spot_img
Home Blog Page 6688

ମହିନ୍ଦ୍ରାର ୩ ଇଲେକ୍ଟ୍ରିକ୍ ଗାଡି ହେବ ଲଞ୍ଚ

ନୂଆ ଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମହିନ୍ଦ୍ରାର ୩ ଟି ଇଲେକ୍ଟ୍ରିକ୍ ଗାଡି ଲଞ୍ଚ ହେବ । ଏଥିମଧ୍ୟରେ ମହିନ୍ଦ୍ରା eKUV100, ଏଟମ୍ କ୍ୱାଡ୍ରିସାଇକଲ ଏବଂ ଟ୍ରେଓ Zor କାର୍ଗୋ ଥ୍ରୀ-ହ୍ୱିଲର୍ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ୍ ଗାଡି (EV) ଡିଭିଜନ୍ ମହିନ୍ଦ୍ରା ଇଲେକ୍ଟ୍ରିକ୍ ୩ ଟି ନୂଆ ଗାଡି ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହି ଇଲେକ୍ଟ୍ରିକ୍ ଗାଡିଗୁଡିକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଏହି ଲଞ୍ଚ କରିବ । ତାହା ହେଉଛି, ୨୦୨୧ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପୂର୍ବରୁ ଏହା ବଜାରକୁ ଅଣାଯାଇପାରିବ । ଏହି ଇଲେକ୍ଟ୍ରିକ୍ ଗାଡି ମଧ୍ୟରେ ମାଇକ୍ରୋ ଏସୟୁଭି ମହିନ୍ଦ୍ରା eKUV100, ଏଟମ କ୍ୱାଡ୍ରିସାଇକଲ ଓ ଟ୍ରେଓ Zor କାର୍ଗୋ ଥ୍ରୀ-ହ୍ୱିଲର୍ ସାମିଲ ରହିଛି । ଦେଶରେ ଇଲେକ୍ଟ୍ରିକ୍ ବଜାରରେ ମହିନ୍ଦ୍ରା ଇଲେକ୍ଟ୍ରିକ୍ ହେଉଛି ଏକ ଅଗ୍ରଣୀ କମ୍ପାନୀ ।

ମାଇକ୍ରୋ SUV ଗୁଡିକରେ ମହିନ୍ଦ୍ରା eKUV100, ଏଟମ କ୍ୱାଡ୍ରିସାଇକଲ ଏବଂ ଟ୍ରେଓ ଜୋର କାର୍ଗୋ ଥ୍ରୀ-ହ୍ୱିଲର୍ ସାମିଲ ରହିଛି । ଗତ ବର୍ଷ କମ୍ପାନୀ ଦେଶରେ ୧୪୦୦ ଇଲେକ୍ଟ୍ରିକ୍ ଗାଡି ବିକ୍ରି କରିଥିଲା। କମ୍ପାନୀର ବିକ୍ରିରେ ଏକ ବଡ଼ ଅଂଶ ପାଇଁ ଟ୍ରେଓ ଏବଂ ଇ-ଅଲଫା ଥ୍ରୀ ହ୍ୱିଲର୍ସ ହିସାବ କରିଥିଲେ । ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋ ଏକ୍ସପୋ ୨୦୨୦ ରେ ନିଜ ପ୍ରଡକ୍ଟର ପ୍ରଦର୍ଶନ କରିଥିଲା ​​। ଏହା ବ୍ୟତୀତ କମ୍ପାନୀ ମହୀନ୍ଦ୍ର eXUV300 କୁ ଏକ୍ସପୋରେ ଏକ କନସେପ୍ଟ ଭାବରେ ପ୍ରଦର୍ଶନ କରିଥିଲା । ଅଲ-ଇଲେକ୍ଟ୍ରିକ୍ ସବ୍ କମ୍ପାକ୍ଟ କ୍ରସଓଭର ଭାରତୀୟ ବଜାରରେ ଟାଟା ନକ୍ସନ୍ ଇଭି ସହିତ କମ୍ପିଟ୍ କରିବ ।

