ମ୍ୟାଟ୍ରିକ ପରେ ପ୍ରକାଶ ପାଇଲା ପ୍ଲସ ଟୁ ବିଜ୍ଞାନ ରେଜଲ୍ଟ, ଝିଅଙ୍କୁ ପଛରେ ପକାଇ ପୁଅଙ୍କ ବାଜିମାତ… ମୋଟ ପାସ ହାର ୭୦.୨୧ ପ୍ରତିଶତ
ବେଙ୍ଗାଲୁରୁ ସାମ୍ପ୍ରଦାୟିକ ହିଂସାରେ ୩ ମୃତ,୬୦ ଆହତ,SDPI ନେତା ଗିରଫ
ବେଙ୍ଗାଲୁରୁ: ବେଙ୍ଗାଲୁରରୁରେ ଗତକାଲି (ମଙ୍ଗଳବାର)ରାତିରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୩ ଛୁଇଁଛି । ଏହି ମାମଲାରେ ପୋଲିସ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ଜଣେ ନେତାଙ୍କୁ ଗିରଫ କରିଛି । ଏସଡିପିଆଇ ପକ୍ଷରୁ ନିଜ ନେତାଙ୍କ ଗିରଫଦାରୀ କଥାକୁ ସ୍ୱିକାର କରାଯାଇଛି । ଗିରଫ ହୋଇଥିବା ନେତାଙ୍କ ନାମ ମୁଜମ୍ମିଲ ପାଶା । ହିଂସା ପଛରେ ଏହି ସଂଗଠନ ଥିବା କୁହାଯାଉଛି ।
ଗୋଟିଏ ଫେସବୁକ୍ ପୋଷ୍ଟକୁ ନେଇ ମଙ୍ଗଳବାର ରାତିରେ ହିଂସା ସୃଷ୍ଟି ହୋଇଥିଲା । ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି । ହିଂସାତ୍ମକ ଭିଡ ଜଣେ କଂଗ୍ରେସ ବିଧାୟକଙ୍କ ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । କଂଗ୍ରେସ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିବା ପରେ ଏହି ଭିଡ ସ୍ଥାନୀୟ ଥାନା ଉପରେ ମଧ୍ୟ ଆକ୍ରମଣ କରିଥିଲା । ସେମାନେ ଥାନାକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ । ଭିଡର ସନ୍ଦେହ ଥିଲା ଯେ, ଫେସବୁକ୍ ପୋଷ୍ଟ କରିଥିବା ବ୍ୟାକ୍ତିଙ୍କୁ ପୋଲିସ ଗିରଫ କରି ଉକ୍ତ ଥାନାରେ ରଖିଛି । ଥାନାରେ ନିଆଁ ଲଗାଇଥିବା ଭିଡକୁ ଘଉଡାଉବା ପାଇଁ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା । ଭିଡ ଆକ୍ରମଣରେ ୬୦ ପୋଲିସ ଆହତ ହୋଇଛନ୍ତି ।
ପୋଲିସ କମିଶନରଙ୍କ ଅନୁସାରେ ବର୍ତ୍ତମାନ ସ୍ଥିତି କାବୁରେ ଅଛି । ସହରରେ ଧାରା ୧୪୪ ଲାଗୁ କରାଯାଇଛି । ସିଆରିପିଏଫ୍,ଆରଏଏଫକୁ ମୁତୟନ କରାଯାଇଛି ।ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହା ସହିତ ଦୋଷୀଙ୍କୁ ଦୃଷ୍ଟାନ୍ତମୁଳକ ଦଣ୍ଡ ଦିଆଯିବା ବୋଲି କହିଛନ୍ତି ।
.
ରାଜ୍ୟରେ ଆଉ ୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ବୁଧବାର ଆଉ ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ହୋଇଛି । ଗଂଜାମରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ ୧ ମୃତ । ଅପରପକ୍ଷରେ ରାୟଗଡାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ଓ ଖୋର୍ଦ୍ଧାରୁ ଜେଣେ ଲେଖାଏଁ ମୃତ୍ୟୁ ହୋଇଛି । ଆଜି ସର୍ବାଧିକ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୮୨ ଓ ଲୋକାଲ କେସ ୬୯୪ । ଏଥିସହ ରାଜ୍ୟରେ ୫୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା ।
3. A 48-year old female of Ganjam district who was also suffering from Diabetes & Obesity.
4. A 57-year old male of Ganjam.
5. A 57-year old male of Ganjam district who was also suffering from Diabetes, Hypertension & Chronic Kidney Disease.
— H & FW Dept Odisha (@HFWOdisha) August 12, 2020
ବୁଧବାର ଦିନ ଗଞ୍ଜାମରେ ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ୫୭ ବର୍ଷିୟ ପୁରୁଷ, ୭୪ ବର୍ଷିୟ ମହିଳା, ୪୮ ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି । ଏହାସହ ଖୋର୍ଦ୍ଧାରୁ ମୃତ୍ୟୁ ବରଣ କରିଥିବା ଜଣେ ସଂକ୍ରମିତ ହେଉଛନ୍ତି ୫୮ ବର୍ଷିୟ ପୁରୁଷ ।
6. A 74-year old female of Ganjam district.
7. A 58-year old male of Khordha district who was also suffering from Diabetes.
8. A 65-year old male of Rayagada district.
9. A 65-year old male of Rayagada district who was also suffering from Diabetes, Hypertension.
— H & FW Dept Odisha (@HFWOdisha) August 12, 2020
ସେହିପରି ବାଲେଶ୍ୱରରୁ ୩୮ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଡ଼ରୁ ୨ ଜଣ ୬୫ ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ତେବେ ଅନୁଗୁଳରୁ ମଧ୍ୟ ଜଣେ ୪୪ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ଏସମସ୍ତେ ଆକ୍ରାନ୍ତ ଉଚ୍ଚରକ୍ତଚାପ, ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।
ରାଜ୍ୟରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୦ ଜିଲ୍ଲାରୁ ଆଉ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ୧୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିଭଳି ବୁଧବାର ମଧ୍ୟ ରାଜ୍ୟରେ ୩୦ ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୫୦ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ପଜିଟିଭଙ୍କ ସଂଖ୍ୟା ୫୦ହଜାର ୬୭୨କୁ ବୃଦ୍ଧି ପାଇଛି । ୧୮୭୬ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୧୮୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୯୪ଟି ଲୋକାଲ କେସ୍ ।
6. Boudh: 10
7. Cuttack: 109
8. Deogarh: 2
9. Dhenkanal: 36
10. Gajapati: 71
11. Ganjam: 260
12. Jagatsinghpur: 26
13. Jajpur: 53
14. Jharsuguda: 6
15. Kalahandi: 41
16. Kandhamal: 30
17. Kendrapada: 58
18. Keonjhar: 21
19. Khurda: 297
20. Koraput: 77
21. Malkangiri: 24— I & PR Department, Odisha (@IPR_Odisha) August 12, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଗଂଜାମରୁ ୨୬୦, କଟକରୁ ୧୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୮୧, ବରଗଡ଼ରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୧୦, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩୬, ଗଜପତିରୁ ୭୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪୧, କେନ୍ଦ୍ରାପଡ଼ାରୁ ୫୮, କନ୍ଧମାଳରୁ ୩୦, କେନ୍ଦୁଝରରୁ ୨୧, କୋରାପୁଟରୁ ୭୭, ମାଲକାନଗିରିରୁ ୨୪, ମୟୁରଭଞ୍ଜରୁ ୭୦, ନବରଙ୍ଗପୁରରୁ ୩୦, ନୟାଗଡ଼ରୁ ୧୦୫, ନୂଆପଡ଼ାରୁ ୩, ପୁରୀରୁ ୮୦, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୩୬, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୧୯ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 70
23. Nawarangpur: 30
24. Nayagarh: 105
25. Nuapada: 3
26. Puri: 80
27. Rayagada: 98
28. Sambalpur: 36
29. Sonepur: 22
30. Sundargarh: 119New Recoveries: 1785
Cumulative Tested: 724354
Positive: 50672
Recovered: 34805
Active Cases: 15509— I & PR Department, Odisha (@IPR_Odisha) August 12, 2020
ଏଥିସହ ରାଜ୍ୟରେ ଏବେ ୧୫୫୦୯ ଆକ୍ଟିଭ୍ କେସ ରହିଛି । ଏଥିସହ ରାଜ୍ୟରେ ଆଜି ଆଉ ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି ।
କରୋନା ସଂକଟରେ ବେଙ୍ଗାଲୁରୁ ହିଂସାକାଣ୍ଡ, ଅତିରିକ୍ତ କମିଶନରଙ୍କ ସମେତ ୬୦ ରୁ ଅଧିକ ଆହତ… ୧୧୦ ଗିରଫ
ବେଙ୍ଗାଲୁରୁ: ମଙ୍ଗଳବାର ରାତିରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ମଧ୍ୟ ଗୁଳି ଚଲାଇଥିଲେ । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବେଙ୍ଗାଲୁରୁ ହିଂସାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ପୋଲିସ ଗୁଳିରେ ୬୦ରୁ ଅଧିକ ଆହତ ହୋଇଛନ୍ତି । କର୍ଣ୍ଣାଟକ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୁର୍ତ୍ତୀଙ୍କ ଭଣଜାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଏହି ହିଂସାକାଣ୍ଡ ଘଟିଥିବା କୁହାଯାଉଛି ।

ଘଟଣାରେ ତାଙ୍କ ଭଣଜା ମହମ୍ମଦଙ୍କୁ ପୋଲିସ ଗିରଫ କରିଛି । ଗତକାଲି ଶ୍ରୀନିବାସ ଫେସବୁକରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏହାକୁ ମୁସଲମାନ ସମ୍ପ୍ରଦାୟ ବିରୋଧ କରିବା ସହ ଶହଶହ ସଂଖ୍ୟାରେ ଏକାଠି ହୋଇ ବିଧାୟଙ୍କ ଘର ଉପରକୁ ପଥରମାଡ କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ଦୁଇ ତିନିଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଉତ୍ୟକ୍ତ ଜନତା ଡିଜେ ହଲି ପୋଲିସ ଷ୍ଟେସନରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଦେଇଥିଲେ ।

ଶେଷରେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୋଲିସକୁ ଗୁଳିମାଡ କରିବାକୁ ପଡିଥିଲା । ଏଥିରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଅତିରିକ୍ତ କମିଶନରଙ୍କ ସହ ୬୦ ଜଣ ଆହତ ହୋଇଛନ୍ତି ।
ଘଟଣାରେ ଶାନ୍ତି ବଜୟ ରଖିବାକୁ ବିଧାୟକ ଶ୍ରୀନିବାସ ମୁର୍ତ୍ତି ନିବେଦନ କରିବା ସହ ଏଥିପାଇଁ କ୍ଷମପ୍ରାର୍ଥନା କରିଛନ୍ତି । କେବଳ ସେତିକି ନୁହେଁ କର୍ଣ୍ଣାଟକ ଅମୀର-ଇ-ଶରିୟତ ମଧ୍ୟ ଲୋକଙ୍କୁ ଶାନ୍ତି ପାଇଁ ଅପିଲ କରିଛି । ଘଟଣାରେ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୧୧୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୋଲିସ୍ ।
କୋଭିଡ୍ କରୋନା ଆକ୍ରାନ୍ତ ମହିଳାଙ୍କଠାରୁ ଜନ୍ମ ହେଲେ ୨୦୦ ନିରୋଗୀ ଶିଶୁ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ କୋଭିଡ ମାମଲା ବୃଦ୍ଧି ହେଉଥିବା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ନିରୋଗୀ ଶିଶୁ ଜନ୍ମ ନେଇଛନ୍ତି । ବେଙ୍ଗାଲୁରୁରୁ ଏଭଳି ଖୁସି ଖବର ଆସିଛି । କର୍ଣ୍ଣାଟକରେ କରୋନା ତାଣ୍ଡବ ଜାରି ରହିଛି । ହେଲେ ଏହି ଚିନ୍ତା ଜନକ ପରିସ୍ତିତି ଭିତରେ ମଙ୍ଗଳବାର ଆସିଥିବା ଖୁସିଖବର ପୁଣି ସାରା ଦେଶବାସୀଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି । ସହରରେ ଥିବା ଭିକ୍ଟୋରିଆ ଏବଂ ଭାନିଭିଲାସ ହସ୍ପିଟାଲରେ ଦୁଇ ଶହ କରୋନା ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ଶିଶୁ ଜନ୍ମ ନେଇଛନ୍ତି । ଶିଶୁ ମାନଙ୍କୁ ବି କରୋନା ଆଶଙ୍କାରେ କୋଭିଡ୍ ପରୀକ୍ଷା କରାଯାଇଥିଲା ।
ହେଲେ ସମସ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ଦେଇଛନ୍ତି ଦୁଇ ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଭଳି ସଙ୍କଟ ସମୟରେ ସୁରକ୍ଷିତ ଭାବେ ପ୍ରସବ କରାଇବା ନିଜ ପାଇଁ ଏକ ମାଇଲଖୁଣ୍ଟ ବୋଲି ମଧ୍ୟ ଦୁଇ ମେଡିକାଲ ପକ୍ଷରୁ ପ୍ରକାଶ କରାଯାଇଛି । ସେପଟେ ଦୁଇ ମେଡିକାଲର ଏଭଳି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟ ଶୀକ୍ଷା ମନ୍ତ୍ରୀ କାକ୍ତର କେ ସୁଧାକର ମିଶ୍ର । ଗତ କିଛି ସପ୍ତାହ ମଧ୍ୟରେ କର୍ଣ୍ଣାଟକରେ କରୋନା ମାମଲା ବଢୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧.୮୨ ଲକ୍ଷରୁ ଅଧିକ ମାମଲା ରହିଛି । ସେଥିମଧ୍ୟରୁ ପ୍ରାୟ ୮୦,୦୦୦ସକ୍ରିୟ ମାମଲା ରହିଛି। କେବଳ ରାଜଧାନୀ ବେଙ୍ଗାଲୁରୁରେ ୭୫,୦୦୦ରୁ ଅଧିକ ଲୋକେ କରୋନାଭାଇରସ୍ ସଂକ୍ରମିତ ବୋଲି ଜଣା ପଡିଛି । ତେବେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଆଜି ବି ଭିଜିବ ଓଡ଼ିଶା, ଲଘୁଚାପ ସହ ଟ୍ରଫ୍ଲାଇନ ପ୍ରଭାବରେ ରାଜ୍ୟରେ ୪ଦିନ ହେବ ବର୍ଷା ଜାରି
ଆଜି ବି ଭିଜିବ ଓଡ଼ିଶା, ଲଘୁଚାପ ସହ ଟ୍ରଫ୍ଲାଇନ ପ୍ରଭାବରେ ରାଜ୍ୟରେ ୪ଦିନ ହେବ ବର୍ଷା ଜାରି





