spot_img
Home Blog Page 6685

ସଂସଦରେ ଅଚଳାବସ୍ଥା: ନିଲମ୍ବନ ନହଟିଲା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନକୁ ବିରୋଧୀ କଲେ ବର୍ଜନ

ନୂଆଦିଲ୍ଲୀ: ଧାରଣାରୁ ହଟିଲେ, ହେଲେ ବିରୋଧ ଜାରି । ସଂସଦ ପରିସରରେ ସାରା ରାତି ଧାରଣାରେ ବସିଥିଲେ ନିଲମ୍ବିତ ୮ ସାଂସଦ । ରାଜ୍ୟସଭାର ୮ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ବର୍ଜନ କରିବେ ବିରୋଧୀ । ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଗୁଲାମ୍ ନବୀ ଆଜାଦ ।

ଗତକାଲିଠାରୁ ଧାରଣାରେ ବସିଥିଲେ ନିଲମ୍ବିତ ୮ ସାଂସଦ । ସେମାନଙ୍କ ସମର୍ଥନରେ ସଂସଦ ବର୍ଜନ କରିଥିଲା କଂଗ୍ରେସ । ଏଥିସହ ସଂସଦ ପରିସରରେ ଗାନ୍ଧୀ ମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରାଯାଇଛି । କୃଷି ବିଲ୍ ଉପସ୍ଥାପନ ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ୮ ସାଂସଦଙ୍କୁ ଗତକାଲି ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ । ସେପଟେ ରାଜ୍ୟସଭାରେ ହଙ୍ଗାମାକୁ ନେଇ ଗୋଟିଏ ଦିନ ପାଇଁ ଉପବାସ ରଖିଛନ୍ତି ଉପାଧ୍ୟକ୍ଷ ହରିବଂଶ ସିଂ ।

ବିରୋଧୀ ସାଂସଦଙ୍କ ବିଶୃଙ୍ଖଳିତ ଆଚରଣ ବିରୋଧରେ ସେ ଉପବାସ ରଖିଛନ୍ତି । ଆଜି ସକାଳୁ ଧାରଣାରେ ବସିଥିବା ସାଂସଦଙ୍କୁ ଭେଟିଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ ।  ସାଂସଦଙ୍କ ପାଇଁ ଚା’ ନେଇ ଯାଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ । କିନ୍ତୁ ଧାରଣା ଦେଇଥିବା ସାଂସଦମାନେ ଚା’ ପିଇବାକୁ ମନା କରିଥିଲେ । ତେବେ ଚା’ ନେଇ ଯାଇଥିବାରୁ ହରିବଂଶଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜ୍ୟରେ ଗତ ୨୪ଘଣ୍ଟାରେ ୪୧୮୯ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଚିଂ, ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ। ରାଜ୍ୟରେ ଲଗାତାର ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୧ ଶହ ୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୨ ହାଜର ୪ ଶହ ୫୩ କେସ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୭ ଶହ ୩୬। ସେହିପରି କରୋନା ନେଇଛି ଆଉ ୧୧ ଜୀବନ । ଗତକାଲି ୪୨୪୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୧୮୯ ସଂକ୍ରମିତ । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୭୧୨ ଓ କଟକରୁ ୫୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୭ , ବାଲେଶ୍ୱରରୁ  ୧୫୦ , ବରଗଡ଼ରୁ ୧୨୮, ଭଦ୍ରକରୁ ୩୪, ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୭୭, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୫୪, ଗଜପତିରୁ ୨, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୧୦୪ , ଯାଜପୁରରୁ ୧୮୭, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୧୦୫ , କନ୍ଧମାଳରୁ ୭୪, କେନ୍ଦ୍ରାପଡ଼ାରୁ ୧୨୬ , କେନ୍ଦୁଝରରୁ ୩୩, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୫୮, ପୁରୀରୁ ୨୬୫ , ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୧୩, ସୁନ୍ଦରଗଡ଼ରୁ ୨୦୧, ସୋନପୁରରୁ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୮ହଜାର ୩୧୧ରେ ପହଞ୍ଚିଛି । ମଙ୍ଗଳବାରେ ରାଜ୍ୟରେ ଆଉ ୧୧ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୪୯ ହଜାର ୩୭୯ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୧୫୮ଟି ସକ୍ରିୟ ମାମଲା ରହିଛି ।

ଡ୍ରଗ୍ସ ଲିଙ୍କରେ ଆସିଲା ଦୀପିକା ପାଦୁକୋନଙ୍କ ନାଁ ।

ଡ୍ରଗ୍ସ ଲିଙ୍କରେ ଆସିଲା ଦୀପିକା ପାଦୁକୋନଙ୍କ ନାଁ ।

ଭୁବନେଶ୍ୱର କୋଭିଡ୍ ହସପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ।

ଭୁବନେଶ୍ୱର କୋଭିଡ୍‌ ହସପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ।

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪ ହଜାର ୧ ଶହ ୮୯ ପଜିଟିଭ । ଆଉ ୧୧ କରୋନା ଆକ୍ରାନ୍ତ ମୃତ ।

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪ ହଜାର ୧ ଶହ ୮୯ ପଜିଟିଭ । ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ ।

ସଂସଦରୁ ସଡ଼କ କୃଷି ବିଲ୍କୁ ବିରୋଧ । ଧାରଣାରୁ ହଟିଲେ ନିଲମ୍ବିତ ସାଂସଦ ।

ସଂସଦରୁ ସଡ଼କ କୃଷି ବିଲ୍‌କୁ ବିରୋଧ । ଧାରଣାରୁ ହଟିଲେ ନିଲମ୍ବିତ ସାଂସଦ ।

କୋଭିଡ୍ ହସପିଟାଲରେ ଅଗ୍ନି ବ୍ୟବସ୍ଥାର ଯାଞ୍ଚ: ଉପକରଣର ବ୍ୟବହାର ଓ ଜରୁରୀକାଳୀନ କୌଶଳ ନେଇ ମକ ଡ୍ରିଲ କରିବ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋଗୀଙ୍କ ପାଇଁ ଏକମାତ୍ର ସାହାରା ହେଉଛି କୋଭିଡ଼ ହସପିଟାଲ । କିଭଳି କୋଭିଡ଼ ସେଣ୍ଟରରେ କୌଣସି ଆପତ୍ତି ଜନକ ପରିସ୍ଥିତି ନ ଉପୁଜେ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଏନେଇ କୋଭିଡ୍ ମେଡିକାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବ ଅଗ୍ନିଶମ ବିଭାଗ

ରାଜଧାନୀର ତିନି ପ୍ରମୁଖ କୋଭିଡ ମେଡିକାଲ ସମ, କିମ୍ସ ଏବଂ ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯିବ କୋଭିଡ ମେଡିକାଲରେ ଥିବା ଅଗ୍ନି ନିରାପତ୍ତା ଉପକରଣର ଯାଞ୍ଚ କରିବା ସହ ଏହାର ଉପଯୋଗ ବିଷୟରେ ମେଡିକାଲର କର୍ମଚାରୀଙ୍କୁ ସଚେତନ କରାଯାଉଛି

ସେହିପରି ଅଗ୍ନିଶମ ବାହିନୀ ଦ୍ୱାରା ମକ୍ ଡ୍ରିଲ୍ କରାଯିବାର କାର୍ଯ୍ୟକ୍ରମ ରହିଛି ଗତକାଲି କଟକ ଜଗରପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ପରେ ଘଟଣାକୁ ଗୁରୁତର ସହ ନେଇ ଭୁବନେଶ୍ୱରର କୋଭିଡ ମେଡିକାଲ ମାନଙ୍କରେ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ ଅନ୍ୟପଟେ ସଦଗୁରୁ କୋଭିଡ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭଉଣୀଙ୍କୁ ଏକତରଫା ପ୍ରେମ କରୁଥିଲା ବୋଲି ଏମିତି କଲା ଭାଇ , ୩ମାସ ପରେ ମିଳିଲା କଙ୍କାଳ

ଗୁଣୁପୁର: ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ୩ମାସ ପରେ ମିଳିଲା ମୃତ ଦେହ ଗିରଫ ହେଲେ ୩ ଅଭିଯୁକ୍ତ । ଏକତରଫା ପ୍ରେମ ପାଇଁ ଚାଲିଗଲା ଜୀବନ । ଭଉଣୀଙ୍କୁ ଏକତରଫା ପ୍ରେମ କରୁଥିଲେ ବୋଲି ହତ୍ୟା ଷଡଜନ୍ତ୍ର ରଚିଥିଲା ଭାଇ । ଗିରଫ ପରେ ୩ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରିଛି  ଚନ୍ଦ୍ରପୁର ପୋଲିସ । ଅଭିଯୁକ୍ତମାନେ ହେଲେ ନକୁଳ ଦଣ୍ଡସେନା, ରଘୁନାଥ ଭଟ, ଗଣେଶ୍ୱର ସାହୁ। ଘଟଣାସ୍ଥଳରୁ ମୃତ ଯୁବକ ମନୋରଂଜନ ବଳିଆରସିଂଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମନୋରଂଜନ କନ୍ଧମାଳ କୁଟଗଡ଼ର ବାସିନ୍ଦା ହୋଇଥିବା ବେଳେ ୩ମାସ ହେବ ନିଖୋଜ ଥିଲେ । ଏନେଇ ମୃତକଙ୍କ ଭାଇ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ କରିଥିଲେ ।

