spot_img
Home Blog Page 6645

ରାଜ୍ୟରେ ଆଉ ୪୪୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ଆକ୍ରାନ୍ତ ସଂଖ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସୁସ୍ଥ ହାର ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଆସ୍ୱସ୍ତୀ ମିଳୁଛି ।

ତେବେ ଆଜି ୪୪୦ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ୮୩, ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮, ପୁରୀରୁ ୧୭ ଏବଂ ଝାରସୁଗୁଡ଼ାରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି କେନ୍ଦୁଝରରୁ ୧୨, ନବରଙ୍ଗପୁରରୁ ୧୨, କଟକରୁ ୧୧, ବରଗଡ଼ରୁ ୧୦, ଯାଜପୁରରୁ ୯, ଅନଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, ସୁନ୍ଦରଗଡ଼ରୁ ୬, ବଲାଙ୍ଗିରରୁ ୫, ସମ୍ବଲପୁରରୁ ୫ ଓ ନୟାଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଜିର ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୩୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଆରମ୍ଭ ହେଲା କୋଭାକ୍ସିନ୍‌ର ମାନବ ପରୀକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ହ୍ୟୁମାନ୍‌ ଟ୍ରାଏଲ୍‌ । ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଆରମ୍ଭ ହେଇଯାଇଛି କୋଭାକ୍ସିନ୍‌ର ମାନବ ପରୀକ୍ଷଣ । ହ୍ୟୁମାନ୍‌ ଟ୍ରାଏଲ୍‌ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କର ସ୍କ୍ରିନିଂ ପରେ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ କିଛି ଜଣଙ୍କ ସ୍କ୍ରିନିଂ ସରିବା ପରେ ହ୍ୟୁମାନ୍‌ ଟ୍ରାଏଲ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ବଛାଯାଇଛି । ସେହି ଯୋଗ୍ୟ ବ୍ୟକ୍ତି ମାନଙ୍କ ଶରୀରରେ କୋଭାକ୍ସିନ ପରୀକ୍ଷା କରାଯାଇଛି । ୨ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ଦିଆଯିବ । କାହା ଉପରେ କିପରି ପ୍ରଭାବ ପଡୁଛି ତାହା ପରୀକ୍ଷା କରିବେ ସ୍ୱତନ୍ତ୍ର ଡାକ୍ତରୀ ଦଳ ।

SUM INAUGURATION

୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହି ପରୀକ୍ଷା କରାଯିବ । ତେବେ ସେମାନଙ୍କର କୋଭିଡ୍‌ ବା ଡାଏବେଟିସ୍‌ ଭଳି ଅନ୍ୟ ରୋଗ ନଥିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି । ହାଇଦ୍ରାବାଦର ଭାରତ ବାୟୋଟେକ୍‌, ଆଇସିଏମଆର୍‌ ଓ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସହଯୋଗରେ ଏହି କରୋନା ଟିକାକୁ ବିକଶିତ କରାଯାଇଛି ।

covaxin

ତେବେ ଏହା କେତେ ଉପଯୋଗୀ ହେବ, ତାହା ହ୍ୟୁମାନ ଟ୍ରାଏଲରୁ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । ହ୍ୟୁମାନ୍‌ ଟ୍ରାଏଲ ପାଇଁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଦେଶରେ ମୋଟ୍‌ ୧୨ଟି ଲ୍ୟାବ୍‌ରେ କୋଭାକ୍ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ କରାଯିବା ପାଇଁ ସ୍ଥିର କରାଯାଇଛି । ସେଥିମଧ୍ୟରୁ ସମ୍‌ ହସ୍ପିଟାଲରେ ଥିବା ଲ୍ୟାବ୍‌ ଅନ୍ୟତମ ।

ତେବେ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଅନ୍ୟପଟେ ଖୁବ୍‌ଶୀଘ୍ର କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇପାରେ ଆଇପିଏଲ,ଏହି ସମୟରେ ଆରମ୍ଭ ହେବ ମ୍ୟାଚ୍…

0

ନୂଆଦିଲ୍ଲୀ: ଏସିଆ କପ୍ ଏବଂ ଟି -୨୦ ବିଶ୍ୱକପ୍ ୨୦୨୦ ରଦ୍ଦ ହେବା ପରେ, ଆଇପିଏଲ୍ ୨୦୨୦ ଅନୁଷ୍ଠିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ବିଶ୍ୱର ଏହି ସର୍ବବୃହତ୍ତ କ୍ରିକେଟ୍ ଲିଗ୍ କେବେ ଆରମ୍ଭ ହେବ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ଖୁବ୍ ଶୀଘ୍ର ମିଳିପାରିବ, କିନ୍ତୁ  ଏହାର ଭିତରେ ଖବର ଆସୁଛି ଯେ, ଆଇପିଏଲ୍ ୨୦୨୦ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇପାରେ | ପୂର୍ବରୁ ଶୁଣାଯାଉଥିଲା ଯେ, ଏହି ଟୁର୍ଣ୍ଣାମେଣ୍ଟ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ଏବେ କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇପାରିବ ।

IPL 2020 : Dubai Sports City head says, 'we are keeping ourselves ...

