spot_img
Home Blog Page 6678

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି । ଡାକ୍ତରଖାନା ଏକ ବିବୃତ୍ତିରେ କହିଛି, ‘ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ୧୨ ଟା ସମୟରେ ଆର୍ମି ହସ୍ପିଟାଲ (ଆର ଆଣ୍ଡ ଆର) ଦିଲ୍ଲୀ କ୍ୟାଣ୍ଟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପରୀକ୍ଷା ସମୟରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାର ଖବର ଆସିଥିଲା ​​ଏବଂ ଏହା ପରେ ସେ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ସେ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କ ଅବସ୍ଥା ଏବେ ବି ଗୁରୁତର ଏବଂ ସେ କରୋନା ପଜିଟିଭ୍ ବୋଲି ମଧ୍ୟ ଜଣାପଡ଼ିଛି ।

ଏହାପୂର୍ବରୁ ୮୪ ବର୍ଷିୟ ମୁଖାର୍ଜୀ ଟ୍ୱିଟ କରି କହିଛନ୍ତି ଯେ ଅନ୍ୟାନ୍ୟ କାରଣରୁ ଡାକ୍ତରଖାନା ଯାଇଥିଲି, ଯେଉଁଠାରେ କୋଭିଡ -୧୯ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା । ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରପତି ମୁଖାର୍ଜୀ ଟ୍ୱିଟ କରିଛନ୍ତି । କହିଛନ୍ତି, ‘ମୁଁ ଅନୁରୋଧ କରୁଛି ଯେଉଁମାନେ ଗତ ଏକ ସପ୍ତାହ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ନିଜେ ଅଲଗା ଅଲଗା ସ୍ଥାନକୁ ଯାଇ ସେମାନଙ୍କ କୋଭିଡ -19 ଯାଞ୍ଚ କରନ୍ତୁ ।

ସେପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖାର୍ଜୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଟା ମୁଖାର୍ଜୀଙ୍କ ସହ କଥା ହୋଇ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ।

କୋଟିପତି ଡିଏଫଓକୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ

ଭୁବନେଶ୍ୱର: ଶେଷରେ ଗିରଫ ହେଲେ କୋଟିପତି ଡିଏଫଓ ଆଲୋକ ରଞ୍ଜନ ହୋତା । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଡିଏଫଓଙ୍କୁ ଗିରଫ କରାଯାଇଛି । ଗତକାଲି ଭୁବନେଶ୍ୱର, ବାଲୁଗାଁ, ପୈତୃକ ବାସଭବନ ବିରିଡି ନିକଟ ଚାଷୀଖଣ୍ଡ ଓ ବାଲିପାଟଣାରେ ଥିବା ସଂପର୍କୀୟଙ୍କ ଘରକୁ ମିଶାଇ ଏକାକାଳୀନ ୫ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ଚଢାଉ ବେଳେ ଖଣ୍ଡଗିରି ଘର, ଚନ୍ଦ୍ରଶେଖପୁରରେ ୩ ମହଲା କୋଠା ଓ ବାଲୁଗାଁ ସରକାରୀ ଅଫିସରେ ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଙ୍ଗକୁ ଅମାପ ସମ୍ପତ୍ତି ଠାବ ହୋଇଥିଲା । କେବଳ ସେତିକି ନୁହେଁ, ଜମି, କାଗଜପତ୍ର ଓ ଫିକ୍ସ ଡିପୋଜିଟ ମଧ୍ୟ ଠାବ ହୋଇଥିଲା । ତେବେ ଡିଏଫଓ ଜଣଙ୍କ ଏତେ ଟଙ୍କାର ଅଧିକାରୀ କେମିତି ହେଲେ ଓ ରୋଜଗାରର ଉତ୍ସକୁ ଖୋଳତାଡ କରୁଛି ଭିଜିଲାନ୍ସ ଟିମ ।

ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ କହିଛନ୍ତି । ଏହି ପୂରା ଷଡଯନ୍ତ୍ର ପଛରେ ତାଙ୍କ ବୋହୂ ଉପରେ ସେ ସନ୍ଦେହ କରୁଛନ୍ତି । କାରଣ ନିକଟରେ ତାଙ୍କ ପୁଅ  ବୋହୂଙ୍କର ଡିଭୋର୍ସ ହୋଇଥିଲା । ଯାହାକୁ ନେଇ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଚି । ତେବେ ଏସବୁ ମାମଲାରେ ତାଙ୍କ ବୋହୂ ପକ୍ଷରୁ ତାଙ୍କପ ଫସେଇ ଦିଆଯାଇଥିବା ସେ କହିଛନ୍ତି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ପ୍ରତି କୋଭିଡ୍ ସଂକ୍ରମିତଙ୍କ ପାଇଁ କେନ୍ଦ୍ର ଦେଉଛି ଦେଢ ଲକ୍ଷ ଟଙ୍କା,ଏହି ଦାବି ପଛର ସତ କ’ଣ ?

