spot_img
Home Blog Page 6653

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆରପାରିରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ । ବହୁଦିନ ଧରି ଅସୁସ୍ଥ ଥିବା ଲାଲଜୀ ଆଜି ସକାଳୁ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା । ଲାଲଜୀଭ୍ର ଦେହାନ୍ତ ନେଇ ତାଙ୍କ ପୁଅ ଆଷୁତୋଷ ଟଣ୍ଡନ ଟ୍ୱିଟ୍ କରି ଜଣାଇଛନ୍ତି । ବିଳମ୍ବିତ ରାତିରେ ଲାଲାଜୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ ମେନ୍ଦାତା ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଗଲା ୧୧ଜୁନରେ  ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଲାଲଜୀ । ଜର ବି ରହିଥିଲା । ୧୩ଜୁନରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବହୁଦିନ ଧରି ଅସୁସ୍ଥ ରହିଥିବାରୁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ କାର୍ଯ୍ୟଭାର ଦିଆୟାଇଥିଲା । ଲାଲଜୀ ଟଣ୍ଡନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଇନାକୁ କଡ଼ା ଜବାବ ଦେବା ପାଇଁ ୨୯ ଜୁଲାଇରେ ଆସିବ ରାଫେଲ ଯୁଦ୍ଧ ବିମାନ, ଅମ୍ବାଲା ଏୟାର ବେସରେ ରହିବ ସଜାଗ

ଭୁବନେଶ୍ୱର: ଜୁଲାଇ ୨୯ ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଆଶା କରାଯାଉଛି ଏହି ଦିନ ଭାରତକୁ ତାର ୫ଟି ରାଫେଲ ଯୁଦ୍ଧ ବିମାନ ମିଳିଯିବ । ସେହି ଦିନ ଏହାକୁ ଅମ୍ବାଲା ବାୟୁସେନା ଷ୍ଟେସନରେ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯିବ। ତେବେ ଜୁଲାଇ ୨୯ ରେ ପାଗ କିପରି ହେବ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ରହିଛି । ମୌସୁମୀ ହେତୁ ଉତ୍ତର ଭାରତରେ ବର୍ତ୍ତମାନ ବର୍ଷା ହେଉଛି । ସେଥିପାଇ ରାଫେର ଯୋଗ ଦେବାରେ କିଛି ଅସୁବିଧା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

୨୯ ଜୁଲାଇରେ ବାୟୁସେନାରେ ଅନ୍ତର୍ଭୁକ୍ତ ହେବା ପରେ ରାଫେଲ ବିମାନ ୨୦ ଅଗଷ୍ଟରେ ଏକ ସମାରୋହରେ ବାୟୁସେନାରେ ଚୂଡାନ୍ତ ପ୍ରକ୍ରିୟା ଶେଷ ହେବ । ଭାରତୀୟ ବାୟୁସେନା କହିଛି ଯେ ଭାରତୀୟ ବାୟୁସେନା ଅଧିକାରୀମାନେ ରାଫାଲର ବୈଷୟିକ ଜଟିଳତାକୁ ବୁଝିବା ପାଇଁ ବ୍ୟାପକ ତାଲିମ ନେଇଛନ୍ତି । ବାୟୁସେନା ଅଧିକାରୀମାନେ ଏହି ଯୁଦ୍ଧ ବିମାନର ଉଚ୍ଚ ଶକ୍ତିକୁ ଗଭୀର ଭାବରେ ଅଧ୍ୟୟନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ଏହା ଉପରେ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାୟୁସେନା ଅନୁଯାୟୀ, ରାଫେଲ ପହଞ୍ଚିବା ମାତ୍ରେ ବିମାନକୁ ଶୀଘ୍ର ଅପରେସନ୍ ସ୍ତରକୁ ଆଣିବା ପାଇଁ ପ୍ରୟାସ କରାଯିବ । ଅର୍ଥାତ୍ ଏହି ବିମାନକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।

ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତକୁ ଫ୍ରାନ୍ସରୁ ୩୬ ଟି ରାଫେଲ ବିମାନ ଆସିବାକୁ ଯାଉଛି । ବାୟୁସେନା ସୂତ୍ର ଅନୁଯାୟୀ, ପ୍ରଥମ ସ୍କ୍ୱାର୍ଡନରେ ଅମ୍ବାଲା ବେସରୁ ୱେଷ୍ଟର୍ଣ୍ଣ କମାଣ୍ଡ ପାଇଁ କାର୍ଯ୍ୟ କରୁଥିବାବେଳେ ଦ୍ୱିତୀୟ ସ୍କ୍ୱାର୍ଡନରେ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଷ୍ଟେସନରେ ପୂର୍ବ ମୁଣ୍ଡରେ ଯେକୌଣସି ଚୀନ୍ ବିପଦର ମୁକାବିଲା ପାଇଁ ନିୟୋଜିତ ହେବ । ଭାରତର ଆବଶ୍ୟକତା ଅନୁଯାୟୀ ରାଫେଲ ଯୁଦ୍ଧ ବିମାନରେ ଆହୁରି ଅନେକ ପରିବର୍ତ୍ତନ ଏବଂ ଉନ୍ନତି କରାଯାଇଛି । ବାୟୁସେନା ଅଧିକାରୀମାନଙ୍କୁ ଏହି ବିଶେଷତା ଉପରେ ବିଶେଷ ତାଲିମ ଦିଆଯାଇଛି । ସେମାନଙ୍କୁ କେବଳ କାର୍ଯ୍ୟକ୍ଷମ ସୂଚନା ଦିଆଯାଇ ନାହିଁ ବରଂ ରକ୍ଷଣାବେକ୍ଷଣ ଏବଂ ମରାମତି ବିଷୟରେ ମଧ୍ୟ କୁହାଯାଇଛି ।

୨୦୧୬ ମସିହାରେ ଭାରତ ସରକାର ୫୯୦୦୦ କୋଟି ଟଙ୍କାରେ ୩୬ ଟି ରାଫେ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସରକାରଙ୍କ ସହ ଏକ ଚୁକ୍ତି କରିଥିଲେ । ଏହି ବିଷୟରେ ଦେଶର ରାଜନୀତିରେ ଏକ ଭୂକମ୍ପ ହୋଇଥିଲା । ସରକାର ଏହି ବିମାନଗୁଡ଼ିକୁ ଅନ୍ତର୍ଜାତୀୟ ବଜାରଠାରୁ ଅଧିକ ମୂଲ୍ୟରେ କିଣିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

ଏହି ୫ଟି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଖୁବ ଭଲ ରହିବ, ଜାଣନ୍ତୁ

୧- ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଶୁଭ ରହିଛି । ଯଦି କୌଣସି ନୂଆ କାମ ଆରମ୍ଭ କରିବା ଯୋଜନା କରୁଥିଲେ, ତେବେ ଆଜି ଦିନଟି ଖୁବ ଭଲ ରହିଛି । ମନ ଭଲ ରହିବା ସହ ବ୍ୟବସାୟରେ ଲାଭ ହେବ ।

୨- ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଅଶୁଭ । ଅର୍ଥନୀତି ଜଡିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ଅସୁବିଧାରେ ପଡିପାରନ୍ତି ।

୩- ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ଆଜି ଏକ ଉତ୍ତମ ଦିନ । ଏହି ରାଶିର ଲୋକେ ଆଜି ଅଧା ରହିଥିବା କାର୍ଯ୍ୟ ପୁରା କରିପାରନ୍ତି । କରିବାକୁ ତୁମର ସମସ୍ତ କାର୍ଯ୍ୟ ସମାପ୍ତ ହେବ ଏବଂ ତୁମେ ନିଜ ଭିତରେ ସନ୍ତୁଷ୍ଟ ଅନୁଭବ କରିବ |

୪- କର୍କଟ ରାଶି

କର୍କଟ ରାଶିର ଲୋକେ ଆଜି କୌଣସି ପ୍ରକାରର ନିଷ୍ପତ୍ତି ନେବା ଅନୁଚିତ୍, ନହେଲେ ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହୋଇପାରେ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ଦେବା ଜରୁରୀ । ଦିନଟି ସାମାନ୍ୟ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ଖବର ମିଳିପାରେ ।

୫- ସିଂହ ରାଶି

ସିଂହ ରାଶିର ଲୋକେ ଆଜି ଅନାବଶ୍ୟକ ବିବାଦରେ ଫସିପାରନ୍ତି । ସେଥିପାଇଁ ସତର୍କ ରହିବା ଉଚିତ୍ । ପରିବାରରେ ଶାନ୍ତିର ପରିବେଶ ରହିବ ।

୬- କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଅଶୁଭ । ଟଙ୍କା ଜଡିତ ସମସ୍ୟା ହୋଇପାରେ । ପରିବାର ଓ ଘର ଲୋକଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଆଜି ଦିନଟି ଏହି ରାଶିର ଲୋକଙ୍କ ପାଇଁ ଟିକେ କଷ୍ଟକର ହୋଇପାରେ ।

୭- ତୁଳା ରାଶି

ଆଜି ତୁଳା ରାଶିର ଲୋକଙ୍କ ପାଇଁ ଏକ ଶୁଭ ଦିନ। କାର୍ଯ୍ୟ ସ୍ଥାନରେ ଉଚ୍ଚପଦବୀ ଶ୍ରେଣୀର ଲୋକମାନଙ୍କର ସମର୍ଥନ ରହିବ । ଏହି ରାଶିର ଲୋକଙ୍କ କାମ ପ୍ରଶଂସିତ ହେବ । ଘରେ ମଧ୍ୟ ହସଖୁସିର ବାତାବରଣ ରହିବ ।

୮- ବିଚ୍ଛା ରାଶି

ବିଚ୍ଛା ରାଶିର ଲୋକଙ୍କୁ ଆଜି ସତର୍କ ରହିବାକୁ ପଡିବ । ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି ।  ଶରୀର ସମସ୍ୟା ଆପଣଙ୍କୁ ହନ୍ତସନ୍ତ କରିପାରେ । ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ରହିପାରନ୍ତି ।

୯- ଧନୁ ରାଶି

ଧନୁ ରାଶିର ଲୋକେ ଆଜି ଜମି ସମ୍ବନ୍ଧୀୟ ବିବାଦରେ ଫସିପାରନ୍ତି । ଜମି ମାଲିକଙ୍କ ସହିତ କିଛି ବିଷୟ ନେଇ ବିବାଦ ହୋଇପାରେ । ବ୍ୟବସାୟରେ ଲାଭ ହେବ । ଯେଉଁମାନେ ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆଜିର ସମୟ ବେଶ ଶୁଭ ରହିଛି ।

୧୦- ମକର ରାଶି

ମକର ରାଶିର ଲୋକଙ୍କୁ ଆଜି ଖୁସି ଖବର ମିଳିପାରେ । ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଭଲ ଦିନ । ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ପରିବାର ଲୋକଙ୍କ ସହ ଅଧିକ ସମୟ ରହିବେ ।

୧୧କୁମ୍ଭ ରାଶି

ଆଜି କୁମ୍ଭ ରାଶିର ଲୋକେ କିଛି ନୂଆ ଶିକ୍ଷା ଗ୍ରହଣ କରିବେ । ଏହି ଶିକ୍ଷା ଲାଭ କଲେ ଉନ୍ନତି ହେବ । ଆଜିର ଶିକ୍ଷା ଏହି ରାଶିର ଲୋକଙ୍କୁ ଜୀବନରେ ଆଗକୁ ନେଇପାରିବ ।  ଅର୍ଥ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ପଦୋନ୍ନତି ହେବ ଏବଂ ସମ୍ମାନ ପାଇବେ ।

୧୨- ମୀନ ରାଶି

ମୀନ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଭଲ ରହିବ । ଦୀର୍ଘ ସମୟ ଧରି ବନ୍ଦ ରହିଥିବା କାର୍ଯ୍ୟ ଆଜି ସଫଳ ହୋଇପାରେ । ବ୍ୟବସାୟରେ ଲାଭ ହେବ । ଘରେ ସୁଃଖ ଶାନ୍ତିର ପରିବେଶ ରହିବ ।

ଅଲବିଦା ଦାଦା: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଦିଆଯିବ, ରାଜ୍ୟ ମର୍ଯ୍ୟାଦାର ସହ ସତ୍ୟନଗର ମଶାଣୀରେ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର: ଆରପାରିରେ ବିଶିଷ୍ଠ ଓଡ଼ିଆ କଳାକାର ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ତେବେ କରୋନା କଟକଣା ମଧ୍ୟରେ ଆଜି ହେବ ତାଙ୍କର ସବ ସତ୍କାର । ରାଜ୍ୟରେ କରୋନା ସ୍ଥିତି ଲାଗି ରହିଥିବାରୁ କରୋନା କଟକଣା ମଧ୍ୟରେ ଶେଷ କାର୍ଯ୍ୟକୁ ସମ୍ପନ୍ନ କରାଯିବ । ତେବେ ରାଜ୍ୟ ମର୍ଯ୍ୟାଦା ସହ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

FILE

ବିଜୟଙ୍କ ମା ଓ ସମ୍ପର୍କୀୟ ବାଲେଶ୍ୱରରୁ ଭୁବନେଶ୍ୱର ଆସିଛନ୍ତି । ପରେ କରୋନା କଟକଣା ସହ ହସ୍ପିଟାଲରୁ ମର ଶରୀର ବିଜୟ ରହୁଥିବା ବମିଖାଲ ସ୍ଥିତ ବାସଭବନକୁ ନିଆଯିବ । ଆପାର୍ଟମେଣ୍ଟରେ ପଡୋଶୀ ଶେଷ ଦର୍ଶନ କରିବା ପରେ ସଙ୍ଗୀତ ମହାବିଦ୍ୟାଳୟକୁ ଶେଷ ଦର୍ଶନ ଲାଗି ନିଆଯିବ । ସେଠାରେ ତାଙ୍କ ସହଯୋଗୀ ଓ ଛାତ୍ରମାନେ ଶେଷ ଦର୍ଶନ କରିବେ । ପୂର୍ବାହ୍ନ ୧୧ରେ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସତ୍ୟନଗର ମଶାଣୀରେ ଶେଷକୃତ୍ୟ ରାଜ୍ୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ କରାଯିବ  ।

FILE

ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତରେ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କର ଦେହ ଧିରେ ଧିରେ ସୁସ୍ଥ ହେବା ପରେ ସେ ଓଡ଼ିଶା ଆସିବା ପାଇଁ ଯିଦ ଧରିଥିଲେ । ତେବେ ଓଡ଼ିଶା ଆସିବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କୁ ଘରକୁ ନିଆଯାଇଥିଲା । ତେବେ ଗତ ରାତିରେ ତାଙ୍କ ପଲ୍ସରେଟ ଧିର ପଡ଼ିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗଞ୍ଜାମରେ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଦିଆଯିବ ପ୍ଲାଜମା

ଗଞ୍ଜାମ: ମଙ୍ଗଳବାର ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି । ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍‌ପିଟାଲରେ ହେବ ପ୍ଲାଜ୍‌ମା ଥେରାପି  । ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍ ରୋଗୀମାନେ ଉପକୃତ ହେବେ ଏବଂ କୋଭିଡ୍ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ରଣନୀତି ପସ୍ତୁତ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି  । କରୋନା ଯୋଦ୍ଧାଙ୍କ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି  ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସମ୍‌ କୋଭିଡ୍ ହସ୍ପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ମିଳିଛି । ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ପ୍ଲାଜମା ଥେରାପି ବ୍ୟବହାର କରିବା ଦ୍ୱାରା ରୋଗୀ ମାନଙ୍କ ପାଇଁ ପୂର୍ବାପେକ୍ଷା ଅମ୍ଳଜାନର ଆବଶ୍ୟକ ପଡ଼ୁନାହିଁ ।

ସୋମବାର ୪ ଜଣ NDRF ଯବାନ ଏସ୍‌ସିବିରେ ଆସି ତାଙ୍କର ପ୍ଲାଜମା ଦାନ କରିଛନ୍ତି । ୮ ଜଣ ଯବାନ ଆଣ୍ଟିବଢ଼ି ଟେଷ୍ଟ ପରେ ଏହି ୪ ଜଣ ଦାନ କରିଥିଲେ ପ୍ଲାଜମା । ତେବ ଏହା ପରେ ସମସ୍ତ ସୁସ୍ଥ ହୋଇଥିବା ଯବାନ ତାଙ୍କର ପ୍ଲାଜମା ଦାନ କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସମସ୍ତ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦେବା ପାଇଁ ଅନୁରୋଧ କରିଛନ୍ତି । ପ୍ଲାଜମା ଥେରାପି କରୋନା ସହ ଲଢ଼ିବା ପାଇଁ ଏକ ସଫଳ ଅସ୍ତ୍ର ରୂପରେ ଉଭା ହୋଇଛି  । ସେଥିପାଇଁ ପ୍ଲାସ ଦାନ କରିବା ଦ୍ୱାରା ଆମେ କରୋନାକୁ ହରେଇ ପାରିବା ।

କରୋନା ଭାଇରସ୍ ଉପରେ ପ୍ରଭାବଶାଳୀ ଅକ୍ସଫୋର୍ଡ ଭ୍ୟାକ୍ସିନ ChAdOx1

ନୂଆଦିଲ୍ଲୀ: ବ୍ରିଟେନରୁ ଆସିଲା ଉତ୍ସାହଜନକ ଖବର । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଭ୍ୟାକ୍ସିନ ଟ୍ରାଏଲରେ ସୁରକ୍ଷିତ ଓ ଇମ୍ୟୁନିଟି ମଜଭୂତ କରୁଥିବା ଜଣାପଡ଼ିଛି । ଭ୍ୟାକ୍ସିନ ପରୀକ୍ଷଣ ପରେ ଫଳାଫଳ ଉତ୍ସାହଜନକ ରହିଛି । ପରୀକ୍ଷଣରେ ପ୍ରାୟ ଏକ ହଜାର ୭୭ ଜଣ ଲୋକ ସାମିଲ ହୋଇଥିଲେ । ଟିକା ଦିଆଯାଇଥିବା ବ୍ୟକ୍ତିଙ୍କଠାରେ ଆଣ୍ଟିବଡି ଏବଂ ଧଳା ରକ୍ତ କଣିକା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଯାହାକି କରୋନା ଭାଇରସ୍ ସହ ଲଢ଼ିବାରେ ସକ୍ଷମ ।

ଏବେ ଭ୍ୟାକ୍ସିନର ବଡ଼ ଧରଣର ପରୀକ୍ଷା ହେବ । ବ୍ରିଟେନ ପୂର୍ବରୁ ଭ୍ୟାକ୍ସିନର ୧୦୦ ମିଲିୟନ୍ ଡୋଜ ଟିକା ସୁରକ୍ଷିତ କରିରଖିଛି । ଏହି ଟିକା ଭାରତରେ ମଧ୍ୟ ଉତ୍ପାଦିତ ହେଉଛି । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅକ୍ସଫୋର୍ଡ ଭ୍ୟାକ୍ସିନର ଉତ୍ପାଦନ ପାଇଁ ଦାୟିତ୍ୱ ନେଇଛି ।

କରୋନା ଭ୍ୟାକ୍ସିନ୍ ଦୌଡ଼ରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଆଗରେ ରହିଛି । ଅନେକ ଟିକା ସେମାନଙ୍କର ଅନ୍ତିମ ପର୍ଯ୍ୟାୟ କିମ୍ବା ଉନ୍ନତ ପର୍ଯ୍ୟାୟ ନିକଟରେ ଥିବାବେଳେ ଅକ୍ସଫୋର୍ଡ ଟିକା ଆଗରେ ରହିଛି । ସବୁ କିଛି ଠିକ୍ ରହିଲେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେଙ୍କା ଦ୍ୱାରା ପ୍ରସ୍ତୁତ ଏହି ଟିକା ସେପ୍ଟେମ୍ବର ସୁଦ୍ଧା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଅକ୍ସଫୋର୍ଡ ପ୍ରଫେସର ସାରା ଗିଲବର୍ଟ କରୋନା ଭ୍ୟାକ୍ସିନ୍ ପ୍ରସ୍ତତିର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟିକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସାରା ଗିଲବର୍ଟ ନେତୃତ୍ୱ ନେଉଛନ୍ତି । ଗିଲବର୍ଟ ଦାବି କରିଛନ୍ତି ଏହି ଟିକା କରୋନା ଠାରୁ ଲୋକଙ୍କୁ ବଞ୍ଚାଇବାରେ ୮୦ ପ୍ରତିଶତ ପ୍ରଭାବଶାଳୀ । ଗିଲବର୍ଟ କହିଛନ୍ତି ଯେ ଥଣ୍ଡା ପାଗରେ ଲୋକଙ୍କୁ ଭୂତାଣୁଙ୍କୁ ଡରିବା ଦରକାର ନାହିଁ । ଟିକା ସେପ୍ଟେମ୍ବର ସୁଦ୍ଧା ଆସିଯିବ ।

ଅନେକ ଟିକା ସେମାନଙ୍କର ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଥିବାବେଳେ ଅକ୍ସଫୋର୍ଡ ଟିକା ୧୦ ହଜାର ଲୋକଙ୍କ ଉପରେ ଏହାର ଶେଷ ପରୀକ୍ଷା ଶେଷ କରିବାକୁ ଯାଉଛି । ଭ୍ୟାକ୍ସିନ୍ ଟାସ୍କଫୋର୍ସର ସଭାପତି କେଟ୍ ବିଙ୍ଗହମ୍ କହିଛନ୍ତି, ଏହି ଟିକା ଦୁନିଆରେ ସବୁଠୁ ଆଗରେ ଅଛି ଓ ଅନ୍ୟ କୌଣସି ଟିକା ଠାରୁ ଉନ୍ନତ ।

ଦେଶୀ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ,ଏମସରେ ୧୦୦ ଜଣଙ୍କୁ ଦିଆଯିବ ପ୍ରଥମ ଡୋଜ୍

ଓଲିଉଡର ଅପୂରଣୀୟ କ୍ଷତି, ବିଜୟଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ୭୦ ବର୍ଷ ବୟସରେ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଛନ୍ତି ଓଲିଉଡର ବାପା । ବିଜୟଙ୍କ ଦେହାନ୍ତରେ ସବୁ ମହଲରେ ଦୁଃଖ ଖେଳିଯାଇଛି । ସିନେପ୍ରେମୀଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ଏ ଖବର ପରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।’

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ଦେହାନ୍ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି । ସେ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସିନେମା, ଡ୍ରାମା ଓ ଥିଏଟର ପ୍ରତି ବିଜୟଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି ରାଜ୍ୟପାଳ ।

ସିନେମା ନିର୍ମାତା ନୀଳମାଧବ ପଣ୍ଡା ବିଜୟଙ୍କ ଦେହାନ୍ତ ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତାଙ୍କ ଦେହାନ୍ତଙ୍କୁ ଓଡ଼ିଆ ସିନେମାରେ ଏକ ଯୁଗର ଶେଷ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ-

ଅଭିନୟରୁ ନିର୍ଦ୍ଦେଶନା ଓ ରାଜନୀତି, ବିଜୟଙ୍କ ଜୀବନ ଯାତ୍ରାର କାହାଣୀ

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

ଅଭିନୟରୁ ନିର୍ଦ୍ଦେଶନା ଓ ରାଜନୀତି, ବିଜୟଙ୍କ ଜୀବନ ଯାତ୍ରାର କାହାଣୀ

ଭୁବନେଶ୍ୱର: ଖ୍ୟାତନାମା ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁ ଜନ୍ମ ନେଇଥିଲେ । ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି, ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

FILE

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକାର ବସନ୍ତ ମହାପାତ୍ରଙ୍କ ଡାକରାରେ ‘ସଂକଳ୍ପ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା ।

FILE

୧୯୮୩ ମସିହାରେ କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା । ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ । ମାତ୍ର ତାହା ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ୨୦୧୪ ମସିହାରେ ବିଜୟ କଂଗ୍ରେସ ଦଳରେ ସଭ୍ୟଭାବରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିଜୟ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଝିଅ ଅଛି ।

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ବାତିଲ୍, ବଦଳିଲା ୨୦୨୩ ବିଶ୍ୱକପ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କରୋନା ପାଇଁ ଖେଳାଯିବନି ଟି-ଟ୍ୱେଣ୍ଟି । ଲମ୍ବା ସମୟ ଧରି ଟି-ଟ୍ୱେଣ୍ଟିକୁ ନେଇ ଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ମହାମାରୀ କରୋନା ପାଇଁ ଚଳିତବର୍ଷ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ଆସନ୍ତା ବର୍ଷ ଯାଏଁ ସ୍ଥଗିତ ରଖିଛି ICC । ସୋମବାର ବସିଥିବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କରୋନା ଭାଇରସ୍ ପାଇଁ ଷ୍ଟାଡିୟମରେ ଲୋକଙ୍କୁ ଏକାଠି ହେବା ମନା ରହିଛି । ଏଭଳି ସ୍ଥିତିରେ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ପାଇଁ ICC ରାଜି ହୋଇନାହିଁ ।

କରୋନା ପାଇଁ ବିଶ୍ୱକପ୍ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ, କ୍ରିକେଟ ଅଷ୍ଟ୍ରେଲିଆ ଆଶଙ୍କାକୁ ମନା କରି ଆସୁଥିଲା । ପରେ ଅଷ୍ଟ୍ରେଲିଆ ଆୟୋଜନକୁ କୋହଳ ମନୋଭାବ ପୋଷଣ କରିଥିଲା । କାରଣ ଖାଲି ଷ୍ଟାଡିୟମ ଯୋଗୁଁ ତାକୁ କିଛି ଲାଭ ହୋଇନଥାନ୍ତା ।

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାତିଲ ପରେ ଆଇସିସି ତିନୋଟି ବଡ଼ ଟୁର୍ଣ୍ଣାମେଣ୍ଟ ଆଗାମୀ ୩ ବର୍ଷରେ ଖେଳାଯିବା ନେଇ ସୂଚନା ଦେଇଛି । ପ୍ରଥମେ ICC ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ୨୦୨୧ ଅକ୍ଟୋବର ଓ ନଭେମ୍ବର ମାସରେ ଖେଳାଯିବ । ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ହେବ । ପୁଣି ୨୦୨୨ ମସିହାରେ ଟି-ଟ୍ୱେଣ୍ଟି ୱାର୍ଲ୍ଡକପ୍ ଖେଳାଯିବ । ଯାହାର ଫାଇନାଲ ନଭେମ୍ବର ୧୩ରେ ହେବ । ୨୦୨୩ ଅକ୍ଟୋବର-ନଭେମ୍ବର ମାସରେ ଆଇସିସି ୱାର୍ଲ୍ଡକପ୍ ଆୟୋଜିତ ହେବ ।

ଆଇପିଏଲ ପାଇଁ ଖୋଲିଲା ରାସ୍ତା !

ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ପରେ ଆଇପିଏଲ ଆୟୋଜନ ନେଆ ଆଶା ସଞ୍ଚାର ହୋଇଛି । ଖବର ଅନୁସାରେ ବିସିସିଆଇ ସେପ୍ଟେମ୍ବ ୨୬ରୁ ନଭେମ୍ବର ୮ ମଧ୍ୟରେ ଆଇପିଏଲ୍ ଆୟୋଜନ କରିପାରେ । ଏଥିପାଇଁ ବିସିସିଆଇ ଯୋଜନା ପ୍ରସ୍ତୁତ କରୁଛି । କୁହାଯାଉଛି ଭାରତ ବାହାରେ ଏଥରକ ଆଇପିଏଲ ଖେଳାଯିବ । ଦୁବାଇରେ ଆଇପିଏଲ୍ ଖେଳାଯିବାର ସମ୍ଭାବନା ରହିଛି । ୨୦୧୪ ମସିହାରେ ଅଧା ଆଇପିଏଲ୍ ୟୁଏଇରେ ଖେଳା ଯାଇଥିଲା ।

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର: ରୂପେଲି ପରଦାର ରିଅଲ୍ ହିରୋ । କେବେ ବାପା ତ କେବେ ଜେଜେବାପା । ସମସ୍ତଙ୍କ ଅତି ଆପଣାର ବିଜୟ ମହାନ୍ତି ଆଉନାହାନ୍ତି । ଓଲିଉଡର ଲୋକପ୍ରିୟ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ହେଲା ସେ ହୃଦଘାତ ସମସ୍ୟା ସହ ଡାଏବେଟିସରେ ପୀଡ଼ିତ ଥିଲେ ।

ନିକଟରେ ଝିଅ ପାଖକୁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ଆଜି ସନ୍ଧ୍ୟାରେ ପୁଣି ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।