ମୃତ ମନୋରଞ୍ଜନ ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣିକୁ ଏକତରଫା ପ୍ରେମ କରୁଥିଲେ । ବିଭିନ୍ନ ସମୟରେ ସେ ନକୁଳଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଏବଂ ଏହାକୁ ପରିବାର ଲୋକେ ଘୋର ବିରୋଧ କରିଆସୁଥିଲେ । ଶେଷରେ ମନୋରଂଜନଙ୍କୁ ରାସ୍ତାରୁ ହଟାଇବାକୁ ନକୁଳ , ତାଙ୍କ ନିଜ ଜ୍ୱାଇଁ ଓ ସହଯୋଗୀ ସହ ମିଶି ହତ୍ୟାର ଷଡଯନ୍ତ୍ର ରଚିଥିଲେ  ।

ଷଡଜନ୍ତ୍ର ମୁତାବକ ମନୋରଂଜନଙ୍କୁ ହତ୍ୟା କରି ଏକ ପଥର ଖୋଲ ଭିତରେ ପୁରାଇ ଦେଇଥିଲେ । ତେବେ ଏନେଇ ପୋଲିସ ଖବର ପାଇ ପ୍ରଥମେ ମନୋରଂଜନଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ଏବଂ ଏହାପରେ ଅଭିଯୋଗ ମାନଙ୍କୁ ଗିରଫ କରିଥଲେ । ତେବେ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଷଡଯନ୍ତ୍ର  ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

ରାତିସାରା ଧାରଣାରେ ବସିବା ପରେ ଚା’ ନେଇ ଆସିଥିଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ସଂସଦଙ୍କ ଦାବି । ସଂସଦ ପରିସରରେ ସାରା ରାତି ଧାରଣାରେ ବସିଲେ ନିଲମ୍ବିତ ୮ ସାଂସଦ । ଆଜି ସକାଳୁ ଧାରଣାରେ ବସିଥିବା ସାଂସଦଙ୍କୁ ଭେଟିଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ ।  ସାଂସଦଙ୍କ ପାଇଁ ଚା ନେଇ ଯାଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ । ତେବେ ସେମାନେ ଚା ପିଇବାକୁ ମନା କରିଥିଲେ ।

କୃଷି ବିଲ୍ ପ୍ରତ୍ୟାହାର ଓ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଦାବିରେ ସାଂସଦମାନେ ଧାରଣାରେ ବସିଛନ୍ତି । ସେମାନଙ୍କ ପ୍ରତି ହୋଇଥିବା ନିଲମ୍ବନ ଆଦେଶ ଅଗଣାତାନ୍ତ୍ରୀକ ବୋଲି କହିଛନ୍ତି ସାଂସଦ ।  ଧାରଣାରେ ବସିଥିବା ସାଂସଦମାନଙ୍କୁ ସମର୍ଥନ ଜଣାଇଛି କଂଗ୍ରେସ ।

ବିଶୃଙ୍ଖଳିତ ଆଚରଣ ପାଇଁ ଡେରେକ ଓବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା , ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ କରିମଙ୍କୁ ଗତକାଲି ନିଲମ୍ବିତ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ । ଏହାପରେ ପ୍ରତିବାଦରେ ଧାରଣାରେ ସାରା ରାତି ବସିଥିଲେ ସାଂସଦ । ସେପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଆପ୍ ସାଂସଦ ସଂଜୟ ସିଂହ । କୃଷକ ବିରୋଧୀ କଳା ବିଲକୁ ପ୍ରତ୍ୟାହାର ପାଇଁ ଉପାଧ୍ୟକ୍ଷଙ୍କୁ କହିଥିବା ସଂଜୟ ସିଂହ ଟ୍ବିଟ୍ କରିଛନ୍ତି ।

