ଆଜି ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ଆଇଜିଏଚ୍ ପରିସରରେ ପ୍ରସ୍ତୁତି ଶେଷ । ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ବ୍ୟାଙ୍କ ।
ମୁଭି ମାଫିଆଙ୍କ ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା, ‘କାହିଁକି ଚାଷ କାମ କରିବାକୁ ବାଧ୍ୟ ହେଲେ ସୁଶାନ୍ତ ?’
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ରିୟା ଚକ୍ରବର୍ତ୍ତୀ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ନାଆରେ ଏଫଆଇଆର ଦର୍ଜ କରିଛନ୍ତି । ସୁଶାନ୍ତଙ୍କ ବାପା ପଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସେ ରିୟା ଏବଂ ତାଙ୍କ ପରିବାର ଉପରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ଯେଉଁଥିରେ ଏହି କଥା ମଧ୍ୟ ସାମିଲ ଅଛି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ ।

ଜଣାଇ ରଖୁଛୁ ଯେ, ସୁଶାନ୍ତ ଏବଂ ରିୟା ରିଲେସନସିପରେ ଥିଲେ । ତେବେ ସୁଶାନ୍ତଙ୍କ ବାପାଙ୍କ ଏହି ପଦକ୍ଷେପ ପରେ କଙ୍ଗନା ରନୈତ ଲଗାତାର ଟ୍ୱିର କରି ଚାଲିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଫିଲ୍ମ ଏବଂ ମିଡିଆ ମାଫିଆଙ୍କ ପାଇଁ ସୁଶାନ୍ତ ମାନସିକ ଚାପରେ ଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, କାହିଁକି ଏତେ ପ୍ରତିଭାଶୀଳ ଅଭିନେତା ଚଳଚିତ୍ର ଛାଡ଼ି ଚାଷ କାମ କରିବାକୁ ଚାହୁଁଥିଲେ ।

କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ୨୦୧୯ ମସିହାରେ ସୁଶାନ୍ତ କୌଣସି ଫିଲ୍ମର ସୁଟିଂ କରିନଥିଲେ । ତାଙ୍କୁ ଫିଲ୍ମ ମାଫିଆ ମାନେ ବୟକଟ କରିଥିଲେ । ତାଙ୍କ ବାପା ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତ ସବୁକିଛି ଛାଡ଼ି ଅରଗାନିକ ଚାଷ କରିବାକୁ ଚାହୁଥିଲେ । ତେବେ କଙ୍ଗନା ପ୍ରଶ୍ନ ଉଠାଇଛନ୍ତି ଯେ, କାହିଁକି ଏତେ ପ୍ରତିଭାବାନ ଅଭିନେତା ନିଜ ଅଭିନୟ କ୍ୟାରିୟର ଛାଡ଼ି ଚାଷ କରିବାକୁ ବାଧ୍ୟ ହେଲେ । ସେ ସାଇନ୍ସରେ ମଧ୍ୟ ନିଜର କ୍ୟାରିୟର କରିପାରିଥାନ୍ତେ । ଯଦି ତାଙ୍କୁ ଚାଷ ହିଁ କରିବାର ଥିଲା ତ ଏବେ କାହିଁକି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି ।
Entire 2019 Shushant didn’t shoot for any film, he was boycotted by film mafia his father has mentioned he wanted to quit and do organic farming, why such a power house of talent had to quit he left glorious career in science, why farming now ? #RheaChakraborty
— Kangana Ranaut (@KanganaTeam) July 28, 2020
ଏହାବ୍ୟତୀତ କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ସେ ମାଫିଆ ମିଡିଆଙ୍କ ଡର ଦେଖାଇ ସୁଶାନ୍ତଙ୍କୁ ଧମକ ଦେଉଥିଲା । ଏହି ପ୍ରକାର ଷ୍ଟ୍ରଗଲ ଭିତରେ ମାନସିକ ଚାପରେ ରହିବା ସାଧାରଣ କଥା । ହଲିଉଡରେ ଅବଶ୍ୟ ଏଭଳି କଥାକୁ ସେଲିବ୍ରିଟି ମାନେ ସର୍ବସମ୍ମୁଖରେ କହିଥାଆନ୍ତି । ନିଜ ବିରୋଧରେ ଚାଲିଥିବା ଏହି ହେଟ କ୍ୟାମ୍ପେନଠୁ ଭଲ ସେ ନିଜ ଜୀବନକୁ ହାରିଦେବା କାହିଁକି ଠିକ ଭାବିଥିଲା ?
She used his fear of mafia media their bullying and ban, it’s very common to have mental health issues because of extreme struggles, in Hollywood people even flaunt it, why he thought better to die then to face their smear campaigns, why?#RheaChakraborty #WhyFearCBIForSSR
— Kangana Ranaut (@KanganaTeam) July 28, 2020
ସୁଶାନ୍ତଙ୍କ ମୃତ୍ୟୁ ଆରମ୍ଭରୁ ହିଁ କଙ୍ଗନା ନିଜ ମତ ଦେଇଚାଲିଛନ୍ତି । ସେ ଏହି ମାମଲାରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇ ପୋଲିସ ଇଣ୍ଡଷ୍ଟ୍ରିର ପ୍ରାୟ ୪୦ ଜଣଙ୍କ ସହ ପଚରାଉଚରା କରିସାରିଲେଣି । ନିକଟରେ ପୋଲିସ ଧର୍ମା ପ୍ରଡକସନର ସିଇଓ ଅପୂର୍ବ ମେହତାଙ୍କ ବୟାନ ରେକର୍ଡ କରିଛି । ଅନ୍ୟପଟେ ସୁଶାନ୍ତଙ୍କ ବାପା ମଧ୍ୟ ନିଜ ବୟାନରେ କହିଛନ୍ତି ଯେ, ପୋଲିସ ଉପରେ ଭରସା ନାହିଁ, ସେଥିପାଇଁ ସେ ତାଙ୍କ ବୟାନ ବିହାର ପୋଲିସ ସାମ୍ନାରେ ଦାଖଲ କରିଛନ୍ତି ।
https://www.youtube.com/watch?v=Zxf8JeL0Vnc
ଆଜି ଅମ୍ବାଲାରେ ପହଞ୍ଚିବ ରାଫେଲ, ଏୟାରଫୋର୍ସ ବେସ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି
ଅମ୍ବାଲା: ରାଫେଲ ଯୁଦ୍ଧ ବିମାନ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ, ଅମ୍ବାଲା ବାୟୁସେନା ଷ୍ଟେସନର ୪ ଟି ଅଞ୍ଚଳରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି। ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବାୟୁସେନା ଷ୍ଟେସନ ନିକଟରେ ଧୁଲକୋଟ, ବଲଦେବ ନଗର, ଗରନାଲା, ପଞ୍ଜୋଖରା ଇତ୍ୟାଦି ସ୍ଥାନରୁ ଏୟାରଫୋର୍ସ ଷ୍ଟେସନର କୌଣସି ପ୍ରକାରର ଫଟୋ ଉଠାଇବା ନିଷେଧ।

ଏହାକୁ ନିଶ୍ଚିତ କରି ଡିଏସପି ମୁନିଶ ସେହଗଲ କହିଛନ୍ତି ଯେ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିବ ଏବଂ ଚାରିଆଡୁ ଅବରୋଧ କରାଯିବ। ଲୋକମାନେ ଉତ୍ସାହରେ ଆସି ଯେମିତି ଫଟୋଗ୍ରାଫି କରିବେ ନାହିଁ ସେ ପ୍ରତି ଧ୍ୟାନ ଦିଆଯିବ । ସେ କହିଛନ୍ତି ଯେ ଏହା ଜାତୀୟ ସୁରକ୍ଷା ସହ ଜଡିତ ଏକ ପ୍ରସଙ୍ଗ ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ।
ଏକ ସପ୍ତାହ ମଧ୍ୟରେ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହେବ

ଜଣାଇ ରଖୁଛୁ ଯେ, ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧବିମାନ ଯେକୌଣସି ମିଶନ ପାଇଁ ପ୍ରସ୍ତୁତ ହୋଇଯିବ । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନଗୁଡ଼ିକୁ ଉଡ଼ାଇବା ପାଇଁ ସମୁଦାୟ ୧୨ ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି । ଏହି ଯୁଦ୍ଧବିମାନକୁ ଗ୍ରହଣ କରିବା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ବାୟୁସେନା ଯୁଦ୍ଧ ବିମାନ ପାଇଲଟମାନେ ୭୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଅମ୍ବାଲା ଏୟାରବେସରେ ପହଞ୍ଚିବେ । ଏହି ଅବସରରେ ଏୟାର ଚିଫ୍ ମାର୍ଶଲ ବି.ଏସ୍ ଧାନୋ ମଧ୍ୟ ଉପସ୍ଥିତ ରହିବେ ।
ଏୟାର ଚିଫ୍ ମାର୍ଶଲ ରାଫେଲକୁ ଗ୍ରହଣ କରିବେ

