spot_img
Home Blog Page 6711

୧୧୭ ଦିନ ପରେ ପଡ଼ିଆକୁ ଓହ୍ଲାଇଲେ କ୍ରିକେଟର, କିନ୍ତୁ…

ସାଉଥଆମ୍ପଟନ୍: ପିଚ୍, ପ୍ଲେୟାର ସମସ୍ତେ ପ୍ରସ୍ତୁତ । ବାଧକ ସାଜିଛି ବର୍ଷା । କରୋନା ପାଇଁ ବନ୍ଦ ଥିବା ଲୋକପ୍ରିୟ କ୍ରିକେଟ ଖେଳ ପୁଣି ଆରମ୍ଭ ହୋଇଛି । ପ୍ରାୟ ୧୧୭ ଦିନ ପରେ ଖେଳାଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଇଂଲଣ୍ଡ-ଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ୩ ଶୃଙ୍ଖଳା ବିଶିଷ୍ଟ ଟେଷ୍ଟର ପ୍ରଥମ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିଛି । ବର୍ଷା ହେଉଥିବାରୁ ଏଯାଏଁ ଟସ୍ ପଡ଼ିପାରିନାହିଁ ।

ଟସ୍ ପଡ଼ିନଥିବାରୁ ଲଞ୍ଚ୍ ପୂର୍ବରୁ ଖେଳ ଆରମ୍ଭ ହୋଇପାରିବ ନାହିଁ । ମାର୍ଚ୍ଚରୁ ବନ୍ଦ ଥିବା ଖେଳର ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ-ଇଣ୍ଡିଜ୍ ମଧ୍ୟରେ ଆଜି ଖେଳା ଯାଇଥାନ୍ତା । ଶେଷଥର ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟେଷ୍ଟ ଖେଳା ଯାଇଥିଲା । ତାପରେ ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ନିର୍ଦ୍ଧାରିତ ଖେଳ ସୂଚୀକୁ ସ୍ଥଗିତ ରଖାଯାଇଥିଲା । ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଖେଳ ବିନା ଦର୍ଶକରେ ଖେଳା ଯାଇଥାନ୍ତା ।

ଷ୍ଟାଡିୟମରେ ବିନା ଦର୍ଶକରେ ହୋଇଥାନ୍ତା ଲଢ଼େଇ । ଘରେ ବସି ଟେଲିଭିଜନରେ କ୍ରୀଡ଼ାପ୍ରେମୀ କ୍ରିକେଟ୍ ମ୍ୟାଚ୍ ଦେଖିଥାନ୍ତେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ସଂକ୍ରମଣ ଏଡ଼ାଇବାକୁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଥିବା ବେଳେ ବଲରେ ଲାଳ ଲଗାଇବାକୁ ଖେଳାଳିଙ୍କୁ ବାରଣ କରାଯାଇଛି ।

କରୋନା ଭାଇରସର ଟିକା ପାଇଁ ଆମେରିକା ଖୋଲିଲା ଟ୍ରେଜେରି, ଜାଣନ୍ତୁ କେତେ ଦେଲା…

ୱାସିଂଟନ: କରୋନା ଭାଇରସ୍  ପାଇଁ ବେହାଲ ବିଶ୍ୱ ପାଇଁ ଏବେ ଆସିଛି ଖୁସିର ଖବର । ଆମେରିକା କରୋନା ଭାଇରସର ଟିକା ପାଇଁ ୧୬୦ କୋଟି ଡଲାର ପାଣ୍ଠି ଯୋଗାଇବାକୁ ଘୋଷଣା କରିଛି । ଏହି ଟଙ୍କା ନୋବାବ୍ୟାକ୍ସ କମ୍ପାନୀକୁ ଦିଆଯିବ । ଆମେରିକାର ନିଜର ରାପ ସ୍ପିଡ ଅଭିଜାନ ଅନୁସାରେ, ଘୋଷଣା କରାଯାଇଥିବା ରାଶି ଏପର୍ଯ୍ୟନ୍ତର ସବୁଠୁ ବଡ଼ ରାଶି ଯାହା କୌଣସି ଏକ କମ୍ପାନୀକୁ ଟିକା ପ୍ରସ୍ତୁତ କରିବାକୁ ଦେଇଛି । ଏହାବ୍ୟତୀତ ରେଗେନେରୋନ କମ୍ପାନୀକୁ ମଧ୍ୟ ୪୫କୋଟି ଡଲାରର ସହାୟତା ଦିଆଯାଇଛି ।