ଏହି ରାଶିର ବ୍ୟକ୍ତିଙ୍କର ଆକସ୍ମିକ ଭାବରେ ଧନ ଲାଭର ଯୋଗ ରହିଛି

ଆଜିର ପଞ୍ଚାଙ୍ଗ: ୨୨ ସେପ୍ଟେମ୍ବର ୨୦୨୦, ମଙ୍ଗଳବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୭ ଦିନ, ଆଶ୍ୱିନ ମଳମାସ, ଶୁକ୍ଳପକ୍ଷ ଷଷ୍ଠୀ ତିଥି

ସୂର୍ଯ୍ୟ କନ୍ୟା ରାଶିରେ ଏବଂ ବିଛା ରାଶିରେ ରହିବେ ଚନ୍ଦ୍ର

– ଅନୁରାଧା ନକ୍ଷତ୍ର

-ଘାତଚନ୍ଦ୍ର- କୌଣସି ରାଶି ପାଇଁ ନାହିଁ

– ଘାତବାର- ମିଥୁନ ରାଶି ପାଇଁ ଘାତବାର

ଯୋଗିନୀ ପଶ୍ଚିମ ଦିଗରେ ରହିବେ ରାତି ୯ଟା ୩୪ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ବାୟବ୍ୟ କୋଣକୁ ଯିବେ

– ଶୁଭ ସମୟ –

ସକାଳ ୯ଟା ୩୮ ମିନିଟ୍ ଠାରୁ ଦିନ ୧୦ଟା ୨୬ ମିନିଟ୍

ରାତି ୮ଟା ୦୪ ରୁ ରାତି ୧୧ଟା ୧୫ ମଧ୍ୟରେ

– ଅଶୁଭ ସମୟ – 

ଦିନ ୨ଟା ୪୦ ରୁ ଅପରାହ୍ନ ୪ଟା ୧୧ ମଧ୍ୟରେ

ପୁଷ୍କର ଦୋଷ ୧ ପାଦ ରହିବ, ରାତି ୯ଟା ୩୪ ପରେ ୨ ପାଦ

ପ୍ରତିକାର ସ୍ୱରୁପ ଗୋସଂପନ୍ନ,ଅନ୍ନ ଦାନ କରନ୍ତୁ

ମେଷ –

ଅଶ୍ୱିନୀ ନକ୍ଷତ୍ର –ପରିବାରରେ ଶାନ୍ତି, ଶୃଙ୍ଖଳା ରହିବ, ସବୁ କାମ ସୁନ୍ଦର ଭାବରେ ହୋଇଯିବ ।

ଦ୍ୱିଜା ନକ୍ଷତ୍ର – ଅନେକ ଦିନରୁ ଆଶା କରିଥିବା କାମ ଆଜି ପୁରା କରିବେ ।

କୃତ୍ତିକା ନକ୍ଷତ୍ର –ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି, ପେଟଜନିତ ଯନ୍ତ୍ରଣା ଭୋଗ କରିବେ ।

ଉପାୟ: ଆଜି ହନୁମାନ ଭଗବାନଙ୍କର ଡାହାଣ ପାଦରୁ ସିନ୍ଦୁର ଆଣି ମଥାରେ ଲଗାନ୍ତୁ ।

ବୃଷ –

କୃତ୍ତିକା ନକ୍ଷତ୍ର – ଦିନଟି ଅତି ବ୍ୟୟବହୁଳ ରହିବ କିନ୍ତୁ ମନ ଖୁସି ରହିବ, କିଛି ନୂଆ ପ୍ରୋଜେକ୍ଟ ପାଇପାରନ୍ତି ।

ରୋହିଣି ନକ୍ଷତ୍ର -S ହୋଇପାରେ, ଦିନଟି ଶୁଭ ରହିବ ।

ମୃଗଶିରା ନକ୍ଷତ୍ର – କାହା ବୁଦ୍ଧି ଦ୍ୱାରା ପରିଚାଳିତ ହୋଇ ଅର୍ଥ ଲଗାନ୍ତୁ ନାହିଁ, ହଇରାଣରେ ପଡିପାରନ୍ତି ।

ଉପାୟ: ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ –

ମୃଗଶିରା ନକ୍ଷତ୍ର – ଦୁରସଂପର୍କୀୟଙ୍କର କଥାକୁ ନେଇ ମନ ଅଶାନ୍ତ ରହିବ, ଯାହା ବି କରିବେ ଭାବିଚିନ୍ତି କରନ୍ତୁ ।

ଆଦ୍ରା ନକ୍ଷତ୍ର – ଧନ ଲାଭ ସହିତ ବନ୍ଧୁ ମିଳନର ଯୋଗ ରହିଛି, କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ ।

ପୂନର୍ବସୁ ନକ୍ଷତ୍ର – ପ୍ରିୟଜନଙ୍କ ଠାରୁ କୌଣସି ଦୁଃଖ ଖବର ପାଇପାରନ୍ତି, ଧୈର୍ଯ୍ୟ ହରାନ୍ତୁ ନାହିଁ ।

ଉପାୟ: ସ୍ନାନ ସମୟରେ ଘି କୁଆଁରୀ ଜଳରେ ମିଶାନ୍ତୁ ।

କର୍କଟ –

ପୁନର୍ବସୁ ନକ୍ଷତ୍ର – ବନ୍ଧୁମାନଙ୍କ ସହିତ କିଛି ଯୁକ୍ତିତର୍କ ହୋଇପାରେ, ଭାବିଚିନ୍ତି କଥା କୁହନ୍ତୁ ।

ପୁଷ୍ୟା ନକ୍ଷତ୍ର – ଦିନଟି ଭଲରେ କଟିବ,କୌଣସି ରୂପା ବସ୍ତୁ ପାଇପାରନ୍ତି, ଧନ ଲାଭର ଯୋଗ ରହିଛି ।

ଅଶ୍ଲେଷା ନକ୍ଷତ୍ର –  ଆଜି ମା’ଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତା କରିବେ, ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ ।

ଉପାୟ: କିଛି ଦହି କିମ୍ବା କ୍ଷୀର ତୁଳସୀ ଚଉରା ମୂଳରେ ଅର୍ପଣ କରନ୍ତୁ ।

ସିଂହ –

ମଘା ନକ୍ଷତ୍ର – କର୍ମକ୍ଷେତ୍ରରେ ପରିଶ୍ରମ ବଢିବ, କିନ୍ତୁ ସମ୍ମାନ ଯୋଗ ମଧ୍ୟ ରହିଛି ।

ପୂର୍ବାଫାଲଗୁନି ନକ୍ଷତ୍ର – ଦିନଟି ଭଲରେ କଟିବ, ପରିବାରରେ ହସ ଖୁସି ରହିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି କୌଣସି ବାହନରେ ଯାଆନ୍ତୁ ନାହିଁ, ବିପଦ ରହିଛି ।

ଉପାୟ: ମାଛମାନଙ୍କୁ କିଛି ଦାନା ଦିଅନ୍ତୁ ।

କନ୍ୟା –

ଉତ୍ତରାଫାଲଗୁନୀ ନକ୍ଷତ୍ର -ଯେତେ ପରିଶ୍ରମ କରିଲେ ମଧ୍ୟ ଆଶାନୁସାରେ ଫଳ ପାଇବେ ନାହିଁ ।

ହସ୍ତା ନକ୍ଷତ୍ର – ଦିନଟି ଭଲ ରହିବ , ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ।

ଚିତ୍ରା ନକ୍ଷତ୍ର – କଠିନ ପରିଶ୍ରମ କରିବେ, ଯାହା ଫଳରେ ସ୍ବାସ୍ଥ୍ୟଗତ ଅସୁସ୍ଥତା ଅନୁଭବ କରିବେ ।

ଉପାୟ: ମାଙ୍କଡମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ ।

ତୁଳା –

ଚିତ୍ରା ନକ୍ଷତ୍ର – ଆପଣଙ୍କ ବିରୁଦ୍ଧରେ ଗୁପ୍ତଶତ୍ରୁମାନେ ଷଡଯନ୍ତ୍ର କରିପାରନ୍ତି, ସତର୍କ ରହିଥିବେ ।

ସ୍ୱାତୀ ନକ୍ଷତ୍ର – ଆପଣଙ୍କ ଦିନଟି ଅତି ଭଲ ରହିବ, ପୂର୍ବରୁ ଲଗାିଥିବା ପୁଞ୍ଜିରୁ କିଛି ଅର୍ଥ ପାଇପାରନ୍ତି ।

ବିଶାଖା ନକ୍ଷତ୍ର – ସାମାନ୍ୟ କଥାରୁ ଝଗଡା ହୋଇପାରେ, ମାପିଚୁପି କଥା କୁହନ୍ତୁ ।

ଉପାୟ:  କୂଅ ଜଳରେ କ୍ଷୀର କିଛି ଢାଳି ଦିଅନ୍ତୁ ।

ବିଛା –

ବିଶାଖା ନକ୍ଷତ୍ର – ମନ ଅଶାନ୍ତି ରହିବ, ଦିନଟ ଜଗି ରଖି ଚଳନ୍ତୁ

ଅନୁରାଧା ନକ୍ଷତ୍ର – ଭାଇର ସାହାଯ୍ୟରେ ନୂଆ କାମ ଆରମ୍ଭ କରିପାରନ୍ତି ।

ଜ୍ୟେଷ୍ଠା ନକ୍ଷତ୍ର – ସତର୍କ ରହିଥିବେ, ଦୁର୍ଘଟଣା ହୋଇପାରେ ।

ଉପାୟ: ନାଲି ରଙ୍ଗର କିଛି ବି ବ୍ୟବହାର କରନ୍ତୁ

ଧନୁ ରାଶି –

ମୂଳା ନକ୍ଷତ୍ର – ପୂର୍ବରୁ ରହିଥିବା କାମ ଆଜି ହିଁ ପୁରା କରନ୍ତୁ ମନ ଶାନ୍ତ ରହିବ ।

ପୂର୍ବାଷାଢା ନକ୍ଷତ୍ର – ବନ୍ଧୁମାନେ ଆପଣଙ୍କ କାମକୁ ନେଇ ପ୍ରଶଂସା କରିପାରନ୍ତି ।

ଉତ୍ତରାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ, ବାହାର ଖାଦ୍ୟ ଖାଆନ୍ତୁ ନାହିଁ ।

ଉପାୟ: ଗାଈକୁ କିଛି ଖାଦ୍ୟ ଦିଅନ୍ତୁ ।

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ପିଲାମାନଙ୍କ ବ୍ୟବହାରକୁ ନେଇ ମନ ଅସୁନ୍ତୁଷ୍ଟ ରହିବ, ପରିବାରରେ ଅଶାନ୍ତି ଦେଖାଦେବ ।

ଶ୍ରବଣା ନକ୍ଷତ୍ର – କୋର୍ଟ କଚେରୀ ମାମଲା ଥିଲେ ସେଥିରୁ ସଫଳତା ପାଇବେ ।

ଧନିଷ୍ଠା ନକ୍ଷତ୍ର -ବନ୍ଧୁମାନଙ୍କ ଯୋଗୁ ଅପ୍ରିତୀକର ପରିସ୍ଥିତିରେ ପଡିପାରନ୍ତି, ସତର୍କ ରୁହନ୍ତୁ ।

ଉପାୟ: କଳାରଙ୍ଗର ଚପଲ କୌଣସି ମନ୍ଦିରରେ ଦାନ କରନ୍ତୁ ।

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର –  କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ ।

ଶତଭିଷା ନକ୍ଷତ୍ର – ଅଧିକ ରୋଜଗାର କରିବେ, କିନ୍ତୁ ପରିବାରରେ ସାମାନ୍ୟ ମତାନ୍ତର ରହିବ ।

ପୂର୍ବଭାଦ୍ର ନକ୍ଷତ୍ର – ବାପାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଚିନ୍ତିତ ରହିବେ ।

ଉପାୟ: ସ୍ନାନଜଳରେ କିଛି ରକ୍ତଚନ୍ଦନ ବ୍ୟବହାର କରନ୍ତୁ ।

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତୁ ନାହିଁ, ସାମାନ୍ୟ କଥାକୁ ନେଇ ଅସମ୍ମାନୀତ ହେବେ ।

ଉତ୍ତରଭାଦ୍ର ନକ୍ଷତ୍ର – ସନ୍ତାନମାନଙ୍କ ପାଇଁ ଥିବା ଚିନ୍ତା ଦୂର ହେବ ।

ରେବତୀ ନକ୍ଷତ୍ର – ପରିଶ୍ରମ କରି ମଧ୍ୟ ତାର ଫଳାଫଳ ପାଇବେ ନାହିଁ ।

ଉପାୟ: ନିଜ ମୁଣ୍ଡ ଉପରେ ଗୋଲମରିଚ ବୁଲାଇ ରାସ୍ତାକୁ ଫିଙ୍ଗି ଦିଅନ୍ତୁ ।

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର