spot_img
Home Blog Page 6604

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨୮ହଜାର ପାର୍, ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା । ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିବା ବେଳେ ଏବେ ଦିନକରେ ୪୬୨ ସ୍ଥାନୀୟ ସଂକ୍ରମଣ ନିଦ ହଜାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୧୫ଜଣ । ଏମଧ୍ୟରୁ ୭୫୩ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ ଜିଲ୍ଲାରୁ ୧୨୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ । ଗଞ୍ଜାମରୁ ସର୍ବାଧିକ ୩୩୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେହିଭଳି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୦, ଭଦ୍ରକରୁ ୨, ବଲାଙ୍ଗିକରରୁ ୨୧, ବୌଧରୁ ୨, କଟକରୁ ୬୦, ଦେଓଗଡ଼ ଓ ଢେଙ୍କାନଳରୁ ଜଣେ ଲେଖାଏଁ, ଗଜପତିରୁ ୮୯, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୮, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୧୪ ଲେଖାଏଁ, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, ମୟୁରଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧, ରାୟଗଡ଼ାରୁ ୨୪, ସୋନପୁର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୮ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୨୮ହଜାର ୧୦୭କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ଆଜି କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ହୋଇଛି । ଏହାସହ ୧୭ହଜାର ୩୭୩ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୦ହଜାର ୫୪୫ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଛୁଆ ବାଛୁରୀକୁ କାଟି ଖାଇବା ପରେ ୫ ଜଣଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପୁଣି ଦେଖିବାକୁ ମିଳିଛି କଂଗାରୁ କୋର୍ଟ । ୫ ଜଣଙ୍କୁ ଆଣ୍ଠେଇ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ପୁରା ଗାଁରେ କାନକୁ ଧରି ବୁଲାଇଛନ୍ତି । ଗ୍ରାମସଭା କରି ଏହି ପାଞ୍ଚ ଜଣଙ୍କୁ କାନ ଧରି ବୁଲିବାକୁ କୁହାଯିବା ସହ ଆଣ୍ଠେଇ ଦେଇଥିବା ଚିତ୍ର ଏବେ ସୋସୋଲିଆଲ ମିଡିଆରେ ଭାଇରଲ ହେଉଛି । ଗତକାଲି ସନ୍ଧ୍ୟାରେ ଘଟିଛି ଏଭଳି ଘଟଣା । ବାଛୁରୀ କାଟି ଖାଇବା ଘଟଣାକୁ ନେଇ ଭୋଗିବାକୁ ପଡ଼ିଛି ଦଣ୍ଡ । ତେବେ ସାଧାରଣ ଲୋକ ଦଣ୍ଡବିଧାନ କରିପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ନିୟମକୁ ବେଖାତିର ।

 

ସୂଚନା ଅନୁସାରେ ବନ୍ତଳା ଥାନା ବଣାମିରା ଗାଁର ୫ ଜଣ ଯୁବକ ପାଳିବା ଉଦ୍ୟେଶରେ ଏକ ବାଛୁରୀ ଛୁଆକୁ କିଣିଥିଲେ । ତେବେ ଗାଁ ମୁଣ୍ଡ ପାହାଡ଼ରେ ଏହି ବାଛୁରୀକୁ କାଟି ସେମାନେ ଭୋଜି କରି ଖାଇଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକ ଏହା ଜାଣିବା ପରେ ଏମାନଙ୍କୁ ଗ୍ରାମସଭାକୁ ଡାକି ପଚରାଉଚରା କରିଥିଲେ । ସେଠାରେ ସେମାନଙ୍କୁ ଏଭଳି ଦଣ୍ଡ ଦେବା ସହ ଜୋରିମାନା କରିଥିଲେ । ଯାହାର ଭିଡିଓ ଓ ଫଟୋ ଏବେ ଭାଇରଲ ହେଇଛି । ତେବେ ଏ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣା ପଡ଼ିଛି ।

