spot_img
Home Blog Page 6655

ଫେଲ୍ ମାରିଲା ଲୁଟ୍ ଯୋଜନା, ରାଗିକି ପୋଡ଼ିଦେଲେ ଏଟିଏମ୍

ମୟୂରଭଞ୍ଜ: ମାତିଛନ୍ତି ଏଟିଏମ ଲୁଟେରା । ଲକଡାଉନରେ ରାସ୍ତାଘାଟ ଖାଁ ଖାଁ ହେଉଯାଉଥିବା ବେଳେ ଏଟିଏମରୁ ଚୋରି କରିବାକୁ ନିରାପଦ ଭାବିଛନ୍ତି ଲୁଟେରା । ଟିକିଏ ମଉକା ପାଇଲା ମାତ୍ରେ ଲୁଟକୁ ସଫଳ କରିବାକୁ ଉଦ୍ୟମ କରୁଛନ୍ତି ଏମାନେ । ସଫଳ ମଧ୍ୟ ହେଉଛନ୍ତି କିନ୍ତୁ ଏଥର ଫେଲ୍ ମାରିଲା ଯୋଜନା । ବୃଥାରେ ଗଲା ସବୁ ପରିଶ୍ରମ । ତାପରେ ଅନ୍ୟ ଉପାୟ ନପାଇ ଶେଷରେ ଦୁର୍ବୃତ୍ତ ପୋଡ଼ିଦେଲେ ଏଟିଏମ । ଘଟଣା ଘଟିଛି ଜିଲ୍ଲା ଉଦଳା କଲେଜ ରାସ୍ତାରେ  ।

ସୂଚନା ଅନୁସାରେ, ମୟୂରଭଞ୍ଜରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ପରେ ଏଟିଏମ ମେସିନ ପୋଡିଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ରାସ୍ତା ଶୂନଶାନ ଦେଖି  ପ୍ରଥମେ ଏଟିଏମ୍ ଲୁଟିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ବହୁ ସମୟ ଏଟିଏମ ଲୁଟିବାକୁ ଚେଷ୍ଟା କରିବା ପରେ ଶେଷରେ ବିଫଳ ହେବାରୁ ଏଟିଏମ୍ ମେସିନ ପୋଡି ଦେଇଛନ୍ତି ଲୁଟେରା । ଘଟଣାସ୍ଥଳରୁ ପୋଲିସ ଗ୍ୟାସ କଟର ମେସିନ ଜବତ କରିଛି ।  ତେବେ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ଜଣା ପଡିନାହିଁ  । ପୋଲିସ ତଦନ୍ତ ଜାରି ରଖିଛି।

ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଖୋର୍ଦ୍ଧା: ଅନ୍ଧକାରର ସାହାରା ନେଇ ଘର ଉପରକୁ ବୋମା ମାଡ଼ କଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସିସିଟିଭିରେ କଏଦ ହୋଇଛି ବୋମାମାଡ଼ର ଲାଇଭ୍ ଭିଡିଓ । ଘଟଣାଟି ହେଉଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ । ସେହି ଗାଁର ଟୁକୁନି ସ୍ୱାଇଁଙ୍କ ଘରକୁ କେହି ଦୁର୍ବୃତ୍ତ ବିଳମ୍ୱିତ ରାତିରେ ବୋମାମାଡ଼ କରିଛି। ଏଥିରେ ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ।

ଗତ ୧୨ ତାରିଖ ରାତିରେ ମଧ୍ୟ ଘର ଉପରକୁ ବୋମାମାଡ଼ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଭିଡ଼ିଓଟିରେ ସ୍ପଷ୍ଟ ଜଣାପଡ଼ିଛି ଯେ, କିଭଳି ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ତେବେ ଏହି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତନାଘନା ଚଳାଇଛି ।

ସଫଳ ହେଲା ଯୋଜନା: ବ୍ରାଉନସୁଗାର ବ୍ୟବସାୟୀଙ୍କ ବିଶ୍ୱାସ ଜିତିବା ପାଇଁ ଏମିତି ପ୍ଲାନ କରିଥିଲା ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌

ବାଲେଶ୍ୱର: ବାଲେଶ୍ୱରରେ ଧଳା ଜହର ଜାଲ । ଧଳା ଜହରର ଚେର ଖୋଜି ଖୋଜି ନୟାନ୍ତ ହେଲାଣି ପୋଲିସ । କାରଣ କେତେବେଳେ କଦଳି ଗାଡ଼ିତ କେତେବେଳେ ଖାଲିଗାଡ଼ିରେ ଲୁଚାଇ ଏହି ଧଳା ଜହର କାରବାର କରାଯାଉଥିଲା । କିନ୍ତୁ ଏହାର ଟେର ବି ପାଇପାରୁ ନଥିଲା ପୋଲିସ ।  ଯଦିଓ ପୋଲିସ ତାର ପ୍ରୟାସ ଜାରି ରଖିଛି ଏବଂ ବିଭିନ୍ନ ସ୍ଥାନରୁ ଏହି ଧଳା ଜହର ଜବତ କରିବାରେ ସଫଳ ହେଉଛି । ଏବଂ ମଙ୍ଗଳବାରରେ ସହରର ୩ଟି ସ୍ଥାନରେ ଚଢାଉ କରି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ପ୍ରାୟ ଦେଢ କିଲୋ ଓଜନର ବ୍ରାଉନସୁଗାର ଜବତ କରିଛି ।

ଏଥିସହିତ ଧଳା ଜହର କାରବାରରେ ସମ୍ପୃକ୍ତ ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ  ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଜବତ ଧଳା ଜହର ଓ ଅଭିଯୁକ୍ତଙ୍କୁ ଏହି ସ୍ୱତନ୍ତ୍ର ଟିମ୍‌ ମୁଖ୍ୟ କାର୍ଯ୍ୟାଳୟକୁ ନେଇଯାଇଛି । ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ଗତ ଦୁଇମାସ ଧରି ବ୍ୟବସାୟୀ ଭାବେ ଭୁବନେଶ୍ୱରରେ ପଢୁଥିବା ଜଣେ ଛାତ୍ରଙ୍କ ମାଧ୍ୟମରେ ବାଲେଶ୍ୱରର ବ୍ୟବସାୟୀଙ୍କ ସହିତ ଯୋଗାଯୋଗରେ ରହିଥିଲେ ।

ପୂର୍ବ ଯୋଜନା ଅନୁସାରେ, ବ୍ରାଉନସୁଗାର ବ୍ୟବସାୟୀ ଭାବେ ଦୁଇ ତିନି ଥର ଧଳା ଜହର କଣିଥିଲେ ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ । ଏବଂ ଟିମ୍‌ ବ୍ୟବସାୟୀଙ୍କ ବିଶ୍ୱାସ ଜିତିବା ପରେ ସେମାନଙ୍କୁ ଆଜି ଗିରଫ କରିଛି । ଗତକାଲି ରାତିରେ ଦେଢ କିଲୋ ବ୍ରାଉନସୁଗାର କିଣିବାକୁ ସ୍ଥିର ହୋଇଥିଲା । ଏହି କିଣାବିକା ବେଳେ ଟିମ୍‌ ଚଢାଉ କରି ବ୍ରାଉନ୍ ସୁଗାର ଜବତ କରିଥିଲା ।

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ… ପୂର୍ବାହ୍ନ ୧୧ ଟା ୩୦ ପରେ ୱେବ୍‌ସାଇଟରେ ଉପଲବ୍ଧ ହେବ ରେଜଲ୍‌ଟ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ… ପୂର୍ବାହ୍ନ ୧୧ ଟା ୩୦ ପରେ ୱେବ୍‌ସାଇଟରେ ଉପଲବ୍ଧ ହେବ ରେଜଲ୍‌ଟ

ଏକାମ୍ର କ୍ଷେତ୍ର ଲାଗି ମହାଯୋଜନା, ଶିବରାତ୍ରିରେ ଦୁଇ ଲକ୍ଷ ଭକ୍ତଙ୍କ ସମାଗମ ନେଇ ସୁପର ପ୍ଲାନ

ଏକାମ୍ର କ୍ଷେତ୍ର ଲାଗି ମହାଯୋଜନା, ଶିବରାତ୍ରିରେ ଦୁଇ ଲକ୍ଷ ଭକ୍ତଙ୍କ ସମାଗମ ନେଇ ସୁପର ପ୍ଲାନ

ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ଦେଖାଇବ ଶେଷରୂପ … ଅଗଷ୍ଟରୁ ଆସିଲାଣି ନିୟନ୍ତ୍ରଣର ଟ୍ରେଣ୍ଡ

ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ଦେଖାଇବ ଶେଷରୂପ … ଅଗଷ୍ଟରୁ ଆସିଲାଣି ନିୟନ୍ତ୍ରଣର ଟ୍ରେଣ୍ଡ

କରୋନା ଟେଷ୍ଟିଂରେ ଶୀର୍ଷରେ ଓଡିଶା, ଦୈନିକ ୫୦ ହଜାର ପରୀକ୍ଷଣର ମାଇଲଖୁଣ୍ଟ ଅତିକ୍ରମ କଲା ରାଜ୍ୟ

ଭୁବନେଶ୍ୱର: କରୋନା ଟେଷ୍ଟିଂରେ ଦେଶରେ ଓଡ଼ିଶା ୧ ନମ୍ବର । ବର୍ତ୍ତମାନ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟିଂ ହେଉଛି । ୧୬ ତାରିଖରେ ୫୦ ହଜାର ୪୨୧ଟି ଟେଷ୍ଟ କରି ରାଜ୍ୟ ଦେଶରେ ୪ ନମ୍ବରରେ ଥିଲା । ତେବେ ୧ ନିୟୁତ ଜନସଂଖ୍ୟା ମଧ୍ୟରୁ ୧ ହଜାର ୯୬ଟି ପରୀକ୍ଷଣ କରି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି । ଅନ୍ୟପଟେ ପ୍ରତି ନିୟୁତ ଜନସଂଖ୍ୟାରେ ଜାତୀୟ ଟେଷ୍ଟିଂ ହାର ୫୪୨ ରହିଛି । ଜାତୀୟ ହାର ଅପେକ୍ଷା ରାଜ୍ୟରେ ୨ ଗୁଣା ଅଧିକ ପରୀକ୍ଷା ହେଉଛି । ଆନ୍ଧ୍ର, ତାମିଲନାଡୁ, ଗୁଜରାଟ ଓ କେରଳଠାରୁ ଓଡ଼ିଶା ଆଗରେ ରହିଛି । ତେବେ ଆଗାମୀ ସପ୍ତାହଗୁଡ଼ିକରେ ପର୍ଯ୍ୟାୟକ୍ରମେ ଟେଷ୍ଟିଂ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ତେବେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ଅଧିକ ଟେଷ୍ଟିଂ ହେଉଛି ହେଲେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ତେଣୁ  ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନା ସ୍ଥିତି ବେଶ ଭଲ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ଏକ ଆଶ୍ୱସ୍ତିକର ଖବର ବୋଲି ଆଇଏଲ୍‌ଏସ୍‌ ନର୍ଦ୍ଦେଶକ କହିଛନ୍ତି । ସେପ୍ଟେମ୍ବର ମାସରେ କରୋନା ପିକ୍‌କୁ ଯାଇ କମିବ । ରାଜ୍ୟ ସରକାର ଦିନକୁ ୫୦ ହଜାରରୁ ଅଧିକ ଟେଷ୍ଟିଂ କରୁଛନ୍ତି ଓ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏହାସହ ଟେଷ୍ଟିଂ ଅନୁପାତରେ ସଂକ୍ରମଣ କମ ଓ ମୃତ୍ୟୁସଂଖ୍ୟା ବି ବହୁତ କମ ଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ସେହିପରି ଟେଷ୍ଟିଂ ବଢିଲେ ପଜିଟିଭ ବଢିବ ଓ ସେପ୍ଟେମ୍ବର ମାସରେ କରୋନା ପିକ୍‌କୁ ଯାଇ କମିପାରେ ବୋଲି ପୂର୍ବାନୁମାନ କରିଛନ୍ତି ସେ ।

ରାଉରକେଲାରେ ୭୧୨ କୋଟି ଟଙ୍କାର ଜାଲ ବିଲ୍‌ ରାକେଟର ପର୍ଦ୍ଦାଫାଶ

ରାଉରକେଲା:  ଷ୍ଟିଲ ସିଟି ରାଉରକେଲାରେ ଜିଏସଟିକୁ ନେଇ ବଡ଼ ଘୋଟାଲା । ହଜାରେ କି ଦୁଇ ହଜାରେ ନୁହେଁ । ଏକା ଥରକରେ ୭୧୨ କୋଟି ଟଙ୍କାର ଜାଲ ବିଲ ରାକେଟର ବର୍ଦ୍ଦାଫାଶ ହୋଇଛି । ଜାଲ ବିଲ ମାଧ୍ୟମରେ ଷ୍ଟିଲସିଟି ରାଉରକେଲାରେ ୧୨୯.୦୯ କୋଟି ଟଙ୍କାର ଜିଏସଟି ଠକେଇର ଫର୍ଦ୍ଦାଫାସ । ଘଟଣାରେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଶ୍ରୀ କାଶ୍ମୀରା ଅଗ୍ରୱାଲଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ।

ଓଡ଼ିଶା ଜିଏସଟି ଆଇନ ୨୦୧୭ ଧାରା ୧୩୨(୧) (କ) ଏବଂ (ଖ) ଏବଂ ୧୩୨ (୪) ଅନୁଯାୟୀ ଜାମିନ ବିହିନ ଧର୍ତ୍ତବ୍ୟ ଅବରାଧ ପାଇଁ ଗିରଫ କରାଯାଇଛି । ତେବେ ପୂର୍ବରୁ ମଧ୍ୟ ଏନଫୋର୍ସମେଣ୍ଟ ବିଭାଗ ଏହି ରାକେଟର ଅନ୍ୟ ଅପରାଧୀମାନଙ୍କୁ ଗିରଫ ରକିଛି ।  କାଶ୍ମୀରାଙ୍କ  ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ ବ୍ୟବସାୟିକ ପ୍ରତିଷ୍ଠାନରେ ଏକ ସମୟରେ ଚଢାଉ କରିଥିଲା ଜିଏସଟି ଟିମ୍ ।

ଚଡ଼ାଉ ସମୟରେ କାଶ୍ମୀରାଙ୍କ ଠାରୁ  ଜବତ ରବର ଷ୍ଟାମ୍ପ, ବ୍ୟାଙ୍କ ପାସବୁକ ଓ ଅନ୍ୟ କାଗଜ ପତ୍ରରୁ  ଭୂତ ଅନୁଷ୍ଠାନ ନାଆଁରେ ବେଆଇନ କାରବାରର ସୁରାକ ମିଳିଥିଲା । ତେବେ ଏସବୁ ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଅନୁସନ୍ଧାନରୁ ଜଣପଡ଼ିଛି । ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା ବେଳେ, ୭୧୨ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ ହୋଇଥିଲା ।

୨୪ ମୋବାଇଲ କଂପାନୀ ଭାରତ ମୁହାଁ

ନୂଆଦିଲ୍ଲୀ: ଚୀନକୁ ବ୍ୟବସାୟିକ ଝଟକା । ସଫଳ ହେଉଛି ଭାରତର ରଣନୀତି । ବିଶ୍ୱର ମୋବାଇଲ୍ ବଜାରରେ ଆଧିପତ୍ୟ ବିସ୍ତାର କରିଥିବା ଚୀନକୁ ପାନେ ଚଖାଇବା ପାଇଁ ଭାରତ ନେଇଥିବା ପଦକ୍ଷେପ ଫଳପ୍ରଦ ହେବାରେ ଲାଗିଛି । ଯାହାର ସିଧା ପ୍ରଭାବ ପଡ଼ିଛି ଚୀନ ଉପରେ । ଚୀନରେ ଥିବା ୨୪ଟି କମ୍ପାନୀ ସେଠାରେ ମୋବାଇଲ୍ ଉତ୍ପାଦନ କାରଖାନାକୁ ଭାରତ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟକୁ ନେଇ ଲାଗି ରହିଥିବା ଉତ୍ତେଜନା ଓ କରୋନା ଭାଇରସ୍ ସଂକ୍ରମଣ ପାଇଁ କମ୍ପାନୀ ସପ୍ଲାଏ ଚେନ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହି କାରଣରୁ କମ୍ପାନୀମାନେ ଚୀନ ବାହାର ସପ୍ଲାଏ ଚେନ୍ ବିକଳ୍ପ ଖୋଜୁଛନ୍ତି ।

ରିପୋର୍ଟ ଅନୁସାରେ, ସାମସଙ୍ଗ ଓ ଆପଲ ଭଳି ନାମୀଦାମୀ କମ୍ପାନୀର କେତେକ ସହଯୋଗୀ ଭାରତ ଆସିବାକୁ ଚାହୁଁଛନ୍ତି । ଏହି କମ୍ପାନୀ ଭାରତରେ ମୋବାଇଲ୍ ଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ୧.୫ ଅରବ ଡଲାର (ପାଖାପାଖି ୧୧,୨୨୨ କୋଟି ଟଙ୍କା) ନିବେଶ କରିବେ ବୋଲି କୁହାଯାଉଛି ।

ଏହା ପୂର୍ବରୁ କମ୍ପାନୀ ଗୁଡ଼ିକ ଚୀନରେ ନିଜ କାରବାରକୁ କରି ଭିଏତନାମ, କମ୍ବୋଡିଆ, ମିଆଁମାର, ବାଂଲାଦେଶ ଓ ଥାଇଲାଣ୍ଡ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ, ଭାରତ ସରକାରଙ୍କ ଆନ୍ତରିକତା କମ୍ପାନୀ ଗୁଡ଼ିକୁ ଏଠାକୁ ଆସିବାକୁ ପ୍ରେରିତ କରିଛି ।

ଭାରତ ସରକାରଙ୍କ ଅନୁଯାୟୀ, ପ୍ରଡକ୍ଟ ଲିକ୍ୱଡ୍ ଇନସେଣ୍ଟିଭ୍ ସ୍କିମରେ ଦେଶରେ ୧୫୩ ଅରବ ଡଲାରର ଇଲେକ୍ଟ୍ରୋନିକ୍ସ ଜିନିଷର ଉତ୍ପାଦନ ହୋଇପାରିବ । ଯେଉଁଥିରେ ୧୦ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେର ରୋଜଗାର ମିଳିବ ।

ଚଳିତବର୍ଷ ମାର୍ଚ୍ଚ ମାସରେ ସରକାର ଦେଶରେ ମୋବାଇଲ୍ ଫୋନ୍ ଓ କିଛି ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହନ ଦେବା ପାଇଁ ଏକ ସ୍କିମ୍ ଆରମ୍ଭ କରିଥିଲେ । ଏହା ଅନୁଯାୟୀ ଭାରତରେ ତିଆରି ଉପକରଣ ଉପରେ ୬ ପ୍ରତିଶତ ଯାଏଁ ଇନସେଣ୍ଟିଭ୍ ଦିଆଯାଉଛି । ପରେ ଅନ୍ୟ କେତକ ସେକ୍ଟରର ମଧ୍ୟ ଏଭଳି ଇନସେଣ୍ଟିଭ୍ ଦିଆଯାଉଛି ।

ତେବେ, ବଡ଼ କଥା ହେଉଛି ଆମେରିକା କମ୍ପାନୀ ଆପଲ ଭାରତରେ ନିଜର ମ୍ୟାନୁଫ୍ୟାକ୍ଚରିଂ (ଉତ୍ପାଦନ) କ୍ଷମତା ବିସ୍ତାର କରୁଚି । ଆପଲର ସପ୍ଲାଏର ଫକ୍ସକନ୍ ମଧ୍ୟ ଭାରତରେ ୧ ଅରବ ଡଲାରର ନିବେଶ ପାଇଁ ଯୋଜନା କରୁଛି ।

ନବୀନ ଶାସନରେ ନାହିଁ ଦୁର୍ନୀତିର ସ୍ଥାନ, ବର୍ଷକରେ ଗଲାଣି ୬୦ ଅଫିସରଙ୍କ ଚାକିରି

ଭୁବନେଶ୍ୱର: ହୁସିଆର ! ବୁଲୁଛି ୫-T ଖଣ୍ଡା । ନୀତି ନୈତିକକତା ଓ ସଚ୍ଚୋଟତା ଭୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଅଭିଯୋଗରେ ଆଜି ଜଣେ ଉପ- ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଗତ ବର୍ଷକ ମଧ୍ୟରେ ୬୦ ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଥିବା ବେଳେ ୧୭ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଏଥିସହିତ ୨୨ ଜଣ ଅଫିସରଙ୍କ ପେନସନ୍ ବନ୍ଦ କରାଯାଇଛି ।

କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ପରେ ପୁଣି ଛାନିଆ ସରକାରୀ କର୍ମଚାରୀ ଓ ବାବୁ ।  ଜୁଲାଇ ୨ ତାରିଖରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ପ୍ରଦୀପ । ଉପ ନିର୍ଦ୍ଦେଶକ ପାହ୍ୟାର ଏହି ଅଫିସରଙ୍କ ପାଖରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା କ୍ୟାସ ଜବତ କରିଥିଲା । ଏହି ଅର୍ଥର ହିସାବ ଦେଇ ପାରିନଥିଲେ ପ୍ରଦୀପ  । ପରେ କୋରାପୁଟ ଓ ଭୁବନେଶ୍ୱର ବାସଭବନ ଉପରେ ବି ରେଡ୍‌ ହୋଇଥିଲା । ଦୁର୍ନୀତି ପ୍ରମାଣିତ ହେବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଖୁସି ପ୍ରକଟ କରିଛନ୍ତି ଜିଲ୍ଲାର ଚାଷୀ ।

ବର୍ଷକ ମଧ୍ୟରେ ୯୯ ବାବୁଙ୍କ ଉପରେ ପଡିଛି ୫-T ଛାଟ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍ସ । ୨୦୦୦ ମସିହାରୁ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ଦିନରୁ ଏହି ନୀତି ଅପଣେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୈତିକତା ଓ ସଚ୍ଚୋଟତାର ନିକିତିରେ ଯିଏ ଉଲମବିଲମ୍ କିରିଛି ତା ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ୨୦୧୯ ଅଗଷ୍ଟରୁ ଚଳିତ ଅଗଷ୍ଟ ମାସ ମଧ୍ୟରେ ଦୁର୍ନୀତି ଓ ନୈତିକତାର ଉଲଂଘନ ଅଭିଯୋଗରେ ୬୦ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି । ୧୭ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର ଓ ୨୨ ଜଣ ଅଫିସରଙ୍କ ଅବସରକାଳୀନ ପେନସନ ବନ୍ଦ କରାଯାଇଛି ।

କିଛି ମାସ ପୂର୍ବରୁ ବଡ଼ ମାଛ ପଡିଥିଲେ ଫାଇଭ୍ ଟି ଜାଲରେ । ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ କରିଥିଲେ ସରକାର । ନିକଟରେ ଚିଲିକା ଡିଏଫଓ ଓ ରାଜସ୍ବ ବିଭାଗର ଅତିରିକ୍ତ ସଚିବଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅନ୍ୟପକ୍ଷରେ ବହିଷ୍କୃତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୫ରୁ ଅଧିକ ଇଂଜିନିୟର, ପ୍ରଧାନ ଶିକ୍ଷକ, ରାଜସ୍ବ ନିରୀକ୍ଷକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ପୂର୍ବରୁ କୋମନା ବିଡିଓ, ଲୋଇସିଂହା ତହସିଲଦାରଙ୍କୁ ଦୁର୍ନୀତି ଅଭିଯୋଗରେ ବହିଷ୍କାର କରିଥିଲେ ରାଜ୍ୟ ସରକାର । ଏଥିସହ ୧୧ଜଣ ଓଏଏସ ଅଫିସରଙ୍କ ପେନସନ ବନ୍ଦ କରାଯାଇଥିଲା ।