spot_img
Home Blog Page 6573

FAOର ୭୫ତମ ବର୍ଷ ପୁର୍ତ୍ତି ଅବସରରେ ଆଜି ପିଏମ ମୋଦି ଜାରି କରିବେ ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତଥା ୧୬ ଅକ୍ଟୋବର ୭୫ ଟଙ୍କିଆ ମୁଦ୍ରା ଜାରି କରିବେ । ଖାଦ୍ୟ ଏବଂ କୃଷି ସଙ୍ଗଠନ ( Food and Agriculture Organization) ର ୭୫ତମ ବାର୍ଷିକୀ ଉପଲକ୍ଷେ ଏହି ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରାଯିବ । କେବଳ ଏତିକି ନୁହେଁ, ନିକଟରେ ବିକଶିତ ଆଠଟି ଫସଲର ୧୭ ଟି ଜୈବ ସମ୍ବନ୍ଧିତ କିସମ ମଧ୍ୟ ଦେଶ ପାଇଁ ଉତ୍ସର୍ଗୀକୃତ ହେବ । ୭୫ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରି ଭାରତ ଏବଂ ଖାଦ୍ୟ ଏବଂ କୃଷି ସଂଗଠନ ମଧ୍ୟରେ ଏକ ଦୃଢ଼ ସମ୍ପର୍କକୁ ଚିହ୍ନିତ କରିବାର ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ କୃଷି ଏବଂ ପୋଷଣ କ୍ଷେତ୍ର ଉପରେ ରହିବ। ଏହି ଅବସରେ ଦେଶରେ ଉପସ୍ଥିତ ପୁଷ୍ଟିହୀନତାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାକୁ ଏକ ପ୍ରତିଶ୍ରୁତି ମଧ୍ୟ ନିଆଯିବ। ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଦୁର୍ବଳ ବିଭାଗ ଏବଂ ଲୋକଙ୍କୁ ଆର୍ଥିକ ଏବଂ ପୁଷ୍ଟିକର ଭାବରେ ମଜବୁତ କରିବାର ଯାତ୍ରା ନିଆରା ରହିଛି ।

ଭାରତ ସହିତ ଐତିହାସିକ ସଂପର୍କ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗଦେବେ।

FAOର ଲକ୍ଷ ହେଉଛି ଲୋକଙ୍କୁ ନିୟମିତ ଭାବରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ଧରଣର ଖାଦ୍ୟ ଯୋଗାଇଦେବା ଯାହା ଦ୍ୱାରା ସେମାନେ ସକ୍ରିୟ ଏବଂ ସୁସ୍ଥ ରଖିବା । FAOର କାର୍ଯ୍ୟ ହେଉଛିୁ ପୁଷ୍ଟିକକ ସ୍ତର ବଢ଼ାଇବା, ଗ୍ରାମାଞ୍ଚଳର ଜନସଂଖ୍ୟାରେ ଉନ୍ନତି ଆଣିବା ଏବଂ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିରେ ଯୋଗଦାନ ଦେବା । FAO ସହିତ ଭାରତର ଏକ ଐତିହାସିକ ସମ୍ପର୍କ ଅଛି ।

୨୫ଟି ୱାର୍ଡରେ ୧୫ଶହ ଲୋକଙ୍କର ନମୂନା ସଂଗ୍ରହ କରିବ ୫ଟି ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଆରଏମ୍ଆରସି ଓ ବିଏମ୍ସି ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ ଆରମ୍ଭ ହେବ । ୨୫ଟି ୱାର୍ଡରେ ୧୫ଶହ ଲୋକଙ୍କର ନମୂନା ସଂଗ୍ରହ କରିବ ୫ଟି ସ୍ୱତନ୍ତ୍ର ଟିମ୍ । ଆଜିଠୁ ୧୮ତାରିଖ ପର୍ଯ୍ୟନ୍ତ ଟେଷ୍ଟ କରାଯିବ । ଏହି ଟେଷ୍ଟ ଜରିଆରେ ଭୁବନେଶ୍ୱରରେ କେତେ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ତାହା ଜଣାପଡିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି ।

ପୂର୍ବରୁ ଦୁଇଥର ସେରୋ ସରଭେଲାନ୍ସ ହୋଇଥିବା ବେଳେ ଭୁବନେଶ୍ୱରରେ ଶତକଡା ୧୦ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଥିଲା । ରାଜ୍ୟ ସରକାର ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ତ୍ୱ ଦେଉଥିବା ବେଳେ ଭୁବନେଶ୍ୱରରେ ଇତି ମଧ୍ୟରେ ୩ଲକ୍ଷ ଲୋକଙ୍କର ସ୍ୱାବ୍ ସଂଗ୍ରହ ସହିତ ଟେଷ୍ଟ ହୋଇସାରିଛି ।

ସୂଚନା ଅନୁସାରେ,  ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା କମିଛି । ପୂର୍ବରୁ ପ୍ରାୟ ଭୁବନେଶ୍ୱରରେ ୨୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣକୁ ରୋକିବାକୁ ଟେଷ୍ଟକୁ ଗୁରୁତ୍ତ୍ୱ ଦେଇଛନ୍ତି ସରକାର । ତେଣୁ କେବଳ ଭୁବନେଶ୍ୱରରେ ୩ଲକ୍ଷରୁ ଅଧିକ ଲୋକଙ୍ ସ୍ୱାବ ଟେଷ୍ଟ କରାଯାଇଛି । ସେରୋ ସରଭାନ୍ସି ମାଧ୍ୟମରେ ଗୋଷ୍ଠି ସଂକ୍ରମଣ ହୋଇଛି କି ନାହିଁ ଏବଂ ଲୋକଙ୍କ ଦେହରେ ଆଣ୍ଟିବଡ଼ି ହୋଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ମିଳୁଛି । ତେବେ ଭୁବନେଶ୍ୱରରେ ୩ଦିନ ଧରି ଏହି ସେରୋ ସର୍ଭେଲାନ୍ସ ଚାଲିବ ।

ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ: ଜନ୍ମଦିନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସୁଦର୍ଶନ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ବାଲିରେ ନିଖୁଣ ଚିତ୍ର କଳା ନିର୍ମାଣ କରି ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ ।

ଅନ୍ୟପଟେ ଆଜି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆଜି ତାଙ୍କ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

 

 

 

ମହିଳା ଜନପ୍ରତିନିଧିଙ୍କ ନାଁରେ ଅଶ୍ଳୀଳ ଫଟୋ ଭାଇରାଲ୍ ମାମଲାରେ ଓଟିଭି ବରିଷ୍ଠ ସାମ୍ବାଦିକଙ୍କୁ ଜେରା

ଭୁବନେଶ୍ୱର: କେନ୍ଦୁଝରର ଜଣେ ମହିଳା ଜନପ୍ରତିନିଧିଙ୍କ ନାଁରେ ଅଶ୍ଲୀଳ ଫଟୋ ଭାଇରାଲ୍ ମାମଲାରେ ପୁଣି ଅଡ଼ୁଆରେ ଓଟିଭି । ପୂର୍ବରୁ ଏହି ମାମଲାରେ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିଥିଲା ।  କିଛି ମାସ ଜେଲରେ ରହିବା ପରେ ସେ ଏବେ ଜାମିନରେ ଅଛନ୍ତି । ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚାରାଉଚରା ବେଳେ ସେ ଅନ୍ୟଜଣେ ବରିଷ୍ଠ ସାମ୍ବାଦିକ ତାଙ୍କୁ ସେହି କଣ୍ଟେଣ୍ଟ ପଠାଇଥିଲେ ବୋଲି ପୋଲିସ୍ ଆଗରେ ସ୍ୱୀକାର କରିଥିଲେ ।

