spot_img
Home Blog Page 6582

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଘୋଷଣା ହେବ ଦଣ୍ଡ ବିଧାନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲା । ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ଘୋଷଣା କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମୟରେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ମଧ୍ୟ ଦଣ୍ଡ ଘୋଷଣା ହେବ । ଗତ ୬ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଦୁଇ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ । ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହା କୋଇଲା ଖଣିକୁ ବେଆଇନ ଭାବେ ସିଟିଏଲ ବା କାଷ୍ଟ୍ରୋନ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା  । ଏହି ଆବଣ୍ଟନ ବେଳେ ଅନେକ ଅନିୟମିତତା ହୋଇଥିଲା । ତେବେ ଆଜି କୋର୍ଟଙ୍କ ଦଣ୍ଡ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି ।

ରାଜ୍ୟରେ ବର୍ଷା ଜାରି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା । ଆଜି ବି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଗତ କାଲି ଲଘୁଚାପ ଆନ୍ଧ୍ରପ୍ରଦେଶର କାକିନାଡ଼ରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି ।  ସକାଳ ୯ଟା ଯାଏଁ ୮ ଜିଲ୍ଲାକୁ ବର୍ଷା, ବଜ୍ରପାତ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି ।

ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଦିନ ପରେ ୧୭ ତାରିଖରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଦକ୍ଷିଣ ଓଡିଶାର ଅନେକ ଅଞ୍ଚଳରେ ବର୍ଷା ହୋଇଥିଲା । ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ଥିଲା। ଅକ୍ଟୋବର ମାସରେ ସାଇକ୍ଲୋନର ଆଶଙ୍କା ଥିବାରୁ ଲୋକଙ୍କୁ ଏନେଇ ଆଗୁଆ ସୂଚନା ଦିଆଯିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏହି ରାଶିର ବ୍ୟକ୍ତିମାନେ ଆଜି ସତର୍କ ରୁହନ୍ତୁ, ଲାଗିପାରେ ବିଦ୍ୟୁତଜନିତ ଆଘାତ…

ଆଜିର ପଞ୍ଚାଙ୍ଗ:

୧୪ ଅକ୍ଟୋବର, ୨୦୨୦, ବୁଧବାର

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୯ ଦିନ, ଆଶ୍ୱିନ ମଳମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି

ସୂର୍ଯ୍ୟ ରହିବେ କନ୍ୟା ରାଶିରେ, ଚନ୍ଦ୍ର ରହିବେ ସିଂହ ରାଶିରେ

ପୂର୍ବାଫାଲଗୁନୀ ନକ୍ଷତ୍ର

ଘାତଚନ୍ଦ୍ର- କର୍କଟ,ମକର ରାଶି ପୁରୁଷଙ୍କର

ଯୋଗିନୀ ନୈଋତରେ ରହିବେ

ଦିନ ୧୧ଟା ୫୪ ପରେ ଦକ୍ଷିଣରେ ରହିବେ

ଆଜି ପୁଷ୍କର ଦୋଷ ୨ ପାଦ ରହିବ,

ଦିନ ୧୧ଟା ୫୪ ରୁ ରାତି ୮ଟା ୪୪ ମଧ୍ୟରେ ୧ ପାଦ ରହିବ

ପ୍ରତିକାର ପାଇଁ ଅନ୍ନ ଓ ପୀତ ବସ୍ତ୍ର ଦାନ କରନ୍ତୁ

– ଶୁଭ ସମୟ –

ସକାଳ ୮ଟା ୦୨ ରୁ ଦିନ ଦିନ ୧୧ଟା ୦୯

ସନ୍ଧ୍ୟା ୬ଟା ୧୧ ରୁ ରାତି ୧୦ଟା ୧୮

– ଅଶୁଭ ସମୟ –

ଦିନ ୧୧ଟା ୩୨ ରୁ ଦିନ ୧ଟା ମଧ୍ୟରେ

ଆଜି ପୋଇଶାଗ ଓ ବାଇଗଣ ଖାଇବା ନିଷେଧ

 

ମେଷ ରାଶି –

ଅଶ୍ୱିନୀ ନକ୍ଷତ୍ର – ବନ୍ଧୁ,ପରିଜନଙ୍କ ସହ ଜଗିରଖି ଚଳନ୍ତୁ,ସେମାନେ ଫାଇଦା ନେଇପାରନ୍ତି

ଦ୍ୱିଜା ନକ୍ଷତ୍ର – ପରିବାରରେ ଶାନ୍ତି ଶୃଙ୍ଖଳା ସହିତ କର୍ମକ୍ଷେତ୍ରରେ ସମ୍ମାନ ମିଳିବ

କୃତ୍ତିକା ନକ୍ଷତ୍ର – ଅଯଥା ଖର୍ଚ୍ଚ ହେବାର ସମ୍ଭାବନା, ଶାରିରୀକ ଅସୁସ୍ଥତା ଅନୁଭବ କରିବେ

ସୁନ୍ଦରାକାଣ୍ଡ ପାଠ କରିଲେ ଆପଣଙ୍କ ପାଇଁ ଶୁଭ ରହିବ

ବୃଷ ରାଶି –

କୃତ୍ତିକା ନକ୍ଷତ୍ର – କର୍ମକ୍ଷେତ୍ରରେ ସତର୍କ ରୁହନ୍ତୁ, ନିଜ ଲୋକ ହିଁ ସମ୍ମାନହାନୀ କରିପାରନ୍ତି

ରୋହିଣି ନକ୍ଷତ୍ର – କର୍ମକ୍ଷେତ୍ରରେ ଉନ୍ନତି ସହ ସମ୍ମାନ ମିଳିବ, ବକେୟା ଅର୍ଥ ବି ପାଇପାରନ୍ତି

ମୃଗଶିରା ନକ୍ଷତ୍ର – ଗୃହିଣୀମାନେ ପରିବାରରେ ସ୍ନେହ,ଶ୍ରଦ୍ଧା ପାଇବେ, ଅର୍ଥ ବି ସେମାନଙ୍କୁ ଲାଭ ହୋଇପାରେ

କର୍ପୂର ଆଳତି ସହ ସନ୍ଧ୍ୟାରେ ଶ୍ରୀଶୁକ୍ତ ପାଠ କରନ୍ତୁ

ମିଥୁନ ରାଶି –

ମୃଗଶିରା ନକ୍ଷତ୍ର – ପୂର୍ବରୁ ରହିଥିବା ଗଣ୍ଡଗୋଳ ଆଜି ସମାଧାନ ହୋଇଯିବ, ଆକସ୍ମିକ ଧନ ଲାଭ ହୋଇପାରେ

ଆର୍ଦ୍ରା ନକ୍ଷତ୍ର – ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ, ବିଦ୍ୟାର୍ଥୀମାନେ ଜଗିରଖି ଚଳନ୍ତୁ

ପୁନର୍ବସୁ- ବିଦ୍ୟାର୍ଥୀ ଆଶା କରୁଥିବା କିଛି ପ୍ରୋଜେକ୍ଟ ପାଇପାରନ୍ତି, ମନ ଖୁସି ରହିବ

ଘରୁ ବାହାରିବା ପୂର୍ବରୁ ଗୋ-ମୂତ୍ର ଅର୍କ କିଛି ନିଜ ଉପରେ ଛିଞ୍ଚି ଦିଅନ୍ତୁ

କର୍କଟ ରାଶି –

ପୁନର୍ବସୁ ନକ୍ଷତ୍ର – ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ବିପଦରୁ ମୁକ୍ତି ପାଇବେ

ପୁଷ୍ୟା ନକ୍ଷତ୍ର – ପୁଞ୍ଜି ନିବେଶ କାରଣକୁ ନେଇ ସାମାନ୍ୟ ମତଭେଦ ହୋଇପାରେ, ଅଶାନ୍ତି ବଢିପାରେ

ଅଶ୍ଲେଷା ନକ୍ଷତ୍ର – ଶାରିରୀକ କଷ୍ଟରୁ ମୁକ୍ତି ପାଇବା ସହ ଦୁର ସଂପର୍କୀୟଙ୍କ ସହ ସାକ୍ଷାତ ହେବ

ଅଁଳା ଗଛରେ କ୍ଷୀର ଢାଳି ପ୍ରଣାମ କରନ୍ତୁ

ସିଂହ ରାଶି –

ମଘା ନକ୍ଷତ୍ର – ଦିନସାରା ସତର୍କ ରୁହନ୍ତୁ, ବିଦ୍ୟୁତଜନିତ ଆଘାତ ପାଇପାରନ୍ତି

ପୂର୍ବାଫାଲଗୁନି ନକ୍ଷତ୍ର – ଦିନଟି ଉଭୟ ପୁରୁଷ,ମହିଳାଙ୍କ ପାଇଁ ଭଲ ରହିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଦିନଟି ମଧ୍ୟମ ଧରଣର ରହିବ, ନିଜ ଜିନିଷ ପ୍ରତି ସତର୍କ ରୁହନ୍ତୁ

ଚଉରା ମୂଳରେ ଗଙ୍ଗା ଜଳ ଅର୍ପଣ ସହ ପୂଜା କରନ୍ତୁ

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର- କୌଣସି କାର୍ଯ୍ୟ ପୂରଣ ହେବ ନାହିଁ, ମନ ଅଶାନ୍ତ ରହିବ

ହସ୍ତା ନକ୍ଷତ୍ର – କିଛି ନୂଆ ଯୋଜନା,ବ୍ୟବସାୟରେ କିଛି ପୁଞ୍ଜି ନିବେଶ କରନ୍ତୁ, ଦିନଟି ଭଲ ଅଛି

ଚିତ୍ରା ନକ୍ଷତ୍ର – ପାରିବାରିକ ସଂପତ୍ତି ବିବାଦରେ ଥିଲେ ବି କିଛି ସମାଧାନ ହୋଇପାରେ

ଗୋଟିଏ ଫଳ ନିଜ ମୁଣ୍ଡ ଉପରେ ବୁଲାଇ କୌଣସି ମନ୍ଦିର ସ୍ଥାନରେ ରଖିଦିଅନ୍ତୁ

ତୁଳା ରାଶି –

ଚିତ୍ରା ନକ୍ଷତ୍ର – ନିଜ ବନ୍ଧୁଙ୍କୁ ସାହାଯ୍ୟ କରିବା ସହିତ ନିଜେ ବି ସାହାଯ୍ୟ ପାଇବେ

ସ୍ୱାତୀ ନକ୍ଷତ୍ର – ନିଜର ଖାଦ୍ୟ ପାନୀୟକୁ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଶରୀର ଅସୁସ୍ଥ ରହିପାରେ

ବିଶାଖା ନକ୍ଷତ୍ର – ଘରେ ବନ୍ଧୁବାନ୍ଧବଙ୍କ ସହ ସମୟ କାଟିବେ, ଦିନ ସାରା ଖୁସି ରହିବେ

ଖାଦ୍ୟରେ କିଛି ଅଁଳା ବ୍ୟବହାର କରନ୍ତୁ

ବିଛା ରାଶି –

ବିଶାଖା ନକ୍ଷତ୍ର – ନୂଆ ଚାକିରୀ ସନ୍ଧାନରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଭଲ ରହିବ

ଅନୁରାଧା ନକ୍ଷତ୍ର – ଛୋଟ ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ

ଜ୍ୟେଷ୍ଠା ନକ୍ଷତ୍ର – ନୂଆ ଘର ପାଇଁ ଚିନ୍ତା କରୁଥିଲେ ସେଥିରେ ସଫଳ ରହିବେ

କିଛି ଗୋଲାପ ଫୁଲର ଅତର ବ୍ୟବହାର କରନ୍ତୁ

ଧନୁ ରାଶି –

ମୂଳା ନକ୍ଷତ୍ର – ଅନ୍ୟମାନଙ୍କୁ ସାହାଯ୍ୟ କରି ଶାରିରୀକ କଷ୍ଟ ଭୋଗିବେ

ପୂର୍ବାଷାଢା ନକ୍ଷତ୍ର – ସନ୍ତାନମାନଙ୍କର କାର୍ଯ୍ୟ ମନକୁ ଖୁସି ରଖିବ

ଉତ୍ତରାଷାଢା ନକ୍ଷତ୍ର – ବାପା,ମାଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ

ନିଜ ଘରେ ବ୍ରାହ୍ଣଣଙ୍କୁ ଭୋଜନ ଦିଅନ୍ତୁ

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ଋଣ ଦେଇଥିବା ଅର୍ଥ ପାଇବେନି, ଦିନସାରା ମନ ଅଶାନ୍ତ ରହିବ

ଶ୍ରବଣା ନକ୍ଷତ୍ର – ନିଜ ଭାଇ ସହ ବିବାଦ ହୋଇପାରେ, ଶାନ୍ତି ସହକାରେ କଥା ହୁଅନ୍ତୁ

ଧନିଷ୍ଠା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ

ଜଗନ୍ନାଥ ପ୍ରଭୁଙ୍କୁ ପାନ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଲୁହା,କୋଇଲା ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ

ଶତଭିଷା ନକ୍ଷତ୍ର – କର୍ମକ୍ଷେତ୍ର ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କର ଦାୟିତ୍ବ ବଢିଯିବ

ପୂର୍ବଭାଦ୍ର ନକ୍ଷତ୍ର – ପରିବାରରେ ବହୁ ଦିନରୁ ଚାଲିଥିବା ତିକ୍ତତା ସମାଧାନର ରୂପ ନେବ

ଘରେ ଝୁଣା ଆଳତି କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର -ମା’ଙ୍କୁ ଘରେ କିଛି ସମୟ ଦିଅନ୍ତୁ, ଅନେକ ସମସ୍ୟାର ସମାଧାନ ହେବ

ଉତ୍ତରଭାଦ୍ର ନକ୍ଷତ୍ର – ଶରୀର ଅସୁସ୍ଥ ରହିବା ସହ ସଂପର୍କରେ ତିକ୍ତତା ଆସିବ

ରେବତୀ ନକ୍ଷତ୍ର -ଗୁରୁଜନଙ୍କ ଠାରୁ ଆଶିର୍ବାଦ୍ ଯୋଗୁ ସବୁ କାର୍ଯ୍ୟରେ ସଫଳ ରହିବେ

ବ୍ରହ୍ମଜ୍ୟେଷ୍ଠୀ ଗଛ ମୂଳରେ କ୍ଷୀର,ହଳଦିଆ ଫୁଲ ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ- 8456014477

ମୁକୁଳିବେ ମେହମୁବା, ଜାରି ହେଲା ବିଜ୍ଞପ୍ତି

ଜମ୍ମୁ ଓ କଶ୍ମୀର: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ କାରାବାସରୁ ମୁକ୍ତି ମିଳିବ । ଏ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାୟ ଏକ ବର୍ଷ କାରାବାସ ଭୋଗିବା ପରେ ମୁଫତି କାରାବାସରୁ ମୁକ୍ତ ହେବେ । ଏନେଇ ଜମ୍ମୁ ସିଭିଲ ସେକ୍ରେଟେରିୟଟ୍ ଗୃହ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟପାଳଙ୍କ ଚିଠି: ଉଦ୍ଧବ କହିଲେ ‘ମୁଁ ହିନ୍ଦୁତ୍ୱକୁ ମାନେ, ଆପଣଙ୍କ ସାର୍ଟିଫିକେଟ୍‌ ଲୋଡ଼ା ନାହିଁ’

ମହାରାଷ୍ଟ୍ର: ମନ୍ଦିର ଖୋଲିବାକୁ ନେଇ ମହାରାଷ୍ଟ୍ରରେ ରାଜନୀତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରାଜ୍ୟପାଳ ଭଗତ ସିଂ କୋସ୍ୟାରି ମୁଁହାମୁଁହି ହୋଇଛନ୍ତି । ରାଜ୍ୟପାଳ ମନ୍ଦିର ଖୋଲିବା ନେଇ ଉଦ୍ଧବଙ୍କୁ ଚିଠି ଲେଖିଥିଲେ । ରାଜ୍ୟରେ ବାର ଏବଂ ରେଷ୍ଟୁରେଣ୍ଟ ଖୋଲିଗଲାଣି କିନ୍ତୁ ମନ୍ଦିର ଖୋଲା ହୋଇନି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ।

ଆପଣଙ୍କୁ ମନ୍ଦିର ନଖୋଲିବା ପାଇଁ ଦୈବି ବାଣୀ ହୋଇଛି ନା ହଠାତ୍ ଏମିତି ଧର୍ମନିରପେକ୍ଷ ହୋଇଗଲେ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ । ତେବେ ରାଜ୍ୟପାଳଙ୍କୁ ଉତ୍ତରଦେଇ ଉଦ୍ଧବ କହିଛନ୍ତି, ମୁଁ ହିନ୍ଦୁତ୍ୱକୁ ମାନେ । ଏଥିପାଇଁ ଆପଣଙ୍କଠାରୁ ସାର୍ଟିଫିକେଟ୍ ଦରକାର ନାହିଁ । ତୁରନ୍ତ ଲକଡାଉନ୍‌ କରିଦେବା ଯେଭଳି ଭୁଲ ନିଷ୍ପତ୍ତି, ତୁରନ୍ତ ଲକଡାଉନ୍‌ ଉଠେଇବା ମଧ୍ୟ ଭୁଲ ହେବ ବୋଲି ଉଦ୍ଧବ ଠାକରେ ନିଜ ଉତ୍ତରରେ କହିଛନ୍ତି ।

