spot_img
Home Blog Page 6687

୩୦ କଂଗ୍ରେସ ବିଧାୟକ ସହ ସଚିନ ପାଇଲଟ୍ ଧରିପାରନ୍ତି ବିଜେପି ହାତ

ଜୟପୁର: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସଚିନ ପାଇଲଟ ବିଜେପିରେ ଯୋଗ ଦେଇ ପାରନ୍ତି । ସଚିନ୍ ପାଇଲଟ୍ ବିଜେପିରେ ଯୋଗ ଦେବା, ରାଜସ୍ଥାନର ଗେହଲଟ ସରକାର ପାଇଁ ଏକ ବଡ଼ ଝଟକା ହେବ । ସୂତ୍ର ଅନୁସାରେ, ପାଇଲଟ କ୍ୟାମ୍ପର ୨୭ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ଏହା ବ୍ୟତୀତ ତିନିଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି । ତାଙ୍କ ସହ ୩୦ ଜଣ ବିଧାୟକ ଅଛନ୍ତି ବୋଲି ସଚିନ ପାଇଲଟ ଦାବି କରିଛନ୍ତି ।

ସଚିନ ପାଇଲଟଙ୍କ କ୍ୟାମ୍ପର ବିଧାୟକମାନେ ଆଜି ରାତିରେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇବେ ବୋଲି ଚର୍ଚ୍ଚା ହେଉଛି । ସୂଚନାନୁସାରେ, ଆସନ୍ତାକାଲି ସକାଳେ ହେବାକୁ ଥିବା କଂଗ୍ରେସ ବିଧାୟକ ଦୈଳ ବୈଠକର ଠିକ୍ ପୂର୍ବରୁ ସଚିନ ପାଇଲଟଙ୍କ ଶିବିରର ବିଧାୟକମାନେ ଆଜି ରାତିରେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇବେ ।

ଏହାପୂର୍ବରୁ ସଚିନ ପାଟଲାଟ କହିଥିଲେ ଯେ. ସେ କଂଗ୍ରେସ ବିଧାୟକ ଦଳ ବୈଠକରେ ସେ ଯୋଗଦେବେ ନାହିଁ । ସୋମବାର ସକାଳ ୧୦ଟା ୩୦ରେ ବିଧାୟକ ଦଳ ବୈଠକ ହେବ । ସଚିନ୍ ପାଇଲଟ୍ ଏବେ ଦିଲ୍ଲୀରେ ଅଛନ୍ତି । ସେ ଜୟପୁର ଯାଉନାହାଁନ୍ତି । ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ପାଇଲଟ ଦିଲ୍ଲୀରେ ଅଛନ୍ତି । କିନ୍ତୁ ଆଜି ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିନାହାଁନ୍ତି ।

ଢେଙ୍କାନାଳରେ ମେଲିଛି ଧଳା ଜହରର ଜାଲ, ରଙ୍ଗିନ୍ କାଗଜରେ ଗୁଡ଼େଇ ବିକ୍ରି ହେଉଛି ବ୍ରାଉନସୁଗାର

ଢ଼େଙ୍କାନାଳ: ପ୍ରଥମେ ବେଆଇନ ମଦ କାରବାର, ପରେ ବାଲି ଚୋରା ଚାଲାଣ  । ମାଫିଆ ଓ ଦଲାଲଙ୍କ କବଳରେ କବଳିତ ଢେଙ୍କାନାଳ ଜିଲ୍ଲାର ଘୋଟାଲା ସଂପର୍କିତ ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ହୋଇଥିଲା  । କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା  । ଏବେ ଧଳା ଜହରର ଚେର ଖୋଜିବାକୁ ପ୍ରୟାସ କରିଛନ୍ତି ଆମ ଢେଙ୍କାନାଳ ପ୍ରତିନିଧି  । ନନ୍ଦିଘୋଷ ଟିଭିର ଏକ୍ସକ୍ଳୁସିଭ୍ ରିପୋର୍ଟ ।

ଦେଖନ୍ତୁ, କିଭଳି ବ୍ରାଉନସୁଗାର ନେବାରେ ବ୍ୟସ୍ତ ନିଶାଖୋର ଯୁବକ । ନିଶାର ଚକ୍ରବ୍ୟୂହରେ ଫସିଛନ୍ତି ଏମାନେ । ସେପଟେ ବ୍ରାଉନସୁଗାର ମାଫିଆ ମାଲମାଲ । ପାଠ ପଢ଼ି ଚାକିରି ନମିଳିବାରୁ ଶେଷରେ ଏହି ବାଟ ଆପଣାଇଥିବା ବ୍ରାଉନସୁଗାର ବେପାରୀ କହିଛନ୍ତି ।

ନିଜ ନାମ ଗୋପନ ରଖି ଗୋଲକ ଧନ୍ଦାର ଗୋଟିଗୋଟି ଗୋପନ ତଥ୍ୟ ବଖାଣି ଥିଲେ ନନ୍ଦିଘୋଷ ଟିଭଇ କ୍ୟାମେରା ସାମ୍‌ନାରେ । ରଙ୍ଗିନ କାଗଜରେ ଗୁଡ଼େଇ ବ୍ରାଉନସୁଗାରକୁ ସହରର ବିଭିନ୍ନ ସ୍ଥାନକୁ ପଠାଯାଉଛି  । କାମାକ୍ଷାନଗରର ଗଣ୍ଡିଆ ଓ କଣ୍ଟାବଣିଆ ପାଲଟିଛି ନିଶା ମାଫିଆଙ୍କ ଚରାଭୂଇଁ ।

ଗୋଟିଏ ଗ୍ରାମ୍‌ ପାଉଡରରେ ପ୍ରସ୍ତୁତ ହେଉଛି ୧୦ଟି ପୁଡ଼ିଆ  । ଏକ ଗ୍ରାମ୍‌ ପାଉଡରର ମୂଲ୍ୟ ରହିଛି ୩ହଜାର ଟଙ୍କା । ଏହି କାରବାରରେ ଲାଭ ଅଧିକ ଥିବା କହିଛନ୍ତି ବ୍ୟବସାୟୀ  ।  ପୂରା ଢେଙ୍କାନାଳରେ କାୟା ବିସ୍ତାର କରିଛି ଧଳା ଜହର ଧନ୍ଦା । ଏବେ ନିଶା କାରବାର ଏକ ମାନିଆରେ ପରିଣତ ହୋଇଛି  ।

ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ବେଧଡ଼କ ଚାଲିଛି କାରବାର । ଆଇନର ଗଳାବାଟ ଦେଇ ଅପରାଧୀ ଖସି ଯିବାକୁ ପ୍ରୟାସ କରୁଛି  । ସେପଟେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ଦ୍ୱାହି ଦେଇ ପୋଲିସ ନିଜ ଦାୟିତ୍ୱରୁ ଓହରି ଯିବାକୁ ବସିଛି । ବ୍ରାଉନସୁଗାର କାରବାର ନେଇ ଗତକାଲି ଏକ ପରିତ୍ୟକ୍ତ ଘରୁ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ  ।

ଢ଼େଙ୍କାନାଳରୁ ସତ୍ୟସ୍ୱରୁପ ଦାସଙ୍କ ରିପୋର୍ଟ

ଫାଇଦାରେ ସଚିନ୍‌ ପାଇଲଟ, ହାତରେ ରହିଛି ୩୦ ବିଧାୟକଙ୍କ ସାଥ

ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲୋଟ୍ ସରକାର ଭିତରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହି ସମୟରେ, ANI ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩୦ ଟି କଂଗ୍ରେସ ଏବଂ କିଛି ସ୍ୱାଧିନ ବିଧାୟକ (ବିଧାୟକ) ସଚିନ ପାଇଲଟଙ୍କ ସହ ଯୋଗାଯୋଗ କରିଛନ୍ତି । ସୂଚନାନୁସାରେ, ଏହି ବିଧାୟକମାନେ ସେମାନଙ୍କର ପ୍ରତ୍ୟେକ ନିଷ୍ପତ୍ତିରେ ରାଜ୍ୟର ଡେପୁଟି ସିଏମ୍ ସଚିନ୍ ପାଇଲଟଙ୍କୁ ସମର୍ଥନ କରିବାକୁ ଶପଥ ନେଇଛନ୍ତି ।

ଏସବୁ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସ୍ଥାନ ନେଇ ଚର୍ଚ୍ଚା ଲାଗି ରହିଛି । ସଚିନ ପାଇଲଟ ରବିବାର ସକାଳେ ଦିଲ୍ଲୀର ତାଙ୍କ ପରିବାର ବନ୍ଧୁଙ୍କ ବାସଭବନରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ସଚିନ ତାଙ୍କ ସମର୍ଥକଙ୍କୁ ଆଗାମୀ ରଣନୀତି ବିଷୟରେ ଏକ ବାର୍ତ୍ତା ଦେଇଛନ୍ତି । ସମସ୍ତଙ୍କୁ ଏକଜୁଟ ରହିବାକୁ ସେ ଏକ ବାର୍ତ୍ତା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ନୂଆ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରାତି ଆଠଟା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କଂଗ୍ରେସ ବିଧାନସଭା ପାର୍ଟି ଏବଂ ମନ୍ତ୍ରୀଙ୍କ ବୈଠକ ଡାକିଥିଲେ । କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି । ସର୍ବଶେଷ ରାଜନୈତିକ ବିକାଶ ଉପରେ ଆଲୋଚନା ଏବଂ ଏକତାର ବାର୍ତ୍ତା ଦିଆଯିବାକୁ ଥିଲା ଏହି ବୈଠକରେ । କିନ୍ତୁ ବର୍ତ୍ତମାନ ସୋମବାର ସକାଳ ୧୦:୩୦ ରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସକୁ ଆସିଥିବା ସମାଜ ପାର୍ଟି (ବିଏସପି) ର ବିଧାୟକମାନଙ୍କୁ ମଧ୍ୟ ଡକାଯାଇଛି ।

ରାଜସ୍ଥାନ କଂଗ୍ରେସ ସଙ୍କଟ ଏବଂ ଦଳବାଦ ଦ୍ୱାରା ଘେରି ରହିଛି । ଡେପୁଟି ସିଏମ୍ ସଚିନ୍ ପାଇଲଟ୍ ଏବଂ ତାଙ୍କର ସମର୍ଥନ ବିଧାୟକମାନଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ଭଲ ସମ୍ପର୍କ ନାହିଁ । ସେପଟେ ସିଏମ୍‌ ଅଶୋକ ଗେହଲୋଟ୍ ଅଭିଯୋଗ କରିଛନ୍ତି ଯେ ବିଜେପି ସେମାନଙ୍କ (କଂଗ୍ରେସ) ବିଧାୟକଙ୍କୁ ୧୫ କୋଟି ଟଙ୍କା ଦେଇ ସରକାରକୁ ଟପିଯିବାକୁ ଷଡଯନ୍ତ୍ର କରୁଛି । ତେବେ ତାଙ୍କ ସରକାର ସ୍ଥିର ଥିବା ଏବଂ ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବେ ବୋଲି ସେ ଦାବି କରିଛନ୍ତି ।

୬ ହଜାରରୁ କମ୍‌ ମୂଲ୍ୟରେ ମିଳୁଛି ଏହି ସବୁ ମେଡ୍‌ ଇନ୍‌ ଇଣ୍ଡିଆ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଦେଶରେ ଅର୍ଥନୀତି ତଳକୁ ଖସିଛି । ଯାହା ଫଳରେ ଏବେ ଦେଶରେ ଅଧିକ ଦାମରେ ଫୋନ କିଣିବା ଲୋକଙ୍କ ପାଇଁ ଅସମ୍ଭବ । ସେଥିପାଇଁ ବଜାରକୁ ଆସିଛି ଏଭଳି କିଛି କମ୍‌ ମୂଲ୍ୟରେ ସ୍ମାର୍ଟ ଫୋନ୍‌ । ଯଦି ଆପଣଙ୍କର ବଜେଟ୍ କମ୍ ଏବଂ ଆପଣ ଏପରି ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ଯାହାକି ସଂପୂର୍ଣ୍ଣ ଭାରତୀୟ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏପରି ଫୋନ୍ ବିଷୟରେ କହିବୁ । ମେଡ୍ ଇନ୍ ଇଣ୍ଡିଆର ୫ ହଜାରରୁ କମ୍ ମୂଲ୍ୟର ସ୍ମାର୍ଟଫୋନ୍ ବିଷୟରେ ଜାଣନ୍ତୁ …

IKall ର ଏହି ଫୋନରେ ୨ ଜିବିର ରାମ୍‌ ଏବଂ ୧୬ ଜିବି ଇନବିଲ୍ଟ ଷ୍ଟୋରେଜ୍ ଅଛି । ଫୋନରେ ୫.୫ ଇଞ୍ଚ ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନରେ ୫ ମେଗାପିକ୍ସେଲର ବ୍ୟାକ୍‌ କ୍ୟାମେରା ରହିଛି । ଏଥିରେ ୨୫୦୦ଏମ୍‌ଏଏଚ୍‌ ବ୍ୟାଟେରୀ ମଧ୍ୟ ରହିଛି । ୪ ହଜାର ୯ ଶହ ଟଙ୍କାରେ କଣିପାରିବେ ଏପରି ଫୋନ୍‌ ।

ଲାଭାର ଏହି ସ୍ୱତନ୍ତ୍ର ସଂସ୍କରଣ ଫୋନରେ ୧ ଜିବି ରାମ୍‌ ଏବଂ ୮ ଜିବି ଷ୍ଟୋରେଜ୍ ରହିଛି । ହ୍ୟାଣ୍ଡସେଟରେ ୫-ଇଞ୍ଚ FWVGA ଡିସପ୍ଲେ ଅଛି । ଏହି ସ୍ମାର୍ଟଫୋନରେ ୫ ମେଗାପିକ୍ସେଲର କ୍ୟାମେରେ ମଧ୍ୟ ରହିଛି । ଯଦି ଆମେ ବ୍ୟାକଅପ୍‌ ଦେଖିବା ତେବେ ୨୩୫୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି । ଏହି ହ୍ୟାଣ୍ଡସେଟର ମୂଲ୍ୟ ମାତ୍ର ୫ ହଜାର ୫ଶହ ଟଙ୍କା ରହିଛି ।

ଏହି ଇଣ୍ଟେକ୍ସ ଫୋନରେ ୫୧୨ ଏମ୍‌ବି ରାମ୍‌ ଏବଂ ୮ ଜିବିର ଷ୍ଟୋରେଜ୍ ଅଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଷ୍ଟୋରେଜ୍ ୩୨ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ । ଏହି ଫୋନରେ ୫ ଇଞ୍ଚର FWVGA ଡିସପ୍ଲେ ରହିଛି । ହ୍ୟାଣ୍ଡସେଟରେ ୮ ମେଗାପିକ୍ସେଲର ବ୍ୟାକ୍‌ କ୍ୟାମେରା ରହିଛି । ଫୋନକୁ ଶକ୍ତି ଦେବା ପାଇଁ ୨୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି  ।

ମାଇକ୍ରୋମାକ୍ସ ଭାରତ ୨ ପ୍ଲସର ମୂଲ୍ୟ ରହିଛି ମାତ୍ର ୪ ହଜାର ୭୬ ଟଙ୍କା । ଫୋନରେ ୧ ଜିବି ରାମ୍‌ ଏବଂ ୮ ଜିବିର ଷ୍ଟୋରେଜ୍ ଅଛି । ହ୍ୟାଣ୍ଡସେଟରେ ୪ ଇଞ୍ଚର ଡିସପ୍ଲେ ଏବଂ ୫ ମେଗାଫିକ୍ସେଲର ପଛ କ୍ୟାମେରା ରହିଛି । ଫୋନକୁ ଶକ୍ତି ଦେବା ପାଇଁ ୨୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି ।

ଏହି ମାଇକ୍ରୋମାକ୍ସ ଫୋନରେ ୧ ଜିବି ରାମ୍‌ ଏବଂ ୮ ଜିବି ଇନବିଲ୍ଟ ଷ୍ଟୋରେଜ୍ ରହିଛି । ଫୋନରେ ୪ ଇଞ୍ଚ ଡିସପ୍ଲେ ରହିଛି । ହ୍ୟାଣ୍ଡସେଟରେ ୫ ମେଗାପିକ୍ସେଲର ବ୍ୟାକ୍‌ କ୍ୟାମେରା ରହିଛି । ଫୋନକୁ ଶକ୍ତି ଦେବା ପାଇଁ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି  ।

ଶତାଦ୍ଧୀର ପ୍ରଥମ ଧୂମକେତୁ ଦେଖିଲା ବିଶ୍ୱ: ୨୩ ବର୍ଷ ପରେ ମିଳିଲା ସୁଯୋଗ

ଭୁବନେଶ୍ୱର: ଶତାବ୍ଦୀର ପ୍ରଥମ ଧୂମକେତୁ ଦେଖିଲା ବିଶ୍ୱ  । ସି- ଟ୍ୱେଣ୍ଟି- ଟ୍ୱେଣ୍ଟି  ଏଫ୍‌-୩ ଧୂମକେତୁକୁ ଖାଲି ଆଖିରେ ଦେଖିବାର ସୁଯୋଗ ମିଳିଛି । ୨୩ ବର୍ଷ ପରେ ବିଶ୍ୱବାସୀ ଦେଖିଛନ୍ତି ଏହି ବିରଳ ଦୃଶ୍ୟ  । ଆଜି ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥିଲା ଧୂମକେତୁ  ।

ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଦୃଶ୍ୟମାନ ହେଲା ଶତାବ୍ଦୀର ପ୍ରଥମ ଧୂମକେତୁ  । ଖାଲି ଆଖିରେ ଦେଖିହେଲା ଧୂମକେତୁ  । ୨୩ ବର୍ଷ ପରେ ବିରଳ ଦୃଶ୍ୟ ଦେଖିଲେ ବିଶ୍ୱବାସୀ  ।

ଦୂରବୀକ୍ଷଣ ଯନ୍ତ୍ର ସମେତ ଖାଲି ଆଖିରେ ଦେଖିହେଉଛି ସି ଟ୍ୱେଣ୍ଟି ଟ୍ୱେଣ୍ଟି ଏଫ୍‌-୩ ଧୂମକେତୁ  । ଉତ୍ତର- ପଶ୍ଚିମ ଦିଗରେ ଆକାଶ ମେଘ ଓ ଧୂଳିମୁକ୍ତ ଥିଲେ ଧୂମକେତୁଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ  ।

ସନ୍ଧ୍ୟାରେ ପ୍ରାୟ ଅଧଘଣ୍ଟା ଖାଲି ଆଖିରେ ଦେଖିହେବ ଧୂମକେତୁ  । ଚଳିତ ଶତାବ୍ଦୀରେ ଖାଲି ଆଖିରେ ଦେଖାଯାଉଥିବା ଏହା ପ୍ରଥମ ଧୂମକେତୁ  । ଚଳିତବର୍ଷ ଆରମ୍ଭରେ ପାଖକୁ ଆସିଥିବା ୨ଟି ଧୂମକେତୁ ଆଟ୍ଲାସ ଓ ସ୍ୱାନ୍‌ ଖାଲି ଆଖିରେ ଦେଖାଯାଇନଥିଲା  ।

  କିନ୍ତୁ ସି ଟ୍ୱେଣ୍ଟି ଟ୍ୱେଣ୍ଟି  ଏଫ୍-୩ ଧୂମକେତୁ ଖାଲି ଆଖିରେ ଦେଖି ହେଉଛି  । ଧୂମକେତୁଟି ଜୁଲାଇ ୩ ତାରିଖରେ ସୂର୍ଯ୍ୟଠାରୁ ସବୁଠାରୁ ନିକଟ ୪.୪ କୋଟି କିଲୋମିଟରକୁ ଆସିଥିଲା  ।  ଜୁଲାଇ ୨୨ ତାରିଖରେ ୧୦. ୩ କୋଟି କିଲୋମିଟର ଦୂରରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ  ।

ଏହା ସୂର୍ଯ୍ୟଠାରୁ ଦୁରେଇ ଯାଉଥିବାରୁ ୧୦ ତାରିଖ ପରଠାରୁ ଏହାର ଉଜ୍ବଳତା ଧୀରେଧୀରେ କମିଯିବ  ।   ୧୯୯୭ରେ ଶେଷ ଥର ପାଇଁ ହେଲ୍‌ ବଫ୍‌ ନାମକ ଧୂମକେତୁ ଖାଲି ଆଖିରେ ଦେଖାଯାଇଥିଲା  । ବିଶ୍ବବାସୀ ୨୩ ବର୍ଷ ପରେ ପୁଣି ଥରେ ଏହି ବିରଳ ଦୃଶ୍ୟ ଦେଖିବାକୁ ସୁଯୋଗ ପାଇଛନ୍ତି  ।

ରହସ୍ୟଘେରରେ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣା: ସ୍କାନରରେ ସେବାଶ୍ରମ ସଦସ୍ୟ ଓ ସାଙ୍ଗ

ଭୁବନେଶ୍ୱର (ଅରୁଣ ସାହୁ) : ସମାଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପ୍ରମାଣ ଖୋଜୁଛି ରେଳବାଇ ପୋଲିସ । ସିଡିଆର୍‌ ଓ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଡାଏରୀକୁ ନେଇ ଜିଆର୍‌ପି ତନାଘନା ଚଲାଇଛି । ମୃତଦେହ ମିଳିଥିବା ଟ୍ରାକ୍‌ ଦେଇ ଯେଉଁସବୁ ଟ୍ରେନ୍‌ ଯାଇଛି, ତା’ର ଡ୍ରାଇଭରମାନଙ୍କୁ ପଚରାଉଚରା କରାଯିବ । ଆସନ୍ତାକାଲି ଜିଆର୍‌ପିରେ ପପୁ ଓ ବିକାଶ ସମେତ ପିପୁଲ ଫର୍‌ ସେବାର କିଛି ସଦସ୍ୟ ହାଜର ହେବେ ।

ରହସ୍ୟଘେରରେ ରାଜଧାନୀର ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା । ଦିନ ଗଡ଼ୁଛି ସସ୍‌ପେନ୍‌ସ ବଢୁଛି  । ଜିଆର୍‌ପି ସ୍କାନର୍‌ରେ ଆଦିତ୍ୟଙ୍କ ସାଙ୍ଗ ଓ ସେବାଶ୍ରମର ସଦସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ସଂଧ୍ୟା ୭ଟାରୁ ୧୦ଟା ଭିତରେ ସେହି ଟ୍ରାକ୍‌ରେ ୭ଟି ଟ୍ରେନ୍‌ ଯାଇଥିଲା । ଏହି ତାଲିକା ଜିଆର୍‌ପିର ହସ୍ତଗତ ହୋଇଛି । ଏହି ଟ୍ରେନ୍ ଡ୍ରଇଭରଙ୍କୁ ଚିହ୍ନଟ କରି ପଚରାଉଚାର କରାଯିବ ।

କିଛି ଡ୍ରାଇଭରଙ୍କୁ ଚିହ୍ନଟ ସରିଛି । ଆଦିତ୍ୟ ଟ୍ରେନ ଆଗକୁ ଡେଇଁଛନ୍ତି ନା ତାଙ୍କୁ କିଏ ଠେଲିଦେଇଛି, ସେ ନେଇ ଡ୍ରାଇଭରମାନଙ୍କୁଠାରୁ ତଥ୍ୟ ହାସଲ କରିବ ଜିଆର୍‌ପି ।ପପୁ ,ବିକାଶ ଓ ପିପୁଲ ଫର ସେବାର ୩-୪ ଜଣ ସଦସ୍ୟଙ୍କୁ ସୋମବାର ଦିନ ଜିଆରପି ପାଖରେ ହାଜର ହେବାକୁ କୁହାଯାଇଛି। ପଚରାଉଚରା ସମୟରେ ସେବାଶ୍ରମର ଆର୍ଥିକ କାରବାର, ସିଡିଆର୍‌ ରିପୋର୍ଟ ଆଧାରରେ ତଥ୍ୟ ଆଦାୟ କରିବ ଜିଆର୍‌ପି । ଘଟଣା ନେଇ ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜି ।

https://www.youtube.com/watch?v=GJCyzaZR_HA

ପପୁ, ବିକାଶ ଓ ବିଦ୍ୟାଶ୍ରୀଙ୍କ ବିବାଦ ଭିତରେ ପ୍ରକୃତ ସତ ଲୁଚି ଯାଉଛି କି ? ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ରେଳବାଇ ପୋଲିସର ତଦନ୍ତ କେତେ ଦୂର ଯାଇଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ୬ ଦିନ ପରେ ମଧ୍ୟ ଆଦିତ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା  ଉଠିଥିବା ନଥିବା ବେଳେ ସୋସିଆଲ ମିଡିଆରେ ଝଡ ଦେଖିବାକୁ ମିଳୁଛି

କଟକରୁ ହଟିଲା ସଟ୍‌ଡାଉନ୍: ସନ୍ଧ୍ୟା ୭ରୁ ସକାଳ ୫ ଯାଏଁ ଜାରି ରହିବ କର୍ଫ୍ୟୁ

କଟକ: କଟକରୁ ଉଠିଲା ସଟଡାଉନ । କଟକ ସିଏମସି ଅଞ୍ଚଳରେ ଲାଗୁ ହୋଇଥିବା ସଟଡାଉନ ନିର୍ଦେଶକୁ ସିଏମସି ପକ୍ଷରୁ ଉଠାଇ ନିଆଯାଇଛି। ସଂକ୍ରମଣ ବଢିବା କାରଣରୁ ଗତ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସିଏମସି ଅଞ୍ଚଳରେ ସଟ୍‌ଡାଉନ୍ ଲାଗୁ କରାଯାଇଥିଲା ଏହା ପରେ ସପ୍ତାହିକ ଶନିବାର ଓ ରବିବାର ସଟ୍‌ଡାଉନ୍‌ ପଡ଼ିଥିଲା । ଆଜି ଏହାକୁ ଉଠାଇ ନିଆଯାଇଥିବା ବେଳେ ସାପ୍ତାହିକ ସଟ୍‌ଡାଉନ୍‌ ଜାରି ରହିବ ବୋଲି ସ୍ପଷ୍ଟ କରିଦିଆଯାଇଛି ।  ଆସନ୍ତାକାଲିଠାରୁ କଟକ ସିଏମସି ଅଞ୍ଚଳରୁ ସଟଡାଉନ ହଟିବା ନେଇ ସିଏମସି ପକ୍ଷରୁ ଟ୍ୱିଟ୍ କରାଯାଇଛି । ୧୩ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସକାଳ ୫ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ସହରରେ ଦୋକାନ ଖୋଲା ରହିବ। ସଂଧ୍ୟା ୭ ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବ । ପାର୍ସଲ ବ୍ୟବସ୍ଥା ଥିବା ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଛି । ରାଣୀହାଟ ମାଳି ସାହିରୁ ହଟିଲା କଣ୍ଟେନମେଣ୍ଟ  । ଜୁଲାଇ ୪ରୁ କଣ୍ଟେନେମଣ୍ଟ ଜୋନ ଘୋଷଣା କରିଥିଲା ପ୍ରଶାସନ ।

ଆଗୁଆ ସତର୍କ ହେଲା ଭାରତ, ଚାଇନା ସହ ଯୁଦ୍ଧ ପାଇଁ ଆଣିଛି ଏଭଳି ମାରାତ୍ମକ ଅସ୍ତ୍ର

ନୂଆଦିଲ୍ଲୀ: ପ୍ରଥମେ କରୋନା ଆଉ ତାପରେ ଭାରତ ଏବଂ ଚୀନ୍‌ର ବିବାଦ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଦିନକୁ ଦିନ ବଢ଼ିବାରେ ଲାଗିଛି ଚୀନ୍‌ ଏବଂ ଭାରତ ମଧ୍ୟରେ ବିବାଦ । ଯାହାକୁ ନେଇ ନିଜର ଶକ୍ତି ବଢ଼ାଇଛି ଭାରତ । ଚୀନ୍ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ଆମେରିକାରୁ ୭୨,୦୦୦ ସିଗ୍ ୭୧୬ ଆକ୍ରମଣକାରୀ ରାଇଫଲ କିଣିଛି । ଏହି ରାଇଫଲ ଗୁଡ଼ିକର ପ୍ରଥମ ବ୍ୟାଚ୍ ରେ ୭୨,୦୦୦ ରାଇଫଲ ଆସିଛି ।

ଏହାକୁ ସାମରିକ ବ୍ୟବହାର ପାଇଁ ଉତ୍ତର କମାଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନକୁ ପଠାଯାଇଛି । ବର୍ତ୍ତମାନ ଏହାର ଦ୍ୱିତୀୟ ବ୍ୟାଚ୍ ଶୀଘ୍ର ଭାରତୀୟ ସେନା ପାଇଁ ଆସିବ । ସେନା ଏଏନ୍ଆଇ କୁ କହିଛି ଯେ ସେନାକୁ ଦିଆଯାଇଥିବା ଅର୍ଥରେ ଏହି ଅସ୍ତ୍ର କିଣାଯାଇଛି । ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ସେନା ଏହାର ପ୍ରଥମ ବ୍ୟାଚ୍ ସିଗ୍ ରାଇଫଲ୍ ଗ୍ରହଣ କରିଛି ।

ଫାଷ୍ଟ ଟ୍ରାକରେ ଯୁଦ୍ଧ ବିରୋଧି କାର୍ଯ୍ୟକ୍ରମ ପାଇଁ ଭାରତ ଏହି ରାଇଫଲ କିଣିଥିଲା । ରାଇଫଲ ଗୁଡ଼ିକ ଅର୍ଡାନ୍ସ କାରଖାନା ବୋର୍ଡ ଦ୍ୱାରା ଉତ୍ପାଦିତ କରାଯାଉଛି । ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ଆମଦାନୀ ହୋଇଥିବା ପ୍ରାୟ ୧.୫ ଲକ୍ଷ ରାଇଫଲ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦ ବିରୋଧୀ ଅପରେସନ ଏବଂ ଆଗରେ ନିୟୋଜିତ LoCରେ ବ୍ୟବହାର କରାଯିବ । ବାକି ବାହିନୀକୁ AK-203 ରାଇଫଲ ଦିଆଯିବ । ଯାହା ଅମେଠି ଅର୍ଡାନ୍ସ କାରଖାନାରେ ଭାରତ ଏବଂ ଋଷ ମିଳିତ ଭାବରେ ପ୍ରସ୍ତୁତ କରୁଛନ୍ତି ।

ବର୍ତ୍ତମାନ, ଉଭୟ ପାର୍ଶ୍ୱରେ ଅନେକ ପ୍ରକ୍ରିୟାଗତ ତ୍ରୁଟି ହେତୁ ଏହି ପ୍ରକଳ୍ପ ଆରମ୍ଭ ହୋଇନାହିଁ । ଭାରତୀୟ ସେନା ଗତ କିଛି ବର୍ଷ ଧରି INSAS ରାଇଫଲ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିଲା । କିନ୍ତୁ କୌଣସି କାରଣରୁ ଏହି ପ୍ରୟାସ ବିଫଳ ହୋଇଥିଲା । ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହାଲୁକା ମେସିନ୍ ବନ୍ଧୁକ ବ୍ୟବହାରକୁ ପୂରଣ କରିବା ପାଇଁ ଇସ୍ରାଏଲକୁ ୧୬,୦୦୦ LMG ପାଇଁ ନିର୍ଦ୍ଦେଶ ଦେଇଛି ।

ଆଖି ଦେଖିବ ଏମିତି କିଛି, ଜୁଲାଇ ୧୪ରୁ ୨୦ ଦିନ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ ଏଭଳି ଦୃଶ୍ୟ

ନୂଆଦିଲ୍ଲୀ: ଯେଉଁମାନେ ମହାକାଶ ଜଗତରେ ଆଗ୍ରହୀ ସେମାନଙ୍କ ପାଇଁ ଏକ ଖୁସି ଖବର । ଜୁଲାଇ ୧୪ରୁ ଭାରତର ଆକାଶରେ C / 2020 F3 ନାମକ ଏହି ଅନନ୍ୟ ଧୂମକେତୁ ୨୦ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିବ । ଜୁଲାଇ ୧୪ ରୁ ପ୍ରତିଦିନ ଲୋକମାନେ ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ଧୂମକେତୁକୁ ଦେଖିପାରିବେ । ଏହି ଅଦ୍ଭୁତ ଧୂମକେତୁର ନାମ NEOWISE ଦିଆଯାଇଛି ।

 

ଓଡିଶା ପ୍ଲାନେଟୋରିୟମ୍ ଡେପୁଟି ଡାଇରେକ୍ଟର ଡକ୍ଟର ସୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ମାର୍ଚ୍ଚରେ ନାସାର ନିକଟ ଆର୍ଥ ୱାଇଡ୍ ଫିଲ୍ଡ ଇନଫ୍ରାରେଡ୍ ସର୍ଭେ ଏକ୍ସପ୍ଲୋରର (NEOWISE) ଟେଲିସ୍କୋପ ଦ୍ୱାରା ଏହି ଧୂମକେତୁକୁ ଆବିଷ୍କାର କରାଯାଇଥିଲା । ୨୨-୨୩ ଜୁଲାଇରେ ଏହି ଧୂମକେତୁ ପୃଥିବୀର ନିକଟତମ ହେବ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତା ସପ୍ତାହ ଆରମ୍ଭରେ ଏହା ଉତ୍ତର-ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ ।

https://twitter.com/AstroBehnken/status/1279880785240227841?ref_src=twsrctfwtwcamptweetembedtwterm1279880785240227841twgr&ref_url=httpshindi.news18.comnewsnationrare-comet-c2020-f3-neowise-will-be-seen-in-india-from-14-july-for-20-days-3175145.html

ସୂଚନା ଅନୁଯାୟୀ, ଜୁଲାଇ ୧୪ରୁ ଉତ୍ତର-ପଶ୍ଚିମ ଆକାଶରେ NEOWISE ଧୂମକେତୁ ସ୍ପଷ୍ଟ ଦେଖାଯିବ । ଆଗାମୀ ୨୦ ଦିନ ପାଇଁ ସୂର୍ଯ୍ୟାସ୍ତ ପରେ ଏହା ୨୦ ମିନିଟ୍ ପାଇଁ ପ୍ରତିଦିନ ଦେଖାଯିବ । ଲୋକମାନେ ଏହାକୁ ଖୋଲା ଆଖିରେ ମଧ୍ୟ ଦେଖିପାରିବେ । ତାଙ୍କ କହିବାନୁସାରେ, ଜୁଲାଇ ୧୪ରେ ଏହି ଧୂମକେତୁ ଉତ୍ତର-ପଶ୍ଚିମ ଆକାଶରେ ଦେଖାଯିବ । ପ୍ରତିଦିନ ସନ୍ଧ୍ୟାରେ ଏହା ଆକାଶର ଉପରିଭାଗକୁ ଯିବେ ସହ ସମସ୍ତଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାଯିବ ।

ସୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଏହି ଧୂମକେତୁ ଧିରେ ଧିରେ ଅଗଷ୍ଟରୁ ଦେଖାଯିବା ବନ୍ଦ ହେବ । ଜୁଲାଇରେ ଟେଲିସ୍କୋପ ଏବଂ ବାଇନାକୁଲାର ମାଧ୍ୟମରେ ଏହା ସ୍ପଷ୍ଟ ଭାବରେ ଦେଖାଯାଏ । NEOWISE ବର୍ତ୍ତମାନ ପୃଥିବୀ ଠାରୁ ପ୍ରାୟ ୨୦ କୋଟି କିଲୋମିଟର ମହାକାଶରେ ଅଛି । ଜୁଲାଇ ୨୨ ରେ, ଏହା ଆମ ଗ୍ରହର ସବୁଠାରୁ ନିକଟତର ହେବ । ସେହି ସମୟରେ ଏହାର ଦୂରତା ପୃଥିବୀ ଠାରୁ ୧୦.୩ କୋଟି କିଲୋମିଟର ରହିବ ।

ବିଏମ୍‌ସି ଅମିତାଭଙ୍କ ୪ ବଙ୍ଗଳାକୁ କଲା ସିଲ୍, ହୋମ୍‌ ଆଇସୋଲେସନରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା

ନୂଆଦିଲ୍ଲୀ: ମୁମ୍ବାଇ ମୁନିସପାଲିଟି କର୍ପୋରେସନ୍ (ବିଏମସି) ମୁମ୍ବାଇରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାରିଟି ବଙ୍ଗଳାକୁ ସିଲ୍ କରିଛି । ଏହି ଚାରିଟି ବଙ୍ଗଳାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ବିଏମସି ଟିମ୍ ବଙ୍ଗଳା ଉପରେ କରୋନାକୁ ନେଇ ଜାଞ୍ଚ କରୁଛି । ବଚ୍ଚନ ପରିବାରର ଚାରିଟି ବଙ୍ଗଳା – ଜାଲସା, ପ୍ରତୀକ୍ଷା, ଜନକ ଏବଂ ବସ୍ତକୁ କଣ୍ଟେନ ମେଣ୍ଟ ଜୋନ ଭୋବ ଘୋଷଣା ହେବା ପରେ କୋଭିଡ -19 ର ନିର୍ଦ୍ଦେଶାବଳୀ ଅନୁଯାୟୀ ସିଲ୍ କରାଯାଇଛି ।

ସେପଟେ କରୋନା ପଜିଟିଭ ଆସିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଘରେ ହୋମ ଆଇସୋଲେସନରେ ରହିବେ । ରିପୋର୍ଟ ଅନୁଯାୟୀ ସେମାନଙ୍କ ପାଖରେ କରୋନାର ଅଧିକ ଲକ୍ଷଣ ନାହିଁ । ସେଥିପାଇଁ ସେମାନେ ଘରେ ରହିପାରିବେ ବୋଲି ସୂଚନା ଦିଆଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ଜୟା ବଚ୍ଚନଙ୍କଠାରୁ ଦୂରରେ ରହିବା ଆବଶ୍ୟକ । ଜୟା ବଚ୍ଚନଙ୍କ ରିପୋର୍ଟ କରୋନା ନେଗେଟିଭ ଆସିଛି ।

ଶନିବାର ଦିନ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ କରୋନା ପଜିଟିଭ ଆସିଥିଲା ।ଏହାପରେ ସମଗ୍ର ବଚନଙ୍କ ପରିବାରର ପରୀକ୍ଷା କରାଯାଇଥିଲା । ଏଥିରେ ଅମିତାଭ ଏବଂ ଅଭିଷେକଙ୍କ ବ୍ୟତୀତ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ନକାରାତ୍ମକ ଥିଲା ।

କିନ୍ତୁ ରବିବାର ପୁନର୍ବାର ପରୀକ୍ଷା କରାଯିବା ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କେବଳ ଏଥିରେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କର କରୋନା ଅଧିକ ଲକ୍ଷଣ ନାହିଁ ବୋଲି କୁହାଯାଇଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ଦିଆଯାଇଛି । ତଥାପି, ସେମାନଙ୍କୁ ଜୟାଙ୍କ ଠାରୁ ଏକ ଦୂରତା ବଜାୟ ରଖିବାକୁ ପଡିବ । ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ପରେ ବଚ୍ଚନ ପରିବାରର ଦ୍ୱିତୀୟ ଗୃହ କର୍ମଚାରୀଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