେତ୍ରକୁ ନେଇ କିଛି ଶୁଭ ଖବର ମିଳିବ,ଅନେକ ଦିନର ପ୍ରତିକ୍ଷା ଫଳବତ ହେବ

ପୂର୍ବାଷାଢା ନକ୍ଷତ୍ର – ପୂର୍ବ ଅପେକ୍ଷା ଆଜି ଖର୍ଚ୍ଚ ବଢ଼ିବ,କୌଣସି ବିକ୍ଷୟକୁ ନେଇ ଡିସିସନ୍ ନେଇପାରିବେ ନାହିଁ । ଅନ୍ୟର ପରାମର୍ଶ ଆବଶ୍ୟକ ପଡିପାରେ

ଉତ୍ତରାଷାଢା ନକ୍ଷତ୍ର – ଲଭ୍ ଲାଇଫକୁ ନେଇ ଖୁସିରେ ରହିବେ, କିଛି ଉପହାର ମିଳିବ,କାମ କରିବା ପାଇଁ ଆଗ୍ରହ ବଢିବ

ଓଁ ହ୍ରୀଂ ଚନ୍ଦ୍ରଘଣ୍ଟାୟ ନମଃ ମନ୍ତ୍ର ଜପ କରନ୍ତୁ । ମନର ସମସ୍ତ ଇଚ୍ଛା ପୂରଣ ହେବ ।

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ,କିଛି ଜରୁରୀ କାମ ସହଜରେ ହୋଇଯିବ

ଶ୍ରବଣା ନକ୍ଷତ୍ର – ଆଜି ସତର୍କ ହୋଇ ଚଳନ୍ତୁ,ଛୋଟ କଥାକୁ ନେଇ ପରିବାରନ ମଧ୍ୟରେ କଳହ ଦେଖାଦେଇପାରେ,ପଜିଟିଭ୍ ଭାବନା ନେଇ କାମ କରନ୍ତୁ

ଧନିଷ୍ଠା ନକ୍ଷତ୍ର – ନିଜ କାମ ପାଇଁ ପ୍ରଶଂସା ମିଳିବ,ଦେହ ଓ ମନ ଭଲ ରହିବ,ପୂର୍ବରୁ ଥିବା ସମସ୍ୟା ଦୁର ହେବ

ଓଁ ଦୁଂ ଦୁର୍ଗାୟୈ ନମଃ ୧୦୮ ଥର ପାଠ କରନ୍ତୁ । ଖୁସୀ ଖବର ମିଳିବ

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର – ବ୍ୟବସାୟରେ ଲାଭ ଦାନ ହେବେ,ପରିବାର ସହ ଉତ୍ତମ ସମ୍ପର୍କ ରହିବ,ଖୁସି ଖବର ମିଳିବ

ଶତଭିଷା ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ,ଶରୀର ପ୍ରତି ବିପଦ ରହିଛି, ବାହାନ ଧିରେ ଚଳାନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର – ଆଜି ଦିନ ଭଲ ରହୁଥିବାରୁ ପ୍ରତ୍ୟେକଟି କାମରେ ସଫଳତା ମିଳିବ,ମନର ଇଚ୍ଛା ପୁରଣ ହେବ,ସ୍ୱାସ୍ଥ୍ୟ ଭଲ ରହିବ

ଦୁର୍ଗା ଚାଳିଶା ପାଠ କରନ୍ତୁ

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ମନରେ ଉତ୍ସାହ ବଢିବ,ପରିବାର ସହିତ ସମୟ କଟିବ,ଆର୍ଥିକ ସ୍ଥିତିରେ ସୁଧାର ଆସିବ

ଉତ୍ତରଭାଦ୍ର ନକ୍ଷତ୍ର – ପରିଶ୍ରମ ଅଧିକ କରିବାକୁ ପଡିବ,କିନ୍ତୁ ସଫଳତା ମିଳିନପାରେ ରେବତୀ ନକ୍ଷତ୍ର – ପାରିବାରିକ ସାନ୍ତି ଓ ଆର୍ଥିକ ଲାଭ ସହ ମନର ଇଚ୍ଛା ପୁରା କରିବାକୁ ସୁଯୋଗ ଆସିବ

ଓଁ ହ୍ରୀଂଚନ୍ଦ୍ର ଘଣ୍ଟାୟ ନମଃ ମନ୍ତ୍ର ଜପ କରନ୍ତୁ , ସମସ୍ତ ବାଧା ଦୂର ହେବ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935