spot_img
Home Blog Page 6718

ରେକର୍ଡ କରୁଛି କରୋନା, ୨୪ ଘଣ୍ଟାରେ ପ୍ରାୟ ୨୫ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆନୂଆ ରେକର୍ଡ କରୁଛି କରୋନା । ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ହଜାର ସଂକ୍ରମିତ ହୋଇଥିବା ବେଳେ ୬ଶହରୁ ଅଧିକ ଜୀବନ ନେଇଛି କିଲର ଭାଇରସ୍‌ । ମହାରାଷ୍ଟ୍ରରେ ୨ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା, ସେପଟେ ଟେନସନ୍ ବଢାଉଛି ଦକ୍ଷିଣ ଭାରତ । ଏପଟେ ଓଡ଼ିଶାରେ ସଂକ୍ରମଣ ତ ବଢିଛି, ହେଲେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

ମୋଟାମୋଟି ଦେଖିବାକୁ ଗଲେ ଉପରମୁହାଁ ରହିଛି କରୋନାଗ୍ରାଫ୍ । ସଂକ୍ରମଣ ସ୍ପିଡ୍‌ରେ ଲାଗୁନି ବ୍ରେକ୍ । ଟେନସନ୍ ବଢାଇଛି ଜୁନ୍ ଯୁଦ୍ଧ । ରବିବାର ଗୋଟିଏ ଦିନରେ ୨୪ ହଜାର ୮୫୦ ସଂକ୍ରମିତ ହୋଇଥିବା ବେଳେ ୬ଶହରୁ ଅଧିକ ଜୀବନ ଯାଇଛି । ଦେଶରେ କରୋନା ସଂକ୍ରମଣର ଏପିକସେଣ୍ଟର ପାଲଟିଛି ମହାରାଷ୍ଟ୍ର । ଗୋଟିଏ ଦିନରେ ୭ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ଟପିଛି ୨ଲକ୍ଷ, ଯାଇଛି ୮ହଜାରରୁ ଅଧିକ ଜୀବନ ।

ସେପଟେ ଟେନ୍‌ସନ୍ ବଢାଇଛି ଦକ୍ଷିଣ ଭାରତ । ତାମିଲନାଡୁରେ ପଜିଟିଭ ସଂଖ୍ୟା ଲକ୍ଷେ ପାର ହୋଇଛି । ୨୪ ଘଣ୍ଟାରେ ଆସିଛି ୪ ହଜାରରୁ ଅଧିକ ମାମଲା । କରୋନା ଟେବୁଲରେ ଉପରକୁ ଉଠିଛି ତେଲେଙ୍ଗାନା । ଆଉ ତା’ ତଳକୁ ରହିଛି କର୍ଣ୍ଣାଟକ । କେବଳ ବେଙ୍ଗାଳୁରୁରେ ଗୋଟିଏ ଦିନରେ ହଜାରେରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଲକ୍ଷେ ଆଡକୁ ମୁହାଁଉଛି ଦିଲ୍ଲୀ ସଂକ୍ରମଣ ।

ରାଜ୍ୟରେ ବି ଜୁନ୍‌ରେ ବଢିଛି କରୋନା ସଂକ୍ରମଣ । ସଂଖ୍ୟା ବଢିଛି, ହେଲେ ଗମ୍ଭୀର ହୋଇନି ସ୍ଥିତି । ଦେଶର ଅନ୍ୟ ରାଜ୍ୟ ସହ ତୁଳନାତ୍ମକ ଚିତ୍ର ଦେଖିଲେ ବେଶ୍ ଜଣାପଡୁଛି, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ । ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ ପ୍ରଥମ ସଂକ୍ରମିତ । ଏହା ଭିତରେ ଦେଶ ବାହାରୁ ଓଡିଆ ଫେରିଛନ୍ତି, ଅଧିକ ସଂକ୍ରମିତ ରାଜ୍ୟରୁ ବି ବାହୁଡି଼ଛନ୍ତି ପ୍ରବାସୀ । ହେଲେ ରାଜ୍ୟ ସରକାରଙ୍କ ସୁନିୟନ୍ତ୍ରିତ କୋଭିଡ୍ ପରିଚାଳନା ପାଇଁ ଓଡିଶାରେ ଏବେବି ଗ୍ରାଫ୍ ତୁଳନାତ୍ମକ ଭାବେ କମ୍ ରହିଛି । ସଂକ୍ରମିତଙ୍କ ସଂଖ୍ୟାର ଦେଢଗୁଣରୁ ଅଧିକ ସୁସ୍ଥ ହୋଇଛନ୍ତି । ମୃତ୍ୟୁହାର ବି ଯଥେଷ୍ଟ କମ୍ । ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଓ ଚିକିତ୍ସା ସୁବିଧା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।

ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ଗଞ୍ଜାମ ପ୍ଲାନ୍

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ଗଞ୍ଜାମ ପ୍ଲାନ୍ । ହାରିବ ଭୂତାଣୁ, ଜୀତିବ ଜୀବନ । ଗଞ୍ଜାମ କରୋନା ଯୁଦ୍ଧରେ ସେନାପତି ସାଜିଛନ୍ତି ୨ ବରିଷ୍ଠ ଆଇଏଏସ୍‌ ଅଧିକାରୀ । ଭଂଜନଗର ଓ ଛତ୍ରପୁରରୁ ସଂକ୍ରମଣ ରୋକିବାକୁ କରିବେ ସମରସଜ୍ଜା, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଏଥିସହ ୬ଜଣ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଭୂତାଣୁକୁ ତୃଣମୂଳସ୍ତରରୁ ମାତ୍ ଦେବାକୁ ହୋଇଛି ପ୍ରସ୍ତୁତି । ବିଭିନ୍ନ ପଞ୍ଚାୟତରେ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍‌ରେ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ କରାଯିବ । ଜିଲ୍ଲାର ୨୨ଟି ବ୍ଲକକୁ ସିଲ୍ କରାଯାଇଛି । ବ୍ୟାରିକେଡ୍ କରାଯାଇ ଲୋକଙ୍କୁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ କୋଭିଡ୍ ଗାଇଡଲାଇନ୍‌ର କଡ଼ାକଡ଼ି ପାଳନ ସହ ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ପାର ହୋଇଛି । ଆଉ ୨୦ ଛୁଇଁଛି ମୃତ୍ୟୁସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଏଥିସହ କରୋନା ଯୋଦ୍ଧାଙ୍କ ପାଇଁ ସବୁ ଅଫିସରେ କୋଭିଡ୍ ମନିଟର ରଖାଯାଇଛି । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମକୁ କଡାକଡ଼ି ଭାବେ ପାଳନ ଉପରେ ଜୋର ଦିଆଯାଉଛି ।

ସୁଶାନ୍ତ ତାଙ୍କ ଭଉଣୀଙ୍କ ପାଇଁ ଲେଖିଥିଲେ ଏକ ବିଶେଷ ନୋଟ୍, ସୋସିଆଲ ମିଡିଆରେ ହେଲା ଭାଇରାଲ

ନୂଆଦିଲ୍ଲୀ: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ଫ୍ୟାନ୍‌ । ପ୍ରଶଂସକଙ୍କ ପରି ସୁଶାନ୍ତଙ୍କ ପରିବାର ମଧ୍ୟ ବହୁତ ଦୁଃଖରେ ଦିନ କାଟୁଛନ୍ତି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଆମେରିକାରେ ରୁହନ୍ତି । ଏବଂ ଶ୍ୱେତା ସୁଶାନ୍ତଙ୍କ ୟାଦରେ ତାଙ୍କ ଭାଇଙ୍କ ସହ ଜଡିତ ଥିବା ଅନେକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତଙ୍କ ହାତଲେଖା ଦେଖିବାକୁ ମିଳିଛି । ଏହି ନୋଟ୍ ସାହାଯ୍ୟରେ ସୁଶାନ୍ତ ତାଙ୍କ ଭଉଣୀଙ୍କୁ ମୋଟିଭେଟ କରିବାକୁ ଚେଷ୍ଟା କରିଛନ୍ତି।

କିଛି ଦିନ ପୂର୍ବରୁ ସୁଶାନ୍ତ ତାଙ୍କ ଭଉଣୀକୁ ଏହି କାର୍ଡ ଦେଇଥିଲେ । ଏହି କାର୍ଡରେ ଏକ ପ୍ରେରଣାଦାୟକ ବାର୍ତ୍ତା ଦେଖିବାକୁ ମିଳେ । ଏହା ବ୍ୟତୀତ ଶ୍ୱେତା ଅନ୍ୟ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ସୁଶାନ୍ତଙ୍କ ବିଷୟରେ ତାଙ୍କ ପୁଅଙ୍କ ସହ ବାର୍ତ୍ତାଳାପ ବାଣ୍ଟିଥିଲେ । ଏବଂ ସେ ପ୍ରଶଂସକମାନଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଥିଲେ ଯେ ସମସ୍ତେ ଶକ୍ତିଶାଳୀ ହେବା ଆବଶ୍ୟକ । ସେ ଲେଖିଛନ୍ତି, ଯେତେବେଳେ ମୁଁ ମୋ ପୁଅ ନିର୍ବାଣଙ୍କୁ କହିଲି ଯେ ମାମୁଁ ଆଉ ନାହାଁନ୍ତି, ସେ ମୋତେ କହିଥିଲେ ଯେ ସେ ତୁମ ହୃଦୟରେ ଜୀବିତ ଅଛନ୍ତି ।

https://www.instagram.com/team_sushant_singh_rajput/?utm_source=ig_embed

୨୦୨୧ ପୂର୍ବରୁ ଆସି ନ ପାରେ କରୋନା ଟିକା, ପଛକୁ ହଟିଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ସଂକଟରେ ଏବେ ପୁରା ବିଶ୍ୱ । କରୋନା ଟିକାକୁ ନେଇ ଚାଲିଛି ପରୀକ୍ଷା ନିରୀକ୍ଷା । ପୂର୍ବରୁ ICMR କହିଥିଲା କି କରୋନା ଟିକା ଅଗଷ୍ଟ ୧୫ରେ ମିଳିବାର ସମ୍ଭାବନା ରହିଛି, କିନ୍ତୁ ସେଥିରେ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ICMRର ଏହି ପ୍ରକାଶ ପରେ ଅନେକ ସଂଗଠନ ଏବଂ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ କହିଛି ଯେ ୨୦୨୧ ପୂର୍ବରୁ ଏହି ଟିକା ବ୍ୟବହାର ହେବାର ସମ୍ଭାବନା ନାହିଁ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ୧୪୦ଟି ଟିକା ମଧ୍ୟରୁ ୧୧ ଟି ମାନବ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି । କିନ୍ତୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହାର ବ୍ୟାପକ ବ୍ୟବହାର ପାଇଁ କୌଣସି ସୁବିଧା ନାହିଁ ।

ମଣିଷ ଉପରେ ପରୀକ୍ଷା ପାଇଁ ୧୧ ଟି ଟିକା ପ୍ରସ୍ତୁତ ହୋଇଛି । ସେଥିରୁ ଦୁଇଟି ଭାରତ ରିଆରି କରିଛି । ଗୋଟିଏ ICMR ଏବଂ ବାୟୋଟେକ୍ ମିଳିତ ଭାବରେ ତିଆରି କରିଛନ୍ତି । ଏବଂ ଅନ୍ୟଟି ଜାୟଡସ୍ କୋଡିଲା ଦ୍ୱାରା ନିର୍ମିତ ହୋଇଛି । ମନ୍ତ୍ରଣାଳୟ ରବିବାର କହିଛି ଯେ ୬ଟି ଭାରତୀୟ କମ୍ପାନୀ ଏହି ଟିକା ଉପରେ କାମ କରୁଛନ୍ତି । ICMR ର ‘କୋଭାକ୍ସିନ୍’ ମଧ୍ୟ ମାନବ ପରୀକ୍ଷା ପାଇଁ ପ୍ରସ୍ତୁତ ଏବଂ ଏହାକୁ ଅନୁମୋଦନ କରାଯାଇଛି ।

