ରାଜ୍ୟରେ ୨୫ ହଜାର ପହଞ୍ଚିଲା ସୁସ୍ଥତା ସଂଖ୍ୟା… ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ସରକାରଙ୍କ କୋଭିଡ୍ କଣ୍ଟ୍ରୋଲ୍ ଫର୍ମୁଲା… କଟକ, ଭୁବନେଶ୍ୱର ଓ ରାଉରକେଲା ପରେ ବ୍ରହ୍ମପୁର ଓ ବୁର୍ଲାରେ ପ୍ଳାଜମା ବ୍ୟାଙ୍କ
ରାଜ୍ୟ ସରକାରଙ୍କ କୋଭିଡ୍ କଣ୍ଟ୍ରୋଲ୍ ଫର୍ମୁଲା… କଟକ, ଭୁବନେଶ୍ୱର ଓ ରାଉରକେଲା ପରେ ବ୍ରହ୍ମପୁର ଓ ବୁର୍ଲାରେ ପ୍ଳାଜମା ବ୍ୟାଙ୍କ
ଦେଶର ମୂଳ ସମ୍ୱିଧାନରେ ରହିଛି ପ୍ରଭୁ ଶ୍ରୀରାମଙ୍କ ସ୍କେଚ୍: ଟ୍ୱିଟ୍ ଜରିଆରେ ଫଟୋ ସେୟାର କଲେ ମନ୍ତ୍ରୀ ରବିଶଙ୍କର
ଅଯୋଧ୍ୟା: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ । ରାମ ମନ୍ଦିର ନିର୍ମାଣ ନେଇ ଆଜି ହୋଇଛି ଭୂମି ପୂଜନ । ଆଜିର ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ କରିଛନ୍ତି । ବିଗତ କିଛି ଦଶକରେ ରାମ ମନ୍ଦିର ନିର୍ମାଣ ନେଇ ବିବାଦ ଚାଲିଆସୁଥିଲା । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାମ ମନ୍ଦିର ନିର୍ମାଣ ନେଇ ରାସ୍ତା ପ୍ରଶସ୍ତ ହୋଇଛି । ଆଜିର ଏହି ଅବସରରେ ମନ୍ତ୍ରୀ ରବିଶଙ୍କର ଭାରତୀୟ ସମ୍ୱିଧାନର ମୂଳ ପୋଥିରେ ଭଗବାନ ଶ୍ରୀରାମଙ୍କ ଚିତ୍ର ରହିଥିବା ଫଟୋକୁ ସେୟାର କରିଛନ୍ତି । ଏଥିରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ଫେରୁଥିବା ସମୟର ଫଟୋ ସେୟାର କରାଯାଇଛି ।
Original document of the Constitution of India has a beautiful sketch of Lord Ram, Mata Sita and Laxman returning to Ayodhya after defeating Ravan.
This is available at the beginning of the chapter related to Fundamental Rights.
Felt like sharing this with you all.#JaiShriRam pic.twitter.com/jCV9d8GWTO— Ravi Shankar Prasad (@rsprasad) August 5, 2020
ସମ୍ୱିଧାନର କେଉଁଠି ରହିଛି ଫଟୋ
ସମ୍ୱିଧାନର ଯେଉଁ ମୂଳ ନଥି ଯାହାକୁ ହାତରେ ଲେଖାଯାଇଛି, ତାହାର ପ୍ରତି ଅଧ୍ୟାୟ ଆରମ୍ଭର ପ୍ରଥମ ପୃଷ୍ଠାରେ କିଛି ଚିତ୍ର ରହିଛି । ତୃତୀୟ ଅଧ୍ୟାୟ ଆରମ୍ଭ ପୂର୍ବରୁ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଫଟୋ ରହିଛି । ଏହି ଚିତ୍ର ପ୍ରଭୁ ଶ୍ରୀରାମ ରାବଣ ବଦ୍ଦ କରି ଫେରିବା ବେଳର ।
Original document of the Constitution of India has a beautiful sketch of Lord Ram, Mata Sita and Laxman returning to Ayodhya after defeating Ravan.
This is available at the beginning of the chapter related to Fundamental Rights.
Felt like sharing this with you all.#JaiShriRam pic.twitter.com/jCV9d8GWTO— Ravi Shankar Prasad (@rsprasad) August 5, 2020
Sushant Singh Case: ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ସମନ, ଶୁକ୍ରବାର ହେବେ ହାଜର
ମୁମ୍ୱାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଆଡ଼ୁଆ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ପଠାଇଛି । ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ଇଡି ସାମ୍ନାରେ ହାଜର ହେବାକୁ ପଡ଼ିବ । ସୁଶାନ୍ତଙ୍କ ପିତା କେ.କେ ସିଂହଙ୍କ ଦ୍ୱାରା ବିହାର ପୋଲିସକୁ ଦିଆଯାଇଥିବା ଏଫ୍ଆଇଆରରେ ସେ ରିୟାକୁ ଦାୟୀ କରିଛନ୍ତି । ସେ କହିଛନ୍ତି ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ରହିଥିଲା । ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ହେରଫେର ହୋଇଛି ।
https://www.instagram.com/p/CCnBR95HAmO/?utm_source=ig_embed
ସୁଶାନ୍ତଙ୍କ ସହିତ ଲିଭ୍ ଇନ୍ ରିଲେସନରେ ରହିଥିବା ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଏବେ ଅନେକ ଗମ୍ଭୀର ଅଭିଯୋଗ ଲାଗିଛି । ସୁଶାନ୍ତଙ୍କ ପିତା ଦ୍ୱାରା ଏଫ୍ଆଇଆର ଦାୟର କରାଯିବା ପରେ ମାମଲାର ତଦନ୍ତ ବିହାର ପୋଲିସ କରୁଥିଲା । କିନ୍ତୁ ଏବେ ଏହି ମାମଲା ସିବିଆଇକୁ ଟ୍ରାନ୍ସଫର ହୋଇଯାଇଛି । ପୂର୍ବରୁ ରିୟା ବିହାର ପୋଲିସକୁ ମାମଲା ହସ୍ତାନ୍ତର କରାଯିବାକୁ ନେଇ ବିରୋଧ କରିଥିଲେ । ଏବଂ ଏହି ମାମଲାର ତଦନ୍ତ ମୁମ୍ୱାଇ ପୋଲିସ କରିବା ଆବଶ୍ୟକ ବୋଲି କହିଥିଲେ । ତେବେ ତଦନ୍ତ ସିବିଆଇ ହାତକୁ ଯିବା ପରେ ରିୟାଙ୍କ ଓକିଲ ଏହାର ସମର୍ଥନ କରିଛନ୍ତି ।
ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ କିଛି ଏଭଳି କହିଲେ ଅଙ୍କିତା
ନିଜ ଘରକୁ ଫେରିଯିବ ସୁନ୍ଦରୀ, ଆରମ୍ଭ ହୋଇସାରିଛି ପ୍ରକ୍ରିୟା…
ଭୁବନେଶ୍ୱର: ସେପ୍ଟେମ୍ବରରେ ମଧ୍ୟପ୍ରଦେଶ ଫେରି ପାରେ ସୁନ୍ଦରୀ । ମଣିଷ ଖିଆ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ବାଟରେ କଣ୍ଟା ସାଜିଥିଲା ଲକଡାଉନ୍ । ବର୍ଷେରୁ ଅଧିକ ସମୟ ଧରି ଯନ୍ତାରେ ଥିବା ସୁନ୍ଦରୀ ପାଇଁ ଅଗଷ୍ଟ ମାସ ଶେଷ ଆଡ଼କୁ ମଧ୍ୟପ୍ରଦେଶ ସରକାର ଫେରାଇବା ପ୍ରକ୍ରିୟା ଆରମ୍ଭ କରିବା ନେଇ ଓଡ଼ିଶା ବନ୍ୟ ବିଭାଗ ଆଶା ରଖିଛି । ବାଘ ବଂଶ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ସୁନାବେଡ଼ା ଓ ସାତକୋଶିଆ ଅଭୟାରଣ୍ୟକୁ ବାହାର ରାଜ୍ୟରୁ ବାଘ ଆଣାଯିବ । ସେପଟେ ସଂକ୍ରମଣ ସ୍ଥିତି ଦେଖି ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ।

ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀ ପ୍ରକଳ୍ପ ଆରମ୍ଭ ହୋଇଥିଲା । ସାତକୋଶିଆ ଅଭୟାରଣ୍ୟରେ ଥିବା ମହାବୀର ବାଘ ପାଖକୁ ମଧ୍ୟପ୍ରଦେଶର ସୁନ୍ଦରୀ ବାଘୁଣୀକୁ ପଠାଗଲା । ବାଘ ବଂଶ ତ ବଢିଲାନି, ମଣିଷ ଜାତି ଲୋପ ପାଇବାରେ ଲାଗିଲା । ମଣିଷ ଖିଆ ପାଲଟିଲା ସୁନ୍ଦରୀ । ଆଠମଲ୍ଲିକ ଲୋକଙ୍କ ବିରୋଧ ଯୋଗୁ ଯନ୍ତାରେ ଏହି ମହାବଳ ବାଘୁଣୀକୁ ରଖାଗଲା । ଏହା ଭିତରେ ମହାବୀରର ମୃତ୍ୟୁ ଘଟିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସୁନ୍ଦରୀକୁ ମଧ୍ୟ ପ୍ରଦେଶକୁ ଫେରାଇବା ନିର୍ଦ୍ଦେଶ ଦେଲେ । ମାର୍ଚ୍ଚରେ ମଧ୍ୟପ୍ରଦେଶରୁ ବନ୍ୟ ବିଭାଗ ଟିମ୍ ଆସି ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ହେଲେ ଲକଡାଉନ ହେବାରୁ ସୁନ୍ଦରୀକୁ ନେଇ ପାରିନଥିଲେ । ତେବେ ଲକଡାଉନ ନିୟମ କୋହଳ ହୋଇଥିବାରୁ ସୁନ୍ଦରୀ ସ୍ଥାନାନ୍ତର ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ପୁଣି ଆରମ୍ଭ ହେବ । ଅନ୍ୟପଟେ ଦୀର୍ଘ ଦିନରୁ ଜନ୍ତାରେ ଥିବା ମହାବଳକୁ ହଠାତ୍ ଜଙ୍ଗଲରେ ଛାଡ଼ିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।
ସୁନ୍ଦରୀ ସ୍ଥାନାନ୍ତର ପରେ ନନ୍ଦନକାନନ ଖୋଲିବା ଦିଗରେ ବିଚାର କରିବେ ରାଜ୍ୟ ସରକାର । ଅକ୍ଟୋବର ମାସରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ସେହି ମାସ ନନ୍ଦନକାନନ ଖୋଲିବାକୁ ଚିନ୍ତା କରୁଛି ବିନ ବିଭାଗ । ହେଲେ କୋଭିଡ ଯୋଗୁଁ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ବୁଲିବାର ଅନୁମତି ମିଳିବ, ସେ ଦିଗରେ ଆଲୋଚନା ହେବ ।
ସେପଟେ ସୁନ୍ଦରଗଡ଼ ଟ୍ରେନ୍ ଲାଇନରୁ ଖଣ୍ଡବିଖଣ୍ଡିତ କଲରାପତରିଆ ବାଘର ମୃତଦେହ ମିଳିଥିବାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ୍ର ତଥ୍ୟ ରେଳ ବିଭାଗକୁ ମଗାଯାଇଛି । ହେଲେ ବାଘକୁ ଜାଣିଶୁଣି ହତ୍ୟା କରିଥିବା ଘଟଣାକୁ ଖଣ୍ଡନ କରାଯାଇଛି ।
https://www.youtube.com/watch?v=YPXAI-MD-Lw
(ରିପୋର୍ଟର-ପ୍ରିୟ ପ୍ରୀତମ)
ରେଳବାଇର ନୂଆ ପ୍ରୟାସ: ଏବେ ବିଳମ୍ୱରେ ଆସିବନି ଟ୍ରେନ୍
ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ଅନ୍ୟ ରାଜ୍ୟରେ ଫସିରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ପହଞ୍ଚାଇବାରେ ଭାରତୀୟ ରେଳଓ୍ୱାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ବ୍ୟତୀତ ଲକଡାଉନ୍ ସପ୍ଳାଇ ଚେନ୍ ବଜାୟୀ ରଖିବା ପାଇଁ ଭାରତୀୟ ରେଳଓ୍ୱାଇ ମଧ୍ୟ ବହୁ ଯୋଗଦାନ ରହିଛି । ଏହାରି ମଧ୍ୟରେ ଭାରତୀୟ ରେଳଓ୍ୱାଇ ଏକ ଏଭଳି ଆପ୍ ପ୍ରସ୍ତୁତ କରିଛି । ଯାହା ସାହାଯ୍ୟରେ ଟ୍ରେନ୍ ବିଳମ୍ୱରେ ଆସିବା କେବଳ ଏକ ଇତିହାସ ହୋଇରହିଯିବ । ସିଧାସଳଖ ଯଦି କୁହାଯାଏ ଏଭଳି ଏକ ସ୍ୱତନ୍ତ୍ର ଆପର ସହାୟତାରେ ଟ୍ରେନ୍ ନିର୍ଦ୍ଦାରିତ ସମୟ ମଧ୍ୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଆପରେ ଏଭଳି କ’ଣ ବିଶେଷତ୍ୱ ରହିଛି ଯେ, ଟ୍ରେନ୍ ବିଳମ୍ୱରେ ଆସିବ ନାହିଁ ।

ସ୍ୱତନ୍ତ୍ର ଆପ୍ ଜରିଆରେ ଚାଲୁଥିବା ଟ୍ରେନ୍ର ହେବ ମନିଟରିଂ
ଭାରତୀୟ ରେଳଓ୍ୱାଇ ଏହି ସ୍ୱତନ୍ତ୍ର ଆପ୍ ଜରିଆରେ ଲାଇଭ୍ ମନିଟରିଂ କରିବ । ଏବେ ଯାତ୍ରା ସମୟରେ ଓଭର ହେଡ୍ ତାର ଅବା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଣ୍ଟାଏ ଯାଏଁ ଅପେକ୍ଷା କରିବାକୁ ପଡ଼ିବନି । ଓଏଚ୍ଇ ଆପ୍ ସହାୟତାରେ ସମସ୍ୟା ସମ୍ପର୍କରେ ଶୀଘ୍ର ଜାଣିହେବ । ଏହା ଦ୍ୱାରା ସେହି ସମସ୍ୟାକୁ ଯଥାଶୀଘ୍ର ଠିକ୍ କରାଯାଇପାରିବ । ଭାରତୀୟ ରେଳଓ୍ୱାଇ ପକ୍ଷରୁ ନିର୍ମିତ ଏହି ଆପ୍ ଜିପିଏସ୍ ଜରିଆରେ ଟ୍ରେନ୍ର ରିୟଲ୍ ଟାଇମ୍ ମନିଟିଂ କରିପାରିବ । ଏହି ଆପ୍ କୌଣସି ଓଏଚ୍ଇରେ କୌଣସି ପ୍ରକାର ସମସ୍ୟା ହେଲେ ତାହାର ଫଟୋ ଉଠାଇ ନିକଟତମ ବିଭାଗକୁ ପଠାଇବ । ଏହା ଦ୍ୱାରା ସେହି ସମସ୍ୟାର ଖୁବଶୀଘ୍ର ସମାଧାନ କରାଯାଇପାରିବ ।
ଓଏସୀଙ୍କ ନିଶାନାରେ ପ୍ରଧାନମନ୍ତ୍ରୀ, କହିଲେ ହିନ୍ଦୁତ୍ୱର ବିଜୟ ହୋଇଛି..!
Sushant Singh Case: ଫେରିବାକୁ ଚାହିଁଲେ ଏସ୍ପି, କରୋନା ପରୀକ୍ଷା କରିବାକୁ କହିଲା ବିଏମ୍ସି
ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହାସହିତ ବିହାର ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାରୁ ବାହାର ହୋଇସାରିଛି । ଏଣୁ ମୁମ୍ୱାଇରେ ଥିବା ପାଟଣା ଏସପି ବିହାର ଫେରିଯିବାକୁ ଚାହିଁଛନ୍ତି । କିନ୍ତୁ ଫେରିବାକୁ ହେଲେ ପ୍ରଥମେ କରୋନା ଟେଷ୍ଟ କରାଇବାକୁ ହେବ ବୋଲି ମୁମ୍ୱାଇ ମହାନଗର ନିଗମ (ବିଏମ୍ସି) ପକ୍ଷରୁ କୁହାଯାଇଛି । ବିଏମସିର ଜେନୖକ ଅଧିକାରୀ କହିଛନ୍ତି ଯେ, ବିନୟ ତିଓ୍ୱାରୀ କ୍ୱାରେଣ୍ଟାଇନ୍ ପୂରା ହେବା ପୂର୍ବରୁ ମୁମ୍ୱାଇ ଛାଡ଼ିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କରୋନା ପରୀକ୍ଷା କରାଇବାକୁ ପଡ଼ିବ । ଯଦି ସେ ନେଗେଟିଭ୍ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ ଯିବାକୁ ଅନୁମତି ଦିଆଯିବ ।
ବିଏମ୍ସିର ଅତିରିକ୍ତ ନଗର ଆୟୁକ୍ତ ପି ବେଲାରାସୁ ପାଟଣା ଆଇଜି ସଞ୍ଜୟ ସିଂହ ଦ୍ୱାରା ଲେଖାଯାଇଥିବା ପତ୍ରର ଜବାବ ଦେଇଛନ୍ତି । ସଞ୍ଜୟ ସିଂହ ବିହାର କ୍ୟାଡର ଆଇପିଏସ୍ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରୁ ଛୁଟିଦେବାକୁ କହିଥିଲେ । ବେଲରାସୁ ବିହାରରେ କରୋନା ମାମଲାର କାରଣ ଦର୍ଶାଇ ଛାଡ଼ିବାକୁ ମନା କରିଦେଇଥିଲେ ।
ଅଧିକାରୀ ବିନୟ ତିଓ୍ୱାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେ ଅନ୍ଲାଇନ୍ ମାଧ୍ୟମରେ ନିଜ କାର୍ଯ୍ୟ କରିବେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ମିଟିଂ କରିବେ, ଏହା ଦ୍ୱାରା ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ, ସେ କାହା ସମ୍ପର୍କରେ ଆସୁନାହାନ୍ତି । ସୂଚନା ଯୋଗ୍ୟ ଯେ, ବିନୟ ତିଓ୍ୱାରୀ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ଯାଞ୍ଚ କରିବାକୁ ମୁମ୍ୱାଇ ପହଞ୍ଚିଥିଲେ । କିନ୍ତୁ ବିଏମସି ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖିଥିଲା ।
ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ କିଛି ଏଭଳି କହିଲେ ଅଙ୍କିତା
କୋର୍ଟ ଯିବ ବିହାର ପୋଲିସ
ଅପରପକ୍ଷରେ ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛୁଟି ଦିଆଯିବା ପରେ ବିହାର ପୋଲିସ କୋର୍ଟ ଯିବ । କାହିଁକି ନାଁ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବି ବିଏମ୍ସି ବିନୟ କୁମାରଙ୍କ ଛାଡ଼ୁନାହିଁ । ବିନୟ ତିଓ୍ୱାରୀଙ୍କୁ ଛାଡ଼ିବା ପାଇଁ ପୋଲିସ ଆଇଜି ମୁମ୍ୱାଇ ପୋଲିସ ସହିତ କଥା ମଧ୍ୟ ହୋଇଥିଲେ । ଏହା ସତ୍ତ୍ୱେ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛୁଟି ମିଳିନାହିଁ ।