ଏହି ଅବସରରେ ବାୟୁସେନା ପକ୍ଷରୁ କୌଣସି ସରକାରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇ ନାହିଁ, କିନ୍ତୁ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଅମ୍ବାଲାରେ ବିମାନ ଗ୍ରହଣ କରିବେ। କରୋନା ଅବଧିରେ ମଧ୍ୟ ଭାରତୀୟ ବାୟୁସେନା ରାଫେଲ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଥିଲା। କାର୍ଯ୍ୟସୂଚୀରେ ବିତରଣ ପାଇଁ ୧୦ଟି ବିମାନ ପ୍ରସ୍ତୁତ ରହିଛି | ତେବେ ଟ୍ରେନିଂ ପାଇଁ ପାଞ୍ଚଟି ବିମାନକୁ ଫ୍ରାନ୍ସରେ ରଖାଯାଇଥିବାବେଳେ ୫ ଟି ଭାରତକୁ ପଠାଯାଇଛି ଏବଂ ଅବଶିଷ୍ଟ ଯୁଦ୍ଧ ବିମାନର ବିତରଣ ୨୦୨୧ ଶେଷ ସୁଦ୍ଧା ପହଞ୍ଚିବ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।
ଜାଲ୍ ନୋଟ୍ ଦେଇ ଧରାପଡ଼ିବା ପରେ ପରିସ୍ଥିତି ଅସମ୍ଭାଳ
ଭୁବନେଶ୍ୱର: ଜାଲ ନୋଟ୍ ଦେବା ବେଳେ ଯୁବକକୁ ଧରି ନିସ୍ତୁକ ମାଡ । ବାଲେଶ୍ୱର ଜିଲା ଖଇରା ଥାନା ସୁନ୍ଦରପୁର ଗାଁରେ ଏଭଳି ଘଟଣା ଘଟିଛି । ଜଣେ ଯୁବକ ଦୋକାନରେ ୧୦୦ ଟଙ୍କିଆ ଜାଲ ନୋଟ ଦେଇ ପାଉଁରୁଟି କିଣୁଥିବା ବେଳେ ଧରାପଡି ନିସ୍ତୁକ ମାଡ଼ ଖାଇଛନ୍ତି । ପାଉଁରୁଟି କିଣିବା ବେଳେ ଦୋକାନୀ ଜାଲ ନୋଟ୍ ବୋଲି ଜାଣିପାରି ଥିଲେ । ସ୍ଥାନୀୟ ଲୋକେ ଯୁବକକୁ କାବୁ କରିବା ସହ ବାନ୍ଧି ମାଡ ମାରିଥିଲେ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜଣେ ଯୁବକ ଦୋକାନରେ ୧୦୦ ଟଙ୍କିଆ ଜାଲ ନୋଟ ଦେଇ ପାଉଁରୁଟି କିଣୁ ଥିବାବେଳେ ଧରାପଡି ନିସ୍ତୁକ ଛେଚା ଖାଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁନ୍ଦରପୁର ଗ୍ରାମରେ ଜଣେ ଯୁବକ ସୁଦର୍ଶନ ମଲ୍ଲିକଙ୍କ ଦୋକାନରୁ ୧୦୦ ଟଙ୍କିଆ ନୋଟ ଦେଇ ଏକ ପାଉଁରୁଟି କିଣିଥିଲା । ନୋଟ ଦେଖି ପ୍ରଥମେ ଦୋକାନୀ ସୁଦର୍ଶନ ୧୦୦ଟଙ୍କିଆ ନୋଟଟି ଜାଲ ବୋଲି କହିଥିଲେ । ଯୁବକ ଜଣକ ସୁଦର୍ଶନ ଠାରୁ ଦେଇଥିବା ନୋଟ ନେଇ ପଳାଇବା ବେଳେ ସୁଦର୍ଶନ ଚିତ୍କାର କରିବାରୁ ଲୋକେ ଯୁବକକୁ ଧରି ବାନ୍ଧି ପକାଇ ମାଡ ନିସ୍ତୁକ ମାଡ଼ ମାରିଥିବା ଜଣା ପଡ଼ିଛି ।
( ସୋରରୁ ତପୋଧନ ବାରିକ )






