spot_img
Home Blog Page 6625

ହ୍ୱାଇଟ ହାଉସରେ ପହଞ୍ଚି ମାସ୍କ କାଢି ଏମିତି ବ୍ୟବହାର କଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ହ୍ୱାଇଟହାଉସକୁ ଫେରିଛନ୍ତି। ମଙ୍ଗଳବାର ଦିନ ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଯଦିଓ, ସେ ଏବେ ସୁଦ୍ଧା କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ଏବେବି କରୋନାରେ ପୀଡ଼ିତ ଅଛନ୍ତି । କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ନେଇ ହ୍ୱାଇଟ ହାଉସରେ ପହଞ୍ଚି ସେ ପ୍ରଥମେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।

ଏହି ସମୟ ମଧ୍ୟରେ, ଏପରି କିଛି ହୋଇଥିଲା ​​ଯାହାକୁ ନେଇ ବିବାଦ ଦେଖାଦେଇଛି । ଡୋନାଲ୍ଡ ଟ୍ରମ୍ପ ଡିସଚାର୍ଜ ନେଇ ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ ହ୍ୱାଇଟ ହାଉସରେ ପହଞ୍ଚିବା ପରେ ଛାତକୁ ପଳାଇଥିଲେ ଯେଉଁଠାରୁ ସେ ଗଣମାଧ୍ୟମକୁ ଠିକରେ ଦେଖିପାରିବେ । ତେବେ ସେଠାରେ ଟ୍ରମ୍ପ ତୁରନ୍ତ ନିଜର ମାସ୍କ କାଢି ସମସ୍ତଙ୍କ ପାଇଁ ପୋଜ୍ ଦେବା ଆରମ୍ଭ କରିଥିଲେ । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, କାରଣ ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ କରୋନାରେ ପୀଡ଼ିତ ଏଭଳି ପରିସ୍ଥିତିରେ ଏପରି ଅସାବଧାନତା ଅବଲମ୍ବନ କିରବାକୁ ନେଇ ପ୍ରଶ୍ନ ଉଠିଛି ।

ଆପଣଙ୍କୁ କହି ରଖୁଛୁ ଯେ, କିଛିଦିନ ତଳେ ହିଁ ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ଜ୍ୱର ବୃଦ୍ଧି ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସୋମବାର ହସ୍ପିଟାଲର ଡାକ୍ତର କହିଥିଲେ ଯେ, ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ନେଇପାରିବେ । ଏଭଳି ପରିସ୍ଥିତିରେ ତାଙ୍କୁ ହ୍ୱାଇଟ ହାଉସରେ ଆଇସୋଲେସନରେ ରହିବାକୁ ପଡ଼ିବ ।

ତେବେ ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ହ୍ୱାଇଟ ହାଉସରୁ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ୨୦ ବର୍ଷ ପୂର୍ବରୁ ସେ ଯେମିତି ଥିଲେ ତାଠାରୁ ବି ସେ ବେଶୀ ଫିଟ୍ ଅନୁଭବ କରୁଛନ୍ତି । ଏହାସହ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ‘କରୋନାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ବର୍ତ୍ତମାନ ଏହା ବିଷୟରେ ବହୁତ କିଛି ଶିଖିଛି ।’

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇ ନିର୍ବାଚନ ପାଇଁ କ୍ୟାମ୍ପେନ କରିବେ  । ତେବେ ଏଥିପାଇଁ ସେ ଡାକ୍ତର ଏବଂ ଆମେରିକୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ପାଇଛନ୍ତି, ଯଦିଓ ସେ ନିଜେ ହ୍ୱାଇଟ ହାଉସରେ ଆଇସୋଲେସନରେ ଅଛନ୍ତି ।