ରାଜଧାନୀରେ ପିଜୁଳି ଗଛରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ । ପାଟି ହାଥ ଗୋଡ଼ ବନ୍ଧା ଅବସ୍ଥାରେ ଦଶମ ଶ୍ରେଣୀ ଝିଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଖଣ୍ଡଗିରି ଥାନା ପୋଲିସ । ଭୁବନେଶ୍ୱରର ଡୁମଡୁମା ଫେଜ ୨ରୁ ଏହି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘର ବାଡ଼ିରେ ଥିବା ପିଜୁଳି ଗଛରେ ଝୁଲୁଥିଲା ନାବାଳିକାଙ୍କ ମୃତଶରୀର । ଏହା ହତ୍ୟା ନୁହେ ବରଂ ଆତ୍ମହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ନାବାଳିକାର କ୍ଲିପ ଏବଂ ଚପଲ ପଡ଼ିଥିବା ବେଳେ ଗାମୁଛାରେ ନାବାଳିକାର ହାତ, ଗୋଡ ବନ୍ଧାଯାଇଥିଲା ।

ତେବେ ଏନେଇ ନାବାଳିକାର ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ଗୋଟିଏ ରୁମରେ ସାନ ଭାଇ ସହ ଦୁଇ ଭଉଣୀ ରହୁଥିବା ବେଳେ ବାହାର ପଟୁ ତାଲା ପକାଇ ଏପରି ଘଟଣା ଘଟିଛି । ସେପଟେ ନାବାଳିକା ନିକଟସ୍ଥ ଏକ ସ୍ଥାନକୁ ଗୀତ ଶିଖିବାକୁ ଯାଉଥିବାବେଳେ ଏକ ଯୁବକ ସହ ପ୍ରେମ ସମ୍ପର୍କ ଥିବାରୁ ସେ ଦିଗରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି ।

ଅନ୍ୟପଟେ ଅଗଣା ଭିତରେ ଏଭଳି ଘଟଣା ଘଟିବ ବାପା ମା କିପରି ଜାଣିପାରିଲେନି ବୋଲି ପ୍ରଶ୍ନ ଉଠିଛି । ପୋଲିସ ଏହି ଘଟଣାରେ ଜଣେ ଯୁବକକୁ ସନ୍ଦେହଜନକ ଭାବେ ଅଟକ ରଖିବା ସହ ତଦନ୍ତ ପକ୍ରିୟା ଜାରି ରଖିଛି । ଏନେଇ ପୋଲିସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ଜୀବନର ଅପରାହ୍ନରେ ବି ମଉଳି ନଥିଲା ହସର କୃଷ୍ଣଚୂଡ଼ା, ଏମିତି ଥିଲା ଦୀପାଙ୍କ ଶେଷ ହସ

ଭୁବନେଶ୍ୱର: ହସ ଲୁହ ଭରା ଏ ଜୀବନ । ଜୀବନର ପଲ୍ଲାରେ ଗୋଟେ ପଟେ ହସ ଏବଂ ଅନ୍ୟ ପଟେ ଲୁହ । କେତେବେଳେ ହସର ପଲ୍ଲା ଭାରି ହୁଏ ତ ପୁଣି କେତେବେଳେ ଲୁହର । ଗୋଟିଏ ସୁନ୍ଦର ହସ ମଣିଷକୁ ଆହୁରି ସୁନ୍ଦର କରିଥାଏ । ଅନେକ କଷ୍ଟରେ ମଧ୍ୟ ସମସ୍ତଙ୍କୁ ସାନ୍ତ୍ୱନା ଦେବା ପାଇଁ ତା ମୁହଁରେ ହସକୁ ଆବୋରି ନେଇଥାଏ ଏ ଜୀବନ । ହସ କେତେବେଳେ ମରମ ତଳର ଫୁଲ ବଣ ପାଲଟେ ତ ପୁଣି କେତେବେଳେ ବିରହ ବନର ସଜ ପ୍ରୀତି ପାରିଜାତ । ଆଉ କେତେବେଳେ ବ୍ୟଥା ଏବଂ ବେଦନାର ଅମୃତ ପରସ ମଧ୍ୟ ପାଲଟେ ।

