କୋରାପୁଟ: ସିମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା । ୧ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କଲା ପୋଲିସ । ଏକ ବିଶ୍ୱସ୍ତସୂତ୍ରରୁ ଖରବ ପାଇଁ ଶନିବାର ସକାଳ ୧୧ ଟାରେ କୋକ୍ରିଗୁଡ଼ା ଛକ ନିକଟରେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜେଇ ସହ ଧଳା ରଙ୍ଗର ମହିନ୍ଦ୍ରା ପିକ୍ ଅପ୍ (OR-10-E-6548) ଗୋଟିଏ ମୋଟର ସାଇକେଲ୍(OD-10-J-7885) ଓ ୧ଟନ୍ ଗଞ୍ଜେଇ ଜବତ କରିଛି । ଏଥିସହିତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ କୁଣ୍ଡୁଳିର ପରମେଶ୍ ଓରଫ୍ ଦୀପୁ, ପଟ୍ଟାଙ୍ଗୀର କାର୍ତ୍ତିକ ଚାପଡ଼ି, ଗୋପାଳ ଭୋଇ, ଶ୍ୟାମ ଭୋଇ ଓ ଦାମୁ ଭୋଇ । ସେମାନଙ୍କ ନାଁରେ NDPS Act, 1985 ଅନୁଯାୟୀ ମାମଲା ରୁଜୁ କରିବା ସହ କାର୍ଟ ଚାଲାଣ କରାଯାଇଛି ।
ଚୀନ ପାଇଁ ଗୁପ୍ତଚର ସାଜିଥିଲେ ସାମ୍ବାଦିକ,ଦିଲ୍ଲୀ ପୋଲିସ ହାତରେ ଧରା ପଡିଲେ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚୀନ୍ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଜଣେ ମୁକ୍ତ ସାମ୍ବାଦିକ(ଫ୍ରିଲାନ୍ସର) ରାଜିବ ଶର୍ମାଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସ ରାଜୀବ ଶର୍ମାଙ୍କ ସହ ନେପାଳ ଓ ଚୀନର ଦୁଇଜଣ ନାଗିରକଙ୍କୁ ଗିରଫ କରିଛି । ପୋଲିସ ଅନୁସାରେ ରାଜୀବଙ୍କ ପାଖରୁ ଗୋପନୀୟ ପ୍ରତିରକ୍ଷା ଦସ୍ତାବିଜ ଜବତ ହୋଇଛି ।
ଦିଲ୍ଲୀ ପୋଲିସ ଅନୁସାରେ ରାଜୀବଙ୍କ ସହ ଧରା ପଡିଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ମହିଳା ଜଣକ ଚୀନ ନାଗରିକ । ଗୋପନୀୟ ଦସ୍ତାବିଜ ପାଇଁ ରାଜୀବଙ୍କୁ ମୋଟା ଅଙ୍କର ଟଙ୍କା ମହିଳା ଦେଇଥିବା ପୋଲିସ କହୁଛି । ସ୍ପେଶାଲ ସେଲ୍ ଡିସିପି ସଂଜୟ ଯାଦବଙ୍କ ଅନୁସାରେ ଶର୍ମା ଅନେକ ବର୍ଷ ଧରି ସାମ୍ବାଦିକତା କରୁଛନ୍ତି । ୨୦୧୦ରୁ ସେ ଫ୍ରିଲାନ୍ସର ଭାବେ କାମ କରୁଛନ୍ତି । ଜଣେ ଚୀନ୍ ଏଜେଣ୍ଟ୍ ତାଙ୍କୁ ସଂପର୍କ କରିଥିଲେ । ଏହାପରେ ସେ ଚୀନ୍ ପାଇଁ କାମ କରିବା ଆରମ୍ଭ କରିଥିଲେ । ଭାରତୀୟ ସେନା ଓ ସୀମା ସଂପର୍କିତ ସୂଚନା ରାଜୀବ ଚୀନ୍ ଏଜେଣ୍ଟକୁ ଦେଉଥିଲେ । ଜେରା ବେଳେ ସେ ଚୀନ୍ ଓ ନେପାଳୀ ନାଗରିକଙ୍କ ସହ ମିଶି କାମ କରୁଥିବା ସ୍ୱୀକାର କରୁଥିବା ସ୍ୱୀକାର କରିଥିଲେ ।
