spot_img
Home Blog Page 6715

ସେକ୍ସ ରାକେଟ୍ ଠାବ୍‌: ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା

ପୁରୀ: ହୋଟେଲରୁ ଅସଞ୍ଜତ  ଅବସ୍ଥାରେ ଜଣେ ନେତାଙ୍କୁ ଉଦ୍ଧାର କଲା ପୋଲିସ୍ । କେବଳ ସେତିକି ନୁହେଁ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବେ ପୁରୀରେ ଘୂରି ବୁଲୁଛି । ଏହି ନେତାଙ୍କ ଘର ଯାଜପୁର ରୋଡ୍‌ରେ ବୋଲି କୁହାଯାଉଛି । ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଫଟୋଗୁଡ଼ିକୁ ଦେଖିଲେ ସ୍ପଷ୍ଟ ଭାବେ ଜଣା ପଡୁଛି, ସେ ଏକ ରାଜନୈତିକ ଦଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ଘରୋଇ ହୋଟେଲରେ ଗତକାଲି ବିଳମ୍ବିତ ରାତିରେ ଦେହ କାରବାର ଚାଲୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ବିଶେଷ ସୂତ୍ରରୁ ସୂଚନା ଅନୁସାରେ, ତାଙ୍କୁ ବଳିଆପଣ୍ଡା ଥାନାରେ ଅଟକ ରଖାଯାଇଛି । ତେବେ ଆଶ୍ଚର୍ଯ୍ୟ କରିଛି ହୋଟେଲରେ ପ୍ରସ୍ତୁତ ହୋଇଥିବା ଏଏମ୍ଏମ୍ଏସ୍ । ଯାହା ଏବେ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି । ଆମେ ଏଠି କହି ରଖୁଛୁ ଯେ, ଥାନାରେ ଅଟକ ଥିବା ନେତାଙ୍କ ସଂପୂର୍ଣ୍ଣ ପରିଚୟ ଆମର ହସ୍ତଗତ ହୋଇଛି । ତେବେ ପୋଲିସ୍‌ର ବିଧିବଦ୍ଧ ଘୋଷଣା ପରେ ଆମେ ତାଙ୍କ ପରିଚୟ ଆପଣଙ୍କୁ ଅବଗତ କରାଇବୁ ।

https://www.facebook.com/NandighoshaTV/videos/1896152667190415/

Fact Check: କଣ ପୁଣି ଥରେ ଦେଶରେ ଲାଗୁ ହେବ ଲକଡାଉନ୍ ?

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦେଶରେ ପୁଣି ଥରେ ଲାଗୁ ହେବ ଲକଡାଉନ୍ । ସେପ୍ଟେମ୍ବର ୨୫ରୁ ଦେଶବ୍ୟାପୀ ପୁଣି ଲକଡାଉନ୍ ଲାଗୁ ନେଇ ସୁପାରିସ୍ କରାଯାଇଛି । ଏଭଳି ଏକ ସ୍କ୍ରିନ୍ ସଟ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ପିଆଇବି ପକ୍ଷରୁ ଏକ ପୋଷ୍ଟ କରାଯାଇ ଏହାକୁ ‘ଫେକ୍ ନ୍ୟୁଜ୍’ କୁହାଯାଇଛି ।

ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ସ୍କ୍ରିନସଟଟି NDMA ଆଦେଶ ବୋଲି ଲେଖାଯାଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ସ୍କ୍ରିନସଟରେ ଲେଖାଯାଇଥିଲା- କୋଭିଡ୍ ୧୯ ସଂକ୍ରମଣ ରୋକିବା ଓ ମୃତ୍ୟୁ ହାର କମାଇବା ପାଇଁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଯୋଜନା ଆୟୋଗ ସହିତ କେନ୍ଦ୍ର ସରକାର ଓ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସେପ୍ଟେମ୍ବର ୨୫ ମଧ୍ୟରାତ୍ରୀରୁ ଲକଡାଉନ୍ ଲାଗୁ ହେବ । ୪୬ ଦିନିଆ ଲକଡାଉନ୍ ଦେଶବ୍ୟାପୀ କଡ଼ାକଡ଼ି ପାଳନ କରାଯିବ । ଏହି ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୦ରେ ପ୍ରକାଶ ପାଇଥିବା ଭାଇରାଲ ସ୍କ୍ରିନସଟରେ ଉଲ୍ଲେଖ ରହିଛି ।

