spot_img
Home Blog Page 6639

ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପାଇଁ ରକ୍ଷାମନ୍ତ୍ରାଳୟର ମଞ୍ଜୁରୀ, ଏଣିକି ସର୍ବୋଚ୍ଚ ପଦବୀରେ ବି ରହିପାରିବେ ମହିଳା

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କର ସ୍ଥାୟୀ କମିଶନକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଛି । ଗୁରୁବାର ଦିନ ସରକାର ଦେଇଥିବା ସ୍ୱୀକୃତି ପତ୍ରରେ ବର୍ତ୍ତମାନ ମହିଳାମାନଙ୍କୁ ସେନାର ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ସର୍ଟ ସର୍ଭିସ କମିଶନ (ଏସଏସସି) ର ମହିଳା ଅଧିକାରୀଙ୍କୁ ଭାରତୀୟ ସେନାର ସମସ୍ତ ଦଶ ଭାଗରେ ସ୍ଥାୟୀ ଆୟୋଗର ଅନୁମତି ଦିଆଯାଇଛି । ଅର୍ଥାତ୍ ଆର୍ମି ଏୟାର ଡିଫେନ୍ସ, ସିଗନାଲ୍, ଇଞ୍ଜିନିୟର, ଆର୍ମି ଆଭିଏସନ୍, ଇଲେକ୍ଟ୍ରୋନିକ୍ସ, ମେକାନିକାଲ୍ ଇଞ୍ଜିନିୟରିଂ, ଆର୍ମି ସର୍ଭିସ୍ କର୍ପସ, ଆର୍ମି ଅର୍ଡିନାନ୍ସ କର୍ପସ ଏବଂ ଇଣ୍ଟେଲିଜେନ୍ସ କର୍ପସରେ ସ୍ଥାୟୀ ଆୟୋଗ ମଧ୍ୟ ଉପଲବ୍ଧ ହେବ। ଏହା ସହିତ ଜଜ୍ ଏବଂ ଆଡଭୋକେଟ୍ ଜେନେରାଲ୍, ଆର୍ମି ଏଜୁକେସନାଲ୍ କର୍ପସରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ |

ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ ସ୍ଥାୟୀ ଆୟୋଗ ଚୟନ ବୋର୍ଡ ମହିଳା ଅଧିକାରୀ ନିୟୋଜିତ କରିବାରେ ସକ୍ଷମ ହେବ । ଏଥିପାଇଁ ସେନା ମୁଖ୍ୟାଳୟ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିକଳ୍ପ ସମାପ୍ତ ହେବା ପରେ ଚୟନ ବୋର୍ଡରୁ ସମସ୍ତ ଏସଏସସି ମହିଳାଙ୍କ ତରଫରୁ ସମସ୍ତ କାଗଜପତ୍ର କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ନିଯୁକ୍ତି ମିଳିତ କାର୍ଯ୍ୟରେ ହେବ ନାହିଁ, ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିଷ୍ପତ୍ତିରେ ଏହାକୁ ପୃଥକ ରଖିଥିଲେ।

ସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସମସ୍ତ ମହିଳା ଅଧିକାରୀଙ୍କୁ ଦେଶ ସେବା କରିବାର ସୁଯୋଗ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସ୍ଥାୟୀ ଆୟୋଗ ପାଇଁ ଦୀର୍ଘ ଦିନର ଦାବି ଥିଲା । ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ଆୟୋଗ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ତିନିମାସ ସମୟ ଦେଇଥିଲେ । ଏହି ଐତିହାସିକ ବିଚାରକୁ କୋର୍ଟ ଫେବୃଆରୀ ମାସରେ ଘୋଷଣା କରିଥିଲେ । ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ସମସ୍ତ ନାଗରିକଙ୍କ ପାଇଁ ସୁଯୋଗର ସମାନତା, ଲିଙ୍ଗଗତ ନ୍ୟାୟ ସେନାରେ ମହିଳାଙ୍କ ଅଂଶଗ୍ରହଣକୁ ମାର୍ଗଦର୍ଶନ କରିବ।

ବୈଜ୍ଞାନିକଙ୍କ ସୂଚନା: ଭିଟାମିନ୍-ସି ନୁହେଁ ବରଂ ଏହି ଭିଟାମିନ୍ ଦ୍ୱାରା କରୋନାକୁ ଦେଇ ହେବ ମାତ୍