ଯେତେବେଳେ ICMR ଦାବି କଲା ଯେ କରୋନା ଟିକାକୁ ୧୫ ଅଗଷ୍ଟ ସୁଦ୍ଧା ବ୍ୟବହାର କରିବାକୁ ଚେଷ୍ଟା କରାଯିବ । ଗୋଟିଏ ଦିନ ପରେ, ବୈଜ୍ଞାନିକ ଏବଂ ଶିଳ୍ପ ବିକାଶ ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ଅନେକ କ୍ଲିନିକାଲ ପରୀକ୍ଷା କରିବାକୁ ପଡିବ । ଗୋଟିଏ ବର୍ଷ ପୂର୍ବରୁ ଟିକା ଆଣିବା ସମ୍ଭବ ନୁହେଁ । ଏଥି ସହିତ, ICMR କହିଛି ଯେ କରୋନା ପରି ବିପଜ୍ଜନକ ରୋଗର ଟିକାକରଣ ପାଇଁ କ୍ଲିନିକାଲ ପରୀକ୍ଷା ଆବଶ୍ୟକ ଏବଂ ଏହା ସମଗ୍ର ବିଶ୍ୱରେ ଫାଷ୍ଟ ଟ୍ରାକରେ କରିବାକୁ ଚେଷ୍ଟା କରୁଛି ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଉତ୍ତେଜନା, ବାହାର ଗାଁ ଲୋକଙ୍କୁ ନରଖିବାକୁ ଦାବି

ରାୟଗଡ଼ା: କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଉତ୍ତେଜନା । ବହାର ପଞ୍ଚାୟତର ଲୋକଙ୍କୁ ଗାଁରେ ପୁରେଇ ଦେବେନି କହିଲେ ଗ୍ରାମବାସୀ । ସଂଙ୍ଗରୋଧ କେନ୍ଦ୍ର ସମ୍ମୁଖରେ ଗ୍ରାମବାସୀଙ୍କ ହୋହଲ୍ଲା । ଏଭଳି ଏକ ଅଘଟଣ ଘଟିଛି ରାୟଗଡ଼ ଜିଲ୍ଲା ଗୁଣୁପୁର କୁଜୈନ୍ଦ୍ର ସଙ୍ଗରୋଧ କେନ୍ଦ୍ରରେ ।

ଜଣେ କରୋନା ସନ୍ଦିଗ୍ଧ ସଙ୍ଗରୋଧରୁ ବାହାରି, ୧୨ କିମି ଚାଲି ଚାଲି ଯାଇଥିଲେ । ଏହି ଘଟଣା ପରେ ଉତ୍ତେଜନା ଦେଖାଯାଇଛି । କ୍ୱାରେଣ୍ଟାଇନ ସେଣ୍ଟରକୁ ଘେରାଉ କରିଥିଲେ ଗ୍ରାମବାସୀ । ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ କୌଣସି ପଞ୍ଚାୟତର ଲୋକଙ୍କୁ ରଖିବାକୁ ଗାଁ ଲୋକେ ବିରୋଧ କରିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ।

quarantine Centre

ତେବେ ଗାଁ ଲୋକଙ୍କ ହୋ-ହଲ୍ଲା ଖବର ପାଇ ଘଟଣାସ୍ଥଳରେ ଗୁଣୁପୁର ତହସିଲଦାର, ବିଡିଓ ଓ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଜଣେ କରୋନା ସନ୍ଦିଗ୍ଧ ସଙ୍ଗରୋଧ କେନ୍ଦ୍ର ଛାଡ଼ି ପଳାଇଥିଲେ ।

ବର୍ଷେ ହେଲା ଚାଲିଗଲେଣି ରୁକ୍ମଣୀ, ହେଲେ ଏବେ ତାଙ୍କ ଟିପ ଚିହ୍ନ ବଞ୍ଚିଛି..!

ଭଦ୍ରକ: ସାମାଜିକ ସୁରକ୍ଷା ଯୋଜନାରେ ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମିଳୁଛି ମଧୁବାବୁ ପେନସନ୍ । ଏଥିପାଇଁ ଅର୍ଥ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ହେଲେ ଅନେକ ପଞ୍ଚାୟତରେ ଉପଭୋକ୍ତଙ୍କ ମୃତ୍ୟୁ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । ପେନସନ୍ ଟଙ୍କାକୁ ମାସ ମାସ ଧରି ହଡପ କରୁଛନ୍ତି ବିଭାଗୀୟ ଅଧିକାରୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ବ୍ଲକ କଲେଇ ପଞ୍ଚାୟତରୁ । ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଛି ଏମିତି ସଂଗୀନ ତଥ୍ୟ ।

Bhatta Hadap

ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହି ପଞ୍ଚାୟତରେ ୭୭୫ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ମିଳୁଛି । ତେବେ ପ୍ରାୟ ଏକବର୍ଷ ହେଲା ୩୦ରୁ ଅଧିକ ହିତାଧିକାରୀଙ୍କ ମୃତ୍ୟୁ ହୋଇସାରିଲାଣି । ହେଲେ ସେମାନଙ୍କ ଟିପ ଚିହ୍ନରେ ଟଙ୍କା ଉଠୁାଯାଉଛି । ସୂଚନା ଅଧିକାର ଆଇନ ବଳରେ ପ୍ରକୃତ ତଥ୍ୟ ଏବେ ପଦାକୁ ଆସିଛି । ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଆସୁଥିବା ଏହି ଟଙ୍କାକୁ କିଏ ଖାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।

Bhatta Hadap୧୧ ମାସ ତଳେ ରୁକ୍ମିଣୀ ଜେନାଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ରହିଛି । ହେଲେ ଏବେ ବି ତାଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଛି । ଏନେଇ ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । ତାଙ୍କର ଟିପ ଚିହ୍ନ ଦିଆଯାଇ ଏହି ଟଙ୍କା ଉଠାଯାଉଛି ବୋଲି ଜଣାପଡ଼ିଛି ।

Bhatta Hadap

ଏହି ତଥ୍ୟ ସମ୍ପର୍କରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବା ପରେ ଘଟଣାର ଖୁବଶିଘ୍ର ତଦନ୍ତ କରି କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଏତଇଣଷ ଏଥିରେ ବିଭାଗୀୟ କର୍ମଚାରୀ ସଂପୃକ୍ତ ଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି ।

ହିତକର ମାଛ ନୁହେଁ, ବିଷଧର ମାଛ-ଶୁଖୁଆ କିଣୁଛେ ପରିବାର ପାଇଁ !

ପାରାଦୀପ: ଆତଙ୍କ ଖେଳାଇଛି କରୋନା ଭୂତାଣୁ । ମହାମାରୀଠାରୁ ସତର୍କ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଏଭଳି ପରିସ୍ଥିତିରେ ଆମେ ହିତକର ଖାଦ୍ୟ ବଦଳରେ ଘରକୁ ବିଷ କିଣି ଆଣୁଛେ । ଅଜାଣତରେ ପୁରା ପରିବାରକୁ ବିଷ୍ ଦେଉଛେ । ଆଉ ଏହି ବିଷ ସ୍ଲୋ-ପଏଜନ୍‌ ଭଳି କାମ କରୁଛି ।

Fishସାଧାରଣତଃ ଅଧିକାଂଶ ଲୋକ ବ୍ରଏଲର ବଦଳରେ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ମାଛ ଅତି ସହଜରେ ବଜାରରେ ମିଳିଥାଏ । ମାଛ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ହେଲେ ଆମେ ଘରକୁ ଯେଉଁ ମାଛ କିଣି ଆଣୁଛେ ସେଥିରେ ବିଷ ରହୁଛି । କାରଣ ମାଛକୁ ସତେଜ ବା ତାଜା ରଖିବା ପାଇଁ ବ୍ୟବସାୟୀମାନେ ଏକ କେମିକାଲ ବ୍ୟବହାର କରୁଛନ୍ତି । ଯାହାକି ଶରୀର ପାଇଁ ବିଷ ଭଳି କାମ କରେ । ଏନେଇ ନନ୍ଦିଘୋଷ ଟିଭିର ଏକ ଟିମ୍‌ ଗ୍ରୁଉଣ୍ଡ ଜିରୋରେ ପହଞ୍ଚି ଖବର ସଂଗ୍ରହ କରିଛି ।

Fish

ପାରାଦୀପ ଷଣ୍ଢକୁଦ ବସ୍ତିର ଏକ ଶୁଖୁଆ ଖଳା ରହିଛି । ଶୁଖୁଆକୁ ଶୁଖାଇବା ପାଇଁ ବ୍ୟବହାର ହେଉଛି ଫାର୍ମାଲିନ ଡିହାଇଡିନ୍ କେମିକାଲ୍‌ । କୁଣ୍ଡରେ ପାଣି ସହ କେଇଠିପି ମିଶାଇ ବୁଡାଇଦେଲେ ଶୁଖୁଆ ଖୁବଶିଘ୍ର ଶୁଖିଯାଏ । ଚମଡା ଓ ପ୍ଲାଷ୍ଟିକ କାରଖାନା ଏବଂ ଶବ ସଂରକ୍ଷଣରେହ ବ୍ୟବହାର ହେଉଥିବା ଏହି କେମିକାଲ, ଆମ ଶରୀରର କେତେ କ୍ଷତି ପହଞ୍ଚାଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

Fish

ଖାଲି ସେତିକି ନୁହେଁ ବେନଜେନ୍ କୋଲିୟମ କ୍ଲୋରାଇଡ୍ ମଧ୍ୟ ପାଣିରେ ମିଶାଯାଉଛି । ଆଉ ସେଥିରେ ମାଛକୁ ବୁଡ଼ାଯାଉଛି । ମାଛକୁ ଦେଶୀ ମାଛର ରୂପ ଦେବା ସହ ତଟ୍‌କା ରଖିବାକୁ ଏହି କେମିକାଲ ବ୍ୟବହାର କରାଯାଉଛି । ସାଧାରଣତଃ ଏହି କେମିକାଲକୁ ଦାନ୍ତ ସଫା କରିବା ପାଇଁ ବ୍ୟବହାର ହୁଏ । ବାହାରୁ ୮୨ ରୁ ୧୧୨ ଟଙ୍କାରେ କିଣି କେମିକାଲ ମିଶାଇ ବଜାରରେ ୧୮୦ ରୁ ୨୫୦ ଟଙ୍କାରେ ଏହା ବିକ୍ରି ହୋଇଥାଏ ।

Paradip Fish

ପାରାଦୀପ ମାଛଧରା ବନ୍ଦରରେ ଦୈନିକ ୨୦ ରୁ ୩୫ଟି ବୋଟ୍ ଲାଗୁଛି । ୨ ଶହରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ବାଲିପ୍ଲଟରେ ଲାଗୁଛି । ପ୍ରତିଦିନ ୨୫୦ ଟନ୍‌ରୁ ଉର୍ଦ୍ଧ୍ୱ ମାଛ ଏଠାକୁ ଆସିଥାଏ । ଏହି ମାଛକୁ କିଛି ଅସାଧୁ ବ୍ୟବସାୟୀ କେମିକାଲ ମିଶାଇ ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି । ସେପଟେ ଅଭିଯୋଗକୁ ସ୍ଥାନୀୟ ମାଛ ଉତ୍ପାଦନ ସଂଘ, ଜାଣିନାହିଁ କହି ଏଡ଼ାଇ ଯାଇଥିବାବେଳେ, ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି ପାରାଦୀପ ଅତିରିକ୍ତ ଫିସେରି ଅଧିକାରୀ ଓ ମତ୍ସ୍ୟ ଚାଷ ନିର୍ଦ୍ଦେଶକ ।

ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପୃଥିବୀ କମ୍ପିଲା, ଗୁଜୁରାଟ ଏବଂ ମିଜୋରାମରେ ଭୂକମ୍ପ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ରବିବାର ସକାଳେ ଲଦାଖରେ ଭୂକମ୍ପ ହୋଇଥିଲା । ତା ପରେ ସନ୍ଧ୍ୟାରେ ଗୁଜୁରାଟ ଏବଂ ମିଜୋରାମରେ ୧୫ ମିନିଟର ବ୍ୟବଧାନରେ ଭୂକମ୍ପ ହୋଇଛି । ରବିବାର ସନ୍ଧ୍ୟାରେ ଗୁଜୁରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ହୋଇଛି । ସନ୍ଧ୍ୟା ୫ଟା ୧୧ ରେ କଚ୍ଛରେ ଭୂକମ୍ପ ହୋଇଥିଲା । ତାର ୧୫ ମିନିଟ୍ ପରେ ମିଜୋରାମରେ ମଧ୍ୟ କମ୍ପନ ଅନୁଭୂତ ହେଲା । ଗୁଜୁରାଟର କଛ ଅଞ୍ଚଳରେ ସନ୍ଧ୍ୟାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ଜଣାପଡ଼ିଛି । ଭୂକମ୍ପର କେନ୍ଦ୍ରବିନ୍ଦୁ ଭଚଓ ନିକଟରେ ରହିଲା ବୋଲି ଜଣାପଡ଼ିଛି । କଚ୍ଛ ପରେ ମିଜୋରାମର ଚମ୍ପାଇ ଜିଲ୍ଲାରେ ମଧ୍ୟ ଏକ ଭୂକମ୍ପ ହୋଇଥିଲା ଯେଉଁଠାରେ ଏହାର ତୀବ୍ରତା ୪.୬ ଥିଲା ।

ଏହାପୂର୍ବରୁ ଆଜି ଲଦାଖର କାର୍ଗିଲରେ ୩.୩୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୪.୭ ଥିଲା । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୪୩୩ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଥିଲା ବୋଲି ସୂଚନା ଦେଇଛି । ଭଲ କଥା ହେଉଛି ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ ।

କେବଳ ଏତିକି ନୁହେଁ, ଜୁଲାଇ ୩ ତାରିଖ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପନ ଅନୁଭୂତ ହୋଇଥିଲା। ସନ୍ଧ୍ୟା ୭ ଟା ସମୟରେ ଆସିଥିବା ଏହି ଭୂକମ୍ପର ତୀବ୍ରତା ୪.୫ ରେ ରେକର୍ଡ କରାଯାଇଥିଲା । ଲଦାଖ ଅଞ୍ଚଳରେ କମ୍ପନ ଅନୁଭୂତ ହେବାର ଅଳ୍ପ ସମୟ ପରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଭୂକମ୍ପର ତୀବ୍ରତାର ଅର୍ଥ କ’ଣ, ଏହା କେତେ ପ୍ରଭାବ ପକାଇଥାଏ ?

– ୦ ରୁ ୧.୯ ରିକ୍ଟର ସ୍କେଲରେ ଯେତେବେଳେ ଭୂକମ୍ପ ହୁଏ ସେତେବେଳେ ଭୂକମ୍ପ ଦେଖାଏ ରିକ୍ଟର ସ୍କେଲରେ ଦେଖାଇଟାଏ ।

– ୨ ରୁ ୨.୯ ରିକ୍ଟର ସ୍କେଲରେ ଭୂକମ୍ପ ହେଲେ ସାମାନ୍ୟ କମ୍ପନ ଅନୁଭୂତ ହୁଏ ।

– ୩ ରୁ ୩.୯ ରିକ୍ଟର ସ୍କେଲରେ ଭୂକମ୍ପ ହେଲେ ପାଖରେ ଟ୍ରକ ଗଲାଭଳି ଅନୁଭବ ହୁଏ ।

– ୪ ରୁ ୪.୯ ରିକ୍ଟର ସ୍କେଲରେ ହେଲେ ଝରକା ଭାଙ୍ଗିବା ସହ କାନ୍ଥ ପଡ଼ିପାରେ ।

– ୫ ରୁ ୫.୯ ସ୍କେଲରେ ଭୂକମ୍ପ ହେଲେ ଘରେ ଥିବା ସମସ୍ତ ଜିନିସ ଭାଙ୍ଗିବା ସହ ସବୁ ଏପଟ ସେପଟ ହୋଇଯାଏ ।  

ବର୍ଷାରେ ଧୋଇଯାଇଛି ଘର, ପର ପିଣ୍ଡାରେ ରାତି କାଟୁଛି ପୁରା ପରିବାର

ସମ୍ବଲପୁର: ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । କିନ୍ତୁ ସମ୍ବଲପୁର ଜିଲ୍ଲା ଡାକରା ପଞ୍ଚାୟତରେ ଏଥିରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଛନ୍ତି । ଏମତି କି ପ୍ରଶାସନକୁ ଗୁହାରି କରି ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଲୋକେ । ସେମିତି ଜଣେ ହିତାଧିକାରୀ ହେଉଛନ୍ତି ଡାକରା ଗାଁ ହରିଜନପଡ଼ାର ମାନସ ଦୀପ ।

Sambalpu Abas

ଯେଉଁଠି ରନ୍ଧା ସେଠି ଶୟନ । ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ମିଳିନି ସରକାରୀ ଆବାସ । ଅଭିଯୋଗ ପରେ ବି ଫଳ ଶୂନ । ସମ୍ବଲପୁର ଜିଲ୍ଲା ଡାକରା ଗାଁ ହରିଜନପଡ଼ାର ମାନସ ଦୀପ । ବର୍ଷା ଆଗରୁ ଭାଙ୍ଗି ଯାଇଛି ତାଙ୍କର ଘର । ସେହିଦିନରୁ ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ପୂରା ପରିବାର । ଯଦି ବର୍ଷା ହୁଏ ତେବେ, ପୁରା ପରିବାରକୁ ରାତି ଅନିଦ୍ରା ହେବାକୁ ପଡ଼ିଥାଏ । ନଚେତ୍‌ ପରଘର ପିଣ୍ଡାରେ ମୁଣ୍ଡଗୁଞ୍ଜିବାକୁ ପଡ଼େ ।

Sambalpu Abas

ଅର୍ଥାଭାବ ଯୋଗୁଁ ସେ ଘର ନିର୍ମାଣ କରିବାରେ ଅସମର୍ଥ । ଆବାସ ଯୋଜନା ପାଇଁ ବାରମ୍ବର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ତାଙ୍କ କଥା ।

Sambalpu Abas

କେବଳ ମାନସଙ୍କ ପରିବାର ନୁହନ୍ତି, ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ଘର ପାଇନାହାନ୍ତି । ସରକାରୀ ସହାୟତା ପାଇଁ ସେମାନେ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ସେମାନେ ଘର  ଖଣ୍ଡିଏ ପାଇପାରି ନାହାନ୍ତି ।

ତେବେ ଏନେଇ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା କଥା, କୋଭିଡ୍‌ କଟକଣା ପାଇଁ ଘର ମିଳିପାରି ନାହିଁ । ବିଡିଓଙ୍କ ନିର୍ଦ୍ଦେଶ ଆସିଲେ ଖୁବଶିଘ୍ର ସେମାନଙ୍କୁ ଘର ଯୋଗାଇ ଦିଆଯିବ ।

ଡାକ୍ତର ନୁହେଁ ଏଠି ଗୁଣିଆ ଭଲ କରୁଛି ରୋଗ ! ଲୋକଙ୍କ ବିରୋଧ, ଥାନାରେ ମମଲା…

କେନ୍ଦ୍ରାପଡ଼ା: ଏବେ ବି ରହିଛି ଅନ୍ଧ ବିଶ୍ୱାସ । ଗୁଣିଗାରେଡ଼ିକୁ ଲୋକମାନେ କରୁଛନ୍ତି ବିଶ୍ୱାସ । ଏଭଳି ଏକ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଖରିନାସୀ ଗାଁରେ । ଗୋଟିଏ ପରିବାରର ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେମାନେ ଗୁଣିଆର ସାହାରା ନେଇଛନ୍ତି । ଆଉ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଖରିନାସୀ ଗାଁର ବିଶ୍ୱନାଥ ମଣ୍ଡଳଙ୍କ ପତ୍ନୀ ଓ ପୁଅର ଦେହ ଭଲ ରହୁନଥିବାରୁ ସେ ଜଣେ ଗୁଣିଆର ପରାମର୍ଶ ନେଇଥିଲେ । ଗୁଣିଆ ଜଣଙ୍କ ତାଙ୍କ ଘରକୁ ଆସି ବିଭିନ୍ନ ପୂଜାର୍ଚ୍ଚନା କରିବା ସହ ଝଡ଼ାଫୁଙ୍କା କରିଥିଲା ।

https://www.facebook.com/NandighoshaTV/videos/308394123665804/

ଯାହା ଫଳରେ ଏହାକୁ ପଡ଼ୋଶୀ ବିରୋଧ କରିଥିଲେ । ବିଶ୍ୱନାଥ ଡାକ୍ତରଙ୍କ ପରାମର୍ଶ ନେବା ବଦଳରେ ଗୁଣିଆର ପରାମର୍ଶ କାହିଁକି ନେଇଥିଲେ ବୋଲି ପଡ଼ୋଶୀ ପ୍ରଶ୍ନ କରିଥିଲେ । ଏମିତିକି ଗୁଣିଆର ପୂଜାର୍ଚ୍ଚନାକୁ ମଧ୍ୟ ବିରୋଧ କରିଥିଲେ ।

ଖାଲି ସେତିକି ନୁହେଁ ଗାଁରେ ଗୁଣିଆକୁ କିଛି ଲୋକ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ବିରୋଧ କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏବଂ ବିରୋଧ କରୁଥିବା ଲୋକମାନେ ଗୁଣିଆକୁ ଏକ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ମାମଲା ଥାନାରେ ପହଞ୍ଚିଛି ।