ହ୍ୱାଟସଆପ୍ ବିଶ୍ୱବିଦ୍ୟାଳୟରେ ସକ୍ରିୟ ଥିବା ବିଶେଷଜ୍ଞ ମାନେ ଅନେକ ସମୟରେ ଏଭଳି ଖବର ନିଜ ବ୍ୟକ୍ତିଗତ ନ୍ୟୁଜ୍ ରୁମରେ ତିଆରି କରିଥାନ୍ତି ଯାହାର କୌଣସି ଭିତ୍ତିଭୂମି ନଥାଏ । ସେମାନଙ୍କ ମିଛ ମେସିନରୁ ବାହାରିଥିବା ଖବରକୁ ଫରୱାର୍ଡ ମାରି ଆମ୍ ଆଦାମୀ ପାଖରେ ପହଂଚାଇବାରେ ବିଲକୁଲ ହେଳା କରୁନଥିବା କିଛି ଲୋକ ଏଭଳି ଫେକ୍ ନ୍ୟୁଜ୍ ଫ୍ୟାକ୍ଟ୍ରିଙ୍କ ଜାଲରେ ପଡିଯାନ୍ତି । ବୁଝି ନସୁଝି ସେମାନେ ହ୍ୱାଟସଆପ୍ ମେସେଜକୁ ଦୁନିଆର ଏକମାତ୍ର ସତ୍ୟ ମନେ କରି ଆଗକୁ ଆହୁରି ଆଗକୁ ଫରୱାର୍ଡ ମାରିଚାଲନ୍ତି ।

କରୋନା କାଳରେ ଏବେ ସେଇଭଳି ଗୋଟିଏ ମେସେଜକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ଏହି ମେସେଜରେ ଦାବି କରାଯାଉଛି ଯେ,ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ସ୍ଥାନୀୟ ମୁନିସନିପାଲ କର୍ପୋରେସନକୁ ଦେଢ ଲକ୍ଷ ଟଙ୍କା ମିଳୁଛି । ତେଣୁ ବିଭିନ୍ନ ରାଜ୍ୟର ମୁନିସିପାଲିଟି ଡାକ୍ତରଙ୍କ ସହ ମିଶି ଟାର୍ଗେଟ୍ ପୁରଣ କରୁଛନ୍ତି । ଯାହାକୁ ଟିକେ କାଶ,ଥଣ୍ଡ,ଜ୍ୱର ହେଉଛି ତାକୁ କୋଭିଡ୍ ସଂକ୍ରମିତ କହି ଧରି ନେଉଛନ୍ତି । ଏମିତି ସଂକ୍ରମିତଙ୍କ ସଂଖ୍ୟା ବଢାଇ ସେମାନେ ମୋଟା ଅଙ୍କର ଟଙ୍କା ଆୟ କରୁଛନ୍ତି ।

ହ୍ୱାଟସଆପ ବିଶ୍ୱବିଦ୍ୟାଳୟରୁ ବାହାରି ସାଧାରଣ ଲୋକଙ୍କ ହାତରୁ ଫରୱାର୍ଡ ହେଉଥିବା ଏହି ମେସେଜର ମୁଳ ଉଦ୍ଦେଷ୍ୟ ହେଉଛି ନୀରିହ ଆମ ଆଦମୀଙ୍କୁ ସତର୍କ କରିବା କେମିତି ସେମାନଙ୍କୁ କୋଭିଡ୍ ସଂକ୍ରମିତ କହି ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ଅର୍ଥ ଅମଳ କରୁଛି  । ତଳେ ଦିଆଯାଇଥିବା ସେହିଭଳି ଗୋଟିଏ ମେସେଜ ଉପରେ ନଜର ପକାନ୍ତୁ । ବୁଝିଯିବେ ଘଟଣା  କ’ଣ  ।

viral

 ଦାବି କ’ଣ ?

ଦାବି ହେଉଛି ପ୍ରତି କରୋନା ସଂକ୍ରମିତଙ୍କ ପାଇଁ କେନ୍ଦ୍ର ମହାନଗର ନିଗମ ବା ନଗର ନିଗମକୁ ୧ଲକ୍ଷ ୫୦ ହଜାର ଟଙ୍କା ଦେଉଛି ।

ସତ କ’ଣ ?

ହି ଦାବି ସଂପୂର୍ଣ୍ଣ ମିଛ । କେନ୍ଦ୍ର ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଦେଢ ଲକ୍ଷ ଟଙ୍କା ଦେଉଥିବା ଦାବି ଗୋଟିଏ ବଡ ମିଛ । ଏନେଇ ଆପଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ୱେବସାଇଟକୁ ଯାଇ ତଥ୍ୟ ଖୋଜି ପାରିବେ

https://www.facebook.com/FreePressJournal/videos/588210525418619/

ଆପଣ କ’ଣ କରିବେ ?

ନବୁଝି ନସୁଝି ଏଭଳି ମିଥ୍ୟା ଖବରକୁ ଆଗକୁ ବଢାନ୍ତୁ ନାହିଁ । ଫରୱାର୍ଡ କରିବା ପୂର୍ବରୁ ସବୁ ଖବରର ସତ୍ୟାସତ୍ୟ ଅନୁସଂଧାନ କରନ୍ତୁ । ଏହା ବୁଝନ୍ତୁ ଯେ, ଦେଢ ଲକ୍ଷ ଟଙ୍କା କିଛି ଛୋଟ ଅଙ୍କ ନୁହେଁ । ଯେଉଁଠି କେନ୍ଦ୍ର କୃଷକଙ୍କୁ ବର୍ଷକୁ ୬  ହଜାର ଟଙ୍କା ଦେଉଛି,ସେଠି ଜଣେ କୋଭିଡ୍ ରୋଗୀଙ୍କ ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୁର ସମ୍ଭବ ? ଏହାବାଦ ଗୋଟିଏ ଛୋଟିଆ ହିସାବ କରନ୍ତୁ । ମୋବାଇଲର କାଲକୁଲେଟରକୁ ଯାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟାକୁ ଦେଢ ଲକ୍ଷ ସହ ଗୁଣନ କରନ୍ତୁ । ପ୍ରତି ରୋଗୀଙ୍କ ପିଛା ଯଦି କେନ୍ଦ୍ର ମହାନଗର ନିଗମଙ୍କୁ ଦେଢ ଲକ୍ଷ ଟଙ୍କା ଦେବ ତେବେ ଦେଶର ବଜେଟ୍ ଭୁଶୁଡି ପଡିବ ନାହିଁ କି ?

କରୋନା ବୃଦ୍ଧି କାରଣରୁ ବିଏମ୍‌ସିର କଡ଼ା ପଦକ୍ଷେପ, ୯ଟି ସ୍ଥାନରେ ଆରମ୍ଭ କଲା ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ କୋରନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ ଅକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ବିଶେଷ କରି ବସ୍ତି ଓ କଲୋନି ଅଞ୍ଚଳରୁ ଏହି ଅକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର କାରଣ ଭୁବନେଶ୍ୱର ହେଉଛି ମେଗା ସିଟି । ଭୁବନେଶ୍ୱରରୁ ବାହାରୁ ଲୋକେ ଆସି ରହିଛନ୍ତି ଅଧିକ ପରିମାଣରେ । ଯାହାଫଳରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।

ତେବେ ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ଼ ଟେଷ୍ଟ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯାଇଛି । ଆଜିଠୁ ମହାନଗର ନିଗମ ଅଞ୍ଚଳରେ ଥିବା ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକ କୋରନା ଟେଷ୍ଟ କରିବା ଲାଗି ବ୍ୟବସ୍ଥା କରିଛି ବିଏମ୍‌ସି । ଆଜିଠାରୁ ଲୋକେ ପଟିଆ, ଡୁମଡୁମା, ନିଳାଦ୍ରୀବିହାର, ପୋଖରିଫୁଟ, ସହିଦନଗର, ୟୁନିଟ-୩, ୟୁନିଟ-୪, ୟୁନିଟ-୮, ୟୁନିଟ-୯ ରାପିଡି ଆଣ୍ଟିଜେନ ଟେଷ୍ଟ କରାଇପାରିବେ । ସକାଳ ୮ରୁ ଅପରାହ୍ନ ୨ ଟା ଭିତରେ ଲୋକେ ଯାଇ ଟେଷ୍ଟ କରିପାରିବେ ସୂଚନା ରହିଛି ।