ସାବଧାନ, ହଳଦିଆ ବତୀ ଭ୍ୟାନ୍‌ ଧରି ବୁଲୁଛନ୍ତି ନକଲି STF ଅଧିକାରୀ

ବୋଲେଶ୍ୱର: ବାଲେଶ୍ୱରରେ ବୁଲୁଛନ୍ତି ନକଲି ଏସଟିଏଫ୍ ଅଧିକାରୀ । ନିଜକୁ ଏସ୍‌ଟିଏଫ୍‌ କହି ଲୁଟୁଛନ୍ତି ଟଙ୍କା । ସେରଗଡ଼ ଟୋଲ୍‌ ଗେଟ୍‌ ନିକଟରୁ ୨ଜଣ ନକଲି STF ଅଧିକରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ନାଲିବତୀ ସ୍କର୍ପିଓ ଓ ରିଭଲଭର ଜବତ ହୋଇଛି । ଗିରଫ ୨ଜଣଙ୍କ ଘର ଗଞ୍ଜାମ ଜିଲାରେ ବୋଲି ସୂଚନା ମିଳିଛି । ନିଜକୁ STF ଅଧିକାରୀ ପରିଚୟ ଦେଇ ଫି ଛାଡ଼ କରିବାକୁ ନେଇ ଗଣ୍ଡଗୋଳ କରିଥିଲେ । ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହେବାକୁ ଉଦ୍ୟମ କରୁଥିବାବେଳେ ଖନ୍ତାପଡ଼ା ପୋଲିସ ଏମାନଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହଳଦିଆ ବତି ଥିବା ଗାଡ଼ିରେ ଆସିଥିଲେ ନକଲି ଏସ୍‌ଟିଏଫ୍‌ । ଆସିବା ସମୟରେ ସେମାନଙ୍କୁ ଟୋଲଗେଟରେ ଅଟକାଯାଇଥିଲା । ଯେତେବେଳେ ତାଙ୍କୁ ଟୁଲ ଆଦାୟ ପାଇଁ ଅଧିକାରୀ ଟଙ୍କା ମାଗିଥିଲେ । ସେମାନେ ଟୋଲ ଦେବା ପାଇଁ ମନା କରିଥିଲେ । ଏସ୍‌ଟିଏଫ୍‌ ଅଧିକାରୀ ବୋଲି କହି ଟୋଲ ଦେବାପାଇଁ ମନାକରିଥିଲେ । ଏନେଇ ଟୋଲଗେଟରେ ରହୁଥିବା ଅଧିକାରୀ ମାନେ ସେମାନଙ୍କ ଉପରେ ସନ୍ଦେହ କରିଥିଲେ । ଏହାପରେ ଅଧିକ ଯୁକ୍ତିତର୍କ ହେବା କାରଣରୁ ନକଲି ଏସ୍‌ଟିଏଫ୍‌ ଅଧିକାରୀ ମାନେ ବନ୍ଧୁକ ଦେଖାଇ ଡ଼ରାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

ଲୋକେ ସେଠାରେ ଜମିବାରୁ ସେମାନେ ଉପରୁକୁ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ । ତେବେ ସେହି ସମୟରେ ଭୟରେ ଘଟଣା ସ୍ଥଳରୁ ଟୋଲ ଗେଟର ଅଧିକାରୀ ମାନେ ଫେରାର ହେବା ସହ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଇଆଇସି ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେହି ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏମାନେ ଅନେକ ସମୟରେ ଲୋକଙ୍କ ଠାରୁ ଏସ୍‌ଟିଏଫ୍‌ ଅଧିକାରୀ କହି ଲୁଟ କରିଥାନ୍ତି । ଏହା ପୂର୍ବରୁ କେଉଁ କେଉଁ ସ୍ଥାନକୁ ସାମାନେ ଯାଇଛନ୍ତି ଏ ନେଇ ତଦନ୍ତ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସଂକ୍ରମଣକୁ ନେଇ ଦେଲା ଏମିତି ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: କରୋନାକ ପାଇଁ ହନ୍ତସନ୍ତ ହେଲାଣି ସାରା ବିଶ୍ୱ । କିଭଳି କରୋନା କବଳରୁ ମୁକ୍ତି ମିଳି ସେନେଇ ଚାଲିଛି ଅହରହ ପ୍ରୟାସ । ସବୁ ପ୍ରକାର ପ୍ରୟାସ ଫେଲ୍ ମାରିବାରେ ଲାଗିଛି । କରୋନାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଉଥିବା WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଏହାକୁ ନେଇ ଆଉ ଏକ ବଡ଼ ଖୁଲାସା କରିଛି । ସଂକ୍ରମଣ ବିଷୟରେ ଅବଗତ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କରୋନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ ଘୋଷଣା। ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ହୋଇ ଥାଇପାରନ୍ତି କରୋନା ସଂକ୍ରମିତ । ଡବ୍ଲୁଏଚଓର ବେଷ୍ଟ ଏଷ୍ଟିମେଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଉପରୋକ୍ତ ଆକଳନ ସଂଖ୍ୟା ମେଳ ଖାଇ ନପାରେ, ମାତ୍ର ପୃଥିବୀର ଅଧିକାଂଶ ଲୋକଙ୍କ ପ୍ରତି ବିପଦ ରହିଥିବା ହୁ’ର ଜରୁରୀକାଳୀନ ମୁଖ୍ୟ ଡାକ୍ତର ମାଇକେଲ ରିଆନ କହିଛନ୍ତି ।

୭୬୦ ନିୟୁତରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ବୋଲି କରାଯାଇଥିବା ଏହି ଆକଳନ ବିଶ୍ୱ ଜନସଂଖ୍ୟା ୭.୬ ଶହ କୋଟି ଉପରେ ଆଧାରିତ। ଏହି ଆକଳନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ଏବଂ ‘ଜନ୍ସ୍ ହପ୍‌କିନ୍ସ୍‌ ୟୁନିଭର୍ସିଟି’ ରଖିଥିବା ‘କନ୍‌ଫର୍ମଡ୍‌ କେସେସ୍’ ହିସାବଠାରୁ ଯଥେଷ୍ଟ ଅଧିକ । ଏବେ ସାରା ବିଶ୍ୱରେ ୩୫ ନିୟୁତରୁ ଅଧିକ ‘କନ୍‌ଫର୍ମଡ୍‌ କେସେସ୍’ ଥିବା ‘ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନ’ଏବଂ ‘ଜନ୍ସ୍ ହପ୍‌କିନ୍ସ୍‌ ୟୁନିଭର୍ସିଟି’ ହିସାବରୁ ଜଣାପଡ଼ିଛି।

ରେଲଓ୍ୱେ ଷ୍ଟେସନରେ ଥିବା ଫୁଟ୍‌ ଓବରବ୍ରିଜକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌

ବାଲେଶ୍ଵର: ବାଲେଶ୍ୱର ସୋର ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ । ଡାଉନଲାଇନରେ ଟ୍ରେନ୍ ଚଳାଚଳ ବାତିଲ ହୋଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଫୁଟ୍ ଓଭରବ୍ରିଜ୍, ସିଗନାଲ ମରାମତି ସିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରୁ ହିଁ ଆରମ୍ଭ ହୋଇଗଲାଣି ବ୍ରିଜ୍ ମରାମତି କାମ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ  ଧାମରାରୁ ହଳଦିଆ ଯାଉଥିବା ମାଲବାହୀ ଟ୍ରେନ୍ ଧକାରେ ଷ୍ଟେସନରେ ଥିବା ଫୁଟ ବ୍ରିଜ ଭାଙ୍ଗିଯାଇଥିଲା । ବ୍ରିଜଟି ବିପଦ ଶଙ୍କୁଳ ଅବସ୍ଥାରେ ଟ୍ରେନ ଲାଇନରେ ଝୁଲୁଥିଲା । ଏହା ପରେ ଟ୍ରେନଟି ବାଲେଶ୍ୱର ଦିଗର ସିଗନାଲ ଭାଙ୍ଗି ମୂଳିସିଂ ଗେଟ ନିକଟରେ ଅଟକିଛି ।

ଦକ୍ଷିଣ ପୂର୍ବ ଖଡଗପୁର ଦିଗକୁ ସମସ୍ତ ଟ୍ରେନ ବାତିଲ କରାଯାଇଛି । ସୁଚନା ଅନୁସାରେ ଧାମରାରୁ ଏନ୍ ଟି ଏସ ଡାଉନ ଟ୍ରେନ କୋଇଲା ଲୋଡ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜକୁ ଧକା ଦେଇ ଡାଉନ ଲାଇନରେ ଥିବା କିଛି ସିଗ୍ନାଲ୍ ଖୁଣ୍ଟକୁ ଭାଙ୍ଗି ଦେଇଥିଲା । ମୃତାହତ ନେଇ ସୂଚନା ନଥିବା ବେଳେ କ୍ଷୟକ୍ଷତିର ଆକଳନ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇନି ।

ଆରସିବିକୁ ୫୯ ରନ୍‌ରେ ହରାଇ ତାଲିକାର ପ୍ରଥମ ସ୍ଥାନରେ ଦିଲ୍ଲୀ

ଦୁବାଇ: ଆଇପିଏଲ୍‌ ଲଢେଇରେ ଦିଲ୍ ଜିତିଲା ଦିଲ୍ଲୀ । ଆଇପିଏଲ୍ ୨୦୨୦ ରେ ସୋମବାରର ଖେଳାଯାଇଥିବା ମ୍ୟାଚରେ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫୯ ରନରେ ପରାସ୍ତ ହୋଇଛି।  ଗତକାଲି  ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ଆର୍‌ସିବିକୁ ୫୯ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହା ସହିତ  ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ପହଞ୍ଚିଛି ଦିଲ୍ଲୀ । ପ୍ରଥମେ ବ୍ୟାଟି୍ଂ କରି ଆରସିବିକୁ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

Rohit Sharma Entered 9000 Runs Club in T20

ବାଙ୍ଗାଲୋର ଯଦିଓ ଆରମ୍ଭରୁ ଭଲ ଖେଳିଥିଲା କିନ୍ତୁ ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରି ନଥିଲେ । ଏବଂ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଧାରିତ ଓଭରରେ ମାତ୍ର ୧୩୭ ରନ୍ କରି ପାରିଥିଲା ଆରସିବି । ତେବେ ଅଧିନାୟକ ବିରାଟ କୋହଲି ୪୩ ରନ୍ କରି ଆଉଟ୍ ହୋଇଥିଲେ  । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ୨୬ ବଲରେ ୫୩ ରନ୍ କରି ଦଳର ବିଜୟରେ ପ୍ରମୂଖ ଭୁମିକା ତୁଲାଇଥିଲେ  । ଏବଂ ଦ୍ରୁତ ବୋଲର ରାବାଡ଼ା ଆରସିବିର ୪ଟି ୱିକେଟ ନେଇ ଜିତିବାକୁ  ସେପଟେ ଆଜି ଆଇପିଏଲରେ ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ହେବ କଡ଼ା ଟକ୍କର  ।

ଆଜି ଏହି ସବୁ ରାଶିର ବ୍ୟକ୍ତିମାନଙ୍କର କର୍ମକ୍ଷେତ୍ରରେ ହୋଇପାରେ ଅସୁବିଧା…

ଆଜିର ପଞ୍ଚାଙ୍ଗ:

୦୬ ଅକ୍ଟୋବର, ୨୦୨୦, ମଙ୍ଗଳବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୧ ଦିନ, ଆଶ୍ୱିନ ମଳମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି

ସୂର୍ଯ୍ୟ ରହିବେ କନ୍ୟା ରାଶିରେ, ଚନ୍ଦ୍ର ରହିବେ ବୃଷ ରାଶିରେ

– କୃତ୍ତିକା ନକ୍ଷତ୍ର ଦିନ ୧୨ଟା ୩୫ ମିନିଟ୍ ପର୍ଯ୍ୟନ୍ତ

ଏହା ପରେ ରୋହିଣୀ ନକ୍ଷତ୍ର

-ଘାତଚନ୍ଦ୍ର- ବିଛା ରାଶି ପୁରୁଷଙ୍କର

ଯୋଗିନୀ ନୈଋତରେ ରହିବେ ଦିନ ୧୨ଟା ୩୫ ମିନିଟ୍ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ଦକ୍ଷିଣ କୋଣକୁ ଯିବେ

– ଶୁଭ ସମୟ –

ସକାଳ ୯ଟା ୩୭ ରୁ ଦିନ ୧୦ଟା ୨୩

ରାତି ୭ଟା ୫୫ ରୁ ରାତି ୧୧ଟା ୧୦ ମଧ୍ୟରେ

– ଅଶୁଭ ସମୟ –

ଦିନ ୨ଟା ୩୭ ରୁ ଅପରାହ୍ନ ୪ଟା

ମୃତେ ଦ୍ୱିପାଦ ପୁଷ୍କର ଦୋଷ ଲାଗୁଛି

ସନ୍ଧ୍ୟା ୫ଟା ୫୭ ପରେ ୧ ପାଦ ଦୋଷ ଲାଗିବ

ପ୍ରତିକାର ସ୍ୱରୁପ ଭୂମି ଓ ତିଳକାଞ୍ଚନ ଦାନ କରନ୍ତୁ

ଆଜି ମୂଳା,ବେଲ ଖାଇବେ ନାହିଁ

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଆର୍ଥିକ ପରିସ୍ଥିତି ସୁଧାରିବା ସହ ବନ୍ଧୁ ମିଳନର ଯୋଗ ରହିଛି

ଦ୍ୱିଜା ନକ୍ଷତ୍ର – ଆପଣଙ୍କର ସ୍ୱାଭାବ ଯୋଗୁ ପରିବାରରେ ଅଶାନ୍ତି ଦେଖାଦେବ

କୃତ୍ତିକା ନକ୍ଷତ୍ର – ଗୃହିଣୀମାନେ ଆକସ୍ମିକ ଧନ ଲାଭ କରିବାର ସୁଯୋଗ ପାଇବେ

ସ୍ନାନ ପରେ ମୟୁର ଚୂଳରେ ନିଜକୁ ଝାଡି ଦିଅନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଳତା ପାଇବେ

ରୋହିଣି ନକ୍ଷତ୍ର – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି, କାର୍ଯ୍ୟରେ ବିଳମ୍ବ ଦେଖାଦେବ

ମୃଗଶିରା ନକ୍ଷତ୍ର – ବହୁ ଦିନରୁ ଆଶାବାଦୀ ଥିବା କାର୍ଯ୍ୟରେ ସଫଳ ହୋଇପାରନ୍ତି

ଭୂମି ଉପରେ କିଛି କଞ୍ଚା କ୍ଷୀର ଢାଳି ମଥାରେ ଲଗାନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ପରିବାରରେ ଶାନ୍ତି,ବନ୍ଧୁ ମିଳନର ଯୋଗ ଯୋଗୁ ମନ ଖୁସି ରହିବ

ଆର୍ଦ୍ରା ନକ୍ଷତ୍ର – ଦୂର ଯାତ୍ରା କରିପାରନ୍ତି, ବହୁ ଦିନରୁ ରହିଥିବା ରୋଗରୁ ଉପସମ ପାଇପାରନ୍ତି

ପୁନର୍ବସୁ- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ଧାର୍ମିକ ସ୍ଥାନରେ ଝୁଣା ଧୂପ ଲଗାନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ପାରିବାରିକ ଚିନ୍ତା ଯୋଗୁ ନିଜକୁ ଅବହେଳା କରିବେ

ପୁଷ୍ୟା ନକ୍ଷତ୍ର – ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିବ, ପିଲାମାନଙ୍କ ମନ ଖୁସି ରହିବ

ଅଶ୍ଲେଷା ନକ୍ଷତ୍ର – ପରିବାରରେ କଷ୍ଟ ରହିବ, ନିଜର ମଧ୍ୟ ଯତ୍ନ ନିଅନ୍ତୁ

ହଂସକୁ କିଛି କ୍ଷୀର ପିଇବାକୁ ଦିଅନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଯୋଗୁ ମନୋବଳ ବଢିବ

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି ଆତ୍ମୀୟଙ୍କ କଥା ଯୋଗୁ ମନ ବିଚଳିତ ରହିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ବନ୍ଧୁ ମିଳନର ଯୋଗ, ସୁଷମ ଖାଦ୍ୟ ବି ମିଳିପାରେ

ସୂର୍ଯ୍ୟଦେବଙ୍କୁ ନାଲି ସିନ୍ଦୁର ଅର୍ପଣ କରନ୍ତୁ

 କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆର୍ଥିକ ପରିସ୍ଥିତି ସହିତ ବିଗିଡି ଯାଇଥିବା ସଂପର୍କରେ ସୁଧାର ଆସିବ

ହସ୍ତା ନକ୍ଷତ୍ର – ଅଯଥା ଖର୍ଚ୍ଚ କରନ୍ତୁ ନାହିଁ, ଅସୁବିଧାରେ ପଡିବେ

ଚିତ୍ରା ନକ୍ଷତ୍ର – ନୂଆ କାମରେ ଅର୍ଥ ଲଗାଇଲେ ଶୁଭ ଫଳ ପାଇବେ

କିନ୍ନର ମାନଙ୍କୁ ଖାଦ୍ୟ ଦାନ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଆର୍ଥିକ କଷ୍ଟ ଭୋଗୁଥିବା ଲୋକଙ୍କର ସମସ୍ୟା ଦୁର ହେବ

ସ୍ୱାତୀ ନକ୍ଷତ୍ର – ଦୂର ବନ୍ଧୁଙ୍କ ଠାରୁ କିଛି ସାହାଯ୍ୟ ପାଇପାରନ୍ତି

ବିଶାଖା ନକ୍ଷତ୍ର – ଅର୍ଥ ସମସ୍ୟା ଯୋଗୁ କାହା ଠାରୁ ଧାର୍ କରିପାରନ୍ତି

ସ୍ନାନ ସମୟରେ ଲୁଣ ପାଣି ବ୍ୟବହାର କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – କେହି ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି

ଅନୁରାଧା ନକ୍ଷତ୍ର – କରିଥିବା ନୂଆ କାମର ଯୋଜନା ପାଇଁ ସହଯୋଗ ମିଳିବ

ଜ୍ୟେଷ୍ଠା ନକ୍ଷତ୍ର – କର୍ମକ୍ଷେତ୍ରରେ ଅଶାନ୍ତି ପରିବେଶ ରହିବ, ଚିନ୍ତା ବଢିବ

ଚନ୍ଦନ,ହଳଦୀର ଟିକା ମଥାରେ ଲଗାନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ, ଅର୍ଥ ଲାଭ ବି ହୋଇପାରେ

ପୂର୍ବାଷାଢା ନକ୍ଷତ୍ର – କୌଣସି ଦୁଃଖଦ ଖବର ପାଇପାରନ୍ତି, ଦିନସାରା ବ୍ୟସ୍ତ ଲାଗିବ

ଉତ୍ତରାଷାଢା ନକ୍ଷତ୍ର – ପରିବାରରେ ଶାନ୍ତି ରହିବା ଯୋଗୁ ମନ ସ୍ଥିର ରହିବ

ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ନିଜେ ନିଜକୁ ଜଗନ୍ତୁ, ଅପ୍ରୀତିକର ପରିସ୍ଥିତି ଦୁର ହୋଇପାରେ

ଶ୍ରବଣା ନକ୍ଷତ୍ର – ସତର୍କ ରୁହନ୍ତୁ, ଅଯଥା କଥାରୁ ବନ୍ଧୁମାନଙ୍କ ସହ ସଂପର୍କ ହାନୀ ହେବାର ସମ୍ଭାବନା ରହିଛି

ଧନିଷ୍ଠା ନକ୍ଷତ୍ର – ପରିବାରର ସହାୟତା ପାଇଁ ନୂତନ କାର୍ଯ୍ୟ କିଛି କରିପାରନ୍ତି

ବାଇଗଣି ରଙ୍ଗର କୌଣସି ଜିନିଷ ବ୍ୟବହାର କରନ୍ତୁ ନାହିଁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ପରିବାରରେ ହସ,ଖୁସି ରହିବ, ବନ୍ଧୁ ମିଳନ,କର୍ମ କ୍ଷେତ୍ରରେ ମଧ୍ୟ ସମ୍ମାନ ମିଳିବ

ଶତଭିଷା ନକ୍ଷତ୍ର -ବହୁ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ପାଇବେ

ପୂର୍ବଭାଦ୍ର ନକ୍ଷତ୍ର – ନିଜ ଭାଇ,ଭଉଣୀମାନଙ୍କର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ

ଖାଇବା ପର୍ବରୁ କିଛି ଖାଦ୍ୟ ଘରର ଦକ୍ଷିଣ ଦିଗରେ ରଖି ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ନିଜ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାରେ ପଡିପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର – ଦୂର ସଂପର୍କୀୟଙ୍କ ସହିତ ମିଳନ ହୋଇପାରେ

ରେବତୀ ନକ୍ଷତ୍ର – ଶରୀର ଅସୁସ୍ଥ ରହିପାରେ

ପକ୍ଷୀ ମାନଙ୍କୁ ଗହମ ଖାଦ୍ୟ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ- 8456014477

ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର

ବୁର୍ଲା: ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଫୁଲୁଛି । ସେଥିପାଇଁ ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର । ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ବର୍ତମାନ ଜଳସ୍ଥର ମଧ୍ୟ ୬୩୦ ଫୁଟ ରହିଛି । ତେବେ ଧୀରେଧୀରେ ଜଳସ୍ଥର ଆହୁରି ବୃଦ୍ଧିପାଇବାରେ ଲାଗିଛି । ଏପଟେ ଜଳଭଣ୍ଡାରର ୪ ଟି ସ୍ୱିସଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୮୪୬୨୯ କ୍ୱିସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮୪୬୨୯ କ୍ୱିସେକ ବନ୍ୟାଜଳ ନିଷ୍କାସିତ କରାଯାଉଛି ।

ଜଳଭଣ୍ଡାରର ବାମପାର୍ଶ୍ୱରୁ ୩ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧ଟି ସ୍ୱିସଗେଟ ଖୋଲାଯାଇଛି। ପରିସ୍ଥିତିକୁ ଦେଖି ଆହୁରି ଅଧିକ ସ୍ୱିସଗେଟ ଖୋଲାଯିବ ବୋଲି ସୂଚନା ମିଳିଛି । ବର୍ତମାନ ହୀରାକୁଦ ଜଳଭଣ୍ଡାର ବିଭାଗ ପକ୍ଷରୁ ସତର୍କ ସୂଚନା ବା ସାଇରନ ଦ୍ୱାରା ସତର୍କ କରାଯାଉଛି । ଅନ୍ୟ ପଟେ ଉପରମୁଣ୍ଡରୁ ଲଗାତାର ଭାବେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି । ଯଦି ଅଧିକ ମାତ୍ରାରେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରେ ତେବେ ଜଳଭଣ୍ଡାରର ଅଧିକ ସ୍ୱିସଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

ଅଭିଜ୍ଞ କୋହଲିଙ୍କ ବାଙ୍ଗାଲୋରକୁ ହରାଇଲା ଯୁବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ସୋମବାର ହୋଇଥିବା ଏକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି । ଦିଲ୍ଲୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଦାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ କରିଥିଲା ।

ଦଳପକ୍ଷରୁ ପୃଥ୍ୱୀ ସ ୪୨, ଧାୱନ ୩୨, ଆୟର ୧୧, ପନ୍ଥ ୩୭, ଷ୍ଟୋନିସ ୫୩ ଏବଂ ହେଟମାର ୧୧ରନ କରିଥିଲେ । ଏହାର ଜବାବରେ ବାଙ୍ଗାଲୋର ମାତ୍ର ୧୩୭ ରନ କରିପାରିଥିଲା । ଦଳପକ୍ଷରୁ ପାଡିକଲ ୪, ଫିଞ୍ଚ ୧୩, କୋହଲି ୩୯, ଡିଭିଲିୟର୍ସ ୯, ଅଲ୍ଲା ୧୧ ଏବଂ ୱାଶିଂଟନ ସୁନ୍ଦର ୧୭ ରନ କରିଥିଲେ । ଏହି ବିଜୟ ପରେ ଦିଲ୍ଲୀ ଟେବୁଲର ଶୀର୍ଷରେ ପହଞ୍ଚିଛି । ଆସନ୍ତା କାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ ।

ସୋର ଷ୍ଟେସନରେ ଥିବା ଫୁଟ୍ ଓଭରବ୍ରିଜକୁ ଧକ୍କା ଦେଲା ମାଲବାହୀ ଟ୍ରେନ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋରସ୍ଥିତ ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜକୁ ଧକା ଦେଇଛି ଏକ ମାଲ୍ ବାହି ଟ୍ରେନ । ସୂଚନା ଅନୁସାରେ ଧାମରାରୁ ଏନ୍ ଟି ଏସ ଡାଉନ ଟ୍ରେନ କୋଇଲା ଲୋଡ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜକୁ ଧକା ଦେଇ ଡାଉନ ଲାଇନରେ ଥିବା କିଛି ସିଗ୍ନାଲ୍ ଖୁଣ୍ଟକୁ ଭାଙ୍ଗି ଦେଇଥିବା ଜଣାପଡିଛି ।

Goods Train Accident In Soro Railway Station

ଟ୍ରେନଟି ଧକା ଦେଇ ମୁଳିସିଂ ରେଲୱେ ଫାଟବକ ନିକଟରେ ଅଟକି ରହିଥିବା ବେଳେ ଡାଉନ ଲାଇନ ଓ ଅଫ୍ ଲାଇନରେ ଟ୍ରେନ ଚଳା ଚଳରେ ବାଧାପ୍ରାପ୍ତ ହୋଇଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଟ୍ରେନଟି ଫୁଟ ଓଭର ବ୍ରିଜକୁ ଧକା ଦେଲା, ସେ ସମ୍ପର୍କିତ କୌଣସି ସୂଚନା ମିଳିନାହିଁ ।

ଏକ ତରଫା ପ୍ରେମର କରୁଣ ପରିଣତି, ମା’-ପୁଅର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା

ଗଞ୍ଜାମ: ଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମିକାର ତଣ୍ଟି କାଟିବା ସହ ନିଜ ତଣ୍ଟି ମଧ୍ୟ କାଟିଲା ପାଗଳ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରି ଗ୍ରାମରେ । ପାଗଳ ପ୍ରେମିକର ଏଭଳି କାଣ୍ଡ ଦେଖି ଗାଁ ଲୋକ ଧରି ନିର୍ଧୁମ୍‌ ଛେଚିଲେ । ପରେ ପୋଲିସ ଜିମା ଦେଲେ ।

ସୂଚନାଯୋଗ୍ୟ, ବାଣପୁର ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲୀ ଗ୍ରାମର ରୂପ ନାରାୟଣ ଦଳବେହେରା ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । ଉକ୍ତ ମହିଳା ଜଣକ ହେଉଛନ୍ତି ବିବାହିତା ଏବଂ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ମହିଳାଙ୍କ ସ୍ୱାମୀ ଢ଼େଙ୍କାନାଳରେ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିବା ବେଳେ ପୁରା ପରିବାର ସେଠାରେ ରହୁଥିଲେ । ଆଉ ସେହି ସମୟରେ ରୂପ ନାମକ ବ୍ୟକ୍ତି ଜଣଙ୍କର ମହିଳାଙ୍କ ପରିବାର ସହ ଘନିଷ୍ଠତା ବଢ଼ିଥିଲା । ପରେ ରୂପ ମହିଳାଙ୍କୁ ଏକ ତରଫା ପ୍ରେମ କରିବା ଆରମ୍ଭ କରିଥିଲା । ତେବେ କିଛି ଦିନ ପରେ ମହିଳାଙ୍କ ସ୍ୱାମୀ ସୁଶାନ୍ତ, ପୁରା ପରିବାରକୁ ନେଇ ଝୋଲରି ଗାଁକୁ ଚାଲି ଆସିଥିଲେ । ହେଲେ ପାଗଳ ପ୍ରେମୀ ରୂପ ମହିଳାଙ୍କ ସହ ଫୋନ୍‌ରେ ବେଳେ ବେଳେ କଥା ହେଉଥିଲା । କିନ୍ତୁ ହଠାତ୍‌ ଦୁଇ ମାସ ହେବ ମହିଳା ଜଣଙ୍କ ରୂପର ଫୋନ୍‌ ଉଠାଇନଥିଲେ ।

ଏହି ଫୋନ୍‌ ନଉଠାଇବା କାରଣରୁ ରୂପ ଅତ୍ୟନ୍ତ ରାଗିଯାଇ ବାଇକ୍ ଯୋଗେ ଝୋଲରି ଗାଁରେ ମହିଳାଙ୍କ ଘରେ ପହଞ୍ଚିଥିଲା । ଆଉ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଉକ୍ତ ମହିଳା ଓ ତାଙ୍କ ପୁଅର ତଣ୍ଟି କାଟି ଦେଇଥିଲା । ଏହାପରେ ରୂପ ନିଜେ ମଧ୍ୟ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ମହିଳାଙ୍କ ଘରେ ରୁଣ୍ଡ ହୋଇଥିଲେ । ଆଉ ପାଗଳ ପ୍ରେମୀ ରୂପକୁ କାବୁ କରି ନିସ୍ତୁକ୍‌ ମାଡ଼ ମାରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୂପକୁ ପ୍ରଥମେ ମେଡିକାଲ ଓ ପରେ ଥାନାରେ ଅଟକ ରଖିଛି । ସେହିଭଳି ଉକ୍ତ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ବୁଗୁଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।