କେହି କେହି ହସକୁ ଖୋଜି ପାଆନ୍ତିନି ତ ପୁଣି କିଏ ହସକୁ ଜୀବନର ଶେଷ ପର୍ଯ୍ୟନ୍ତ ମୁହଁରେ ଜାବୁଡ଼ି ଧରି ବୁଲନ୍ତି । ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ସେହି କ୍ଷଣିକ ହସ ସମସ୍ତଙ୍କୁ ତା ପୁଟୁଳିରେ ବାନ୍ଧି ପକାଏ । ଆମେ ଆଜି ସେହିଭଳି ଏକ ହସକୁ ଆପଣଙ୍କ ସାମ୍ନାକୁ ଆଣିବୁ । ଯେଉଁ  ହସର ମହମ ସିନା ତରଳି ଯାଇଛି କିନ୍ତୁ ଏବେବି ଦିକଦିକ ହୋଇ ଜଳୁଛି ସମସ୍ତଙ୍କ ମନରେ ।

ହସ କେତେବେଳେ ଦୁଃଖର ଘୋଡ଼ଣୀ ପାଲଟେ ତ ପୁଣି କେତେବଳେ ମନର ରାଣୀ । ଏହି ହସ ଟିକକ ଯାହା ପାଖରେ ଥାଏ ସେ ମନ ତୃପ୍ତତାର ମର୍ଯ୍ୟାଦା ପାଏ । ବୋଧେ ସେଥିପାଇଁ ସମସ୍ତଙ୍କର ମନକୁ ଜିଣି ପାରିଥିଲେ ସେ । ସେତ ଥିଲେ ଓଡ଼ିଆ ଆଲବମ ଜଗତର କୁଇନ । କିନ୍ତୁ ତାଙ୍କର ସାଇତା ମନ ଭିତରେ ଆଉ ଗୋଟେ ହତିଆର ଥିଲା ତାଙ୍କର ହସ । ଯେଉଁ ହତିଆରରେ ସେ ମାରିଚାଲିଥିଲେ ଦୁଃଖର ଶତ୍ରୁକୁ । ଆମେ କହୁଛୁ ଦୀପା ସାହୁଙ୍କ କଥା । ୯୦ ଦଶକରେ ସମସ୍ତଙ୍କ ମନରେ ଘର କରିଥିବା ଶ୍ୟାମଳବର୍ଣ୍ଣୀ ସୁନ୍ଦରୀ ଦୀପା । ମେଡ ଇନ୍‌ ଓଡ଼ିଶା ଠାରୁ ଆରମ୍ଭ କରି ତୋର ଲମ୍ବା ବେଣୀ ଭଳି ଅନେକ ସୁପରହିଟ ଗୀତ ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ । ଯାହାଙ୍କ ଗୀତ ମନରେ ମନକୁ ଚାଲିଆସେ ଫାଙ୍କା ସମୟରେ । ହେଲେ ସମସ୍ତଙ୍କ ମନରେ ରାଜ କରୁଥିବା ଦୀପା ଏବେ ଅନ୍ଧାରୀ ମୂଲକରେ ମିଳେଇ ଯାଇଛନ୍ତି । ପରପାରିକୁ ଚାଲିଯାଇଛନ୍ତି ଦୀପା ।

ଦୀପାଙ୍କ ଟ୍ରିଟମେଣ୍ଟ ବେଳର ଫଟୋକୁ ଟିକେ ଭଲସେ ଦେଖନ୍ତୁ । ବୋଧେ ଏ ହେଉଛି ତାଙ୍କର ଶେଷ ହସ। ଜୀବନର ଅପରାହ୍ନରେ ବି ବୁଣି ଚାଲିଥିଲେ ହସର ମଞ୍ଜି । ମୁହଁରେ ସାଇତି ରଖିଥିବା ହସର ହତିଆରରେ ମାରି ଚାଲିଥିଲେ କଷ୍ଟର କୋହକୁ । କଷ୍ଟ କ୍ୟାନସରର । କଷ୍ଟ କ୍ୟାନସରରେ ଦିଆଯାଉଥିବା କେମୋ ଥେରାପିର । କଷ୍ଟ ତାଙ୍କ ପରେ ୧୨ ବର୍ଷ ଝିଅର ଏକୁଟିଆ ପଣର । କଷ୍ଟ ପରିବାରକୁ ହରାଇବାର । କିନ୍ତୁ ସେ ଏତେ କଷ୍ଟ ମଧ୍ୟରେ ବି ହସର ପୁଟୁଳି ଭିତରେ ଆବୋରି ନେଇଥିଲେ ସବୁ ଦୁଃଖକୁ । ଏବଂ ଦୁଃଖର ପାହାଡ଼ରେ ଫୁଠାଇ ଚାଲିଥିଲେ ହସର କୃଷ୍ଣଚୁଡ଼ା । ସତରେ ଦୀପା ତୁମ ହସ କେତେ ସୁନ୍ଦର  ।

୨୫-୩୦ବର୍ଷ ବୟସରେ ଯଦି କରନ୍ତି ଏହି କାମ ତେବେ ୬୦ବର୍ଷ ବେଳକୁ ହୋଇଯିବେ…

ନୂଆଦିଲ୍ଲୀ: ଧନୀ ହେବାର ସ୍ୱପ୍ନ ସମସ୍ତେ ଦେଖନ୍ତି, କିନ୍ତୁ ଏହି ସ୍ୱପ୍ନକୁ ପୂରଣ କରିବାକୁ ସମସ୍ତେ ସାହସ କରିପାରନ୍ତି ନାହିଁ । ଯଦି ଆରମ୍ଭରୁ ଚାକିରି କରିବା ସମୟରେ ଉତ୍ତମ ଯୋଜନା କରାଯାଏ, ତେବେ ଆପଣଙ୍କୁ କୋଟିପତି ହେବାକୁ କେହି ବି ଅଟକାଇ ପାରିବେ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ଧନୀ ହେବା ପାଇଁ କେମିତି କରିବେ ପ୍ଲାନିଂ । ଯାହା ଆପଣ ଚାହିଁଲେ କରିପାରିବେ…

ଆପଣଙ୍କୁ ୨୫ବର୍ଷ ବୟସରେ କରିବାକୁ ହେବ ଏହି କାର୍ଯ୍ୟ

ଯଦି ଆପଣଙ୍କର ବୟସ ୨୫ବର୍ଷ ଏବଂ ଆପଣ ଚାକିରିରୁ ଅବସର ପରେ  ପ୍ରାୟ ୨ କୋଟି ଟଙ୍କା ଜମା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ମାସକୁ ୫୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ । ଯଦିଓ ତୁମେ ତୁମର ପୁଞ୍ଜି ବିନିଯୋଗରେ ମାତ୍ର ୧୦ ପ୍ରତିଶତ ରିଟର୍ଣ୍ଣ ପାଇବ, ଅବସର ସମୟରେ ଆପଣ କୋଟିପତି ହୋଇପାରିବେ ।

ଆପଣଙ୍କୁ କଣ କରିବାକୁ ପଡ଼ିବ

ଏଥିପାଇଁ ଆପଣଙ୍କୁ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍ (SIP) ମାଧ୍ୟମରେ ବିନିଯୋଗ କରିବାକୁ ହେବ । ଏହା ଆପଣଙ୍କ ନିବେଶ ଉପରେ ବିପଦକୁ କମାଇବ ଏବଂ ଭଲ ରିଟର୍ଣ୍ଣ ମଧ୍ୟ ଦେବ । କାରଣ SIP ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ବିନିଯୋଗ କରାଯାଇଥାଏ । ଏକ୍ସପର୍ଟମାନେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଅତି କମରେ ୧୦ ପ୍ରତିଶତ ହାର ରିଟର୍ଣ୍ଣ ତ ଯେମିତି ବି ହେଲେ ମିଳିଥାଏ ।

ବୟସ ୨୫ ବର୍ଷ – ମାସିକ ବିନିଯୋଗ: ୫୦୦୦ ଟଙ୍କା – ସୁଧ ହାର: ୧୦%, ଅବସର ବୟସ: ୬୦ ବର୍ଷ, ବିନିଯୋଗ ପରିମାଣ: ୨୧ ଲକ୍ଷ ସୁଧରୁ ଆୟ: ୧.୭୦ କୋଟି, ମୋଟ ପରିମାଣ: ୧.୯୧ ।

ଆପଣଙ୍କୁ ୩୦ ବର୍ଷ ବୟସରେ କରିବାକୁ ପଡିବ ଏହି କାମ

ଯଦି ଆପଣଙ୍କର ବୟସ ୩୦ ବର୍ଷ ଏବଂ ଆପଣ ଅବସର ବୟସରେ ପ୍ରାୟ ୧.୫ କୋଟି ଟଙ୍କା ଚାହୁଁଛନ୍ତି, ତେବେ ଆପଣଙ୍କୁ ମାସକୁ ୮ ହଜାର ଟଙ୍କା ବିନିଯୋଗ କରିବାକୁ ପଡିବ । ଯଦିଓ ଆପଣ ଆପଣଙ୍କ ପୁଞ୍ଜି ବିନିଯୋଗରେ ମାତ୍ର ୧୦ ପ୍ରତିଶତ ରିଟର୍ଣ୍ଣ ପାଇବ, ଅବସର ପର୍ଯ୍ୟନ୍ତ ତୁମେ ସହଜରେ ୨ କୋଟି ଟଙ୍କା ପାଇଯିବ ।

ବୟସ ୩୦ ବର୍ଷ – ମାସିକ ବିନିଯୋଗ: ୮୦୦୦ ଟଙ୍କା,  ସୁଧ ହାର: ୧୦% , ଅବସର ବୟସ: ୬୦ ବର୍ଷ,  ବିନିଯୋଗ ପରିମାଣ: ୨୮.୮୦ ଲକ୍ଷ, ସୁଧରୁ ଆୟ: ୧.୫୩ କୋଟି, ମୋଟ ପରିମାଣ: ୧.୮୨ କୋଟି ।

SIP କଣ କେମିତି ବୁଝିବେ : SIP ମାଧ୍ୟମରେ ପ୍ରାରମ୍ଭିକ ବିନିଯୋଗ ଅଧିକ ରିଟର୍ଣ୍ଣ ଦେଇଥାଏ । ଉଦାହରଣ ସ୍ୱରୂପ, ଯଦି ସୋହାନ୍ ୩୦ ବର୍ଷ ବୟସରେ ୧୦୦୦ ଟଙ୍କା ଜମା କରନ୍ତି ଏବଂ ଏଥିରେ ୮% ହାର ପାଆନ୍ତି, ତେବେ ୬୦ବର୍ଷ ହେବା ପରେ ତାଙ୍କୁ ୧୨.୨୩ ଲକ୍ଷ ଟଙ୍କା ମିଳିବ । ଏଥି ସହିତ, ରାମ ୩୫ ବର୍ଷ ବୟସରେ ୧୦୦୦ ଟଙ୍କା ଜମା କରନ୍ତି ଏବଂ ଯଦି ସେ ମଧ୍ୟ ୮ ପ୍ରତିଶତ ହାରରେ ସୁଧ ପାଆନ୍ତି, ତେବେ ୬୦ ବର୍ଷ ବୟସରେ ତାଙ୍କୁ ମାତ୍ର ୭.୮୯ ଲକ୍ଷ ଟଙ୍କା ମିଳିବ । ଏହା ଦର୍ଶାଏ ଯେ ଆରମ୍ଭରେ ୫୦ ହଜାର ଟଙ୍କାର ପାର୍ଥକ୍ୟ ଶେଷରେ ୪ ଲକ୍ଷ ଟଙ୍କାରୁ ଅଧିକ ପାର୍ଥକ୍ୟ ରହିଥାଏ ।

 କାହିଁକି SIP: SIP ମାଧ୍ୟମରେ ବିନିଯୋଗ ଆପଣଙ୍କ ପୁଞ୍ଜି ବିନିଯୋଗକୁ ପରିଚାଳନା କରିପାରିବ ଏବଂ ବଜାରର ଅଭିବୃଦ୍ଧି ସମୟରେ, ଷ୍ଟକ୍ ମାର୍କେଟରେ ହ୍ରାସ ସମୟରେ ମଧ୍ୟ ଏହା ଚାଲୁ ରହିବ । ମ୍ୟୁଚୁଆଲ୍ ଫଣ୍ଡର ୟୁନିଟ୍ କ୍ରୟ ମୂଲ୍ୟ ହାରାହାରି ହୋଇଥାଏ ଯେତେବେଳେ SIP ଦ୍ୱାରା ବିନିଯୋଗ ହୁଏ । ଏହି କାରଣରୁ, ନିବେଶ ଉପରେ ସଙ୍କଟ କମିଯାଏ ।