spot_img
Home Blog Page 6651

ସୁଶାନ୍ତଙ୍କ ଆତ୍ମା କହିଲା, ସେମାନେ ମୋ ପାଇଁ କଣ୍ଟା ନେଇ ଆସିଥିଲେ

ମୁମ୍ବାଇ: ଆତ୍ମା ସହ ସମ୍ପର୍କ ସ୍ଥାପନ କରି ପାରୁଥିବା ଜଣେ ବ୍ୟକ୍ତି ସୁଶାନ୍ତଙ୍କ ଆତ୍ମା ସହ କଥା ହୋଇଥିବା ଦାବି କରିଛନ୍ତି । ସେହି ବ୍ୟକ୍ତିଙ୍କ ଅନୁସାରେ ସୁଶାନ୍ତଙ୍କ ହଜାର ହଜାର ସଂଖ୍ୟାର ଫ୍ୟାନ ତାଙ୍କୁ ସୁଶାନ୍ତଙ୍କ ଆତ୍ମା ସହ କଥା ହେବାକୁ ଅନୁରୋଧ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି ଷ୍ଟିଭ୍ ହଫ । ଷ୍ଟିଭ୍ ସୁଶାନ୍ତଙ୍କ ସହ କଥା ହେବା ପରେ ଏବେ ଇଣ୍ଟରନେଟ ରେ ଅନେକ ଚର୍ଚ୍ଚା ଚାଲିଛି । ଷ୍ଟିଭ୍ ସୁଶାନ୍ତଙ୍କ ଫ୍ୟାନଙ୍କ ଅନୁରୋଧ ରକ୍ଷାକରି ଆତ୍ମା ସହ ଦୁଇ ଥର ସଂପର୍କ ସ୍ଥାପନ କରିଥିଲେ । ଷ୍ଟିଭ୍ ସୁଶାନ୍ତଙ୍କ ସହ କଥା ହେବା ନେଇ ଦାବି କରିଛନ୍ତି ।

କେବଳ ସେତିକି ନୁହେଁ ସେ ନିଜ ଇମୋସନ୍ ମଧ୍ୟ ସେୟାର କରିଛନ୍ତି । ଦ୍ୱିତୀୟ ଥର ସଂପର୍କ ସ୍ଥାପନ ବେଳେ ସୁଶାନ୍ତଙ୍କୁ ସେ କଣ ଚାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ସୁଶାନ୍ତଙ୍କ କଥାକଥିତ ଆତ୍ମା କହିଥିଲା ମୁଁ କେବଳ ଭଲ ପାଇବା ଚାହେଁ  । ମୃତ୍ୟୁ ପୂର୍ବ ରାତ୍ରିରେ କଣ ହୋଇଥିଲା ପ୍ରଶ୍ନ ଉତ୍ତରରେ ସୁଶାନ୍ତଙ୍କ ଆତ୍ମା କହିଥିଲା- ବଡ ଲୋକଙ୍କ ସହ ବଡଧରଣର ଯୁକ୍ତି ହୋଇଥିଲା । ଏହା ପରେ ଷ୍ଟିଭ ତାଙ୍କୁ ପଚାରିଛନ୍ତି ଯେ, କେହି ତାଙ୍କୁ ମାରିବାକୁ ଚାହିଁଥିଲେ କି? ଏନେଇ ସୁଶାନ୍ତଙ୍କ ଆତ୍ମା କହିଥିଲା ସେମାନେ କଣ୍ଟା ନେଇ ଆସିଥିଲେ । କେବଳ ସେତିକି ନୁହେଁ ସେ ୨ଟି ଭିଡିଓ ମଧ୍ୟ ଜାରି କରିଛନ୍ତି ।

ଜୁନ୍ ମାସ ୧୪ ତାରିଖ ମୁମ୍ବାଇରେ ସୁଶାନ୍ତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ସୁଶାନ୍ତ ଙ୍କ ଆତ୍ମହତ୍ୟାକୁ ନେଇ ବି-ଟାଉନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ କମ୍ ବୟସରେ ଆତ୍ମହତ୍ୟାର ବାଟ ବାଛିଥିବାରୁ ତାଙ୍କ ବାପା ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି । ଛୋଟ ପରଦାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୁଶାନ୍ତ ବଡ଼ ପରଦାରେ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅନଟୋଲ୍ଡ ଷ୍ଟୋରୀ ଖୁବ୍ ଧମାଲ କରିଥିଲା । ସେଥିପାଇଁ ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ ପାଇଁ ଅନେକ ତାରକା ଦାବି କରିଛନ୍ତି ।

ସିଏସଆଇଆର: ବନ୍ଦ ଜାଗାରେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ବା ସିଏସଆଇଆର ପରାମର୍ଶ ଦେଇଛି । ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ବା କାଶ ଦ୍ୱାରା ବାହାରୁ ଥିବା କଣିକା ଅନେକ ସମୟ ଧରି ବାୟୁରେ ରହେ । ଫଳରେ ଏଥିପାଇଁ ଅନ୍ୟ ମାନଙ୍କୁ ସଂକ୍ରମଣ ହେବା ଆଶଙ୍କା ରହିଥାଏ ।

ବିଭିନ୍ନ ଗବେଷଣା ଓ ବିଶ୍ଳେଷଣରୁ କରୋନା ବାୟୁରେ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଏଥିରୁ ସୁରକ୍ଷିତ ରହିବା ପାଇଁ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବାକୁ କୁହାଯାଇଛି । ୩୨ଟି ଦେଶର ୨୩୯ ବୈଜ୍ଞାନିକ ଡବ୍ଲୁଏଚଓକୁ ଚିଠି ଲେଖି ବାୟୁରେ କରୋନା ସଂକ୍ରମଣ ହେଉଥିବା ନେଇ ଜଣାଇଥିଲେ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ଏବଂ ସମସ୍ତଙ୍କ ପାଇଁ ଆବଶ୍ୟକ ।

ସଂକ୍ରମିତ ସ୍ଥାନରୁ ସଂକ୍ରମଣ ହେବା ଆଶଙ୍କା ନେଇ ମଧ୍ୟ ବିଶ୍ଳେଷଣ କରାଯାଉଛି । ତେବେ ଶ୍ୱାସକ୍ରିୟା ଦ୍ୱାରା ହିଁ କରୋନା ସଂକ୍ରମଣ ହେଉଛି । କାଶ ଓ ଛିଙ୍କ ଦ୍ୱାରା ବାହାରୁଥିବା ବୁନ୍ଦା ତଳେ ପଡୁଥିବା ବେଳେ ଛୋଟ କଣିକା ବାୟୁରେ ଅଧିକ ସମୟ ଧରି ରହିଥାଏ । ତେଣୁ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।

(ନନ୍ଦିଘୋଷ ବ୍ୟୁରୋ)

ଅଭିନୟ ଶିକ୍ଷାର ସେ ଥିଲେ ଜଣେ ଧୁରୀଣ ଦ୍ରୋଣାଚାର୍ଯ୍ୟ: ତାଙ୍କ ଅବର୍ତ୍ତମାନ, କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ…

ଭୁବନେଶ୍ୱର: ବେଳେ ବେଳେ ଜଣେ ବ୍ୟକ୍ତି ତା ବ୍ୟକ୍ତିତ୍ୱର ପରାକାଷ୍ଠାରେ ବ୍ୟକ୍ତି ସତ୍ତାରୁ ଉର୍ଦ୍ଧ୍ୱକୁ ଉଠି, ଅନୁଷ୍ଠାନରେ ପରିଣତ ହୁଏ । ଅନୁଷ୍ଠାନ ତ ଧାରାର ପ୍ରବର୍ତ୍ତକ । ଅନୁଷ୍ଠାନ ବି ଆଦର୍ଶର ପ୍ରଚାରକ । ଆକାଶରେ ଅନେକ ତାରା, ହେଲେ ଗୋଟିଏ ଗୋଟିଏ ଜ୍ୟୋତିଷ୍କର ନକ୍ଷତ୍ର ସମସ୍ତଙ୍କୁ ଆକର୍ଷିତ କରୁଥାଏ ଅହରହ । ଓଡିଆ ଫିଲ୍ମ ଦୁନିଆର ସେମିତି ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଅଭିନେତା, ନିର୍ଦ୍ଦେଶକ ବିଜୟ ମହାନ୍ତି ।

ଅଭିନୟ ଶିକ୍ଷାର ସେ ଥିଲେ ଜଣେ ଧୁରୀଣ ଦ୍ରୋଣାଚାର୍ଯ୍ୟ । ସଂଘର୍ଷ ଆଉ ସଂଘାତ ଜୀବନର ସହଚର । ତାକୁ ଗୌଣ କରି ଯିଏ ଆଗକୁ ବଢେ, ସେ ହୁଏ ମହାନ୍ । ସେଇ ମହନୀୟତାର ଉପପାଦ୍ୟ ହେଲେ ବିଜୟ ମହାନ୍ତି , ଯିଏ ଅର୍ଦ୍ଧ ଶତାବ୍ଦୀର ଅଭିନୟ ଜୀବନକୁ ପଛରେ ଫିଙ୍ଗି ଆଗକୁ ବଢିଛନ୍ତି ସଂସାରର ଚରମ ସତ୍ୟକୁ ଆଲିଙ୍ଗନ କରିବା ପାଇଁ । ଆୟୁଷ ସରିଯାଇଛି ତାଙ୍କର, କିନ୍ତୁ ସେ ଆୟୁଷ୍ମାନ ହୋଇଯାଇଛନ୍ତି ଜନମାନସରେ । କି ପ୍ରଚଣ୍ଡ ତାଙ୍କର ପ୍ରତିଭା, କି ନିଟୋଳ ଥିଲା ତାଙ୍କର ଅଭିନୟ, କି ନିଛକ ଥିଲା ତାଙ୍କର ସଂଳାପ । କି ଆବେଗ, କେତେ ଅନ୍ୱେଷା, ପୁଣି କେତେ ଦୁର୍ଦ୍ଦଶ । ଉତ୍କର୍ଷର ଉଦ୍ୟୋକ୍ତା ଥିଲେ ସେ । ରୂପେଲି ପରଦାରେ ଯିଏ ତାଙ୍କର ସୁନେଲି ଅଭିନୟ ଦେଖିଛି, ସେ ହିଁ ବୁଝିଛି ତାଙ୍କ କଳାକାର ସତ୍ତାର ସୀମାହୀନ ଗଭୀରତାକୁ ।

ସେ ଦେଖିଛନ୍ତି ଉର୍ମି ଅଧିରା ରୂପସୀ ଚିଲିକା କେମିତି ଏକା ଏକା ନାଚି ପାରେ । ସେ ବି ଦେଖିଛନ୍ତି, ରୂପର ଉର୍ମି ତଳେ ଦୁଃଖ ମଶାଲ କେମିତି ଦିକି ଦିକି ହୋଇ ଜଳିପାରେ । ଚିଲିକା ତୀରେରୁ, ମୃତ୍ୟୁ ନଈର ତଟ ପର୍ଯ୍ୟନ୍ତ ତାଙ୍କ ଯାତ୍ରାର ପ୍ରତିଟି ଛକରେ ଆଜି ସେ ଠିଆ ହୋଇଛନ୍ତି ଚମତ୍କାର ସ୍ମାରକୀ ହୋଇ ।

ତାଙ୍କ ଅବର୍ତ୍ତମାନ, କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ । ଏହା ହେଉଛି, ଯୁଗାବସାନର ସଂକେତ । ଯାହାଙ୍କୁ ଆଜି ପ୍ରତି ଓଡ଼ିଆ ଦର୍ଶକର ସଜଳ ଆଖି ଖୋଜୁଛି, ଆଉ ଖୋଜୁଛି । ସେ କିନ୍ତୁ ଅଫେରା ରାସ୍ତାର ପଥିକ । ଦିନେ ଦର୍ଶକଙ୍କୁ ପର୍ଯ୍ୟାପ୍ତ ଆନନ୍ଦ ଦେଇଥିବା ବିଜୟ ଆଜି ଦର୍ଶକଙ୍କ ଆଖିରେ ଭରି ଦେଇଛନ୍ତି, ଖାଲି ଲୁହ ଆଉ ଲୁହ ।

ଅଭିନୟର ବିଭିନ୍ନ ବିଭାଗରେ ବିଜୟଙ୍କର ରହିଥିଲା ବିଶେଷତ୍ବ । ହେଲେ ସବୁଠୁ ଅଧିକ ତାଙ୍କ ଚରିତ୍ର ଅଭିନୟ ଦର୍ଶକଙ୍କୁ କରୁଥିଲା ଅଭିଭୁତ । ଲାଗୁଥିଲା, ସତେ ଯେମିତି ଅଭିନୟ ନୁହେଁ, ବାସ୍ତବ ଜୀବନର କଥା କହୁଛନ୍ତି ସେ । କ୍ଷମା, ପ୍ରେମ, ତିତିକ୍ଷାର ସେ ଥିଲେ ତଲ୍ଲୀନ ମଣିଷ । ସେଥିପାଇଁ ତ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ମଣିଷ ଆଜି ଶୋକ ସନ୍ତପ୍ତ । ବିଜୟ ଯୁଗର ଅବସାନ ଯେ ଘଟିଛି ଏକଥାକୁ ମନ ଗ୍ରହଣ କରୁନି । ଓଡିଶାର ଏହି ମହାନ କଳାକାରଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

(ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଟିଭି)

ଆପଣଙ୍କ ପୁଅ ବିଜୟ ଆଉ ନାହାନ୍ତିି, ଏକଥା ଶୁଣି ଏଭଳି ଜିଦ୍‌ କରୁଛନ୍ତି ତାଙ୍କ ବୃଦ୍ଧା ମାଆ

ଅଫେରା ରାଇଜରେ ବିଜୟ: ପଞ୍ଚଭୁତରେ ଲୀନ ହେଲା ଓଲିଉଡ ଭେଟେରାନ ବିଜୟ ମହାନ୍ତିଙ୍କ ମରଶରୀର

ଭୁବନେଶ୍ୱର: ପଞ୍ଚଭୁତରେ ଲୀନ ହେଲା ଓଲିଉଡ ଭେଟେରାନ ବିଜୟ ମହାନ୍ତିଙ୍କ ମରଶରୀର । ଓଡ଼ିଶା ଆଜି ସ୍ତବ୍ଦ ହୋଇଛି ଜଣେ ବିଶିଷ୍ଟ କଳାକାରଙ୍କୁ ହରାଇ ।ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଜୟ ଯୁଗର ଅବସାନ ହୋଇଛି । ସିନେ ଜଗତରେ ଶୋକର ଛାୟା, ଝୁରୁଛନ୍ତି କୋଟି କୋଟି ଓଡିଆ ଦର୍ଶକ ।ରାଜ୍ୟ ମର୍ଯ୍ୟାଦା ସହ ରାଜଧାନୀର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହସପିଟାଲରୁ ଆଜି ସକାଳେ ତାଙ୍କ ମରଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାର ଲୋକଙ୍କ ସହ ସିନେ କଳାକାର ତାଙ୍କର ଶେଷ ଦର୍ଶନ କରିଥିଲେ ।

ଏହାପରେ ବିଜୟଙ୍କ କର୍ମକ୍ଷେତ୍ର ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ମରଶରୀର ନିଆଯାଇଥିଲା । ବିଜୟଙ୍କ ଶେଷ ଦର୍ଶନ କରିବା ପାଇଁ ସିନେ ଜଗତର ଅନେକ କଳାକାର ପହଞ୍ଚିଥିଲେ । ସେଠାରେ ତାଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା । ଏହାପରେ ସତ୍ୟନଗର ଶ୍ମଶାନରେ ପହଞ୍ଚିଥିଲା ବିଜୟଙ୍କର ମର ଶରୀର । ସେଠାରେ ଶେଷକୃତ୍ୟର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ପରେ ତାଙ୍କୁ ତାଙ୍କର ଜୋଇଁ ନିଆଁ ଦାନ କରିଥିଲେ ।

ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତରେ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କର ଦେହ ଧିରେ ଧିରେ ସୁସ୍ଥ ହେବା ପରେ ସେ ଓଡ଼ିଶା ଆସିବା ପାଇଁ ଯିଦ ଧରିଥିଲେ । ତେବେ ଓଡ଼ିଶା ଆସିବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କୁ ଘରକୁ ନିଆଯାଇଥିଲା । ତେବେ ଗତ ରାତିରେ ତାଙ୍କ ପଲ୍ସରେଟ ଧିର ପଡ଼ିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

କରୋନାରେ ହେଲା ମାଆଙ୍କ ମୃତ୍ୟୁ, ଡାକ୍ତରଖାନା ଝରକା ଉପରେ ଚଢ଼ି ମାଆଙ୍କୁ ଶେଷ ବିଦାୟ ଦେଲା ପୁଅ… ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ: କରୋନା ଭାଇରସର ଭୟଙ୍କର ପ୍ରକୋପ ସାରା ବିଶ୍ୱକୁ ହନ୍ତସନ୍ତ କରୁଛି । ତେବେ ଏହି ସମୟରେ ଏମିତି ଏକ ପୁଅର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ପଢ଼ିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଆସିବ । ସୂଚନା ଅନୁସାରେ ୱେଷ୍ଟ ବ୍ୟାଙ୍କ୍ ବେଇଟ ଆୱା ସହରର ଫିଲିସ୍ତୀନୀର ଯୁବକ ଜିହାଦୀ ଅଲ-ସୁୱାତୀ ହେବ୍ରାନ ଡାକ୍ତରଖାନାର ଆଇସିୟୁରେ ଝରକାରେ ଚଢ଼ି ନିଜ ମାଆକୁ ଶେଷ ବିଦାୟ ଦେଉଥିବା ନଜର ଆସିଛି । ଝରକାରେ ବସିଥିବା ଏହି ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକମାନେ ଖୁବ ଇମୋସନାଲ ମଧ୍ୟ ହୋଇପଡ଼ିଛନ୍ତି । ଜଣାଇ ରଖୁଛୁ ଯେ, ଝରକାରେ ବସିଥିବା ଏହି ଯୁବକଙ୍କର ମାଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିଲେ ।

ଝରକାରେ ବସିଥିବା ଏହି ଯୁବକଙ୍କ ମାଆଙ୍କ ନାଁ ରଶ୍ମି ସୁବିତ୍ତୀ ଅଟେ । ୪ ଦିନ ପୂର୍ବରୁ କରୋନା ଭାଇରସ ଦ୍ୱାରା ରଶ୍ମି ସୁବିତ୍ତୀଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ମୁତାବକ ଯେତେବେଳେ ରଶ୍ମିଙ୍କ ପୁଅ ତାଙ୍କ ସହ ଦେଖା କରିବା ପାଇଁ ଡାକ୍ତରାଖାନାରେ ପହଞ୍ଚିଲେ ତାର କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଫଟୋକୁ ସେୟାର କରି ସେ ଲେଖିଥିଲେ ଯେ, କୋଭିଡ ୧୯ ରେ ସଂକ୍ରମିତ ଜଣେ ଫିଲିସ୍ତୀନୀ ମହିଳାଙ୍କ ପୁଅ ପ୍ରତ୍ୟେକ ଦିନ ରାତିରେ ନିଜ ମାଆଙ୍କୁ ଦେଖିବା ପାଇଁ ଡାକ୍ତରଖାନାର ଝରକା ଉପରେ ଚଢ଼ୁଥିଲେ ।

ଏହି ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆ ୟୁଜୋର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ, ଏହି ଫଟୋକୁ ଦେଖିବା ପରେ ମୋ ଆଖିରୁ ଲୁହ ଝରିପଡ଼ିଲା । ଅନ୍ୟପଟେ ଏହି ଫଟୋ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ୟୁଜର୍ସ କହିଛନ୍ତି ।

ମିଡିଆ ରିପୋର୍ଟ ମୁତାବକ ଯୁବକର ମାଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ସହିତ ଲ୍ୟୁକେମିୟାରେ ମଧ୍ୟ ପିଡ଼ିତ ଥିଲେ । ଯୁବକଙ୍କ ମାଆଙ୍କୁ ହେବ୍ରୋନ ରାଜକୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପାଞ୍ଚ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ ଯୁବକ ନିଜ ମାଆଙ୍କୁ ଦେଖିବା ପାଇଁ ପ୍ରତିଦିନ ଝରକାରେ ଚଢ଼ି ବସୁଥିଲା । ଯୁବକଙ୍କ କହିବା ଅନୁଯାୟୀ, ମୁଁ ମୋ ମାଆଙ୍କୁ ଶେଷଥର ପାଇଁ ବିଦାୟ ଦେବାପାଇଁ ଚାହୁଥିଲି । କିନ୍ତୁ ଡାକ୍ତରଖାନାର ନିୟମ ଅନୁସାରେ ମତେ ଡାକ୍ତରଖାନା ଭିତରକୁ ଯିବାକୁ ଅନୁମତି ନଥିଲା । ତେଣୁ ମୁଁ ଡାକ୍ତରଖାନାର ଝରକା ଉପରେ ଚଢ଼ି ମାଆଙ୍କୁ ଦେଖିବାକୁ ଲାଗିଲି ।

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ?

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ, ଗତକାଲି ରାତିରେ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନଳିନୀ ବର୍ତ୍ତମାନ ଭେଲୋର ଜେଲରେ ଦଣ୍ଡ ଭୋଗୁଛନ୍ତି । ଏହି ଜେଲରେ ସୋମବାର ରାତିରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି। ନଳିନୀଙ୍କ ଓକିଲ ପୁଗଲେନ୍ତି ଏ ବିଷୟରେ ସୂଚନା ଦେଇଛନ୍ତି । ନଳିନୀଙ୍କ ଓକିଲ ଫୋନ୍ ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

ଓକିଲଙ୍କ ଅନୁଯାୟୀ, ନଳିନୀ ଗତ ୨୯ ବର୍ଷ ଧରି ଜେଲରେ ଅଛନ୍ତି । ସେ ପ୍ରଥମ ଥର ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଓକିଲ କହିଛନ୍ତି ଯେ, ନଳିନୀ ଏବଂ ଜେଲରେ ଥିବା ଜଣେ କଏଦୀ ମଧ୍ୟରେ ବିବାଦ ଲାଗି ରହିଥିଲା । ନଳିନୀ ଝଗଡା କରୁଥିବା କଏଦୀକୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି । କଏଦୀ ଜେଲରଙ୍କୁ ଏହି ଝଗଡ଼ା ନେଇ ଅଭିଯୋଗ କରିଥିଲା, ଏହା ପରେ ନଳୀନି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଓକିଲଙ୍କ କହିବା ଅନୁସାରେ ନଳିନୀ ପୂର୍ବରୁ ଏଭଳି ଉଦ୍ୟମ କରିନାହାଁନ୍ତି । ତେଣୁ ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁଗଲେନ୍ତି କହିଛନ୍ତି ଯେ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ନଳିନୀ ଙ୍କ ସ୍ୱାମୀ ମୁରୁଗାନ ମଧ୍ୟ ଜେଲରେ ବନ୍ଦି ଅଛନ୍ତି। ନଳିନୀଙ୍କ ଙ୍କ ଭେଲୋର ଜେଲରୁ ପୂଝଲ ଜେଲକୁ ସ୍ଥାନାନ୍ତର କରିବାକୁ ସେ ଅନୁରୋଧ କରିଛନ୍ତି।

ପୂର୍ବ ଶତ୍ରୁତାକୁ ନେଇ ବିଚ୍‌ ରାସ୍ତାରେ ଗୋଡ଼େ ଗୋଡ଼େଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ବିଚ୍‌ ରାସ୍ତାରେ ଗୋଡାଇ ହାଣିଲେ । ରାଜଧାନୀର ଛାତି ଉପରେ ହୋଇଛି ଆକ୍ରମଣ । ଲକ୍‌ଡାଉନ ଭିତରେ ପୋଲିସର କଡ଼ା ଚେକିଂ ଭିତରେ ହୋଇଛି ଆକ୍ରଣ । ବାପୁଜୀ ନଗରରର ପି ନରସିଂହଙ୍କୁ ସଂଘବଦ୍ଧ ଭାବେ ଅକ୍ରମଣ କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହୋଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ଥାନାଠାରୁ ମାତ୍ର ୧୦୦ ମିଟର ଦୁରରେ ଏଭଳି ଘଟଣା ଘଟିଛି ।

ଦିନ ଦିପହରରେ ବିଚ୍‌ ରାସ୍ତାରେ ଏଭଳି ଆକ୍ରମଣ ହୋଇଛି । ୧୨ଟାରୁ ୧୨ ଟା୩୦ ମିନିଟ ସମୟରେ ଏଭଳି ଘଟଣା ଘଟିଛି। ଆକ୍ରମଣ କାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଛାତି ହାତ ପିଠି ଉପରୁ ସାଂଘାତିକ ଭାବେ ଆକ୍ରମଣ କରାଯାଇଛି । ସୋଇଥିବା ବେଳେ ହୋଇଛି ଆକ୍ରମଣ । ଗୁରୁତର ଅବସ୍ଥାରେ ପି ନରସିଂହଙ୍କୁ ହସପିଟାଲ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ଦ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀଙ୍କ ମଧ୍ୟ ଆଜି ସକାଳୁ କୌଣସି କାରଣ ନେଇ ଗଣ୍ଡୋଗଳ ହୋଇଥିଲା । ମଦ ପିଇଲା ପରେ ହୋଇଥିଲା ଏଭଳି କାଣ୍ଡ । ତେବେ ଗଣ୍ଡୋଗଳ ପରେ ଅପର ପକ୍ଷ ଖଣ୍ଡା ଭୁଜାଲି ଧରି ପି ନରସିଂହଙ୍କ ଉପରକୁ ଆକ୍ରଣ କରିଥିଲେ । ଆକ୍ରମଣ ପରେ ଅଚେତ ହୋଇପଡ଼ିଲେ ପି ନରସିଂହ । ପି ନରସିଂହଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କରୋନା ଯୋଦ୍ଧା କରୋନା ବଦଳରେ ସାଧାରଣ ଲୋକଙ୍କ ସହ କରୁଛନ୍ତି ଯୁଦ୍ଧ, ଚେକିଂ ବାହାନାରେ ମାରୁଛନ୍ତି ମାଡ଼

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସର ଦବଙ୍ଗଗିରି । ସଟଡାଉନ ବାହାନାରେ ନିର୍ଦ୍ଧୁମ ମାଡ଼ । ସରକାର ଡାକ୍ତର, ପୋଲିସ ଆଦିଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ଏହାର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି । ଏଠାରେ ପୋଲିସ ସଟଡାଉନ ବାହାନାରେ ଦେଖାଉଛି ଦବଙ୍ଗଗିରି । ଅତ୍ୟାବଶ୍ୟକ କାମ ପାଇଁ ଘରୁ ବାହାରିଥିବା ଲୋକଙ୍କୁ କରୁଛି ନିର୍ଦ୍ଧୁମ ପ୍ରହାର ।

ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଚେକିଂ ବାହାନାରେ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଲାଠିରେ ପିଟୁଥିବା ଦେଖିବାକୁ ମିଳିଛି  । କିଛି ପୋଲିସ କର୍ମଚାରୀ ସାପ୍ତାହିକ ସଟଡାଉନ ସମୟରେ କରିଥିବା ଏପରି ଦୌରାତ୍ମ୍ୟର ଏକ ଭିଡିଓ ଭାଇରାଲ ହୋଇଛି  । ଭିଡିଓରେ ଜଣେ ଯୁବକଙ୍କୁ ଖୁବ ପିଟୁଛି ପୋଲିସ  । ଯୁକ୍ତି କରିବାରୁ ପୋଲିସ ଉଗ୍ର ରୂପ ଧାରଣ କରି ମାଡ ମାରିଚାଲିଛି  ।

ଏହାକୁ ନେଇ ପୋଲିସର ଭାବମୂର୍ତ୍ତି ଉପରେ ପ୍ରଶ୍ନ କରୁଛନ୍ତି । ପ୍ରଶ୍ନ ଉଠୁଛି ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଯଦି ଆକ୍ରୋଶରେ ଆସି ନିରୀହ ଲୋକଙ୍କୁ ସହଯୋଗ କରିବା ପରିବର୍ତ୍ତେ ମାଡମାରିବ ତେବେ ଜିଲ୍ଲାବାସୀ କେତେ ସୁରକ୍ଷିତ ? ଅନ୍ୟପଟେ ମାଡ଼ ଖାଇଥିବା ଯୁବକ ମାନସିକ ଚାପରେ ରହି ଘରୁ ବାହାରକୁ ବାହାରୁନଥିବାବେଳେ କେଉଁଠି ଅଭିଯୋଗ କରିବେ ବୋଲି ପ୍ରଶ୍ନ କରିଛନ୍ତି  ।

ଦଶମ ଶ୍ରେଣୀ ଭଲ ଫଳାଫଳ ପ୍ରଦର୍ଶନ କଲେ ମିଳିବ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେମିତି ରାଜ୍ୟ ମଧ୍ୟରେ କୌଣସି ପିଲା ମଧ୍ୟରେ ଶିକ୍ଷାର ଅଭାବ ନରହୁ ସେଥିପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଜିଲ୍ଲା ପରି ସାମାଜିକ ତଥା ଆର୍ଥିକ ପଛୁଆ ଜିଲ୍ଲାରେ ୫୫ ଶତକଡା ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ପଦକ୍ଷେପ ନେଇଛନ୍ତି । ତେବେ କେନ୍ଦୁଝର ଜିଲ୍ଲାରେ ଶିକ୍ଷାର ପ୍ରସାର ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ସମଗ୍ର ରାଜ୍ୟରେ ପ୍ରଥମ ଥର ପାଇଁ ନିଆଯାଇଛି ଏଭଳି ପଦକ୍ଷେକ ।

କେନ୍ଦୁଝର ଜିଲ୍ଲାରେ ଡି ଏମ୍ ଏଫ ସୌଜନ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ାରେ ସାମିଲ ହେଲା ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ପୋଷାକ ଓ ପୁସ୍ତକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡିଏମ୍ଏଫ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜିଲାରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଏଭଳି ଯୋଜନା ପାଇଁ ଉପକୃତ ହେବେ । ଦଶମ ଶ୍ରେଣୀ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଭଲ ଫଳାଫଳ ପ୍ରଦର୍ଶନ କରିବେ ସାମାନଙ୍କୁ ଟଙ୍କା ପୁରଷ୍କାର ରୂପରେଦିଆଯିବ ।

ମାର୍କ ଅନୁଯାୟୀ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ ଜିଲା ପ୍ରଶାସନ । ଏହାକୁ ନେଇ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ ରୁ କମ ପିଲା ଦଶମ ଶ୍ରେଣୀ ପରେ ପାଠପଢା ଜାରି ରଖିଥାନ୍ତି । ତେବେ ଏଭଳି କ୍ଷେତ୍ରରେ ଶିକ୍ଷାକୁ ବେଶ ଉପଲବ୍ଧି କରିବା ପାଇଁ ୮ମ ଶ୍ରେଣୀ ପରେ ଡ଼୍ରପଆଉଟକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

କେମିତି ପାଇବେ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ? ଗାଇଡଲାଇନ୍ ଜାରି

ଉତ୍ତରପ୍ରଦେଶ: ଲକ୍ଷଣ ନ ଥିବା କରୋନା ରୋଗୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାର  ହୋମ ଆଇସୋଲେସନ୍ ଗାଇଡଲାଇନ ଜାରି କରିଛନ୍ତି। ଏବେ ଉତ୍ତର ପ୍ରଦେଶରେ କରୋନା ରୋଗୀମାନେ ହୋମ୍ ଆଇସୋଲେସନ୍ ରହିପାରିବେ । କିନ୍ତୁ ଏଥିପାଇଁ ୨୪ ଘଣ୍ଟା  ରୋଗୀଙ୍କ ଯତ୍ନ ନେବାକୁ ଜଣେ ବ୍ୟକ୍ତି ରହିବା ଆବଶ୍ୟକ । ହୋମ୍ ଆଇସୋଲେସନ୍ ସମୟରେ ଦେଖାରେଖା କରୁଥିବା ବ୍ୟକ୍ତି ଏବଂ ଡାକ୍ତରଖାନା ମଧ୍ୟରେ ଯୋଗାଯୋଗ ରହିବା ଜରୁରୀ ।

ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ଲକ୍ଷଣ ନଥିବା ରୋଗୀଙ୍କ ଘରେ ସବୁ ପ୍ରକାର ସୁବିଧା ରହିବା ଆବଶ୍ୟକ । କାରଣ ଘରେ ସବୁ ସୁବିଧା ଉପଲବ୍ଧ ଥିଲେ ହିଁ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ମିଳିବ । ଗାଇଡଲାଇନରେ କୁହାଯାଇଛି ଯେ, ଯେଉଁ ରୋଗୀମାନଙ୍କ ଘରେ ହୋମ ଆଇସୋଲେସନ ଏବଂ ପରିବାରକୁ କ୍ୱାରେଣ୍ଟାଇନ୍ କରିବା ପାଇଁ ସୁବିଧା ରହିଛି, ସେମାନଙ୍କୁ ଅନୁମତି ଦିଆଯାଇପାରିବ । ଏହା ସହ ଘରେ ଅତି କମରେ ଦୁଇଟି ଶୌଚାଳୟ ରହିବା ଉଚିତ୍ । ଏଥି ସହିତ, ଯେଉଁ ରୋଗୀଙ୍କ ଏଚ୍‌ଆଇଭି ସଂକ୍ରମଣ କିମ୍ବା କର୍କଟ ଇତ୍ୟାଦି ରୋଗରେ ପୀଡିତ ଥିବେ ସେମାନଙ୍କୁ ହୋମ୍ ଆଇସୋଲେସନ୍ ପାଇଁ ଅନୁମତି ଦିଆଯିବ ନାହିଁ।

ଉତ୍ତରପ୍ରଦେଶ ସରକାରଙ୍କ ଗାଇଡଲାଇନ ଅନୁସାରେ, କରୋନା ରୋଗୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ହେବ। ସର୍ବଦା ବ୍ଲୁଟୁଥ୍ ଏବଂ ୱାଇଫାଇ ମାଧ୍ୟମରେ ଏହି ଆପ୍ କୁ ସକ୍ରିୟ ରଖିବାକୁ ପଡିବ । ଏହି ଆପ ଦିନକୁ ଦୁଇଥର ଅପଡେଟ୍ କରିବାକୁ ହେବ। ଯଦି ରୋଗୀଙ୍କର ସ୍ମାର୍ଟଫୋନ୍ ନାହିଁ, ତେବେ ସେ ଫୋନ୍ ମାଧ୍ୟମରେ କଣ୍ଟ୍ରୋଲ୍ ରୁମକୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇପାରିବେ । ଏହା ବ୍ୟତୀତ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତ ଆପ୍ ମଧ୍ୟ ଡାଉନଲୋଡ୍ କରିବାକୁ ପଡିବ ।

ହୋମ୍ ଆଇସୋଲେସନ୍ ର ଅବଧି କେବେ ଶେଷ ହେବ ତାହା ନିୟମ ଅନୁସାରେ କୁହାଯିବ । ଏହି ବ୍ୟବସ୍ଥାରେ ରହୁଥିବା କରୋନା ରୋଗୀମାନଙ୍କର ପଜିଟିଭ୍ ହେବାର ୧୦ ଦିନ ମଧ୍ୟରେ ଜ୍ୱର ନଥିଲେ, ସେମାନଙ୍କୁ ହୋମ୍ ଆଇସୋଲେସନ୍ ସମାପ୍ତ କରିବାକୁ କୁହାଯିବ ।  ଏହା ପରେ ରୋଗୀଙ୍କୁ ୭ ଦିନ ଘରେ ରହିବାକୁ ପଡିବ ।