କେଉଁ ସମୟରେ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବ?

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ମ୍ୟାଚ୍‌ଗୁଡ଼ିକ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବ । ଭାରତରେ ଏହି ମ୍ୟାଚ୍ ଗୁଡିକ ରାତି ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ରେ ଟସ୍ ହେଉଥିଲା । କିନ୍ତୁ ଏଥର ଆଇପିଏଲ ୟୁଏଇରେ ହୋଇପାରେ, ଯେଉଁଥିପାଇଁ ମ୍ୟାଚର ସମୟ ବଦଳୁଛି  ।

Dubai, Dharmasala, Ahmedabad 3 options for India's training camp ...

ୟୁଏଇରେ ହେବ ଆଇପିଏଲ୍

ଆଇପିଏଲ ପରିଚାଳନା ପରିଷଦର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୋମବାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏଥର  ଭାରତ ବାହାରେ ଅର୍ଥାତ ୟୁଏଇରେ ଆଇପିଏଲ୍‌ ଅନୁଷ୍ଠିତ ହେବ । ଭାରତରେ କ୍ରମାଗତ ଭାବେ କରୋନା ଭୂତାଣୁର ବିସ୍ତାର ହେତୁ ଏହି ନିଷ୍ପତ୍ତି ନିଆଯାଉଛି।

IPL 2020: UAE to host IPL 13, Governing Council to meet within a ...

ବ୍ରିଜେଶ ପଟେଲ କହିଛନ୍ତି ଯେ, ଆଇପିଏଲ ପରିଚାଳନା ପରିଷଦ ଆସନ୍ତା ସପ୍ତାହରେ ଏହି ପ୍ରସଙ୍ଗରେ ବୈଠକ କରିବାକୁ ଯାଉଛି ଏବଂ ଟୁର୍ଣ୍ଣାମେଣ୍ଟର ତାରିଖ, କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନିଆଯାଇପାରେ । ବ୍ରିଜେଶ ପଟେଲ କହିଛନ୍ତି ଯେ, ଭାରତ ସରକାରଙ୍କ ଅନୁମୋଦନ ପରେ ଆଇପିଏଲ ୨୦୨୦ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ବାତିଲ୍, ବଦଳିଲା ୨୦୨୩ ବିଶ୍ୱକପ୍ କାର୍ଯ୍ୟକ୍ରମ

ଏଥର ଭଙ୍ଗାଯିବନି ଲକ୍‌ଡାଉନ୍‌ରେ ଟଣା ହୋଇଥିବା ରଥ, ରହିବ ସଂଗ୍ରାହଳୟରେ..!

ପୁରୀ: ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇସାରିଛି । ଆଉ ନିୟମ ଅଉଛି ରଥଯାତ୍ରା ସରିବା ପରେ ରଥ ଭଙ୍ଗା ପର୍ବ ଆରମ୍ଭ ହୋଇଥାଏ । ହେଲେ ଏଥର ତିନି ରଥ ଭଙ୍ଗାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପୂରୀ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷର ତିନି ରଥକୁ ସଂଗ୍ରାହଳୟରେ ରଖାଯିବ । ଜଗନ୍ନାଥ ବଲ୍ଲଭ ପରିସରରେ ଏହି ରଥଗୁଡ଼ିକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ସ୍ଥାନ ପ୍ରସ୍ତୁତ କରାଯାଉଛି ।

ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ବିଶେଷ କରି ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ପ୍ରସ୍ତୁତ କରାଯାଇଛି, ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଛି ।

ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ । ଭଂଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ ରଖାଯାଇ ପାରିବ ସେହି ଅଂଶକୁ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷୀତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ ।

ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ଏନେଇ ନିଷ୍ପତି ନେବାକୁ ସ୍ଥିର ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବିଶେଷ କରି ଏକ ଟେକ୍ନିକାଲ ଟିମ୍‌ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ,ଲାଏ ଡିଟେକ୍ସନ ଟେଷ୍ଟ ଦାବି କଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୁତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ଆଦିତ୍ୟଙ୍କ ମୃତ୍ୟୁକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ପଷ୍ଟିକରଣ ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ସିସିଟିଭିରେ କଏଦ ହୋଇଥିବା ଆଦିତ୍ୟଙ୍କ ଶେଷ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଘରୁ ବାହାରି ଲିଙ୍ଗରାଜ ଷ୍ଟେସନ ଆଡ଼କୁ ଚାଲି ଚାଲି ଯାଉଥିବାର ଭିଡିଓ ଏବେ ରେଲଓ୍ୱେ ପୋଲିସର ହସ୍ତଗତ ହୋଇଛି । ଏହି ସିସିଟିଭିର ଦୃଶ୍ୟ ହେଉଛି ସନ୍ଧ୍ୟା ୭ଟା ୪୮ ମିନିଟ ସମୟର । ଦୃଶ୍ୟରେ ଆଦିତ୍ୟ ଚାଲିକି ଯାଉଥିବା ଦେଖିବାକୁ ମିଳିଛି ।

ଅଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ୍‌ ଟ୍ରେନ୍‌ ଲାଇନ୍‌ କଡ଼ରୁ ମିଳିବା ପରେ ଘଟଣାରେ ପ୍ରତିଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । କେତେବେଳେ ତାଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଥିବା ବେଳେ ଆଉ କେତେବେଳେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି କୁହାଯାଉଛି । କେତେବେଳେ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରାଯାଉଥିବା ବେଳେ ଆଉ କେତେବେଳେ ତାଙ୍କ ସାଙ୍ଗମାନଙ୍କ ପ୍ରତି ସନ୍ଦେହ ବଢ଼ୁଛି ।

ଡାଇରୀରେ ପ୍ରଥମ ଚାରି ପୃଷ୍ଠା ଆଦିତ୍ୟଙ୍କ ହାତ ଲେଖା‌ ରହଇଥିବା ବେଳେ ପରେ ଶେଷ ଦୁଇ ପୃଷ୍ଠା ପତ୍ନୀ ବିଦ୍ୟାଶ୍ରୀଙ୍କର ହାତ ଲେଖା ବୋଲି ଜଣାପଡ଼ିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଥିଲା ଯେ, ଆଦିତ୍ୟଙ୍କ ଡାଏରୀରେ କାହିଁ ବିଦ୍ୟାଶ୍ରୀ ଲେଖିଥିଲେ । ପ୍ରଥମରୁ କାହିଁକି ଏହି କଥାକୁ ଲୁଚେଇ ରଖାଯାଇଥିଲା ।

ତେବେ ଏହାରି ମଧ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ଦୀର୍ଘ ୧୬ ଦିନ ବିତିଗଲାଣି । ହେଲେ ଏଯ଼ାଏଁ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟୁନି । ଗୋଟେପଟେ ହ୍ୟାଣ୍ଡରାଇଟିଂ ବ୍ୟୁରୋରେ ହସ୍ତାକ୍ଷର ଯ଼ାଞ୍ଚ ହେଉଥିବା ବେଳେ ଏବେ ଲାଏ ଡିଟେକ୍ସନ ହେଉ ବୋଲି ଦାବି କରିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।  ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶଙ୍କର  ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଦାବି କରିଛନ୍ତି ବିଦ୍ୟାଶ୍ରୀ । ଏହା ସହ ସେ କହିଛନ୍ତି ଯେ, ମୋର ମଧ୍ୟ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଉ । ଫଳରେ କିଏ ସତ କହୁଛି ତାହା ଜଣା ପଡିଯିବ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

ରାଜଧାନୀରେ ଚର୍ଚ୍ଚା, କେନାଲରୁ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଲା ପୁଳା ପୁଳା ଟଙ୍କା !

ଭୁବନେଶ୍ୱର: କେନାଲ ବନ୍ଧରୁ ମିଳିଲା ପୁଳା ପୁଳା ଟଙ୍କା । ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ପ୍ରତ୍ୟେକ ଦିନ ସେହି କେନାଲ ବନ୍ଧକୁ ଯାଆନ୍ତି, ହେଲେ ଗୋଟିଏ ଦିନ ଅଚାନକ ତାଙ୍କ ଜାଲରେ ମାଛ ବଦଳରେ ପଡ଼ିଲା ଏକ ବଡ଼ ବ୍ୟାଗ୍ । ଆଉ ସେହି ବ୍ୟଗ୍‌ରେ ଥିଲା ପୁଳା ପୁଳା ଟଙ୍କା ।‌ Canal Currency  କଥାରେ ଅଛି ଯାହା ଭାଗ୍ୟରେ ଥିବ ତାହା କେହି ଛଡ଼ାଇ ନେଇପାରିବେ ନାହିଁ । ଆଉ ଯାହା ଭାଗ୍ୟରେ ନଥିବ ତାକୁ ଯେତେ ଚେଷ୍ଟା କଲେ ବି ପାଇ ହେବ ନାହିଁ । ଆଉ ଯାହା ତମ ଭାଗ୍ୟରେ ପାଇବାକୁ ନାହିଁ ତାହା ହାତ ପାହାନ୍ତାରେ ଥିଲେ ମଧ୍ୟ ଆଖି ପିଛୁଳାକେ ଖସିଯିବ ।

