ପୁରୀ: ନରେନ୍ଦ୍ର ପୁଷ୍କରଣୀ ପ୍ରଦୂଷଣ ନେଇ ହେବ ତଦନ୍ତ । ଏଥିପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରାଯାଇଛି । ଏହାକୁ ସଫା କରାଯିବା ସହ ଏହାର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପବିତ୍ର ତୀର୍ଥ ପୁଷ୍କରିଣୀ ଏବେ ପ୍ରଦୂଷିତ ହୋଇଛି । ସହରର ନଳା ପାଣି ପଶିବାଦ୍ୱାରା ଏହାର ଜଳ ବିଷାକ୍ତ ହୋଇଛି । ପରିବେଶ ଅପରିଷ୍କାର ରହିବା ସହ ପୁଷ୍କରିଣୀରେ ମାଛ ମଡକ ଦେଖାଦେଇଛି । ତେଣୁ ଏହାର ପୂନଋଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ନରେନ୍ଦ୍ର ପୁଷ୍କରିଣୀର ହେବ ପୂନଋଦ୍ଧାର । ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ । ସଫା ସହ ରକ୍ଷଣାବେକ୍ଷଣ ନେଇ ହେବ ଅନୁଧ୍ୟାନ । କାହିଁକି ଦୂଷିତ ହେଉଛି ତଦନ୍ତ କରିବ ଟିମ୍ । ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡିତ ପୁରୀର ନରେନ୍ଦ୍ର ତୀର୍ଥ ପୂଷ୍କରିଣୀ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳ ହେବେ ବିଷାକ୍ତ ହୋଇଛି । ନଳା ପାଣି ମିଶିବା ଦ୍ୱାରା ପାଣିର ରଙ୍ଗ ବଦଳିଯାଇଛି । ସ୍ନାନ କଲେ ଦେହ କୁଣ୍ଡାଇ ହେବା ସହ ଏଥିରେ ଥିବା ମାଛ ମରି ଯାଉଛନ୍ତି । ଦୂଷିତ ପରିବେଶ ସାଙ୍ଗକୁ ମାଛ ମଡକ ହେବାରୁ ଅଞ୍ଚଳ ଦୁର୍ଗନ୍ଧମୟ ହୋଇଛି । ଯାହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ଅଭିଯୋଗ ଆସିବାପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧକ୍ଷତାରେ ଏକ ଟିମ ଏହାର ତଦନ୍ତ କରିଛି । ତେବେ ଏଠାରେ 24 ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା କରିବା ସମ୍ଭବ ନୁହେଁ, ବରଂ ଖୁବଶିଘ୍ର ଏହାକୁ ସଫା କରାଯିବା ସହ ରକ୍ଷଣାବେକ୍ଷଣ ପାଇଁ ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । କରୋନା କଟକଣା ପରେ ଦେଶ ବିଦେଶରୁ ପୁଣି ପର୍ଯ୍ୟଟକଙ୍କ ଏଠାକୁ ସୂଅ ଛୁଟିବ । ତେଣୁ ଏହାର ପୂନଋଦ୍ଧାର ତୁରନ୍ତ ହେବା ଆବଶ୍ୟକ ହୋଇପଡିଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି: ୭ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଏ ନେଇ ୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରଭାବରେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଅରେଞ୍ଜ ୱାର୍ଣ୍ଣିଂରେ ଅଛନ୍ତି ୫ ଜିଲ୍ଲା । ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୨ ତାରିଖରେ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗଡା, ବରଗଡ, କୋରାପୁଟ ଓ ମାଲକନାଗିରିରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରିଛି ପାଣିାପାଗ ବିଭାଗ ।
କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ: ୧୧ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ
ଏଲଏସି ବିବାଦ ମଧ୍ୟରେ ଆଜି ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ପୂର୍ବ ଲଦାଖ ସୀମା ମୋଲଡୋରେ ବୈଠକ ବସୁଛି । ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନାରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ନବୀନ ଶ୍ରୀବାସ୍ତବ ଯୋଗ ଦେଉଛନ୍ତି ।

ଅଗଷ୍ଟ ୨ ପରେ ବରିଷ୍ଠ କମାଣ୍ଡର ଲେଫ୍ଟେନେଣ୍ଟ ଜେନରଲ ହରିନ୍ଦର ସିଂହ ଓ ତାଙ୍କ ଚୀନ୍ ପ୍ରତିପକ୍ଷ ମେଜର ଜେନେରାଲ ଲିୟୁ ଲିନ୍ଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ନିଜ ମାଟିରୁ ଇଞ୍ଚେ ବି ପଛକୁ ହଟିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଆଜିର ବୈଠକରେ ଫୋକସ୍ରେ ରହିଛି ପେଙ୍ଗୋଙ୍ଗ ଓ ଦେପସାଙ୍ଗ ଅଞ୍ଚଳ ।

ଗଲୱାନ୍ ପରି ସେଠାରୁ ମଧ୍ୟ ସେନା ଅପସାରଣ ଉପରେ ଗୁରୁତ୍ୱ ଦେବ ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ହୋଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ଦାବି ରଖାଯିବ । ମସ୍କୋରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ପଞ୍ଚସୂତ୍ରୀ ସହମତି ହୋଇଥିଲା । ଏହାପରେ ଆଜି ପ୍ରଥମ ବୈଠକ ବସୁଛି ।
ଆଜିଠୁ ୨ ଦିନ ପାଇଁ ହାଇକୋର୍ଟ ବନ୍ଦ
କଟକ: ଆଜିଠୁ ଦୁଇ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ । ଆଜି ଓ ଆସନ୍ତାକାଲି ୨ ଦିନ ଧରି କୋର୍ଟର ସମସ୍ତ କାର୍ଯ୍ୟାଳୟ ସାନିଟାଇଜ ହେବ । ଏଥିପାଇଁ ହାଇକୋର୍ଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ହାଇକୋର୍ଟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୧ତାରିଖର ସମସ୍ତ ମାମଲା ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା , କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ହାଇକୋର୍ଟ କାର୍ଯ୍ୟାଳୟ ।
ବ୍ୟର୍ଥ ଗଲା ମୟଙ୍କ ଅଗ୍ରୱାଲଙ୍କ ୮୯ ରନ, ସୁପର ଓଭରରେ ଦିଲ୍ଲୀ ଏମିତି ମାରିଲା ବାଜି
ଦୁବାଇ: ଆଇପିଏଲ୍ ୧୩ର ଦ୍ୱିତୀୟ ମ୍ୟାଚ୍କୁ ସୁପର ଓଭରରେ ବାଜି ମାରିନେଇଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା । ଟସ୍ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଥିଲା । ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ୧୫୭ କରିଥିଲେ । ମ୍ୟାଚ୍ ଟାଇ ରହିବା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ପ୍ରଥମେ ପଞ୍ଜାବ ବ୍ୟାଟିଂ କରିଥିଲା । ପଞ୍ଜାବ ୨ ୱିକେଟ୍ ବିନିମୟରେ ମାତ୍ର ୨ ରନ୍ କରିପାରିଥିଲା । ମାତ୍ର ୩ ରନର ବିଜୟ ଲକ୍ଷ ଦିଲ୍ଲୀ ପାଇଁ ସହଜ ହୋଇଯାଇଥିଲା । ମାର୍କସ୍ ଷ୍ଟୋଇନିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନସ୍ ସର୍ବାଧିକ ୫୩ ରନ୍ କରିଥିଲାବେଳେ ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ୮୯ରନ୍ କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିଲା । ପଞ୍ଜାବ ଟିମକୁ ଲକ୍ଷ ମିଳିଥିବା ୧୫୮ ରନ୍ । କିନ୍ତୁ ପଞ୍ଜାବ ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ୍ କରିପାରିଥିଲା ଏବଂ ସୁପର ଓଭରରେ କିଙ୍ଗସ୍ ଇଲେଭେନ ପଞ୍ଜାବ ମାତ୍ର ୨ ରନ କରିପାରିଥିଲା । ଏହା ପରେ ଦିଲ୍ଲୀ ଟିମ୍ ସୁପର ଓଭରରେ ୩ ରନ କରି ମ୍ୟାଚକୁ ହାତେଇ ଥିଲା । ମୟଙ୍କ ଅଗ୍ରୱାଲ ୬୦ ବଲରେ ୭ଟି ଚଉକା ଏବଂ ୪ଟି ଛକ୍କା ମାରିଥିଲେ । ଦିଲ୍ଲୀ ପାଇଁ କୈଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ୱିନ ଏବଂ ମର୍କସ ଷ୍ଟୋଇନିସ ୨-୨ଟି ୱିକେଟ ନେଇଥିଲେ । ଅନ୍ୟପଟେ ମୋହିତ ଶର୍ମା ଏବଂ ଅକ୍ଷୟ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପ୍ରଥମେ ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ପ୍ଲେୟର ମାର୍କସ ଷ୍ଟୋଇନିସଙ୍କ ଜବରଦସ୍ତ ବ୍ୟାଟିଂରେ କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ୮ ୱିକେଟରେ ୧୫୭ ସ୍କୋର କରିଥିଲା । ଦିଲ୍ଲୀ କ୍ୟାପିଟାଲ ଶେଷ ୩ ଓଭରରେ ୫୭ ରନ କରିବାରେ ସଫଳ ହୋଇଥିଲା । ଏଥିରେ ଷ୍ଟୋଇନିସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ୨୧ ବଲରେ କରିଥିଲେ ୫୩ ରନ୍, ଯେଉଁଥିରେ ସାମିଲ ଥିଲା ୭ଟି ଚଉକା ଏବଂ ୩ଟି ଛକ୍କା ।

ପାୱର ପ୍ଲେରେ ଦିଲ୍ଲୀ କ୍ୟାପିଟାଲ ୩ ୱିକେଟରେ ୨୩ ରନ କରିପାରିଥିଲା । ପନ୍ଥ ଏବଂ ଐୟର ୧୦ ଓଭର ଯାଏଁ ମାତ୍ର ୪୯ ରନ କରିପାରିଥିଲେ । ଏଥିରେ ଗୌତମ ଉପରେ ଐୟରଙ୍କର ଦର୍ଶନୀୟ ଛକ୍କା ମଧ୍ୟ ଶାମିଲ ରହିଛି । ପରବର୍ତ୍ତୀ ସମୟରେ ଏହି ବୋଲର ବିପକ୍ଷରେ ଲଗାତାର ଦୁଇଟି ଛକ୍କା ମାରି ରନର ଗତି ବଢ଼ାଇଥିଲେ । କିନ୍ତୁ ମାତ୍ର ୩ ବଲରେ ଏହି ଦୁଇଜଣ ବ୍ୟାଟସମ୍ୟାନଙ୍କ ଆଉଟ ହେଇଯିବା ଦିଲ୍ଲୀକୁ ପୁଣି ଥରେ ଗେମକୁ ଫେରାଇଦେଇଥିଲା ।

ବିଶନୋଇ ପନ୍ଥଙ୍କୁ ଗୁଗଲିରେ ବୋଲ୍ଡ କରିଥିଲେ । ଏହାପରେ ଶାମୀ ନିଜର ଶେଷ ଓଭରରେ ବୋଲିଂ କରିବା ପାଇଁ ଆସିଲେ ଏବଂ ଆସିବା ମାତ୍ରେ ଐୟରଙ୍କୁ ମିଡୱିକେଟରେ କ୍ୟାଚ ଦେବା ପାଇଁ ବାଧ୍ୟ କରିଦେଇଥିଲେ । ତେବେ ଦିଲ୍ଲୀର ସ୍କୋର ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଁଞ୍ଚି ସାରିଥିଲା । କିନ୍ତୁ ତା ପରେ ଷ୍ଟୋଇନିସ ପୁରା ମ୍ୟାଚ ବଦଳାଇ ଦେଲେ ।

ଏହା ପୂର୍ବରୁ କ୍ୟାପଟେନ ଶ୍ରେୟସ ଐୟର (୩୨ ବଲରେ ୩୯, ୩ ଛକ୍କା) ଏବଂ ଋଷଭ ପନ୍ଥ (୨୯ ବଲରେ ୩୧, ୪ ଚଉକା) ୪ ୱିକେଟ ସହ ୭୩ ରନ କରିଥିଲେ । ଶାମୀ ୧୫ ରନ ଦେଇ ୪ ୱିକେଟ ହାସଲ କରିଥିଲେ । ଅନ୍ୟପଟେ ଆଇପିଏଲରେ ନୂଆ କରି ପାଦ ଦେଇଥିବା ଲେଗ ସ୍ପିନର ରବି ବିଶୋନୋଇ ମଧ୍ୟ ନିଜର ପ୍ରଭାବ ଛାଡ଼ିଛନ୍ତି ଏବଂ ୨୨ ରନ ଦେଇ ଗୋଟେ ୱିକେଟ ନେଇଛନ୍ତି ।
କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ: ୧୧ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ
ଭୁବନେଶ୍ୱର: ବଢୁଛି ଅପରାଧ, ବିଗୁଡୁଛି ଆଇନଶୃଙ୍ଖଳା । କ୍ରାଇମ କଣ୍ଟ୍ରୋଲ ଦାୟିତ୍ୱରେ ଥିବା କରୋନା ଯୋଦ୍ଧା ଏବେ କୋଭିଡ ସଂକ୍ରମିତ । କମିଶନରେଟ ପୋଲିସର ୧୧ ଶହ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ଟୁଇନ ସିଟିରେ କୋଭିଡ ଏନଫୋର୍ସମେଣ୍ଟ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

କରୋନା କବଳରେ କରୋନା ଯୋଦ୍ଧା । କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ୍ । ୧୧ ଶହ ଆକ୍ରାନ୍ତ, ୪ ମୃତ । ମାନବ ସମ୍ବଳ ଅଭାବରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ଟୁଇନ ସିଟିରେ କେଉଁଠି ଆଇଆଇସି ନାହାନ୍ତି ତ ଆଉ କେଉଁଠି ଥାନାବାବୁଙ୍କୁ ଛାଡି ସମସ୍ତେ କରୋନା ପଜିଟିଭ । ଭୁବନେଶ୍ୱରର ୮ ଥାନଧିକାରୀ କରୋନା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଜୋନ ୧, ଜୋନ ୩ ଓ ଜୋନ ୪ ଏସିପିଙ୍କ ସହ ଅତିରିକ୍ତ ଡିସିପି ବି କରୋନା ସଂକ୍ରମିତ । ମହାମାରୀ ଯୋଗୁଁ ରାଜ୍ୟରେ ୩୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ କମିଶନରେଟ ପୋଲିସ ୪ ଦକ୍ଷ କର୍ମଚାରୀଙ୍କୁ ହରାଇଛି ।

ଟ୍ୱିନ୍ସିଟିର ସୁରକ୍ଷା ଦାୟିତ୍ୱରେ ଥିବା ୧୧ ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ । ଏଭଳି କ୍ଷେତ୍ରରେ ଆଇନଶୃଙ୍ଖଳା ଏବେ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେପଟେ ଥାନାରେ କର୍ମଚାରୀଙ୍କୁ ଥର୍ମାଲ ସ୍କ୍ରିନିଂ, କରୋନା କିଟ୍ ପ୍ରଦାନ ଓ ନିୟମିତ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚର କରିବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଆଇନଜୀବୀ । ଟ୍ୱିନ୍ସିଟିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ସହ କୋଭିଡ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ହେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପରିସ୍ଥିତିର ଫାଇଦା ନେଇ ସହରରେ ଲୁଟ ଓ ରାହାଜାନି ଏକ ପ୍ରକାର ବୃଦ୍ଧି ପାଇଛି । ତେଣୁ ଯେଉଁ ଜିଲ୍ଲାରେ କରୋନା ସ୍ଥିତି ଭଲ ଅଛି ସେଠାରୁ କିଛି ପୋଲିସଙ୍କୁ ଆଣିବା ସହ ଟ୍ରାଫିକ ଭଲ୍ୟୁଣ୍ଟର ନିୟୋଜିତ କଲେ ପରିସ୍ଥିତି ନିୟନ୍ତ୍ରଣ କୁ ଆସିପାରିବ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଗତ ୬ ମାସ ଭିତରେ ପ୍ରାୟ ଦେଢ଼ ଲକ୍ଷ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ ୨ କୋଟିରୁ ଅଧିକ ଫାଇନ ଆଦାୟ ସାରିଲାଣି ପୋଲିସ୍ । ତଥାପି କିଛି ଅମାନିଆଙ୍କ ପାଇଁ ରାଜଧାନୀରେ ବୋଲ ମାନୁନି କରୋନା ।
ଆଜିଠୁ ଯୁକ୍ତ ୨ ନାମଲେଖା: ସେପ୍ଟେମ୍ୱର ୨୬ ଯାଏଁ ଜାରି ରହିବ
ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ନାମଲେଖା । ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଧାରରେ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ନାମଲେଖା ହେବ । ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୩ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୨୩ ହଜାର ୫୭୫ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୮୪ ହଜାର ୭୮୯, ବାଣିଜ୍ୟରେ ୨୫ ହଜାର ୬୨ ଜଣ ଅଛନ୍ତି । ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ନାମଲେଖା ସମୟରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ୨ହଜାର ୨୮ଟି କଲେଜରେ ୪ଲକ୍ଷ ୫୩ ହଜାର ୬୪୩ ସିଟ୍ରେ ନାମଲେଖା ହେଉଛି । ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ।
ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ, ବିଜ୍ଞାନରେ ରେଭେନ୍ସା ସର୍ବାଧିକ ୮୯ %