ରାଜୀବ ଶର୍ମା ଦିଲ୍ଲୀର ପିତମପୁରାର ବାସିନ୍ଦା । ପୋଲିସ ଅନୁସାରେ ଗିରଫ ତିନି ଜଣଙ୍କଠାରୁ ଅନେକ ସଂଖ୍ୟାରେ ମୋବାଇଲ ଫୋନ୍,ଲାପଟପ୍ ଓ ଅନ୍ୟ ଗୋପନୀୟ ଦସ୍ତାବିଜ୍ ଯବତ ହୋଇଛି ।
‘ଅନ୍ୟ ରୋଗ ଥିବା ରୋଗୀଙ୍କୁ ହୋମ୍ଆଇସୋଲେସନ୍ ମନା’
ଭୁବନେଶ୍ୱର: ଗୃହ ପୃଥକବାସରେ ରହୁଥିବା କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଇଛନ୍ତି ଲାଇଭ ଆଡଭାଇସ । ଗୃହ ପୃଥକବାସରେ ରହୁଥିବା ଲୋକେ କି ପ୍ରକାର ସତର୍କତା ଅବଲମ୍ବନ କରିବେ ଏବଂ ନିଜେ କିଭଳି ନିଜର ଯତ୍ନ ନେବେ ସେନେଇ ବିଶିଷ୍ଟ ଭେଜଷ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ଡାକ୍ତର ପ୍ରଜ୍ଞା ରାଉତରାୟ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏବେ ସାରା ବିଶ୍ୱରେ ୯୦ ପ୍ରତିଶତ ସଂକ୍ରମିତ ଲକ୍ଷଣ ବିହିନ ବା ସ୍ୱଳ୍ପ ଲକ୍ଷଣଯୁକ୍ତ । ତେଣୁ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ଗୃହ ପୃଥକୀକରଣରେ ରହିଲେ ସେମାନେ ନିଜ ପରିବାର ମଧ୍ୟରେ ସୁରକ୍ଷିତ ରହିପାରିବେ । କିନ୍ତୁ ମଧୁମେହ, ଉଚ୍ଚରକ୍ତଚାପ, କର୍କଟ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ଏବଂ ଶିଶୁ ଓ ଗର୍ଭବତୀ କୋଭିଡ ପଜିଟିଭ ଗୃହ ପୃଥକୀକରଣରେ ନୁହେଁ କୋଭିଡ ହସ୍ପିଟାଲାରେ ରହିବ ଆବଶ୍ୟକ । ତେବେ ଗୃହ ପୃଥକବାସରେ ରହୁଥିବା ବ୍ୟକ୍ତି ଅନ୍ୟୁନ ୧୭ ଦିନ ଆସୋଲେସନରେ ରହିବେ । ଏହି ସମୟ ମଧ୍ୟରେ ଶ୍ୱାସରୁଦ୍ଧ ପରିସ୍ଥିତି, ନାକରୁନ୍ଧି ହେବା କିମ୍ବା ଧଇଁସଇଁ ହେଲେ ତୁରନ୍ତ ୧୦୪ କିମ୍ବା ରାପିଡ ରେସପନ୍ସ ଟିମକୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ୧୭ ଦିନର ଆସୋଲେସନ ପରେ ଅସୁସ୍ଥତା ଅନୁଭବ କରୁଥିଲେ କୋଭିଡ ପରବର୍ତ୍ତି ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସେହିଭଳି ଲକ୍ଷଣ ନଥିବା ବ୍ୟକ୍ତି ପରୀକ୍ଷା କରିବାର ଆବଶ୍ୟକ ନାହିଁ । କିନ୍ତୁ ଲକ୍ଷଣ ଆସିଲେ କିମ୍ବା ଅନ୍ୟାନ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ନିଶ୍ଚିତ ଭାବେ କୋଭିଡ ପରୀକ୍ଷା କରିବା ଉଚିତ । ଏଥିସହିତ ଆଜି ବିଶେଷଜ୍ଞମାନେ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆହ୍ବାନ ଦେଇଛନ୍ତି । କୋରାପୁଟ ଜିଲ୍ଲାର ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ନବଜାତ ଶିଶୁ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଛନ୍ତି । ତେଣୁ ଗୃହ ପୃଥକୀକରଣକୁ ନିମ୍ନମାନର ଚିକିତ୍ସା ପ୍ରଣାଳୀ ବୋଲି ଭାବିବା ଉଚିତ ନୁହେଁ ।
ସିବିଆଇ ରେଡ୍ ପ୍ରସଙ୍ଗ : ବିଜେପିକୁ ବିଜେଡିର ଉତ୍ତର,ତଦନ୍ତକୁ ଆମେ ଡରୁନା
ଭୁବେନେଶ୍ୱର: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡକୁ ନେଇ ରାଜନୀତି ଜୋର ଧରିଛି । ପକ୍ଷ ଓ ବିପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ବିଜେଡି ତଦନ୍ତକୁ ଭୟ କରୁଛି ବୋଲି ବିଜେପି ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି ଯେ, ଆମେ କାହିଁକି ଭୟ କରିବୁ ? ନିର୍ବାଚନ ଆସିଲେ ବିରୋଧୀ ଏମିତି ଡ୍ରାମା କରନ୍ତି । କିନ୍ତୁ ଏହାର କିଛି ପ୍ରଭାବ ବିଜେଡି ଉପରେ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଆଇନ ତା ବାଟରେ ଯିବ । ପୂର୍ବରୁ ଅନେକ ଲୋକଙ୍କ ଘରକୁ ସିବିଆଇ ଯାଇଛି ଆପଣ ମାନେ ଜାଣନ୍ତି ଫଳ କଣ ହୋଇଛି । ତେଣୁ ଯେଉଁ ନିର୍ବାଚନକୁ ଆଖି ଆଗରେ ରଖି ଏମିତି କରାଯାଇଛି ତାର କିଛି ପ୍ରଭାବ ପଡିବନି ।

ସୂଚନାଯୋଗ୍ୟ ଯେ, ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ବିଜେପି କହିଥିଲା କି ଯେଉଁ ନେତା ଓ ଅଫିସର ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଅଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି । ସିବିଆଇ ଏକ ସ୍ଵାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନେ ନିଷ୍ପତ୍ତି ନେବେ । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥାଏ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ବିଜେପିର କଣ୍ଢେଇ । ସାତ ବର୍ଷହେଲା କୁଆଡେ ଯାଇଥିଲ ସିବିଆଇ ବୋଲି ପ୍ରଶ୍ନ କରିଛନ୍ତି ତାରା । କେବଳ ନିର୍ବାଚନ ବେଳେ ବିଜେପି ବିଜେଡି ଅଲଗା ବୋଲି ଏମାନେ ଦେଖେଇ ହୁଅନ୍ତି, ବାସ୍ତବରେ ଏମାନେ ଗୋଟିଏ ।

ବର୍ତ୍ତମାନ କେବଳ ଚିଟ୍ ଫଣ୍ଡ ଉପରେ ରାଜନୀତି ହେଉଛି କିନ୍ତୁ କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି । ତାରଙ୍କ ଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ବେଳକୁ ସିବିଆଇର ଚିଟଫଣ୍ଡ୍ ମାମଲା କଥା ମନେ ପଡିଥାଏ । କେନ୍ଦ୍ରରେ ଯାହାର ସରକାର ଥାଏ ସିବିଆଇ ତା’କଥା ଶୁଣେ ବୋଲି ସୁର ରାଉତରାୟ କହିଛନ୍ତି ।