ପିଆଇବି ଏହି ଭାଇରାଲ ଖବରକୁ ମିଛ ବୋଲି କହିଛି । ପିଆଇବି ପକ୍ଷରୁ କୁହାଯାଇଛି- NDMA ଦ୍ୱାରା ଦାବି କରାଯାଉଥିବା ୨୫ ସେପ୍ଟେମ୍ବରରୁ ଦେଶବ୍ୟାପୀ ଲକଡାଉନ୍ ନିର୍ଦ୍ଦେଶ ମିଥ୍ୟା । ପିଆଇବି ଏହି ତଥ୍ୟର ଯାଞ୍ଚ କରିଛି । ଯାଞ୍ଚରୁ ଜଣାପଡ଼ିଛି ଏହି ନିର୍ଦ୍ଦେଶନାମା ନକଲି । NDMA ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଥିଲେ । ଯାହାପରେ ଦେଶର ଅର୍ଥ ବ୍ୟବସ୍ଥା ବହୁତ କ୍ଷତି ସହିଥିଲା । ଏଥିସହ କରୋନା ସଂକ୍ରମଣ ହାରରେ କୌଣସି କମି ଆସି ନଥିଲା ।

ସୁସ୍ଥ ହେଲେ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ, ବିଏମସିରୁ ୩୫୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁର ୧୭୭, ମୟୂରଭଞ୍ଜ ୧୭୫, ଭଦ୍ରକ ୧୬୭, ବାଲେଶ୍ୱର ୧୫୬, ଢେଙ୍କାନାଳ ୧୪୬, ପୁରୀ ୧୧୨, ଜଗତସିଂହପୁର ୧୦୨, ରାୟଗଡ଼ା ୯୫, ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଜଣ ଲେଖାଏଁ, ଅନୁଗୁଳ ୯୧, ନୟାଗଡ଼ ଓ ସୋନପୁରରୁ ୯୦ ଜଣ ଲେଖାଏଁ, ବଲାଙ୍ଗିର ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରି ୭୦ ଜଣ ଲେଖାଏଁ, ଝାରସୁଗୁଡ଼ା ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪, କେନ୍ଦୁଝର ୫୧, କନ୍ଧମାଳ ୪୫, ନୂଆପଡ଼ା ୪୦, କଳାହାଣ୍ଡି ୩୯, ଗଜପତି ୨୯, ବୌଦ୍ଧ ୨୭, ମାଲକାନଗିରି ୨୫ ଓ ଦେବଗଡ଼ରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୫ ହଜାର ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୩୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୩ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୩୮ଟି ମାମଲା ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୭୧ ଜଣ ଜଣ ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି । ବିଏମସି ଅଞ୍ଚଳରୁ ଏଯାବତ୍ ୧୬ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ହଜାର ୯୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୧୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

୨୦୧୭ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ଦୋକାନ ଘର ଓ ମଣ୍ଡପ ଲିଜ୍ ମାମଲା, ଆଶୀର୍ବାଦ ନିର୍ଦ୍ଦୋଷ

କଟକ: ୨୦୧୭ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ଘର ଓ ମଣ୍ଡପ ଲିଜ୍ ଅନିୟମିତତା ମାମଲାରେ ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ୍ । ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍ ଦେଇଛନ୍ତି । ୨୦୧୭ ମସିହା ଜୁନ୍ ମାସରେ ଅଲିମ୍ପିକ୍ ଆସୋସିଏସନର ୨୩ ଦୋକାନ ଘର ଓ ମଣ୍ଡପ ଲିଜ ଅନିୟମିତତା ନେଇ ସିବିଆଇ ଆଶୀର୍ବାଦ ଓ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲା ।

OOA land grabbing Case, Supreme Court Gives Clean Chit TO Ashirbad Behera

ଆକାଉଣ୍ଟସ୍ ଜେନେରାଲଙ୍କ ରିପୋର୍ଟ ଉପରେ ତଦନ୍ତ କରି ସିବିଆଇ, ସୁପ୍ରିମକୋର୍ଟକୁ ରିପୋର୍ଟ ଦେଇଥିଲା । ସିବିଆଇ ରିପୋର୍ଟକୁ ତର୍ଜମା କରି ଆଶୀର୍ବାଦଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ମାମଲାର ତଦନ୍ତ ସମୟରେ ସିବିଆଇ ଜବତ କାଗଜପତ୍ର ଅଲିମ୍ପିକ୍ ଆସୋସିଏସନକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

OOA land grabbing Case, Supreme Court Gives Clean Chit TO Ashirbad Behera

୨୦୧୭ ମସିହାରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ଘର ସମେତ ବାରବାଟୀ ଷ୍ଟାଡିୟମରେ ଥିବା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର କାର୍ଯ୍ୟାଳୟରେ ରେଡ୍ କରିଥିଲା । ମାମଲାରେ ସୁପ୍ରିମକୋର୍ଟ କୋର୍ଟ କ୍ଲିନଚିଟ୍ ଦେବା ପରେ ଆଶୀର୍ବାଦ ବେହେରା କହିଛନ୍ତି ମୋତେ ଶେଷରେ ନ୍ୟାୟ ମିଳିଛି । ସତ୍ୟ ଓ ନ୍ୟାୟପାଳିକା ଉପରେ ଦୃଢ ବିଶ୍ୱାସ ଥିଲା । ଏହା ସତ୍ୟର ଜୟ ।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍ । ମହିଳା କମିଶନ ଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଛନ୍ତି । ପୂର୍ବରୁ ଶିଶୁ ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ ।

Women Comission Noticed OTV MD In Minor Girl Gang Rape Case

୧୩ ବର୍ଷର ନାବାଳିକାଙ୍କୁ ୧୫ ଦିନ ଧରି ଗଣଦୁଷ୍କର୍ମ । ହେଲେ କମିଶନରେଟ୍ ପୋଲିସ୍‌ର ଆକ୍ସନ ଜିରୋ । ମାଆଙ୍କ ଏତଲା, ପୀଡ଼ିତାଙ୍କ ବୟାନ ପରେ ବି ଏଯାଏଁ ଜଣଙ୍କୁ ଗିରଫ କରି ପାରିନି ପୋଲିସ୍ । କମିଶନରେଟ୍ ପୋଲିସ୍‌ର ନୀରବତାକୁ ନେଇ ଏବେ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ସିଧାସିଧା କହିଚି, ଓଟିଭିର ଅଭିଯୁକ୍ତ କର୍ମଚାରୀଙ୍କୁ ତୁରନ୍ତ ଗିରଫ କର ।

Women Comission Noticed OTV MD In Minor Girl Gang Rape Case

ସେପଟେ ଏତଲାକୁ ୧୬ ଦିନ ବିତିଲାଣି । ହେଲେ ଏଯାଏଁ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ୍ କରି ପାରିନି ପୋଲିସ୍ । ଏପରିକି ଘଟଣାର ସମ୍ବେଦନଶୀଳତାକୁ ଅନୁଭବ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ୍ ପୋଲିସକୁ ଦେଇଥିଲା ଡେଡ୍‌ଡାଇନ୍ । ହେଲେ ନୋଟିସ୍‌ର ତିନିଦିନ ପରେ କରୋନା ସଂକ୍ରମଣର ଆଳ ଦେଖାଇଛି ପୋଲିସ୍ । ଅଭିଯୁକ୍ତ ଓ ତଦନ୍ତ ପାଇଁ ଗଠନ ହୋଇଥିବା ଟିମର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ତଦନ୍ତ ବିଳମ୍ବ ହେଉଥିବା ପୋଲିସ୍ ଜଣାଇଛି । ଏଥିପାଇଁ ୩ ସପ୍ତାହର ସମୟ ମାଗିଛି କମିଶନରେଟ୍ ପୋଲିସ୍ । ତେବେ ଅଧ୍ୟକ୍ଷା କହିଛନ୍ତି, ୨୧ଦିନ ନୁହେଁ ୧୪ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କର ।

Women Comission Noticed OTV MD In Minor Girl Gang Rape Case

ନାବାଳିକାଙ୍କ ବୟାନ ରେକର୍ଡ ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ମାମଲାରେ ଟ୍ୱିଷ୍ଟ ନାଁରେ କିଛି ଅଡିଓ ଟେପ୍‌କୁ ଚ୍ୟାନେଲରେ ବାରମ୍ବାର ପ୍ରସାରଣ କରାଯାଉଛି । ଯାହାକୁ ନେଇ ଉଠିଛି ପ୍ରଶ୍ନ । ମାମଲା ସମ୍ପର୍କିତ ଦସ୍ତାବିଜକୁ ପୋଲିସ୍ ପାଖରେ ଦାଖଲ ନକରି, ମାମଲାକୁ ଦିଗହରା କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଆଜି ଓଟିଭିର ଇନ୍‌ପୁଟ ଏଡିଟରଙ୍କୁ ମହିଳା ଥାନାକୁ ଡାକି ଏନେଇ ପଚରାଉଚରା କରିଛି ପୋଲିସ । ସେପଟେ ନାବାଳିକା ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ ଆଶ୍ଵସ୍ତି ଫାଉଣ୍ଡେସନ । ଘଟଣା ବାବଦରେ ସମସ୍ତ ତଥ୍ୟ ମିଳିଲା ପରେ ନାବାଳିକା ଓ ତାଙ୍କ ମାଆଙ୍କୁ ସମସ୍ତ ପ୍ରକାର ଆଇନଗତ ସହାୟତା ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Women Comission Noticed OTV MD In Minor Girl Gang Rape Case

ଆଶ୍ଚର୍ଯ୍ୟର କଥା, ଛୋଟମୋଟ ଚୋରକୁ ଧରିଲେ ପ୍ରେସ୍ କନଫରେନ୍ସ କରୁଥିବା କମିଶନରେଟ୍ ପୋଲିସ୍ କାହିଁକି ଏ ମାମଲାରେ ନୀରବ ? ମାମଲା ପଛରେ କିଛି ବଡ଼ ରାଜ୍ ଅଛି ନା ଘଟଣାକୁ ଘୋଡ଼ାଇବାକୁ ହୋଇଛି ଅଲିଖିତ ରାଜିନାମା ?

ପରିଣତି ବୟସରେ ପରିବାର ପାଇଁ ପର ହେଲେ ବୃଦ୍ଧା, ଡ୍ରେନ କଡ଼ରେ ହାତଗୋଡ଼ ବାନ୍ଧିଦେଲା ବୋହୂ

ଭୁବନେଶ୍ୱର: ସମସ୍ତେ ଅଛନ୍ତି, ପରିବାର ବି ଅଛି । ହେଲେ ବୃଦ୍ଧ ବୟସରେ ଆହା ପଦେ କହିବାକୁ କେହି ନାହିଁ । ବରଂ ମାନବିକତାକୁ ମୋଡ଼ି ମକଚି ଦେଇଛନ୍ତି ପରିବାର । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଡ୍ରେନ୍ କଡ଼ରେ ଶିକୁଳିରେ ବାନ୍ଧି ଦିଆଯାଇଛି ଶୈଶବ ଭଳି । ବୃଦ୍ଧା ଜଣଙ୍କର ଭୁଲ୍ ସେ ଠିକରେ ଚାଲି ପାରୁଛନ୍ତି ନା କହି ପାରୁଛନ୍ତି ଭଲ କରି ଦୁଇପଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଇଶାନେଶ୍ୱର ବସ୍ତିରେ । ଗତ କିଛି ଦିନ ଧରି ୮୦ ବର୍ଷର ଏହି ବୃଦ୍ଧାଙ୍କୁ ପରିବାର ଲୋକଙ୍କ ଦ୍ୱାରା ଦିଆଯାଉଛି ଅକଥନୀୟ ନିର୍ଯାତନା । ଯନ୍ତ୍ରଣା ସହ୍ୟ ନପାରି କାନ୍ଦିଲେ ମାଡ଼ ସହ ଦିଆଯାଉଛି ଗାଳି । ଶିକୁଳିରେ ଦୁଇ ଗୋଡ ଓ ଦଉଡିରେ ଦୁଇ ହାତକୁ ବନ୍ଧାଯାଇଛି ।

 Police Rescue 80 Years Old Lady Has Tie Up Conditions

ଏଭଳି ଦୃଶ୍ୟ ନଜରକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଭିଡିଓ ଉଠାଇ ଭାଇରାଲ କରିଥିଲେ । ଉଦ୍ଦେଶ୍ୟ ଥିଲା ବୃଦ୍ଧାଙ୍କୁ ମୁକୁଳାଇବା । ଭିଡିଓ ଭାଇରାଲ ପରେ ବସ୍ତିବାସିନ୍ଦା ଚେତିଛନ୍ତି । ଶିକୁଳିରେ ବନ୍ଧା ଜୀବନରୁ ମୁକ୍ତି ପାଇଛନ୍ତି  ବୃଦ୍ଧା ।

 Police Rescue 80 Years Old Lady Has Tie Up Conditions

ବୟସର ଅପରାହ୍ଣରେ ସେ ପରିବାର ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛନ୍ତି । ସେହି କାରଣରୁ ତାଙ୍କୁ ବିତାଇବାକୁ ପଡ଼ୁଛି ଶିକୁଳିରେ ବନ୍ଧା ଜୀବନ । ଯାହାକୁ ସ୍ୱୀକାର ମଧ୍ୟ କରିଛନ୍ତି ବୃଦ୍ଧାଙ୍କ ବୋହୂ । ତେବେ ଏନେଇ ତାଙ୍କ ମନରେ ତିଳେମାତ୍ର ଅନୁତାପ ନାହିଁ । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଇଶାନେଶ୍ୱର ବସ୍ତି ଉନ୍ନୟନ ଟ୍ରଷ୍ଟ ଘଟଣାକୁ ନିନ୍ଦା କରିଛି ।

 Police Rescue 80 Years Old Lady Has Tie Up Conditions

ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ତାଗିଦ୍ କରିବା ସହ ଉଦ୍ଧାର ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ।

ଗତ ୫ ବର୍ଷ ମଧ୍ୟରେ ମୋଦି ଓ ମାଲ୍ୟାଙ୍କ ଭଳି ୩୮ ପଳାତକ

ନୂଆଦିଲ୍ଲୀ: କରୋନା କାଳରେ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଇଥିବା ସୂଚନା ଅନୁଯାୟୀ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୌକସି ସମେତ ୩୮ ଜଣ ୧ ଜାନୁଆରୀ ୨୦୧୫ଠାରୁ ୩୧ ଜାନୁଆରୀ ୨୦୧୯ ମଧ୍ୟରେ ଦେଶ ଛାଡ଼ି ଚାଲିଯାଇଛନ୍ତି । ସମସ୍ତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି । ଯାହାର ତଦନ୍ତ ସିବିଆଇ କରୁଛି ।

            ଅପରପକ୍ଷରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ମାର୍କଣ୍ଡେୟ କାର୍ଟୁଜ୍ ଶୁକ୍ରବାର ଭାରତରୁ ଲାଇଭ୍‌ ଭିଡିଓ ଜରିଆରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାରେ ହୀରା ବ୍ୟବସାୟୀଙ୍କ ପକ୍ଷରୁ ସାକ୍ଷୀ ଦେଇଥିଲେ । ଯାହାକୁ ଭାରତ ସରକାର ଏବଂ ଅଭିଯୋଜନା ପକ୍ଷ ଚ୍ୟାଲେଞ୍ଜ କରିଛନ୍ତି । କାର୍ଟୁଜୁ କହିଥିଲେ କି ନିରବ ମୋଦି ଭାରତରେ ସ୍ୱତନ୍ତ୍ର ଏବଂ ନିଷ୍ପକ୍ଷ ଶୁଣାଣିର ସୁଯୋଗ ମିଳିବନାହିଁ ।

କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି

             ୫ଦିନିଆ ଶୁଣାଣିର ଅନ୍ତିମ ଦିନରେ ଜଷ୍ଟିସ୍ ସେମୁଆଲ୍ ଗୁଜି କାର୍ଟୁଜଙ୍କ ବିସ୍ତୃତ ସାକ୍ଷୀ ଶୁଣିବା ପରେ ମାମଲାର ଶୁଣାଣି ୩ ନଭେମ୍ୱର ଯାଏଁ ସ୍ଥଗିତ କରିଦେଇଛନ୍ତି । ୩ ନଭେମ୍ୱରରେ ଭାରତୀୟ ଅଧିକାରୀଙ୍କ ଦ୍ୱାରା ଜାରି ସାକ୍ଷୀର ଗ୍ରହଣୀୟତା ସମ୍ପର୍କିତ ତଥ୍ୟ ଉପରେ ଶୁଣାଣି କରିବେ ।

            ତେବେ ମିଳିଥିବା ସୂଚନା ମୁତାବକ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସୁରକ୍ଷିତ ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ମାଲ୍ୟା ୨୦୧୭ ରେ କୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ପାଇଁ ଆବେଦନ କରିଥିଲେ । ଯେଉଁଥିରେ ୪୦ ମିଲିୟନ୍ ଡଲାର ବ୍ୟାଙ୍କରୁ ଋଣ ନେଇ ନିଜ ସମ୍ପର୍କୀୟଙ୍କ ଖାତାକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟ ଅବମାନନା ମାମଲା ଭାବେ ଦର୍ଶାଇଥିଲେ ।

ସେପ୍ଟେମ୍ୱର ୨୯ରୁ ମୌସୁମୀ ଅଧିବେଶନ: କରୋନା କାଳରେ ବନ୍ଦ ହେଲା ପ୍ରଶ୍ନକାଳ

ଭୁବନେଶ୍ୱର: ସେପ୍ଟେମ୍ୱର ୨୯ରୁ ଅକ୍ଟୋବର ୭ ଯାଏଁ ଚାଲିବ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ୮ ଦିନ ଯାଏଁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ତେବେ ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ । କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରଶ୍ନକାଳ ହେବନାହିଁ । କେବଳ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ମିଳିବ । ସୂଚନା ଯୋଗ୍ୟ ଯେ, ଆଜିଠାରୁ ସଂସଦର ମଧ୍ୟ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅଧିବେଶନ ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଏବଂ ଚଳିତ ସଂସଦ ଅଧିବେଶନରୁ ପ୍ରଶ୍ନକାଳକୁ ବାଦ୍ ଦିଆଯାଇଛି ।

ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ, ବିଜେଡି ଦେଲା ସମର୍ଥନ

ନୂଆଦିଲ୍ଲୀ: ରାଜ୍ୟସଭା ଉପସଭାପତି ଭାବେ ଆରଜେଡି ନେତା ହରିବଂଶ ନାରାୟଣ ସିଂହ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ଆରଜେଡି ନେତା ହରିବଂଶ NDA ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ବାଚନିକ ଭୋଟରେ ସେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Harivansh Narayan Singh Elected As Rajya Sabha Deputy Speaker For Second Time
FILE

କଂଗ୍ରେସ ସମେତ ବିପକ୍ଷ ଦଳ ୫୩ ବର୍ଷୀୟ ଆରଜେଡି ନେତା ମନୋଜ ଝାଙ୍କୁ ହରିବଂଶଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲେ । ଦୁଇ ବିହାର ସାଂସଦଙ୍କ ମଧ୍ୟରେ ଲଢ଼େଇରେ ହରିବଂଶ ପୁଣି ଥରେ ବାଜି ମାରି ନେଇଛନ୍ତି । ବିଜୁ ଜନତା ଦଳ ହରିବଂଶଙ୍କୁ ସମର୍ଥନ ଦିଆଯାଇଛି ।

Harivansh Narayan Singh Elected As Rajya Sabha Deputy Speaker For Second Time

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି- ହରିବଂଶ ସମ୍ପୂର୍ଣ୍ଣ ଭାବେ ଏହି ପଦ ପାଇଁ ଯୋଗ୍ୟ । ଆଶା ଅଧ୍ୟକ୍ଷ ଅନୁପସ୍ଥିତିରେ ଗୃହ ପରିଚାଳନା ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହେବ ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ହୋଇପାରେ ବିଳମ୍ୱ: ୨୫ ଟ୍ରକ ପଥର ଜବତ

0

ଭରତପୁର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । କିନ୍ତୁ ରାଜସ୍ଥାନ ସରକାରଙ୍କ ନୂଆ ନିଷ୍ପତ୍ତି ନିର୍ମାଣ କାର୍ଯ୍ୟର ଗତି ଉପରେ ପ୍ରଭାବ ପକାଇବ । ସୂଚନା ଯୋଗ୍ୟ ଯେ, ରାମ ମନ୍ଦିର ନିର୍ମାଣ ନେଇ ବହୁ ବର୍ଷ ଧରି ବଂଶୀ ପାହାଡ଼ପୁରରୁ ପଠାଯାଉଥିବା ଗୋଲାପୀ ପଥର ଉପରେ ରାଜସ୍ଥାନ ସରକାର ରୋକ୍ ଲଗାଇଛନ୍ତି । ସୋମବାର ଭରତପୁର ଜିଲ୍ଲା ପ୍ରଶାସନ, ପୋଲିସ ଓ ବନ ବିଭଗର ମିଳିତ ଟିମ୍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଲାପୀ ପଥର ବୋଝେଇ ୨୫ ଟ୍ରକକୁ ଜବତ କରାଯାଇଛି । ରାମ ମନ୍ଦିର ନିର୍ମାଣ ନେଇ ଭରତପୁରର ବଂଶୀ ପାହାଡ଼ପୁରରୁ ପଥରଙ୍କୁ ନେଇ ବିଶେଷ କଥା ଏହା ଯେ, ଏ ଯାଏଁ ଏହି ପାହାଡ଼ର ପଥର ଖନନ ନେଇ ସରକାରଙ୍କ ପକ୍ଷରୁ କାହାକୁ ବି ଅନୁମତି ଦିଆଯାଇନାହିଁ ।

ଲିଜ୍ ନଥାଇ ପଥର ଖନନ ଚାଲିଥିଲା

ପ୍ରଶାସନ ତରଫରୁ ବଂଶୀ ପାହାଡ଼ପୁରରେ ହେଉଥିବା ଅବୈଧ ଖନନ ଉପରେ ରୋକ୍ ଲଗାଯାଇଛି । ଏହାପରେ ରାମ ମନ୍ଦିର ନିର୍ମାଣ ପାଇଁ ଯାଉଥିବା ପଥରରୁ ଅଯୋଧ୍ୟା ପଠାଯାଇପାରୁନାହିଁ । ଏହା ସହିତ ଏକ ବଡ଼ ପ୍ରଶ୍ନ ଏହା ଭି ଯେ, ଖନନ କରିବାକୁ ଅନୁମତି ସରକାରଙ୍କ ପକ୍ଷରୁ କାହାକୁ ବି ଦିଆଯାଇନାହିଁ । ତେବେ ଏଠାରେ କାହିଁକି ଖନନ ଚାଲିଥିଲା ତା’ହାକୁ ନେଇ ଏବେ ପ୍ରଶ୍ନ । ପୋଲିସ, ବନ ବିନବିଭାଗ କର୍ମଚାରୀଙ୍କ ଅସାଧୁ ମେଳି ଯୋଗୁଁ ଏଭଳି ଅବୈଧ ଖନନ ହେବା ସମ୍ଭବ ନୁହେଁ । ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରମ ମନ୍ଦିର ପାଇଁ ପଥର ବହୁ ସମୟ ଧରି ଯାଉଛି । ଯେତେବେଳେ କି ଖନନ ନେଇ କାହାକୁ ବି ଅନୁମତି ଦିଆଯାଇନାହିଁ ।

            ଅବୈଧ ଖନନ ବିରୋଧରେ କରାଯାଇଥିବ କାର୍ଯ୍ୟାନୁଷ୍ଠାନରେ ଜିଲ୍ଲା ପୋଲିସ ଅଧିକ୍ଷକ ଡ. ଅମନଦୀପ ସିଂହ କପୂର, ଜିଲ୍ଲାପାଳ ନଥମଲ ଡିଡେଲ ଏବଂ ଜିଲ୍ଲା ବନ ଅଧିକାରୀ ମୋହିତ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ ।

କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି