spot_img
Home Blog Page 6659

ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେବେ ରାଜ୍ୟର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ

ଭୁବନେଶ୍ୱର: ରାଜ୍ୟର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ସମ୍ମାନ । ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ ତାରିଖରେ ସମ୍ମାନିତ ହେବେ । ହେଲେ କେହି ସଂଗ୍ରାମୀ ରାଷ୍ଟ୍ରପତି ଭବନ ଯିବେ ନାହିଁ । କୋଭିଡ୍ ପାଇଁ କାର୍ଯ୍ୟକ୍ରମରେ ପରିବତ୍ତର୍ନ କରାଯାଇଛି । ନିଜ ନିଜ ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ମାନିତ କରିବେ ।

FILE

ରାଷ୍ଟ୍ରପତି ସମ୍ମାନ ପାଇଁ ପ୍ରକାଶ ପାଇଥିବା ତାଲିକାରେ ରହିଛନ୍ତି ଯାଜପୁର ବାଲିପଡ଼ିଆ ଗାଁର ନୀଳମଣି ସାମଲ, ଭଦ୍ରକ ଧୁଷୁରୀ ସୂର୍ଯ୍ୟପୁର ଗାଁର ରାମହରି ଗୋସ୍ୱାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀ । ସେହିଭଳି ଅନ୍ୟମାନେ ହେଲେ ନୟାଗଡ଼ ରଣପୁର ମଝିଖଣ୍ଡର ଈଶ୍ୱର ବିଶୋୟୀ, ଭଦ୍ରକ ଧାମନଗର କମାରବନ୍ଧର ବ୍ରଜକିଶୋର ରାଉତ ସମ୍ମାନିତ ହେବେ ।

ଜଗତସିଂହପୁର ବାଲିକୁଦା ଭଗବାନ ସିନ୍ଧୋଳ ଗାଁର ବିଶ୍ୱନାଥ ଦାସ, ସମ୍ବଲପୁର ମୁରା କଲମୀ ଗାଁର ଦେବାନନ୍ଦ ଗୁପ୍ତା, ନୟାଗଡ଼ କଣ୍ଟିଲୋର ସହଦେବ ବେହେରା, କେନ୍ଦ୍ରାପଡ଼ା ହାଟବାଣପୁରର ମକରଧ୍ୱଜ ଦାସ, ଯାଜପୁର କାଇପଡ଼ାର ଦଧିଚି ସାହୁଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ ।

ଭୂତାଣୁ ସହ ଯୁଦ୍ଧ ସମୟରେ ବି ନିର୍ବାଚନ ନିଶା

ଭୁବନେଶ୍ୱର(ଶତ୍ରୁଘ୍ନ ବିଶ୍ୱାଳ): ପୌର ନିର୍ବାଚନ ନେଇ ରାଜନୀତି । ସମ୍ବିଧାନର ଦ୍ୱାହି ଦେଇ ସ୍ୱର ଉଠାଇଲେ ବିରୋଧୀ । ପୌର ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବାର ବର୍ଷେ ଉପରେ ହେଲାଣି । କିନ୍ତୁ ନିର୍ବାଚନ ପ୍ରତି ଦୃଷ୍ଟି ଦିଆଯାଉନାହିଁ ବୋଲି ବିରୋଧୀ କହିଛନ୍ତି । ବିଜେଡି ଏହାର ଜବାବ ରଖିଛି ।

ଜୀବନ ସଂଗ୍ରାମ ବେଳେ ରାଜନୀତି । ଭୂତାଣୁ ସହ ଯୁଦ୍ଧ ସମୟରେ ବି ନିର୍ବାଚନ ନିଶା । ପୌର ନିର୍ବାଚନ ପାଇଁ ବିରୋଧୀଙ୍କ ଦାବି । କଟକଣା ଭିତରେ ବି ହେଉ ନିର୍ବାଚନ । ଏଭଳି ଦାବି ରଖିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କହିଛନ୍ତି, କାର୍ଯ୍ୟକାଳ ସରିବାର ବର୍ଷେ ପରେ ବି ପୌର ନିର୍ବାଚନ ହୋଇନାହିଁ । ଆଗରୁ ନିଷ୍ପତ୍ତି ହୋଇଥିଲେ ନିର୍ବାଚନ ସରିଥାନ୍ତା । କିନ୍ତୁ ଏବେ କରୋନା ସଂକ୍ରମଣ ଯୋଗୁ କେନ୍ଦ୍ର ଉପରେ ରାଜ୍ୟ ସରକାର ଦୋଷ ଦେବେ ବୋଲି ବିଜେପି କହିଛି । କଂଗ୍ରେସ କହିଛି, ସାମାଜିକ ଦୂରତା ରକ୍ଷାକରି ନିର୍ବାଚନ କରିହେବ ।

ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । କରୋନା ସମୟରେ ରାଜ୍ୟସଭା ଉପନିର୍ବାଚନ ବି ହେଉନାହିଁ । କରୋନା ପାଇଁ ସମସ୍ତେ ଭୟଭୀତ । ସୁପ୍ରିମ୍‌କୋର୍ଟରେ ମାମଲା ମଧ୍ୟ ରହିଛି । ଆଇନରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି । କହିବା ସହଜ । କିନ୍ତୁ ନିର୍ବାଚନ ହୋଇନାହିଁ ବୋଲି କାମ ହେଉନାହିଁ କହିବା ଭୁଲ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।

ପୌର ନିର୍ବାଚନ ପ୍ରସଙ୍ଗ ପୂର୍ବରୁ ଅନେକ ଥର ଉଠିଛି । କିନ୍ତୁ ମାମଲା ସୁପ୍ରିମକୋର୍ଟରେ ଥିବାରୁ ନିର୍ବାଚନ ହୋଇପାରିନାହିଁ । ଏବେ ପୌରପାଳିକାର ସମସ୍ତ କାମ ପୌର ଅଧିକାରୀ ଏବଂ ପୂର୍ବତନ ଲୋକ ପ୍ରତିନିଧିମାନେ ମିଶି କାମ କରୁଛନ୍ତି । ସ୍ଥିତି ସ୍ୱାଭାବିକ ହେଲେ ନିର୍ବାଚନ ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

ସୀମାରେ ବଢ଼ୁଛି ତିକ୍ତତା, ଭାରତ ଉପରକୁ ଗୁଳିବର୍ଷା କଲା ନେପାଳ…

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ଏବେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ହେବ ବୋଲି କୁହାଯାଉଥିବା ବେଳେ ନେପାଳ ପକ୍ଷରୁ ଗୁଳି ବର୍ଷା କରାଯାଇଛି । ନେପାଳର ଏଭଳି ଆଚରଣ ଯୋଗୁଁ ଜଣେ ଭାରତୀୟ ଯୁବକ ଗୁରୁତର ହୋଇଛନ୍ତି । ଉକ୍ତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Nepal Border  ଏହି ଘଟଣା ବିହାରର କିଶାନଗଞ୍ଜ ଜିଲ୍ଲାର ଟେଢ଼ାଗାଛର ଫତେହପୁରର ଭାରତ-ନେପାଳ ସୀମାରେ ଘଟିଛି । ଯେଉଁଠାରେ ଶନିବାର ରାତିରେ ନେପାଳ ପୋଲିସ ତିନି ଜଣ ଭାରତୀୟ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲା । ଯେଉଁଥିରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଆହତ ଯୁବକଙ୍କୁ ଅନାନ-ଫାନାନରେ ଚିକିତ୍ସା ପାଇଁ ଟେଢ଼ାଗାଛ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା, ପରେ ତାଙ୍କୁ ଭଲ ଚିକିତ୍ସା ପାଇଁ ରେଫରାଲ ଡାକ୍ତରଖାନାକୁ ପଠାଯାଇଥିଲା ।

Nepal Border

ଯୁବକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଯୁବକ ଜଣକୁ ପୁର୍ନିଆରେ ଚିକିତ୍ସା କରାଯାଉଛି । ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁଯାୟୀ, ଗୁରୁତର ଯୁବକ ହେଉଛନ୍ତି ଜିତେନ୍ଦ୍ର କୁମାର ସିଂ (୨୫) । ଜିତେନ୍ଦ୍ର ଏବଂ ତାଙ୍କର ଦୁଇ ସାଥୀ ଅଙ୍କିତ କୁମାର ସିଂ ଏବଂ ଗୁଲଶାନ କୁମାର ସିଂ ଭାରତ-ନେପାଳ ସୀମାରେ ଥିବା ମାଫି ଟୋଲା ଏବଂ ମଲ୍ଲା ଟୋଲାକୁ ରାତି ପ୍ରାୟ ସାଢ଼େ ସାତଟାରେ ଗୋରୁ ଖୋଜିବା ପାଇଁ ଯାଇଥିଲେ ।

Nepal Border

ଗ୍ରାମବାସୀଙ୍କ କହିବାନୁସାରେ, ଗାଁରୁ ବାହାରେ ଥିବା ଚାଷ ଜମି ଆଡକୁ ଯିବା ପରେ ସୀମାରେ ଅବସ୍ଥାପିତ ନେପାଳ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଯେଉଁଥିରେ ଜିତେନ୍ଦ୍ର କୁମାର ସିଂଙ୍କୁ ଗୁଳି ବାଜିଛି । ପରେ ଜିତେନ୍ଦ୍ର କୁମାର ସିଂଙ୍କୁ ତାଙ୍କର ଦୁଇ ସାଙ୍ଗ ତଥା ସ୍ଥାନୀୟ ଗ୍ରାମବାସୀ ଘରକୁ ଆଣିଥିଲେ । ଏହି ଘଟଣାର ସୂଚନା ସ୍ଥାନୀୟ ପୋଲିସ ଏବଂ ଦ୍ୱାଦଶ ବାଟାଲିୟନର ଏସଏସବି ଫତେହପୁରକୁ ଦିଆଯାଇଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ନେପାଳ ପକ୍ଷରୁ ଗୁଳି ବର୍ଷ କରାଯାଇଥିଲା । ଚଳିତ ବର୍ଷ ଜୁନ୍ ମାସରେ ନେପାଳ ପକ୍ଷରୁ ଗୁଳି କରାଯାଇଥିଲା । ଏହି ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହାସହ ଚାରି ଜଣ ଆହତ ମଧ୍ୟ ହୋଇଥିଲେ । ଏହି ଘଟଣା ବିହାରର ଭାରତ-ନେପାଳ ସୀମା ନିକଟ ସୀତାମାଢ଼ୀର ସୋନବରସା ଥାନା ଅଧିନରେ ଘଟିଛି ।

ପ୍ରସୂତୀ ପଜିଟିଭ୍ ପରେ କ୍ୱାରେଣ୍ଟାଇନରେ ଡାକ୍ତରଙ୍କ ସହ ୬୦ ଜଣ, ୫ ନର୍ସିଂହୋମ୍ ସିଲ୍

ଢେଙ୍କାନାଳ: ସଂକ୍ରମଣ କାଳରେ ବଢ଼ିଲା ଚିନ୍ତା । ପ୍ରସୂତୀ କରୋନା ପଜିଟିଭ୍ ପରେ ସିଲ୍ ହେଲା ୫ ନର୍ସିଂହୋମ୍ । ଢେଙ୍କାନାଳରେ ଜଣ ପ୍ରସୂତୀ କଟକରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୟ ଖେଳି ଯାଇଛି । ପ୍ରତିଷେଧକ ପଦକ୍ଷେପ ପ୍ରକାରେ ପ୍ରଶାସନ ୫ଟି ନର୍ସିଂହୋମକୁ ସିଲ୍ କରିଥିବା ବେଳେ ଡାକ୍ତର ଓ ଷ୍ଟାଫ ନର୍ସଙ୍କ ସମେତ ପ୍ରାୟ ୬୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

FILE

ପ୍ରସବ ପାଇଁ ପ୍ରଥମେ ମହିଳା ଜଣଙ୍କୁ ଢେଙ୍କାନାଳର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ନମିଳିବାରୁ ସେ ଆଉ ୪ଟି ନର୍ସିଂହୋମ୍ ସହ ୨ ଅଲ୍ଟ୍ରାସାଉଣ୍ଡ କ୍ଲିନିକକୁ ଯାଇଥିଲେ । ଏଥିସହ ଗୋଟିଏ ମେଡିସିନ୍ ଷ୍ଟୋରକୁ ଯାଇଥିଲେ । ଶ୍ୱାସକ୍ରିୟାରେ ବାଧା ଉପୁଜିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରୀକ୍ଷା ପରେ ତାଙ୍କ ନମୁନା ପଜିଟିଭ୍ ଆସିଛି ।

FILE

ପ୍ରସୂତୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ସତର୍କତା ମୂଳକ ପଦକ୍ଷେପ ନେଇଛି । ପ୍ରସୂତୀ ଯାଇଥିବା ୫ଟି ନର୍ସିଂହୋମକୁ ସିଲ୍ କରାଯାଇଛି । ଏଥିସହ ପ୍ରସୂତୀଙ୍କ ଚିକିତ୍ସା କରିଥିବା ଓ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ନର୍ସ, ଡାକ୍ତର ଏମିତି ୬୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି ।

(ଢେଙ୍କାନାଳରୁ ସତ୍ୟସ୍ୱରୂପ ଦାସ)

ଓକିଲ ସ୍ପ୍ରେଡର ! ଗୋଟିଏ ୱାର୍ଡକୁ ଛାଡ଼ି କଣ୍ଟେନମେଣ୍ଟ ଜୋନରେ ପୌର ପରିଷଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ । ବାଲି ପଣସପଡ଼ିର କରୋନା ସଂକ୍ରମିତ ଆଇନଜୀବୀ ଓ କେ.ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ପରେ ପ୍ରଶାସନ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଆଇନଜୀବୀ ଫୁଲବାଣୀ ପୌର ପରିଷଦର ସମସ୍ତ ଅଞ୍ଚଳକୁ ନିୟମିତ ଭାବରେ ଯିବା ଆସିବା କରୁଥିଲେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଣ ଜଣ କରି ବହୁ ଜଣଙ୍କ ସହିତ ମିଶିଥିଲେ ।

ଏଣୁ, କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଫୁଲବାଣୀ ପୌର ପରିଷଦର ୱାର୍ଡ ନଂ-୨(ଡାମିଗାଁ) ବ୍ୟତୀତ ଅନ୍ୟ ସମସ୍ତ ୱାର୍ଡ ଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ସେହିପରି ଫୁଲବାଣୀ ପୌର ପରିଷଦକୁ ଲାଗିଥିବା ସାର୍ତ୍ତାଗୁଡ଼ା, କୁମ୍ଭାର ଗୁଡ଼ା, ଲେଙ୍ଗେର ସାହି, ତେରାଗୁଡ଼ା, ଗୁଦାରି, ସାଇନିପଡ଼ା, ଆଇ.ଟି.ଆଇ., ସୁଲୁକେଡି ଅଞ୍ଝଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।

ସେହିପରି କ. ନୂଆଗାଁ ବ୍ଲକ ସାରଙ୍ଗଗଡ଼ର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି, କଲୋନି ସାହି, ବାହାଡ଼ାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡ଼ା, ପେଣ୍ଡି ପଦର, ଗୁଣ୍ଡ୍ରାଗାଁ, ସାଲଗୁଡ଼ା, ମାଡିଗୁଡ଼ା, ଦାଶିଗୁଡ଼ା, ସୁର୍ସୁଡି, ବାନେଗାଁ, ଏବଂ ବଣ୍ଡାଗୁଡ଼ା ଗ୍ରାମ ପଞ୍ଝାୟତର ବଣ୍ଡାଗୁଡ଼ା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ମଧ୍ୟ ଘୋଷଣା କରିଛନ୍ତି । ସାରଙ୍ଗଗଡ଼କୁ ଲାଗିଥିବା ଟେଟ୍ରେଗାଁ, ପାଇବରାସାହି, ବଣ୍ଡୁଡ଼ି, ବଣ୍ଡଗୁଡ଼ା ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ବିଲାବାଡ଼ି, ଦାଡ଼ି, ଗସାଗୁଡ଼ା, ଜିରିଡ଼ିକିଆ ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ଜିରିଡ଼ିକିଆ, ମଗଡାଙ୍ଗିଆ, କାପୁଗୁଡ଼ା, ଗୁଞ୍ଜିଗାଁ, କାଣିବିଡ଼ିଆ ଏବଂ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଝାୟତର ବାଲ୍‌କିଡାଡ଼ି, ମଣିପଦର ଅଞ୍ଝଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।

କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଯେ କୌଣସି ପରିସ୍ଥିରେ ମଧ୍ୟ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି, ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଘର ନିକଟରେ ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।

(ଫୁଲବାଣୀରୁ ପ୍ରଶାନ୍ତ ଜେନା)

ଆଦିତ୍ୟଙ୍କ ସୁଇସାଇଡ୍ ନୋଟରେ ୨ ପୃଷ୍ଠା ଲେଖିଥିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ଆଦିତ୍ୟ ଦାଶ ଡାଏରୀ ଓ ଡେଥ୍ ମିଷ୍ଟ୍ରି । ହଟୁନି ପରଦା, ବଢୁଛି ରହସ୍ୟ । ୧୩ ଦିନ ପରେ ବି ଖୋଲୁନି ରହସ୍ୟ । ତଦନ୍ତ ନେଇ ଧନ୍ଦି ହେଲାଣି ରେଳବାଇ ପୋଲିସ । ଦିନକୁ ଦିନ ପଦାକୁ ଆସୁଛି ନୂଆ ଦିଗ । ଡାଏରୀରେ ୪ ପୃଷ୍ଠା ନୁହେଁ, ୬ ପୃଷ୍ଠା ଲେଖା ହୋଇଛି । ଆଉ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଖିଥିବା ଜିଆର୍‌ପି ଜେରା ବେଳେ ମାନିଛନ୍ତି । ସେପଟେ ଉଭୟ ପତିପତ୍ନୀଙ୍କ ଶେଷ କଲ କାହା ପାଖକୁ ଯାଇଥିଲା, ତା’ର ଯାଞ୍ଚ ଚାଲିଛି  । ଘଟଣାକୁ ଏହା କରିଛି ଆହୁରି ରହସ୍ୟମୟ ।

ଖୋଲୁଛି ଡାଏରୀ ଗୁମର । ଡାଏରୀରେ ୪ ପୃଷ୍ଠା ନୁହେଁ, ୬ ପୃଷ୍ଠା ଲେଖା ହୋଇଛି । ଆଉ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଥିଛନ୍ତି । ଜିଆର୍‌ପିର ଜେରା ବେଳେ ବିଦ୍ୟାଶ୍ରୀ ଦୁଇ ପୃଷ୍ଠା ଲେଖିଥିବା ମାନିଛନ୍ତି । ସେ ଦୁଇ ପୃଷ୍ଠାର କଣ ଲେଖିଛନ୍ତି ବିଦ୍ୟାଶ୍ରୀ ? କାହିଁକି ଲେଖିଲେ ? ଘଟଣାକୁ ଭିନ୍ନରୂପ ଦେବାକୁ ଲେଖିଥିଲେ କି ? ଦୁଇପୃଷ୍ଠାର ହ୍ୟାଣ୍ଡ ରାଇଟିଂ ଯାଞ୍ଚ କରିବ କି ଜିଆର୍‌ପି ? ଜୁଲାଇ ୬ ତାରିଖ ଦିନ ବିଦ୍ୟାଶ୍ରୀ ଓ ଆଦିତ୍ୟ ୨ଟି ନମ୍ବରକୁ ଶେଷ କଲ୍ କରିଥିବା ସିଡିଆର୍‌ ରିପୋର୍ଟରୁ ଜଣାପଡିଛି ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ଆଦିତ୍ୟ ସନ୍ଧ୍ୟା ୬ଟା୪୨ରେ ଅଜଣା ନମ୍ବରକୁ କଲ୍‌ କରିଥିଲେ । ପ୍ରଥମେ ବିକାଶଙ୍କୁ କଲ କରିଥିଲେ ବୋଲି ଜିଆର୍‌ପି ସୂଚନା ଦେଇଥିଲା । କିନ୍ତୁ ବିକାଶଙ୍କୁ ନୁହେଁ, ଅନ୍ୟ ଜଣଙ୍କୁ କଲ କରିଥିଲେ ଆଦିତ୍ୟ । ଅଜଣା ନମ୍ବର ବ୍ୟକ୍ତିଙ୍କୁ ଶେଷଥର କଣ କହିଥିଲେ ଆଦିତ୍ୟ ? ସେହିଭଳି ବିଦ୍ୟଶ୍ରୀ ଘରୁ ବାହାରିବା ପରେ ସନ୍ଧ୍ୟା ୬ଟା ୪୮ରେ କାହାକୁ କରିଥିଲେ ଓ ସେ ନମ୍ବର କାହାର ? କଣ କଥା ହୋଇଥିଲେ ବିଦ୍ୟାଶ୍ରୀ ? ଆଦିତ୍ୟଙ୍କ ବାବଦରେ କିଛି ଜଣାଇଥିଲେ କି ? କଥା ହୋଇଥିବା ବ୍ୟକ୍ତି ଜଣଙ୍କ କିଛି ରହସ୍ୟ ଜାଣିଛନ୍ତି କି ? ଏହାର ତଦନ୍ତ ଦାବି କରିଛନ୍ତି ଆଦିତ୍ୟଙ୍କ ବାପା ।

ଅନ୍ୟପଟେ ଆଦିତ୍ୟଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ଲାଗି ରହିଛି । ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି ହୋଇଛି । ଆଦିତ୍ୟଙ୍କ ଶୁଭେଚ୍ଛୁ ଓ ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଲଣ୍ଡା ହୋଇ ପ୍ରତିବାଦ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଆଦିତ୍ୟଙ୍କ ବଲାଙ୍ଗିର ବନ୍ଧୁ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା କଥା କହିଛନ୍ତି । ଆଦିତ୍ୟ କେବେ ଆତ୍ମହତ୍ୟା କରିପାରିବେନି ବୋଲି ସେ କହିଛନ୍ତି । ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପପୁ, ବିକାଶ, ପ୍ରୀତମ ଓ ବିଦ୍ୟାଶ୍ରୀଙ୍କୁ ଖୁବଶୀଘ୍ର ମୁହାଁମୁହିଁ ଜେରା କରିବ ଜିଆର୍‌ପି ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: କଙ୍ଗନାଙ୍କ ପଛରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ହାତ !

ନୂଆଦିଲ୍ଲୀ: କଙ୍ଗନା ରାଣାଓ୍ୱତଙ୍କୁ ମିଳିଲା ସୁବ୍ରମଣ୍ୟମ ସ୍ୱାମୀଙ୍କ ସମର୍ଥନ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି । ମୃତ୍ୟୁ ଘଟଣାକୁ ମାସେ ପୁରି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ବାଟ ବାହାରି ନାହିଁ କିମ୍ବା ଘଟଣା ଉପରୁ ପରଦା ଉଠିନାହିଁ । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇ ପୋଲିସ କହୁଥିବା ବେଳେ କହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ସନ୍ଦେହ ଘେରରେ ।

Subramanian Swamy

ତେବେ ଏହାରି ମଧ୍ୟ ବଲିଉଡ କୁଇନ୍‌ କଙ୍ଗନା ରାଣାଓ୍ୱତ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ କିଛି ମନ୍ତବ୍ୟ ଦେଇଛନ୍ତି । ଯାହାକି ଘଟଣାକୁ ଆହୁରି ଘନିଭୂତ କରିଛି । ସୁଶାନ୍ତ ମୃତ୍ୟୁ ପଛରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଏମିତିକି ସେ କଙ୍ଗନା କହିଛନ୍ତି ଯେ, ବିଗତ ଦିନରେ ତାଙ୍କୁ ମଧ୍ୟ ବାଧ୍ୟ କରାଯାଇଥିଲା ଆତ୍ମହତ୍ୟା କରିବାକୁ । କିନ୍ତୁ ସେ ସେତିକି ହେଡ୍‌ ଷ୍ଟ୍ରଙ୍ଗ ଥିଲେ ତେଣୁ ସେ ଆତ୍ମହତ୍ୟା କଲେ ନାହିଁ ବରଂ ପରିସ୍ଥିତି ସହ ଲଢ଼ିଲେ ।

 

ଅନ୍ୟପଟେ ଏହି ଘଟଣାକୁ ନେଇ କଙ୍ଗନାଙ୍କ ଏଭଳି ବୟାନ୍‌ ପରେ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନ‌ଜୀବୀ ସୁବ୍ରମଣ୍ୟମ ସ୍ୱାମୀ କଙ୍ଗନାଙ୍କୁ ଆଇନଗତ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି । କଙ୍ଗନା ଦେଇଥିବା ମନ୍ତବ୍ୟକୁ ପୋଲିସ ଆଗରେ ସତ ପ୍ରମାଣିତ କରିବା ପାଇଁ ଯାହା କିଛି ଆଇନଗତ ସହଯୋଗ ଲୋଡ଼ା ହେବ ସେଥିରେ ସୁବ୍ରମଣ୍ୟମ ସ୍ୱାମୀ ସହଯୋଗ କରିବେ । ଏନେଇ ତାଙ୍କ ଓକିଲ ଇଶକରଣ ସୂଚନା ଦେଇଛନ୍ତି ।

https://twitter.com/ishkarnBHANDARI/status/1284745389933903872

କିଛି ଦିନ ପୂର୍ବରୁ କଙ୍ଗନା କହିଥିଲେ ଯେ ବଲିଉଡ୍‌ରେ ନେପୋଟିଜିମ୍‌ର ପରିମାଣ ବହୁତ ଅଧିକ ରହିଛି । କିଛି ବଡ଼ ବଡ଼ ପ୍ରଡ୍ୟୁସର ଓ ଡାଇରେକ୍ଟର ପୁରା ଇଣ୍ଡଷ୍ଟ୍ରିକୁ ନିଜ କବ୍‌ଜାରେ ସବୁବେଳେ ରଖିବାକୁ ଚାହୁଛନ୍ତି । ଆଉ ନେପୋଟିଜିମ୍‌ କାରଣରୁ ହିଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି କଙ୍ଗନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏକଥା ସତ ନହେଲା ତେବେ ସେ ପାଇଥିବା ପଦ୍ମଶ୍ରୀ ପୁରଷ୍କାର ଫେରେଇଦେବେ ।

ରାମ ମନ୍ଦିରର ଭୂମି ପୂଜା ପାଇଁ ଧାର୍ଯ୍ୟ ହେଲା ତାରିଖ, ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟା: ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ପରେ ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନର ଶୁଭ ସମୟ ବାହାରିଛି । ସୂତ୍ର ଅନୁଯାୟୀ, ଅଗଷ୍ଟ ୫ରେ ରାମ ମନ୍ଦିରର ଜମି ପୂଜା କରାଯାଇପାରେ । ଏହି ତାରିଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅଯୋଧ୍ୟାରେ ଭୁମି ପୂଜନ କରିବେ। ଜଣାଇ ରଖୁଛୁ ଯେ, ଶନିବାର ଦିନ ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ପ୍ରଥମ ବୈଠକରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଦୁଇଟି ତାରିଖ ସ୍ଥିର କରାଯାଇଥିଲା । ଅଗଷ୍ଟ ୩ ଏବଂ ୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭିତ୍ତି ପ୍ରସ୍ତର ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଇଥିଲା ।

ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଗଷ୍ଟ ୫ ତାରିଖକୁ ଧାର୍ଯ୍ୟ କରିଛି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୫ରେ ଅଯୋଧ୍ୟାରେ ପହଞ୍ଚି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ରାମଲାଲାଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ରାମ ଭକ୍ତମାନେ ରାମ ମନ୍ଦିର ନିର୍ମାଣକୁ ଅପେକ୍ଷା କରିଥିଲେ। କିନ୍ତୁ କରୋନା ଭାଇରସ ସଂକ୍ରମଣ ଏବଂ ଚୀନ୍ ସହିତ ସୀମା ବିବାଦ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ମିଳୁନାହିଁ।

ମନ୍ଦିର ମାନଚିତ୍ର ପରିବର୍ତ୍ତନ

ଜଣାଇ ରଖୁଛୁ ଯେ, ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ବ୍ୟତୀତ ମନ୍ଦିରର ମାନଚିତ୍ର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରଷ୍ଟ ନିଷ୍ପତ୍ତି ନେଇଛି ଯେ ମନ୍ଦିରରେ ୩ ପରିବର୍ତ୍ତେ ୫ ଟି ଗମ୍ବୁଜ ରହିବ। ପ୍ରସ୍ତାବିତ ମାନଚିତ୍ରଠାରୁ ମନ୍ଦିରର ଉଚ୍ଚତା ମଧ୍ୟ ଅଧିକ ହେବ । ବୈଠକ ପରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚୌପାଲ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ କରୋନା ସ୍ଥିତିର ମୁକାବିଲା ପରେ ଏହି ପାଣ୍ଠି ସଂଗ୍ରହ କରାଯିବ।

ଅନ୍ୟପକ୍ଷରେ, ସାଧୁସନ୍ଥଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ମନ୍ଦିରର ସମ୍ପ୍ରସାରଣ ପାଇଁ ଏହି ଟ୍ରଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ମନ୍ଦିରର ମଡେଲ ଭିଏଚପି ରହିବ, କିନ୍ତୁ ଏହାକୁ ଅଧିକ ମହାନ କରିବା ପାଇଁ ଡିଜାଇନ୍ ବିସ୍ତାର କରାଯିବ। ବର୍ତ୍ତମାନ ମନ୍ଦିରରେ ତିନୋଟି ବଦଳରେ ପାଞ୍ଚଟି ଗମ୍ବୁଜ ରହିବ। ଏହାର ଲମ୍ବ, ମୋଟେଇ ଏବଂ ଉଚ୍ଚତା ବୃଦ୍ଧି କରିବ । ଏହି ଜମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଗଷ୍ଟ ୩ ଓ ୫ ତାରିଖ ପଠାଯାଇଛି ବୋଲି ରାମ ଜନ୍ମ ଭୂମୀ ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି । ଏହି ଦୁଇଟି ମଧ୍ୟରୁ ଯେଉଁ ତାରିଖରେ ସେମାନେ ସହମତ ହେବେ, ସେହି ଦିନ ରାମ ମନ୍ଦିରର ଭୁମି ପୂଜନ କରାଯିବ। ସେ କହିଛନ୍ତି ଯେ ରାମ ମନ୍ଦିର ୧୬୧ ଫୁଟ ଉଚ୍ଚ ହେବ। ଏଥିରେ ତିନୋଟି ବଦଳରେ ପାଞ୍ଚଟି ଗମ୍ବୁଜ ନିର୍ମାଣ କରାଯିବ ।

ମୂଳ ମାନଚିତ୍ରର କୌଣସି ପରିବର୍ତ୍ତନ ହେବ ନାହିଁ

କାମେଶ୍ୱର ଚୌପାଲ କହିଛନ୍ତି ଯେ ମୌଳିକ ଭାବରେ ରାମ ମନ୍ଦିରର ମାନଚିତ୍ରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ, କିନ୍ତୁ ଏହାକୁ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ ଏହି ପରିବର୍ତ୍ତନରେ ମନ୍ଦିରର ଶିଖର ଉଚ୍ଚତା ବୃଦ୍ଧି ପାଇବ ଯାହା ବର୍ତ୍ତମାନ ଭୂମିରୁ ୧୨୮ଫୁଟ ପରିବର୍ତ୍ତେ ୧୬୧ ଫୁଟ ହେବ। ସେହିଭଳି ମନ୍ଦିରକୁ ଉତ୍ତର-ଦକ୍ଷିଣ ଭାଗକୁ ବିସ୍ତାର କରାଯିବ। ଏହି କାରଣରୁ, ଗମ୍ବୁଜ ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି ପାଇବ ।

ବଲିଉଡରେ କାହାକୁ ମଣିଷଖିଆ ରାକ୍ଷସ କହିଲେ କଙ୍ଗନା ରାଣାୱତ, ଜାଣନ୍ତୁ…

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାକୁ ଏଯାଏଁ  ଅନେକ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣାରେ ବଲିଉଡ କୁଇନ୍ କଙ୍ଗନା ରଣାୱତ ଅତ୍ୟନ୍ତ ମର୍ମାହତ । ଏହି ଘଟଣାକୁ କେମିତି ସମସ୍ତେ ଏତେ ହାଲୁକା ଭାବେ ନେଉଛନ୍ତି ତାହା କଙ୍ଗନାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । କିଛି ଲୋକେ ଜାଣି ଶୁଣି ଏହି କଥାକୁ ଏଡ଼ାଇ ଦେଉଛନ୍ତି ବୋଲି ମତ ରଖିଛନ୍ତି ଅଭିନେତ୍ରୀ । କଙ୍ଗନା ପ୍ରଥମରୁ ସୁଶାନ୍ତଙ୍କ ସପକ୍ଷରେ ଅନେକ ଖୁଲାସା କରିଛନ୍ତି । ଏବେ ମଧ୍ୟ ବଲିଉଡ କୁଇନ୍ ଅନେକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସମସ୍ତେ ମିଶି ମୃତ ସୁଶାନ୍ତଙ୍କୁ ମଧ୍ୟ ଏକପ୍ରକାର ଟାର୍ଗେଟ କରୁଥିବା ମନେ ହେଉଛି । ମୁମ୍ବାଇ ପୋଲିସ ଚର୍ଚ୍ଚିତ ମହେଶ ଭଟ୍ଟ, କରନ ଜୋହର, ଆଦିତ୍ୟ ଚୋପ୍ରାଙ୍କୁ କେବେ ପ୍ରଶ୍ନ କରିବେ ନାହିଁ , ଯେଉଁମାନେ ଗୋଟିଏ ଗୋଟିଏ ମଣିଷଖିଆ ରାକ୍ଷସ ।

ଅଭିଯୁକ୍ତମାନେ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ଆରମ୍ଭରୁ କଙ୍ଗନା ଏହି ଘଟଣାକୁ ହତ୍ୟାକାଣ୍ଡ ବୋଲି କହି ଆସୁଛନ୍ତି । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି ସିବିଆଇ ନୁହଁନ୍ତି । ସୁଶାନ୍ତ ବାରମ୍ବାର ତାଙ୍କ ଫିଲ୍ମ ଦେଖିବାକୁ ଇନ୍ ଷ୍ଟାଗ୍ରାମରେ ଅପିଲ୍ କରିଛନ୍ତି , ନଚେତ ବଲିଉଡ୍‌ରୁ ତାଙ୍କୁ ବିଦା କରି ଦିଆଯିବ ବୋଲି ସେ କହିଥିଲେ । ଏହି ଇଣ୍ଡଷ୍ଟ୍ରିରେ ତାଙ୍କର କେହି ଗଡ୍‌ ଫାଦର ନାହାନ୍ତି ।

ବଡ଼ ବଡ଼ ପ୍ରଯୋଜକ ଏବଂ ଅଭିନେତା ଏହି ଘଟଣାରେ ସମ୍ପୃକ୍ତ । ପ୍ରକୃତ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଜେରା କରୁ ନାହିଁ ବୋଲି କହିଛନ୍ତି କଙ୍ଗନା ।ବଲିଉଡ୍‌ରେ ଅନେକ ମୁଭି ମାଫିଆ ଅଛନ୍ତି । ସେମାନେ ପୁରା ବଲିଉଡ୍‌କୁ କବ୍ଜା କରି ରଖିଛନ୍ତି । ସଞ୍ଜୟ ଭଂସାଲି ପ୍ରଥମେ ସୁଶାନ୍ତ ସିଂହଙ୍କୁ  ତାଙ୍କ ଚଳଚ୍ଚିତ୍ର ରାମ ଲୀଲାରେ ମୁଖ୍ୟ ଭୂମିକାରେ କାଷ୍ଟ କରିବା ପାଇଁ ଚାହୁଥିଲେ କିନ୍ତୁ  ଆଦିତ୍ୟ ତାଙ୍କୁ ସେହି ଫିଲ୍ମରେ ନେବା ପାଇଁ ମନା କରିଥିଲେ । ବାଜିରାଓ ମସ୍ତାନୀରେ ମଧ୍ୟ ସୁଶାନ୍ତଙ୍କ ସ୍ଥାନରେ ରଣବୀର ସିଂହଙ୍କୁ ନିଆଯାଇଥିଲା । ସୁଶାନ୍ତଙ୍କୁ ଚାପ୍‌ଲୁସି ଜଣାନଥିଳା ସେଥିପାଇଁ ତାଙ୍କ ହାତରୁ ବଡ଼ ବଡ଼ ଫିଲ୍ମ ଚାଲିଯାଇଥିଲା ।

ସୁଲତାନ ଫିଲ୍ମରେ ମଧ୍ୟ ପ୍ରଥମେ କଙ୍ଗନାଙ୍କୁ ଅଫର ମିଳିଥିଲା । ହେଲେ ସେ ଅଭିନୟ କରିନଥିଲେ । ସେଥିପାଇଁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । ଏଥିସହିତ ତାଙ୍ବକୁ ଗୁଳି କରି ହତ୍ୟା କରିବାକୁ ମଧ୍ୟ ଧମକ ଦିଆଯାଇଥିଲା । ‌ କରନ ଜୋହର ମଧ୍ୟ ଅନେକ ପ୍ରତିଭାବାନ୍ କଳାକାରଙ୍କୁ ନଷ୍ଟ କରିଛନ୍ତି । ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’, ‘ଗଲି ବୟ’ ଫିଲ୍ମଠାରୁ ବହୁତ ଭଲ ଥିଲା କିନ୍ତୁ ‘ଗଲି ବୟ’କୁ ବେଷ୍ଟ ଫିଲ୍ମ ଆଓ୍ୱାର୍ଡ ଦିଆଯାଇଥିଲା ।

ଅନେକ ସମୟରେ ସୁଶାନ୍ତକୁ ପ୍ରୋତ୍ସାହିତ କରିବା ବଦଳରେ ଇଣ୍ଡଷ୍ଟ୍ରିରେ ତାଙ୍କୁ ଅପମାନ କରାଯାଇଛି । କେବଳ ସେତିକି ନୁହେଁ ତାଙ୍କୁ ନେଇ ଅନେକ ପରିହାସ ମଧ୍ୟ କରାଯାଏ । ଧର୍ମା ପ୍ରଡକ୍ସନ୍‌ ଭଳି ବଡ଼ ବଡ଼ ବ୍ୟାନର ନିଷ୍ପତ୍ତି ନିଅନ୍ତି ଯେ, କେଉଁ ଫିଲ୍ମ ଭଲ ଚାଲିବ ଓ କେଉଁ ଫିଲ୍ମ ମାର୍କେଟରେ ଚାଲିବ ନାହିଁ । ଏମିତି କି ସୁଶାନ୍ତଙ୍କ ଅଭିନୀତ ଚଳଚିତ୍ର ‘ଡ୍ରାଇଭ୍’ ରିଲିଜ୍ କରାଇ ଦେଲେ ନାହିଁ ।

ସୁଶାନ୍ତ ସିଂହଙ୍କ ଜୀବନରେ ମହେଶ ଭଟ୍ଟଙ୍କର କ’ଣ ଅଧିକାର ରହିଛି ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା, ଓ କହିଛନ୍ତି, ମହେଶ ଭଟ୍ଟ ଥରେ ତାଙ୍କ ଉପରକୁ ଚପଲ ଫୋପାଡିଥିଲେ । ସୁଶାନ୍ତ ଡ୍ରଗ୍‌ ଆଡିକ୍ଟ ବୋଲି କିଛି ବଡ଼ ବଡ଼ ପ୍ରଜୋଜକ ମତ ଦେଇଛନ୍ତି । ସୁଶାନ୍ତଙ୍କୁ ଟାର୍ଗେଟ୍‌ କରି, ଯୋଜନା ବଦ୍ଧ ଭାବେ ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ଦିଆଗଲା ।  ପରେ ତାଙ୍କୁ ସୁଇସାଇଡ୍‌ କରିବାକୁ ବାଧ୍ୟ କରାଗଲା । ସୁଶାନ୍ତଙ୍କ ଭଲ ଫିଲ୍ମକୁ ମଧ୍ୟ ଫ୍ଲପ୍‌ ଫିଲ୍ମର ଆଖ୍ୟା ଦିଆଯାଉଥିଲା ।

କଙ୍ଗନା ରହିଛନ୍ତି ଯେ, ସେ ମଧ୍ୟ ବଲିଉଡରେ ଅନେକ ଅସୁବିଧାର ସାମ୍ନା କରିଛନ୍ତି । ପାଖାପାଖି ୧୯ ଟି ଆଡ୍‌ ଫିଲ୍ମ ସାଇନ୍‌ କରିଥିଲେ କଙ୍ଗନା । କିନ୍ତୁ ଯୋଜନା ବଦ୍ଧ ଭାବେ ତାଙ୍କ ଉପରେ କ୍ରସ୍‌ ଲଗାଗଲା । ତାଙ୍କୁ ଜେଲ୍‌ ପଠାଇବା ପାଇଁ ଯୋଜନା କରାଯାଇଥିଲା । ସେ ସାଇନ୍‌ କରିଥିବା ଅଧିକାଂଶ ଡିଲ୍‌ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା । ହଠାତ୍‌ ବିଭିନ୍ନ ଆଡ଼ୁ ତାଙ୍କ ଉପରେ  ଚାପ ସୃଷ୍ଟି କରାଗଲା । ଏମିତିକି କରନ ଜୋହର  ଲଣ୍ଡନସ୍କୁଲ ଅଫ୍ ଇକୋନୋମିକ୍ସର ଏକ କାର୍ଯ୍ୟକ୍ରମରେ  କହିଥିଲେ ଯେ,  କଙ୍ଗନା ଏହି ଇଣ୍ଡଷ୍ଟ୍ରି ଛାଡ଼ି ଚାଲିଯିବା ଉଚିତ୍‌ । ଆଉ ଏହି କଥା ଶୁଣି ସମସ୍ତ ତାଳି ମାରିଥିଲେ । ଜାଭେଦ ଅଖ୍‌ତର ଥରେ କଙ୍ଗନାଙ୍କୁ ଘରକୁ ଡାକିଥିଲେ  । ତାଙ୍କୁ କୁହାଯାଇଥିଲା ଯେ, ଯଦି ସେ ହ୍ରିତିକ୍‌ ରୋଶନଙ୍କୁ ଭୁଲ୍‌ ନ ମାଗନ୍ତି , ତା’ ହେଲେ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିବ । କାରଣ ସେମିତି ନହେଲେ କଙ୍ଗନା କେବେ କାହାକୁ ମୁଁହ ଦେଖେଇପାରିବେ ନାହିଁ ।

ଏଠି ଆଲିଆ ଭଟ୍ଟ ପରି ବି ଗ୍ରେଡ୍ କଳାକାରମାନଙ୍କୁ କଲଙ୍କ ଭଳି ଫ୍ଲପ୍ ଫିଲ୍ମ ପାଇଁ ଆୱାର୍ଡ ମିଳୁଛି । ସ୍ୱରା ଭାସ୍କର ଓ ତାପସି ପାନୁ ପରି କଳାକାର ଯେଉଁମାନଙ୍କୁ ଅଭିନୟ ଜଣାନାହିଁ ସେମାନେ ସବୁ ଚାପଲୁସି କରି ଫିଲ୍ମ ପାଉଛନ୍ତି । ସୁଶାନ୍ତ ଚାପଲୁସି ଜାଣି ନାହାନ୍ତି ସେଥିପାଇଁ ତାଙ୍କୁ ଏଭଲି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

କଙ୍ଗନା କିଛି ମିଡିଆକୁ ମୁଭି ମାଫିଆ ବୋଲି ମଧ୍ୟ କହିଛନ୍ତି । ଯାଭେଦ ଅଖ୍ତର, ମହେଶ ଭଟ୍ଟ, ସଲମାନ ଖାନ, ଆଦିତ୍ୟ ଚୋପ୍ରା, କରନ ଯୋହାର, ରାଜିବ ମାସନ୍, ଏମାନଙ୍କର ଗୋଟେ ଗ୍ୟାଙ୍ଗ ରହିଛି । ଯାହାକୁ ସୁଇସାଇଡ୍‌ ଗ୍ୟାଙ୍ଗ ବୋଲି କହିଛନ୍ତ କଙ୍ଗନା । ଏହା ସହ କୁଇନ୍ ଅଭିନେତ୍ରୀ କହିଛନ୍ତି ଯେ, ଯଦି ତାଙ୍କର ଏହି ଅଭିଯୋଗ ମିଛ ପ୍ରମାଣିତ ହୁଏ ତେବେ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ଆୱାର୍ଡ ସେ ଫେରାଇ ଦେବେ ।