ଗଞ୍ଜାମ: ଗଞ୍ଜାମରେ ସ୍ଥିତି ଭୟଙ୍କର । ଦିନକୁ ଦିନ ବିଗିଡ଼ୁଛି ସ୍ଥିତି । ନିୟନ୍ତ୍ରଣ ବାହାରେ କରୋନା ସଂକ୍ରମଣ । ଗୋଟିଏ ପଟେ ଗଞ୍ଜାମରେ ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ । ଗଂଜାମରେ ଆହୁରି କଡ଼ାକଡ଼ି ହେବ କୋଭିଡ୍ ପରିଚାଳନା । ପୁଣି ଗଞ୍ଜାମକୁ କୋଭିଡ୍ ମୁକାବିଲା ପାଇଁ ୫ ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୨ ଆଇଏଏସ୍ ଓ ୬ ଓଏଏସ୍ ଗଞ୍ଜାମ ଯାଇଥିଲେ ।
ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଡେପୁଟି କଲେକ୍ଟର ଓ ଲହୁଣୀପଡ଼ା ତହସିଲଦାରଙ୍କୁ ଗଂଜାମ ପଠାଯାଇଛି । ସେପଟେ ଗଞ୍ଜାମକୁ ଗଲା ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ । ପୁରୀରୁ ଏହି ଆମ୍ବୁଲାନ୍ସକୁ ଗଞ୍ଜାମ ପଠାଯାଇଛି ।

ଆମ୍ବୁଲାନ୍ସ ପଠାଇବାକୁ ପୁରୀ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସେପଟେ ବ୍ରହ୍ମପୁର ସହରରେ ଥିବା ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ କରାଯାଉଛି ।

ମଙ୍ଗଳବାର ଦିନ ୨ଟା ସୁଦ୍ଧା ୭୨ ହଜାର ୩ ଶହ ୫ଟି ପରିବାରର ୨ଲକ୍ଷ ୮୮ ହଜାର ୭ଶହ ୩୬ଜଣଙ୍କ ସ୍କ୍ରିନିଂ କରାଯାଇଛି । ସେମଧ୍ୟରୁ ୧୫୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବ୍ରହ୍ମପୁର କମିସନର ସୂଚନା ଦେଇଛନ୍ତି ।


ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ବର୍ଷାକୁ ଦୃଷ୍ଟିରେ ରଖି ୧୫ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ୧୦ଟି ଜିଲ୍ଲା, ୧୭ ତାରିଖରେ ୭ଟି ଜିଲ୍ଲା ଏବଂ ୧୮ ତାରିଖରେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।






ରାଜ୍ୟ ରାଜସ୍ୱ ଟିକସ ବାବଦରେ ହ୍ରାସ ପାଇଥିଲେ ମଧ୍ୟ ଏହି ଖଣି ନିଲାମ ପ୍ରକ୍ରିୟା ଯୋଗୁଁ ଅଣଟିକସ ବାବଦରେ ୪% ରାଜସ୍ୱ ବୃଦ୍ଧି ପାଇଛି । ଖଣି ନିଲାମ ପ୍ରକ୍ରିୟାକୁ ସଫଳ କରିବା ଦିଗରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଉଲ୍ଲେଖନୀୟ ଭୂମିକା ଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତାଙ୍କୁ ଖଣି ବିଭାଗର ଓଏସ୍ଡି ଭାବରେ ପୁନଃ ନିଯୁକ୍ତ କରିଛନ୍ତି ।

କରୋନାର କଳା ବାଦଲରେ ଢାଙ୍କି ହୋଇ ଯାଇଛି ପୁରା କଳାକାର ପରିବାର । ଯାତ୍ରାର ଯାତ୍ରା ଅଟକିବା ସହ ପେଟପାଟଣାରେ ତାଲା ପଡ଼ିଛି । ବାଲେଶ୍ୱର ଜିଲ୍ଲା ବାଗୁଡି଼ ଗାଁର ସୁବାଷ କୁମାର ଜେନା । ବାଘା ଯତିନ୍ ଗଣନାଟ୍ୟରେ କଳାକାର ତଥା ଉପସ୍ଥାପକ ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି ।







