spot_img
Home Blog Page 6656

ସୀମା ବିବାଦ ମଧ୍ୟରେ ନେପାଳ ସହ ବୈଠକ: ଅଯୋଧ୍ୟାରୁ ଜନକପୁର ଚଳାଚଳ କରିବ ସ୍ୱତନ୍ତ୍ର ବସ୍

କାଠମାଣ୍ଡୁ: ନେପାଳ ଏବଂ ଭାରତ ମଧ୍ୟରେ ଓଭରସାଇଟ୍ ମେକାନିଜିମର ଅଷ୍ଟମ ବୈଠକ ସୋମବାର କାଠମାଣ୍ଡୁରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ସୀମା ବିବାଦ ପରେ ଏହା ପ୍ରଥମ ବୈଠକ ଥିଲା। ବିଶେଷ କଥା ହେଉଛି ଏହି ବୈଠକରେ ‘ରାମାୟଣ ସର୍କିଟ’ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବାସ୍ତବରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ, ପ୍ରକୃତ ଅଯୋଧ୍ୟା ନେପାଳରେ ରହିଛି ।

ରାମାୟଣ ସର୍କିଟ ଉପରେ ଆଲୋଚନା

ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ନେପାଳର ବୈଦେଶିକ ସଚିବ ଶଙ୍କର ଦାସ ବୈରାଗୀ ଏବଂ ନେପାଳରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ ବାର୍ତ୍ତା ଅଧ୍ୟକ୍ଷତା କରିଥିଲେ । ବୈଠକରେ  ଦ୍ୱିପାକ୍ଷିକ ସହଯୋଗର ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ରାମାୟଣ ସର୍କିଟ ଉପରେ ଆଲୋଚନା କରାଯାଇଥିଲା। ଏହା ଅଧୀନରେ ରାମାୟଣ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକ ଉଭୟ ଦେଶରେ ବିକଶିତ ହେବ | ଏହା ଅଧୀନରେ ନେପାଳର ଜନକପୁର ଏବଂ ଭାରତର ଅଯୋଧ୍ୟା ମଧ୍ୟରେ ଏକ ବସ୍ ସେବା ମଧ୍ୟ ଚଳାଚଳ କରୁଛି।

କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଚୀନ୍ କମ୍ପାନୀକୁ ମିଳିଲା ପ୍ରଥମ ପେଟେଣ୍ଟ

ରାମଙ୍କ ଜନ୍ମସ୍ଥାନକୁ ନେଇ ବିବାଦ

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଅନେକ ଥର ନେପାଳରେ ଭଗବାନଙ୍କ ପ୍ରକୃତ ଜନ୍ମସ୍ଥାନ ଦାବି କରିଛନ୍ତି। ଏଥିପାଇଁ ତାଙ୍କୁ ମଧ୍ୟ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଥିଲା, କିନ୍ତୁ ସେ ନିଜ ଆଭିମୁଖ୍ୟରେ ଦୃଢ଼ ଅଟନ୍ତି । ଏପରିକି ସେ ମାଡିରେ ଏକ ରାମ ମନ୍ଦିର ନିର୍ମାଣ ଏବଂ ଏହାକୁ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳ ଅଯୋଧ୍ୟାପୁରୀ ଭାବରେ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱାସ କରାଯାଏ ଯେ, ସୀତା ନେପାଳର ଜନକପୁରୀରେ ଜନ୍ମ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଅଲି ଦାବି କରିଛନ୍ତି ଯେ, ରାମା ଭାରତ ନୁହେଁ, ନେପାଳର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଛନ୍ତି ।

 

ପ୍ରତିବନ୍ଧକ ହଟାଇବାକୁ ରାଜି

ଅନୁଷ୍ଠିତ ବୈଠକରେ ଉଭୟ ଦେଶ ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସଂପୂର୍ଣ୍ଣ କରିବା ଆବଶ୍ୟକ ବୋଲି କହିଥିଲେ ଏବଂ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜି ହୋଇଥିଲେ । ଏଥିମଧ୍ୟରେ ନିମ୍ନଭୂମି ଅଞ୍ଚଳର ରାସ୍ତା, ସୀମାନ୍ତରେ ରେଳ ସେବା, ଅରୁଣ -3 ଜଳ ବିଦ୍ୟୁତ୍ ପ୍ରକଳ୍ପ ପେଟ୍ରୋଲିୟମ ପାଇପଲାଇନ, ପଞ୍ଚେଶ୍ୱର ବହୁମୁଖୀ ପ୍ରକଳ୍ପ, ଭୂକମ୍ପ ପରେ ନିର୍ମାଣ, ଜଳସେଚନ, ବିଦ୍ୟୁତ୍ ପରିବହନ ଲାଇନ, ନେପାଳ ପୋଲିସ୍ ଏକାଡେମୀ, ସମନ୍ୱିତ ଚେକପୋଷ୍ଟ, HICDP, ମହାକାଲୀ ନଦୀ ଉପରେ ମୋଟର ବ୍ରିଜ୍, କୃଷି ଏବଂ ସାଂସ୍କୃତିକ ଉପରେ ଆଲୋଚନା କରାଯାଇଥିଲା। ଏଥି ସହିତ, ଏହାକୁ କାର୍ଯ୍ୟକାରୀ କରିବାରେ ସମସ୍ୟା ଏବଂ ବାଧାବିଘ୍ନର ମୁକାବିଲା କରିବାକୁ ସହମତି ପ୍ରକାଶ ପାଇଲା  ।

ଏକାମ୍ରକ୍ଷେତ୍ର ସଂପ୍ରସାରଣ: ବଦଳିଯିବ ଲିଙ୍ଗରାଜ ମନ୍ଦିର ଚିତ୍ର,ଭବ୍ୟ ହେବ ନବକଳେବର

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ସଂପ୍ରସାରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକରେ । ତେବେ ବୈଠକରେ ଏକାମ୍ରକ୍ଷେତ୍ରର ଉନ୍ନତିକରଣକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଛି । ହୋଇଥିବା ବୈଠକରେ ଯୋଜନା ସଂପର୍କରେ ଏକ ବିସ୍ତୃତ  ଯୋଜନା ଉପସ୍ଥାପନା କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।  ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ  କରାଯିବ ।

ଯାହାପରେ ସେଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତିମୟ  ପରିବେଶ ସୃଷ୍ଟି ହୋଇ ପାରିବ ।  ନୂଆ  ଯୋଜନା  କାର୍ଯ୍ୟକାରୀ ହେଲେ  ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ପାରିବେ । ଏବେ ୧୦ରୁ ୧୫ ହଜାର ଭକ୍ତ ହିଁ  ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନ ଦେଖିପାରୁଛନ୍ତି । ଶିବରାତ୍ରି ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ ।

ସେପଟେ ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ରହିଛି । ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ବିନ୍ଦୁସାଗର ମଧ୍ୟ ସଂପର୍କ ରହିଛି । ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡ଼ା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ । ଐତିହାସିକ ଦଲିଲରେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ତେବେ ସେହି ଦଲିଲ ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି । ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି ।

ଖାଲି ସେତିକି ନୁହେଁ ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ଏବେ ଯଦି ଦେଖିବା ତେବେ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି ଯୋଜନା ମାଧ୍ୟମରେ ସମସ୍ତ ପ୍ରକାରର ସୁବିଧା ମିଳିପାରିବ । ଓରିଏଣ୍ଟେସନ ସେଣ୍ଟର, ପାର୍କିଂ, ଫୁଡ ପ୍ଲାଜା, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନିଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯିବା ପାଇଁ ଯୋଜନାର ବ୍ୟବସ୍ଥା ରହିଛି ।

ଚା’ ମାଗିଲେ ସ୍ୱାମୀ,ପତ୍ନୀ ଛୁରୀରେ କଲେ ଆକ୍ରମଣ

ଲକ୍ଷ୍ନୌ: ପରିବାର ଅଛି ମାନେ କଳି ଅଛି । ଆଉ ସ୍ୱାମୀ, ସ୍ତ୍ରୀଙ୍କ କ୍ଷେତ୍ରରେ ଏହା ନୁନ୍ୟ । ତେବେ, ଉତ୍ତରପ୍ରଦେଶର ରାୟବରେଲିର ଘଟଣା ଆପଣଙ୍କୁ ଖାଲି ଆଶ୍ଚର୍ଯ୍ୟ କରିବନି । ବରଂ ସ୍ତ୍ରୀଙ୍କୁ ଚା’ ମାଗିଲା ବେଳେ ଥରେ ଭାବିବାକୁ ବାଧ୍ୟ କରିବ । ଘଟଣା ଏମିତି ସ୍ତ୍ରୀଙ୍କୁ ଚା’ ମାଗିବା ଜଣେ ସ୍ୱାମୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଥା କେବଳ ଗାଳିଗୁଳଜରେ ଅଟକି ନାହିଁ । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଘରେ ଛୁରୀ ବୁଲିଛି । ପ୍ରକୃତ କଥା ହେଲା- ସ୍ତ୍ରୀ ପରିବା କାଟୁଥିଲେ, ସ୍ୱାମୀ ସେତିକିବେଳେ ଚା’ ମାଗିଲେ । ସେଥିରେ ସ୍ତ୍ରୀ ରାଜି ହୋଇନଥିଲେ । କିଛି ସମୟ ପୂର୍ବରୁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏଥିର ଉତକ୍ଷିପ୍ତ ସ୍ତ୍ରୀ ସିଧା ଛୁରୀରେ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ ।

ଏହି ମାମଲା ସୁଦାମାପୁର ଗାଁର ବୋଲି ଜଣାପଡ଼ିଛି । ଗାଁର ରାଜେନ୍ଦ୍ର କୁମାର ମଙ୍ଗଳବାର ସକାଳେ ସ୍ତ୍ରୀଙ୍କୁ ଚା’ ମାଗିଥିଲେ । ପତ୍ନୀ ପରିବା କାଟୁଥିବାରୁ ଏବେ ଚା’ କରିପାରିବେ ନାହିଁ ବୋଲି କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାହା ପରେ ହାତାହାତିର ରୂପ ନେଇଥିଲା । ସ୍ତ୍ରୀ ପରିବା କାଟୁଥିବା ଛୁରୀରେ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ପତିଙ୍କ ଶରୀରର କେତକ ସ୍ଥାନରେ ଚୋଟ ଲାଗିଥିବା ବେଳେ ସେ ଆହତ ହୋଇଥିଲେ ।

ଗାଁ ଲୋକ କୌଣସି ପ୍ରକାରେ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ, ରାଜେନ୍ଦ୍ରଙ୍କ ଅଭିଯୋଗ ହେଉଛି- ଏହି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ତାଙ୍କ ସ୍ତ୍ରୀ ବହୁବାର ଏମିତି ଆକ୍ରମଣ କରିଛନ୍ତି । ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏତଲା ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଟ୍ୱିଟରରେ ଏହି ଖବରକୁ ଆଇପିଏସ୍ ଅଫିସର ଅବିନାସ ସରଣ ପୋଷ୍ଟ କରିଥିଲେ । ଲେଖିଥିଲେ- ଆଜି ପରେ ଚା’ କଣ ଆଉ ପାଣି ମାଗିବିନି । ଏହି ଟ୍ୱିଟକୁ ବହୁ ଲୋକ ଲାଇକ୍ କରିବା ସହ ରି-ଟ୍ୱିଟ୍ କରିଛନ୍ତି । ଏହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।

ଲକ୍‌ଡାଉନ୍‌ରେ ବଢାଇଛି ମାନସିକ ଅବସାଦ, ବଢିଛି ଆତ୍ମହତ୍ୟା ମାମଲା

ଭୁବନେଶ୍ୱର: ଦୁଃଖ ଦେଇଛି କୋଭିଡ୍‌ କଟକଣା । ଲକ୍‌ଡାଉନ୍‌ରେ ବଢ଼ିଛି ଲୋକଙ୍କ ମାନସିକ ଯନ୍ତ୍ରଣା । କାହାର ରୋଜଗାର ଚାଲି ଯାଇଛି ତ’କାହାକୁ ଦୁଇ ବେଳା ଖାଦ୍ୟ ମିଳୁନି । ଆଉ ଭଡ଼ା ଦେଇ ନପାରିବାରୁ କାହାକୁ ମାଲିକ ଘରୁ ବି ତଡ଼ି ଦେଇଛି । ଏଭଳି ସ୍ଥିତିରେ ଅନେକଙ୍କର ମାନସିକ ସନ୍ତୁଳନ ବିଗିଡ଼ିଛି । ଯେଉଁଥିପାଇଁ କୋଭିଡ କଟକଣା ସମୟରେ ‘ଆତ୍ମହତ୍ୟା’ ଘଟଣାରେ ରାଜଧାନୀ ଭୁବନେଶ୍ୱର ସର୍ବକାଳୀନ ରେକର୍ଡ କରିଛି ।

୩ ମାସର କଟକଣା ଭିତରେ ସ୍ମାର୍ଟସିଟିରେ ୯୦ ଜଣ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ୧୦ ବର୍ଷ ଭିତରେ ତିନି ମାସରେ ଏତେ ସଂଖ୍ୟାରେ ଆତ୍ମହତ୍ୟା କେବେ ହୋଇନାହିଁ । ୨୦୧୯ରେ ଭୁବନେଶ୍ୱରରେ ଏପ୍ରିଲ, ମେ ଓ ଜୁନ୍‌ ୩ ମାସରେ ୫୭ଟି ଆତ୍ମହତ୍ୟା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିଲା । ଆତ୍ମହତ୍ୟାର ଏହି ଉଦ୍‌ବେଗଜନକ ସଂଖ୍ୟା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

କଟକଣା ସମୟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ସବୁଠାରୁ ଚର୍ଚ୍ଚିତ ରହିଛି । ଯଦିଓ ମାମଲାର ତଦନ୍ତ ଚାଲିଛି, ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ପ୍ରମାଣିତ ହୋଇ ନାହିଁ । ସେହିପରି ମେ ମାସରେ ଶ୍ରୀଲିଙ୍ଗରାଜ ଥାନା କୁମ୍ଭାରସାହି କେନାଲ ରୋଡ୍‌ରେ ନବବିବାହିତା ଗର୍ଭବତୀ ପତ୍ନୀ ମୀନାକ୍ଷୀ ରାଉତଙ୍କୁ ସ୍ୱାମୀ ରାକେଶ ରାଉତ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ ।

ସେହିପରି ନହରକଣ୍ଟାର ସସ୍ମିତା ନନ୍ଦ ଗତ ମାସରେ ଆତ୍ମହତ୍ୟା କରିଥିଲେ । ତେବେ ଏହିସବୁ ଘଟଣା ଅବସାଦ ଗ୍ରସ୍ତର ଶିକାର ହୋଇଥିବା କୁହାଯାଉଛି । ଲକ୍‌ଡାଉନ୍‌ ସମୟରେ ପେଟପାଟଣା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଜନିତ ଘଟମା ବଢିଥିବା କୁହାଯାଉଛି । କେବଳ ଭୁବନେଶ୍ୱର ନୁହେଁ, ସାରା ଦେଶରେ ଏବେ ବହୁ ହାଇପ୍ରୋଫାଇଲ ଆତ୍ମହତ୍ୟା ଘଟଣା ଘଟୁଥିବା ଦେଖାଯାଇଛି ।

(ଭୁବନେଶ୍ୱରରୁ ମାନସ ମହାପାତ୍ର)

ବୁର୍ଖା ପିନ୍ଧିିଥିବା ମହିଳା ଭାଙ୍ଗିଲେ ଭଗବାନ ଗଣେଶଙ୍କ ମୂର୍ତ୍ତି: ଜାଣନ୍ତୁ କେଉଁଠିି ଓ କାହିଁକି

ବାହାରିନ୍:  ଏଠାକାର ଏକ ସୁପରମାର୍କେଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ବିଷୟରେ ଜାଣିବା ପରେ ହିନ୍ଦୁ ଧର୍ମାବଲମ୍ୱି ଦୁଃଖିତ ହେବେ । ଏଠାକାର ଦୋକାନରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଗଣେଶ ମୂର୍ତ୍ତି ଭାଙ୍ଗିଛନ୍ତି । ଆଉ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବହାରେନର ରାଜଧାନୀ ମାନାମାର ଜାଫେୟାର ମାର୍କେଟର ହୋଇଥିବା ସୂଚନା ।

ଭାଇରାଲ ଭିଡିଓରେ ଦୁଇ ଜଣ ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ଦେଖିବାକୁ ମିଳିଛି । ସେମାନେ ଆସନ୍ତା  ଗଣେଷ ପୂଜା ପାଇଁ ରଖାଯାଇଥିବା ଭଗବାନ ଗଣପତିଙ୍କ ପ୍ରତିମୂର୍ତ୍ତିକୁ ଗୋଟିଏ ପରେ ଗୋଟିଏ ତଳେ କଚାଡି ଭାଙ୍ଗୁଛନ୍ତି  । ଭିଡିଓରେ ଶୁଣିବାକୁ ମିଳିଛି ଯେ, ଏହା ଏକ ମୁସଲମାନ ଦେଶ । ଏହା ଉପରେ ଅନ୍ୟ ଜଣେ ମହିଳା କହିଛନ୍ତି ଯେ, ଆମେ ଦେଖିବୁ ଏହି ମୂର୍ତ୍ତିଗୁଡ଼ିକୁ କିଏ ପୂଜା କରିବ | ପୋଲିସକୁ ଡାକ  ।

ପୋଲିସ ଏକ ମାମଲା ଦାୟର କରିଥିଲା

ଏହି ଘଟଣା ପରେ ଗଣେଶ ମୂର୍ତ୍ତି ଭାଙ୍ଗିଥିବା ମହିଳାଙ୍କ ବିରୋଧରେ ବାହାରିନ୍ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖବର ଅନୁଯାୟୀ, ୫୪ ବର୍ଷୀୟା ମହିଳା ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ବାହାରିନର ମନ୍ତ୍ରଣାଳୟ କହିଛି ଯେ, ଜଣେ ମହିଳାଙ୍କ ଦୋକାନକୁ କ୍ଷତି ପହଞ୍ଚାଇବା ସହ ଏକ ଦଳକୁ ବଦନାମ କରିବା ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ

ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ

ବେଙ୍ଗଳୁରୁ: କେଜି ହଲ୍ଲି ଓ ଡିଜି ହଲ୍ଲିରେ ହୋଇଥିବା ହିଂସାକୁ ନେଇ କର୍ଣ୍ଣାଟକ ସରକାର କଠୋର ହୋଇଛନ୍ତି । ଏହି ହିଂସାରେ ସର୍ବସାଧାରଣ ଓ ଘରୋଇ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା । ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବ ବୋଲି କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ ରାଜ୍ୟ ସରକାର କ୍ଲେମ୍ ମିଶନର ନିଯୁକ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ଡିଜେ ହଲ୍ଲି ଓ କେଜି ହଲ୍ଲିରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ସେମାନଙ୍କ ବିରୋଧରେ UAPA ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହିଂସା ଘଟଣାର ତଦନ୍ତ ଜାରି ରଖିଛି । ମାମଲାର ତ୍ୱରିତ ଶୁଣାଣି ପାଇଁ ୩ ଜଣ ସରକାରୀ ଓକିଲଙ୍କ ଟିମ୍ ଲାଗି ପଡ଼ିଛନ୍ତି । ଆବଶ୍ୟକ ହେଲେ ଏସ୍ଆଟି ଗୁଣ୍ଡା ଆକ୍ଟ ଧାରାରେ ମକଦ୍ଦମା ରୁଜୁ ଲାଗି ବିଚାର କରୁଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦିୟୁପ୍ପା ସୋମବାର କରିଥିବା ଟ୍ୱିଟ୍ ମୁତାବକ- କେଜି ହଲ୍ଲି ଓ ଡିଜି ହଲ୍ଲୀରେ ହୋଇଥିବା ହିଂସାରେ ବ୍ୟାପକ ଘରୋଇ ଓ ସର୍ବସାଧାରଣ ସମ୍ପତ୍ତି ନିଷ୍ଟ ହୋଇଛି । ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ କ୍ଲେମ କମିଶନର ନିଯୁକ୍ତ ପାଇଁ ସରକାର ହାଇକୋର୍ଟ ଯିବେ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୨ ତାରିଖ ରାତିରେ କର୍ଣ୍ଣାଟକ ରାଜଧାନୀରେ ଭୟାନକ ହିଂସା ହୋଇଥିଲା । ଏହି ହିଂସାରେ ଏବେ ଯାଏଁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ୩ ଜଣଙ୍କ ମୃତ୍ୟୁ ଘଟଣା ଦିନ ରାତିରେ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖି ବୁଜିଥିଲେ । ଏହି ହିଂସାରେ ପ୍ରାୟ ୬୦ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ ।

ଭଲ ଖେଳିଲେ ହଷ୍ଟେଲରେ ଯାଗା ଅଛି : କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ଏବେ ଭଲ ଖେଳ ପ୍ରଦର୍ଶନ କଲେ ମିଳିବ ହଷ୍ଟେଲରେ ରହିବାର ସୁଯୋଗ । କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ଏମିତି କଡା ତାଗିଦ କରିଛନ୍ତି ।  ଭଲ ପ୍ରଦର୍ଶନ ନ କଲେ,  ହଷ୍ଟେଲରେ ରହିବାର ସୁଯୋଗ ଖେଳାଳୀଙ୍କୁ ମିଳିବ ନାହିଁ      । ସବୁ ୧୮ ବର୍ଷରୁ ଅଧିକ ବୟସ୍କ ଖେଳାଳୀଙ୍କୁ ଟିମରୁ ବାହାର କରାହେବ ନାହିଁ। ଯିଏ ଭଲ ଖେଳିବେ, ସିଏ ଟିମରେ ରହିବ। ୧୬ଟି କ୍ରୀଡ଼ା ହଷ୍ଟେଲରେ ବି ଏବେଠାରୁ ଆଉ ସବୁ ଖେଳର ଛାତ୍ର ରହିବେ ନାହିଁ। ଏହା ୨ରୁ ତିନିକୁ ସୀମିତ ରହିବ। ଏଥିରେ ଭଲ ଭାବେ ସବୁ ଖେଳକୁ ସମୟ ଦେଇ ହେବ।
ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ସୁଧା ଫିଫା ଅଣ୍ଡର ୧୭  ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ (FIFA Under 17 Qualifying ) ପାଇଁ ତିନୋଟି ଷ୍ଟାଡିଅମ ପ୍ରସ୍ତୁତି ସରିବ। କଳିଙ୍ଗ ଷ୍ଟାଡିଅମରେ ଦୁଇଟି, ସପ୍ତମ ବଟାଲିଅନରେ ଗୋଟିଏ ଓ କ୍ୟାପିଟାଲ ହାଇସ୍କୁଲରେ ଗୋଟେ ପଡ଼ିଆ ଏଥିପାଇଁ ପ୍ରସ୍ତୁତ ହେବ । ଚଳିତ ବର୍ଷ ନଭେମ୍ବର ବଦଳରେ ଆସନ୍ତା ୨୦୨୧ରେ ଭୁବନେଶ୍ୱରରେ ହେବ ମ୍ୟାଚ। ତେବେ କରୋନା ପାିଁ କ୍ରୀଡା ଭିତ୍ତିଭୂମି ସଂପ୍ରସାରଣରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ବିଭିନ୍ନ କ୍ରୀଡା ସଂଘଙ୍କର  ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ୧୬ କ୍ରୀଡା ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ  ୧୮ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ହଷ୍ଟେଲରେ ରଖାଯିବା ପାଇଁ ସଂଘ ଦେଇଥିବା  ପ୍ରସ୍ତାବକୁ ସରକାର ଗ୍ରହଣ କରିବା ସହ ପ୍ରଦର୍ଶନକୁ ନେଇ କ୍ରୀଡା ମନ୍ତ୍ରୀ ଏଭଳି କଡା ତାଗିଦ କରିଛନ୍ତି ।

ଆସନ୍ତା ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ବିଜ୍ଞାନ ପରେ ଏବେ ପ୍ରକାଶ ପାଇବାକୁ ଯାଉଛି ବାଣିଜ୍ୟ ଫଳାଫଳ । ପୂର୍ବରୁ CHSEର ବିଜ୍ଞାନ ପରୀକ୍ଷାର ଫଳାଫଳ ପ୍ରକାଶ ପାଇସାରିଛି । ତେବେ ୧୯ ତାରିଖରେ ବାହାରିବ ବାଣିଜ୍ୟ ଫଳାଫଳ । ପୂର୍ବାହ୍ନ ୧୧.୩୦ ରେ ବାହାରିବ ବାଣିଜ୍ୟ ଫଳ । CHSE କାର୍ଯ୍ୟାଳୟରେ ରେଜଲ୍ଟ ଡିକ୍ଳାର ହେବ । ୱେବସାଇଟରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ମାସ ଶେଷ ଶେଷ ସୁଦ୍ଧା କଳା ରେଜଲ୍ଟ ବାହାରିବ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

୩ : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ

ଭୁବନେଶ୍ୱରରୁ ପୁଣି ୧୯୮ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୧୩୨

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବଢ଼ୁଛି କରୋନା ସଂକ୍ରମଣ । ଆଜି ପୁଣି ୧୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜଧାନୀରେ ୫ ହଜାର ୪୮୭ ଜଣ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୋଇଛି । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୮୭ ଜଣ ଏବେ କାରୋନା ସକ୍ରିୟ ରହିଛନ୍ତି ।

ତେବେ କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନାରୁ ସୁସ୍ଥ ସଂଖ୍ୟା । ପ୍ରତି ଦିନ କ୍ରମାଗତ ଭାବେ ଅଧିକ ପରିମାଣରେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜଧାନୀରୁ ୧୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ସୁସ୍ଥ ସଂଖ୍ୟା ହେଉଛି  ୩ ହଜାର ୫୬୭ ରେ ପହଞ୍ଚିଛି  ।

କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଚୀନ୍ କମ୍ପାନୀକୁ ମିଳିଲା ପ୍ରଥମ ପେଟେଣ୍ଟ

ବେଜିଂ: ଚୀନ କ୍ୟାନସିନୋ କମ୍ପାନୀକୁ କରୋନା ଭାଇରସ୍ ଭ୍ୟାକ୍ସିନ୍ ପେଟେଣ୍ଟ ଅନୁମତି ଦେଇଛି । କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କରୋନା ଭାଇରସ୍ ଭ୍ଯାକ୍ସିନ୍ ପେଟେଣ୍ଟ ହାସଲ କରିଥିବା ପ୍ରଥମ ଚୀନ କମ୍ପାନୀ ଅଟେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସରେ କ୍ୟାନସିନୋ ଏହି ଭ୍ୟାକ୍ସିନର ନାମ Ad5-nCOV ରଖିଛି ।

ଅନ୍ୟ ଏକ ରିପୋର୍ଟ ମୁତାବକ, ଚୀନ ନ୍ୟାସନାଲ ଇଣ୍ଟେଲକ୍ଚୁଆଲ୍ ପ୍ରପଟି ଆଡମିନିଷ୍ଟ୍ରେସନ୍ ଅଗଷ୍ଟ ୧୧ ତାରିଖକୁ କ୍ୟାନସିନୋ ବାୟୋଲଜିକ୍ସ ଆଇଏନସିକୁ ଭ୍ୟାକ୍ସିନ ପେଟେଣ୍ଟ ମଞ୍ଜୁରୀ ଦେଇଥିଲା ।

corona

ଏହା ପୂର୍ବରୁ ସାଉଦି ଆରବ ପକ୍ଷରୁ କୁହାଯାଇଥିଲା- କ୍ୟାନସିନୋ କମ୍ପାନୀ କରୋନା ଭାଇରସ୍ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛି । କମ୍ପାନୀ ଋଷ, ବ୍ରାଜିଲ, ଚିଲିରେ ମଧ୍ୟ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ହଂକଂରେ କ୍ୟାନସିନୋ କମ୍ପାନୀର ସେୟାର ଦାମ ସୋମବାର ୧୪ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ସାଂଘାଇରେ କମ୍ପାନୀର ସେୟାରରେ ୬.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା ।

କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କମ୍ପାନୀ ଭ୍ୟାକ୍ସିନ୍ କ୍ୟାଣ୍ଡିଡେଟ୍ କମନ୍ କୋଲ୍ଡ ଭାଇରସରେ ପରିବର୍ତ୍ତନ କରି ତିଆରି କରାଯାଇଛି । ଏହି ଫର୍ମୁଲାରେ ମଧ୍ୟ ଅକ୍ସଫୋର୍ଡ ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣରେ ଭ୍ୟାକ୍ସିନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ । ଏହି ଭ୍ୟାକ୍ସିନ୍ ଆଣ୍ଟିବଡି ଓ ଟି ସେଲ୍ ତିଆରି କରିବାରେ ସକ୍ଷମ ଅଛି ।