spot_img
Home Blog Page 6676

କାଶ୍ମୀରର ଟୁର୍ଣ୍ଣାମେଣ୍ଟରେ ‘ମ୍ୟାନ ଅଫ ଦ ମ୍ୟାଚ’କୁ ଦିଆଗଲା ୨.୫ କି.ଗ୍ରାର ମାଛ ।

0

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚରେ ଯିଏ ଭଲ ଖେଳେ, ସେ  ହୁଏ ମ୍ୟାନ ଅଫ ଦ ମ୍ୟାଚ୍ । ପରେ ତାଙ୍କୁ ଏଥିପାଇଁ ଉପହାର ଦିଆଯାଏ । ତେବେ ଏହା ଏକ ଟ୍ରଫି ହୋଇଥାଏ । କିନ୍ତୁ କାଶ୍ମୀରର ଟେକିପୋରା କୁପବାଡ଼ାରେ ଏକ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟରେ ଯାହା ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଥିବା ଜଣେ ଖେଳାଳିଙ୍କୁ ୨.୫ କିଲୋଗ୍ରାମର ମାଛ ଟ୍ରଫି ସ୍ୱରୂପ ଉପହାର ପ୍ରଦାନ କରାଯାଇଛି ।

 


ଏହି ଫଟୋକୁ ଟ୍ୱିଟରରେ ଶେୟାର କରିଛନ୍ତି ଫିରୌଦସ ହସନ ନାମକ ଜଣେ ୟୁଜର । ଉକ୍ତ ବ୍ୟକ୍ତିଙ୍କ ପୋଷ୍ଟ ଅନୁସାରେ ଖେଳାଳି ଜଣକ ନିଜେ ଉକ୍ତ ଗ୍ରାଉଣ୍ଡକୁ ଖେଳ ପାଇଁ ଉପଯୋଗୀ କରିଥିଲେ ଏବଂ ଏଥିରେ ନିଜେ ଅର୍ଥ ବିନିଯୋଗ କରିଛନ୍ତି । ତେବେ ଯଦି କୌଣସି ବଙ୍ଗାଳୀ ଖେଳାଳି ତାଙ୍କ ଦଳରେ ଯୋଗ ଦେବେ ତେବେ ସେ ଖୁବ ଖୁସି ହେବେ ବୋଲି ବୟାନରେ ଉଲ୍ଲେଖ କରିଛନ୍ତି । ଉକ୍ତ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଚୀନ ରାଷ୍ଟ୍ରପତିଙ୍କୁ ଜୋକର କହି ବ୍ୟବସାୟୀ ୧୮ ବର୍ଷ ପାଇଁ ଜେଲ ଗଲେ

ବେଜିଂ: ଚୀନ୍ ଆଧିକାରୀକ ଭାବେ ନାସ୍ତିକ । ଚୀନରେ ଧର୍ମକୁ ମାନିବା ଅପରାଧ । ଈଶ୍ୱରଙ୍କୁ ନିନ୍ଦା କରିବା ଅପରାଧ ନୁହେଁ । ଅଧିକନ୍ତୁ ଯିଏ ଈଶ୍ୱର ନିନ୍ଦା କରେ ସେ କମ୍ୟୁନିଷ୍ଟ ପାର୍ଟିରେ ବଡ଼ ପୋଷ୍ଟ ପାଏ । କିନ୍ତୁ ଯଦି ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ କିଏ ନିନ୍ଦା କଲା ତେବେ ତା’ ଅବସ୍ଥା ସେହି ୬୯ ବର୍ଷ ବୟସ୍କ ବୃଦ୍ଧଙ୍କ ଭଳି ହେବ ଯାହାଙ୍କୁ ଜେଲ୍ ଯିବାକୁ ପଡିଛି । ଏହି ବୃଦ୍ଧ ଜଣକଙ୍କ ଭୁଲ ଥିଲା ଯେ, ସେ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ‘ଜୋକର’ କହିଥିଲେ । ତେଣୁ ଏହେ ଆସନ୍ତା ୧୮ ବର୍ଷ ପାଇଁ ଜେଲରେ ରହିବେ ।

Business Man Convicted 18 Years For Called Joker To China President

କରୋନାରୁ ଜୋକର
ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ତଥା ଚୀନର ଜଣେ ବଡ଼ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ରେନ୍ ଝିକିୟାଙ୍ଗ କରୋନା ସଂକ୍ରମଣ ମୁକାବିଲା ନେଇ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ନୀତିକୁ ସମାଲୋଚନା କରିଥିଲେ । ସେ କରୋନା ମୁକାବିଲା ନେଇ ସରକାରୀ ରଣନୀତିକୁ ସମାଲୋଚନା କରିବାକୁ ଯାଇ ରାଷ୍ଟ୍ରପତିଙ୍କୁ ଜୋକର ବୋଲି କହିଥିଲେ । ପାର୍ଟି ତରଫରୁ ତାଙ୍କ ବିରୋଧରେ ଅନୁଶାସନହୀନତାର ଅଭିଯୋଗ ଆସିଥିଲା । ଏହାପରେ ଏପ୍ରିଲ ମାସରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା । ଜୁଲାଇରେ ତାଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଥିଲା । ପାର୍ଟି ଓ ଜିନ୍ ପିଙ୍ଗ୍ ଝିକିୟାଙ୍ଗଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜନେସ୍ କ୍ଲାସକୁ କଡ଼ା ସନ୍ଦେଶ ଦେବାକୁ ଚାହୁଁଥିଲେ । ଅଦାଲତ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ଝିକିୟାଙ୍ଗଙ୍କ ଚୀନ୍ ସୋସିଆଲ ମିଡିଆରେ ଜବରଦସ୍ତ ଅନୁଗାମୀ ରହିଛନ୍ତି । ସେ ସୋସିଆଲ ମିଡିଆରେ ଦଳ ଓ ସି ଜିନପିଙ୍ଗଙ୍କୁ ଲଗାତର ସମାଲୋଚନା କରି ଆସୁଥିଲେ । ଏପରିକି ୨୦୧୬ ମସିହାରେ ସରକାର ତାଙ୍କୁ ସୋସିଆଲ ମିଡିଆରେ ବ୍ୟାନ୍ କରିଥିଲେ । ଆଉ ଏବେ ତାଙ୍କୁ ୧୮ ବର୍ଷର କାରାଦଣ୍ଡ ମିଳିଛି ।

