spot_img
Home Blog Page 6637

ହାଥରସ୍ ଲଜ୍ଜା: ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ମୌ: ବହୁ ସଂଘର୍ଷ ପରେ ହାଥରସରେ ପହଞ୍ଚିଲେ କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତାଙ୍କ ସହ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପୀଡ଼ିତାଙ୍କ ପରିବାରଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କ ସହିତ କଂଗ୍ରେସର ଅନ୍ୟ ୩ ସଦସ୍ୟ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ଦୀର୍ଘ ୧୬୫ କିଲୋମିଟରର ଯାତ୍ରା ପରେ ସନ୍ଧ୍ୟା ୭ଟା ୧୨ ମିନିଟରେ ହଥରାସରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଏବଂ ରାତି ସାଢ଼େ ୮ ଯାଏଁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ହାଥରସ୍ ପ୍ରସଙ୍ଗ : କରୋନା କଟକଣା ପାଇଁ ଯଦି ଶବ ସତ୍କାର ପ୍ରଶାସନ କଲା,ତେବେ ଜୁଇ ଜଳିବା ବେଳେ କେହି PPE କିଟ୍ ପିନ୍ଧି ନଥିଲେ କାହିଁକି ?

ଆଲୋଚନା ବେଳେ ପରିବାର ସଦସ୍ୟମାନେ କେଉଁ କେଉଁ ସବୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ସେ ନେଇ ପଚାରିବୁଝିଥିଲେ । ଏଥିସହିତ ଆର୍ଥିକ ସହାୟତା ମଧ୍ୟ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଦେଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ତବରବରିଆ ଭାବେ ଝିଅକୁ କାହିଁକି ପେଟ୍ରୋଲ ଢ଼ାଳି ଅନ୍ତିମ ସଂସ୍କାର କରାଗଲା, କାହିଁକି ଝିଅର ମୁହଁ ମଧ୍ୟ ଦେଖିବାକୁ ପରିବାର ଲୋକଙ୍କୁ ଅନୁମତି ଦିଆଗଲା ନାହିଁ ଏ ନେଇ ପ୍ରଶ୍ନ ପଚାରିଛନ୍ତି । ଏଥିସହିତ ଘଟଣା ଦିନ ଜିଲ୍ଲାପାଳ ମଧ୍ୟ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ ।

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଅଧା ଘର କରି ସମ୍ପୂର୍ଣ୍ଣ ଟଙ୍କା ଉଠାଉଛନ୍ତି କଣ୍ଟ୍ରାକ୍ଟର

ମୟୂରଭଞ୍ଜ: ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଚଞ୍ଚକତା । ଆବାସ ଯୋଜନାରେ ବାସହରାଙ୍କୁ  ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ହେଲେ ସେମାନଙ୍କୁ ନିର୍ମାଣ କରି ଦିଆଯାଉଥିବା ଘର ବାସୋପଯୋଗୀ ହୋଇପାରୁନାହିଁ । ଏନେଇ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଅଧା ଘର କରି ସମ୍ପୂର୍ଣ୍ଣ ଟଙ୍କା ଉଠାଉଛନ୍ତି କଣ୍ଟ୍ରାକ୍ଟର । ବାସୋପଯୋଗୀ ହୋଇପାରୁନାହିଁ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଚିତ୍ର ମୟୂରଭଞ୍ଜ ଜିଲ୍ଲାରୁ ଆସିଛି । କୁଳିଆଣି ବ୍ଲକ ବଡଜୁଣବଣି ଗାଁରେ ଅନେକ ହିତାଧିକାରୀ ଏହି ଚଞ୍ଚକତାର ଶିକାର ହୋଇଛନ୍ତି । ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳିଛି, ହେଲେ ତାହା ବାସଅନୁପୋଯୋଗୀ । କାହାର ଝରକା କବାଟ ଲାଗି ନାହିଁ ତ କାହାର ଅଧା ଗଢା ହୋଇପଡିଛି । ହେଲେ ଘରର ସମସ୍ତ ଟଙ୍କା କଣ୍ଟ୍ରାକ୍ଟର ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଚଳିତ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ବ୍ଲକରେ ୮୯୨ଟି ଘର ତିଆରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୨ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଇଛି କଣ୍ଟ୍ରାକ୍ଟର । ବ୍ଲକରେ ଏପରି ଅନୀୟମିତତା ହେଉଥିଲେ ମଧ୍ୟ ବିଭାଗୀୟ କରୋନା ଆଳ ଦେଖାଇ ଚୁପ ରହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାରିପଦା ବିଧାୟକ । ତେବେ ଆବାସ ଯୋଜନାରେ ଘର ଅସମ୍ପୂର୍ଣ୍ଣ ରହିଥିବା ବେଳେ କିପରି ସମ୍ପୂର୍ଣ୍ଣ ଟଙ୍କା ଉଠୁଛି ତାହା ଏବେ ପ୍ରଶ୍ନବାତୀ ।

ମୋରାଟୋରିୟମ ଉପରେ ସୁଧ ଦେବେନି ଗ୍ରାହକ; ୫ରୁ ୬ ହଜାର କୋଟି ଭରଣ କରିବେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ମୋରାଟୋରିୟମ ଛାଡ ଉପରେ ସୁଧ ନେଇପାରିବେ ନାହିଁ ଗ୍ରାହକ । ଏଭଳି ମତ ରଖିଛନ୍ତି ସରକାର । କରୋନା ବେଳେ ଆର୍ଥିକ ସଙ୍କଟକୁ ଧ୍ୟାନ ଦେଇ ସରକାର ମୋରାଟୋରିୟମ୍ ବ୍ୟବସ୍ଥା ଲାଗୁ କରିଥିଲେ । ଯାହା ଫଳରେ ସାଧାରଣ ଲୋକଙ୍କୁ ଇଏମଆଇ ଭରିବାକୁ ପଡିନଥିଲା । ତେବେ ଏବେ ସ୍ଥିତି ସାମାନ୍ୟ ଭଲ ହେବା ପରେ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ମୋରାଟରିୟମ ପରିୟଡର ସୁଧ ଦାବି କରିଥିଲେ ।

ପରେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ସୁପ୍ରିମୋକୋର୍ଟ କେନ୍ଦ୍ର ସରକାରଙ୍କୁ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  କେନ୍ଦ୍ର ସରକାରଙ୍କ ସତ୍ୟପାଠ ଅନୁଯାୟୀ, ୨ କୋଟି ଟଙ୍କା ପର୍ଯ୍ୟନ୍ତ MSME ଋଣ, ବ୍ୟକ୍ତିଗତ, ଶିକ୍ଷା , ଗୃହ , କାର , କଞ୍ଜୁମର ଡ୍ୟୁରେବଲ, କ୍ରେଡିଟ୍ କାର୍ଡ ବକେୟା ଆଦି କ୍ଷେତ୍ରରେ ଏହି ନିୟମ ଲାଗୁ  ହେବ । ଏହି ସମୟରେ ଯେଉଁମାନେ କିସ୍ତି ପରିଶୋଧ କରି ସାରିଛନ୍ତି ସେମାନଙ୍କୁ ମଧ୍ୟ ଏହି ସୁଧ ରିହାତିରୁ ଫାଇଦା ମିଳିବ ।

ତେବେ ଏହାର ଚିତ୍ର ସ୍ପଷ୍ଟ ହୋଇ ନାହିଁ  । କରୋନା ପାଇଁ ରିଜର୍ଭ ବ୍ୟାଙ୍କ ଗତ ମାର୍ଚ୍ଚ ମାସରୁ ୬ ମାସ ପାଇଁ ଇଏମ୍ଆଇ ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ  । ଏହି ସୁଧ ଉପରେ ସୁଧ ରିହାତିର ପରିମାଣ ପ୍ରାୟ ୫ରୁ ୬ ହଜାର କୋଟି ହେବ ବୋଲି ବ୍ୟାଙ୍କଗୁଡ଼ିକ ପକ୍ଷରୁ କୁହାଯାଇଛି । ସୁଧ ଉପରେ ସୁଧ ରିହାତି ଦ୍ୱାରା ବ୍ୟାଙ୍କଗୁଡ଼ିକ ଯେଉଁ କ୍ଷତିର ସମ୍ମୁଖୀନ ହେବେ ତାହା କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ଭରଣା କରିବେ ।

ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ବିଜେଡି ଯୁବ ସାଙ୍ଗଠନିକ ବୈଠକ

0

ଭୁବନେଶ୍ୱର: ବିିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ ଏବଂ କ୍ରୀୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ୩୦ଟି ଜିଲ୍ଲା ଏବଂ ୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲାସ୍ତରରୁ ଆରମ୍ଭ କରି ପଂଚାୟତ, ମୁନିସିପାଲିଟି ଏବଂ ଏନ୍‌.ଏ.ସି. ୱାର୍ଡ ସ୍ତରୀୟ ନୂତନ କମିଟି ଗଠନ କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନା ଚକ୍ରରେ ୬ଟି ଜୋନ୍‌ର ଜୋନ୍ ସଭାପତି ଏବଂ ସମସ୍ତ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦିଗରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ସମସ୍ତ ଜିଲ୍ଲା ଯୁବ ସଭାପତି ମାନଙ୍କୁ ନୂତନ କମିଟି ଗଠନ ସମ୍ବନ୍ଧୀୟ ଖସଡା ବିଷୟରେ ପୁଂଖାନୁପୁଂଖଭାବେ ଅବଗତ କରାଯାଇଥିଲା ।

ଏହି ଭର୍ଚୁଆଲ ମିଟିଂକୁ ସଭାପତିତ୍ୱ କରିବା ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ (ଯୁବବ୍ୟାପାର) ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ କହିଥିଲେ କି “ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି କ୍ରୀୟାଶୀଳ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡିଶା ଗଠନ କରିବାର ଆହ୍ୱାନକୁ ସଫଳ କରିବା ଆମର କର୍ତ୍ତବ୍ୟ । ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ମିଟିଂରେ ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ଶ୍ରୀଯୁକ୍ତ ରଂଜିତ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୦୬୬ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦିନକୁ ଦିନ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ । ଆଜି ୪ ହଜାର ୬୬ ଜଣ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ୧ଳକ୍ଷ ୮୧ ହଜାର ୯୪ ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନା ଭୟ ଭିତରେ ଆସ୍ୱସ୍ତି ଦେଉଛି କରୋନା ସୁସ୍ଥତା ହାର । ତେବେ ନୂଆ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ରହିଛି ଦ୍ୱିତୀୟ ସର୍ବାଧିକ ସ୍ଥାନ । ଯେଉଁଠାରେ ୫୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡ଼ରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡ଼ାରୁ ୧୫୨, ବରଗଡ଼ରୁ ୧୪୧, ନବରଙ୍ଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଞ୍ଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬, ପୁରୀରୁ ୧୦୫, ଝାରସୁଗୁଡ଼ାରୁ ୯୧, ବଲାଙ୍ଗିରରୁ ୮୧, କେନ୍ଦୁଝରରୁ ୬୫, ମାଲକାନାଗିରିରୁ ୬୫, ରାୟଗଡ଼ାରୁ ୬୧, ସୋନପୁରରୁ ୬୧,ଗଞ୍ଜାମରୁ ୬୦, କଳାହାଣ୍ଡିରୁ ୬୦, କୋରାପୁଟରୁ ୬୦, ବୌଦ୍ଧରୁ ୫୯, ଢ଼େଙ୍କାନାଳରୁ ୫୭, ନୟାଗଡ଼ରୁ ୪୧, ଦେବଗଡ଼ରୁ ୧୪, ଗଜପତିରୁ ୧୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ନ୍ୟାୟିକ ତଦନ୍ତ ପାଇଁ ଦାବି ହୋଇଥିଲା, ସିବିଆଇ ତଦନ୍ତ ପାଇଁ କଲେ ସୁପାରିସ୍

ଲକ୍ଷ୍ମୌ: ହାଥରସ୍ ମାମଲାର ସିବିଆଇ ତଦନ୍ତ ନେଇ ଯୋଗୀ ସରକାରଙ୍କ ସୁପାରିସ୍  । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ନେଇ ସୁପାରିସ୍ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପରିବାର ଲୋକଙ୍କ ପକ୍ଷରୁ ନ୍ୟାୟିକ ତଦନ୍ତ ନେଇ ଦାବି ହେଉଥିବା ବେଳେ ସିବିଆଇ ତଦନ୍ତ ନେଇ ସୁପାରିସ୍ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଭିନ୍ନ ମାମଲାରେ ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଆଉ ଏକ ମାମଲାର ତଦନ୍ତ ନେଇ ସିବିଆଇକୁ ଦାୟିତ୍ୱ ଦିଆଯିବାକୁ ସ୍ଥିତ କରାଯାଇଛି । ତେବେ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଦ୍ୱାରା ସ୍ୱତନ୍ତ୍ର ଭାବେ ତଦନ୍ତ ପାଇଁ ଦାବି କରୁଥିଲେ । ସୂଚନା ଯୋଗ୍ୟ ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ ଦେବାର ଥିଲା। ଘଟଣାକୁ ନେଇ ସାରା ଦେଶରେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଚାପରେ ଥିବା ଯୋଗୀ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ସୂଚନା ଥାଉ କି, ୟୁପିର ହାଥରସରେ ସେପ୍ଟେମ୍ବର ୧୪ରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସା ପାଇବା ପରେ ଶେଷରେ ପୀଡ଼ିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମଙ୍ଗଳବାର ଆଖି ବୁଜିଥିଲେ। ।

 

 

ବିରାଟଙ୍କ ବିଜୟୀ ଇନିଂସ: ୮ ଓ୍ୱିକେଟରେ ମ୍ୟାଚ୍ ଜିତିଲା ବେଙ୍ଗାଲୁରୁ

0

ଦୁବାଇ: ଶନିବାର ଖେଳାଯାଇଥିବା ଆଇପିଏଲ୍ ୧୪ତମ‌ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏଥିସହିତ ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିଜୟ ସୂଚକ ଅର୍ଦ୍ଧଶତକୀୟ (୭୨) ଇନିଂସ ଖେଳି ଫର୍ମକୁ ଫେରିଛନ୍ତି ବିରାଟ କୋହଲୀ । ପ୍ରଥମ ୩ଟି ଯାକ ମ୍ୟାଚ୍‌ରେ ଫ୍ଲପ ହୋଇଥିବା ବିରାଟ ରାଜସ୍ଥାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି କମବ୍ୟାକ କରିଛନ୍ତି । ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ସେ ୬୩ ରନ୍‌ର ଇନିଂସ୍‌ ଖେଳିଥିଲେ ।

IPLT20.com - Indian Premier League Official Website

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ୧୫୪ ରନ୍‌ କରିଥିଲା। ଏହାର ଜବାବରେ ବିରାଟଙ୍କ ବେଙ୍ଗାଲୁରୁ ୫ଟି ବଲ ପୂର୍ବରୁ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ୧୫୫ ରନ୍‌ର ଟାର୍ଗେଟ ପାଇଥିବା ବେଙ୍ଗାଲୁରୁ ଆରମ୍ଭରୁ ଆରୋନ ଫିଞ୍ଚକୁ ହରାଇଥିଲା। ଫିଞ୍ଚ ୮ ରନ୍‌ କରିଥିବା ବେଳେ ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲେ।

କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି

ଏହାପରେ କ୍ରିଜ୍‌କୁ ଆସିଥିଲେ ବିରାଟ। ଆରମ୍ଭରୁ ବିରାଟ କ୍ରିଜ୍‌ରେ ତିଷ୍ଟି ରହିବାକୁ ସଂଘର୍ଷ କରିଥିଲେ। ତାଙ୍କ ବ୍ୟାଟରୁ ସେତେଟା ରନ୍‌ ବାହାରି ନଥିଲା। କିନ୍ତୁ ଅନ୍ୟପଟେ ପାଡିକ୍କଲ ତାଙ୍କ ଚିରାଚରିତ ଢଙ୍ଗରେ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିରାଟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୯ ରନ୍‌ର ଭାଗିଦାରୀ କରିଥିଲେ।

ଦୁଇ ପୁଅଙ୍କ ପାଳି କଳିରେ ବଳି ପଡ଼ିଲା ମାଆ, ଯୋଡ଼ା ମାସ ପଡ଼ିବାରୁ ଛିଣ୍ଡିଲାନି ଭାଗ

ଗଞ୍ଜାମ: ମାଆ ପାଇଁ ମରିଗଲା ମମତା । ମାସ ପୁରିଯିବାରୁ ଘରେ ରଖିଲାନି ପୁଅ । ମାସ ପୁରିବା ପରେ ମାଆକୁ କିଏ ରଖିବ । ଯୋଡ଼ା ଆଶ୍ୱିନ ଯୋଗୁ ଛିଣ୍ଡିଲାନି ଭାଗବଣ୍ଟା । ଆଉ ଏଥିପାଇଁ ଜନ୍ମ କଲା ମାଆକୁ  ଜୀବନର ଅପରାହ୍ନରେ ସାହା ହେଲେନି ପୁଅ । ଘରୁ ବାହାର କରିଦେବା ପରେ ରାସ୍ତାରେ ରାତି କାଟିଲେ ୮୦ ବର୍ଷୀୟ ବୃଦ୍ଧା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତୁମ୍ବା ଗାଁରେ ।

ନିସ୍ତେଜ ଆଖି ନରମିଲା ସ୍ୱର । କଥା କହିବାକୁ ଜୁ ବି ନାହିଁ । ରାସ୍ତା ମଝିରେ ଅସହାୟ ଅବସ୍ଥାରେ ବସିଥିବା ଏହି ବୁଢ଼ୀମାଆଙ୍କ ବୟସ ୮୦ । ଭଗବାନଙ୍କୁ ପ୍ରାର୍ଥନା କରି ଚାରି ପୁଅଙ୍କୁ ପାଇଥିଲା ମାଆ । ଦିନେ ପୁଅଙ୍କୁ ମଣିଷ କରିବାକୁ ଏ ମାଆ ଭୋକରେ ରହୁଥିଲା । ନିଜ ପେଟରେ ଓଦାକନା ପକାଇ ପୁଅ ମାନଙ୍କ ପେଟ ଭରୁଥିଲା । ହେଲେ ଆଜି ପୁଅ ମାନେ ଛାଡ଼ି ଦେଇଛନ୍ତି ଭୋକିଲା । ମାସ ପୁରିଗଲା, ହେଲେ ପାଳି ଛିଣ୍ଡିଲାନି । ଯୋଡା ଆଶ୍ୱିନ ମାସ ପଡିଥିବାରୁ ଘରୁ କାଢ଼ି ଦେଲେ । ଫଳରେ ଉପାୟ ନପାଇ ରାସ୍ତାରେ ରାତି କାଟିଲେ ବୁଢ଼ୀ ମାଆ ।

ଚାରି ପୁଅ ମଧ୍ୟରୁ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ, ଜୀବିତ ଦୁଇ ପୁଅ ପାଳି କରି ମାଆଙ୍କୁ ଖାଇବାକୁ ଦେଉଥିଲେ । ତେବେ ଚଳିତବର୍ଷ ଯୋଡ଼ା ଆଶ୍ୱିନ ପଡିଥିବାରୁ ପୁଅ ମାନଙ୍କ ମଧ୍ୟରେ ପାଳି ଛିଣ୍ଡିନଥିଲା । ଶେଷରେ ରାସ୍ତାକଡ଼ରେ ରାତି କଟାଇଥିଲେ ଅସହାୟ ବୃଦ୍ଧା ଜଣକ । ଘଟଣାର ଭିଡିଓ ଭାଇରାଲ ହେବା ପରେ ଜରଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇପୁଅଙ୍କୁ ବୁଝାସୁଝା କରିବା ପରେ ବୃଦ୍ଧାଙ୍କୁ ସାନପୁଅ ପାଖକୁ ନେଇଛି । ତେବେ ଘଟଣାକୁ ସବୁମଲରେ ନିନ୍ଦା କରାଯାଇଛି  । କାହିଁକି ମରିଯାଉଛି ମାଆ ପାଇଁ ମମତା । ଦିନେ ପୁଅଙ୍କୁ ଜନ୍ମ କରି ଗର୍ବିତ ହେଉଥିବା ମାଆ କେମିତି ହେଉଛି ନିର୍ଯାତିତା । ଏହାକଣ ନୁହେଁ କି ଅବକ୍ଷୟମୁଖୀ ସାମାଜିକ ଚରିତ୍ର ।

ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ଅକ୍ଷୟ, କହୁ କହୁ କହିଦେଲେ ବଲିଉଡର…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ ତାଙ୍କୁ ନ୍ୟାୟ ଦେବାପାଇଁ ଉଦ୍ୟମ ଜାରି ରଖିଛନ୍ତି ।ଏହି ମାମଲା ଡ୍ରଗ୍ସ ଆଡ଼କୁ ମୁହାଁଇଛି । ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟକୁ ନେଇ ଶନିବାରକୁ ଆସିଥିବା ଖବର ଅନୁସାରେ ସୁଶାନ୍ତଙ୍କୁ ହତ୍ୟା ନୁହେଁ ବରଂ ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଡ୍ରଗ୍ସ ମାମଲାରେ ବଲିଉଡର ପ୍ରସିଦ୍ଧ କଳାକାର ମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳୁନଥିବା ବେଳେ ନିକଟରେ ସାମ୍ନାକୁ ଆସିଛି ଅକ୍ଷୟ କୁମାରଙ୍କ ବୟାନ୍‌।

 

ଏକ ଭିଡ଼ିଓ ଜାରି କରି ଅକ୍ଷୟ କହିଛନ୍ତି କି ଯଦି ବଲିଉଡ ଏକ ପରିଚୟ ପାଇଛି ତେବେ ଜନତାଙ୍କ ପାଇଁ । ବଲିଉଡରେ ଡ୍ରଗ୍ସ କାରବାର ହେଉନାହିଁ ବୋଲି ମଧ୍ୟ ସେ କହିନାହାଁନ୍ତି । କିନ୍ତୁ କିଛି ଲୋକଙ୍କ ଭୁଲ ପାଇଁ ସମସ୍ତଙ୍କୁ ଦାୟୀ ନକରିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହିତ ଦେଶରେ ମିଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ମିଡିଆ ଅଧିକାଂଶ ସମୟରେ ନିଜର ସ୍ୱର ଉଠାଇଛି ଏବଂ ଠିକ ଦିଗରେ ସ୍ୱର ଉଠାଇବ ବୋଲି ସେ ଆଶା ରଖିଥିବା କହିଛନ୍ତି ।

ସୂଚନାଯୋଗ୍ୟ ଅକ୍ଷୟ କୁମାର ଏଭଳି ଜଣେ ଅଭିନେତା ଯିଏ ସବୁବେଳେ ଦେଶର ସମସ୍ୟାରେ ଲୋକମାନଙ୍କ ନିକଟରେ ଛିଡ଼ା ହୋଇଛନ୍ତି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗୁରୁତର, ପରିବାର ଓ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ତାଙ୍କୁ ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ପରିବାର ସହ ତାଙ୍କ ସ୍ୱାସ୍ଥ ସମ୍ୱନ୍ଧୀତ ଆଲୋଚନା ପରିବାର ବର୍ଗଙ୍କ ସହ କରିଛନ୍ତି  ।

ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଉଚ୍ଚତର ଚିକିତ୍ସା ନେଇ ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ବିଧାୟକ ପ୍ରଦୀପ ମହାରଥୀଙ୍କୁ କିଭଳି ସର୍ବଶ୍ରେଷ୍ଠ ଡାକ୍ତରୀ ସୁବିଧା ମିଳିପାରିବ ତାହା ନିଶ୍ଚିତ କରିଛନ୍ତି । ବର୍ତ୍ତମାନ ଡାକ୍ତରମାନେ ତାଙ୍କୁ ୪୮ ଘଣ୍ଟା ପାଇଁ ଅବଜରଭେସନରେ ରଖିଛନ୍ତି।