Keonjhar Police Integrated Senior Otv Correspondence In Vulgar Viral Case

ଆଜି ସେହି ମାମଲାରେ କେନ୍ଦୁଝର ସଦର ପୋଲିସ୍ କଣ୍ଟେଣ୍ଟ ପଠାଇଥିବା ଓଟିଭି ସାମ୍ବାଦିକଙ୍କୁ ପଚରାଉଚରା କରିଛି । ଏଥିସହ ପୋଲିସ ସମ୍ପୃକ୍ତ ସାମ୍ବାଦିକଙ୍କ ମୋବାଇଲ୍ ଜବତ କରିଛି । ଅଧିକ ଯାଞ୍ଚ ପାଇଁ ପୋଲିସ୍ ଓଟିଭି କାର୍ଯ୍ୟାଳୟକୁ ଯାଇଥିଲା । ହେଲେ ଓଟିଭି କର୍ତ୍ତୃପକ୍ଷ ପୋଲିସକୁ ସହଯୋଗ ନକରି ଫେରାଇ ଦେଇଥିଲେ ବୋଲି କହିଛନ୍ତି କେନ୍ଦୁଝର ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡାଇ ।

ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଏକ କଲେଜ ବସ୍ ଓଲଟି ପଡ଼ିଛି । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଉଷ୍ଣପ୍ରସବଣ ନିକଟ ପାଳୁଖୋଳା ୟୁ ସ୍ପଟ ଟର୍ଣ୍ଣିଂରୁ କଲେଜ ବସଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବସଟି ଭୁବନେଶ୍ୱର ହାଇଟେକ୍ କଲେଜର ହୋଇଥିବା ସୂଚନା ମିଳୁଛି ।

College Bus Accident In Ganjam Taptapani Ghati, 20 Injured

ଗଜପତି ଜିଲ୍ଲା ଚାନ୍ଦିପୁଟରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । OJEE ଏଣ୍ଟ୍ରାନ୍ସ ଲାଗି ଛାତ୍ରଛାତ୍ରୀଙ୍କୁ ନେଇ (OR02 BS 0268) ବସ୍ ଭୁବନେଶ୍ୱର ଯାଉଥିଲା । ଦୁର୍ଘଟଣା ସ୍ଥଳରେ ପାଟପୁର ପୋଲିସ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ୩ଟି ଗାଡ଼ିରେ ନେଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବ ବେଳେ ବସ୍ ଡ୍ରାଇଭର ଓ ହେଲପରଙ୍କ ବିଷୟରେ କୌଣସି ସୂଚନା ମିଳିନି । ତେବେ, କେଉଁ କାରଣରୁ ବସଟି ଓଲଟିଲା ଜଣାପଡ଼ିନାହିଁ ।

College Bus Accident In Ganjam Taptapani Ghati, 20 Injured

ଏହା ପୂର୍ବରୁ ଗତ ଜାନୁଆରୀ ମାସ ଶେଷ ସପ୍ତାହରେ ତପ୍ତପାଣି ଘାଟିର ପାଳୁଖୋଳା ୟୁ ଟର୍ଣ୍ଣିଂରେ ମଧ୍ୟ ଦୁର୍ଘଟଣା ଘଟିଥିଲା । ବସ୍ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ । ଏବେ ପୁଣି ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟିଛି ।

ତପ୍ତପାଣି ଘାଟି ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ

ପ୍ରଥମ ଭାରତୀୟ ଓସ୍କାର ବିଜେତାଙ୍କ ପରଲୋକ…

ମୁମ୍ୱାଇ: ପ୍ରଥମ ଭାରତୀୟ ଭାବେ ଓସ୍କାର ପୁରସ୍କାର ହାତେଇଥିବା ପୋଷାକ ଡ଼ିଜାଇନର ଭାନୁ ଆଥେଇୟାଙ୍କର ଗୁରୁବାର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ଟ୍ୱିଟ୍ କରି ଭାନୁଙ୍କ ପରଲୋକ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ୯୧ ବର୍ଷ ବୟସରେ ଭାନୁ ମୁମ୍ବାଇରେ ମୃତ୍ୟୁବରଣ କରିଥିବା ସେ କହିଛନ୍ତି । ୮ବର୍ଷ ପୂର୍ବେ ଭାନୁଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ ।

ଯେଉଁଥିପାଇଁ ଗତ ୩ ବର୍ଷ ହେଲା ସେ ଶଯ୍ୟାଶାୟୀ ଥିଲେ ।  ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଆଟେନବୋରୋଙ୍କ ଚଳଚ୍ଚିତ୍ର ‘ଗାନ୍ଧୀ‘ରେ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପାଇଁ ସେ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ କୋଲହାପୁରରେ ଜନ୍ମଗ୍ରହଣ କରିଥିଲେ | ଏହା ପରେ ସେ  ମୟାନଗରୀ ମୁମ୍ବାଇକୁ କ୍ୟାରିୟର କରିବାକୁ ଆସିଥିଲେ | ସେ ୧୯୫୬ ମସିହାରେ ସୁପରହିଟ୍ ଚଳଚ୍ଚିତ୍ର ସିଆଇଡ଼ିରେ କ୍ୟାରିଅର ଆରମ୍ଭ କରିଥିଲେ ସେ । ଏହା ପରେ ରିଚାର୍ଡ ଆଟେନବୋରୋଙ୍କ ଗାନ୍ଧୀ ଚଳଚିତ୍ର ନିମନ୍ତେ ତାଙ୍କୁ ପୋଷାକ ଡ଼ିଜାଇନ ନିମନ୍ତେ ବଛା ଯାଇଥିଲା ।

ଏହି ଚଳଚ୍ଚିତ୍ରରେ ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ଲାଗି ତାଙ୍କୁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା ।   ଗାନ୍ଧୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ରିଚାର୍ଡ ଆଟେନବୋରୋଙ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ୧୭ ବର୍ଷ ସମୟ ଲାଗିଥିଲା, କିନ୍ତୁ ପୋଷାକ ଡିଜାଇନ୍ ପାଇଁ ଅଥାଇୟାଙ୍କ ନାମ ବାଛିବା ପାଇଁ ମାତ୍ର ୧୫ ମିନିଟ୍ ସମୟ ଲାଗିଥିଲା, କାରଣ ସେ ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ଥିଲେ ବୋଲି ରିଚାର୍ଡ କହିଥିଲେ।

ସାରୁଅରେ ଓଟିଭି ନିର୍ମାଣ କରିଥିବା ବେଆଇନ୍ ପାଚେରିକୁ ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା: ସାରୁଅରେ ଜମି ଜାଲିଆତି ଧରା ପଡ଼ିବା ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଆଜି ସକାଳେ ମଲ୍ଲିକ ସାହିରେ ଓଟିଭି କରିଥିବା ମହିଳା ସମିତି କାର୍ଯ୍ୟାଳୟର ବେଆଇନ୍ ପାଚେରିକୁ ଭାଙ୍ଗି ଦିଆଯାଇଛି । ଗତ ଫେବ୍ରୁଆରୀରେ ଚଞ୍ଚକତା କରି ଏଠି ଘର କରିବା ସହିତ ଚାଷ ଜମିକୁ ପାଣି ଅବରୋଧ କରିଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ତେବେ ବାଘମାରୀ ଥାନାରେ ଓଟିଭି ଏମଡି ଜଗି ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ ପାଇଁ ଯାଇଥିବା ଖୋର୍ଦ୍ଧା ଏସଡିପିଓଙ୍କୁ ସେ ସହଯୋଗ କରିନାହାଁନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ସକାଳ ପ୍ରାୟ ୬ଟା- ସାରୁଅ ମଲ୍ଲିକ ସାହିରେ ପହଞ୍ଚିଯାଇଥିଲା ପ୍ରଶାସନର ଟିମ । ଏହାପରେ ଓଟିବି କରିଥିବା ମହିଳା ସମିତି ବିଲ୍ଡିଂର ପାଚେରିକୁ ଭଙ୍ଗାଯାଇଥିଲା । ପାଚେରି ଭାଙ୍ଗି ଜଳ ଅବରୋଧ ହଟାଇବା ତଥା ଚାଷ ଜମିକୁ ରାସ୍ତା ଖୋଲିବାକୁ ଉଦ୍ୟମ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ମହିଳା ସମିତି ଜରିଆରେ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇ ଜମି କିଣିଥିଲା ଓଟିଭି । ହେଲେ ନିର୍ମାଣ କାମ ସରିବା ପରେ, ଅଫିସରେ ତାଲା ମାରିଦେଇ ଉଭାନ ହୋଇଯାଇଥିଲା । ଆଉ ଲୋକଙ୍କ ପ୍ରବେଶ ନିଷେଧ ପାଇଁ କୋଠା ଚାରିପଟେ ବୁଲାଇ ଦେଇଥିଲା ପାଚେରୀ । ଏପରିକି ଜମି ହଡ଼ପ ପାଇଁ ପୋଖରୀ ବି ଘେରାବନ୍ଦୀ କରାଯାଇଥିଲା ।

Illegal Boundary Constructed By OTV In Sarua Demolished By Khordha Dist Administration

ଫଳରେ ଚାଷ ଜମିକୁ ପାଣି ଗଲାନି । ପାଣି ବି ଦୂଷିତ ହେଲା । ପଡ଼ିଆ ପଡ଼ିଲା ଚାଷ ଜମି । ଏ ନେଇ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଥିଲେ ମଲ୍ଲିକସାହି ଲୋକେ । ମାପଚୁପ୍ ପରେ ଧରା ପଡ଼ିଥିଲା ଓଟିଭିର ଚଞ୍ଚକତା । ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ପାଚେରି ଭଙ୍ଗା ଯାଇଛି । ଢୁ ଢୁ ବର୍ଷାରେ ପାଚେରିକୁ ଭାଙ୍ଗିଦେଇ ପ୍ରଶାସନ ମାଟିରେ ମିଶାଇ ଦେଇଛି ।

Illegal Boundary Constructed By OTV In Sarua Demolished By Khordha Dist Administration

ପ୍ରଶାସନର ପାଚେରି ଭଙ୍ଗା କାମକୁ ଜମି ହରେଇଥିବା ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି । ଜବରଦଖଲ ଜମିରେ ବହୁ ସମୟ ଧରି କିଛି ଲୋକ ଓଟିଭି, ବୈଜୟନ୍ତ ଓ ଜଗି ବିରୋଧୀ ନାରା ଦେଇଥିଲେ ।

Illegal Boundary Constructed By OTV In Sarua Demolished By Khordha Dist Administration

ଏଠାରେ ସରିନି ଓଟିଭିର ଅଡ଼ୁଆ । ବାଘମାରୀ ଥାନାରେ ଜଗି ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କ ନାଁରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ ବି ଆରମ୍ଭ ହୋଇଛି । ଆଜି ଖୋର୍ଦ୍ଧା ଏସଡିପିଓ ବ୍ୟକ୍ତିଗତ ଭାବେ ସାରୁଅ ଓଟିଭି ଷ୍ଟୁଡିଓ ଯାଇଥିଲେ । ରନ୍ଧିର ବରିଷ୍ଠ ନାଗରିକ ହୋଇଥିବାରୁ, କୋଭିଡ୍ ନିୟମ ପାଳନ କରି ଥାନାକୁ ଡକାଇବା ବଦଳରେ ନିଜେ ପଚରାଉଚରା ପାଇଁ ଯାଇଥିଲେ ଏସଡିପିଓ । ଗତକାଲି ଏ ନେଇ ଫୋନ ଯୋଗେ ସୂଚନା ବି ଦିଆଯାଇଥିଲା । ହେଲେ ପାଖାପାଖି ୩ ଘଣ୍ଟା ଅପେକ୍ଷା କରିବା ପରେ ବି ରନ୍ଧିର ଆସିନଥିଲେ । ଆସନ୍ତାକାଲି ପୁଣି ଆସିବା ନେଇ ଓଟିଭି ଷ୍ଟୁଡିଓ ବାହାରେ ଲଟକା ଝୁଲାଇ ବିରକ୍ତ ହୋଇ ଚାଲିଯାଇଥିଲେ ଏସଡିପିଓ ।

Illegal Boundary Constructed By OTV In Sarua Demolished By Khordha Dist Administration

ଆସନ୍ତାକାଲି ରନ୍ଧିର ସହଯୋଗ ନ କଲେ, ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବ ଖୋର୍ଦ୍ଧା ପୋଲିସ । ଅନ୍ୟପଟେ ପାଚେରା ଦ୍ୱାରା ଘେରାବନ୍ଦୀ ହୋଇଥିବାରୁ ଆଉ କେଉଁ ଲୋକଙ୍କ ଜମିରେ ଚାଷ ହୋଇ ପାରୁନି, ତାହାର ଯାଞ୍ଚ କରୁଛି ଜିଲ୍ଲା ପ୍ରଶାସନ । ଏହି ଉଚ୍ଛେଦ କାର୍ଯ୍ୟ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍ ବୈଠକ: ବଢିବ କରୋନା ଟେଷ୍ଟିଂ ଓ ସେରୋ ସର୍ଭେ…

ନୂଆଦିଲ୍ଲୀ: ଆଗକୁ ଦେଶରେ ବ୍ୟାପକ କରୋନା ପରୀକ୍ଷା ଓ ସେରୋ ସର୍ଭେ ହେବ । ଏନେଇ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ  ବସିଥିବା କରୋନା ପରୀକ୍ଷଣ ଓ ଭ୍ୟାକସିନ ସମ୍ୱନ୍ଧୀତ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି  । ଏଥିରେ କମ୍ ଟଙ୍କାରେ କରୋନା ପରୀକ୍ଷା ସହ ସଠିକ୍ ରିପୋର୍ଟ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି  । ବୈଠକରେ ଭାରତୀୟ ଭ୍ୟାକସିନ୍ ନିର୍ମାଣ କମ୍ପାନୀ ଗୁଡିକୁ ପ୍ରଶଂସା କରାଯାଇଛି  ।

ଏହି ବୈଠକରେ କୋଭିଡ୍ ଭୂତାଣୁକୁ ନେଇ ରିସର୍ଚ୍ଚ, କରୋନା ଟିକା ନିର୍ମାଣ ସହ ପାରମ୍ପରିକ ଚିକତ୍ସା ଉପରେ ବି ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି  । ଭୂତାଣୁ ମହାମାରୀ ବେଳେ ଆୟୁଷ ମନ୍ତ୍ରାଳୟର ଉଚିତ ପଦକ୍ଷେପକୁ ବି ପ୍ରଶଂସା କରିଛନ୍ତି ମୋଦି  । ଏହି ସମୟରେ ଆୟୁଷ ମନ୍ତ୍ରାଳୟ କରୋନା ନେଇ ବିଶ୍ୱସନୀୟ ତଥ୍ୟ ପ୍ରକାଶ ଏବଂ ସଂକ୍ରମଣ ରୋକିବାକୁ ଉଚିତ ପଦକ୍ଷେପ ନେଇଥିବା କହିଛନ୍ତି ମୋଦି  । ବୈଠକରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ନୀତି ଆୟୋଗ ସଦସ୍ୟ,  ପ୍ରିନସିପାଲ ସାଇଣ୍ଟିଫିକ୍ ଆଡାଭାଇଜର ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ  ।

ପଞ୍ଜାବ ସମ୍ମୁଖରେ ୧୭୨ ରନ୍ ବିଜୟ ଲକ୍ଷ୍ୟ, ଗେଲ-ରାହୁଲଙ୍କ ଉପରେ ରହିବ ନଜର

0

ଶାରଜା : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟର ୩ୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମୁକାବିଲା ହେଉଛି । ଏହି ମ୍ୟାଚରେ ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଫିଞ୍ଚ ୨୦, ପାଡିକଲ ୧୮, କୋହଲି ୪୮,  ସୁନ୍ଦର ୧୩, ଦୁବେ ୨୩ ରନ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଡିଭିର୍ଲିୟସ ୨, ମୋରିସ ୨୫ ଏବଂ ଉଡାନ ୧୦ ରନ ସଂଗ୍ରହ କରିଥିଲେ । ପଞ୍ଜାବ ପକ୍ଷରୁ ୧୨ ରନ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା ।

ସେହିପରି ପଞ୍ଜାବ ପକ୍ଷରୁ ୬ ଜଣ ବୋଲରଙ୍କୁ ବ୍ୟବହାର କରାଯାଇଥିଲା ।  ଦଳ ପକ୍ଷରୁ ମାକ୍ସୱେଲ, ସାମି, ସିଂ, ବିଶୋଇ, ଅଶ୍ୱିନ ଏବଂ ଜୋର୍ଡାନ ବୋଲିଂ କରିଥିଲେ ।  ସାମି ଏବଂ ଅଶ୍ୱିନ ୨ଟି ଲେଖାଏ ଉଇକେଟ ନେଇଥିବା ବେଳେ, ସିଂ ଏବଂ ଜୋର୍ଡାନ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

 

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୭୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: କରୋନାକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥତା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୭୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୦୨ ଜଣ, ପୁରୀରୁ ୧୮୫, ଅନୁଗୁଳରୁ ୧୮୨, କେନ୍ଦ୍ରାପଡ଼ା ୧୫୦, ନୂଆପଡ଼ା ୧୪୨, ସୁନ୍ଦରଗଡ଼ ୧୦୬, ବାଲେଶ୍ୱର ୯୪, ଯାଜପୁର ୯୧, କଳାହାଣ୍ଡି ୭୮, ବଲାଙ୍ଗିର ୭୪, ବରଗଡ଼ ୭୩, କେନ୍ଦୁଝର ଓ ସମ୍ବଲପୁରରୁ ୭୨ ଜଣ ଲେଖାଏଁ, ମୟୂରଭଞ୍ଜ ୬୮, ମାଲକାନଗିରି ୬୭, ଜଗତସିଂହପୁର ୬୫, ନବରଙ୍ଗପୁର ୬୨, ସୋନପୁର ୫୯, ଝାରସୁଗୁଡ଼ା ୫୬, ନୟାଗଡ଼ ୫୫, ରାୟଗଡ଼ା ୫୪, କୋରାପୁଟ ୫୧, କନ୍ଧମାଳ ୪୩, ଭଦ୍ରକ ୩୩, ଗଞ୍ଜାମ ୩୧, ଢେଙ୍କାନାଳ ୨୭, ବୌଦ୍ଧ ୨୭, ଦେବଗଡ଼ ୧୮ ଓ ଟେଷ୍ଟ ପୁଲରୁ ୮୪ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୨୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୯ ଜଣ ସୁସ୍ଥ ହୋଇଛନ୍ତି । ନୂଆ କରି ଚିହ୍ନଟ ୨୫୩ ସଂକ୍ରମିତଙ୍କ ମଧ୍ୟରୁ ୭୩ଟି ମାମଲା କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୧୮୦ଟି ମାମଲା ସ୍ଥାନୀୟ ସଂକ୍ରମଣ ।