spot_img
Home Blog Page 6649

ଅଵପାତର ରୂପ ନେବ ଲଘୁଚାପ । ସାରା ରାଜ୍ୟରେ ପ୍ରବଳ ବର୍ଷା ।

ଅଵପାତର ରୂପ ନେବ ଲଘୁଚାପ । ସାରା ରାଜ୍ୟରେ ପ୍ରବଳ ବର୍ଷା ।

ଦେଶରେ ସଂକ୍ରମିତ ସଂଖ୍ୟା ୨୮ଲକ୍ଷ ପାର , ଦୈନିକ ସଂକ୍ରମଣରେ ପଛରେ ପଡ଼ିଲେ ଆମେରିକା ଓ ବ୍ରାଜିଲ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଆଜି ପୁଣି ୨୪ ଘଣ୍ଟାରେ ୬୯ହଜାର ୬୫୨ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୯୭୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ଲକ୍ଷ ୩୬ହଜାର ୯୨୬ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୮୬ହଜାର ୩୯୫ । କରୋନାରୁ ସୁସ୍ଥ ହେଲେଣି ୨୦ଲକ୍ଷ ୯୬ହଜାର ୬୬୫ଜଣ । ଦେଶରେ କରୋନାରେ ମୋଟ୍ ମୃତ୍ୟୁସଂଖ୍ୟା ୫୩ହଜାର ୮୬୬କୁ ବୃଦ୍ଧି ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଦେଶରେ ବଢୁଥିବା କରୋନା ସଂକ୍ରମଣ କିଛି ଦିନ ଭିତରେ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇବା ନେଇ ଆଶଙ୍କା କରାଯାଉଛି । କାରଣ ଭାରତରେ ଲଗାତାର ଦୈନିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ଭାରତରେ ୬୯ହଜାର ୬୫୨ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆମେରିକାରେ ୨୪ଘଣ୍ଟାରେ ୪୩ହଜାର ୨୩୭ଜଣ ଓ ବ୍ରାଜିଲେ ୪୮ହଜାର ୫୪୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୬ଲକ୍ଷ ୨୮ହଜାର ୬୪୨ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ହଜାର ୩୩ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୨ଲକ୍ଷ ୩୫ହଜାର ୪୪୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୬ହଜାର ୧୨୩ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆନ୍ଧ୍ରପ୍ରଦେଶ ୩ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୨୯ଶହ୬ରେ ପହଞ୍ଚିଛି । କର୍ଣ୍ଣାଟକରେ ୨ଲକ୍ଷ ୪୯ହଜାର ୫୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩ଶହ ୨୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ୟୁପି, ଦିଲ୍ଲୀ, ୱେଷ୍ଟବେଙ୍ଗଲ ଓ ବିହାରରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେଲେଙ୍ଗାନାରେ ଲେକ୍ଷେ ପାଖାପାଖି ହେଲେଣି କରୋନା ସଂକ୍ରମିତଙ୍କ ସଂଖ୍ୟା ।

୨ଦିନ ପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ବାଦ ପଡ଼ିଲା ଟ୍ୱିନ ସିଟି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ବର୍ଷା । ଆଜି ଓ ଆସନ୍ତାକାଲି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଗତକାଲି କଟକ ଓ ଖୋର୍ଦ୍ଧାକୁ ଅରୋଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଗୁରୁବାରରେ ଏହି ଜିଲ୍ଲାରେ ସ୍ୱଳ୍ପ ପରିମାଣରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଅନ୍ୟ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଆଗାମୀ କିଛି ଘଣ୍ଟା ଭିତରେ ଅଵପାତର ରୂପ ନେବ ଲଘୁଚାପ । ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଆଗକୁ ପୁଣି ଆଉ ଏକ ଲଘୁଚାପ ଆସୁଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ନେଇ ନୂଆଦିଲ୍ଲୀରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ଲଘୁଚାପ ଜନିତ ବର୍ଷାରେ ବେହାଲ ହେଲାଣି ଅଧା ଓଡ଼ିଶା । ଦୁଇଟି ଲଘୁଚାପ ପରେ ଏବେ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ।  ପାଣିପାଗ ନେଇ ନୂଆଦିଲ୍ଲୀରୁ ଏନେଇ ବଡ଼ ଖବର ଆସିଛି । ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ ରାଜ୍ୟରେ ଜାରି ରହିଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ପ୍ରାୟ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।ସେହିଭଳି ଓଡ଼ିଶାରେ ୧୯ରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ ।

ଏହା ପୂରବରୁ ଗତ ଅଗଷ୍ଟ ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ କିଛି ଦିନ ହେବ ବର୍ଷା ଜାରି ରହିଥିବା ଫଳରେ କେତକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ପରେ ଜଦିଓ ସ୍ଥିତିରେ ସୁଧାର ଆସିଥିଲା କିନ୍ତୁ ୧୯ରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା କାରଣରୁ ପୁଣି ସ୍ଥିତି ଅମ୍ଭାଳ ହେବାକୁ ବସିଲାଣି ।

ସାରା ଦିନ ବର୍ଷା ହେଲେ ଏହିସବୁ ଜିଲ୍ଲାରେ ପରିସ୍ଥିତି ହେବ ଅସମ୍ଭାଳ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା  । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମଥିଲି, ଖଇରପୁଟ, କୋରୁକୋଣ୍ଡା କାଲିମେଳାରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି ।  ଗତ ମଙ୍ଗଳବାର ଓ ବୁଧବାର ବର୍ଷା ହୋଇନଥିବା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ନଦୀଗୁଡିକର ଜଳସ୍ତର ବି କମିଥିଲା। ମୋଟୁରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ଜଳସ୍ତର ହ୍ରାସ ପାଇବା ଯୋଗୁଁ ବଡ଼ ଧରଣ ବିପଦ ଟଳିଯାଇଥିଳା। ହେଲେ ଗତ ରାତିରୁ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିନ ତମାମ ବର୍ଷ ଲାଗି ରହିଲେ ପୋଲ ବୁଡିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଅନ୍ୟପଟେ, ଧର୍ମଗଡ଼ରେ ଗତକାଲିଠାରୁ ବର୍ଷା ଲାଗିରହିଛି । ଫଳରେ ସହରର ବିଭିନ୍ନ ମୁଖ୍ୟ ଛକ ଜଳବନ୍ଦୀ ହୋଇ ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ତେଲ୍ ଓ ହାତୀ ନଦୀ ଫୁଲିବାରେ ଲାଗିଛି l ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବିରିପୂର୍, ମାଟିଖାଳ, କର୍ମେଳି, ବାଳୀଛଡ଼ା, ବଙ୍କାପଲା ଭଳି ନଦୀକୂଳିଆ ଅଞ୍ଚଳ ଲୋକେ । ବର୍ଷା ଲାଗିରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।

ଲଗାଣ ବର୍ଷା କାରଣରୁ ଏହିସବୁ ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଜଳକା ନଦୀ ଜଳସ୍ତର ବଢିଥିବା ସୂଚନା । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିଲା ବେଳେ  ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୬୦ ମିଟରରେ ପ୍ରବାହିତ ହେଉଛି ।  ଘଣ୍ଟା ପ୍ରତି ୦.୧ ମିଟର ଜଳସ୍ତର ବଢୁଛି । ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜର ରାସଗୋବିନ୍ଦପୁର , ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଂଚଳରେ ପ୍ରବଳ ବର୍ଷାଯୋଗୁଁ ଜଳସ୍ତର ବଢୁଛି । କିଛି ତଳିଆ ଅଂଚଳରେ ପାଣି ପଶିଥିବା ବେଳେ କିଛି ଚାଷ ଜମି ଜଳମଗ୍ନ ହୋଇଥିବା ଜଣାପଡିଛି ।

ସେହିପରି ବୈତରଣୀ ନଦୀ ଜଳସ୍ତର ମଧ୍ୟ ବଢିଛି । ଭଦ୍ରକ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ,  ସକାଳ ୭ଟା ସୁଦ୍ଧା ୧୭.୬୦ ମିଟରରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଝିପି ଝିପି ବର୍ଷା ଲାଗିରହିଥିବାରୁ ବୈତରଣୀର ଜଳସ୍ତର ବଢ଼ିବାରେ ଲାଗିଛି । ଜିଲ୍ଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଫଳରେ ବିଭିନ୍ନ ବ୍ଲକରେ ତଳି ଅଞ୍ଚଳରେ ଥିବା ଚାଷ ଜମିରେ ବର୍ଷା ପାଣି ଜମି ରହିଛି ।

ଅନ୍ୟପଟେ ଗତ ୪ଦିନ ଧରି ବର୍ଷାରେ ବଢୁଛି ବ୍ରାହ୍ମଣୀ ନଦୀ ଜଳସ୍ତର । ବଢ଼ିପାଣି ଯେପରି ଗାଁ ଭିତରକୁ ନପଶିବ ସେଥିପାଇଁ ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଢେ଼ଙ୍କାନାଳ କୋଟପାଳ ଗାଁଲୋକେ ।

ପୁଣି ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର, ଦୁଷ୍କର୍ମ ପରେ ଏସିଡ ପାକାଇ ଜାଳି ଦେଇଥିବା ଅଭିଯୋଗ

ଭଦୋହି:  ତ୍ତରପ୍ରଦେଶର ଭଦୋହିରେ ଗୁଣ୍ଡାମାନେ ତାଙ୍କ ନୃଂସଶତାର ସବୁ ସୀମା ପାର କରି ଦେଇଛନ୍ତି । ହାଇଦ୍ରାବାଦ ପରେ ୟୁପିରେ ଆଉ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଛି । କିନ୍ତୁ ଏଥର ଜଣେ ୧୭ ବର୍ଷର ନାବାଳିକାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଏହା ପରେ ତା ଉପରେ ଏସିଡ୍ ପକାଇ ତାଙ୍କୁ ହତ୍ୟା କରାଯାଇଛି।

ଚରାଇବାକୁ ଯାଇ ନିଖୋଜ ଥିଲେ ନାବାଳିକା

ପୋଲିସର ସୂଚନାନୁସାରେ, ଭଦୋହି କୋତବାଲୀ ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକା ୧୭ ଅଗଷ୍ଟରେ ଚାଷଜମିକୁ ଗୃହପଳିତ ପଶୁ ଚରାଇବାକୁ ଯାଇଥିଲା। ଏହାପରେ ସେ ଘରକୁ ଫେରି ନଥିଲା । ପରିବାର ସଦସ୍ୟ ଝିଅଟିକୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସେମାନେ ତାକୁ ପାଇ ନଥିଲେ ।  ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗରେ ପୋଲିସ ଆଇପିସିର ଧାରା ୩୬୩ ଅନୁଯାୟୀ ଅପହରଣ ମାମଲା ରୁଜୁ କରି ନାବାଳିକାକୁ ଖୋଜୁଥିଲା।

ନଦୀରୁ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି

ଏହି ମଧ୍ୟରେ ନଦୀ କୂଳରୁ ଝିଅର ମୃତଦେହ ମିଳିଛି । ଝିଅଟିର ମୃତଦେହ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯିଆଇଛି । ନାବାଳିକାଙ୍କ ସମ୍ପର୍କୀୟମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଦୁଷ୍କର୍ମ ପରେ ଏସିଡ୍ ପକାଇ ଝିଅଟିକୁ ପୋଡି ଦେଇଛନ୍ତି । ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଁ ନିକଟରେ ଥିବା ଏକ ଇଟାଭାଟିର ନାବାଳିକାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି ।

ଯାଞ୍ଚ ପାଇଁ ଚାରୋଟି ଟିମ୍ ଗଠନ କରାଯାଇଛି

ଏହି ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚ ସମେତ ୪ଟି ଟିମ୍ ଗଠନ କରାଯାଇଛି। ପୋଲିସ ଅଧୀକ୍ଷକ ରାମ ବଦନ ସିଂ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ଅଭିଯୋଗ ପୋଷ୍ଟମର୍ଟମ ପରେ ହିଁ ସ୍ପଷ୍ଟ ହେବ । ସେ କହିଛନ୍ତି ଯେ ପୋଲିସ ପ୍ରତ୍ୟେକ ଦୃଷ୍ଟି କୋଣରୁ ଜାଞ୍ଚ କରାଯାଉଛି ।

ଆଜି କେଉଁ ରାଶିର ଲୋକଙ୍କର ଅର୍ଥଚିନ୍ତା ବଢିବ ଓ ବ୍ୟବସାୟରେ କ୍ଷତି ହେବ ? ଜାଣନ୍ତୁ

ଆଜିର ପଞ୍ଚାଙ୍ଗ: ୨୦/୦୮/୨୦୨୦ ଗୁରୁବାର, ୧୪୨୭ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ସିଂହ ୫ଦିନ, ଭାଦ୍ରବ ଶୁକ୍ଲ ୨ୟା ରାତ୍ର ୨ଟା ୧୩ ପର୍ଯ୍ୟନ୍ତ

– ସିଂହ ଚନ୍ଦ୍ର ଅହୋରାତ୍ର

– ପୂର୍ବାଫାଲଗୁନି ରାତ୍ର ୧୧:୫୦ ଗତେ ଉତ୍ତରାଫାଲଗୁନି ନକ୍ଷତ୍ର

-ଘାତ ଚନ୍ଦ୍ର – କର୍କଟ ଓ ମକର ରାଶିର

– ଘାତ ବାର – ତୁଳା ଓ କୁମ୍ଭ

– ଯୋଗିନି – ଉତ୍ତରେ ରାତ୍ରି ୦୨:୧୩ ଗତେ ଆଗ୍ନୟେ

– ପୁଷ୍କର ଦୋଷ – ୧ପାଦ ରାତ୍ରି ୧୧:୫୦ ପଯ୍ୟନ୍ତ, ଗତେ ୨ପାଦ

ଶୁଭ ସମୟ

ଦିବା ୧୦:୩୪ ରୁ ୦୧:୦୫

ରାତ୍ର ୦୨:୨୯ ରୁ ୦୩:୧୫

ଅଶୁଭ ସମୟ

ଦିବା ୦୧:୩୦ ରୁ ସଂଧ୍ୟା ୦୬:୦୭

ରାତ୍ର ୧୧:୫୦ ରୁ ରାତ୍ର ୦୧:୧୫

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର – କିଛି କିଛି ସରକାରି ସହାୟତା ମିଳିବ ଫଳରେ ମାନସିକ ସ୍ତରରେ ଉତ୍ସାହ ଉଦ୍ଦିପନା ସହିତ ପାରିବାରିକ ଶାନ୍ତି ବଜାୟ ରହିବ ।

ଦ୍ୱିଜା ନକ୍ଷତ୍ର – ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।

କୃତ୍ତିକା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର କରିବା ଶୁଭ ଦାୟକ ହେବ, ମାତୃ ବର୍ଗରେ କାହାର ସ୍ୱାସ୍ଥ୍ୟହାନି ହେବ ।

ଶୁଭ ରଙ୍ଗ – ଧଳା, ହଳଦିଆ

ହନୁମାନ ବାଣ ପାଠ କରନ୍ତୁ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – କର୍ମ କ୍ଷେତ୍ର ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଲୋକସଂପର୍କ ବୃଦ୍ଧି ହେବ ।

ଆର୍ଦ୍ରା ନକ୍ଷତ୍ର – ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଲାଭ ମିଳିବ, ଜପତପ ଧର୍ମଜ୍ଞାନ ବଢିବ ।

ପୂନର୍ବସୁ ନକ୍ଷତ୍ର – ମାନସମ୍ମାନ ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ସମାଜକଲ୍ୟାଣ କାର୍ଯ୍ୟକରିବେ, ବହୁଦିନର ଇଛା ପୁରଣ ହେବ, ପାରିବାରିକ ନିବିଡତା ବୃଦ୍ଧି ହେବ ।

ଶୁଭ ରଙ୍ଗ – କମଳା

ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ,ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜୀବନରେ ସତର୍କତାର ସହିତ ରୁହନ୍ତୁ  ।

ପୂଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ବଢିବ, ଅର୍ଥଚିନ୍ତା, ବ୍ଯୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ ।

ଅଶ୍ଲେଷା ନକ୍ଷତ୍ର – ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣାର ଶିକାର, ଅର୍ଥଚିନ୍ତା ବଢିବ, ମନ ଦୋଦୁଲ୍ୟମାନ ପତିସ୍ଥିତି ମଧ୍ୟରେ ଭୁଲ ନିଷ୍ପତି ନେଇ ଦଣ୍ଡିତ ହେବେ ।

ଶୁଭ ରଙ୍ଗ – ଲାଲ

କୌଣସି ଦେବୀଶକ୍ତିଙ୍କର ଅଭିଷେକ କରାନ୍ତୁ ଏବଂ ଅସହାୟକୁ ଷୋରିସ ତେଲ ଦାନ କରନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର – ବହୁଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ବିଦେଶ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ପରିବାର ଠାରୁ ଦୂରରେ ରହିବେ, ମାତୁଳ ବର୍ଗ ଏବଂ ଜ୍ଞାତିବର୍ଗ ରୁ ସାହାଯ୍ୟ ମିଳିବ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ମନମୁତାବକ ଦ୍ରବ୍ୟ ମାହୁଳିଆ ପ୍ରାପ୍ତ ହେବ,କୌଣସି ପାରିବାରିକ କିମ୍ବା ପୂରୁଣା କିଛି ସମସ୍ୟାରୁ ମୁକ୍ତି ପାଇବେ, କିନ୍ତୁ ଅର୍ଥଚିନ୍ତା ବଢିବ ।

ଶୁଭରଙ୍ଗ – ଧଳା

ଗାୟତ୍ରୀ ମନ୍ତ୍ର ୧୦୮ଥର ଜପ ଶୁଭପ୍ରଦ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ବାହାରକୁ ବାହାରିବେ ନାହିଁ କାରଣ ପ୍ରତି ମୂହୁର୍ତ୍ତରେ ନକରାତ୍ମକ ପ୍ରଭାବ ରହିବ, ଟଙ୍କପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ, ବିବାହ କିମ୍ବା ନୂତନ ବ୍ୟବସାୟର ସମ୍ଭାବନା ସୃଷ୍ଟି ହେବ ।

ରୋହିଣି ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପଡୋଶିଙ୍କର ସେବାରେ ବ୍ୟସ୍ତ ରହି ମାନଶିକ ଆତ୍ମତୃପ୍ତି ବଢିବ ।

ମୃଗଶିରା ନକ୍ଷତ୍ର – ଆଜି କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ, ମନ ମଧ୍ୟରେ ଭଲ ଲାଗୁଥିବା ଭଗବାନଙ୍କର ସୁମରଣାକରି ଦିନ କାଟନ୍ତୁ ।

ଶୁଭ ରଙ୍ଗ – ସବୁଜ

କଳା ଜୀବଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଗୃହନିର୍ମାଣ କାର୍ଯ୍ୟରେ ଅର୍ଥବ୍ୟୟ ହେବ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ,ଟଙ୍କାପଇସାର ସାହାର୍ଯ୍ୟ ସହଯୋଗ ମିଳିବ ।

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧିହେବ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, ପରିବାରର ସହଯୋଗରେ ମନୋବଳ ବୃଦ୍ଧି ହେବ ।

ଚିତ୍ରା ନକ୍ଷତ୍ର – ପାରିବାରିକ ନିବିଡତା ବଢିବ, ସମୁହ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରିବେ, ସନ୍ତାନସନ୍ତତି ବର୍ଗରେ ବିକାଶ ହେବ,ସରକାରଙ୍କର ଯୋଜନା ଲାଭ ହେବ ।

ଶୁଭ ରଙ୍ଗ – ହଳଦିଆ, କମଳା

ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପୂଜା ସହିତ ବିଷ୍ଣୁସହସ୍ରନାମ ପାଠ କରନ୍ତୁ

ତୁଳା ରାଶି –

ଚିତ୍ରା ନକ୍ଷତ୍ର – କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡତା ବଢିବ ।

ସ୍ୱାତୀ ନକ୍ଷତ୍ର – କୌଣସି ଧାର୍ମିକ ଭାବନାରେ ବୁଡି ରହିବେ, ପିଲାମନଙ୍କ ମଧ୍ୟରେ ଆତ୍ମବଳ ବଢିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର – ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ୱାସ୍ଥ୍ୟପିଡା ରହିବ ମାତ୍ର ଆର୍ଥିକ ଦିଗଟି ସ୍ୱଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ।

ଶୁଭ ରଙ୍ଗ- ଇଷତ୍ ଲାଲ

ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ବିଛା ରାଶି-

ବିଶାଖା ନକ୍ଷତ୍ର – ଭାଷାଗତ ଜ୍ଞାନ ବୃଦ୍ଧିହେବ, ଧର୍ମଚର୍ଚ୍ଚା ବଢିବ, ମାନସିକ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ।

ଅନୁରାଧା ନକ୍ଷତ୍ର – ପାରିବାରିକ ମାନସିକଚାପ ବଢିବ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, ଆର୍ଥିକ ଅନାଟନ ବଢିବ ।

ଜ୍ୟେଷ୍ଠା ନକ୍ଷତ୍ର – ଜିବନ ଯୁର୍ଦ୍ଧରେ ସଂଘର୍ଷ ବଢିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

ଶୁଭ ରଙ୍ଗ – ଲାଲ

ବଗଲାମୂଖୀ ସ୍ତ୍ରୋତ୍ର ଜପ କରନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – ସାହାର୍ଯ୍ୟ ସହଯୋଗ କରି ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ,ମାନସିକ ଶାନ୍ତି ବୃଦ୍ଧି ହେବ, ଜପତପ ପୂଜାର୍ଚ୍ଚନାରେ ସମୟ ଅତିବାହିତ ହେବ।

ପୂର୍ବଷାଢା ନକ୍ଷତ୍ର – ବିକାଶମୂଳକ କାର୍ଯ୍ୟ ହାତକୁ ନେବେ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ପାରିବାରିକ ସୁଖ ବଢିବ ।

ଉତ୍ତରାଷାଢା ନକ୍ଷତ୍ର – ମାନସିକ ଚାପ କିଛି କିଛି ରହିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ, କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ।

ଶୁଭ ରଙ୍ଗ – ନିଳ ରଙ୍ଗ

ଓଁ ମା ଦୁର୍ଗାଦେବୀ ଶରଣଂ ଜପ ସହିତ ଚଉରା ମୂଳରେ ଜଳ ଅର୍ପଣ କରିବେ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଧର୍ମଚର୍ଚ୍ଚା ଏବଂ ଆଧ୍ୟାତ୍ମୀକ ଜ୍ଞାନ ବଢିବ, ଅଚାନକ ସୁଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ,ଆର୍ଥିକ ଅଭାବ କିଛି ସୃଷ୍ଟି ହେବ ।

ଶ୍ରବଣା ନକ୍ଷତ୍ର – ନୂଆ କିଛି ବିଦ୍ୟା ଆହରଣ କରିବେ, ନିଜ ପାଖପଡିସା ଏବଂ ବନ୍ଧୁପରିଜନରେ ସାହାଯ୍ୟ ସହଯୋଗ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, କର୍ମଗତ ଶୁଭଫଳ ପାଇବେ ।

ଧନିଷ୍ଠା ନକ୍ଷତ୍ର – ସ୍ୱାସ୍ଥ୍ୟଗତ ଅସୁବିଧା ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ, ଅର୍ଥାଭାବ ରହିବ, କିଛି ଋତୁଫଳ ଖାଇବାକୁ ମିଳିବ ।

ଶୁଭ ରଙ୍ଗ – ସବୁଜ

ଜୀବଜନ୍ତୁଙ୍କୁ ଖାଇବାକୁ ଦିଅନ୍ତୁ ।

୨୭ଥର “ଓଁ କ୍ଲିଂ କୃଷ୍ନାୟ ଗୋବିନ୍ଦାୟ ନମୋ ନମଃ” ଜପ କରନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ ମତାନ୍ତର ମନାନ୍ତର ହୋଇପାରେ,ଭାଗିଦାରିରେ ଅସହଯୋଗ ମିଳିବ, କୃତିମ ଆର୍ଥିକ ଅଭାବ ସୃଷ୍ଟି ହେବ, ମନ ଦୁର୍ବଳ ରହିବ  ।

ଶତଭିଷା ନକ୍ଷତ୍ର – କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ, ବିଷୟ ସୁଖ ପ୍ରାପତ ହେବ, ନୂଆ ସଂପର୍କ ଯୋଡି ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ପରିବାର ମଧ୍ୟରେ ଏକତା ବଜାୟ ରହିବ, ଅଟକିଥିବା କିଛି କାର୍ଯ୍ୟ ପୂରଣ ହେବ, ଭଲକାମ କରି ସମ୍ମାନିତ ହେବେ ।

ଶୁଭ ରଙ୍ଗ – ମାଟିଆ

ବିଷ୍ଣୁସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସ୍ୱାସ୍ଥ୍ୟ ଜନିତ କ୍ଷୟକ୍ଷତି ରହିବ, ବିନା ଦୋଷରେ ଅପମାନିତ ହେବେ, ପ୍ରସାଶନର ଆକ୍ରୋଶର ଶିକାର ହେବେ ତେଣୁ ଆଜି ସତର୍କ ରହିବେ ।

ଉତ୍ତରଭାଦ୍ର ନକ୍ଷତ୍ର -ଆଜି କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ ।

ରେବତୀ ନକ୍ଷତ୍ର – ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମିଳନ ବଢିବ ।

ଶୁଭ ରଙ୍ଗ- ସୁନେଲି

– ଦେବୀ ଦୁର୍ଗାଙ୍କର କବଚ ଜପ କରନ୍ତୁ ।

 

ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ 

ଆଜି ସୁସ୍ଥ ହେଲେ ୧୬୨୧, ସମୁଦାୟ ସୁସ୍ଥତା ସଂଖ୍ୟା ୪୬ ହଜାର ୯୩୫…..

ଭୁବନେଶ୍ୱର : ରାଜ୍ୟରେ ଆଜି ୧୬୨୧ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମର ୩୨୪ ଓ ଖୋର୍ଦ୍ଧା ଜିଲ୍ଲା ୨୬୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ଦୁଇ ଜିଲ୍ଲା ଉଭୟ ସଂକ୍ରମଣ ଓ ସୁସ୍ଥ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ।

ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତିର ୧୨୭ ଜଣ, କଟକରୁ ୧୧୦ ଜଣ, ପୁରୀରୁ ୮୫, କୋରାପୁଟରୁ ୭୯, ନୂଆପଡ଼ାରୁ ୬୮, ବାଲେଶ୍ୱରରୁ ୬୬, ନୟାଗଡ଼ରୁ ୬୨ ଓ ବରଗଡ଼ରୁ ୫୪ ଜଣ ବ୍ୟକ୍ତି ସୁସ୍ଥ ହେବା ଖବର ମିଳିଛି । ସେହିଭଳି କଳାହାଣ୍ଡିରୁ ୪୩, ସୁନ୍ଦରଗଡ଼ରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୩, ଭଦ୍ରକରୁ ୨୨, ବଲାଙ୍ଗିରରୁ ୨୨, ମୟୂରଭଞ୍ଜରୁ ୨୧, ଝାରସୁଗୁଡ଼ାରୁ ୨୦, ରାୟଗଡ଼ାରୁ ୧୮, କେନ୍ଦୁଝରରୁ ୧୭ ଓ ସମ୍ୱଲପୁରରୁ ୧୪ ଜଣ ସଂକ୍ରମିତ ଏବେ ସୁସ୍ଥ ।

ଅନ୍ୟ ଜିଲ୍ଲା ମଧ୍ୟରେ ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୩, ସୋନପୁରରୁ ୨ ଓ ଅନୁଗୁଳରୁ ଜଣେ ସଂକ୍ରମିତ ସୁସ୍ଥ ହେବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏଯାବତର ସୁସ୍ଥଙ୍କ ସଂଖ୍ୟା ୪୬ ହଜାର ୯୩୫ରେ ପହଞ୍ଚିସାରଲାଣି ।

ବାଧକ ସାଜି ପାରିଲାନି କରୋନା, ପୁଅର ପରୀକ୍ଷା ପାଇଁ ୧୦୫ କି.ମି ସାଇକେଲରେ ପହଂଚିଲା ବାପା

ଧାର: ବାପାମାଆ ସବୁବେଳେ ପିଲା ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ପିଲାମାନେ କିଭଳି ଅତି ସୁବିଧାରେ ନିଜ ଜୀବନର ଲକ୍ଷ୍ୟକୁ ହାସଲ କରିପାରିବେ ସେଥିପ୍ରତି ଯତ୍ନବାନ ହୋଇଥାନ୍ତି । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେସବୁକୁ ପଛରେ ପକାଇ ନିଜ ପିଲାର ଭବିଷ୍ୟତ ଗଢିବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥାନ୍ତି । ନିକଟରେ ସାମ୍ନାକୁ ଆସିଛି ସେହିଭଳି ଏକ ନିଆରା ଦୃଶ୍ୟ । ତାହା ପୁଣି ଜଣେ ଶ୍ରମିକର କାହାଣୀ । ଜଣେ ଅସହାୟ ବାପା କିଭଳି ନିଜ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଂଚାଇବା ପାଇଁ ୧୦୫ କିଲୋମିଟର ରାସ୍ତା ସାଇକେଲରେ ଅତିକ୍ରମ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ସାଜିଛି । ତେବେ କରୋନା ମହାମାରୀ କାରଣରୁ ସମସ୍ତ ଯାତ୍ରୀବାହୀ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଶ୍ରମିକ ସୋଭାରାମ  ଏଭଳି ପଦକ୍ଷେପ ନେଇଛନ୍ତି ।

୩ ଦିନରେ ୩ଟି ପରୀକ୍ଷା

ସୋଭାରାମ, ଧାର ଜିଲ୍ଲା ମୁଖ୍ୟାଳୟରୁ ୧୦୫ କିଲୋମିଟର ଦୂର ବୟଡିପୁରା ଗାଁରେ ରୁହନ୍ତି । ତାଙ୍କ ପୁଅ ଆଶିଷ୍ ଦଶମ ଶ୍ରେଣୀର ଛାତ୍ର । ଏବେ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଛି । ଆଶିଷକୁ ପରୀକ୍ଷା ଦେବା ପାଇଁ ଜିଲ୍ଲା ମୁଖ୍ୟାଳୟ ଧାର ଠାରେ ପହଂଚିବାର ଥିଲା । କିନ୍ତୁ ଯିବାଆସିବା କରିବା ପାଇଁ ସମସ୍ତ ଯାନବାହନ ବନ୍ଦ ଥିବାରୁ ତା’ ନିକଟରେ ସାଇକେଲ ବ୍ୟତୀତ କୌଣସି ବିକଳ୍ପ ନଥିଲା । ପରୀକ୍ଷା କେନ୍ଦ୍ରରେ ପହଂଚିବା ପାଇଁ ଯାତାୟତର କୌଣସି ସୁବିଧା ନମିଳିବାରୁ ଆଶିଷର ବାପା ସୋଭାରାମ ଆଶିଷକୁ ସାଇକେଲରେ ନେଇ ସେଠାରେ ପହଂଚିବା ପାଇଁ ନିଷ୍ପତ୍ତି ନେଲେ । ଏହାପରେ ଧାର ପାଇଁ ବାହାରିଗଲେ ସୋଭାରାମ ଓ ପୁଅ ଆଶିଷ୍ । ଯିବା ସମୟରେ ରାତି ହୋଇଯିବାରୁ ମାଣ୍ଡୁରେ ଦୁଇଜଣ ବିଶ୍ରାମ କଲେ । ତା ପରଦିନ ଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଂଚିବା ପାଇଁ ଦୁଇଜଣ ବାହାରିଗଲେ । ଜଣେ ଗରିବ ବାପାର କଷ୍ଟ କିଭଳି ଅସଫଳ ହୋଇଥାନ୍ତା? ଠିକ ସମୟରେ ଦୁଇଜଣ ସେଠାରେ ପହଂଚିଲେ ଏବଂ ଆଶିଷ ପରୀକ୍ଷା ମଧ୍ୟ ଦେଇ ପାରିଲା । ତା’ ପରଦିନ ପୁଣିଥରେ ପରୀକ୍ଷା ଥିବାରୁ ଦୁଇଜଣ ଷ୍ଟାଡିୟମରେ ଶୋଇ ଯାଇଥିଲେ । ତେବେ ସାଙ୍ଗରେ ନେଇ ଯାଇଥିଲେ ତିନିଦିନର ଖାଦ୍ୟ ସାମଗ୍ରୀ । ଏହିଭଳି ଭାବରେ ସେଠାରେ ୩ ଦିନ ପର୍ଯ୍ୟନ୍ତ ରହି ପରୀକ୍ଷା ଦେଲା ଆଶିଷ ଏବଂ ପରୀକ୍ଷା ଶେଷ ହେବା ପରେ ଦୁଇଜଣ ପୁଣିଥରେ ଗରିବର ସାହା ଭରସା ସେଇ ସାଇକେଲ ମାଧ୍ୟମରେ ଗାଁକୁ ଫେରିଲେ ।