ପି.ଏମ ମୋଦିଙ୍କୁ ମିଲିନ୍ଦ ପଚାରିଦେଲେ ଏଭଳି ପ୍ରଶ୍ନ, ଯାହା କେହି ମଧ୍ୟ ପଚାରିନଥିବେ

ନୂଆଦିଲ୍ଲୀ: ଫିଟ ଇଣ୍ଡିଆ ମୁଭମେଣ୍ଟକୁ ବର୍ଷେ ପୂରିଲାଣି । ଏହାର ବାର୍ଷିକୀରେ ଫିଟନେସ ସମ୍ବଦ୍ଧରେ ଦେଶବାସୀଙ୍କୁ ଜାଗ୍ରତ କରୁଥିବା ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ବଲିଉଡ ଆକ୍ଟର ମିଲିନ୍ଦ ସୋମନ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି । ଆଲୋଚନାରେ ମୋଦି ଏବଂ ମିଲିନ୍ଦ ପରସ୍ପରକୁ କିଛି ପ୍ରଶ୍ନ ପଚାରିଛନ୍ତି ।


ପିଏମ ମୋଦି ମିଲିନ୍ଦ ସୋମନଙ୍କୁ ସେହି ପ୍ରଶ୍ନ ପଚାରିଛନ୍ତି ଯାହା ତାଙ୍କ ଶହଶହ ଫ୍ୟାନ ତାଙ୍କୁ ପଚାରନ୍ତି । ବାସ୍ତବରେ ମୋଦି ମିଲିନ୍ଦଙ୍କୁ ତାଙ୍କ ବୟସ କେତେ ବୋଲି ପଚାରିଲେ । ଯାହାପରେ ମିଲିନ୍ଦ ତାଙ୍କ ମା’ଙ୍କ ବୟସ ୮୧ ଏବଂ ସେ ଏବେ ମଧ୍ୟ ଖୁବ ଫିଟ ଥିବା ଉତ୍ତର ଦେଲେ । ଏବଂ ସେହି ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ସେତିକି ଫିଟ ରହିବାକୁ ଚାହୁଥିବା କହିଛନ୍ତି ମିଲିନ୍ଦ । ଏହା ମଧ୍ୟରେ ମିଲିନ୍ଦଙ୍କର ମୋଦିଙ୍କୁ ଏକ ପ୍ରଶ୍ନ ଥିଲା । ଯେଉଁଥିରେ ସେ ପଚାରିଥିଲେ ଯେ, ଲୋକ ଆପଣଙ୍କ ବିଷୟରେ ଭଲ-ଖରାପ ଅନେକ କଥା କହୁଛନ୍ତି । ଏସବୁକୁ ଆପଣ କେମିତି ମୁକାବିଲା କରୁଛନ୍ତି ? ଉତ୍ତରରେ  ମୋଦି କହିଥିଲେ କି, ‘ନିନ୍ଦକ ନିୟରେ ରାଖିୟେ’ । କୌଣସି କାମକୁ ନିଜ ପାଇଁ ନୁହେଁ ବରଂ ଅନ୍ୟ ମାନଙ୍କ ଭଲ ପାଇଁ କରୁଛୁ । ତେଣୁ ଚିନ୍ତାର ଆବଶ୍ୟକତା ନାହିଁ । ନିଜ କାମ କର ଏବଂ ଅନ୍ୟର କଥା ଶୁଣନାହିଁ ।


୨୯ ବର୍ଷୀୟ ଅଙ୍କିତା କୋନଓ୍ୱାରଙ୍କୁ  ଦୁଇ ବର୍ଷ ପୂର୍ବେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୫୪ ବର୍ଷୀୟ ମିଲିନ୍ଦ ସୋମନ । ଯାହାପରେ ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ସେୟାର ବଜାରରେ ହାହାକାର, କିଛି ମିନିଟରେ ଡୁବିଗଲା ୪ ଲକ୍ଷ କୋଟି

ମୁମ୍ବାଇ: ଆମେରିକା ଓ ୟୁରୋପୀୟ ବଜାରରେ ବିକ୍ରି ବୃଦ୍ଧି ପ୍ରଭାବରେ ଘରୋଇ ସେୟାର ବଜାରରେ ପ୍ରଭାବ ପଡ଼ିଛି । BSEର ୩୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ସେନସେକ୍ସ ୧ ହଜାର ୧୧୪ ପଏଣ୍ଟ ଖସି ୩୬ ହଜାର ୫୫୩ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSEର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୩୦୭ ଅଙ୍କ ଖସି ୧୦ ହଜାର ୮୨୪ ପଏଣ୍ଟରେ ବନ୍ଦ ହୋଇଛି । ବିଶେଷଜ୍ଞଙ୍କ କହିବା କଥା ଏହି ହ୍ରାସରେ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ଏହି ହ୍ରାସକୁ ନେଇ ନିବେଶକ ଡରିବା ଉଚିତ୍ ନୁହେଁ । କିନ୍ତୁ ନିବେଶରୁ ବଞ୍ଚିବା ଦରକାର ।

Stock Market Sensex Down 650 Points Nifty Breaches 11000 All Sectors In The Red

ଏସକୋର୍ଟ ସିକ୍ୟୁରିଟିର ରିସର୍ଚ୍ଚ ହେଡ୍ ଆସିଫ ଇକବାଲ କହିଛନ୍ତି- ଗ୍ଲୋବାଲ ମାର୍କେଟ୍ FinCEN ଖୁଲାସା ପରେ କମଜୋର ନଜର ଆସୁଛି । ଏଥିସହ ଗ୍ଲୋବାଲ ଗ୍ରୋଥ ଚିନ୍ତାକୁ ନେଇ ମାର୍କେଟରେ ଚିନ୍ତା ବଢ଼ିଯାଇଛି । ଫଳରେ ସେୟାର ବଜାରରେ ବଡ଼ ମାତ୍ରାରେ ହ୍ରାସ ଘଟିଛି ।

Stock Market Sensex Down 650 Points Nifty Breaches 11000 All Sectors In The Red

ବୁଧବାର ଆମେରିକା ସେୟାର ବଜାରରେ ଅଧିକ କିଣାବିକା ହୋଇଥିଲା । ଆମେରିକା ବେଞ୍ଚମାର୍କ ଇଣ୍ଡେକ୍ସ ଡାଔ ଜୋନ୍ସ ୧.୯୨ ପ୍ରତିଶତ ଖସିଥିଲା । ସେହିଭଳି ଏସଏଣ୍ଡପି ୫୦୦ ଇଣ୍ଡେକ୍ସରୁ ୨.୩୭ ପ୍ରତିଶତ ହ୍ରାସ ପାଇଥିଲା ।

ଭାରତୀୟ ସେୟାର ବଜାରରେ ବିଦେଶୀ ନିବେଦକ ଭଳ କିଣାବିକା କରିଥିଲେ । ଗତ ସଂସଦ ଅଧିବେଶନ ବେଳେ ନଗଦ ବଜାରରେ ୩,୯୧୨.୪୪ କୋଟି ଟଙ୍କା ସେୟାର ବିଦେଶୀ ବିକିଥିଲେ । ଅନ୍ୟପଟେ ସେହି ସମୟରେ ଘରୋଇ ସଂସ୍ଥା ନିବେଶକ ୧,୬୨୩.୨୩ କୋଟି ଟଙ୍କାର ସେୟାର କିଣିଥିଲେ ।

Stock Market Sensex Down 650 Points Nifty Breaches 11000 All Sectors In The Red

ସାତ ସପ୍ତାହ ହେଲା ନିମ୍ନସ୍ତରରେ ସେୟାର ବଜାର- ଆଜି ସେୟାର ବଜାର ଖୋଲିବା ପରେ ହିଁ ହ୍ରାସ ଦେଖିବାକୁ ମିଳଥିଲା । ଅଗଷ୍ଟ ୪ ତାରିଖ ପରେ ନିଫ୍ଟି ୧୧ ହଜାର ତଳକୁ ଖସି ଆସିଛି । ସାତ ସପ୍ତାହ ହେଲାଣି ବଜାର ତଳମୁହାଁ ରହିଛି । ନିଫ୍ଟିରେ ୫୦ରୁ ୪୮ ସେୟାର ଖସିଛି ।

Stock Market Sensex Down 650 Points Nifty Breaches 11000 All Sectors In The Red

FinCEN ଖୁଲାସା- FinCEN ଖୁଲାସାରେ ଗୁପ୍ତ ଆର୍ଥିକ ନେଣଦେଣ ଓ ବ୍ୟାଙ୍କିଂ ସହ ଜଡ଼ିତ ତଥ୍ୟ ସାମ୍ନାକପ ଆସିଛି । ଆମେରିକା ନିୟାମକ ଫିନସେନ୍ ସନ୍ଦିଗ୍ଧ ଗତିବିଧି ରିପୋର୍ଟ (SAR) ନାଁରେ ସିକ୍ରିଟେ ଦସ୍ତାବିଜ୍ ପ୍ରସ୍ତୁତ କରେ । ଏଥିରେ ୧୯୯୯ରୁ ୨୦୧୭ ମଧ୍ୟରେ ୨ ହଜାର ୧୨୧ ସନ୍ଦିଗ୍ଧ କାର୍ଯ୍ୟକଳାପ ବିଷୟରେ କୁହାଯାଇଛି ।

ପୋଲିସ ଅଧିକାରୀଙ୍କ ନିକଟରେ ୭୦ କୋଟି ଟଙ୍କାର ଅବୈଧ ସମ୍ପତ୍ତି, ACB ରେଡ୍ ପରେ ଖୁଲାସା

ହାଇଦ୍ରାବାଦ: ତେଲଙ୍ଗାନା ପୋଲିସର ଜଣେ ଅଧିକାରୀଙ୍କ ନିକଟରୁ ୭୦ କୋଟି ଟଙ୍କାର ଅବୈଧ ସମ୍ପତ୍ତି ଜବତ କରାଯାଇଛି । ରାଜ୍ୟ ଆଣ୍ଟି କରପସନ୍ ବ୍ୟୁରୋ ରେଡ୍ ପରେ ଏହି ତଥ୍ୟ ଜଣାପଡ଼ିଛି । ନରସିହ୍ମା ରେଡ୍ଡୀ ନାମକ ଏହି ଅଧିକାରୀ ୧୯୯୧ ମସିହାରେ ଇନ୍ସପେକ୍ଟର ଭାବେ ପୋଲିସରେ ଜଏନ୍ କରିଥିଲେ । ପରେ ଆସିଣ୍ଟାଟ କମିଶନର ପଦକୁ ପ୍ରମୋସନ ହୋଇଥିଲା । ସେ ମଲ୍କଜାଗିରି ଜିଲ୍ଲାରେ ନିଯୁକ୍ତି ପାଇଥିଲେ ।

Telangana Cop Had RS 70 Crore In Illegal Wealth Unearth Raids

ବେଆଇନ୍ ସମ୍ପତ୍ତି ମିଳିବା ପରେ ଏସିବି ନରସିହ୍ମାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଛି । ମେଡିକାଲ ଟେଷ୍ଟ ପରେ ଏସିବି ରିମାଣ୍ଡ ଆବେଦନ କରିବ । ଏସିବି ନିର୍ଦ୍ଦେଶକ ଜେନରାଲ ପୂର୍ଣ୍ଣଚନ୍ଦ୍ର ରାୱଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ଇସ୍ତାହାର ପ୍ରକାରେ ନରସିହ୍ମା ରେଡ୍ଡୀଙ୍କ ସମ୍ପତ୍ତି ବାବଦରେ ଜାଣିବା ଲାଗି ରାଜ୍ୟର ୨୫ଟି ସ୍ଥାନରେ ରେଡ୍ କରାଯାଇଥିଲା । ଏହି ରେଡ୍ ବାରଙ୍ଗଲ, ଜନଗାଓଁ, ନାଲଗୋଣ୍ଡା, କରୀମନଗର ଓ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ହୋଇଥିଲା ।

Telangana Cop Had RS 70 Crore In Illegal Wealth Unearth Raids

ସୂଚନାଯୋଗ୍ୟ, ତେଲଙ୍ଗାନାରେ ଅନ୍ୟ ଏକ ବଡ଼ ଭ୍ରଷ୍ଟାଚାର ମାମଲାରେ ଏସିବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଇନ୍ସୁରାନ୍ସ ମେଡିକାଲ ସର୍ଭିସେସର ପୂର୍ବତନ ନିର୍ଦ୍ଦେଶକ ଓ ଅନ୍ୟ ଜଣେ ଅଧିକାରୀଙ୍କ ଠାରୁ ୪.୪୭ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଥିଲା । ଇନ୍ସୁରାନ୍ସ ମେଡିକାଲ ସର୍ଭିସର ପୂର୍ବତନ ନିର୍ଦ୍ଦେଶକ ଦେବିକ ରାଣୀଙ୍କ ଠାରୁ ୩.୭୫ କୋଟି ଟଙ୍କା ଓ ଇଏସ୍ଆଇ ଫାର୍ମାସିଷ୍ଟ ନାଗା ଲକ୍ଷ୍ମୀଙ୍କ ଠାରୁ ୭୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆୟକର ଲୁଚାଇବା ପାଇଁ ଏହି ଅର୍ଥକୁ ସାଇବରାବାଦ ଅଞ୍ଚଳର ଏକ ରିୟଲ ଇଷ୍ଟେଟ୍ କମ୍ପାନୀରେ ନିବେଶ କରାଯାଇଥିଲା ।

ଦୁଇ ଅଧିକାରୀଙ୍କ ୬ଟି ଆବାସିକ ପ୍ଲଟ ଥିବା ବେଳେ ପରିବାର ସଦସ୍ୟଙ୍କ ନାଁରେ ୧୫ ହଜାର ବର୍ଗ ଫୁଟର ବାଣିଜ୍ୟିକ ସମ୍ପତ୍ତି କିଣିବା ପାଇଁ ବେଆଇନ୍ ଟଙ୍କା ନିବେଶ କରାଯାଇଥିଲା ।

ମହଙ୍ଗା ହେଉଛି ପିଆଜ: ଦିନକରେ ଦର ବଢ଼ିଲା ୧୫ ଟଙ୍କା

0

ଭୁବନେଶ୍ୱର: ପିଆଜ ବଜାରରେ ନିଆଁ । ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । ଗତକାଲି ବଜାରରେ ପିଆଜ ଦର ୩୫ ଟଙ୍କା ଥିବା ବେଳେ ଆଜି ୫୦ ଟଙ୍କା ଡେଇଁଛି । ଆଉ ଏହି ଦର ଅକ୍ଟୋବର ସୁଦ୍ଧା ୧୦୦ ଛୁଇଁବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବେଲଗାମ ପିଆଜ ଦର । ଦିନକରେ ଦର ବଢ଼ିଲା ୧୫ ଟଙ୍କା । ଅକ୍ଟୋବର ରେ ୧୦୦ ଟପିବା ଆଶଂକା ।

ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଖାଉଟିଙ୍କୁ କନ୍ଦାଇଛି ପିଆଜ । ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରିରେ ହେଉଥିଲା । ଏପରିକି ମଙ୍ଗଳବାର ଦର ୩୫ ଟଙ୍କା ଥିଲା । ହେଲେ ବୁଧବାର ହଠାତ ମୂଲ୍ୟ ୫୦ ଟଙ୍କା ଛୁଇଁଛି । ଏକ କେଜିରେ ୧୫ଟଙ୍କା ବୃଦ୍ଧି ହେବାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀରୁ ପିଆଜ ଏବଂ ଆଳୁକୁ ବାଦ୍‌ଦେବା ଦ୍ୱାରା ବେପାରୀମାନେ ବେଶ୍‌ ମୁନାଫା ଉଠାଉଥିବା ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ନାସିକ ଏବଂ ଆନ୍ଧ୍ରରୁ ଓଡ଼ିଶା ମାର୍କେଟକୁ ପିଆଜ ଆସୁଛି । ଏହା ବ୍ୟତୀତ ନାଫେଡ ମଧ୍ୟ ପିଆଜ ଯୋଗାଉଛି । ଆନ୍ଧ୍ର ପ୍ରଦେଶରୁ ଆମଦାନୀ ହେଉଥିବା ପିଆଜର ପାଇକାରୀ ଦର ୪୦ ଟଙ୍କା ରହିଥିବା ବେଳେ ମହାରାଷ୍ଟ୍ରରୁ ଆସୁଥିବା ପିଆଜ ୪୩ ଟଙ୍କା ରହିଛି । ତେଣୁ ପାଇକାରୀ ଦର ବୃଦ୍ଧି ପାଇଥିବାରୁ ସ୍ବତଃ ଖୁଚୁରା ବଜାରରେ ଦର ବୃଦ୍ଧି ଘଟିଛି ।

ଅନ୍ୟପଟେ ନାସିକରେ ବର୍ଷା ପାଇଁ ଶହ ଶହ ଏକର ପିଆଜ ଚାଷ ବାଧାପ୍ରାପ୍ତ ହୋଇଛି । ତେଣୁ ଅକ୍ଟୋବର ସୁଦ୍ଧା ଦର ୧୦୦ ଛୁଇଁବ ବୋଲି ଆଶଙ୍କା କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । କରୋନା ସମୟରେ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପିଆଜର ଏଭଳି ଅହେତୁକ ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

 

ବିହାର ନିର୍ବାଚନ: ରାଜନୈତିକ ମୈଦାନରେ ‘ଆତ୍ମନିର୍ଭର‘ ବିଜେପିକୁ ଛିଡା କରିବା ମୋଦିଙ୍କ ପାଇଁ ଚ୍ୟାଲେଂଜ୍

ପାଟନା, ୨୦୧୪ ମସିହାରୁ ଦେଶ ନିର୍ବାଚନ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ନମ୍ବରୱାନ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ଆସିଛନ୍ତି । ଏହାର ୫ ବର୍ଷ ପରେ ହୋଇଥିବା ନିର୍ବାଚନରେ ମଧ୍ୟ ମୋଦି ନିଜ ସଫଳତା ଦୋହରାଇପାରିଥିଲେ । ସର୍ବଭାରତୀୟସ୍ତରରେ ତାଙ୍କ ନିର୍ବାଚନୀ ସଫଳତାକୁ ଦେଖିଲେ ବିରୋଧୀ ଏକପ୍ରକାର ପ୍ରଭାବହୀନ ମନେ ହୁଅନ୍ତି । ହେଲେ ୨୦୧୪ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହିସବୁ ନିର୍ବାଚନରେ ମୁଖ୍ୟତଃ ମୋଦି ହିଁ ପ୍ରକାରନ୍ତରେ ପ୍ରଚାର ମଙ୍ଗ ଧରିଥିଲେ ।

 

ଦୁଇଥର ଲୋକ ସଭା ସଫଳତା ତୁଳନା ରେ ରାଜ୍ୟଗୁଡିକରେ ହୋଇଥିବା ନିର୍ବାଚନରେ ଭାଜପା ମିଶ୍ରିତ ଫଳ ପାଇଛି । ୨୦୧୪ରେ ମହାରାଷ୍ଟ୍ର,ହରିୟାଣା ପରେ ୨୦୧୨ରେ ୟୁପି ଏବଂ ୨୦୧୭ ଗୁଜରାଟ ନିର୍ବାଚନରେ ଭାଜପା ଆଶାତୀତ ସଫଳତା ପାଇଥିଲା । ଏହାକୁ ବାଦ ଦେଲେ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ବିରୋଧୀ ଦଳ ବିବାଦରୁ ଶାସନ ଅକ୍ତିଆର କରିବାରେ ସକ୍ଷମ ହୋଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ଦଳ କ୍ଷମତାରେ ନାହିଁ । ଦିଲ୍ଲୀ କ୍ଷମତା ଅଳିନ୍ଦରୁ ମଧ୍ୟ ରାଜ୍ୟ ଦୂରରେ ରହିଛି । ହରିୟାଣାରେ ବର୍ତ୍ତମାନ ଭାଗୁଆଳି ଶାସନ ଚାଲିଛି । ୨୦୧୫ ବିହାର ନିର୍ବାଚନରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ପରେ ନୀତିଶଙ୍କୁ ନିଜ ପକ୍ଷକୁ ଆଣି କୌଣସିମତେ ସରକାରରେ ରହିଥିଲା । ତେଣୁ ବର୍ତ୍ତମାନ ମଧ୍ୟପ୍ରଦେଶ,ୟୁପି,କର୍ନାଟକ, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ,ମଣିପୁର ଏବଂ  ଗୋଆ ଭଳି ଅନ୍ୟ କେତେକ କ୍ଷୁଦ୍ର ରାଜ୍ୟରେ ଶାସନରେ ରହିଛି । ଆଶ୍ଚର୍ଯ୍ୟର କଥା ଏହି କି ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ପରେ ରାଜସ୍ଥାନ, ଛତିଶଗଡ,ଝାଡଖଣ୍ଡ,ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରୁ ଭାଜପା କ୍ଷମତା ହରାଇଛି । ଏହି ସମୟରେ କେରଳ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଦଳ କେବେବି କ୍ଷମତାର ସ୍ୱାଦ ଚାଖିନି ।

ଆଞ୍ଚଳିକ ଦଳର ପ୍ରଚଣ୍ଡ ପ୍ରଭାବ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁରେ ମଧ୍ୟ ଭାଜପା ପ୍ରଦର୍ଶନ ଏତେଟା ଉତ୍ସାହଜନକ ନୁହେଁ । ହେଲେ ତେଲେଙ୍ଗାନା, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଛି । ତେଣୁ ନରେନ୍ଦ୍ର ମୋଦି କେବଳ ଲୋକ ସଭା ନୁହେଁ ରାଜ୍ୟଗୁଡିକରେ ମଧ୍ୟ ପ୍ରଭାବଶାଳୀ, ସେ କଥା ପ୍ରମାଣିତ କରିବାର ସମୟ ଆସିଛି । ନିକଟ ଭବିଷ୍ୟତରେ ବିହାରରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ୨୦୦୫ରୁ ଏଯାବତ(୨ ବର୍ଷକୁ) ବାଦ୍ ଦେଇ ଭାଜପା ଜେଡିୟୁ ସହ ଶାସନ କ୍ଷମତାରେ ରହିଛି । ହେଲେ ନିଜସ୍ୱ ଚେହେରା ନ ଥିବାରୁ ନୀତିଶଙ୍କ ଉପରେ ନିର୍ଭରଶୀଳ ହୋଇପଡିଛି । କୌଣସିମତେ ନୀତିଶଙ୍କ ଉପରେ ଅଧିକ ନିର୍ଭର ନ କରି ଶାସନ ଅକ୍ତିଆର କରିବାର ଇଚ୍ଛା ଥିଲେ ବି ଗୈରିକ ଦଳ ପାଇଁ ଏହା ସମ୍ଭବ ହେଉନାହିଁ । ତେଣୁ ବିହାର ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଚଳିତବର୍ଷ ପ୍ରାରମ୍ଭରୁ ମୋଦିଙ୍କ ଅଭିଭାଷଣ, କେତେକ ଫଟୋ ଏବଂ ଉଦଘାଟନ ଇତ୍ୟାଦିର ଫଟୋରୁ ଏହା ସ୍ପଷ୍ଟ ବାରିହୋଇ ପଡୁଛି । ଚଳିତବର୍ଷ ଫେବୃୟାରୀ ତୃତୀୟ ସପ୍ତାହରେ ନରେନ୍ଦ୍ର ମୋଦି ଦିଲ୍ଲୀର ହୁନର ହାଟରେ ଲିଟି ଚୋଖା ଖାଇଥିଲେ । ଏହାର ଏକ ଫଟୋ ସୋସିଆଲ ମିଡିଆ ଏବଂ ଜାତୀୟ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ସଙ୍କେତ ଥିଲା ଯେ, ଭାଜପା ବିହାର ନିର୍ବାଚନକୁ କେତେ ଗୁରୁତର ସହ ନେଉଛି । ରାମମନ୍ଦିର ଶିଳାନ୍ୟାସ ସମୟରେ ମିଥିଲା ଅଞ୍ଚଳରେ କୁହାଯାଉଥିବା ଜୟସୀୟାରାମକୁ ଉଚ୍ଚାରଣ କରିଥିଲେ । ଏପରିକି ଚୀନ ସୈନ୍ୟ ସହ ସଂଘର୍ଷରେ ପ୍ରାଣ ହରାଇଥିବା ବିହାର ଶହୀଦ ଏବଂ ପରିବାର ପ୍ରତି ସାମାନ୍ୟ ଭିନ୍ନ ଏବଂ ଭାବପ୍ରବଣତାର ସହ ସମ୍ବେଦନଶୀଳତା ଜଣାଇଥିଲେ । ଇତି ମଧ୍ୟରେ ମୋଦି ୪ ଥର ଭର୍ଚୁଆଲ ଅଭିଭାଷଣ ବିହାର ଜନତାଙ୍କୁ ଦେଇସାରିଲେି । ଏହି ମାସରେ ଆଉ ୨ଟି ରାଲି ମଧ୍ୟ ହେବାର ରହିଛି । ଦରଭଙ୍ଗାରେ ନୂଆକରି ଏମ୍ସ ଘୋଷଣା କରାଯାଇଛି । ଯେଉଁ ପ୍ରକଳ୍ପର ଲୋକର୍ପଣ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କରିବା କଥା ତାହା ପ୍ରଧାନମନ୍ତ୍ରୀ ନିଜେ କରୁଛନ୍ତି । ତେଣୁ ବିହାର ନିର୍ବାଚନ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଜଣାପଡୁଛି । ନୀତିଶଙ୍କ ସହ ଅସହଜ ରାଜନୈତିକ ସମ୍ପର୍କ ଥିଲେ ବି ତାଙ୍କ ନେତୃତ୍ୱରେ ଲଢାଯିବା ନେଇ ଘୋଷଣା କରିସାରିଛନ୍ତି । ତେଣୁ କହିବାକୁ ଗଲେ ବିହାରରେ ବିଜେପି ରାଜନୈତିକ ଭାବେ ଆତ୍ମନିର୍ଭର ନୁହେଁ ।

ଏତେ ସବୁ ପରେ ଭାଜପା ପ୍ଲାନ-ବି କାର୍ଯ୍ୟ ମଧ୍ୟ କରୁଛି । କୌଣସି ମତେ ଅନୁସୂଚିତ ଜାତି ପ୍ରଭାବ ଥିବା ଏଲ୍ ଜେ ପିକୁ ପ୍ରଭାବିତ କରି ତାକୁ ଅଲଗା ଲଢାଇବାକୁ ଚେଷ୍ଟା କରିଛି । ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ ଭାଙ୍ଗିବା ପରେ ସହଯୋଗୀ ଦଳ ଯେପରି ଅତ୍ୟନ୍ତ ଭଲ ପରିସ୍ଥିତିରେ ନ ରୁହେ, ତାହା ଭାଜପା ଚାହୁଁଛି । ତେଣୁ ଏଲଜେପିକୁ ନେଇ ଖେଳାଯାଉଥିବା ବାଜି କିପରି କାର୍ଯ୍ୟ କରୁଛି । ତାହା ଉପରେ ସମସ୍ତଙ୍କ ନଜର ରହିବ ।

ବିରୋଧୀ ଦଳ ଏକଜୁଟ ନ ଥିବାରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ହିଁ ନିର୍ବାଚନର ଫେବରାଇଟ ବୋଲି କୁହାଯାଉଛି । କରୋନା ମହାମାରୀ, ଲକ ଡାଉନ, ଜିଡିପି ହ୍ରାସ, ଶ୍ରମିକ ସମସ୍ୟା ବର୍ତ୍ତମାନ ପ୍ରମୁଖ ସାମାଜିକ ସମସ୍ୟା ପାଲଟିଛି । ତେଣୁ ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ପାଇଁ ଏକ ପ୍ରକାର ରାଜନୈତିକ ରେଫରେଣ୍ଡମ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ହେଲେ ସମ୍ଭାବନାର ଅନ୍ୟନାମ ରାଜନୀତି, ତେଣୁ ବିହାର ରାଜନୀତି କେଉଁ ଆଡକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।

 

‘କରୋନା କାଳରେ ମଧୁମେହ ରୋଗୀଙ୍କ ସୁଗାର ନିୟନ୍ତ୍ରଣରେ ନଥିଲେ ବିପଦ’

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ । ଲୋକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅଭିଜ୍ଞ ଡାକ୍ତର । ଏଣ୍ଡୋକ୍ରାଇନୋଲଜୀ ସହ କରୋନାର ସମ୍ପର୍କ ନେଇ SCBର ଡାକ୍ତର ଅନୁଜ କୁମାର ବଳିଆରସିଂହଙ୍କ ପରାମର୍ଶ । ମଧୁମେହ ରୋଗୀର ବ୍ଲଡ ସୁଗାର ନିୟନ୍ତ୍ରଣରେ ନଥିଲେ ବିପଦ । କରୋନା ସଂକ୍ରମଣର ଭୟ ସମସ୍ତଙ୍କ ପାଇଁ ସମାନ ରହିଛି । ଅନ୍ୟାନ୍ୟ ଅଣସଂକ୍ରାମକ ରୋଗରେ ପୀଡ଼ିତ ଥିଲେ ସ୍ଥଳ ବିଶେଷରେ ହୋମ ଆଇସୋଲେସନରେ ରହିପାରିବେ ରୋଗୀ । ତେବେ ମଧୁମେହ ରୋଗୀ ନିଜକୁ ନିୟନ୍ତ୍ରଣରେ ରଖିବା ଜରୁରୀ । କାରଣ ଡାଇବେଟିସ ରୋଗୀ କୋଭିଡ ସଂକ୍ରମିତ ହୋଇଥିଲେ ସର୍କରାର ସ୍ତର ବଢିଥାଏ । ସେହିପରି ହୃଦରୋଗ ବିଶେଷଜ୍ଞ ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ପରାମର୍ଶ, ହୃଦରୋଗୀଙ୍କୁ ଭୂତାଣୁ ସଂକ୍ରମଣ ସମ୍ଭାବନା ଅଧିକ । ଅନ୍ୟ ଜଟିଳ ରୋଗ ନଥିଲେ ମଧୁମେହ ରୋଗୀ ଘରେ ରହିପାରିବେ । ସେହିପରି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା  କହିଛନ୍ତି, ଡାଏଲିସିସ ଗ୍ରହଣ କରୁଥିବା ରୋଗୀ ସଂକ୍ରମିତ ହେଲେ ସଂକ୍ରମିତ ରୋଗୀ ଡାଏଲିସିସ ନିୟମିତ ନେଇପାରିବେ । ସବୁ କୋଭିଡ ହସପିଟାଲରେ ଡାଏଲିସିସ୍ ବ୍ୟବସ୍ଥା କରାଯାଇଛି । ଏବେ ୧୦ଦିନ ଚିକିତ୍ସା, ୭ଦିନ ନିଜସ୍ୱ ନିରୀକ୍ଷଣ ବ୍ୟବସ୍ଥା ରହିଛି । ମାନସିକ ରୋଗୀଙ୍କ ପାଇଁ ଘରେ ରହିବା ଜରୁରୀ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । କରୋନା ପାଇଁ ଦିଆଯାଉଥିବା କୌଣସି ଔଷଧ ଖାଆନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ ଆଜିଥ୍ରୋମାଇସିନ ଖାଇବା ବିପଦ ।

କରୋନାରେ ପରମାଣୁ ବିଜ୍ଞାନୀ ସେଖର ବାସୁଙ୍କ ଦେହାନ୍ତ

କୋଲକାତା: ଜଣାଶୁଣା ଆଣବିକ ବିଜ୍ଞାନୀ ତଥା ପରମାଣୁ ଶକ୍ତି କମିଶନର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସେଖର ବାସୁଙ୍କ ମୃତ୍ୟୁ ହୋଇଛି । କୋଭିଡ୍ ଆକ୍ରାନ୍ତ ୬୮ ବର୍ଷୀୟ ସେଖର ବାସୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସେ କୋଭିଡ୍ ସହ କିଡନୀ ରୋଗରେ ପୀଡ଼ିତ ଥିଲେ ।

Nuclear scientist Sekhar Basu dies of Covid-19

୨୦୧୪ ମସିହାରେ ସେଖର ବାସୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଭାରତର ପ୍ରଥମ ଆଣବିକ ଶକ୍ତିସମ୍ପର୍ଣ୍ଣ ବୁଡ଼ାଜାହାଜ ଆଇଏନ୍ଏସ ଆରିହନ୍ତର କମ୍ପ୍ଲେକ୍ସ ରିଆକ୍ଟରର ନେତୃତ୍ୱ ନେଇଥିଲେ । ତାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।

Nuclear scientist Sekhar Basu dies of Covid-19

୧୯୫୨ ମସିହା ସେପ୍ଟେମ୍ବର ୨୦ରେ ଜନ୍ମିତ ବାସୁ ସ୍କୁଲ ପଢ଼ା ସାରିବା ପରେ ୧୯୭୪ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଶେଷ କରିଥିଲେ । ତାପରେ ଗୋଟିଏ ବର୍ଷର ଟ୍ରେନିଂ ସାରି ଭାବା ଆଣବିକ ରିସର୍ଚ୍ଚ ସ୍କୁଲରେ ରିଆକ୍ଟର ଇଞ୍ଜିନିୟର ବାବେ ୧୯୭୫ରେ ଯୋଗ ଦେଇଥିଲେ ।

 

ଆସିକାରେ ସାରର କୃତ୍ରିମ ଅଭାବ : ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ

0

ଆସିକା: ଚାଷ କାର୍ଯ୍ୟ ସରିଯାଇଛି। ଖାଲି ଅପେକ୍ଷା ରହିଛି ଜମିରେ ସାର ଓ କୀଟନାଶକ ପଡ଼ିବ, ଭଲ ଫସଲ ଅମଳ ହେବ । ଆଉ ଏଭଳି ସ୍ଥିତି ଚାଷୀଙ୍କ ଚିନ୍ତା ବଢାଇଛି ସାର କଳାବଜାରି । ଭଲ ଅମଳ ଆଶାରେ ଥିବା ଚାଷୀ ସମବାୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ୍ ଓ କୃଷି ବିଭାଗ ଦୌଡ଼ ଦୌଡ଼ି ନୟାନ୍ତ ହେଲେଣି । ମାତ୍ର କଳାବାଜରୀ ଯୋଗୁଁ ସାର ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଆସିକାରେ ସାରର କୃତ୍ରିମ ଅଭାବ । ଦୌଡ଼ ଦୌଡ଼ି ନୟାନ୍ତ ହେଲେ ବି ଚାଷୀଙ୍କୁ ମିଳୁନି ସାର । କଳାବଜାରୀ ଯୋଗୁଁ ଚିନ୍ତାରେ ଚାଷୀ । ମାଲା ମାଲ୍ ହେଉଛନ୍ତି ଅସାଧୁ ବ୍ୟବସାୟୀ । କଳାବଜାରୀ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ କହିଲେ ଜିଲ୍ଲାପାଳ । ପ୍ରଥମେ ବନ୍ୟା ପରେ ରୋଗ ପୋକ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ସାର କଳାବଜାରୀ ଏସକୁ ବଳି ଯାଇଛି । ଚାଷ କାର୍ଯ୍ୟ ସରିବା ବେଳକୁ ଜମି, ସାର ଓ କୀଟନାଶକ ଅପେକ୍ଷା କରିଥିବା ବେଳେ ସାରର କୃତ୍ରିମ ଅଭାବ ଆସିକା ବ୍ଲକ୍ ମାଗୁରା ଚାଷୀଙ୍କ ନିଦ ହଜାଇ ଦେଇଛି । ବ୍ଲକ ଠାରୁ ସମବାୟ ସମିତ ଓ କୃଷି ଉପରୁ ନିରାଶ ହେବା ପରେ ଏବେ ଘରୋଇ ପ୍ରତିଷ୍ଠାନ ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ଚାଷୀ । ଆଉ ମୁନାଫଖୋର ବ୍ୟବସାୟୀ ମୌକା ଦେଖି ଶୋଷଣ କରିବାରେ ଲାଗି ପଡିଛନ୍ତି ।

ସାର ଓ କୀଟନାଶକର କୃତ୍ରିମ ଅଭାବ ଯୋଗୁଁ  କେତେକ ଚାଷୀ ଚଢା ଦରରେ କିଣୁ ଥିବା ବେଳେ କେତେକ ଅର୍ଥ ଅଭାବରୁ ସାର ପିଡିଆ କିଣୁ ପାରୁନାହାଁନ୍ତି । ଫଳରେ ବେଉସଣ ସରିଥିଲେ ମଧ୍ୟ ସାର ଓ କୀଟନାଶକ ଅଭାବରୁ ନଷ୍ଟ ହେବାକୁ ବସିଲାଣି ଫସଲ । ଆଉ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଏପଟେ କଳାବଜାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।  ଚାଷ କାର୍ଯ୍ୟ ସରିବା ବେଳକୁ ସାର ଅଭାବି ବିକ୍ରି, ଆସିକା ଚାଷୀଙ୍କ ନିଦ ହଜାଇ ଦେଇଛି । ଏଭଳି ସ୍ଥିତିରେ ଋଣ କରି ଚାଷ କରିଥିବା ଚାଷୀ, ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛି ।