ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ନେଇ ଜନଶୁଣାଣି ଆରମ୍ଭ
ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ନେଇ ଜନଶୁଣାଣି ଆରମ୍ଭ
ପୁଣି କୋଭିଡ୍ ନିୟମ ଭାଙ୍ଗିଲେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
ପୁଣି କୋଭିଡ୍ ନିୟମ ଭାଙ୍ଗିଲେ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
ଦେଶରେ ୬୯ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା, ଶୀତ ଦିନେ ୪ ଗୁଣା ଶକ୍ତିରେ ଲେଉଟିବ କରୋନା
ନୂଆଦିଲ୍ଲୀ: ଦେଶରେ ୬୯ ଲକ୍ଷ ଟପିଛି କରୋନା ସଂକ୍ରମଣ ସଂଖ୍ୟା । ଦିନକରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି । ଲକ୍ଷେ ୬ହଜାରରୁ ଅଧିକ ଜଣଙ୍କ ଜୀବନ ନେଲାଣି ଭୂତାଣୁ । ଦେଶରେ ଏବେବି ୮ଲକ୍ଷରୁ ଅଧିକ ମାମଲା ସକ୍ରିୟ ରହିଥିବା ବେଳେ ୫୯ ଲକ୍ଷରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସଂକ୍ରମଣର ହାର ଦେଶରେ ସର୍ବାଧିକ ରହିଛି । ତେବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ସାଙ୍ଗାତିକ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ଆଗକୁ ଶୀଚ ଋତୁ ଆସୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ିବା ନେଇ ମତ ପ୍ରକାଶ କରିଛି କୋଭିଡ କମିଟି ।

ଶୀତ ଦିନେ ୪ ଗୁଣା ଦୃତରେ ବଢ଼ିବ କରୋନା ସଂକ୍ରମଣ
କରୋନା ପାଇଁ ପ୍ରସ୍ତୁତ ଏକ୍ସପର୍ଟ କମିଟି ଚେତାବନୀ ଦେଇଛି ଯେ, ଶୀତର ପ୍ରକୋପ ବଢ଼ିଲେ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନାର ୧୫ ହଜାର ମାମଲା ସାମ୍ନାକୁ ଆସିବ । ଏଯାବତ ଦିଲ୍ଲୀରେ ସର୍ବାଧିକ ୪,୪୭୩ ମାମଲା ଆସିଛି । ତେବେ ଶୀତଦିନେ ଏହା ଚାରିଗୁଣ ବଢ଼ିଯିବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । କମିଟି ମୁତାବକ ଶୀତ ଦିନରେ ଅନେକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ । ଏହାସହ ପୂଜା ପର୍ବାଣୀକୁ ମଧ୍ୟ ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାର ଏକ ମୁଖ୍ୟ କାରଣ କୁହାଯାଉଛି । ଡ. ପିକେ ପଲ୍ ମତ ଦେଇଛନ୍ତି ଯେ, ପ୍ରତିଦିନ ୧୫ ହଜାରରୁ ବି ଅଧିକ ସଂକ୍ରମଣ ମାମଲା ସହ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ନିଜକୁ ପ୍ରସ୍ତୁତ କରିନେବା ଉଚିତ । ଏହା ସହ ଦିଲ୍ଲୀ ବାହାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ । ପ୍ରତିଦିନ ୧୫ ହଜାର ସଂକ୍ରମିତଙ୍କ ମଧ୍ୟରୁ ୨୦ ପ୍ରତିଶତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ବ୍ୟବସ୍ଥା ଆରମ୍ଭ କରିବାକୁ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଛି କୋଭିଡ କମିଟି ।

ଆଗାମୀ ୩ ମାସ ଖୁବ ଗୁରୁତ୍ୱପୂର୍ଣ୍ଣ
କମିଟି ମୁତାବକ ଆଗାମୀ ତିନି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିସ୍ଥିତିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦିଆଯାଇଛି । କରୋନା ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର RT-PCR ଟେଷ୍ଟ ଏବଂ ଲିମିଟେଡ କଣ୍ଟାକ୍ଟ ଟ୍ରେସିଂ ହେବା ଉଚିତ ବୋଲି କମିଟି ପରାମର୍ଶ ଦେଇଛି । ଟେଷ୍ଟିଂକୁ ସର୍ଭେଲାନ୍ସ ସାହାଯ୍ୟରେ ଚଲାଇବା, କ୍ରିଟିକାଲ କେୟାର ଫେସିଲିଟିଜ ବଢ଼ାଇବା, ପାର୍ବଣ ଋତୁକୁ ଆଖି ଆଗରେ ରଖି ସଚେତନତା ଅଭିଯାନ ଆରମ୍ଭ କରିବା ଏବଂ ହେଲ୍ଥ କେୟାର କର୍ମଚାରୀଙ୍କ ମୃତ୍ୟୁକୁ ରୋକିବା ପାଇଁ ପରାମର୍ଶ ଦେଇଛି କୋଭିଡ କମିଟି ।
୯ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପାଦ ରଖିଲେ ସରକାରୀ ବାବୁ, ଦୁଃଖ ବଖାଣିଲେ ଅଞ୍ଚଳବାସୀ
ମାଲକାନଗିରି: ଲାଲଗଡକୁ ଭେଦ କରିବାକୁ ଅଣ୍ଟା ଭିଡ଼ୁଛି ପ୍ରଶାସନ । ବହୁଦିନ ହେବ ଏକ ପ୍ରକାର ବନ୍ଦି ହୋଇଥିବା ଲୋକଙ୍କ ଦୁଃଖସୁଖରେ ସାଥି ହେବାକୁ ପ୍ରୟାସ କରିଛି ପ୍ରଶାସନ । ଲାଲଗଡରେ ପହଞ୍ଚିଲେ ମାଲକାନଗିରିର ଜିଲ୍ଲାପାଳ । ଦୀର୍ଘଦିନ ପରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ମାଓ ପ୍ରବଣ ଜୋଡାମ୍ବ ଠାରେ ଗୁରୁବାର ହଠାତ୍ ଜିଲ୍ଲାପ୍ରଶାସନର ସୁଅ ଛୁଟିଥିଲା ।

ପ୍ରଥମେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯନ୍ତୁରାଇ ଗାଁରୁ ମୋଟର ସାଇକଲ ଯୋଗେ ଜୋଡାମ୍ବ ପଞ୍ଚାୟତରେ ପହଞ୍ଚିଥିଲେ, ସେଠାରେ ଲୋକଙ୍କ ସୁଖଦୁଃଖ ବୁଝି ଥିଲେ । ପ୍ରଥମଥର କରି ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୂରା ଜିଲ୍ଲା ପ୍ରଶାସନକୁ ଦେଖି, ସ୍ୱାଭିମାନ ଅଞ୍ଚଳବାସୀ ନିଜ ବର୍ଷ ବର୍ଷର ଦୁଃଖ କଷ୍ଟ ବଖାଣି ଥିଲେ ।

ପୁର୍ବରୁ ୨୦୧୧ ମସିହାରେ ଜିଲ୍ଲାପାଳ ଆର. ଭିନିଲ କ୍ରୀଷ୍ଣା ଅଞ୍ଚଳକୁ ଯାଇ ମାଓବାଦୀଙ୍କ ଦ୍ୱାରା ଅପହରଣ ହୋଇଥିଲେ । ସେହି ଦିନ ପରଠାରୁ ସ୍ୱାଭିମାନ ଅଞ୍ଚଳରେ କୌଣସି ସରକାରୀ ବାବୁଙ୍କ ପାଦ ପଡୁନଥିଲା l ଜୁଲାଇ ୨୦୧୮ ରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଆସ୍ତେ ଆସ୍ତେ ଲାଲଗଡକୁ ଭେଦ କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ ।