୨୦୨୦ ମସିହାରେ ଅଟୋ ଏକ୍ସପୋରେ ମହିନ୍ଦ୍ରା eXUV100 ର ଦାମ ପ୍ରକାଶ ହୋଇସାରିଛି । EXUV100 ର ଦାମ ହେଉଛି ୮.୨୫ ଲକ୍ଷ ଟଙ୍କା । ମହିନ୍ଦ୍ରା eXUV100 ରେ ୪୦kW ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । ଏହି ମୋଟର ୧୨୦Nm ଟର୍କ ସୃଷ୍ଟି କରେ । କମ୍ପାନୀ ଦାବି କରିଛି ଯେ, ଫୁଲ ଚାର୍ଜରେ ଏହା ୧୪୫ କିଲୋମିଟର ଯାଏଁ ଚାଲିବ । ଡିସି ଫାଷ୍ଟ ଚାର୍ଜର ବ୍ୟବହାର କରି ଏହାର ବ୍ୟାଟେରୀର ୮୦ ପ୍ରତିଶତ ପ୍ରାୟ ୧ ଘଣ୍ଟା ମଧ୍ୟରେ ଚାର୍ଜ ହୋଇପାରିବ ।

ମହିନ୍ଦ୍ରା ରେଗୁଲାର KUV100 ଡିଜେଲ ଭ୍ୟାରିଏଣ୍ଟକୁ ବନ୍ଦ କରାଯାଇଛି । ବର୍ତ୍ତମାନର ୨୦୨୦MY ମହିନ୍ଦ୍ରା KUV100 ମଡେଲ୍ କେବଳ ୧.୨ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ସହିତ ଆସୁଛି, ଯାହା ୮୨ bhp ପାୱାର ଏବଂ ୧୧୫Nm ଟର୍କ ଜେନେରେଟ୍ କରେ । ଏଥିରେ ୫ ଟି ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଦିଆଯାଇଛି ।

ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା, ଝୁଲା ଦଉଡ଼ିରେ ଝୁଲୁଛି ଲୋକଙ୍କ ଭାଗ୍ୟ…

ବାଲେଶ୍ୱର: ସରୁନି ପୋଲ ତିଆରି କାମ । ପ୍ରଶାସନିକ ଅବହେଳା ଯୋାଗୁଁ ଅଧାପନ୍ତରିଆ ହୋଇ ପଡ଼ିରହିଛି । ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ । ଗ୍ରାମବାସୀ ଯେତେ ଗୁହାରୀ କଲେ ବି ଶୁଣିବାକୁ କେହି ନାହିଁ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଆଳୁମେଦା ପଞ୍ଚାୟତରୁ । Balasore Bridge ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା । ଝୁଲା ଦଉଡିରେ ଝୁଲୁଛି ଲୋକଙ୍କ ଭାଗ୍ୟ । ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ । ରାସ୍ତା ଅଛି, ହେଲେ ନଦୀ କାଟୁଛି ବାଟ । ପୋଲ ନଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ଆଳୁମେଦା ପଞ୍ଚାୟତ ଡୁବୁଡୁବି ଘାଟ ଉପରେ ୧୧ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଛୋଟ ଛୁଆଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏପରିକି ଯାନ ବାହାନ ସହ ଲୋକଙ୍କୁ ଡଙ୍ଗାରେ ନଦୀ ପାର ହେବାକୁ ପଡୁଛି ।

Balasore Bridge

ଦୀର୍ଘ ଦିନର ଦାବି ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଡୁବୁଡୁବି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ୩ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା କାମ କେବଳ ନଦୀ ଭିତରେ ପିଲର ଉଠି ସରିଯାଇଛି ।

Balasore Bridge

ଦେଢ ବର୍ଷ ମଧ୍ୟରେ ଏହି ପୋଲ କାମ ସରିବ ବୋଲି ଯୋଜନା କରି ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ କେବଳ ପିଲର କାମ ସରିଛି । ତାପରେ ନା’ ଠିକାଦାରଙ୍କ ଦେଖା ମିଳୁଛି ନା ସରକାରୀ ଅଧକାରୀଙ୍କ ।

Balasore Bridge

ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି କେହି ବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ କେହି ତାଙ୍କ କଥା ଶୁଣିବାକୁ ନାରାଜ । ସେପଟେ ଠିକାଦାରଙ୍କୁ ବାରମ୍ୱାର କାରଣ ଦର୍ଶାଅ ନୋଟିସ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Balasore Bridge

ତେବେ ପୋଲ କାମ କେବେ ଶେଷ ହେବ ? ଆଉ ଗାଁ ଲୋକଙ୍କ ସ୍ୱପ୍ନ ପୂରା ହେବ । ନିରାପଦରେ ଯାତୟତ କରିବେ ଲୋକେ । ଏହା ଦେଖିବାକୁ ବାକି ରହିଲା ।

ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ କରୋନା: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ରିପୋର୍ଟ ଆସିଲା ନେଗେଟିଭ

ନୁଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାର ସୂଚନା ଖୋଦ୍ ଅଭିନେତା ନିଜର ଟ୍ୱିଟର ଯୋଗେ ଦେଇଛନ୍ତି । ଅମିତାଭଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଏହା ମଧ୍ୟ ଖବର ମିଳୁଛି ଯେ, ବଚ୍ଚନ ପରିବାରରେ କେବଳ ଅମିତାଭ ଏବଂ ଅଭିଷେକ ହିଁ କରୋନା ସଂକ୍ରମିତ ହୋଇଛନ୍ତି । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟପଟେ ସ୍ୱାବ ଟେଷ୍ଟର ଅପେକ୍ଷା କରାଯାଉଛି ।

ଅମିତାଭ ବଚ୍ଚନଙ୍କ ପରିବାର ବ୍ୟତୀତ ତାଙ୍କ କର୍ମଚାରୀଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ଖୁବ ଶୀଘ୍ର ଆସିବ। ଜଣାଇ ରଖୁଛୁ ଯେ, ଅମିତାଭ ବଚ୍ଚନ ଟ୍ୱିଟ କରି କହିଛନ୍ତି, ‘ମୁଁ କରୋନା ସଂକ୍ରମିତ ହୋଇସାରିଛି। ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଉଛନ୍ତି । ପରିବାର ଏବଂ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ଗତ ୧୦ ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି ସେମାନଙ୍କୁ ସେମାନଙ୍କର ପରୀକ୍ଷା ଶେଷ କରିବାକୁ ଅନୁରୋଧ କରାଯାଇଛି ।

ଜଣାଇ ରଖୁଛୁ ଯେ, ଅଭିଷେକ ବଚ୍ଚନ ମଧ୍ୟ ଟ୍ୱିଟ କରି କହିଛନ୍ତି, “ଆଜି ମୋ ବାପାଙ୍କ କୋଭିଡ -୧୯ ପରୀକ୍ଷା ପଜିଟିଭ ଆସିଛି । ଆମ ଦୁହିଁଙ୍କର ବହୁତ ସାମାନ୍ୟ ଲକ୍ଷଣ ଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆମେ ସମସ୍ତେ ଚିନ୍ତିତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛୁ ଏବଂ ଆମ ପରିବାର ଏବଂ କର୍ମଚାରୀଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ମୋର ସମସ୍ତଙ୍କୁ ଅନୁରୋଧ ଶାନ୍ତି ବଜାୟ ରଖନ୍ତୁ ଏବଂ ବିଚଳିତ ହୁଅନ୍ତୁ ନାହିଁ । ଧନ୍ୟବାଦ। ”

ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ଏହି ସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା । ଦୁଇ ଦିନ ହେବ ରାଜ୍ୟରେ ବର୍ଷା କମ୍‌ ରହିଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଗତ ୨ ଦିନ ହେଲା ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା କମ୍‌ ହୋଇଛି । ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କଟକ ଓ ଭୁବନେଶ୍ୱର ବ୍ୟତିତ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ୱଳ୍ପ‌ ବର୍ଷା ହୋଇଛି । ଅପେକ୍ଷାକୃତ ବର୍ଷାର ପରିମାଣ କମ୍‌ ରହିଛି ।  Heavy rain in Odishaତେବେ ରବିବାରଠାରୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ, ଚାଲିଗଲା ବାପ ପୁଅଙ୍କ ଜୀବନ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରେ ଲୋମହର୍ଷଣକାରୀ ଘଟଣା । ଗାଁ ମୁଣ୍ଡରେ ଗୋଡାଇ ଗୋଡାଇ ବାପ ପୁଅଙ୍କୁ ହତ୍ୟା । ଜମିବାଡ଼ି ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିିଥିବା କୁହାଯାଉଛି । ମୃତକ ହେଲେ ମୋତିଲାଲ ଓ ମଝିଆଁ ପୁଅ ଛନ୍ଦମଣୀ ବନ୍‌ଛୋର ।

Bolangir Double Murder

କିଛି ଦିନ ପୂର୍ବେ ଦର୍ଲିମୁଣ୍ଡା ଗାଁର ବନଛୋର୍‌ ଓ ରାଉତ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ସନ୍ଧ୍ୟାରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା । ଏଥିରେ ରାଉତ ପରିବାର ପକ୍ଷରୁ ପ୍ରଥମେ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପା ମୋତିଲାଲ ଓ ମଝିଆଁ ପୁଅ ଛନ୍ଦମଣୀ ବନ୍‌ଛୋରଙ୍କ ମୃତ୍ୟୁ ଘଟିଛି ।

Bolangir Double Murder

ସେହିଭଳି ଏହି ଘଟଣାରେ ମୋତିଲାଙ୍କ ବଡ଼ପୁଅ ହେମନ୍ତ ଓ ସାନପୁଅ ମଧ୍ୟ ଗୁରୁତର ହୋଇଛନ୍ତି । ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Bolangir Double Murder

ଅନ୍ୟପଟେ ଆକ୍ରମଣକାରୀ ରାଉତ ପରିବାରର ମଧ୍ୟ ୫ ରୁ ୭ ଜଣ ଆହତ ହୋଇଥିବା ଜଣାପଡ଼ିିଛି । ସେମାନଙ୍କ ମଧ୍ୟରୁ ବାଲ୍ମିକୀ ରାଉତ ଓ ଫକୀର ରାଉତ ନାମକ ଦଇ ଜଣ ବ୍ୟକ୍ତଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତି କରାଯାଇଛି । ବେଲପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପରିବାର ଓ ସଂପର୍କୀୟମାନେ ଦାବି କରିଛନ୍ତି ।

Bolangir Double Murder

ଅନ୍ୟପଟେ ମୃତକ ବନ୍‌ଛୋର୍‌ ପରିବାର ପ୍ରଥମେ ଆସି ଆକ୍ରମଣ କରିଥିବା ନେଇ ରାଉତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।  ଅକ୍ରମଣକାରୀ ମଙ୍ଗଳୁ ରାଉତକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Bolangir Double Murder

ମେକ୍ ଇନ୍ ଇଣ୍ଡିଆ ଆପ୍ ଚ୍ୟାଲେଞ୍ଜ ଆରମ୍ଭ କଲେ ସରକାର, ଜାଣନ୍ତୁ କେଉଁ ପ୍ରକାରର ଆପ୍ ଉପରେ ରହିଛି ନଜର

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଓ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହେଉଥିବା କାରଣ ଦର୍ଶାଇ ଭାରତ ଚାଇନାର ୫୯ ଆପକୁ ବ୍ୟାନ କରିଛି । ତେବେ ବ୍ୟାନ କରିବା ପରେ ଭାରତୀୟ ବଜାରରେ ଏହାର ବିକଳ୍ପର ଆବଶ୍ୟକତା ମଧ୍ୟ ଅନୂଭୁତ ହେଲାଣି । ଏଣୁ ବ୍ୟାନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଦେଶରେ ସେଗୁଡିକର ବିକଳ୍ପ ପ୍ରସ୍ତୁତ କରିବା । କେନ୍ଦ୍ର ସରକାର ମଧ୍ୟ ଏହି ଆଭିମୁଖ୍ୟ ସହ ସମର୍ଥନ ଜଣାଇଛନ୍ତି । ସରକାରଙ୍କ ତରଫରୁ ଏକ ମେକ୍ଇନ୍ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରଯାଇଛି । ଦେଶ ମଧ୍ୟରେ ସମସ୍ତ ଆଇଟି ଉଦ୍ୟୋଗ ପ୍ରତିଦ୍ୱନ୍ଦିତାକୁ ଆସିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି ।

ତେବେ ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ ସାଇଟରେ ଏନେଇ ଏକ ଫଟୋ ପୋଷ୍ଟ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଯାଇଛି । ସୂଚନା ଅନୁଯାୟୀ ସରକାର ୮ଟି ଶ୍ରେଣୀର ଆପ୍ ବିକଶିତ କରିବା ପାଇଁ ଆଇଟି ଫାର୍ମମାନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଶ୍ରେଣୀଗୁଡିକ ହେଲେ- ସ୍ୱାସ୍ଥ୍ୟ, ଗେମିଂ, ନ୍ୟୁଜ୍, କୃଷି, ଶିକ୍ଷା, ମନୋରଞ୍ଜନ, ସାମାଜିକ ଗଣମାଧ୍ୟମ ଓ ଉଦ୍ୟୋଗ ସହ ସଂପୃକ୍ତ ଆପ୍  ।

ଉଲ୍ଲେଖଯୋଗ୍ୟ ଯେ ଚାଇନା ଆପ୍ ଦେଶରେ ବ୍ୟାନ ହେବା ପରେ ଅନେକ ଭାରତୀୟ ଆପ୍ ସମୟକ୍ରମେ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ଏଭଳି ଅନେକ ଆପ୍ ଯାହା ଚୀନ୍ ଆପର ଲୋକପ୍ରିୟତା ଚାପରେ ଦବି ଯାଇଥିଲା, ସେଗୁଡିକ ଏବେ ସାଧାରଣ ଲୋକଙ୍କ ନଜରକୁ ଆସୁଛି । ଏହାର ସୁଯୋଗ ନେଇ ସରକାର ସେହି ଆପ୍ ଡେଭଲପରଗୁଡିଙ୍କୁ ଅଧିକ ପ୍ରୋତ୍ସାହିତ କରିବା ସହ ନୂଆ ଆଇଟି ଉଦ୍ୟୋଗକୁ ଆପ୍ ନିର୍ମାଣ ପାଇଁ ସୁଯୋଗ ଦେବାକୁ ଚାହୁଁଛି ।  

୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ ପରେ ଆହୁରି ୨୦ ଆପ ଉପରେ ଲାଗିପାରେ ପ୍ରତିବନ୍ଧକ !

ନୂଆଦିଲ୍ଲୀ: ଚାଇନାରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଆହୁରି ୨୦ ଟି ଆପ୍ ର ଡାଟା ସେୟାରିଂ ପଲିସି ସମୀକ୍ଷା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁ କମ୍ପାନୀଗୁଡିକର ସର୍ଭର ଚାଇନାରେ ଅଛି, ସେମାନଙ୍କୁ ଦେଶରୁ ବାରଣ କରାଯାଇପାରେ । ଏହା ସହିତ ଆଇଟି ମନ୍ତ୍ରଣାଳୟ ମଧ୍ୟ ଅନେକ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରେ । ଆଇଟି ମନ୍ତ୍ରଣାଳୟ ଅନେକ ପାରାମିଟର ସମୀକ୍ଷା କରୁଛି । ସରକାର ଯେଉଁ ୨୦ ଟି ଆପର ଡାଟା ସେୟାରିଂ ନୀତି ସମୀକ୍ଷା କରୁଛନ୍ତି ସେଥି ମଧ୍ୟରେ ଅନେକ ଲୋକପ୍ରିୟ ଗେମିଂ ଆପ୍ ମଧ୍ୟ ରହିଛି । ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଏଭଳି ସମ୍ଭାବନାକୁ ନେଇ ଖବର ପ୍ରସାରଣ କରିଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳନାହିଁ ।

ଭାରତରେ ୫୯ ଟି ଚାଇନିଜ୍ ଆପ୍ ବ୍ୟାନ୍‌ ହୋଇଛି

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୬୯A ଅନୁଯାୟୀ କେନ୍ଦ୍ର ସରକାର ଏହି ୫୯ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଲଦାଖର ଗାଲୱାନ ଉପତ୍ୟକାରେ ସୀମା ବିବାଦ ଚାଲିଥିବା ବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

୮୯ ଟି ଆପ୍ ଡିଲିଟ୍ କରିବାକୁ ସେନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି

ଏହା ବ୍ୟତୀତ ଭାରତୀୟ ସେନା ଅଧିକାରୀ ଏବଂ ସୈନିକମାନଙ୍କୁ ଫେସବୁକ-ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ, ଅନ୍ୟ ୮୯ ଟି ଆପର ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି, ଯାହାକୁ ମୋବାଇଲରୁ ଅନଇନ୍‌ଷ୍ଟଲ କରାଯିବ । ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କୁ ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।

ଅମିତାଭ୍ ଓ ଅଭିଷେକଙ୍କୁ କରୋନା: ପରିବାରର ଅନ୍ୟ ସଦସ୍ୟଙ୍କ ନମୁନା ସଂଗ୍ରହ, ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ବଲିଉଡ ଅଭିନେତା ଅମିତାଭ୍ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ । ତାଙ୍କ ପୁତ୍ର ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଉଭୟ ପିତା-ପୁତ୍ର ସୂଚିତ କରିଛନ୍ତି ।

ବର୍ତ୍ତମାନ ଅମିତାଭ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି , ଏବଂ ଗତ 10 ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ଖୋଦ ଅମିତାଭ୍ ।

ପ୍ରଥମେ ବିଗ୍ ବି ସଂକ୍ରମିତ ହୋଇଥିବା ନେଇ ସୂଚିତ କରିଥିବା ବେଳେ ଏହାର କିଛି ସମୟ ପରେ ଅଭିଷେକ ମଧ୍ୟ ନିଜେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି ।

ବଲିଉଡ୍ ବିଗ୍ ବି ସଂକ୍ରମିତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।