ବାପା ସମ୍ପତ୍ତିରେ ଝିଅର ରହିଛି ପୂର୍ଣ୍ଣ ଅଧିକାର, ଦ୍ୱନ୍ଦ୍ୱ ଦୂରକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଝିଅ ସବୁବେଳେ ତା ବାପାଙ୍କ ପାଇଁ ଝିଅ ହୋଇ ରହିଥାଏ  । ତେଣୁ ତାର ବାପାଙ୍କ ସମ୍ପତ୍ତି ଉପରେ ପୁଅଙ୍କ ସହ ସବୁବେଳେ ସମାନ ଅଧିକାର ରହିଛି  । ଦ୍ୱନ୍ଦ୍ୱ ଦୂର କରି ଆଜି ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ୨୦୦୫ ଉତ୍ତରାଧିକାର ଆଇନ ସଂଶୋଧନ ହେବା ପୂର୍ବରୁ ଯଦି ବାପାଙ୍କ ମୃତ୍ୟୁ ହୋଇଯାଇଥିବ ତେବେ ବି ଝିଅଙ୍କୁ ସମ୍ପତ୍ତି ମିଳିବାରେ କୌଣସି ବାଧା ରହିବ ନାହିଁ  ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଛନ୍ତି  ।

୨୦୦୫ ସେପ୍ଟେମ୍ବର ୫ ତାରିଖରେ ଅବିଭାଜିତ ହିନ୍ଦୁ ପରିବାର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରାଯାଇଥିଲା  । ଏଥିରେ ଝିଅମାନଙ୍କୁ ବାପାଙ୍କ ସଂପତ୍ତିର ବରାବର ଅଂଶୀଦାର ବୋଲି ବିଚାର କରାଯାଇଥିଲା  । ତଥାପି ଏହି ଆଇନରେ ସଂଶୋଧନ ପୂର୍ବରୁ ଯଦି କାହାରି ପିତାଙ୍କ ମୃତ୍ୟୁ ଘଟିଥାଏ ତେବେ ବି ଝିଅଙ୍କୁ ତାର ଅଧିକାର ମିଳିବ ବୋଲି କୁହାଯାଇଛି  ।

ରାଜଧାନୀରେ ପ୍ରତିଦିନ ବଢ଼ୁଛି କରୋନା ସଂକ୍ରମଣ, କାରଣ କ’ଣ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଛି । ଦିନକୁ ଦିନ ରାଜ୍ୟରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମଙ୍ଗଳବାର ରାଜ୍ୟରୁ ୧୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ  । ତେବେ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ଦେଶ ମଧ୍ୟରେ ୯ମ ସ୍ଥାନରେ ରହିଛି । ପୂର୍ବରୁ ଗଞ୍ଜାମ କରୋନା ଗଡ଼ ରହିଥିବା ବେଳେ ଏବେ ଗଞ୍ଜାମ ସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଛି । କିନ୍ତୁ ଏବେ ଖୋର୍ଦ୍ଧା ସ୍ଥିତି ଗଞ୍ଜାମ ଭଳି ହେଲାଣି । କିଛି ଦିନ ହେବ ଖୋର୍ଦ୍ଧାରୁ ଗଞ୍ଜାମ ତୁଳନାରେ ବହୁ ଅଧିକ କରୋନା ସଂକ୍ରମିତି ଚିହ୍ନଟ ହେଉଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରତିଦିନ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସେପଟେ ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବାର ବିଭିନ୍ନ କାରଣ ରହିଛି ବୋଲି ଡା. ଅଶୋକ ମହାପାତ୍ର କହିଛନ୍ତି । ସେହି ସବୁ କାରଣ ମଧ୍ୟରୁ ୩ଟି ବିଶେଷ କାରଣ ହେଉଛି ପ୍ରଥମରେ ଭୁବନେଶ୍ୱର ହେଉଛି ମେଗା ସିଟି । ଏଠାରେ ଗଞ୍ଜାମ ତୁଳନାରେ ଅଧିକ ଲୋକ ବାସ କରନ୍ତି । ମେଗା ସିଟି ହୋଇଥିବାରୁ ଏଠାରେ ବାହାରୁ ଲୋକେ ଆସି ରହିଥାନ୍ତି । ସେପଟେ ତୃତୀୟ କାରଣ ହେଉଛି ଭୁବନେଶ୍ୱରରେ ଅଧିକ ପରିମାଣରେ ଟେଷ୍ଟ ହେଉଥିବାରୁ କରୋନା ସଂଖ୍ୟା ମଧ୍ୟ ବଢ଼ିଛି  ।

ତେବେ ଦେଖିବାକୁ ଗଲେ ସବୁ ରାଜ୍ୟର ରାଜଧାନୀରେ ସମାନ ପରିସ୍ଥିତି ରହିଛି ବୋଲି ଡା. ଅଶୋକ ମହାପାତ୍ର କହିଛନ୍ତି । ଏବେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ସ୍ଥିରତା ଆସିଲାଣି । ଯାହାଫଳରେ ଆଗକୁ କମିବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ଯଦି ସଂକ୍ରମଣ ନିୟନ୍ତ୍ରଣରେ ରୁହେ ଏବଂ ଡିସେମ୍ବର-ଜାନୁଆରୀରେ ଟିକା ଆସିଲେ ତେବେ ସ୍ଥିତି ଆହୁରି ଭଲ ହେବ ।

Russia Covid Vaccine:ମିଲିଲା ଋଷ ଟିକାକୁ ଅନୁମତି,ରାଷ୍ଟ୍ରପତି ପୁଟିନ କହିଲେ ମୋ ଝିଅ ନେଇଛି ପ୍ରଥମ ଟିକା

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ  (Russian President Vladimir Putin) ବିଶ୍ୱର ପ୍ରଥମ କରୋନା ଟିକାକୁ ମଂଜୁରୀ ମିଳିଥିବା କଥା ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନକୁ।  (world’s first coronavirus vaccine)  ଅନୁମତି ମିଳିବା ସଂପର୍କରେ ଘୋଷଣା କରି ପୁଟିନ୍ ତାଙ୍କ ଝିଅ ପ୍ରଥମ ଟିକା ଦିଆଯାଇଥିବା  କଥା କହିଛନ୍ତି । ତେବେ ସେ ନିଜେ ଟିକା ନେଇଛନ୍ତି କି ନାହିଁ ସେ ବାବଦରେ କିଛି ମଧ୍ୟ କହିନାହାନ୍ତି ।

ପୁଟିନ୍ କ’ଣ କହିଲେ ?

ପୁଟିନ୍ କହିଛନ୍ତି ଯେ, ମୋ ଝିଅ ଏହି ଟିକା ନେଇଛି । ଆରମ୍ଭରେ ତାକୁ ହାଲୁକା ଜର ହୋଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛି । ସେ ଭଲଅଛି ଓ ବଢିଆ ଅଛି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି । ପୁଟିନଙ୍କ ଝିଅ ପରୀକ୍ଷଣରେ ସାମିଲ ଥିବା କଥା ସାମ୍ନାକୁ ଆସିଛି । ଏହି ଘୋଷଣା ପରେ ଋଷ କରୋନା ଭ୍ୟାକ୍ସିନ୍ ତିଆରି କରିଥିବା ପ୍ରଥମ ଦେଶ ପାଲଟିଛି । ଋଷ ଅନୁସାରେ ଏହି ଭ୍ୟାକ୍ସିନକୁ ପ୍ରଥମେ ଫ୍ରଣ୍ଟଲାଇନରେ ଲଢୁଥିବା କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ ।  ଏହାପରେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଋଷ ସ୍ଥିର କରିଛି । ସେପ୍ଟେମ୍ବର ମାସରୁ ଋଷ କରୋନା ଭ୍ୟାକ୍ସିନର ଅଧିକ ଉତ୍ପାଦନ ଆରମ୍ଭ କରିବ ।

ଟିକା ନେଇଛନ୍ତି ଗବେଷକ
ମସ୍କୋର ଗାମଲେଆ ରିସର୍ଚ୍ଚ ପ୍ରତିଷ୍ଠାନ ଏଡେନ ଭାଇରସକୁ ଆଧାରିତ କରି ଏହି ଭ୍ୟାକ୍ସିନ୍ ତିଆରି କରିଛି । ଗବେଷକଙ୍କ ଦାବି ଯେ, ଭ୍ୟାକ୍ସିନରେ ଯେଉଁ ପାର୍ଟିକଲସ ବ୍ୟବହାର ହୋଇଛି ତାହା ନିଜକୁ ରେପ୍ଲିକେଟ୍ (କପି) କରି ପାରିବ ନାହିଁ । ରିସର୍ଚ୍ଚ ଓ ଉତ୍ପାଦନରେ ସାମିଲ ଥିବା ଅନେକ ବ୍ୟକ୍ତି ନିଜକୁ ଭ୍ୟାକ୍ସିନର ଡୋଜ୍ ଦେଇଛନ୍ତି । ଏହି ଟିକା ନେବା ପରେ କିଛି ଲୋକଙ୍କୁ ଜ୍ୱର ଆସିପାରେ । ତେଣୁ ଟିକା ନେବା ପରେ ପାରାସିଟାମଲ ଖାଇବାକୁ ପରାମର୍ଶ ଦିଆଯାଇଛି ।

ଟିକାକୁ ବିରୋଧ

ତେବେ ଭ୍ୟାକ୍ସିନର ମାନବ ପରୀକ୍ଷଣକୁ ମାତ୍ର ଦୁଇ ମାସରେ ସାରିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଋଷକୁ ସମାଲୋଚନା କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତା’ପାଖରେ ଋଷ ଭ୍ୟାକ୍ସିନକୁ ନେଇ କୌଣସି ସୂଚନା ନାହିଁ ।ତେବେ ମାତ୍ର ୧୦୦ରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଡୋଜ୍ ଦିଆଯାଇଥିବାରୁ ଏହାର ବ୍ୟାପକ ବ୍ୟବହାର ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞ ଦାବି କରୁଛନ୍ତି । ଆସୋସିଏସନ୍ ଅଫ୍ କ୍ଲିନିକାଲ ଟ୍ରାଏଲସ ଅର୍ଗାନାଇଜେସନ୍ ଏନେଇ ଋଷ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋଙ୍କୁ ଚିଠି ଲେଖିଛି । ବିଶ୍ୱର ବଡ ବଡ ଫାର୍ମା କଂପାନୀ ମଧ୍ୟ ଋଷ ଭ୍ୟାକ୍ସିନକୁ ସନ୍ଦେହ କରୁଛନ୍ତି । ।

Russia Covid Vaccine: କାଲି ଆସୁଛି ଋଷ ଭ୍ୟାକ୍ସିନ୍,କିଏ ନେବ ପ୍ରଥମ ଟିକା ? ଜାଣନ୍ତୁ

ମସ୍କୋ:  ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ (First Coronavirus vaccine)କୁ ଋଷ ଆସନ୍ତାକାଲି (୧୨ ଅଗଷ୍ଟ)ରେ ଲଂଚ୍ କରିବାକୁ ଯାଉଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆସନ୍ତାକାଲି ଏହାକୁ ପଂଜିକୃତ କରିବ । ଯଦି ସବୁକିଛି ଠିକ୍ ଚାଲେ ଓ ଭ୍ୟାକ୍ସିନ୍ ନିୟନ୍ତ୍ରକ ପ୍ରାଧିକରଣ ପାଖରୁ ଏହାକୁ ସ୍ୱିକୃତୀ ମିଳେ ତେବେ ଏହା ବିଶ୍ୱର ପ୍ରଥମ ପ୍ରାମାଣିକ କୋଭିଡ୍-୧୯ ଭ୍ୟାକ୍ସିନ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶକୁ କରୋନା ଭ୍ୟାକ୍ସିନ୍ ତିଆରି କରିବାର ସଫଳତା ମିଳିନାହିଁ । ଋଷ ଅନୁସାରେ ଏହି ଭ୍ୟାକ୍ସିନକୁ ପ୍ରଥମେ ଫ୍ରଣ୍ଟଲାଇନରେ ଲଢୁଥିବା କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ ।  ଏହାପରେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଋଷ ସ୍ଥିର କରିଛି । ସେପ୍ଟେମ୍ବର ମାସରୁ ଋଷ କରୋନା ଭ୍ୟାକ୍ସିନର ଅଧିକ ଉତ୍ପାଦନ ଆରମ୍ଭ କରିବ ।

ଫିଲିପାଇନ୍ସ ରାଷ୍ଟ୍ରପତି କହିଲେ,ମୋତେ ପ୍ରଥମେ ଟିକା ଦିଅ

philipines president

ଋଷ ଫିଲିପାଇନ୍ସକୁ ଭ୍ୟାକ୍ସିନ୍ ଅଫର କରିଥିଲା । ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ଋଷ ଅଫରକୁ ସ୍ୱିକାର କରିଛନ୍ତି ।  ଅଫର ସ୍ୱିକାର କରିବା ସହ ସେ ତାଙ୍କୁ ପ୍ରଥମେ ଟିକା ଦିଆଯାଉ ବୋଲି କହିଛନ୍ତି । ଋଷ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ସେ ଏମିତି କହିଛନ୍ତି ।  ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ସୋମବାର ଦୁତେର୍ତେ କହିଥିଲେ ଯେ, ‘‘ଯେତେବେଳେ ଭ୍ୟାକ୍ସିନ ଆସିବ ସେତେବଳେ ମୁଁ ସର୍ବସମ୍ମୁଖରେ ଟିକା ନେବାକୁ ଚାହିଁବି । ସର୍ବପ୍ରଥମେ ମୋ ଉପରେ ଏକ୍ସପେରିମେଣ୍ଟ୍ କରାଯାଉ,ମୋର କୌଣସି ସମସ୍ୟା ନାହିଁ’’ ଦୁତେର୍ତେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ନିଜ ଆଦର୍ଶ ବୋଲି କହି ସାରିଛନ୍ତି ।  ସେ କହିଛନ୍ତି ଯେ, ମାନିଲା ଏହି ଟିକାର କ୍ଲିନିକାଲ ଟ୍ରାଏଲରେ ଋଷକୁ ସହଯୋଗ କରିବ ।

ନିଜେ ଟିକା ନେଇଛନ୍ତି ଗବେଷକ

ମସ୍କୋର ଗାମଲେଆ ରିସର୍ଚ୍ଚ ପ୍ରତିଷ୍ଠାନ ଏଡେନ ଭାଇରସକୁ ଆଧାରିତ କରି ଏହି ଭ୍ୟାକ୍ସିନ୍ ତିଆରି କରିଛି । ଗବେଷକଙ୍କ ଦାବି ଯେ, ଭ୍ୟାକ୍ସିନରେ ଯେଉଁ ପାର୍ଟିକଲସ ବ୍ୟବହାର ହୋଇଛି ତାହା ନିଜକୁ ରେପ୍ଲିକେଟ୍ (କପି) କରି ପାରିବ ନାହିଁ । ରିସର୍ଚ୍ଚ ଓ ଉତ୍ପାଦନରେ ସାମିଲ ଥିବା ଅନେକ ବ୍ୟକ୍ତି ନିଜକୁ ଭ୍ୟାକ୍ସିନର ଡୋଜ୍ ଦେଇଛନ୍ତି । ଏହି ଟିକା ନେବା ପରେ କିଛି ଲୋକଙ୍କୁ ଜ୍ୱର ଆସିପାରେ । ତେଣୁ ଟିକା ନେବା ପରେ ପାରାସିଟାମଲ ଖାଇବାକୁ ପରାମର୍ଶ ଦିଆଯାଇଛି ।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସନ୍ଦେହ

ଦୁନିଆର ଅନେକ ବିଶେଷଜ୍ଞ ଋଷ ଭ୍ୟାକ୍ସିନକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଋଷ ଭ୍ୟାକ୍ସିନ୍ ନେଇ କୌଣସି ଡାଟା ସଂଗଠନକୁ ଦେଇ ନାହିଁ । ତେବେ ଋଷ ଏହାକୁ ଗୁରୁତ୍ୱ ନଦେଇ ନିଜ ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରୁଛି ।

ଦୁନିଆରେ ଚାଲିଛି ଗବେଷଣା

ଦୁନିଆର ଅନେକ ଦେଶ ଭ୍ୟାକ୍ସିନକୁ ନେଇ ଗବେଷଣା କରୁଛନ୍ତି । ତେବେ ଏଥିରେ ଚୀନ୍,ଆମେରିକା,ଭାରତ ଓ ବ୍ରିଟେନ୍ ଆଗରେ ଥିବା କୁହାଯାଉଛି । ଭାରତର କୋଭାକ୍ସିନ୍ ଏହି ବର୍ଷ ଅନ୍ତ ସୁଧା ଲଂଚ୍ ହେବ ବୋଲି କୁହାଯାଉଛି ।ଅନ୍ୟପକ୍ଷରେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଚାଲିଥିବା ଗବେଷଣା ମଧ୍ୟା ଆଶା ସୃଷ୍ଟି କରିଛି । କିନ୍ତୁ ଋଷ ଭ୍ୟାକ୍ସିନ ଯଦି ସତରେ କାମ କରେ ତେବେ ବିଶ୍ୱର ଜିଓ ପଲିଟିକ୍ସରେ ଗୋଟିଏ ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କରୋନାକୁ ହରାଇ ଋଷ ପୁଣି ବିଶ୍ୱ ଶକ୍ତି ହେବାର ସମ୍ଭାବନା ରହିଛି ।

କୋଭିଡ ଟେଷ୍ଟକୁ ନେଇ RMRC ନିର୍ଦ୍ଦେଶିକାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସହ ଦିନକୁ ଦିନ ବଢୁଛି କୋଭିଡ ଟେଷ୍ଟ । ସେଥିପାଇଁ କମୁଛି କରୋନା ସଂକ୍ରମଣର ହାର । ଟେଷ୍ଟ ବଢ଼ୁଛି ସେଥିପାଇଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ମଧ୍ୟ ଢ଼େର ପରିମାଣରେ ବଢ଼ିଛି । କିନ୍ତୁ ସବୁଠାରୁ ବଢ଼ କଥା ହେଉଛି ରାଜ୍ୟରେ ଏତେ ମାତ୍ରାରେ ସଂକ୍ରମଣ ଚିହ୍ନଟ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତି ଗୋଷ୍ଠି ସଂକ୍ରମଣ ହୋଇନାହିଁ । ତେବେ ଯେ ପର୍ଯ୍ୟନ୍ତ ରାଜ୍ୟ ଭିତରେ କଣ୍ଟାକ୍ଟ ଭିତରେ ପଜିଟିଭି ଆସୁଛନ୍ତି ସେପର୍ଯ୍ୟ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଭଲରେ ରହିଛି ।

ଏଭଳି ସୂଚନା ଦେଇଛନ୍ତି ଆର ଏମ ଆରସି ନିର୍ଦେଶିକା ସଂଘମିତ୍ରା ପତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ରାଜ୍ୟ ମଧ୍ୟରେ ନୂଆ ସଂକ୍ରମିତ ଆସୁନାହାନ୍ତି ତାହେଲେ  ସଂକ୍ରମଣ ବଢ଼ୁନି ।  ଯଦି ପଜେଟିଭି ସଂଖ୍ୟା ଧୀରେ ଧୀରେ ଉପର ମୁହଁ ହେବ ତାହେଲେ ଶୀଘ୍ର ସ୍ଥିରତା ଆଡ଼କୁ ଗତି କରିବା ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି ।

ରାଜ୍ୟ ମଧ୍ୟରେ ଏବେ ଯାହାବି ପଜିଟିଭ ଆସୁଛାନ୍ତି ସବୁ କଣ୍ଟାକ୍ଟରୁ ଆସୁଛନ୍ତି । ଆଉ ଗୋଟିଏ ବଡ଼ କଥା ହେଉଛି କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପ୍ରାୟ ନେଗେଟିଭି ଆସୁଛନ୍ତି । ଏହାର କାରଣ ହେଲା ଆଗୁଆ ଅଧିକ ଟେଷ୍ଟ କରାଯାଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଧରାଯାଉଛି । ଯାହା ଫଳରେ କଣ୍ଟାକ୍ଟ ଟ୍ରେସିଂ ଆହୁରି ଜଲଦି ହେଇପାରୁଛି ।

କରୋନା କବଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଦେଶରେ ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି । ତେବେ ବୁଧବାର ରାଜ୍ୟରେ ଆଉଜଣେ ବିଧାୟକ କରୋନା କବଳରେ ଆସିଛନ୍ତି । ଆଜି ଖଣ୍ଡପଡ଼ା ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜେ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି ।

ତାଙ୍କର ପ୍ରଥମେ ଥଣ୍ଡା କାଶ ଭଳି କିଛି କରୋନା ଲକ୍ଷଣ ସେ ଅନୁଭବ କରିଥିଲେ । ଏକ ଘରୋଇ ଡାକ୍ତରଖାନାରେ ସେ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଟେଷ୍ଟରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଆହୁରି ମଧ୍ୟ ସଚେତନ କରାଇବା ପାଇଁ କହିଛନ୍ତି ଯେ ତାଙ୍କ ସହ ଏହି କିଛି ଦିନ ମଧ୍ୟରେ କେହି ଯଦି ସଂସ୍ପର୍ଶରେ ଆସିଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜକୁ ଆଇସୋଲେସନରେ ରଖିବା ଜରୁରୀ ।  କୋଭିଡ଼ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ସେ ସୁସ୍ଥ ଥିବା କହିଛନ୍ତି ।