spot_img
Home Blog Page 6593

ୱେବ୍ ସିରିଜ୍ ନାଁରେ ସୁଟିଂ, ପର୍ଣ୍ଣ ସାଇଟରେ ଅପଲୋଡ୍ କରିଦେଲେ ମଡେଲଙ୍କ ବୋଲ୍ଡ ଫିଲ୍ମ !

ନୂଆଦିଲ୍ଲୀ: ଲୋ-ବଜେଟ୍, ହାଇ ଇନକମ୍ । ରାତାରାତି ଇଣ୍ଟରନେଟରେ ଷ୍ଟାର ହେବାର ନିଶା । ୱେବ୍ ସିରିଜ୍ ପାଲଟିଛି ପ୍ଲାଟଫର୍ମ । ଦିନ କେଇଟାରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ୱେବ୍ ସିରିଜକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ମଧ୍ୟପ୍ରଦେଶରେ ୱେବ୍ ସିରିଜ୍ ତିଆରି ନାଁରେ ଜଣେ ଯୁବତୀଙ୍କ ଅଶ୍ଲୀଳ ଫିଲ୍ମ ତିଆରି କରି ତାକୁ ପର୍ଣ୍ଣ ସାଇଟରେ ଅପଲୋଡ୍ କରାଯାଇଥିବା ନେଇ ସଙ୍ଗୀନ ମାମଲା ସାମନାକୁ ଆସିଛି ।

ମଧ୍ୟପ୍ରଦେଶର ଇନ୍ଦୋରରେ ପର୍ଣ୍ଣ ଫିଲ୍ମ ତିଆରି କରୁଥିବା ଏକ ରାକେଟର ଖୁଲାସା ହୋଇଛି । ଏହି ମାମଲାରେ କାଷ୍ଟିଂ ଡାଇରେକ୍ଟରକୁ ପୋଲିସ ଗିରଫ କରିଛି । ଖବର ଅନୁସାରେ, ଧାମନୋଦର ଯୁବତୀ ସାଇବର ପୋଲିସର ଏନେଇ ଅଭିଯୋଗ କରିଛନ୍ତି । ୨୦୧୯ ଡିସେମ୍ବରରେ ବ୍ରିଜେନ୍ଦ୍ର ନାମକ ଜଣେ ବ୍ୟକ୍ତି ୱେବ୍ ସିରିଜ୍ ଲଞ୍ଚ କରିବା ପ୍ରତିଶ୍ରୁତି ଦେଇ ତାଙ୍କୁ ତାଙ୍କ ଫାର୍ମ ହାଉସ୍ ନେଇ ଯାଇଥିଲା ।

ଯୁବତୀ କାଷ୍ଟିଂ ଡାଇରକ୍ଟରଙ୍କ ବନ୍ଧୁ ମିଲିନ୍ଦଙ୍କ ସହ ସେଠାରେ ପହଞ୍ଚିଥିଲେ । ସେଠାରେ ବ୍ରିଜେନ୍ଦ୍ର ଏକ ବୋଲ୍ଡ ୱେବ୍ ସିରିଜରେ କାମ ଦେବାକୁ କହି ବୋଲ୍ଡ ସିନ୍ ସୁଟ୍ କରିଥିଲେ । ଏବଂ କହିଥିଲେ ଏଥିରୁ ଅଶ୍ଲୀଳ ପାର୍ଟକୁ କାଟି କିଛି ଦୃଶ୍ୟ ରଖି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବ ।

ସୁଟିଂ ପରେ ଯୁବତୀ ରିଲିଜର ଅପେକ୍ଷା କରି ରହିଥିଲେ । ଫିଲ୍ମ ତ ରିଲିଜ୍ ହେଲା ସତ, କିନ୍ତୁ ଅଶ୍ଲୀଳ ପର୍ଣ୍ଣ ସାଇଟରେ । ତାହା ବି ସମସ୍ତ ଅଶ୍ଲୀଳ ଓ ବୋଲ୍ଡ ସିନ୍ ସହିତ । ଏନେଇ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଜଣାଇଥିଲେ । ଏନେଇ ଯୁବତୀ ବ୍ରିଜେନ୍ଦ୍ର ଓ ତାଙ୍କ ସାଥୀଙ୍କ ସହ କଥା ହୋଇଥିଲେ ମଧ୍ୟ ସେମାନେ ଅଣଦେଖା କରିଥିଲେ । ପରେ ଯୁବତୀ ଏନେଇ କାଷ୍ଟିଂ ଡାଇରେକ୍ଟରଙ୍କ ସମତେ ୫ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ମିଲିନ୍ଦକୁ ଗିରଫ କରାଯାଇଥିବା ବେଳେ ବ୍ରିଜେନ୍ଦ୍ର ଏବେ ଫେରାର୍ ଅଛି ।

ବାଲି ମାଫିଆଙ୍କ ରାଜୁତି: ବେଆଇନ୍ ଭାବେ ହେଉଛି ଟ୍ରିପ୍ ଟ୍ରିପ୍ ବାଲି ଚାଲାଣ

ଯାଜପୁର,(ତପନ ମହାନ୍ତି): ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଯାଜପୁର ଜିଲ୍ଲାରୁ ଅନ୍ୟସ୍ଥାନକୁ ଚୋରା ଚାଲଣ କରାଯାଉଛି । ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉନି କି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଉ ନାହିଁ । ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି ଯାଜପୁର ଜିଲ୍ଲା । ୪ଟି ନଦୀରୁ ବିପୁଳ ପରିମାଣ ବାଲି ବେଆଇନ ଭାବେ ଚାଲାଣ କରାଯାଉଛି ।

  ୧୧ଟି ତହସିଲ ଅଧୀନରେ ଥିବା ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି  । କିଛି ଦିନ ପୂର୍ବରୁ ବୁଢ଼ାନଦୀର ଅଡଙ୍ଗ ଘାଟରୁ ହଜାର ହଜାର ଟ୍ରିପ ବାଲି ଅକାମୀ ଆର ଫର୍ମରେ ଉଠାଯିବାକୁ ନେଇ ଦ୍ୱନ୍ଦ୍ବରେ ପଡିଛି ପ୍ରଶାସନ । ଶହଶହ  ଟ୍ରିପ ବାଲି ଆର୍‌ ଫର୍ମ ଦ୍ୱାରା କାହା ଛତ୍ରଛାୟା ତଳେ ଉଠୁଛି ତାହା ଏବେ ପ୍ରଶ୍ନ ହୋଇଛି  ।

ବାର୍ଷିକ ୨ ହଜାର ସିଏମ୍ ବାଲି ଉଠାଇବା ପାଇଁ ଅନୁମତି ଥିବା ବେଳେ ଏଠାରୁ ୫ ହଜାର ସିଏମ୍ ବାଲି ଉଠାଯାଉଛି ।  ବାଲି ଉତ୍ତୋଳନ ପାଇଁ ଆର ଫର୍ମ, ଯାହାକୁ ସରକାର ଦେଢ଼ ବର୍ଷ ତଳେ ବନ୍ଦ କରିଥିଲେ ତାକୁ ବ୍ୟବହାର କରିଛନ୍ତି ମାଫିଆ। ନଦୀରେ ମେସିନ୍ ଲଗାଇ ବାଲି ଉଠାଇ ଚାଲାଣ ହେଉଥିବା ଅଭିଯୋଗ ହୋଇଛି  । ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ  । ପୂର୍ବରୁ ବେଆଇନ ଭାବେ ମୋରମ୍ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ବାଲି ମାଫିଆଙ୍କ ରାଜ୍‌ ସାମ୍ନାକୁ ଆସିଛି ।

Realme ଆଣିଲା 6000mAh ବ୍ୟାଟେରୀର ଶସ୍ତା ସ୍ମାର୍ଟଫୋନ୍

 

ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି । ସୁବ୍ରମଣ୍ୟମ ଗୁରୁବାର ସକାଳେ ଟ୍ୱିଟରରେ ଏକ ବିସ୍ତୃତ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ୨୬ ପଏଣ୍ଟ ସେୟାର କରିଛନ୍ତି ।

ସୁବ୍ରମଣ୍ୟମ ସ୍ୱାମୀଙ୍କ ଅନୁଯାୟୀ କେବଳ ଦୁଇଟି ପଏଣ୍ଟ – ସୁଶାନ୍ତଙ୍କ ଆପାର୍ଟମେଣ୍ଟରେ ଆଣ୍ଟି-ଡିପ୍ରସେଣ୍ଟର ମିଳିବା ଏବଂ ‘ସୋସିଆଲ ମିଡିଆରେ କିଛି ଦିନ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ଆତ୍ମହତ୍ୟାକୁ ଦର୍ଶାଉଛି । କିନ୍ତୁ ସେ ମର୍ଡର ଥିଓରିରେ ଅନେକ ପଏଣ୍ଟ ଦେଇଛନ୍ତି । ଏହି ପଏଣ୍ଟଗୁଡ଼ିକରେ ରହିଛି ବେକରେ ଚିହ୍ନ, ଆଖି ଆଗକୁ ନବାହାରିବା, ପାଟିରୁ କୌଣସି ଫେଣ ନବାହାରିବା ଏବଂ ୧୪ ଜୁନ୍ ସକାଳେ ସୁଶାନ୍ତ ସିଂ ରାଜପୁତଙ୍କ ଭିଡିଓ ଗେମ୍ ଖେଳିବା ଆଦି କଥା । ସୁବ୍ରମଣ୍ୟମ ଟ୍ୱିଟରରେ ଏକ ନୋଟ୍ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ କାହିଁକି ହତ୍ୟା କରାଯାଇଛି ତାହା ଉଲ୍ଲେଖ କରାଯାଇଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂଙ୍କ ଦ୍ୱାରା ପାଟନାରେ ଦିଆଯାଇଥିବା ଏଫ୍ଆଇଆର୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସ୍ୱାମୀ ପୂର୍ବରୁ କହିଥିଲେ ଯେ ସିବିଆଇ ତଦନ୍ତ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ସମାନ ଘଟଣାର ପୃଥକ ପୃଥକ ଭାବରେ ଦୁଇ ରାଜ୍ୟର ପୋଲିସ ସଠିକ୍ ଅନୁସନ୍ଧାନ କରିପାରିବ ନାହିଁ । ସୂଚନା ରହିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟରରେ ଲେଖିଛନ୍ତି, ପଟନା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତକୁ ଗୁରୁତର ଭାବରେ ନେଇଛି । ତେବେ ସିବିଆଇ ତଦନ୍ତ ଛଡ଼ା ଅନ୍ୟ କୌଣସି ବିକଳ୍ପ ହୋଇପାରିବ ନାହିଁ। ଦୁଇଟି ରାଜ୍ୟର ପୋଲିସ ସମାନ ଅପରାଧର ପୃଥକ ଭାବେ ଅନୁସନ୍ଧାନ କରିପାରିବ ନାହିଁ। ‘

ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ: ଲୁଟେରାକୁ କାବୁ କଲେ ଗ୍ରାମବାସୀ

ଜଳେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ ।  ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜଳେଶ୍ୱର ଥାନା ଅନ୍ତର୍ଗତ ଡିଙ୍ଗାଶୁଳ ଗାଁରେ ।  ଲୁଟ୍ ଉଦ୍ୟମ ବେଳେ ଚିତ୍କାର କରିଥିଲେ ଗ୍ରାମବାସୀ । ଏବଂ ଶଦ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ  ଗ୍ରାମବାସୀ ଲୁଟୋରାକୁ କାବୁ କରି ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।

 

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଚଲାଇଛି । ଅଭିଯୁକ୍ତଙ୍କ ନାରେ ଥାନାରେ ପୂର୍ବରୁ ଲୁଟପାଟ ଚୋରି ଆଦି ଘଟଣାରେ  ୧୦ରୁ ଅଧିକ ମାମଲା ରହିଥିବା ନେଇ ଜଣାପଡ଼ିଛି । ସେପଟେ ଅଭିଯୁକ୍ତ ଠାରୁ ପୋଲିସ ଏକ ବାଇକ ସହ ଗୋଟିଏ ନକଲି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।

ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !

 

୨୯ ବର୍ଷ ତଳେ ମୋଦି କହିଥିଲେ- ରାମ ମନ୍ଦିର ନିର୍ମାଣ ସମୟରେ ଆସିବି ଅଯୋଧ୍ୟା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଉଛନ୍ତି । ଏତିକିବେଳେ ଦଶକ ତଳର ତାଙ୍କର କେତକ ପୁରୁଣା ଫଟୋ ପୁଣି ଚର୍ଚ୍ଚା ପରିସରକୁ ଆସିଛି । ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ରଥ ଯାତ୍ରା ସମୟରେ ମୋଦିଙ୍କ ଫଟୋ ଓ ମୁରଲୀ ମନୋହର ଜୋଷୀଙ୍କ ସହ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋ ୧୯୯୧ ମସିହାର । ଫଟୋ ସହ ମୋଦିଙ୍କ ବକ୍ତବ୍ୟର ମଧ୍ୟ ଚର୍ଚ୍ଚା ହେଉଛି । ମୋଦି ୨୯ ବର୍ଷ ତଳେ କହିଥିଲେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେଲେ ଅଯୋଧ୍ୟା ଆସିବି ।

ପ୍ରକୃତରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁତ ପୁରୁଣା ମୁଦ୍ଦା । ୧୯୯୦ରେ ଆଡଭାନୀ ସୋମନାଥରୁ ଅଯୋଧ୍ୟା ଯାଏଁ ଆରମ୍ଭ କରିଥିଭା ରଥଯାତ୍ରାରେ ମୋଦି ମଧ୍ୟ ଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ସମର୍ଥନ ଗୋଟାଇବା ପାଇଁ ଆଡ଼ଭାନୀ ୧୯୯୦ ମସିହା ସେପ୍ଟେମ୍ବର ୨୫ରେ ଗୁଜରାଟର ସମୋନାଥରରୁ ଏହି ରଥଯାତ୍ରାର ଆରମ୍ଭ କରିଥିଲେ । ଯାହାକି ବିଭିନ୍ନ ରାଜ୍ୟ ଦେଇ ଅକ୍ଟୋବର ୩୦ରେ ଅଯୋଧ୍ୟାରେ ପଞ୍ଚିବାର ଥିଲା । ଆଡ଼ଭାନୀ ସେଠାରେ ରଥଯାତ୍ରାରେ ସାମିଲ୍ ହୋଇଥାନ୍ତେ । ତେବେ, ଏହି ରଥଯାତ୍ରା ଅଯୋଧ୍ୟାରେ ପହଞ୍ଚି ପାରିନଥିଲା । ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଆଦେଶରେ ଅକ୍ଟୋବର ୨୩ରେ ସମସ୍ତିପୁରରେ ଆଡଭାନୀଙ୍କୁ ଗିରଫ କରାଯାଇଥିଲା ।

ସେତେବଳର ଫଟୋ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ମୋଦିଙ୍କୁ ଦେଖିବାକୁ ମିଳୁଛି । ସେତେବେଳେ ରଥଯାତ୍ରାରେ ମୋଦିଙ୍କୁ କିଛି ଦାୟିତ୍ୱ ମଧ୍ୟ ମିଳିଥିଲା । ମୋଦି ବିଜେପି ଜାତୀୟ ନିର୍ବାଚନ କମିଟିର ସଦସ୍ୟ ଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ମତ ଦେବା ସହ ରାମ ମନ୍ଦିର ନିର୍ମାଣ ରଥକୁ ରୋକି ଦିଆଯାଇଥିଲା । ଏବେ ମୋଦି ତାକୁ ଆଗକୁ ନେଇ ସାକାର କରୁଛନ୍ତି ।

୧୯୯୧ ମସିହାର ଭାଇରାଲ୍ ଫଟୋରେ ଦେଖାଯାଉଛି ମୋଦି- ମୁରଲୀ ମନୋହର ଜୋଷୀଙ୍କ ସହିତ ଅଛନ୍ତି । ଏହି ସମୟରେ ମୋଦି ଦେଇଥିବା ମନ୍ତବ୍ୟ ଚର୍ଚ୍ଚାର ପରିଧିକୁ ଆସିଛି । ୨୯ ବର୍ଷ ତଳେ ସେ କହିଥିବା କଥା ଏବେ ପୂରା ହେବାକୁ ଯାଉଛି । ୧୯୯୧ ମସିହା ଏପ୍ରିଲ ମାସରେ ମୋଦି, ବରିଷ୍ଠ ବିଜେପି ନେତା ମନୋହର ଜୋଷୀଙ୍କଙ୍କ ସହ ଅଯୋଧ୍ୟା ପହଞ୍ଚିବା ସହ ବିବାଦୀୟ ସ୍ଥାନକୁ ଯାଇଥିଲେ । ସେହି ସମୟରେ କିଛି ସାମ୍ବାଦିକଙ୍କୁ ମୁରଲୀ ମନୋହର ଜୋଷୀ କହିଥିଲେ ମୋଦି ଗୁଜରାଟରୁ ଆସିଛନ୍ତି । କଥାବାର୍ତ୍ତା ବେଳେ କିଛି ପ୍ରଚକାର ମୋଦିଙ୍କୁ ପଚାରିଥିଲେ ପୁଣି କେବେ ଅଯୋଧ୍ୟା ଆସିବେ ? ମୋଦି କହିଥିଲେ- ‘ଅଯୋଧ୍ୟା ସେତେବେଳେ ଆସିବି, ଯେତେବେଳେ ରାମ ମନ୍ଦିରର ନିର୍ମାଣ ଆରମ୍ଭ ହେବ ।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ବାହାରିଥିବା ଶବ୍ଦ ଭବିଷ୍ୟବାଣୀରେ ପରିଣତ ହୋଇଛି । ଏବେ ତାଙ୍କରି ହାତରେ ହିଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୫ରେ ଅଯୋଧ୍ୟାରେ ଭୂମି ପୂଜନ କରିବେ । ଏହି କାର୍ଯ୍ୟକ୍ରମରେ ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଜୋଷୀ ମଧ୍ୟ ଉପସ୍ଥିତ ରହିବେ ।

SC ପହଞ୍ଚିଲେ ସୁଶାନ୍ତ ସିଂହଙ୍କ ପରିବାର, ରିୟା ଚକ୍ରବର୍ତ୍ତୀଙ୍କ ବିରୋରେ ସର୍ବୋଚ୍ଚ ଅଦାଲତରେ ଶୁଶାଣି ପାଇଁ ଦାବି

ନୂଆଦିଲ୍ଲୀ: ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ପୋଲିସ ତଦନ୍ତ ଜାରି ରଖିଛି । ଏହି ସମୟରେ ସୁଶାନ୍ତ ସିଂ ମାମଲାର ସିବିଆଇ ଯାଞ୍ଚ ପାଇଁ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ପରେ ଅଭିନେତାଙ୍କ ପରିବାର ଉପର ଅଦାଲତରେ ଏକ କେଭିଏଟ ଦାଖଲ କରିଛନ୍ତି । ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରିବାକୁ ପରିବାର ଆବେଦନ କରିଛନ୍ତି ।

ଏହାପୂର୍ବରୁ ଅଲଖ ପ୍ରିୟା ନାମକ ଜଣେ ଝିଅ ସୁଶାନ୍ତ ସିଂ ରାଜପୁତ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପୋଲିସକୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଅନ୍ତୁ। କୋର୍ଟ କହିଛି ଯେ ଏହି ମାମଲାରେ ଆବେଦନକାରୀଙ୍କ କୌଣସି ସମ୍ପର୍କ ନାହିଁ। କୋର୍ଟ ଆବେଦନକାରୀଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ କହିଥିଲେ।

ବିହାର ପୋଲିସ ସୁଶାନ୍ତଙ୍କ ଭଉଣୀ ଏବଂ ବନ୍ଧୁଙ୍କ ବିବୃତ୍ତି ନେଇଛି

ଏଠାରେ ବିହାର ପୋଲିସ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଏବଂ ତାଙ୍କ ବନ୍ଧୁ ମହେଶ କୃଷ୍ଣ ଶେଟ୍ଟୀଙ୍କ ମୁମ୍ବାଇରେ ଏକ ବିବୃତ୍ତି ନେଇଛି । ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଭଉଣୀ କହିଛନ୍ତି, ‘ରିୟା ସୁଶାନ୍ତଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ। ଭୂତ ପ୍ରେତର କାହାଣୀ ଶୁଣାଇ ତାଙ୍କ ଘର ମଧ୍ୟ ବଦଳାଇଥିଲେ । ବିହାର ପୋଲିସ ବର୍ତ୍ତମାନ ସୁଶାନ୍ତଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ବ୍ୟାଙ୍କକୁ ଯିବ । ଏଥିସହ ସୁଶାନ୍ତଙ୍କ ଚିକିତ୍ସା କରୁଥିବା ସେହି ଡାକ୍ତରମାନଙ୍କୁ ବିହାର ପୋଲିସ ପଚରାଉଚରା କରିବ ।

ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ପିତା କେ.କେ ସିଂ ଏଫ୍ଆଇଆର୍ ଦାଖଲ କରିଛନ୍ତି, ପରେ ବିହାର ପୋଲିସ ଏହି ଘଟଣାର ତଦନ୍ତ କରୁଛି। କେ କେ ସିଂ ରିୟାଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। କେ କେ ସିଂ ରିୟାଙ୍କୁ ସୁଶାନ୍ତଙ୍କୁ ହଇରାଣ କରିବା ସହ ତାଙ୍କ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ମୁମ୍ବାଇ ପୋଲିସ ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୪୦ ରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିଛି।

ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ଆବଶ୍ୟକସ୍ଥଳେ ଦୈନିକ ୨୦ ହଜାର ଟେଷ୍ଟିଂ କରାଯାଉଛି

ଭୁବନେଶ୍ୱର: ଗତ ୪ ମାସ  ମଧ୍ୟରେ ରାଜ୍ୟରେ ଟେଷ୍ଟିଂ ପରିମାଣ ବଢ଼ିଛି । ଏଯାବତ୍ ରାଜ୍ୟରେ ମୋଟ୍ ୫ ଲକ୍ଷ କରୋନା ଟେଷ୍ଟିଂ ହୋଇସାରିଛି ।  ପ୍ରଥମ ୧ ଲକ୍ଷ କରୋନା ଟେଷ୍ଟିଂ ପାଇଁ ପାଇଁ ୧୦ ସପ୍ତାହ ଲାଗିଥିଲା ତେବେ ଶେଷ ୧ ଲକ୍ଷ ଟେଷ୍ଟିଂ ମାତ୍ର ୧୦ ଦିନ ମଧ୍ୟରେ ସମ୍ଭବ ହୋଇପାରିଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛୁ ବୋଳି କହିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କୋଭିଡ ଟେଷ୍ଟିଂ ଚାଲିଛି । ୩୫ ସରକାରୀ ଓ ୯ଟି ଘରୋଇ ଲାବ୍ରୋଟାରୀ ପରୀକ୍ଷା ଚାଲିଛି । ବିଭିନ୍ନ ମାଧ୍ୟମରେ ଆମର ଟେଷ୍ଟିଂ ଚାଲିଛି । ଏଭଳି କି ମୋବାଇଲ ଲାବ୍ରେଟାରୀରେ ମଧ୍ୟ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ବଢ଼ୁଛି ଏଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେଉଛନ୍ତି । ଯେତେଶୀଘ୍ର ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ ଅନ୍ୟକୁ ସଂକ୍ରମିତ ହେବାରୁ ରୋକାଯାଇପାରିବ । ଏହି ପ୍ରକ୍ରିୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ଏଣିକି କମିବାରେ ଲାଗିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା । ଏବଂ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛନ୍ତି ଶଳିନୀ ପଣ୍ଡିତ ।

ଭିନ୍ନ ଭିନ୍ନ ଲ୍ୟାବ୍‌ରେ ରିପୋର୍ଟ କାହିଁକି ଭିନ୍ନ ଆସେ?

ସାଧାରଣତଃ କିଛି ଲୋକଙ୍କ ଅଭିଯୋଗ ରହିଛି ଯେ, ଗୋଟିଏ ଲାବ୍ରୋଟାରୀରେ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ  ଅନ୍ୟ ଏକ ଲ୍ୟାବ୍‌ରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଣୁ ଲୋକଙ୍କ ଧାରଣା ରିପୋର୍ଟ ଭୁଲ୍ ରହିଛି । ଯାହାର ଉତ୍ତର ରଖିଛନ୍ତି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି, ଟେଷ୍ଟିଂ କରିବା ସମୟରେ ଆପଣ ଶରୀରରେ ଭାଇରସ୍ ନଥିବାରୁ ନେଗେଟିଭ୍ ଚିହ୍ନଟ ହୋଇଥାନ୍ତି । କିନ୍ତୁ କିଛି ଦିନ ବ୍ୟବଧାନରେ ଆପଣଙ୍କ ଦେହରେ ଭାଇସର ସକ୍ରିୟ ହୋଇଥିବା ଯୋଗୁଁ ପଜିଟିଭ୍ ଚହ୍ନଟ ହୋଇଥାନ୍ତି । ସେ ଆହୁରୀ କହିଛନ୍ତି ଯେ, ଯେତେବେଳେ ଆମ ଶରୀରରେ ଭାଇରସ ପ୍ରବେଶ କରେ ସେତେବେଳେ ଟେଷ୍ଟିଂ କଲେ ଜଣାପଡ଼େନାହିଁ, ଏଥିଲାଗି ୪ରୁ ୫ ଦିନ ସମୟ ଲାଗେ । ଏଥିରେ ଲାବ୍ରୋଟାରୀ କୌଣସି ଭୁଲ ନାହିଁ ।

ବର୍ତ୍ତମାନ ୨୮ ଜଣ ଡୋନର ପ୍ଳାଜ୍‌ମା ଦେଇଛନ୍ତି । ୩୩ ଜଣ ରୋଗୀଙ୍କୁ ପ୍ଳାଜ୍‌ମା ଦିଆଯାଇଛି । ୨୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।  ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି ।

କୋଭିଡ ଭ୍ୟାକ୍ସିନ୍ ଶୀଘ୍ର ବାହାରିବ ସେତେବେଳେ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ସେବେ ଯାଏଁ, ଆମକୁ ସାମାଜିକ ଟିକାକୁ ବ୍ୟବହାର କରିବାକୁ ପଡ଼ିବ । ଅର୍ଥାତ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଓ ବାରମ୍ୱାର ହାତ ଧୋଇବା ।

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ଖୁସି ଖବର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘରକୁ ଆସିଲା ଖୁସି ଖବର । ଗୁରୁବାର ଅପରାହ୍ନରେ ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି । ପାଣ୍ଡ୍ୟାଙ୍କ ଭାବି ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପାଣ୍ଡ୍ୟା ଗୁରୁବାର ଦିନ ସୋସିଆଲ ମିଡିଆରେ ପୁଅର ହାତର ଏକ ଚିତ୍ର ପୋଷ୍ଟ କରିଛନ୍ତି । ଚିତ୍ରରେ ପାଣ୍ଡ୍ୟା ପୁଅର ହାତ ଧରିଛନ୍ତି । ଜଣାଇ ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଜାନୁଆରୀ ୧ ରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିଚ ସହ ନିର୍ବଦ୍ଧ କରିଥିଲେ ଏବଂ ତା’ପରେ ଲକଡାଉନ ସମୟରେ ନତାଶା ଗର୍ଭବତୀ ଥିବା ପାଣ୍ଡ୍ୟା ଜଣାଇଥିଲେ ।

https://www.instagram.com/p/CDQx8yCF-SX/

ଜଣାଇ ରଖୁଛୁ ଯେ, ଲକଡାଉନ୍ ସମୟରେ ନତାଶା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନେକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଗର୍ଭବତୀ ହେବା ପରେ ନତାଶା ବେବି ପମ୍ପ ସହିତ ବହୁତ ଫଟୋ ସେୟାର କରିଥିଲେ ।

ପାଣ୍ଡ୍ୟାଙ୍କୁ ବିଭନ୍ନ ମହଲରୁ ଅଭିନନ୍ଦନ

https://www.instagram.com/p/CDOQk_sFrFf/

ପାଣ୍ଡ୍ୟା ବାପା ହେବା ଖବର ଆସିବା ପରେ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ  । ତାଙ୍କର ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ କେ.ଏଲ୍ ରାହୁଲ, ୟୁଜବେନ୍ଦ୍ର ଚହଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପାଣ୍ଡ୍ୟାଙ୍କୁ ପିତା ହେବାର ଅଭିନନ୍ଦନ ଜଣାଇଛନ୍ତି ।

ପାଣ୍ଡ୍ୟା ଆଇପିଏଲ ଦ୍ୱାରା ଫେରିବେ

https://www.instagram.com/p/CDDniKHluwy/

ଜଣାଇ ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଗତ ଏକ ବର୍ଷ ଧରି ଟିମ୍ ଇଣ୍ଡିଆରେ ଖେଳୁନାହାନ୍ତି । ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଥିଲା ​​ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପାଣ୍ଡ୍ୟା ୨୨ ସେପ୍ଟେମ୍ବର ୨୦୧୯ ରେ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବାର ସୁଯୋଗ ପାଇଥିଲେ କିନ୍ତୁ କରୋନା କାରଣରୁ ଏହି ସିରିଜକୁ ସ୍ଥଗିତ ରଖାଯାଇଥିଲା। ଜଣାଇ ରଖୁଛୁ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆସନ୍ତା ମାସରୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ଦକ୍ଷିଣ ଭାରତର ଏହି ରହସ୍ୟମୟୀ ମନ୍ଦିର, ଯେଉଁଠି ବଢ଼ୁଛି ମୂର୍ତ୍ତିର ଆକାର

ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ କରିଛି ପୃଷ୍ଟି

ଭାରତକୁ ଚମତ୍କାରର ଦେଶ ଏମିତି ହିଁ କୁହାଯାଏ ନାହିଁ । ଆମ ଦେଶରେ ଏମିତି କିଛି ମନ୍ଦିର ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ ଜାଣିବା । କୁହାଯାଉଛି ଯେ ଏଠାରେ ମୂର୍ତ୍ତିର ଆକାର ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଏହି ମନ୍ଦିର ଭଗବାନ ଶଙ୍କର ଏବଂ ପାର୍ବତୀଙ୍କର ଅଟେ ଏବଂ ଏଠାରେ ଅବସ୍ଥିତ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଦିନକୁ ଦିନ ବୃଦ୍ଧି ପାଉଛି ବୋଲି କୁହାଯାଉଛି । ଏପରିକି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିଜେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା…

ହଟାଇବାକୁ ପଡ଼ିଲା ମନ୍ଦିରର ସ୍ତମ୍ଭ

ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଅବସ୍ଥିତ ଏହି ମନ୍ଦିରର ନାମ ହେଉଛି ଶ୍ରୀ ୟଙ୍ଗତି ଉମା ମହେଶ୍ୱରା ମନ୍ଦିର। ଏହି ଅନନ୍ୟ ମନ୍ଦିର ବିଷୟରେ କୁହାଯାଉଛି ଯେ ଏଠାରେ ଥିବା ନନ୍ଦୀଙ୍କ ଆକାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ରାସ୍ତାରେ ଥିବା କିଛି ସ୍ତମ୍ଭକୁ ହଟାଇ ଦିଆଯାଇଛି । ନନ୍ଦୀ ଚାରିପାଖରେ ଥିବା ଅନେକ ସ୍ତମ୍ଭକୁ ଗୋଟିଏ ପରେ ଗୋଟିଏ ଭାଙ୍ଗିବାକୁ ପଡ଼ୁଛି ।

ମନ୍ଦିରର ଇତିହାସ

ବୈଷ୍ଣବ ପରମ୍ପରା ଅନୁଯାୟୀ ଏହି ମନ୍ଦିର ନିର୍ମାଣ କରାଯାଇଛି । ଏହାକୁ ପଞ୍ଚଦଶ ଶତାବ୍ଦୀରେ ବିଜୟାନଗର ସାମ୍ରାଜ୍ୟର ସଙ୍ଗମ ରାଜବଂଶର ରାଜା ହରିହର ବୁକ୍କା ରାୟ ନିର୍ମାଣ କରିଥିଲେ। ଏହି ମନ୍ଦିର ହାଇଦ୍ରାବାଦ ଠାରୁ ୩୦୮ କିଲୋମିଟର ଏବଂ ବିଜୟୱାଡା ଠାରୁ ୩୫୯ କିଲୋମିଟର ଦୂରରେ ଅବସ୍ଥିତ । ଯାହା ପ୍ରାଚୀନ କାଳର ପଲ୍ଲବ, ଚୋଲା, ଚଲୁକ୍ୟାଜ ଏବଂ ବିଜୟନଗର ଶାସକଙ୍କ ପରମ୍ପରାକୁ ପ୍ରତିଫଳିତ କରିଥାଏ ।

ବଢ଼ୁଥିବା ନନ୍ଦୀଙ୍କ ପ୍ରତିମା

ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ଏହି ମନ୍ଦିର ସମ୍ମୁଖରେ ଅବସ୍ଥିତ ନନ୍ଦୀଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ବହୁତ ଛୋଟ ଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରତି ୨୦ ବର୍ଷରେ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଏକ ଇଞ୍ଚ ବଢ଼ୁଛି । ସେମାନେ ବିଶ୍ୱାସ କରନ୍ତି ଯେ ପ୍ରତିମାଟି ଯେଉଁ ପଥର ଦ୍ୱାରା ନିର୍ମିତ ହୋଇଛି ତାର ପ୍ରକୃତି ବିସ୍ତାର ପ୍ରାୟ । କୁହାଯାଏ ଯେ ଏକ ଅଭିଶାପ ହେତୁ ଏହି ମନ୍ଦିରରେ କାଉ ଦେଖାଯାଏ ନାହିଁ ।

ମନ୍ଦିରରେ ସ୍ଥାପନା

ବିଶ୍ୱାସ କରାଯାଏ ଯେ ମନ୍ଦିରର ସ୍ଥାପନା ଋଷି ଅଗସ୍ତ୍ୟ କରିଥିଲେ। ସେ ଏଠାରେ ପ୍ରଭୁ ଭେଙ୍କଟେଶଙ୍କ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ନିର୍ମାଣ କରିବାବେଳେ ମୂର୍ତ୍ତିର ଆଙ୍ଗୁଠି ଭାଙ୍ଗିବା ହେତୁ ମନ୍ଦିର ପ୍ରତିଷ୍ଠାନକୁ ଅଧାରୁ ବନ୍ଦ କରିବାକୁ ପଡିଲା। ଏଥିରେ ନିରାଶ ହୋଇ ଅଗସ୍ତ୍ୟଋଷି ଭଗବାନ ଭୋଲେନାଥଙ୍କ ତପସ୍ୟା କରିବାକୁ ଲାଗିଲେ । ଏହାପରେ ଭୋଲେନାଥ ତପସ୍ୟାରେ ସନ୍ତୁଷ୍ଟ ହୋଇ କହିଥିଲେ ଯେ ଏଠାରେ ତାଙ୍କ ମନ୍ଦିର ନିର୍ମାଣ କରିବା ଉପଯୁକ୍ତ ହେବ ।

ଅଗସ୍ତ୍ୟ ଋଷିଙ୍କ ଅଭିଶାପ

ଏଠାରେ ସ୍ଥାନୀୟ ଲୋକମାନେ ଏକ କିମ୍ବଦନ୍ତୀ ବିଷୟରେ କୁହନ୍ତି ଯେ ଯେତେବେଳେ ଅଗସ୍ତ୍ୟ ଋଷି ତପସ୍ୟା କରୁଥିଲେ, କାଉମାନେ ଆସି ତାଙ୍କୁ ହଇରାଣ କରୁଥିଲେ । ଏଥିରେ କ୍ରୋଧିତ ହୋଇ ଋଷି କାଉମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ ଆଜିଠାରୁ ଏଠାକୁ କେବେ ଆସିପାରିବେ ନାହିଁ । କାଉକୁ ଶାନି ଦେବଙ୍କ ବାହନ ବୋଲି କୁହାଯାଉଥିବାରୁ ଏଠାରେ ଶନି ଦେବ ମଧ୍ୟ ବାସ କରନ୍ତି ନାହିଁ ।

ଅର୍ଦ୍ଧନାରୀଶ୍ୱର

ଏଠାରେ ଶିବ-ପାର୍ବତୀ ଅର୍ଦ୍ଧନାରୀଶ୍ୱର ରୂପରେ ବିରାଜମାନ କରିଛନ୍ତି ଏବଂ ଏହି ପ୍ରତିମାକୁ ଗୋଟିଏ ପଥରରେ ଖୋଦନ କରାଯାଇ ନିର୍ମାଣ କରାଯାଇଛି । ବୋଧହୁଏ ଏହା ହେଉଛି ପ୍ରଥମ ମନ୍ଦିର, ଯେଉଁଠାରେ ଭଗବାନ ଶିବଙ୍କୁ ଶିବଲିଙ୍ଗ ଆକାରରେ ନୁହେଁ ବରଂ ଏକ ପ୍ରତିମୂର୍ତ୍ତି ଭାବରେ ପୂଜା କରାଯାଏ ।

ପବିତ୍ର ଜଳ ଉତ୍ସ

ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦ୍ୱାରା ଚତୁର୍ଦ୍ଦିଗରେ ଏହି ମନ୍ଦିରର ଏକ ବିଶେଷ ବୈଶିଷ୍ଟ୍ୟ ରହିଛି । ଏଠାରେ ଥିବା ପୁଷ୍କାର୍ଣିମୀ ନାମକ ପବିତ୍ର ଜଳସ୍ରୋତରୁ ନିରନ୍ତର ଜଳ ପ୍ରବାହିତ ହୁଏ । ୧୨ ମାସ ଧରି ଏହି ପୁଷ୍କାର୍ଣିମୀରେ ଜଳ କେଉଁଠୁ ଆସେ ତାହା କେହି ଜାଣନ୍ତି ନାହିଁ । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପବିତ୍ର ଜଳରେ ସ୍ନାନ କଲେ ସମସ୍ତ ପାପ ଧୋଇଯାଏ ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଢ଼ମଣା ସାପ

0

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଢ଼ମଣା ସାପ । ଏୟାର ପୋର୍ଟ ଟର୍ମିନାଲ ୨ର ଏରୋ ବ୍ରିଜ୍‌ର ସିଡ଼ି ତଳେ ଏକ ସାପ ପଶିଯାଇଥିଲା । ଟର୍ମିନାଲ ମ୍ୟାନେଜରଙ୍କଠାରୁ ସୂଚନା ପାଇ ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସିଡ଼ି ତଳେ ଥିବା ଗାତ ଭିତରେ ସାପ ଟି ଲୁଚି ରହିଥିଲା । ସାପ  ଗାତ ଭିତରୁ ବାହାର କରିବା ପାଇଁ ପ୍ରଥମେ ପାଣି, ତା ପରେ ଡିଜେଲ ପକା ଯାଇଥିଲା । ଶେଷରେ ଜଣେ କର୍ମଚାରୀ ଟର୍ପେଣ୍ଟାଇନ୍‌ ତେଲ ପକେଇବା ପରେ ସାପଟି ଗାତ ବାହାରକୁ ବାହାରି ଆସିଥିଲା ।

ଏହାପରେ ଶୁଭେନ୍ଦୁ ୫ ଫୁଟ ଲମ୍ବାର ଢ଼ମଣା ସାପଟିକୁ ଉଦ୍ଧାର କରି ବ୍ୟାଗ୍‌ରେ ପୁରେଇ ବାହାରକୁ ଆଣିଥିଲେ । ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି । ବର୍ଷା ଦିନ ହେତୁ ଏୟାରପୋର୍ଟ ଭିତରେ ଘାସ ଆକାର ବଢ଼ି ଯାଇଥିବାରୁ ସାପ ମାନଙ୍କର ଗତିବିଧି ମଧ୍ୟ ବଢିଯାଇଛି ବୋଲି କର୍ମଚାରୀ ମାନେ ଆଶଙ୍କା କରୁଛନ୍ତି ।

ତେବେ ବିମାନବନ୍ଦରରୁ ସାପ ବାହାରିବା ଘଟଣା ନୂଆ ନୁହେଁ । ଏମିତିକି ରନ୍‌ ଓ୍ୱେରେ ନାଗ ସାପ ଥିବାରୁ ବିମାନକୁ ୭ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିବାକୁ ପଡ଼ିଥିଲା । ପାର୍କିଂ କରିବାକୁ ଆସୁଥିବା ବିମାନ ସାପ ପାଇଁ ରନୱେରେ ଅଟକିଲା । ଦିଲ୍ଲୀରୁ ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ବିମାନ ଅବତରଣ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ।