ମାଲକାନଗିରି: ପୁଣି ତଣ୍ଡ ଗଣିଛନ୍ତି ବିଜେପି ନେତା । କରୋନା ନିୟମକୁ କରିଛନ୍ତି ଉଲ୍ଲଂଘନ । ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଜରିମାନା ଦେଇଛନ୍ତି ଅମାନିଆ ବିଜେପି ନେତା । ନିୟମ ଉଲ୍ଲଂଘନ ଅଭିଯୋଗରେ ବିଜେପିର ପ୍ରଭାତୀ ପରିଡ଼ା, ବଳଭଦ୍ର ମାଝୀ ଓ ଆଦିତ୍ୟ ମାଢ଼ିଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ ନିୟମ ଭାଙ୍ଗି ବିବାଦକୁ ଆସିଥିଲେ, ଜରିମାନା ବି ଦେଇଥିଲେ । ନିକଟରେ ପ୍ରଭାତୀ ପରିଡ଼ା ୪୦ରୁ ଅଧିକ ବିଜେପି ନେତାଙ୍କ ମେଳି କରି ମାଲକାନଗିରିର ବିଭିନ୍ନ ସ୍ଥାନ ବୁଲିଥିଲେ । ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ଆଦିତ୍ୟ ମାଢ଼ୀଙ୍କ ସହ ପୂରା ବିଜେପି ଟିମ୍ ମାଲକାନିଗିରି ସର୍କିଟ ହାଉସରେ ରହିଥିଲେ । ସେଠାରୁ ସେମାନେ ଜଣେ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ଡାକ୍ତରଖାନା, ମାଲକାନଗିରି ଥାନା ଏବଂ ଏସ୍ପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲେ । କେଉଁଠି ହେଲେ ସାମାଜିକ ଦୂରତା ନଥିଲା । ବିଜେପି ଟିମ୍ର କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ କିଛି ଲୋକ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଶେଷରେ ବିଜେପିର ପ୍ରଭାତୀ ପରିଡ଼ା, ବଳଭଦ୍ର ମାଝୀ ଓ ଆଦିତ୍ୟ ମାଢ଼ିଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ମାଲକାନଗିରି ତହସିଲଦାର କହିଛନ୍ତି ।
ଇସ୍ତଫା ଦେଲେ VIMSAR କୋଭିଡ ସେଣ୍ଟର ନୋଡାଲ ଅଫିସର
ବୁର୍ଲା: ଭିମ୍ସାର କୋଭିଡ୍ ସେଣ୍ଟରର ନୋଡାଲ ଅଫିସର ପ୍ରଫେସର ବେଣୁଧର ପାଣ୍ଡେ ଇସ୍ତଫା ଦେଇଛନ୍ତି । ବୁର୍ଲା କୋଭିଡ୍ ସେଣ୍ଟରରେ ନୁମୁନା ପରୀକ୍ଷା ହୋଇଥିବା କିଛି ବ୍ୟକ୍ତିଙ୍କ ନାଁ ପ୍ରଘଟ ହୋଇଯାଇଥିଲା । କୋଭିଡ-୧୯ ନିୟମ ଅନୁସାରେ କରୋନା ନମୁନା ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କର ପରିଚୟ ଗୋପନ ରଖାଯିବ । କିନ୍ତୁ ଏହା ଲିକ୍ ହୋଇଯିବା ପରେ ସବୁ ମହଲରୁ ପ୍ରଶ୍ନ ଉଠିଥିଲା । ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ଭିମସାର ନିର୍ଦ୍ଦେଶକ ଏହାର ତଦନ୍ତ ପାଇଁ ୪ଜଣିଆ କମିଟି ଗଠନ କରିଥିଲେ । ତଦନ୍ତ ସରି ନଥିବା ବେଳେ କୋଭିଡ୍ ସେଣ୍ଟର ନୋଡାଲ ଅଫିସର ପ୍ରଫେସର ବେଣୁଧର ପାଣ୍ଡେ ଇସ୍ତଫା ଦେଇଛନ୍ତି । .
ବିକାଶ ଦୁବେର ଏନକାଉଣ୍ଟର ଖବର ପରେ ସୋସିଆଲ ମିଡିଆରେ ଛାଇଗଲେ ରୋହିତ ସେଟ୍ଟୀ, ଜାଣନ୍ତୁ କାହିଁକି !
ମୁମ୍ବାଇ: କାନପୁରର ବିକରୁ ଗାଁରେ ସିଓ ସହିତ ଆଠ ପୋଲିସଙ୍କ ହତ୍ୟା କରିଥିବା ବିକାଶ ଦୁବେ ଯାହାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ତାଙ୍କର ଏନକାଉଣ୍ଟରେ ମୃତ୍ୟୁ ହୋଇଛି । ଉଜୈନରୁ କାନପୁର ନେବା ସମୟରେ ଏକ ଦୁର୍ଘଟଣା ହେଲା ଏବଂ ଏହାପରେ ଏସଟିଏଫ୍ ର ଗାଡ଼ି ଓଲଟି ଗଲା, ଯେଉଁଥିରେ ବିକାଶ ଦିବେ ବସିଥିଲା । ସୂଚନା ଅନୁଯାୟୀ, ବିକାଶ ଦୁବେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେଏବଂ ପୋଲିସ ତାଙ୍କର ଏନକାଉଣ୍ଟର କରିଥିଲା । ଫିଲ୍ମ ଡ୍ରାମା ଭଳି ହୋଇଥିବା ଏହି ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଡାଇରେକ୍ଟର ରୋହିତ ସେଟ୍ଟୀ ଖୁବ ଚର୍ଚ୍ଚାରେ ଅଛନ୍ତି ।

ରୋହିତ ସେଟ୍ଟୀଙ୍କ ଚଳଚିତ୍ରରେ ସାଧାରଣତଃ ପୋଲିସ ଏବଂ ଚୋର ମଧ୍ୟରେ ଲଢ଼େଇକୁ ଦର୍ଶାଯାଇଥାଏ । ଯେଉଁଥିରେ ଏନକାଉଣ୍ଟରର ମଧ୍ୟ ଦୃଶ୍ୟ ରହିଥାଏ । ଏହି କାରଣରୁ ଲୋକମାନେ ବିକାଶ ଦୁବେର ଏନକାଉଣ୍ଟରକୁ ରୋହିତ ସେଟ୍ଟୀଙ୍କ ଚଳଚିତ୍ରର ଆକ୍ସନ ସିନ ଭଳି ବୋଲି କହି ତାଙ୍କୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରାଯାଇଛି ।

ଜଣେ ୟୁଜର୍ୟ ଲେଖିଛନ୍ତି ଯେ, ଏନକାଉଣ୍ଟର ଷ୍ଟୋରୀ ଚଳଚିତ୍ର ସିନ ଭଳି ହୋଇଛି । ପୋଲିସକୁ ଫିଲ୍ମ ପାଇଁ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିବା କଥା । ରୋହିତ ସେଟ୍ଟୀ ସେହି ଲୋକେସନକୁ ଯିବାର ଥିଲା । #VikasDubeyEncounter
Encounter story is like a movie. Police should write scripts for the movies.
Rohit Shetty wants to know your location.#vikasDubeyEncounter pic.twitter.com/y65FwIPIrZ— 🧜♂️ (@FeelItOrLeaveIt) July 10, 2020
ଟ୍ୱିଟରରେ ୟୁଜର୍ସ ରୋହିତ ସେଟ୍ଟୀର ଫିଲ୍ମକୁ ନେଇ ପୋଲିସ ସହିତ ତାଙ୍କ ଫଟୋ ସେୟାର କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏବେ ରୋହିତ ସେଟ୍ଟୀ କହୁଥିବେ ଯେ, ‘ଏହା ତୋ ମୋ ସ୍କ୍ରିପ୍ଟ ଭଳି ଲାଗୁଛି । ‘ ଅନ୍ୟ ପଟେ ଆଉ ଜଣେ ଲେଖିଛନ୍ତି ଯେ, ଯେଉଁ ଭଳି ଭାବରେ କାର ଓଲଟିଛି, ମୁଁ ଭାବୁଛି ରୋହିତ ସେଟ୍ଟୀଙ୍କୁ ଏହି ସ୍କିପ୍ଟ ପାଇଁ ଡକାଯାଇଥିଲା ।
https://twitter.com/GabbbarSingh/status/1281424562383540224
When Rohit Shetty heard “fake encounter aur gaadi palat gayi”#FakeEncounter pic.twitter.com/qYWXY5JONX
— Harshit Joshi (@joshiiharshit) July 10, 2020
I think the most happy person right now is Rohit Shetty. He can make next part of sooryavanshi 😅.
What a filmy encounter……….
Well done up police👏👏#vikasDubeyEncounter pic.twitter.com/BY746nzhi2— kalpesh mali (@kalpeshmali90) July 10, 2020
https://twitter.com/TheHindiPoetry/status/1281445248561041408
https://twitter.com/din0092/status/1281446520731074560
Rohit shetty #vikasDubeyEncounter pic.twitter.com/lUA5Xlq86H
— Rachit Jain (@rachitpjain) July 10, 2020
ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେର ଏନ୍କାଉଣ୍ଟରକୁ ନେଇ ସନ୍ଦେହ ଘନିଭୂତ, ପୁରା ଘଟଣାକ୍ରମର ଭବିଷ୍ୟବାଣୀ କରିଥିଲେ ବରିଷ୍ଠ ଆପିଏସ୍
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେର ଏନ୍କାଉଣ୍ଟର ହୋଇସାରିଛି । ସେ ଏବେ ଏହି ଦୁନିଆରେ ନାହିଁ । ହେଲେ ବିକାଶ ୮ ଜଣ ପୋଲିସ୍ଙ୍କୁ ହତ୍ୟା କରିବା ପରେ, ଫେରାର ହେବାଠାରୁ ଆରମ୍ଭ କରି ସରେଣ୍ଡର ହେବା ପର୍ଯ୍ୟନ୍ତ ଏବଂ ପରେ ଏନ୍କାଉଣ୍ଟର ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ଘଟଣାକୁ ନେଇ ଏବେ ସନ୍ଦେହ ଉପୁଜିଛି ।

ଏହି ଘଟଣାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଏମିତିକି କେହି କେହି କହୁଛନ୍ତି ଏହା ପ୍ରି-ପ୍ଲାନ୍ ଏନ୍କାଉଣ୍ଟର । କେହି କେହି କହୁଛନ୍ତି ଫିଲ୍ମ ଷ୍ଟାଇଲ୍ରେ ଏନ୍କାଉଣ୍ଟର କରାଗଲା । ସୋସିଆଲ ମିଡିଆରେ ବିକାଶ ଦୁବେର ଏନ୍କାଉଣ୍ଟରକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି । ବିକାଶ ଦୁବେକୁ ଏନ୍କାଉଣ୍ଟର କରି ଠିକ୍ କରିଛି ପୋଲିସ, ବୋଲି ଅନେକ ମତ ଦେଇଛନ୍ତି । ତେବେ ସାଧାରଣ ଲୋକ ଘଟଣାକୁ ନେଇ ଏଭଳି ସନ୍ଦେହ ଜନକ ମନ୍ତବ୍ୟ ଓ ବୟାନ୍ ଦେବା ସ୍ୱାଭାବିକ୍ । କାରଣ ଏଭଳି ସମାନ ସନ୍ଦେହ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ କରିଛନ୍ତି ।

ବରିଷ୍ଠ ଆଇପିଏସ୍ ଅଫିସର୍ ଅମିତାଭ ଠାକୁର ବିକାଶ ଦୁବେର ଏନ୍କାଉଣ୍ଟରକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ ପରୋକ୍ଷରେ ଏହି ଏନ୍କାଉଣ୍ଟରକୁ ନେଇ ସନ୍ଦେହ କରିଛନ୍ତି । ଏନ୍କାଉଣ୍ଟରର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ, ବିକାଶ ଦୁବେର ଏନ୍କାଉଣ୍ଟରକୁ ନେଇ ଯେଉଁଭଳି ଭବିଷ୍ୟବାଣୀ କରିଥିଲେ ଠିକ୍ ତା ପରଦିନ ସେହି ସମାନ ଘଟଣା ଘଟିଥିଲା ।
ସେ ନିଜ ଟ୍ୱିଟ୍ରରେ ଲେଖିଥିଲେ ଯେ, ‘ବିକାଶକୁ ପୋଲିସ ଗିରଫ କରିପାରିଲା ନାହିଁ । ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲୁଚୁଥିଲା । ପରେ ସେ ବହୁତ ଦୂରକୁ ଚାଲିଯାଇଥିଲା । ଆଉ ସେଠାରେ ଯାଇ ଆତ୍ମ ସମର୍ପଣ କଲା । ଆସନ୍ତାକାଲି ସେ ପୋଲିସୁ ହେଫାଜତରୁ ଖାସି ପଳାଇବାକୁ ଚେଷ୍ଟା କରିବ । ଆଉ ମରିବ ।’
https://twitter.com/Amitabhthakur/status/1281128705335521281
ସାଧାରଣ ଲୋକଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନପାରେ, କିନ୍ତୁ ଜଣେ ଆଇପିଏସ୍ ଅଧିକାରୀଙ୍କ କଥାକୁ ନିଶ୍ଚିତ ଗୁରୁତ୍ୱ ଦିଆଯାଇପାରେ । ଏନ୍କାଉଣ୍ଟରର ଗୋଟିଏ ଦିନ ପୂର୍ବରୁ ଏଭଳି କାହିଁକି ସନ୍ଦେହ କରିଥିଲେ ଆଇପିଏସ୍ ଅମିତାଭ । ସେ କ’ଣ ଜାଣିଥିଲେ ଏଭଳି କିଛି ଘଟଣା ଘଟିବ ଏବେ ବିକାଶ ଦୁବେର ଏନ୍କାଉଣ୍ଟର କରାଯିବ ? ତାହାଲେ ସତରେ କ’ଣ ଏହା ଉତ୍ତରପ୍ରଦେଶ ପୋଲିସର ପ୍ରି-ପ୍ଲାନ୍ ଏନ୍କାଉଣ୍ଟର । ଏଭଳି ବିଭିନ୍ନ ଦିଗକୁ ନଜର ପକାଇଲେ ନିଶ୍ଚିତ ଭାବେ ଏହି ଏନ୍କାଉଣ୍ଟରକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ।
https://twitter.com/Amitabhthakur/status/1281092418020900864
ତେବେ ଏହି ଆଉ ଏକ ପ୍ରଶ୍ନ ଉଠୁଛି କାହିଁକି ବିକାଶ ଦୁବେ ଭଳି କୁଖ୍ୟାତ ଅପରାଧୀକୁ ଧରାଯିବା ପରେ ମଧ୍ୟ ଏନ୍କାଉଣ୍ଟର କରାଗଲା ? ଯଦି ଏନ୍କାଉଣ୍ଟର ନ ହୋଇଥାନ୍ତା ତେବେ ତା ପଛରେ ଥିବା କେଉଁ ବଡ଼ ବଡ଼ ହସ୍ତିଙ୍କ ନାଁ ସାମ୍ନାକୁ ଆସିଥାନ୍ତା ? ତା’ ପଛରେ କେବଳ ବଡ଼ ବଡ଼ ନେତାଙ୍କ ହାତ ଥିଲା ନାଁ, କିଛି ବଡ଼ ବଡ଼ିଆ ପୋଲିସ ବାବୁ ମଧ୍ୟ ତା’ସହ ଯୋଗାଯୋଗରେ ଥିଲେ ?
https://twitter.com/Amitabhthakur/status/1281491312739414016
ତେବେ ଏଦିଗରେ ମଧ୍ୟ ଆଇପିଏସ୍ ଅମିତାଭ ନିଜ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ପୂର୍ବରୁ ବିକାଶ ଦୂବେ ସହ ଅନେକ ବଡ଼ ବଡ଼ ଅଫିସର ଓ ନେତାଙ୍କ ନାଁ ଯୋଡ଼ି ହୋଇଥିଲା । ଆଉ ଏବେ ବିକାଶ ଧରାପଡ଼ିବା ପରେ ଯଦି ତାକୁ ଜେରା କରାଯାଇଥାନ୍ତା ତେବେ ସେମାନଙ୍କ ନାଁ ବୋଧ ହୁଏ ସାମ୍ନାକୁ ଆସିଥାନ୍ତା । ତେଣୁ ତାକୁ ଏନ୍କାଉଣ୍ଟର କରାଯାଇଛି ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ଆଇପିଏସ୍ ଅମିତାଭ । ସେ ଆହୁରି ମଧ୍ୟ କହିଛନ୍ତି ଏହି ଏନ୍କାଉଣ୍ଟରର ଏକ ନିରପେକ୍ଷ ତଦନ୍ତ ହେବା ଉଚିତ୍ ।
ଶୁସାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼, ବିହାର କୋର୍ଟ ଦେଲା ଏହି ବଡ଼ ନିଷ୍ପତ୍ତି
ବିହାର: ବିହାରର ଏକ କୋର୍ଟ ବୁଧବାର ଦିନ ଏହି ପିଟିସନକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ସଲମାନ ଖାନ, ଏକତା କପୁର, ସଞ୍ଜୟ ଲିଳା ଭଂଶାଳୀ ଏବଂ କରନ ଜୋହରଙ୍କୁ ଦାୟୀ କରାଯାଇଥିଲା । କୋର୍ଟର ଆଇନଗତ ନିୟମ ଅନୁସାରେ ଯାଚିକାକୁ ଖାରଜ କରି ଦିଆଯାଇଛି । କୋର୍ଟ କହିଛି ଯେ, ଏହି ମାମଲା ତାଙ୍କ ଅଞ୍ଚଳ ଆସୁନାହିଁ, ତେଣୁ କୋର୍ଟ ଏହାକୁ ଖାରଜ କରିଛି ।
ମୁଜାଫପୁରର ମୁଖ୍ୟ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସିଜେଏମ୍ ମୁକେଶ କୁମାର ସ୍ଥାନୀୟ ଓକିଲ ମୁକେଶ କୁମାର ଓଝା ରଦ୍ଦ କରି କହିଛନ୍ତି ଯେ, ଏହି ଘଟଣା ତାଙ୍କ କୋର୍ଟ ଅଞ୍ଚଳରେ ଆସୁନାହିଁ । ସୁଶାନ୍ତଙ୍କ ସିଂ ରାଜପୁତଙ୍କ ମୃତ୍ୟୁର ଦୁଇ ତିନି ଦିନ ପରେ ମୁକାଶ କୁମାର ଏକ ପିଟିଶନ ଦାଖଲ କରିଥିଲେ ଏବଂ ସେଥିରେ କଙ୍ଗନା ରଣାୱତଙ୍କୁ ସାକ୍ଷୀ ରଖିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ଭିଡ଼ିଓ ମେସେଜ ଜରିଆରେ ବଲିଉଡ଼ରେ ନେପୋଟିଜିମ ଏବଂ ଫେବରାଇଟଜିମକୁ ନେଇ ଶୁସାନ୍ତଙ୍କ ମୃତ୍ୟୁ ହୋଇଥିବା କହିଥିଲେ ।
ମୁକେଶ କୁମାର ଓଝା ସିଜିଏମଙ୍କ ନିଷ୍ପତ୍ତିରେ ଖୁସି ନାହାଁନ୍ତି । ସେ ହାଇକୋର୍ଟରେ ଏନେଇ ପିଟିସନ ଦାଖଲ କରିବେ । ସେ କହିଛନ୍ତି ଯେ, ମୁ ସିଜିଏମଙ୍କ ନିଷ୍ପତ୍ତିକୁ ଜିଲ୍ଲା ନ୍ୟାଳୟରେ ଆହ୍ୱାନ ଦେବୀ । ଶୁସାନ୍ତଙ୍କ ମୃତ୍ୟୁ କୁ ନେଇ ବିହାର ବାସୀ ଦୁଃଖି ଅଛନ୍ତି । ଆମେ ସେହି ଲୋକମାନଙ୍କୁ ସାମ୍ନାକୁ ଆଣିବୁ ଯେଉଁମାନଙ୍କ ପାଇଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ଲୋକ ବିଶେଷ କରି ବିହାରରୁ ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଥିଲେ।
ଆପଣଙ୍କୁ କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତ ୧୪ଜୁନ୍ ଦିନ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଫାଶୀ ହେତୁ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୯ଜଣଙ୍କୁ ପଚରାଉଚରା କରିଛି।
ଭାରତରେ ୧.୬୫ କୋଟି ଭିଡିଓ ହଟାଇଲା ଟିକଟକ୍, ସରକାରଙ୍କୁ ଦେଇଥିଲା ଡାଟା
ନୂଆଦିଲ୍ଲୀ: ଭାରତ ସରକାର ପକ୍ଷରୁ ଚାଇନିଜ ଆପ୍ ଉପରେ ବ୍ୟାନ ଲଗାଇବା ପୂର୍ବରୁ ବିଭିନ୍ନ ଦେଶରେ ଟିକଟକ୍ ସବୁଠୁ ଅଧିକ ଲୋକପ୍ରିୟ ଥିଲା । ଆକ୍ଟିଭ ୟୁଜର୍ସ ଠାରୁ ଆରମ୍ଭ କରି ଡାଉନଲୋଡ ଏବଂ ରିଭ୍ୟୁ ମାମଲାରେ ମଧ୍ୟ ଟିକଟକ୍ ଇଣ୍ଡିଆନ ୟୁଜରବେସ ଆପ୍ ର ପ୍ରାୟ ସବୁ କ୍ୟାଟେଗୋରୀରେ ନଂ ୧ରେ ଥିଲା । ଏବେ ସାମ୍ନାକୁ ଆସିଛି ଯେ, ଆଉ ଏକ କ୍ୟାଟେଗୋରୀ ଥିଲା ଯେଉଁଥିରେ ଭାରତୀୟ ୟୁଜର୍ସ ଟପ୍ ରେ ଥିଲେ ଏବଂ ତାହା ହେଉଛି ଆପ୍ ରୁ ହଟାଯାଇଥିବା ଭିଡିଓ । ଚାଇନିଜ କମ୍ପାନୀ ତରଫରୁ ୧.୬୫ କୋଟି ଭିଡିଓ ଭାରତରେ ହଟାଯାଇଛି ।

ଅଫିସିଆଲ ଟ୍ରାନ୍ସପେରେସୀ ରିପୋର୍ଟରୁ ଏହି ଡାଟା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଟିକଟକ୍ ତରଫରୁ ଭାରତରେ ୧.୬୮ କୋଟି ଭିଡିଓ ହଟାଯାଇଥିଲା । ଏହି ସଂଖ୍ୟା ଅନ୍ୟ କୌଣସି ଦେଶର ଟିକଟକ୍ ତରଫରୁ ହଟାଯାଇଥିବା ଭିଡିଓ ତୁଳନାରେ ଚାରି ଗୁଣ ଅଧିକ ରହିଛି । ପାକିସ୍ତାନରେ ପ୍ରାୟ ୩୭ ଲକ୍ଷ ଭିଡିଓ ଭିଡିଓ ହଟାଯାଇଥିଲା ଏବଂ ଏହି ଦେଶ ତୃତୀୟ ସ୍ଥାନରେ ରହିଛି । ଭିଡିଓ ହଟାଯିବା ମାମଲାରେ ଦ୍ୱିତୀୟ ସ୍ଥାନରେ ବର୍ତ୍ତମାନ ଆମେରିକାରେ ୪୬ ଲକ୍ଷ ଭିଡିଓ ହଟାଯାଇଥିଲା । ଚତୁର୍ଥ ସ୍ଥାନରେ ୨୦ ଲକ୍ଷ ଭିଡିଓ ସହ ୟୁକେ ଏବଂ ପଞ୍ଚମ ସ୍ଥାନରେ ୧୩ ଲକ୍ଷ ଭିଡିଓ ସହ ଋଷ ରହିଛି ।

ଏଥିପାଇଁ ହଟାଯାଇଥିଲା ଭିଡିଓ-
ଟିକଟକ୍ ଦ୍ୱାରା ହଟାଯାଇଥିବା ଏହି ଭିଡିଓର ସଂଖ୍ୟା ୨୦୧୯ ମସିହାର ଦ୍ୱିତୀୟ ସାଢମାସିକ ଅଟେ । ଗ୍ଲୋବାଲ ଟ୍ରାନ୍ସପେରେନ୍ସି ରିପୋର୍ଟରେ ଟିକଟକ୍ ତରଫରୁ କୁହାଯାଇଥିଲା ଯେ, ଏଭଳି ଭିଡିଓ ଗୁଡ଼ିକୁ ହଟାଇବାର ମୁଖ୍ୟ କାରଣ ହେଉଛି, Adult Nudity ଏବଂ Sexual Activity । ଅବଶ୍ୟ, ଏହା ଏକମାତ୍ର କାରଣ ନୁହେଁ, ମଦ, ଡ୍ରଗ୍ସ , ନିଜକୁ କ୍ଷତି ପହଞ୍ଚାଉଥିବା ହିଂସକ ବା ସୁଇସାଇଡାଲ ଭିଡିଓ ସବୁକୁ ମଧ୍ୟ ପ୍ଲାଟଫର୍ମରୁ ହଟାଯାଇଛି ।

ସରକାରଙ୍କ ସହ ସେୟାର ହେଲା ଡାଟା- ସିଏନବିସି ତରଫରୁ ସେୟାର କରାଯାଇଥିବା ରିପୋର୍ଟ ମୁତାବକ ସରକାର ଏବଂ ବିଭିନ୍ନ ଆଇନ ସଂସ୍ଥା ତରଫରୁ ଟିକଟକ୍ ର ପାରେଣ୍ଟ କମ୍ପାନୀ ବାଇଟଡାନ୍ସକୁ ପ୍ରାୟ ୫୦୦ ରିକ୍ୱେଷ୍ଟ ପଠାଯାଇଥିଲା ଏବଂ ଭିଡିଓ ଭିଡିଓ ହଟାଇବାକୁ ଦାବି କରାଯାଇଥିଲା । ଏଥିରେ ମଧ୍ୟ ଭାରତ ଟପ୍ ରେ ରହିଥିଲା ଏବଂ ଏହା ଠାରୁ ୩୦୨ ରିକ୍ୱେଷ୍ଟ ଟିକଟକ୍ ଭିଡିଓ ହଟାଇବା ପାଇଁ ଦାବି କରାଗଲା । ଟିକଟକ୍ ତରଫରୁ କୁହାଯାଇଛି ଯେ ଜରୁରୀକାଳୀନକୁ ବୁଝି ୯୦ ପ୍ରତିଶତ ମାମଲା ଭାରତ ସହ ଡାଟା ମଧ୍ୟ ସେୟାର କରାଯାଇଥିଲା ।