ଯେଉଁଠି ବିଭିନ୍ନ ଦେଶରେ କରୋନା କାରଣରୁ ଅଧିକ ଲୋକ ସଂକ୍ରମିତ ଓ ମୃତ୍ୟୁ ବରଣ କରୁଛନ୍ତି ସେଇଠି କିଛି ଏମିତି ବି ଦେଶ ଅଛି ଯେଉଁଠି କରୋନା ଦୁର୍ବଳ ହୋଇଛି । ଏବଂ ଏହି ଦେଶମାନଙ୍କରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବହୁତ କମ ରହିଛି । ଏହି ଦେଶମାନଙ୍କରେ ‘ଭିଟାମିନ-ଡି’ କାରଣରୁ ହିଁ କରୋନା ନିୟନ୍ତ୍ରଣକୁ ଆସିଛି । ଫଳରେ ଏହି ଦେଶମାନଙ୍କରେ କରୋନା ବେଶୀ କିଛି ପ୍ରଭାବ ପକାଇ ପାରିନାହିଁ । ଯେଉଁ ଦେଶମାନଙ୍କରେ ଭିଟାମିନ-ଡି ଅଭାବ ରହିଛି ସେହି ଦେଶମାନଙ୍କରେ କରୋନା ତାର ଭୟାବହତା ଦେଖାଇଛି ।

ନାର୍ବେ, ଡେନମାର୍କ , ଫିନଲ୍ୟାଣ୍ଡ , ସ୍ୱୀଡନ ଏମିତି ଦେଶ ଯେଉଁଠାରେ ଭିଟାମିନ-ଡି ଲୋକଙ୍କ ରକ୍ଷା କବଚ ପାଲଟି ଥିଲା । ଏହି ଭିଟାମିନ ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଲା ଏବଂ ବହୁତ କମ ଲୋକ ପ୍ରଭାବିତ ହେଲେ । ଏହି ଦେଶମାନଙ୍କରେ ଅଧିକ ମୃତ୍ୟୁ ମଧ୍ୟ ହୋଇନାହିଁ । କାରଣ ଏଠିକାର ଲୋକଙ୍କ ଶରୀରରେ ଭିଟାମିନ-ଡ଼ି ଅଧିକ ପରିମାଣରେ ରହିଛି ।

ଏହି ଘଟଣା ୟୁରୋପୀୟ ବୈଜ୍ଞାନିକଙ୍କ ଏଅନୁସନ୍ଧାନରୁ ଆସିଛି । ଏହି ଟିମର ବୈଜ୍ଞାନିକମାନଙ୍କ ଦାବି ଯେ, ୟୁରୋପୀୟ ସେହି ଦେଶ ଗୁଡ଼ିକ କରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଯେଉଁ ଦେଶର ଲୋକମାନଙ୍କ ଠାରେ ଭିଟାମିନ-ଡି’ର ପରିମାଣ କମ୍ ରହିଛି । ଭିଟାମିନ-ଡି’ର ଅଭାବ ଥିବା ଦେଶ ଗୁଡ଼ିକ ହେଉଛି ସ୍ପେନ, ଫ୍ରାନ୍ସ, ଇଟାଲୀ ଏବଂ ବ୍ରିଟେନ । ଅନ୍ୟପଟେ ଆମେରିକା ଭାରତ ଏବଂ ଚିନର ଲୋକଙ୍କ ମଧ୍ୟରେ ଭିଟାମିନ-ଡିର ଅଭାବ ରହିଛି । ଏହି କାରଣରୁ କରୋନା ଭାଇରସ୍ ଏହି ଦେଶର ଲୋକମାନେ ଅଧିକ ସଂକ୍ରମିତ ହୋଇଛନ୍ତି ।

ଏହାସହ ବୈଜ୍ଞାନିକମାନଙ୍କ ଅଧ୍ୟୟନରୁ ଏହା ସ୍ପଷ୍ଟ ହେଲା ଯେ, ଭିଟାମିନ-ଡି’ ଯେଉଁ ଲୋକଙ୍କ ଠାରେ ଅଧିକମାତ୍ରାରେ ଥାଏ ସେମାନଙ୍କୁ କରୋନା ଭାଇରସ ଅଧିକ ପ୍ରଭାବିତ କରିପାରେ ନାହିଁ ।

ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଭାରତ, ଚୀନ୍ ଏବଂ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଥିବା ଅନ୍ୟାନ୍ୟ ଦେଶରେ ବର୍ଷର ପ୍ରାରମ୍ଭରେ ଥଣ୍ଡା ଅନୁଭୂତ ହୋଇଥାଏ ତେଣୁ ସଂକ୍ରଣ ବଢିବାର ଆଶଙ୍କା ଅଧିକ ରହିଥାଏ । ଶରୀରରେ ଭିଟାମିନ୍-ଡି ଅଭାବ ଶରୀର ଉପରେ ୨୦ ମିନିଟ୍ ସୂର୍ଯ୍ୟ କିରଣ ନ ପଡ଼ିବା କାରଣରୁ ହୋଇଥାଏ ।

ବଲାଙ୍ଗିର କଣ୍ଟାବାଞ୍ଝିରେ ବନ୍ୟା : ଜନଜୀବନ ଅସ୍ତବ୍ୟସ୍ତ, ଅଣ୍ଟେ ପାଣିରେ ବୁହାହେଲା ଶବ….

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରେ ବନ୍ୟା ପରିସ୍ଥିତି ଉପୁଜିଛି । ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବା ଆରମ୍ଭ ହୋଇ ସାରିଲାଣି । ଲଗାଣ ବର୍ଷା ହେତୁ ଏଭଳି ହୋଇଛି  । କଣ୍ଟାବାଞ୍ଝି ସହର ମଧ୍ୟ ବନ୍ୟା ପ୍ରକୋପରୁ ବର୍ତ୍ତିପାରି ନାହିଁ । ବନ୍ୟା ଜଳ ରାସ୍ତା ଉପରେ ଜମା ହେବା କାରଣରୁ ଗମନାଗମନ ଠପ୍ ହୋଇଛି । ରାସ୍ତା ଉପରେ ଥିବା ଟ୍ରକ୍ ଓ ବସ ଇତ୍ୟାଦି ପାଣିରେ ବୁଡ଼ି କରି ରହିଛି । ଗ୍ରାମାଞ୍ଚଳସ୍ଥିତି ଆହୁରି ସଙ୍ଗିନ । ଲୋକଙ୍କ ଘରେ ବନ୍ୟା ଜଳ ପଶିବା ଆରମ୍ଭ କଲାଣି । ବିଶେଷ ଭାବେ ଝୁମ୍ପୁଡି ଘରଗୁଡିକ ବୁଡି ସାରିଥିବା ବେଳେ ସାଧାରଣ ଲୋକେ ଘରୁ ବାହାରି ପାରୁନାହାନ୍ତି ।

ତେବେ ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିବାର ନିଜ ଆତ୍ମୀୟଙ୍କର ଶବ ସତ୍କାର ପାଇଁ ତାଙ୍କୁ ପାଣିରେ ପଶି କାନ୍ଧେଇ ନେବାକୁ ବାଧ୍ୟ ହେଉଛି । ପାଣିର ସ୍ତର ଏବେ ପାଖାପାଖି ୪ଫୁଟ୍ ରହିଥିବା ହେତୁ କୌଣସି ଯାନବାହାନ ଚଳାଚଳ କରିବା ଏକପ୍ରକାରର ସମ୍ଭବ ହୋଇ ପାରୁନାହିଁ । ଏଣୁ ଉକ୍ତ ପରିବାରର ଲୋକେ ବାଧ୍ୟ ହୋଇ ପାଣିରେ ପଶି ଶବକୁ ସତ୍କାର ପାଇଁ ନେଉଛନ୍ତି । ତେବେ ପ୍ରଶାସନ ଏବେ ଜଳ ନିଷ୍କାସନକୁ ନେଇ ଚିନ୍ତାରେ ଥିବା ବେଳେ କିଭଳି ଭାବେ ଯଥାଶୀଘ୍ର ଜଳ ନିଷ୍କାସନ କରାଯିବ ସେନେଇ ପ୍ରଚେଷ୍ଟା ଚାଲିଛି ।

ବେଙ୍ଗ ନାଚ ପରମ୍ପରା, ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରି ବର୍ଷା ମାଗିଲେ ଗାଁ ଲୋକେ…

ବର୍ଷା ପାଇଁ ବେଙ୍ଗ ନାଚ । ବେଙ୍ଗ ନାଚିଲେ ବର୍ଷା ହେବ । ବର୍ଷା ପାଇଁ ଏପରି ପରମ୍ପରା ରହିଛି କଟକ ଜିଲ୍ଲା ଆଠଗଡ଼ ଢାଇପୁର ଗ୍ରାମପଞ୍ଚାୟତ ଅଧିନ ଗଦାଧରପୁର ଗାଁରେ । କମ୍ ବର୍ଷା ହେଲେ ଗ୍ରାମବାସୀ ବେଙ୍ଗ ନାଚ କରନ୍ତି । ବେଙ୍ଗର ଗୋଡ଼ରେ ସୂତା ବାନ୍ଧି ତାକୁ ନଚେଇବା ସହ ଯୁବକମାନେ ଗାଁ ଦାଣ୍ଡରେ ପାଣି ଢାଳି ଗଡ଼ନ୍ତି । ଏପରି କଲେ ଇନ୍ଦ୍ରଦେବ ପ୍ରସନ୍ନ ହୋଇ ବର୍ଷା କରାନ୍ତି ବୋଲି ଏମାନଙ୍କର ବିଶ୍ୱାସ ରହିଛି ।

ଚଳିତ ବର୍ଷ ମଧ୍ୟ କମ୍ ବର୍ଷା ଯୋଗୁ ଗାଁ ଲୋକେ ବେଙ୍ଗ ଧରି ନାଚିଛନ୍ତି । ପାରମ୍ପାରିକ ବେଙ୍ଗ ନାଚ ଏବେର ନୁହେଁ ଶହ ଶହ ବର୍ଷ ଧରି ଏହି ବେଙ୍ଗ ନାଚ କରାଯିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକତାଠାରୁ କମ ବର୍ଷା ହୋଇଛି । ରାଜ୍ୟରେ ଏବେ ସ୍ୱଳ୍ପ ବର୍ଷା, ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ, ଆଷାଢ ଯାଇ ଏବେ ଶ୍ରାବଣ ସରିବ କିନ୍ତୁ ବର୍ଷା ହେବାର ନାଁ ଧରୁନି ।

ଘରେ ବାପା ମାଆଙ୍କ ଆଉ ବାହାରେ ପଡ଼ିଛି ପୁଅର ଶବ

ସୋନପୁର: ସୋନପୁର ଜିଲ୍ଲା ବିନିକା ଥାନା ସିଲଟି ଗାଁରେ ଟ୍ରିପଲ ମର୍ଡର । ଗାଁର ଗୋଟିଏ ପରିବାରର ୩ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକମାନେ ହେଉଛନ୍ତି ବୁଲୁ ଭୋଇ, ସ୍ତ୍ରୀ ବଇଦେହି ଭୋଇ ଏବଂ ପୁଅ ଶିବ ଭୋଇ । ୩ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଘରେ ପଶି କେହି ଦୁର୍ବୃତ୍ତ ଜଘନ୍ୟ କାଣ୍ଡ ଘଟାଇଥିବା ଅନୁମା କରାଯାଉଛି । ପୁଅର ମୃତଦେହ ଘର ବାହାରେ ପଡ଼ିଥିବା ବେଳେ ବାପା, ମାଆଙ୍କ ମୃତଦେହ ଘର ଭିତରେ ପଡିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ । ଦେହରେ ଥିବା କ୍ଷତ ଚିହ୍ନ ଦେଖି ୩ଜଣଙ୍କୁ ହତ୍ୟା କରଯାଇଥିବା ପୋଲିସ ପ୍ରଥମିକ ତଦନ୍ତରୁ ସ୍ପଷ୍ଟ କରିଛି । ତେବେ ପରିବାରରେ କିଛି କଳହକର ପରିସ୍ଥିତି ଉପୁଜି ନଥିଲା କି ସେମାନଙ୍କର କେହି ପୂର୍ବ ଶତ୍ରୁ ମଧ୍ୟ ନଥିଲେ । ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପରିବାରର ଦୁଇ ଝିଅଙ୍କ ବିବାହ ହୋଇ ସାରିଥିବା ବେଳେ ସାନ ପୁଅ ତାମିଲନାଡୁରେ କାମ କରୁଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏ ପରିବାର ଏକ ଭଲ ପରିବାର ଥିଲା ସେମାନଙ୍କ କାହା ସହ ମଧ୍ୟ ଶତ୍ରୁତା ନଥିଲା । କିନ୍ତୁ କୁହାଯାଉଛି ଯେ, ପରିବାରର ୨ଝିଅ ବାହାର ରାଜ୍ୟରେ ବିବାହ କରିଥିଲେ  । ସେମାନଙ୍କ ମଧ୍ୟରୁ ଗୋଟିଏ ଝିଅର ପରିବାରର କିଏ ଜଣେ ଗତକାଲି ରାତିରେ ତାଙ୍କ ଘରକୁ ଆସିଥିଲେ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

( ସୋନପୁରରୁ ମନୋଜ ମିଶ୍ର )

ସଚିନ ପାଇଲଟ ଆଣ୍ଡ୍ କୋ’ଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି,ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

 

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଗ୍ରୁପକୁ ସୁପ୍ରିମକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ ରାୟ ଶୁଣାଇ ପାରିବେ । ଗୁରୁବାର ଦିନ ଶୁଣାଣି କାଳରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ପ୍ରଥମେ ହାଇକୋର୍ଟଙ୍କ ରାୟ ଆସିବାକୁ ଦିଅ,ତା’ପରେ ସୋମବାର ଦିନ ଆଗକୁ ଶୁଣାଣି ହେବ । ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ କପିଲ ସିବଲ ଯୁକ୍ତି କରିଥିଲେ ଯେ,ହାଇକୋର୍ଟଙ୍କ ରାୟକୁ ବାତିଲ କରାଯାଉ । କୌଣସି ନିର୍ଣ୍ଣୟ ପୂର୍ବରୁ ବାଚସ୍ପତି ନିଷ୍ପତିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟରେ ଶୁଣାଣିର ମୁଖ୍ୟ କଥା

-ଜଷ୍ଟିସ ଅରୁଣ ମିଶ୍ର କପିଲ ସିବଲଙ୍କୁ ପଚାରିଥିଲେ ଯେ, ଜନତା ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କର କ’ଣ ନିଜ ଅସହମତି ବ୍ୟକ୍ତ କରିବାର ଅଧିକାର ନାହିଁ ? ସେ କହିଥିଲେ ଯେ, ଅସନ୍ତୋଷକୁ ଦବା ଯାଇପାରିବ ନାହିଁ । ଗଣତନ୍ତ୍ରରେ କ’ଣ କାହାକୁ ଏମିତି ଚୁପ୍ କରାଯାଇ ପାରିବ କି ?

-ସୁପ୍ରିମକୋର୍ଟ କହିଥିଲେ ଯେ, ରାଜସ୍ଥାନ ହାଇକୋର୍ଟ ଆପଣଙ୍କୁ କେବଳ ୨୪ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । କପିଲ ସିବଲ ଉତ୍ତରରେ କହିଥିଲେ ଯେ,ଆଦେଶରୁ ‘ନିର୍ଦ୍ଦେଶ’ ଶବ୍ଦକୁ ହଟାଯାଉ । ଅଦାଲତ ଏମିତି କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଥିଲେ ଯେ, ତେବେ ସମସ୍ୟା କେବଳ ଶବ୍ଦକୁ ନେଇକରି କି ? ଆଦେଶରେ ‘ଅନୁରୋଧ’ ରହିଥାଏ ।

-କପିଲ ସିବଲ କହିଥିଲେ ଯେ, ବାଚସ୍ପତିଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ କୁହାଯାଇ ପାରିବ କିନ୍ତୁ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

-ସୁପ୍ରିମକୋର୍ଟ କହିଥିଲେ ଯେ,ଏହା କୌଣସି ସାଧାରଣ ମାମଲା ନୁହେଁ । ଏହି ସବୁ ବିଧାୟକ ନିର୍ବାଚିତ ପ୍ରତିନିଧି । ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ବିଧାୟକଙ୍କ ସଦସ୍ୟତା ରଦ୍ଦ କାର୍ଯ୍ୟ ସ୍ୱୀକୃତି ଯୋଗ୍ୟ କି ନୁହେଁ । ବିରୋଧରେ ସ୍ୱରକୁ ଗଣତନ୍ତ୍ରରେ ଦବା ଯାଇ ପାରିବ ନାହିଁ ।

-କପିଲ ସିବଲଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ପଚାରିଥିଲେ ଯେ, କେଉଁ ଆଧାରରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା  । ସିବଲ କହିଥିଲେ ଯେ,ବିଧାୟକ ଦଳୀୟ ସଭାରେ ଯୋଗ ଦେଇନଥିଲେ । ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ସେମାନେ ହରିଆନାର ଏକ ହୋଟେଲରେ ରହି ନିଜ ଦଳ ବିରୋଧରେ ଫ୍ଲୋର ଟେଷ୍ଟ ଦାବି କରୁଥିଲେ ।

-ଜଷ୍ଟିସ ଅରୁଣ ମିଶ୍ର ଏହାର ଉତ୍ତରରେ ସିବଲଙ୍କୁ ପଚାରିଥିଲେ ଯେ,ଜନତା ଦ୍ୱାରା ନିର୍ବାଚିତ ବ୍ୟକ୍ତି କଣ ନିଜର ଅସହମତି ବ୍ୟକ୍ତ କରିପାରିବେନି ? ଅସନ୍ତୋଷର ସ୍ୱରକୁ ଦବା ଯାଇପାରିବ ନାହିଁ ।  ଗଣତନ୍ତ୍ରରେ କ’ଣ କାହାକୁ ଏମିତି ବନ୍ଦ କରାଯାଇ ପାରିବ କି ?

 

ରାଜ୍ୟରେ ଦୁର୍ବଳ ହେଲାଣି ନଦୀବନ୍ଧ, ସରକାର କହିଲେ, ବନ୍ୟା ପାଇଁ ପୂର୍ବ ପ୍ରସ୍ତୁତି ସରିଛି…..

ଭୁବନେଶ୍ୱର : ନଦୀବନ୍ଧ ଦୁର୍ବଳ ହେବା ବନ୍ୟା ପଛର ଏକ ପ୍ରମୁଖ କାରଣ ବୋଲି ବିଚାର କରାଯାଏ । ତେବେ ରାଜ୍ୟରେ ଏବେ ୨୦ଟି ଜିଲ୍ଲାର ନଦୀବନ୍ଧ ଦୁର୍ବଳ ହୋଇ ସାରିଲାଣି । ପ୍ରାୟ ୪୯ଟି ନଦୀବନ୍ଧ ଏଭଳି ବିପଦଜନକ ସ୍ଥିତି ଦେଇ ଗତି କରୁଛି । ଏନେଇ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଯନ୍ତ୍ରୀ ବିଭାଗୀୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ସେହିଭଳି ସରକାର ଏନେଇ ବିହିତ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜୋର୍ତିମୟ ରଥ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ଥିତି ଅଣାୟତ୍ତ ହେଲେ ସେସବୁର ମୁକାବିଲା କରିବା ପାଇଁ ସବୁ ପ୍ରକାର ପୂର୍ବ ପ୍ରସ୍ତୁତି ସରିଛି । ବାଲି ବସ୍ତା, ବହ୍ଲା, ବାଉଁଶ ଇତ୍ୟାଦି ମହଜୁଦ୍ କରି ରଖାଯାଇଛି ।

ସେହିଭଳି ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆ ସରିଛି । ତେବେ କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଥିବା ନଦୀ ବିପଦଜନକ ହେବାର ସମ୍ଭାବନା ରହିଛି । ତେବେ ସର୍ବାଧିକ ପୁରୀ ଜିଲ୍ଲାର ୮ଟି ନଦୀବନ୍ଧ ଅସୁରକ୍ଷିତ ବୋଲି ସେ ଜଣାଇଛନ୍ତି । ଅନ୍ୟପକ୍ଷରେ ୨୦୦୮ ଜଳସମ୍ପଦ ଗାଇଡଲାଇନ ଅନୁଯାୟୀ ନଦୀବନ୍ଧ ମରାମତି କାର୍ଯ୍ୟକ୍ରମ ଚାଲୁ ରହିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୧୧ଟି ଉପତ୍ୟକାରେ ୭୪୭୦ କିଲୋମିଟର ନଦୀବନ୍ଧ ଅଛି। ଏପ୍ରିଲରୁ ଜୁନ ୧୨ ତାରିଖ ଭିତରେ ବିଭାଗୀୟ ଅଧିକାରୀ ଏସବୁର ତଦାରଖ କରିଛନ୍ତି । ଜିଲ୍ଲାଗୁଡିକରେ କଣ୍ଟ୍ରୋଲ ରୁମ ମେ ୧୬ରୁ ଖୋଲା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବି ହୋଇସାରିଛି।

( ରିପୋର୍ଟ : ପ୍ରିୟ ପ୍ରିତମ୍ ମହାନ୍ତି, ଭୁବନେଶ୍ୱର )

ଦେଶରେ ଦିନକରେ ୪୫ହଜାର ସଂକ୍ରମିତ ଚିହ୍ନଟ,୧୨ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗଛି । ଦେଶରେ ୧୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୪୫ହଜାର ୭୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଲେ ୧୧ଶହ୨୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୨ଲକ୍ଷ ୩୮ହଜାର ୬୩୫କୁ ବୃଦ୍ଧି ହୋଇଛି । ୪ଲକ୍ଷ ୨୬ହଜାର ୧୬୭ ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହେଲେଣି ୭ଲକ୍ଷ ୮୨ହଜାର ୬୦୬ଜଣ । ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୯ହଜାର ୮୬୧ରେ ପହଞ୍ଚିଲାଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ଭାରତ ହୋଇଛି । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୧୦୦,୮୭୫ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୨୩୧,୮୭୧ଜଣ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲାରେ ଶ୍ରେଷ୍ଠ ୫ଟି ରାଜ୍ୟ

ସୂଚନା ଅନୁସାରେ, ଏହି ସମୟରେ ଦେଶରେ ୪ ଲକ୍ଷ କରୋନା ଆକ୍ରାନ୍ତ ସକ୍ରିୟ ରହିଥନ୍ତି । ଏମଧ୍ୟରୁ ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ଦିଲ୍ଲୀ ତୃତୀୟ ସ୍ଥାନରେ କର୍ଣ୍ଣାଟକ, ଚତୁର୍ଥ ନମ୍ବରରେ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଚମ ସ୍ଥାନରେ ରହିଛି ଦିଲ୍ଲୀ । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀରେ ୪୬ ଲକ୍ଷ ଲୋକଙ୍କୁ ହୋଇଥିଲା କରୋନା! ବିନା ଚିକିତ୍ସାରେ କେମିତି ଠିକ୍ ହେଲେ ଏତେ ?

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସକୁ ନେଇ ସିରୋ ସର୍ଭ ରିପୋର୍ଟ ଆସିଛି । ଏଥିରୁ ଜଣା ପଡିଛି ଯେ,ଦିଲ୍ଲୀ ଜନସଂଖ୍ୟାର ୨୩.୪୮ ପ୍ରତିଶତ କରୋନା କବଳରେ ପଡିଥିଲେ । ରେଣ୍ଡମ୍ ସାମ୍ପଲିଂ ଆଧାରରେ ଏହି ସର୍ଭେ ହୋଇଥିଲା । ଦିଲ୍ଲୀ ଜନସଂଖ୍ୟା ପାଖାପାଖି ୨ କୋଟି । ଅର୍ଥାତ ଏହି ଦିଲ୍ଲୀ ଜନସଂଖ୍ୟାର ୪୬ ଲକ୍ଷ ଲୋକଙ୍କୁ କରୋନା ହୋଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଦିଲ୍ଲୀର ଲୋକ କେମିତି ଆପେ ଆପେ ଠିକ୍ ହୋଇଗଲେ?

ସିରୋ ସର୍ଭେ କ’ଣ ?

ଏହି ସର୍ଭରେ ଲୋକଙ୍କ ରକ୍ତ ନମୂନା ନିଆ ଯାଇଥାଏ । ନମୂନାରୁ ଏହା ଜାଣିବାକୁ ଚେଷ୍ଟା କରାଯାଇଥାଏ ଯେ, କେତେ ଲୋକଙ୍କ ଶରିରରେ କରୋନା ଭାଇରସ ପାଇଁ ଆଣ୍ଟିବଡି ତିଆରି ହୋଇଛି ।  କରୋନା ସଂକ୍ରମଣର ଅନୁମାନ ଲଗାଇବା ପାଇଁ କେନ୍ଦ୍ର ସରକାର ଦେଶର ୧୧ ପ୍ରଭାବିତ ସହରର କଣ୍ଟେନମେଣ୍ଟ୍ ଜୋନରେ ସିରୋ ସର୍ଭେ କରାଇ ଥିଲେ । ଏହି ସବୁ ସହରର ଜନସଂଖ୍ୟା ଉପରେ କରୋନାର କେତେ ପ୍ରଭାବ ପଢିଛି  ତାହା ଜାଣିବା ଏହି ସର୍ଭେର ଲକ୍ଷ୍ୟ ଥିଲା ।

ହର୍ଡ ଇମ୍ୟୁନିଟି ଦ୍ୱାରା ଠିକ୍ ହେଲେ ଲୋକ !

corona virus

ସିରୋ ସର୍ଭେର ଫଳାଫଳ ଆଧାରରେ ଏହା ଧରା ଯାଉଛି ଯେ,ଦିଲ୍ଲୀର ଅନେକ ଲୋକଙ୍କ ମଧ୍ୟରେ ହର୍ଡ ଇମ୍ୟୁନିଟି ତିଆରି ହୋଇ ସାରିଛି । ଏମିତିରେ ଆଗାମୀ ଦିନରେ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା କମିବା ଆଶା କରାଯାଉଛି । ଏମିତି ମଧ୍ୟ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୧୨୨୭ ମାମଲା ଆସିବା ପରେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୩୨୩ ରହିଛି । ସୂଚନାଯୋଗ୍ୟ ଯେ, ଜୁନ୍ ମାସରେ ପ୍ରତିଦିନ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ।

ହର୍ଡ ଇମ୍ୟୁନିଟି କ’ଣ ?

delhi people

ହର୍ଡ ଇମ୍ୟୁନିଟି ସେହି ରୋଗ ପ୍ରତିରୋଧକ କ୍ଷମତା ଯାହା ଜନସଂଖ୍ୟାର ବଡଭାଗରେ କୌଣସି ରୋଗର ପ୍ରତିରୋଧ ପାଇଁ ବିକଶିତ ହୋଇଥାଏ । ଏହା ଭାଇରସ ସଂପର୍କରେ ଆସିବା ଦ୍ୱାରା ହେଉ କିମ୍ବା ଭ୍ୟାକ୍ସିନ୍ ନେବା ପରେ ବିକଶିତ ହୋଇଥାଏ । ଅନେକ ସମୟରେ ଏମିତି ବି ହୋଇଥାଏ ଯେ, ଅନେକ ଲୋକଙ୍କ ମଧ୍ୟରେ ଭାଇରସ କିମ୍ବା ରୋଗ ସହ ଲଢିବା କ୍ଷମତା ସମୟ ସହ ବିକଶିତ ହୋଇଥାଏ ।  ଯଦି ମୋଟ ଜନସଂଖ୍ୟାର ୭୫ ପ୍ରତିଶତ ଲୋକଙ୍କ ମଧ୍ୟର ପ୍ରତିରୋଧକ କ୍ଷମତା ବିକଶିତ ହୋଇଥାଏ ତେବେ ଏହାକୁ ହର୍ଡ ଇମ୍ୟୁନିଟି କୁହାଯାଏ । ଫଳରେ ୪ ଜଣ ଯଦି ଜଣେ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସନ୍ତି ତେବେ ୩ ଜଣ ଭାଇରସ ଦ୍ୱାରା ସଂକ୍ରମିତ ହେବେ ନାହିଁ  କିମ୍ବା ଭାଇରସକୁ ପ୍ରସାରିତ କରିବେ ନାହିଁ ।

corona hospital

ଦିଲ୍ଲୀରେ କରୋନା ପିକ୍ ଗଲାଣି !

ଏମସ ନିର୍ଦ୍ଦେଶକ ଡକ୍ଟର ରଣଦିପ ଗୁଲେରିଆଙ୍କ ଅନୁସାରେ ଦିଲ୍ଲୀରେ କରୋନାର ପିକ୍ ବା  ସର୍ବୋଚ୍ଚ ସ୍ତର ସମ୍ଭବତଃ ଯାଇ ସାରିଲାଣି । ସେ କହିଛନ୍ତି ଯେ, ଦିଲ୍ଲୀର ତଥ୍ୟକୁ ଦେଖିଲେ ଲାଗୁଛି ଯେ, କର୍ଭ ଫ୍ଲାଟ୍ ହେବାର ଲାଗିଲାଣି ଓ ଟ୍ରେଣ୍ଡ୍ ନିମ୍ନଗାମୀ ହେଉଛି । ତେଣୁ ଆମେ ପିକ୍ ଅର୍ଥାତ କରୋନାର ଉଚ୍ଚତମ ସ୍ତରକୁ ପାର କରିଯାଇଥିବାର ସମ୍ଭାବନା ରହିଛି । ତେବେ ଏହାର ଅର୍ଥ ନୁହେଁ ଯେ, ଆମେ ସୁରକ୍ଷା ସମ୍ବନ୍ଧିତ ଉପାୟକୁ ଢିଲା କରିବା ।

ଡାଏରୀରେ ଥିବା ଅକ୍ଷର ଆଦିତ୍ୟଙ୍କର, ଶେଷ ପୋଷ୍ଟ ବାବଦରେ ଫେସବୁକକୁ ତଥ୍ୟ ମାଗିଲା ଜିଆରପି

ଭୁବନେଶ୍ୱର : ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋର ରିପୋର୍ଟ ଆସିବା ପରେ ଆଦିତ୍ୟ ନିଜେ ନିଜ ଡାଏରୀରେ ଲେଖିଥିବା କଥା ସ୍ପଷ୍ଟ ହୋଇଛି । ହ୍ୟାଣ୍ଟ ରାଇଟିଂ ବ୍ୟୁରୋ ଆଦିତ୍ୟଙ୍କ ପୁରୁଣା ହସ୍ତାକ୍ଷର ସହ ଡାଏରୀରେ ଲେଖା ଥିବା ଅକ୍ଷରକୁ ମ୍ୟାଚ୍ କରି ଏଭଳି ରିପୋର୍ଟ ଦେଇଛନ୍ତି । ରେଲଓ୍ୱେ ଏଡିଜିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ଆଦିତ୍ୟଙ୍କ ନୋଟ୍ କିଏ ଲେଖିଥିଲା ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଏବେ ସେ ନିଜେ ନିଜ ଡାଏରୀରେ ଉକ୍ତ ନୋଟ୍ ଲେଖିଥିବା ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଡାଏରୀର ହସ୍ତାକ୍ଷରକୁ ନେଇ ତଦନ୍ତର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ମତ ବିଭେଦ ଦେଖାଯିବା ପରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଏହି ଦାୟିତ୍ୱ ଦିଆଯାଇଥିଲା । ତେବେ ଏହା ତଦନ୍ତର ଏକ ଅଂଶ ଯାହା ପରବର୍ତ୍ତୀ ସମୟରେ ହେବାକୁ ଥିବା ଅନ୍ୟ ତଦନ୍ତରେ ସହାୟକ ହେବ ବୋଲି ଏଡିଜି କହିଛନ୍ତି । ଆଦିତ୍ୟଙ୍କ ଡାଏରୀର ହସ୍ତାକ୍ଷରକୁ ନେଇ ଥିବା ଦ୍ୱନ୍ଦ ହଟିବା ପରେ ଅତିକମରେ ଏତକ ସ୍ପଷ୍ଟ ହୋଇଛି ଯେ ଆଦିତ୍ୟ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିଲେ । ତେବେ ସେ ନିଜ ଆତ୍ମହତ୍ୟା କରିଛନ୍ତି କିମ୍ୱା ତାଙ୍କର ହତ୍ୟା ହୋଇଛି ସେ ଘଟଣା ଉପରୁ ପରଦା ହଟିବା ଏବେ ବି ବାକି ଅଛି ।

ଅନ୍ୟପକ୍ଷରେ ଜିଆରପି ଫେସବୁକକୁ ଆଦିତ୍ୟଙ୍କ ଶେଷ ପୋଷ୍ଟ ବାବଦରେ ଅଧିକ ତଥ୍ୟ ମାଗିଛି । ସୂଚନାଯୋଗ୍ୟ ଯେ, ଆଦିତ୍ୟ ତାଙ୍କ ପୋଷ୍ଟରେ ମୃତ୍ୟୁ ଧିରେ ଧିରେ ଆସେ ବୋଲି ଲେଖିଥିଲେ । ଏହି ପୋଷ୍ଟକୁ ନେଇ କିଛି ସେ ଆତ୍ମହତ୍ୟା କରିଥିବା କହୁଛନ୍ତି । ତେବେ ଏହି ପୋଷ୍ଟ ସେ ନିଜେ ଲେଖିଥିଲେ କି ତାକୁ ଆଉ କେହି ଲେଖି ପୋଷ୍ଟ କରିଥିଲା ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ସନ୍ଦେହ ରହୁଛି । ଫେସବୁକର ଉତ୍ତର ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁଙ୍କ ରିପୋର୍ଟ)