ଏହି କମ୍ପାନୀ କରୋନା ଭାଇରସ୍ ସଂକ୍ରମଣ ପାଇଁ ନୂଆ ରାସ୍ତା ଅନୁସନ୍ଧାନ କରୁଛି । ସର୍ତ୍ତ ଅନୁସାରେ ନୋବାବ୍ୟାକ୍ସ କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକାର ସ୍ୱାସ୍ଥ୍ୟ ଏବଂ ରକ୍ଷା ବିଭାଗକୁ କରୋନା ଭାଇରସର ୧୦କୋଟି ଡୋଜ୍ ଦେବ । କମ୍ପାନୀର ସିଇଓ ସଟ୍ୟାନଲୀ ଇରୈକ କହିଛନ୍ତି ଯେ, ‘ ଆମେ ଅପରେସନ୍ ରାପ୍ ସ୍ପିଡର ଅଂଶ ହୋଇଥିବାରୁ ନିଜକୁ ବହୁ ଗର୍ବିତ ଅନୁଭବ କରୁଛୁ । ଆମେ ଆମ ଦେଶ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯଥାଶୀଘ୍ର ଟିକା ପ୍ରଦାନ କରିବୁ ।

ଟିକାର ଶେଷ ପରୀକ୍ଷଣ ଜଲଦି ହେବ

ନୋବାବ୍ୟାକସିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ୨ଟି ପରୀକ୍ଷଣ ହୋଇସାରିଛି ଏବଂ ଶେଷ ପରୀକ୍ଷଣ ଜଲଦି ହେବାକୁ ଯାଉଛି । ଏହି ଟିକାର ନାଁ NVX-CoV2373 ରହିଛି । କମ୍ପାନୀ ପୋକଗୁଡ଼ିକର କୋଷିକାକୁ ବ୍ୟବହାର କରି କୁତ୍ରିମ ପ୍ରଣାଳୀରେ କରୋନା ଭାଇରସର ଅଂଶ ସ୍ପାଇକ ପ୍ରୋଟିନକୁ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରୋଟିନର ସାହାଯ୍ୟରେ କରୋନା ଭାଇରସ୍ ମଣିଷର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବା ପାଇଁ କୋଷ ଗୁଡ଼ିକ ସହ ଜୋର ଜବରଦସ୍ତି ଅନୁପ୍ରବେଶ କରିଥାଏ ।

କମ୍ପାନୀ କହିଛି ଯେ, ସେ ମୌସମୀ ଫ୍ଲୁକୁ ଠିକ୍ କରିବା ପାଇଁ ଏହି ପ୍ରକାର ପ୍ରଣାଳୀର ବ୍ୟବହାର କରି ଟିକା ପ୍ରସ୍ତୁତ କରିଛନ୍ତି ଯାହା ବହୁତ ପ୍ରଭାବଶାଳୀ । ଆମେରିକା ନୋବାବ୍ୟାକ୍ସିନକୁ ଅକ୍ସଫୋର୍ଡ ୟୁନିଭରସିଟିଠାରୁ ମଧ୍ୟ ଅଧିକ ଟଙ୍କା ଦିଆଯାଇଛି । ଅକ୍ସଫୋର୍ଡ ୟୁନିଭରସିଟିକୁ ୧୨୦କୋଟି ଡଲାର ଦିଆଯାଇଥିଲା । ଅପରେସନ ରାପ ସ୍ପିଡ୍ ଅନୁସାରେ ଆମେରିକାକୁ ଭରାସା ଅଛି ଯେ, ଟିକାର କୋଟିଏ ଡୋଜ୍ ୨୦୨୧ସୁଦ୍ଧା ପ୍ରସ୍ତୁତ କରାଯାଇ ପାରିବ । ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସରେ ଏବେ ପର୍ଯ୍ୟନ୍ତ ୫,୪୬,୭୬୫ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ସାବଧାନ ! ୨୦୨୧ ସୁଦ୍ଧା ଭାରତରେ ଦିନକୁ ୨.୮୭ ଲକ୍ଷ କରୋନା ମାମଲା

ନୂଆଦିଲ୍ଲୀ: ଆଗକୁ କରୋନା ସଂକ୍ରମଣର ବହୁତ ଖରାପ ସମୟ ଦେଖିବ ଭାରତ । କରେନା ତାର ସଂଖ୍ୟା ଆଗକୁ ସାଙ୍ଘାତିକ ରୂପରେ ବଢ଼ିବ । ଯଦି କରୋନାର କୌଣସି ପ୍ରତିଷେଧକ ଟିକା ନବାହାରେ । ତେବେ ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଭାରତ ମହାମାରୀର ସବୁଠାରୁ ଖରାପ ରୂପ ଦେଖିପାରେ ।  ଏହା ଆମେ କହୁନୁ ଏକ ରିପୋର୍ଟ କହୁଛି । ମେସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ର ଅନୁସନ୍ଧାନକାରୀ ମାନେ ୮୪ ଟି ଦେଶରେ ହୋଇଥିବା ପରୀକ୍ଷା ଏବଂ କେସ୍ ତଥ୍ୟ ଉପରେ ଆଧାରିତ ଏକ ଅଧ୍ୟୟନ ଉପରେ ଆଧାର କରି ପୂର୍ବାନୁମାନ କରିଛନ୍ତି । ଫେବୃଆରୀ ୨୦୨୧ ସୁଦ୍ଧା ଭାରତରେ ଦୈନିକ ୨.୮୭ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ଏହି ଅଧ୍ୟୟନ ବିଶ୍ୱର ମୋଟ ଜନସଂଖ୍ୟାର ୬୦ ପ୍ରତିଶତ ସାମିଲ ରହିଛନ୍ତି । ଏହି ଭବିଷ୍ୟବାଣୀ ଭାରତ ପାଇଁ ଏକ ନିରାଶାଜନକ ଚିତ୍ର ଉପସ୍ଥାପନ କରିଛି ।

MIT ର ସ୍ଲେଅନ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଅନୁସନ୍ଧାନକାରୀ ହଜିର ରହମାନଦାଦ, ଟିବାଇ ଲିମ୍ ଏବଂ ଜନ୍ ଷ୍ଟର୍ମାନ ସେମାନଙ୍କ ବିଶ୍ଳେଷଣ କରିବାକୁ ସଂକ୍ରାମକ ରୋଗ ପାଇଁ ଏକ ମାନକ ଗାଣିତିକ ମଡେଲ୍ ବ୍ୟବହାର କରିଥିଲେ । ମହାମାରୀ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟବହୃତ ମଡେଲକୁ SEIR ମଡେଲ୍ କୁହାଯାଏ । ସେ ଆହୁରି ମଧ୍ୟ ଆକଳନ କରିଛନ୍ତି ଯେ ଚିକିତ୍ସା ଅଭାବରୁ ମାର୍ଚ୍ଚ-ମେ ୨୦୨୧ ସୁଦ୍ଧା ବିଶ୍ୱର ମୋଟ ମାମଲା ୨୦ କୋଟିରୁ ୬୦ କୋଟି ମଧ୍ୟରେ ହୋଇପାରେ।

ଅଧ୍ୟୟନ ଅନୁଯାୟୀ, ଫେବୃଆରୀ ୨୦୨୧ ଶେଷ ସୁଦ୍ଧା ଭାରତ କରୋନା ଭୂତାଣୁ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଦେଶ ହେବ । ଏହା ପରେ ଆମେରିକା , ଦକ୍ଷିଣ ଆଫ୍ରିକା ଏବଂ ଇରାନ ହେବ । ସେପଟେ ଏହି ଅଧ୍ୟୟନ ତିନୋଟି ପରିସ୍ଥିତିକୁ ଧ୍ୟାନରେ ରଖାଯାଇ କରାଯାଇଛି ।

ପ୍ରଥମଟି ହେଉଛି, ନଗଦ ହୋଇଥିବା କରୋନା ପରୀକ୍ଷାର ହାର ଏବଂ ସେମାନଙ୍କର ଫଳାଫଳ

ଦ୍ୱିତୀୟରେ, ଯଦି ଜୁଲାଇ ୧, ୨୦୨୦ ଠାରୁ ପ୍ରତିଦିନ ୦.୧ ପ୍ରତିଶତ ବୃଦ୍ଧି ହୁଏ ଏବଂ

ତୃତୀୟରେ: ଯଦି ପରୀକ୍ଷା ବର୍ତ୍ତମାନ ସ୍ତରରେ ରହିବ, ଏବଂ ଜଣେ ସଂକ୍ରମିତ ବ୍ୟକ୍ତି ଆଠ ଜଣଙ୍କୁ ସଂକ୍ରମିତ କରେ ତେବେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଅଧ୍ୟୟନରେ କୁହାଯାଇଛି, ‘ଉଭୟ ପରିସ୍ଥିତିରେ, ସେପ୍ଟେମ୍ବର-ନଭେମ୍ବର ୨୦୨୦ ସୁଦ୍ଧା ନୂତନ ମାମଲା ବହୁତ ଅଧିକ ହେବ। କିଛି ଦେଶରେ (ବିଶେଷକରି ଭାରତ, ବାଂଲାଦେଶ, ପାକିସ୍ଥାନ ଏବଂ ଆମେରିକା) ପର୍ଯ୍ୟାପ୍ତ ପଦକ୍ଷେପ ନ ଥିବାରୁ ଲକ୍ଷ ଲକ୍ଷ ମାମଲା ଆସିବ । ଅପରପକ୍ଷେ, ଉଦ୍ଧାର କାର୍ଯ୍ୟରେ ନୀତି ପରିବର୍ତ୍ତନ ଏକ ବଡ଼ ପରିବର୍ତ୍ତନ ଆଣିବ । ଯଦି ପରୀକ୍ଷଣ ହାର ବର୍ତ୍ତମାନର ସ୍ତରରେ ରହିଥାଏ, କିନ୍ତୁ ଯୋଗାଯୋଗ ହାର ୮ ରେ ରହିଥାଏ, ତେବେ ମାମଲା ଏବଂ ମୃତ୍ୟୁ ସଂଖ୍ୟା ବହୁତ ହ୍ରାସ ପାଇପାରେ ।

ଅଫିସ୍ କାମରେ ସବୁ ସରକାରୀ କର୍ମଚାରୀ ଆସିପାରିବେନି ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ସରକାରୀ ଅଧିକାରୀଙ୍କ ଉପରେ ଲାଗିଲା ଅଙ୍କୁଶ । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନୂଆ ନିର୍ଦ୍ଦେଶନାମା ଜାରି ରଖିଛି । କଟକ ଓ ଖୋର୍ଦ୍ଧା ପୌରାଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରୁ ଭୁବନେଶ୍ୱର ଅଫିସ୍ ଆସୁଥିବା କର୍ମଚାରୀ ଆସିବେନି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ୩୧ ତାରିଖ ଯାଏଁ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ଏହି ସମୟରେ କଟକ ଓ ଖୋର୍ଦ୍ଧା ପୌରାଞ୍ଚଳରୁ ଭୁବନେଶ୍ୱର ଅଫିସ୍ ଆସୁଥିବା ସରକାରୀ କର୍ମଚାରୀ ପୂର୍ବଭଳି ଆସିପାରିବେ । ନିର୍ଦ୍ଦେଶନାମାକୁ ସରକାର ଆଜିଠାରୁ ଲାଗୁ କରିଛନ୍ତି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ସମସ୍ତ ବିଭାଗ ସହ ସମସ୍ତ ଜିଲ୍ଲାପାଳଙ୍କୁ ପଠାଯାଇଛି ।

ନିକଟରେ ବାହାର ଜିଲ୍ଲାରୁ ଆସୁଥିବା ବିଏମସିର ଯନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଏମସି ଇଞ୍ଜନିୟରିଂ ବିଭାଗକୁ ସାନିଟାଇଜ୍ କରାଯାଇଥିଲା । ସେହିଭଳି ଭୁବନେଶ୍ୱର ଆରଟିଓ-୧ର ଅତିରିକ୍ତ RTO, ଜୁନିୟର MVI ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହେବା ପରେ ଅଫିସ୍ ସିଲ୍ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

ଡିଜିପିଙ୍କ ସହ ଝଗଡା ଓଡ଼ିଆ ଆଇପିଏସଙ୍କୁ ପଡିଲା ମହଙ୍ଗା,ନିଲମ୍ବିତ ହେଲେ ବସନ୍ତ ରଥ

ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ପଣ୍ଡାଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଖରାପ ବ୍ୟବହାର ଓ ଅସଦାଚରଣ ପାଇଁ ବୁଧବାର ଦିନ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଆଇପିଏସ ବସନ୍ତ ପଣ୍ଡା ଜମ୍ମୁରେ ଅବସ୍ଥାପିତ ଥିଲେ । ବୁଧବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କୁ ନିଲମ୍ବିତ କରାଯିବାର କାରଣ ବାବଦରେ କୁହାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ସିଭିଲ ଡିଫେନ୍ସ ଆଇଜି ବସନ୍ତ ପଣ୍ଡାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଜମ୍ମୁରେ ରହିବାକୁ କୁହାଯାଇଛି । ସେ ଡିଜିପିଙ୍କ ଆଗୁଅ ଅନୁମତି ବିନା ଜମ୍ମୁ ଛାଡି କେଉଁଆଡେ ଯାଇ ପାରିବେ ନାହିଁ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଏହି ସମୟ ମଧ୍ୟରେ ତାଙ୍କୁ ନିୟମ ମୁତାବକ ଭତ୍ତା ମିଳିବ ବୋଲି ଏଥିରେ କୁହାଯାଇଛି ।

basant rath

 

ସୂଚନାଯୋଗ୍ୟ ଯେ, ବସନ୍ତ ରଥ ଜୁନ୍ ୨୫ ତାରିଖ ଦିନ ଗାନ୍ଧିନଗର ଥାନାରେ ରାଜ୍ୟ ପୋଲିସ ମୁଖ୍ୟଙ୍କ ବିରୋଧରେ ଏତଲା ଦେଇଥିଲେ । ଏଥିରେ ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଉଲ୍ଲେଖ କରିଥିଲେ । ବସନ୍ତ ରଥଙ୍କୁ ଏହି ଅଭିଯୋଗ ପାଇଁ ନିଲମ୍ବିତ କରାଯାଇଥିବା ଅନୁମାନ କରାଯାଉଛି ।

ବସନ୍ତ ରଥ ଜମ୍ମୁ ସହରରେ ସିଂହମ ଭାବେ ପରିଚିତ । ଟ୍ରାଫିକ୍ ନିୟମ ମାନୁନଥିବା ଅମାନିଆଙ୍କ ପ୍ରତି ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ ।

ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓଡ଼ିଆ ଆଇପିଏସ

୬୪ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ Redmiର ଏହି ଫୋନରେ ପାଆନ୍ତୁ Discount, ମିଳୁଛି 5020mAhର ବ୍ୟାଟେରୀ ପାୱାର

Xiaomi ନିକଟରେ ଲଞ୍ଚ କରିଥିବା ୪ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ Redmi Note 9 Pro Max କୁ ଆଜି ତଥା ୮ ଜୁଲାଇରେ ଫ୍ଲାସ ସେଲ୍ ରେ ବିକ୍ରି କରାଯାଉଛି । କମ୍ପାନୀ ଏହି ଫୋନକୁ ୧୬,୪୯୯ ଟଙ୍କାରେ ପ୍ରାରମ୍ଭିକ ପ୍ରକ୍ରିୟାରେ ବିକ୍ରି କରୁଛି । ଗ୍ରାହକ ଏହି ଫୋନକୁ ୧୨ ଟା ପରେ  Mi.Com ରୁ କିଣି ପାରିବେ । ଏହି ସେଲରେ ଫୋନ ଉପରେ ଅଫର୍ସ ମଧ୍ୟ ଦିଆଯାଉଛି ।

Redmi Note 9 Pro Max  ରେ ସବୁଠୁ ବଡ଼ ଡିସପ୍ଲେ-

Redmi Note 9 Pro Max  ରେ ୬.୬୭ ଇଞ୍ଚର ଡିସପ୍ଲେ ରହିଛି । ଜଣାଇ ରଖୁଛୁ ଯେ, Xiaomi ଦ୍ୱାରା ଦିଆଯାଇଥିବା ଡିସପ୍ଲେ ଭିତରୁ ଏହା ସବୁଠୁ ବଡ଼ ଡିସପ୍ଲେ । ଏହି ଫୋନରେ ଫ୍ରଣ୍ଟ୍ ଏବଂ ବ୍ୟାକ୍ ରେ କର୍ଣ୍ଣିଂ ଗରିଲା ଗ୍ଲାସ ୫ର ପ୍ରୋଟେକସନ ଦିଆଯାଇଛି । ଏହାସହ Qualcomm Snapdragon 720G ପ୍ରୋସେସର ଦିଆଯାଇଛି ।

ଏହାର କ୍ୟାମେରା ୬୪ ମେଗାପିକ୍ସେଲ ଅଟେ । ୧୧୯ ଡିଗ୍ରୀ Field of view ସହ ୮ ମେଗାପିକ୍ସେଲ Secondary Camera ରହିଛି । ଏଥିରେ ୫ ମେଗାପିକ୍ସେଲର Micro Camera ଏବଂ ୫ ମେଗାପିକ୍ସେଲର Depth Sensor ମଧ୍ୟ ଦିଆଯାଇଛି । ଫୋନରେ RAW Photography ପାଇଁ ସପୋର୍ଟ ରହିଛି । ଏହା ବ୍ୟତୀତ Selfie ପାଇଁ ଫୋନରେ ୩୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି ।

ପାୱାର ପାଇଁ 5020mAh ର ବ୍ୟାଟେରୀ ଦିଆଯାଇଛି , ଯାହା ୩୩W ଫାଷ୍ଟ ଚାର୍ଚ୍ଚର ସହ ଆସୁଛି । Connectivity କଥା ଯଦି କହିବା ତେବେ ଏହି ସ୍ମାର୍ଟ ଫୋନରେ ୩.୫ mm Headphone Jack, Infrared Emitter ସହ Side Mounted Fingerprint Sensor ଭଳି ଫିଚର୍ସ ରହିଛି ।

ଜାଣନ୍ତୁ ଫୋନର ଦାମ ଏବଂ ଅଫର୍ସ ବିଷୟରେ-

Redmi Note 9 Pro Max ର ୬ ଜିବି RAM ଏବଂ ୬୪ ଜିବି ଷ୍ଟୋରେଜର ଦାମ ୧୬,୪୯୯ ଟଙ୍କା, ୬ ଜିବି RAM + ୧୨୮ ଜିବି ଷ୍ଟୋରେଜର ଦାମ ୧୭,୯୯୯ ଟଙ୍କା, ୮ ଜିବି RAM ଏବଂ ୧୨୮ ଜିବି ଷ୍ଟୋରେଜ ୱାରେଣ୍ଟିର ଦାମ ୧୯,୯୯୯ ଟଙ୍କା ରହିଛି । ତେବେ ଆସନ୍ତୁ ଜାଣିବା ଏହି ଫୋନ ଉପରେ କଣ କଣ ଅଫର୍ସ ରହିଛି ।

Mi ର ଅଫିସିଆଲ ୱେବସାଇଟରୁ ଆପଣ ଫୋନ କିଣିଲେ ଏୟାରଟେଲ ତରଫରୁ ୨୯୮/୩୯୮ ଟଙ୍କାର ଅନଲିମିଟେଡ ପ୍ୟାକ୍ ସହ ଡବଲ ଡାଟା ଅଫର ଦିଆଯାଉଛି । ଏହା ସହିତ ଏୟାରଟେଲ ଥ୍ୟାଙ୍କସ୍ ର ଲାଭ ମଧ୍ୟ ମିଳିବ । ଜଣାଇ ରଖୁଛୁ ଯେ, କୋଭିଡ ୧୯ କାରଣରୁ Xiaomiର Exchange Offer ବନ୍ଦ କରିଦିଆଯାଇଛି ।

ନୂଆ ନିଯୁକ୍ତିକୁ ନା, ଖାଲି ପଡ଼ିଥିବା ପଦବୀରେ ଜାରି ରହିବ ଭର୍ତ୍ତି

ଭୁବନେଶ୍ୱର: କରୋନା ମାଡ଼ରେ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଭାବ ପଡ଼ିଛି ରାଜସ୍ୱ ଉପରେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କାଟ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ବିଭାଗ ଆସନ୍ତା ୨ ବର୍ଷ ଯାଏଁ କୌଣସି ନୂଆ ନିଯୁକ୍ତି କରିପାରିବେ ନାହିଁ । ସରକାର ଲାଗୁ କରିଥିବା ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିଛି ।

ବର୍ତ୍ତମାନ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟା ପୂର୍ବଭଳି ଚାଲୁ ରହିବ । ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ । ତେବେ, ଏହିସ ସମୟରେ କୋଣସି ନୂତନ ପଦବୀ ସୃଷ୍ଟି କରାଯିବ ନାହିଁ । କେବଳ ଖାଲି ପଡ଼ିଥିବା ପଦଗୁଡ଼ିକରେ ନୂଆ ନିଯୁକ୍ତି ଦିଆଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସ୍ପଷ୍ଟ କରିଛି । ନୂଆ ପଦବୀ ସୃଷ୍ଟି ଉପରେ ୨ ବର୍ଷ ଯାଏଁ କଟକଣା ବଳବତ୍ତର ରହିବ ।

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ରାଜସ୍ୱ ଆଦାୟ କମିଛି । ଲୋକଙ୍କ ରୋଜଗାର ପନ୍ଥା କମିଯାଇଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ସରକାର ପୂର୍ବାପେକ୍ଷା ଅଧିକ ବ୍ୟୟ କରୁଛନ୍ତି । ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ଆଗକୁ ଆଉ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏସବୁକୁ ଦୃଷ୍ଟିରେ ରଖି ସରକାର ନୂଆ ଗାଡ଼ି କିଣିବା ଓ ବୈଠକ ଉପରେ ଅଙ୍କୁଶ ଲଗାଇଛନ୍ତି । ଅଧିକାରୀଙ୍କ ବିଦେଶ ଗସ୍ତକୁ ବ୍ୟାନ୍ କରାଯାଇଥିବା ବେଳେ ପ୍ରଥମ ଶ୍ରେଣୀ ଏସି ଟ୍ରେନ୍ ଯାତ୍ରା ପାଇଁ ମନା କରାଯାଇଛି । ସେହିଭଳି ସରକାରୀ ଅଧିକାରୀ ଗସ୍ତ ବେଳେ ହୋଟେଲ ବଦଳରେ ବାହାର ରାଜ୍ୟରେ ଥିବା ଓଡ଼ିଶା ଭବନରେ ରହିବେ ।

ରାଜଧାନୀରେ ୪୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ୨୪ ଜଣ ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମଙ୍ଗଳବାର ରାଜ୍ୟ ମଧ୍ୟରୁ ପୁଣି ୫୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୦ ଜଣ ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ୫୦ ଜଣଙ୍କ ମଧ୍ୟରୁ ୪୬ ଜଣ ହେଉଛନ୍ତି କେବଳ ଭୁବନେଶ୍ୱରର । ଯେଉଁଥିରୁ କ୍ୱାରେଣ୍ଟାଇନରୁ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ରାଜଧାନୀ ପାଇଁ ଏହା ହେଉଛି ଏକ ଚିନ୍ତାଜନକ ବିଷୟ । କାରଣ ଏଠାରେ କରୋନା ପୂର୍ବରୁ ନିୟନ୍ତ୍ରଣ ଭିତରେ ଥିବା ବେଳେ ଏବେ ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ଯାହା ରାଜଧାନୀ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛି ।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ପାତ୍ରପଡ଼ାରୁ ୧, କଟକ ରୋଡ ପୋଷ୍ଟ ଅଫିସ ପାଖରୁ ୧, ଘରୋଇ ହସ୍ପିଟାଲରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଆର୍‌ଟିଓ-୧ରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍‌-୮ରୁ ୧, ନୟାପଲ୍ଲୀ ୨, ଘାଟିକିଆ ୧, ବମିଖାଲ ୧, ପୋଖରିପୁଟ ୧, କୋଳଥିଆ ଏବଂ ଜୟଦେବଭିହାରରୁ ୧, ଗଙ୍ଗନଗରରୁ ୧ ଚିହ୍ନଟ ହୋଇଛନ୍ତି । ଏ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଏବେ ଆରମ୍ଭ ହୋଇଛି । ଏମାନେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ତାହା ଉପରେ ଏବେ ତଦନ୍ତ ଚାଲିଛି ।

ରାଜ୍ୟରେ ପୁଣି ୫୨୭ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠି କେତେ ?

RTO – ୧ରେ ପଜିଟିଭ ଚିହ୍ନଟ ପରେ ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ୩ ଦିନ ପାଇଁ ବନ୍ଦ ରହିବ ଆରଟିଓ- ୨  । ଆରଟିଓ-୧ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ଆରଟିଓ-୨ର କିଛି କର୍ମଚାରୀ । ଆରଟିଓ-୧ର କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ RTO -୨ କୁ ସିଲ୍ କରାଯାଇଛି । ପୂର୍ବରୁ ଆରଟିଓ-୧କୁ ସିଲ୍ କରାଯାଇଥିଲା । ଆରଟିଓ-୧ର ଅତିରିକ୍ତ RTO, ଜୁନିୟର MVI ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହୋଇଥିଲେ । ଆଉ ଏବେ ପୁଣି ୪ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ସର୍ବାଧିକ

ଜଣଙ୍କଠୁ ୧୦୭ଜଣ କରୋନା ସଂକ୍ରମିତ ହେଲେ କେମିତି ?

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର । ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ଶହେରୁ ଅଧିକ ଲୋକ । ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ସୁପର ସ୍ପ୍ରେଡର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ତଥ୍ୟ ସଂଗ୍ରହ କରିବା ସହ ସ୍ବାବ ପରୀକ୍ଷା କରାଯାଉଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଏନେଇ ସୂଚନା ଦେଇଛନ୍ତି ।

କେବଳ ସେହି ସଂକ୍ରମିତ ନୁହଁନ୍ତି ସଂକ୍ରମିତଙ୍କ ପରିବାର ସଂସ୍ପର୍ଷରେ ଆସି ମଧ୍ୟ ବହୁଜଣ ସଂକ୍ରମିତ ହୋଇଛନ୍ତି । ଯଦି ସେମାନେ ସମସ୍ତଙ୍କୁ ଧରାଯାଏ ତେବେ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର ହେବ ଏବଂ ଆଉ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ତେବେ ସେଠାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟନ ଜୋନ ଘୋଷଣା କରାଯାଇଥିଲା । ଏବଂ ସେଠାରେ ଯାହାକୁ ବି ପିରୀକ୍ଷଣ କରାଯାଇଥିଲା ସେମାନେ ସମସ୍ତଙ୍କଠାରେ କରୋନା ରିପୋର୍ଟ ପ୍ରାୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ ପ୍ରଥମେ ସଂକ୍ରମିତଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ତାଙ୍କ ସଂସ୍ପର୍ଷରେ ଆସି ଆଉ ୧୦୭ଜଣ ସଂକ୍ରମିତ ହୋଇଛନ୍ତି । ପ୍ରଥମେ ୪୯ଜଣ ତାଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ଚିହ୍ନଟ ହୋଇଥିଲେ ଆଜି ଆଉ ୫୮ଜଣ ତାଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଛନ୍ତି । ଏବଂ ଏନେଇ ଆହୁରି ସଂକ୍ରମିତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତେଣୁ ଏହି ଅଞ୍ଚଳରେ ବିଷୋଧନ କରାଯିବା ସହ କଣ୍ଟେନମେଣ୍ଟର ଅବଧି ଆହୁରି ବଢାଯାଇଛି । ଏବଂ ଏବେ ଏହି ସୁପର ସ୍ପ୍ରେଡର ପ୍ରସାଶନର ଚିନ୍ତା ବଢାଇଛି ।

( ରାଉରକେଲାରୁ ଅବନି ମହାପାତ୍ରଙ୍କ ରିପୋର୍ଟ )

ଆଇସୋଲେସନ ଓ୍ୱାର୍ଡରୁ ମଲ୍,୪ ହଜାର ଡଲାର ଗଣି ମାମୁଘରେ କାଟିବେ ୬ ମାସ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି  । କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କୌଣସି ପ୍ରତିଷେଧକ ଟିକା ବାହାରି ନଥିବା ବେଳେ ସାମାଜିକ ଦୂରତା ହିଁ ହେଉଛି ଏକ ମାତ୍ର ପ୍ରତିକାର । ତେବେ ଯେଉଁ ମାନେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି ବିଭିନ୍ନ ଦେଶର ସରକାର ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଉଛି । କିନ୍ତୁ କିଛି ମନ୍ଦ ପ୍ରକୃତିର ଲୋକ ଏହି ନିୟମକୁ ନମାନି ଆଇସେଲେସନ ଓ୍ୱାର୍ଡରୁ ଖସି ପଳାଉଛନ୍ତି । ଯେଉଁଥିପାଇଁ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି । ଏହି ଭଳି ଜଣେ ବ୍ୟକ୍ତି ଖସି ପଳାଇଥିବାରୁ ବହୁତ ବଡ଼ ଦଣ୍ଡ ଭୋଗିଛନ୍ତି ।

ନିକଟରେ ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ଜଣେ ୩୨ ବର୍ଷୀୟ ବ୍ୟକ୍ତି ଯାଇଥିଲେ । ଯିଏକି ସେଠାରେ ପହଞ୍ଚିବେ ପରେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । କରୋନା ହୋଇଥିବା ଜାଣି ତାଙ୍କୁ ଅକଲ୍ୟାଣ୍ଡର ଏକ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଥିଲା । କିନ୍ତୁ ସେ ସେଠାରୁ ଖସି ପଳାଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ପରେ ସେ ଏକ ବଡ଼ ମଲକୁ ଯାଇଥିଲେ । ସେଠାରେ ମନଇଚ୍ଛା ବୁଲିଥିଲେ ।

Cuttack MLA Found Positive

ସୂଚନା ଅନୁଯାୟୀ, କରୋନା ପଜିଟିଭ୍ ବ୍ୟକ୍ତି ସେଠାକାର ସ୍ଥାନୀୟ ସମୟ ପ୍ରାୟ ୬:୫୦ ସମୟରେ ଏକ ଆଇସୋଲେସନ ଓ୍ୱାର୍ଡରୁ ଖସି ପଳାଇଥିଲେ । ଏହି ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ବ୍ୟକ୍ତି ଜଣକ ଜୁଲାଇ ୩ ରେ ଦିଲ୍ଲୀରୁ ଆସିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ କ୍ରିସ୍ ହପକିନ୍ସ ଏହି କାର୍ଯ୍ୟକୁ ସ୍ୱାର୍ଥପର ବୋଲି ବର୍ଣ୍ଣନା କରିଛନ୍ତି । ଖାଲି ସେତିକି ନୁହେଁ ଏହି କାରଣ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ବୋଲି କହିଛନ୍ତି । ପଳାଇବା ସମୟରେ ଜଣେ ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଯାଞ୍ଚ କରୁଥିଲେ, କିନ୍ତୁ ବାଡ କାମ କରିବା କଣ୍ଟ୍ରାକ୍ଟରଙ୍କ ବ୍ୟକ୍ତି ବୋଲି ଭାବି ସେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ସେଥିପାଇଁ ସେ ତାଙ୍କୁ ଅଟକାରଇବାକୁ ଚେଷ୍ଟା କରିଥିଲେ ।

୭୦ ମିନିଟରେ ଫେରି ଆସିଲେ

ଖବର ଅନୁଯାୟୀ, ମନ୍ତ୍ରୀ ହପକିନ୍ସ କହିଛନ୍ତି ଯେ ସେ ଭିକ୍ଟୋରିଆ ସେଣ୍ଟ ୱେଷ୍ଟର ମଲରେ ୨୦ ମିନିଟ୍ ବିତାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ବ୍ୟକ୍ତି ଜଣକ ଆଇସୋଲେସନ ଓ୍ୱାର୍ଡ ଛାଡ଼ିବାର ୭୦ ମିନିଟ ପରେ ତାଙ୍କ ଇଚ୍ଛା ମୁତାବକ ସ୍ୱାର୍ଡକୁ ଫେରିଥିଲେ । ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ତାଙ୍କୁ ୬ ମାସ ଜେଲଦଣ୍ଡ କିମ୍ବା ୬ ଜହାର ଡଲାର ଜୋରିମାନା ହୋଇପାରେ । ନ୍ୟୁଜିଲ୍ୟାଣ୍ଡରେ ବର୍ତ୍ତମାନ୨୩ ଟି ସକ୍ରିୟ ମାମଲା ଅଛି ଏବଂ ସମସ୍ତେ ବିଚ୍ଛିନ୍ନତା କିମ୍ବା କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୮୭ ଟି କରୋନା ମାମଲା ରୁଜୁ ହୋଇଛି ।