ଠିକ୍‌ ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଭୁବନେଶ୍ୱର ବ୍ଲକ ଅଧିନସ୍ଥ ମରିଚିଆ ଗ୍ରାମରେ । ଏହି ଗାଁର ତ୍ରିଲୋଚନ ରାଉତ ନାମକ ଜଣେ ମତ୍ସ୍ୟଜୀବୀ ସବୁଦିନ ପରି ପୁରୀ ମୁଖ୍ୟ କେନାଲର ମରିଚିଆ ସାଇଫନ ଛକକୁ ମାଛ ମାରିବା ପାଇଁ ଆସିଥିଲେ । ବୁଧବାର ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ମାଛ ବଦଳରେ ଏକ ବିରାଟକାୟ ବ୍ୟାଗ୍‌ ଲାଗିଥିଲା ।

Canal Currency

ତେବେ ସେ କୂଳକୁ ବ୍ୟାଗ୍‌ଟିକୁ ଆଣି ଦେଖନ୍ତି, ସେ ବ୍ୟାଗରେ ବିଡ଼ା ବିଡ଼ା ଟଙ୍କା ଅଛି । ସବୁଠାରୁ ବଡ଼ କଥା ହେଲା ଏତେ ଟଙ୍କା ପାଇମଧ୍ୟ ତାଙ୍କ ମନରେ ଟିକେ ବି ଖୁସି ନଥିଲା । କାରଣ ସେହି ସବୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଥିଲା । ଆଉ ନୋଟ୍‌ ଗୁଡ଼ିକ ସବୁ ପୁରୁଣା ଟଙ୍କା ଥିଲା । ଏଥିପାଇଁ କୁହାଯାଏ ଯେ, ଯାହା ଭାଗ୍ୟରେ ନଥିବା ତହା ହାତ ପାହାନ୍ତାରେ ଥିଲେ ବି ହାତକୁ ଆସିବନି ।

Canal Currency

କେନାଲରୁ ଟଙ୍କା ବ୍ୟାଗ୍‌ ମିଳିଥିବା ଖବର ଚାରିଆଡ଼େ ଦ୍ରୁତ ବେଗରେ ବ୍ୟାପିଯାଇଥିଲା । ଆଉ ଲୋକମାନେ ଧାଇଁ ଆସିଥିଲେ ଏହି ଟଙ୍କା ବ୍ୟାଗ୍‌ ଦେଖିବାକୁ । ମାତ୍ର କେଇ ମୂହୁର୍ତ୍ତକ ମଧ୍ୟରେ ସେଠାରେ ଜମିଥିଲା ଲୋକଙ୍କ ଭିଡ଼ ।

Canal Currency

ଏତେ ପରିମାଣର ପୁରୁଣା ଟଙ୍କାକୁ କିଏ ରଖିଥିଲା ଲୁଚାଇ ? କେଉଁଠୁ ଆସିଲା ଏହି ଟଙ୍କା ? ଏହା ନିଶ୍ଚିତ ଭାବେ କାହାର କଳା ଧନ ହୋଇଥିବ ! ଏଭଳି ନାନା ପ୍ରଶ୍ନ ଉଙ୍କି ମାରିଲା ଗାଁ ଲୋକଙ୍କ ମନରେ । ବ୍ୟାଗ୍‌ରୁ ମିଳିଥିବା ଟଙ୍କା ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଆମେରିକାରେ ବ୍ୟାନ୍ ହୋଇପାରେ ଟିକ୍‌ଟକ୍: ଆପ୍‌କୁ କିଣିପାରନ୍ତି ଆମେରିକୀୟ ନିବେଷକ

ଓ୍ୱାସିଂଟନ୍: ସର୍ଟ ଭିଡିଓ ସେୟାରିଂ ଆପ୍ ଟିକ୍ ଟକ୍ ଭାରତରେ ବେନ୍ ହୋଇସାରିଛି । ଆମେରିକାରେ ମଧ୍ୟ ଏହି ଆପକୁ ନେଇ କଠୋର ମନୋଭାବ ପୋଷଣ କରିଛି । ଏବଂ ଖୁବ୍‌ଶୀଘ୍ର ଏହା ବେନ୍ କରାଯାଇପାରେ । ତେବେ ଏହି ଆପର ବ୍ୟବହାରକାରୀ ଭାରତ ଏବଂ ଆମେରିକାରେ ଅଧିକ ଅଛନ୍ତି । ଏଭଳି ସମୟରେ ପେରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନ୍ସ ଏହାର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆମେରିକୀୟ ନିବେଷକ ଟିକଟକ୍‌ କିଣିବା ପାଇଁ ବିକଳ୍ପ ଖୋଜୁଛନ୍ତି । ଯେଉଁମାନଙ୍କ ଟିକଟକ ପେରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନ୍ସରେ ଭଲ ଅଂଶଧନ ରହିଛି ।

TikTok plans to withdraw from Hong Kong, may face US ban - CNET

ବାଇଟ୍ ଡ୍ୟାନ୍ସ ସିଇଓ କିଛି ସମୟ ପୂର୍ବରୁ କହିଥିଲେ ଯେ, ଏହି ଆପର ସର୍ବୋତ୍ତମ ଭବିଷ୍ୟତ ପାଇଁ ଆମେ ଏହାକୁ ବିକ୍ରୟ କରିବାକୁ ପ୍ରସ୍ତୁତ ଅଛୁ ।  ସୂଚନା ମୁତାବକ, ଏହି ବିଷୟରେ ଜାଣିଥିବା କିଛି ଲୋକଙ୍କୁ ଉଲ୍ଲେଖ କରି କହିଛନ୍ତି, ‘ବାଇଟ୍ ଡ୍ୟାନ୍ସ ଆମେରିକୀୟ ନିବେଶକମାନେ ଟିକ୍‌ଟକ୍‌ର ଅଧିକାଂଶ ଅଂଶଧନ କିଣିବା ପାଇଁ କମ୍ପାନୀର ଶୀର୍ଷ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରୁଛନ୍ତି ।

Top TikTok Users in the USA who have made it Big on the Platform ...

ଯଦି ଏହା ଘଟେ, ଅର୍ଥାତ୍ ଜଣେ ଆମେରିକୀୟ ନିବେଶକ ଟିକଟକ୍ କିଣନ୍ତି, ତେବେ ଏହି କ୍ଷେତ୍ରରେ ଏହି ଆପ୍ ଭାରତକୁ ଫେରିବା ପାଇଁ ରାସ୍ତା ସହଜ ହୋଇପାରେ | ଯଦି ଆମେରିକୀୟ ନିବେଶକମାନେ ଅଧିକରୁ ଅଧିକ ଅଂଶଧନ କିଣନ୍ତି, ତେବେ ଆମେରିକାରେ, ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ  ।

ନୋରା ଫତେହିଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ, କହିଲେ ଆମେ ବାହା ହେବାକୁ ଯାଉଛୁ ! ଦେଖନ୍ତୁ ଭିଡିଓ…

ଯୁକ୍ତରାଷ୍ଟ୍ରରେ ଏହି ଆପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନ ଭୋଟ୍ ଚାଲିଛି ଏବଂ ଅଧିକାଂଶ ପ୍ରତିନିଧି ଏହାକୁ ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ ଅନୁଯାୟୀ ନିଷେଧ କରିବା ସପକ୍ଷରେ ମତ ଦେଇଛନ୍ତି ।

ରାଜ୍ୟସଭାରେ ଯେତେବେଳେ ସାମ୍ନାସାମ୍ନି ହେଲେ ସିନ୍ଧିଆ-ଦିଗବିଜୟ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ୪୫ ଜଣ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୩୬ ସାଂସଦ ରାଜ୍ୟସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ନର୍ବାଚନରେ ୨୦ ରାଜ୍ୟରୁ ୬୧ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୪୫ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି ।

Image

ଯେଉଁମାନଙ୍କ ମଧ୍ୟରେ ଶରଦ ପାଓ୍ୱାର , ଦିଗବିଜୟ ସିଂହ ଏବଂ ରାମଦାସ ଆଠଓ୍ୱାଲେ ସମେତ ଏଭଳି ୧୨ ସିଟିଂ ସାଂସଦ ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ଓଡ଼ିଶାର ୪ ସାଂସଦ ମଧ୍ୟ ରାଜ୍ୟସଭାରେ ଶପଥପାଠ କରିଛନ୍ତି । ତେବେ କଂଗ୍ରେସ ଛାଡ଼ି କରି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି ।

Image

ଏହି ସମୟରେ ରାଜ୍ୟସଭା ପରିସରରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ସମସ୍ତ ସଦସ୍ୟ ଶପଥ ନେଉଥିଲେ ସେତେବେଳେ ଏଭଳି ଏକ ସମୟ ଆସିଲା ଯେତେବେଳେ ଉଭୟ ସିନ୍ଧିଆ ଓ ଦିଗବିଜୟ  ସମ୍ନାସାମ୍ନୀ ହୋଇଥିଲେ । ଆଉ ଏହି ସମୟରେ ଉଭୟ ପରସ୍ପରଙ୍କୁ ନମସ୍କାର କରିବା ସହ  ଅଭିବାଦନ ଜଣାଇଥିଲେ ।

ଯେତେବେଳେ ୨ ନେତା ପରସ୍ପରକୁ ଅଭିନନ୍ଦନ ଜଣାଉଥିଲେ ସେହି ସମୟରେ ରାଜ୍ୟସଭା ବିରୋଧୀ ନେତା ତଥା କଂଗ୍ରେସର ବରିଷ୍ଠ ସାଂସଦ ଗୁଲାମ ନବୀ ଆଜାଦ  ମଧ୍ୟ  ଉପସ୍ଥିତ ଥିଲେ । ତେବେ ଆଜାଦଙ୍କୁ ମଧ୍ୟ କିଛି ଇସାରା ଦେଉଥିବା ଦେଖିବାକୁ ମିଳିଥିଲା ।

ସୂଚନା ଯୋଗ୍ୟ ଯେ, ରାଜ୍ୟସଭାରେ ସିନ୍ଧିଆ ଏବଂ ଦିଗବିଜୟ ସିଂହଙ୍କ ଏହି ଫଟୋ ଏଥିଯୋଗୁଁ ଖାସ୍ କାହିଁକି ନା, ଦୁଇ ନେତା ମଧ୍ୟପ୍ରଦେଶରୁ ଆସିଛନ୍ତି । ଏହି ବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ସିନ୍ଧିଆ କମଳନାଥ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ସେତେବେଳେ ଦିଗବିଜୟ କମଲନାଥଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ ।

ତେବେ ଏଭଳି ବିଦ୍ରୋହ ପଛର ଗୋଟିଏ କାରଣ ରାଜ୍ୟସଭା ଆସନ ଥିଲା ବୋଲି କୁହାଯାଉଥିଲା । ଯେଉଁ ରାଜ୍ୟସଭା ଆସନରେ ଦିଗବିଜୟ ବିଜୟୀ ହୋଇ ଆସିଥିଲେ ସେହି ସିଟ୍ ପାଇଁ ଜ୍ୟୋତିରାଦିତ୍ୟଙ୍କ ନାଁ ଅଗ୍ରାଧିକାର ଭିତ୍ତିରେ ଦିଆଯାଉ । କିନ୍ତୁ ଦଳ ତାଙ୍କ ବଦଳରେ ଦିଗବିଜୟଙ୍କ ପ୍ରାଥମିକତା ଦେଇଥିଲା । ଏଭଳି ତିକ୍ତତା ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଜ୍ୟୋତିରାଦିତ୍ୟ । ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଥିଲେ ଜ୍ୟୋତିରାଦିତ୍ୟ । ଏଥିଲାଗି କମଳନାଥଙ୍କ ସରକାର ଭାଙ୍ଗିବା ସହ ମଧ୍ୟପ୍ରଦେଶରେ ପୁଣି ବିଜେପି କ୍ଷମତାସୀନ ହୋଇଥିଲା । ଏବଂ ବିଜେପି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଜ୍ୟୋତିରାଦିତ୍ୟ

ସୁପ୍ରିମକୋର୍ଟରେ ପହଞ୍ଚିଲେ ରାଜସ୍ଥାନ ବାଚସ୍ପତି ସିପି ଜୋଶୀ, କହିଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ରାଜସ୍ଥାନ ରାଜନୀତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଏସ୍‌ଏଲ୍‌ପି ଆବେଦନ କଲେ ବାଚସ୍ପତି ସିପି ଜୋଶୀ । ସଚିନ ପାଇଲଟଙ୍କ କ୍ୟାମ୍ପକୁ ଆଶ୍ୱସ୍ତି ଦେଇଥିବା ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବାଚସ୍ପତି । ସଚିନ୍ ପାଇଲଟ୍ ଓ ୧୮ ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ବାଚସ୍ପତି ନୋଟିସ୍ କରିଥିଲେ । ଏହାପରେ ପାଇଲଟ୍ କ୍ୟାମ୍ପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

cp joshi raj speaker

ତେବେ ଏହା ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ଡ.ସି ପି ଜୋଶୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜୋଶୀ ଏସମ୍ପର୍କରେ ସୂଚନା ଦେଇଥିଲେ । ବିଧାନ ପାଳିକା ଓ ବିଚାର ପାଳିକା ମଧ୍ୟରେ ଯେମିତି ସଂଘର୍ଷ ନହେବ ସେଥିଲାଗି ସୁପ୍ରିମକୋର୍ଟରେ ଏସଏଲପି (ବିଶେଷ ଅନୁମତି ଆବେଦନ) ଦାଏର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ ।

ଡ. ଜୋଶୀ ମିଡିଆକୁ କହିଥିଲେ ଯେ, ସଂସଦୀୟ ବ୍ୟବସ୍ଥାରେ ସମସ୍ତଙ୍କ ଭୂମିକା ପରିଭାଷିତ । ଆୟା ରାମ ଗୟା ରାମ (ଦଳ ବଦଳ ) ସଂସ୍କୃତିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ୧୯୯୨ ମସିହାରେ ଆଦେଶ ଦେଇଥିଲେ । ଯେଉଁଥିରେ ଦଳ ବଦଳ ମାମଲାରେ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର ବାଚସ୍ପତିଙ୍କୁ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ କାହାରି ମଧ୍ୟ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ୧୯୯୨ ମସିହାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଦଳ ବଦଳ ଆଇନ ଅନ୍ତର୍ଗତରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ବାଚସ୍ପତି  କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

cp joshi with pilot

ସଂଘର୍ଷର ସ୍ଥିତି ଉତ୍ପନ ହୋଇପାରେ

ବାଚସ୍ପତି କହିଥିଲେ ଯେ, ମୁଁ ଅଦାଲତଙ୍କୁ ସମ୍ମାନ ଦେଇଛି । କିନ୍ତୁ ଆମ ସାଥି ନୋଟିସର ଜବାବ ଦେବା ପାଇଁ ସ୍ପିକରଙ୍କ ପାଖକୁ ଆସିବାକୁ ଚାହୁଁନାହାନ୍ତି । ସେମାନେ ସିଧା ଅଦାଲତଙ୍କ ପାଖକୁ ଚାଲିଗଲେ । ସ୍ପିକରଙ୍କ ନୋଟିସରେ ଆଜି ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରି ନାହାନ୍ତି । ଦଳବଦଳ ଆଇନ କ୍ରମରେ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ଏଭଳି କୌଣସି ଉଦାହରଣ ନାହିଁ ଯେତେବେଳେ ମଝିରେ ହସ୍ତକ୍ଷେପ କରାଯାଇଛି । ଆଗକୁ ଏହା ସଂଘର୍ଷର ରୂପ ନେଇପାରେ । ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ଏଭଳି କହିଥିଲେ ଯୋଶୀ ।

Oxford Corona Vaccine : ତିନି ଷ୍ଟେପରେ କରୋନା ଶେଷ,ଏମିତି କାମ କରେ ଆକ୍ସଫୋର୍ଡ ଭ୍ୟାକ୍ସିନ୍

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନ୍ କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାରେ ପହଂଚି ସାରିଛି । ଯଦି ବ୍ୟାପକ ପରିମାଣରେ ହେବାକୁ ଥିବା ଟ୍ରାଏଲର ମଧ୍ୟ ଫଳାଫଳ ଭଲ ରୁହେ ତେବେ ଏହା ମେଡିକାଲ ଜଗତରେ ଏକ ପ୍ରକାର ଅବିଶ୍ୱସନୀୟ ଘଟଣା ହେବ । ଆଜି ପର୍ଯ୍ୟନ୍ତ କୌଣସି ରୋଗର ଭ୍ୟାକ୍ସିନ୍ ଏତେ ଶୀଘ୍ର ତିଆରି ହୋଇନାହିଁ । ଅକ୍ସଫୋର୍ଡର ଭ୍ୟାକ୍ସିନ୍ ସାଧାରଣ ଥଣ୍ଡା ଜର ଭାଇରସର ଏକ ଦୁର୍ବଳ ରୂପ । ଏହାକୁ ଜେନେଟିକାଲି ଇଂଜିନିୟିରଂ କରାଯାଇଛି ଯେମିତି ଏହା ମଣିଷ ଶରିରରେ ନିଜର କପି ନବନାଏ ।ଯେତେବେଳେ କରୋନାର ସ୍ପାଇକ୍ ପ୍ରୋଟିନ୍ ସହ କାହାକୁ ଏହା ଦିଆଯାଇଥାଏ ସେତେବେଳେ ଏହା ସ୍ପାଇକ୍ ପ୍ରୋଟିନ୍ସର ଗୋଟିଏ ବିଲ୍ଡ୍ ଅପ୍ ପ୍ରସ୍ତୁତ କରିଥାଏ । ଶରିରର ରୋଗ ପ୍ରତିରୋଧକ ସିଷ୍ଟମ ଏହାକୁ ଚିହ୍ନି ନେଇଥାଏ ଓ ତୁରନ୍ତ ଆଣ୍ଟି ବଡିଜ୍ ତିଆରି କରିବା ଆରମ୍ଭ କରେ ।ଫେଜ୍ ୧ ଓ ଫେଜ୍ ୨ ଟ୍ରାଏଲ ଅନୁସାରେ ଭ୍ୟାକ୍ସିନର ସିଙ୍ଗଲ ଡୋଜ୍ ଦ୍ୱାରା ୯୫ ପ୍ରତିଶତ ଭଲ୍ୟୁଣ୍ଟର୍ସଙ୍କ ମଧ୍ୟରେ ଏକ ମାସ ଭିତରେ ଅଣ୍ଟିବଡିଜ୍ ୪ ଗୁଣ ବଢିଯାଇଥିଲା । ଆସନ୍ତୁ ଜାଣିବା ଭ୍ୟାକ୍ସିନ୍ କେମିତି ତିଆରି ହୁଏ ଓ କେମିତି ଏହା କାମ କରିଥାଏ ।

ଷ୍ଟେପ୍ ୧: ସ୍ପାଇକ୍ ପ୍ରୋଟିନକୁ ଖୋଜେ

oxford vaccine

ଭ୍ୟାକ୍ସିନ ତିଆରି ପାଇଁ ସର୍ବପ୍ରଥମେ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନର ଜେନେଟିକ୍ କୋଡକୁ ଖୋଜା ଯାଇଥିଲା । ଏଥିପାଇଁ ଜିନ୍ ସିକ୍ୱେସିଂର ସାହାଯ୍ୟ ନିଆଯାଇଥିଲା ।

ଷ୍ଟେପ୍ ୨: ଦୁର୍ବଳ ଭାଇରସ ଦ୍ୱାରା ତିଆରି ହୋଇଛି ଭ୍ୟାକ୍ସିନ୍

oxford vaccine2

ଭ୍ୟାକ୍ସିନ ଭିତରେ ଥିବା  adenovirus ଭାଇରସ ଦୁର୍ବଳ ଓ ଜେନେଟିକାଲି ମୋଡିଫାଇଡ୍ ହୋଇଥାଏ । ଯେମିତି ଏହା ମଣିଷକୁ ସଂକ୍ରମିତ କରିବ ନାହିଁ ସେଥିପାଇଁ ଏହାକୁ ମୋଡିଫାଏ କରାଯାଇଥାଏ । ଏହାଦ୍ୱାରା ଭ୍ୟାକ୍ସିନ୍ ସ୍ପାଇକ୍ ପ୍ରୋଟିନ୍ ତିଆରି କରିଥାଏ ।

ଷ୍ଟେପ୍ ୩: ଭ୍ୟାକ୍ସିନ୍ ଶରିର ଉପରେ କିଛି ଏମିତି ପ୍ରଭାବ ପକାଏ

oxford corona vaccine

ଭ୍ୟାକ୍ସିନ୍ ଦିଆଯିବା ପରେ ଶରିରରେ ସ୍ପାଇକ୍ ପ୍ରୋଟିନ୍ ତିଆରି ହେବା ଆରମ୍ଭ ହୋଇଥାଏ । ଫଳରେ ଶରିରରେ ଭାଇରସ ବିରୋଧରେ ଆଣ୍ଟି ବଡିଜ୍ ତିଆରି ହୁଏ । ଥରେ ଇମ୍ୟୁନ୍ ସିଷ୍ଟମ ସ୍ପାଇକ୍ ପ୍ରୋଟିନକୁ ଚିହ୍ନିଗଲା ପରେ ଏହା କରୋନା ସଂକ୍ରମଣର ମୁକାବିଲା କରି ପାରିବ ।

ରେସରେ ଆଗରେ ଅଛନ୍ତି ଜେନେଟିକାଲି ମୋଡିଫାଇଡ୍ ଭ୍ୟାକ୍ସିନ୍

coroana vaccine

କୋଭିଡ୍-୧୯ ପାଇଁ ଅନେକ ପ୍ରକାରର ଭ୍ୟାକ୍ସିନ ଉପରେ କାମ ଚାଲୁଛି । କିନ୍ତୁ ରେସରେ ସଭା ଆଗରେ ଅଛନ୍ତି ଜେନେଟିକାଲି ମୋଡିଫାଇଡ୍ ଭ୍ୟାକ୍ସିନ । ଚୀନର CanSino Biologics ମଧ୍ୟ ଆଡଭାନ୍ସ ଟ୍ରାଏଲ ଷ୍ଟେଜରେ ଅଛି । ଏମାନଙ୍କ ଲକ୍ଷ୍ୟ ହେଉଛି ଆଣ୍ଟି ବଡିଜ୍ ତିଆରି କରିବା,ଯେମିତିକି ଭାଇରସ ଶରିରକୁ ଆକ୍ରମଣ କଲେ ଏମାନେ ତାହାକୁ ନଷ୍ଟ କରିବେ ।  ତେବେ ଏପର୍ଯ୍ୟନ୍ତ କୌଣଶି adenovirus ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ମିଳିନାହିଁ ।

କେବେ ଆସିବ ଭ୍ୟାକ୍ସିନ୍ ?

 

ରେଗୁଲେଟାରି ଓ ଲାଇସେନ୍ସିଂ ଆପ୍ରୁଭାଲ ପାଇଁ ଭ୍ୟାକ୍ସିନକୁ ଆଡଭାନ୍ସ ଫେଜ୍ ୨ ଓ ୩ ଷ୍ଟେଜ୍ ମଧ୍ୟ ଦେଇ ଯିବାକୁ ପଡିବ । ୟୁକେରେ ୧୦ ହଜାର ଲୋକଙ୍କ ଉପରେ ଏହାର ଟ୍ରାଏଲ ଚାଲୁଛି । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଟ୍ରାଏଲ ଚାଲିଛି । ଆମେରିକାରେ ୩୦ ହଜାର ଲୋକଙ୍କ ଉପରେ ଗୋଟିଏ ବଡ ଧରଣର ଷ୍ଟଡି ହେବାକୁ ଯାଉଛି । ବିଶେଷଜ୍ଞଙ୍କ ଅନୁସାରେ ଯଦି ସବୁକିଛି ଠିକ୍ ଚାଲେ ତେବେ ବର୍ଷ ଶେଷ ସୁଧା ଭ୍ୟାକ୍ସିନ ବଜାରକୁ ଆସିବ । ଆଷ୍ଟ୍ରୋଜେନେକା ଅନୁସାରେ ଏହା ୨ଶହ କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ସରକାର ଓ ଅନ୍ୟ ଏଜେନ୍ସୀଙ୍କୁ ଦେବ ।