Kangna With Sarad Pawar

ଖୁବଶୀଘ୍ର ମନ୍ଦିର ଖୋଲିବା ନେଇ ବିଭିନ୍ନ ମନ୍ଦିର ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସାଧାରଣ ଜନତା । ରାଜ୍ୟ ସରକାର ତୁରନ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସେମାନେ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର ।

ହାଥ୍‌ରସ୍ ଗଣଦୁଷ୍କର୍ମ ଘଟଣା: ତନାଘନା ଆରମ୍ଭ କରିଛି CBI, ଆବଶ୍ୟକ ପଡ଼ିଲେ ରି-କ୍ରିଏଟ୍‌ ହେବ କ୍ରାଇମ୍‌ ସିନ୍‌

ଉତ୍ତରପ୍ରଦେଶ: ହାଥ୍‌ରସ୍ ଗଣଦୁଷ୍କର୍ମ ଘଟଣାରେ ତନାଘନା ଆରମ୍ଭ କରିଛି ସିବିଆଇ । ବୁଲଗଡି ଗାଁରେ ପହଞ୍ଚି ଫରେନସିକ ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ ୧୫ ଜଣିଆ ଟିମ୍ । ପୀଡ଼ିତାଙ୍କ ଭାଇଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା ସିବିଆଇ ଫରେନସିକ ଟିମ୍ । ମାମଲା ସହ ସଂପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଓ କେସ୍ ଡାଏରୀକୁ ସିବିଆଇ ଅନୁଧ୍ୟାନ କରିଛି ।

ସିବିଆଇ ସହ ଫରେନସିକ ଟିମ୍ ପୀଡିତାଙ୍କ ଶବ ଦାହ ହୋଇଥିବା ସ୍ଥାନରୁ ମାଟି ସଂଗ୍ରହ କରିଛି । ପୀଡିତାଙ୍କ ମାଆ ହସପିଟାଲରୁ ଫେରିବା ପରେ ପୂରା ପରିବାରକୁ କ୍ରାଇମ ସ୍ପଟକୁ ନେଇ ପଚରାଉଚରା ମଧ୍ୟ କରିଥିଲେ ସିବିଆଇ ଅଧିକାରୀ ।

ପୀଡିତାଙ୍କ ୭୨ ଘଣ୍ଟା ଭିତରେ ମେଡିକାଲ ଯାଞ୍ଚ କରାଯାଇ ନଥିଲା । ଦୁଷ୍କର୍ମର ୧୧ ଦିନ ପରେ ନିଆଯାଇଥିଲା ସାମ୍ପୁଲ । ଖାଲି ସେତିକି ନୁହେଁ ଅଭିଯୁକ୍ତଙ୍କୁ କଷ୍ଟଡିରେ ନେବାପରେ ମଧ୍ୟ କରାଯାଇନି ପଚରାଉଚରା । ତଦନ୍ତରେ କୌଣସି ମହିଳା ଅଧିକାରୀ ନାହାନ୍ତି । ଘଟଣାସ୍ଥଳରୁ ପ୍ରମାଣକୁ ଏକାଠି କରାଯାଇ ନାହିଁ । ଯାଞ୍ଚ ସମୟରେ ସିବିଆଇ ହାତରେ ଲାଗିଛି ପୋଲିସ ଓ ପ୍ରଶାସନର ଏହିସବୁ ଅବହେଳାର ତଥ୍ୟ । ତେବେ ଯାଞ୍ଚ ପାଇଁ ଆଗାମୀ କିଛି ସପ୍ତାହରେ ହାଥରସରେ ରହିବେ ସିବିଆଇର ଏହି ୧୫ ଅଧିକାରୀ ।

୧୪ ସେପ୍ଟେମ୍ବର ଦିନ କଣ ହୋଇଥିଲା ? ପୀଡିତା ଓ ଅଭିଯୁକ୍ତଙ୍କ ପରିବାର ମଧ୍ୟରୁ କିଏ ସତ କହୁଛି ? ଘଟଣା ଦିନ ଅଭିଯୁକ୍ତମାନେ କେଉଁଠି ଥିଲେ ? ପୀଡିତାଙ୍କ ଭାଇ ଓ ଅଭିଯୁକ୍ତଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ? ପୀଡିତା ପ୍ରଥମ ବୟାନରେ ଦୁଷ୍କର୍ମ ନେଇ କାହିଁକି କହି ନଥିଲେ ? ପୀଡିତାଙ୍କ ବୟାନ ଓ ମେଡିକାଲ ରିପୋର୍ଟରେ କାହିଁକି ତାଳମେଳ ନାହିଁ ? ଏସବୁକୁ ନେଇ ଖୋଳତାଡ ଆରମ୍ଭ କରିଛି ସିବିଆଇ । ଘଟଣାକୁ ଅନେକ ଦିନ ବିତିଯାଇଥିବାରୁ କ୍ରାଇମ୍‌ ସିନ୍ ରିକ୍ରିଏଟ୍ କରି ପ୍ରମାଣ ଏକାଠି କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ କଷ୍ଟଡିରେ ନେଇ ପଚରାଉଚରା କରିପାରେ ସିବିଆଇ ।

ପାର୍ବଣ ଋତୁରେ ସାରା ଦେଶରେ ଗଡ଼ିବ ୧୯୬ ଯୋଡା ଟ୍ରେନ…

ନୂଆଦିଲ୍ଲୀ: ଆସନ୍ତା ପାର୍ବଣକୁ ନଜରରେ ରଖି ରେଳ ମନ୍ତ୍ରାଳୟ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରିଛି । ୧୯୬ ଯୋଡା ଟ୍ରେନ ସେବା ଆରମ୍ଭ ହେବା ନେଇ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ଟ୍ରେନ ସେବା ଆସନ୍ତା ଅକ୍ଟୋବର ୨୦ ଆରମ୍ଭ ହୋଇ ନଭେମ୍ୱର ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ପାର୍ବଣ ସମୟରେ ରେଳଯାତ୍ରା କଲେ ଅତିରିକ୍ତ ଅର୍ଥ ଖର୍ଚ୍ଚ କରିବାକୁ ପଡିବ  ।

ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ସଂକ୍ରମଣ ପରେ ଏଯାବତ୍ ଏତେ ମାତ୍ରାରେ ରେଳ ଚଳାଚଳ ହୋଇନଥିଲା । ତେବେ ଅଧିକାଂଶ ଟ୍ରେନ ସପ୍ତାହକ ୭ ଦିନ ଚାଲୁଥିବା ବେଳେ କିଛି ଟ୍ରେନ ସପ୍ତାହକୁ ୨ ଥର କିମ୍ୱା ୪ ଥର ଚାଲିବା ନେଇ ସୂଚନା ରହିଛି । ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ ଓ ଗନ୍ତବ୍ୟସ୍ଥଳୀ ସମ୍ୱନ୍ଧୀତ ସୂଚନା ରହିଛି । କେଉଁ ଟ୍ରେନ କେତେବେଳେ ଯାତ୍ରା କରିବ ଓ କେବେଠାରୁ ଟିକେଟ୍ ସଂରକ୍ଷଣ ହେବ ସେନେଇ କୌଣସି ସୂଚନା ନାହିଁ ।

IPL 2020 : ହାଇଦ୍ରାବାଦ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ

0

ଦୁବାଇ, ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ପ୍ରଥମ ପର୍ଯ୍ୟାୟ ସରିଯାଇଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ହୋଇଯାଇଛି । ଟସ୍ ଜିତି ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।

ଦଳ ପକ୍ଷରୁ ୨ ଓପନର କୁରନ ୩୧ ଏବଂ ଡୁପ୍ଲେସିସି କୌଣସି ରନ କରି ନ ଥିଲେ । ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସେନ୍ ୱାଟସନ ଦଳ ପାଇଁ ୪୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ରାୟୁଡୁ ୪୧ ଏବଂ ଧୋନୀ ୨୧ ରନ ସଂଗ୍ରହ କରି ଫ୍ୟାଭିଲିୟନକୁ ଫେରିଥିଲେ । ଅନ୍ୟତମ ପ୍ରମୁଖ ଖେଳାଳି ବ୍ରାଭୋ ଖାତା ଖୋଲି ପାରି ନ ଥିଲେ । ଶେଷ ପର୍ଯ୍ୟନ୍ତ ରବୀନ୍ଦ୍ର ଜାଡେଜା ଏବଂ ଦୀପକ ଚାହାର ରହି ବ୍ୟାଟିଂ କରିଥିଲେ । ଏହିପରି ଭାବେ ମେନ ଇନ୍ ୟେଲୋ ନିର୍ଦ୍ଦାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲା ।

ଅପରପକ୍ଷରେ ହ୍ରାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା, କେ ନଟରାଜନ ଏବଂ କେ କେ ଅହମ୍ମଦ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦ ପକ୍ଷରୁ ମାତ୍ର ୫ ରନ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା । ଦଳ ପ୍ରଥମ ୱିକେଟ ୧୦, ୨ୟ ୱିକେଟ ୩୫, ୩ୟ ୧୧୬, ୪ର୍ଥ ୧୨୦, ୫ମ ଓ ୬ଷ୍ଠ ୧୫୨ ରନରେ ପଡିଥିଲା ।

 

ଘରେ ଛାଡ଼ିଦେବାକୁ କହି ନାବାଳିକାକୁ ୨୨ ଦିନ ଧରି ଗଣ ଦୁଷ୍କର୍ମର ଅଭିଯୋଗ…

କଟକ: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୨୨ ଦିନ ଧରି କୁକୁଡ଼ା ଫାର୍ମରେ ହୋଇଛି ଦୁଷ୍କର୍ମ ।  ଘରେ ଛାଡ଼ି ଦେବାର ପ୍ରଲୋଭନ ଦେଖାଇ କରିଥିଲେ ଅପହରଣ । ରାଜଧାନୀରେ ଗଣଦୁଷ୍କର୍ମ ଘଟଣାର ନିଆଁ ନଲିଭୁଣୁ ଆସିଛି ଆଉ ଗୋଟିଏ ଦୁଷ୍କର୍ମର ଅଭିଯୋଗ । କରୋନାର କଳା ଫର୍ଦ୍ଦରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମର ଲଜ୍ଜିତ କାହାଣୀ । ଏଭଳି ଏକ ଘଟଣା କଟକରେ ଦେଖିବାକୁ ମିଳିଛି । ଏନେଇ ଚାଉଳିଆଗଞ୍ଜ ଥାନାରେ CWC ପକ୍ଷରୁ ଅଭିଯୋଗ ଦାୟର ହୋଇଛି ।

Rape Attempt Victim Attacked Stabbed With Knife Kanpur UP

ସୂଚନା ଅନୁଯାୟୀ, ସୋମବାର ରାତିରେ ଚାଉଳିଆଗଞ୍ଜ ପୋଲିସର ପାଟ୍ରୋଲିଂ ସମୟରେ ଉଦ୍ଧାର ହୋଇଥିଲେ ପୀଡ଼ିତା । କଟକ ଗତିରାଉତ ପାଟଣା ହନୁମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଉଳିଆଗଞ୍ଜ ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ପରେ ବସୁନ୍ଧରା ଜିମା ଦେଇଥିଲା ପୋଲିସ । ଆଜି ବସୁନ୍ଧରା ପକ୍ଷରୁ ନାବାଳିକାକୁ ସମସ୍ତ ଘଟଣା ସମ୍ପର୍କରେ ପଚରାଯାଇଥିଲା । ଗତିରାଉତ ପାଟଣାର ଏକ ଫାର୍ମରେ ୨୨ ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବା କଥା କହିଥିଲେ ପୀଡ଼ିତା ।

Rape Attempt Victim Attacked Stabbed With Knife Kanpur UP

ଦୁଷ୍କର୍ମ ବେଳର ଭିଡ଼ିଓ ଉତ୍ତୋଳନ କରିଥିବା ମଧ୍ୟ କହିଥିଲେ ପୀଡ଼ିତା । ନାବାଳିକାଙ୍କ କହିବା ଅନୁଯାୟୀ, ସେ ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ସେହି ସମୟରେ ଛକରୁ ସନ୍ତୋଷ ନାମକ ଜଣେ ଯୁବକ ନାବାଳିକାଙ୍କୁ ଘରେ ଛାଡ଼ି ଦେବାକୁ କହି ସାଙ୍ଗରେ ନେଇଥିଲେ । କିନ୍ତୁ ଘରେ ନଛାଡ଼ି ଜୋରଜବରଦସ୍ତ ଏକ କୁକୁଡ଼ା ଫାର୍ମକୁ ନେଇ ଯାଇଥିଲେ ଦୁର୍ବୃତ୍ତମାନେ ।  ସେଠାରେ ତାଙ୍କୁ ୨୨ ଦିନ ଧରି ଦୁଷ୍କର୍ମ କରିଥିଲେ ।

ତେବେ ଉଦ୍ଧାର ପରେ CWCଙ୍କ ନିକଟରେ ଦୁଷ୍କର୍ମ ନେଇ ବୟାନ ଦେଇଥିଲେ ନାବାଳିକା । ବୟାନ ରେକର୍ଡ ପରେ ଆଜି ସନ୍ଧ୍ୟାରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି cwc କର୍ତ୍ତୃପକ୍ଷ  ।

୩ୟ ପର୍ଯ୍ୟାୟରେ ଦୁଇ ଟିକାର ପରୀକ୍ଷଣ, ଡିସେମ୍ୱର ସୁଦ୍ଧା ଜଣାପଡ଼ିବ ଫଳ…

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଭାରତକୁ ଅସ୍ତବ୍ୟସ୍ତ କଲାଣି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଘୋଷଣା ଭାରତୀୟଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ସାମ୍ୱାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅକ୍ସଫୋର୍ଡ ଭ୍ୟାକ୍ସିନ ଓ ଭାରତର କୋଭାକ୍ସିନର ପରୀକ୍ଷଣ ଏବେ ୩ୟ ପର୍ଯ୍ୟାୟରେ ପହଞ୍ଚିଛି । ଫଳାଫଳ ନଭେମ୍ୱର-ଡିସେମ୍ୱର ସୁଦ୍ଧା ଆସିଯିବ । ତେବେ ଭ୍ୟାକ୍ସିନ ସମ୍ୱନ୍ଧୀତ ଖର୍ଚ୍ଚ ଉପରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଇଛି ଯେ ଉଭୟ ଭ୍ୟାକ୍ସିନର ସମସ୍ତ ପ୍ରକ୍ରିୟାକରଣ ପାଇଁ ସରକାର ଟଙ୍କା ଯୋଗାଇଛନ୍ତି । କ୍ଲିନିକାଲ୍ ଟ୍ରାଏଲ ପାଇଁ ଯାହା ଖର୍ଚ୍ଚ ହେବ ସେ ସବୁ ସ୍ୱାସ୍ଥ୍ୟ ବିଭାଗ ବହନ କରୁଛି ।

ତେବେ ଏବେ ସିଙ୍ଗିଲ୍ ଓ ଡବଲ ଡୋଜ୍ ଟିକା ଉପରେ ନଜର ରହିଛି । ଭ୍ୟାକ୍ସିନ ସଫଳ ହେଲେ ବ୍ୟକ୍ତିଙ୍କୁ ଏହି ଭଳି ଭାବେ ଭ୍ୟାକ୍ସିନେଟ୍ କରାଯିବ । ଏସବୁ ବ୍ୟତୀତ ଦେଶରେ କରୋନାର ସାମ୍ପ୍ରତିକ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାବ ସୂଚନା ଦେଇଛିଯ କରୋନାଜନିତ ମୃତକଙ୍କ ମଧ୍ୟରେ ୧୦ ପ୍ରତିଶତ ଯୁବବର୍ଗ ରହିଥିବା କୁହାଯାଇଛି । ଏମାନଙ୍କ ବୟସ ୨୬ରୁ ୪୪ ବର୍ଷ ଅଟେ । ସେହିଭଳି ୩୫ ପ୍ରତିଶତ ମୃତ୍ୟୁ ୪୫ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କର ହୋଇଛି ।

ସେହିଭଳି ୬୨ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଥିବା ବେଳେ ଦେଶରେ ସଂକ୍ରମଣ ହାର ୮.୦୭ ପ୍ରତିଶତ ରହିଛି । ତେବେ ଆଇସିଏମଆର୍ ପକ୍ଷରୁ ଜଣାଯାଇଛି ଯେ, ବିଶ୍ୱରରେ ଅନେକ ବ୍ୟକ୍ତି ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବାର ଉଦାହରଣ ସାମ୍ନାକୁ ଆସିଲାଣି । ଭାରତରେ ମଧ୍ୟ ଏଭଳି ନମୁନା ଚିହ୍ନଟ ହେଲାଣି । ମାତ୍ର ଦେଶରେ ଦୁଇ ଥର ସଂକ୍ରମିତ ହେବା ରୋଗୀଙ୍କ ସଂଖ୍ୟା ନଗଣ୍ୟ ରହିଛି । ତେବେ ଦ୍ୱିତୀୟ ଥର ସଂକ୍ରମଣ ହେବା ପାଇଁ ଦିନ ବ୍ୟବଧାନ ଅତିକମରେ ଶହେ ଦିନ ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।