spot_img
Home Blog Page 6720

ଅନଲକ୍ ୩.୦ରେ ଆସିଲା ବ୍ୟାଙ୍କ ଓ ବିମା କମ୍ପାନୀଙ୍କ ନୂଆ ନିର୍ଦ୍ଦେଶନାମା, ପୁଣି ଚାର୍ଜ କରିବେ ମିନିମମ୍ ବାଲାନ୍ସ ଫି’, ଜାଣନ୍ତୁ ବଦଳିଲା କେଉଁ ନିୟମ….

0

ଅବାଧ୍ୟ କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଓ ସଟଡାଉନ୍ ଦେଶର ଆର୍ଥିକ ମେରୁଦଣ୍ଡକୁ ଯେ ପ୍ରଭାବିତ କରିଛି ଏକଥା କହିବାର ଆବଶ୍ୟକତା ନାହିଁ । ଲୋକଙ୍କର ଖର୍ଚ୍ଚ କ୍ଷମତା କମିଛି, ବଜାର ଦୁର୍ବଳ ହୋଇଛି ଓ ଅର୍ଥ ବ୍ୟାପାରର ପରିମାଣରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ଏହି କ୍ରମରେ ବ୍ୟାଙ୍କଗୁଡିକ ମଧ୍ୟ ଅତି କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ଗ୍ରାହକଙ୍କ ଆର୍ଥିକ ବୋଝକୁ କମାଇବା ପାଇଁ ସରକାର ବ୍ୟାଙ୍କ ଉପରେ ଅନେକ ଆର୍ଥିକ କଟକଣା ନଦିଥିଲେ । ଏବେ ଅନଲକ୍ ପ୍ରକ୍ରିୟାରେ ସେସବୁ କ୍ରମାଗତ ଭାବେ କୋହଳ ହେଉଛି ।

ଏଣିକି ସାଧାରଣ ଲୋକେ ପୁଣି ଥରେ ବ୍ୟାଙ୍କ ତରଫରୁ ଲାଗୁ ହେଉଥିବା ମିନିମମ୍ ବାଲାନ୍ସ ଚାର୍ଜ ଦେବାକୁ ବାଧ୍ୟ । ମୋରାଟୋରମ୍ ସୁବିଧା ବି ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବନି । ଏହା ସର୍ତ୍ତଭିତ୍ତିକ ହେବ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଆକ୍ସିସ୍ ବ୍ୟାଙ୍କ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଆଲବିଏଲ୍ ବ୍ୟାଙ୍କ ଗ୍ରାହକଙ୍କଠାରୁ ପୁଣି ଥରେ ମିନିମମ୍ ବାଲାନ୍ସ ଚାର୍ଜ ନେବା ନେଇ ଘୋଷଣା କରିଛନ୍ତି । ବିତ୍ତୀୟ ସ୍ଥିତି ଦୁର୍ବଳ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଆଗାମୀ ସମୟରେ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟ ଅତିକମରେ ମିନିମମ୍ ବାଲାନ୍ସ ଚାର୍ଜ କରିପାରନ୍ତି ବୋଲି ଚର୍ଚ୍ଚା ଧରୁଛି ।

ସେହିଭଳି ବିମା କମ୍ପାନୀ ମଧ୍ୟ ପୁଣି ଥରେ କରୋନାଜନିତ ଅସ୍ଥାୟୀ ବିତ୍ତୀୟ ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରିବା ନେଇ ପ୍ରକାଶ କରିଛି । ବିଶେଷ ଭାବେ ଦୁଇ ଓ ଚାରିଚକିଆ ଯାନର ବିମା କରୁଥିବା ସଂସ୍ଥା ଆର୍ଥିକ ନୀତିରେ ସାମାନ୍ୟ ବଦଳି କରିଛନ୍ତି । ଥାର୍ଡ ପାର୍ଟି ଡ୍ୟାମେଜ୍ ଓ ଓନ୍ ଡ୍ୟାମେଜ୍ କ୍ଷେତ୍ରରେ କୋଭିଡ୧୯ ବେଳେ ଥିବା ନିୟମକୁ ବୀମା କମ୍ପାନୀ ବଦଳାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା ବେଳେ ଏହି ନିୟମରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ଥ କରିବା ପାଇଁ ନିୟମ ସାମାନ୍ୟ ବଦଳିଥିଲା  । ହେଲେ ଏବେ ପୁଣି ନିୟମ ପୂର୍ବ ସ୍ଥିତିକୁ ଫେରିଛି । ତେବ ବଦଳିଥିବା ସମସ୍ତ ନିୟମ କାନୁନ ଚଳିତ ମାସ ଅଗଷ୍ଟ୧ରୁ ଲାଗୁ ହୋଇଛି ।

ମହାମାରୀ ସମୟରେ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ବିଏମ୍‌ସି କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଲଢ଼େଇ ନେଇ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏହାକୁ ପାଳନ କରିବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପରାମର୍ଶ । ଏଥିସହିତ କରୋନା ମହାମାରୀ ସମୟରେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ମଧ୍ୟ କମିଶନର ଅପିଲ୍ କରିଛନ୍ତି । ଥରକେ ୩ ରୁ ୪ ଦିନ ପାଇଁ ସଉଦା କିଣିବା ସହିତ ଅନ୍‌ଲାଇନ୍ ଡେଲିଭରୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି କମିଶନର । ଏଥିସହିତ ଗହଳି ଥିବା ସ୍ଥାନରୁ ଦୂରେଇ ରହିବା ସହ ଯେତେଦୂର ସମ୍ଭବ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କହିଛନ୍ତି । ଯାହା ଫଳରେ ସଂକ୍ରମଣର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ । ଏଥିସହିତ ମହାମାରୀ ସମୟରେ କୌଣସି ପ୍ରକାର ଗୁଜବ ପ୍ରଚାରରେ ବିଶ୍ୱାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରେମ ଚନ୍ଦ୍ର ଚୌଧୁରୀ ।

          ଏଥିସହିତ ବସ୍ତି ଅଞ୍ଚଳରେ ସଂକ୍ରମଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିସହିତ କିଛି ବସ୍ତି ପକ୍ଷରୁ ନିଜ ଅଞ୍ଚଳରୁ ନିଜ ପକ୍ଷରୁ ସାନିଟାଇଜେସନ୍ କରାଯାଉଥିବା ମଧ୍ୟ କହିଛନ୍ତି କମିଶନର ।

ଅପରପକ୍ଷରେ ରାଜଧାନୀରେ ବଜାର ଅଞ୍ଚଳ ଏବେ ସବୁଠୁ ଚ୍ୟାଲେଞ୍ଜିଂ ହୋଇଛି । ୟୁନିଟ ୱାନ୍ ହାଟ ହେଉ କି ମାର୍କେଟ ବିଲଡିଂ କିମ୍ବା ମାଛ ମାର୍କେଟ, ସବୁଠି ସଂକ୍ରମଣର ଭୟ ସର୍ବାଧିକ । ଆଳୁ ଗଦିରେ ଜଣଙ୍କ ଠାରୁ ୪୧ଜଣ ସଂକ୍ରମିତ ହୋଇଥିବା ବେଳେ ଚାରି ନମ୍ବର ମାଛ ମାର୍କେଟରେ କେବଳ ୨୧ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିପାଇଁ ଭୁବନେଶ୍ୱର ମହାନଗର ଭୁବନେଶ୍ୱରର ସବୁ ମାର୍କେଟ ସଂଘ ସହ ଆଲୋଚନା କରିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ହେଲେ ବଜାର ଅଞ୍ଚଳରେ ସଂକ୍ରମଣକୁ ରୋକିବାକୁ ବ୍ୟବସାୟୀ ସଂଘର ଦାୟିତ୍ୱ ଯେତିକି ସାଧାରଣ ଲୋକଙ୍କ ମଧ୍ୟ ସେତିକି ଦାୟିତ୍ୱ ରହିଛି । ବଜାରରେ ଅଯଥା ଭିଡ଼ ନକରି ସାମାଜିକ ଦୂରତା ଓ ମାସ୍କ ନିଶ୍ଚୟ ପିନ୍ଧିବାକୁ ଆଜି ପୁଣି ଥରେ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହିତ ବାରମ୍ବାର ହାଟ ବଜାର ଯିବା ପରିବର୍ତ୍ତେ ଅନଲାଇନ ସପିଂ ସୁରକ୍ଷିତ ବୋଲି ବିଏମସି କହିଛି । ବସ୍ତି ଅଞ୍ଚଳରେ ସ୍ଥିତି ସୁଧୁରୁଛି । ଘରୋଇ ହସ୍ପିଟାଲଗୁଡିକ ଏବେ ବି ଚ୍ୟାଲେଞ୍ଜଂ । ବୟସ୍କ ଓ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟାରେ ଥିବା ବ୍ୟକ୍ତିମାନେ ସଚେତକ ଆପର ସହଯୋଗ ନେବାକୁ ବିଏମସି କମିଶନର ନିବେଦନ କରିଛନ୍ତି ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

ବନ୍ଦ ପଡ଼ିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ସରକାରୀ ହୋମିଓପାଥି ମେଡିକାଲ

ସାଲେପୁର: ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋମିଓପାଥି ମେଡିକାଲ ଖତ ଖାଉଛି । ମେଡିକାଲରେ ନା ଡାକ୍ତରଙ୍କ ଦେଖା ଅଛି ନା ରୋଗୀଙ୍କ ସେବାରେ ଲାଗିପାରୁଛି  । ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ମେଡିକାଲ ଆଗରେ ତାଲା ଝୁଲୁଛି  । କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦାନପୁର  ସରକାରୀ ହୋମିଓପାଥି ମେଡିକାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ଏ କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ  । କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦନପୁର ଠାରେ ଖୋଲିଥିବା ସରକାରୀ ହୋମିଓପାଥି ମେଡିକାଲ । ୧୯୮୮ରେ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏହି ମେଡିକାଲ ନିର୍ମାଣ କରାଯାଇଥିଲା  । ହେଲେ ଏବେ ଡାକ୍ତରଖାନାରେ ଡ଼ାକ୍ତରଙ୍କ ଦେଖା ନଥିବା ବେଳେ ମେଡିକାଲରେ ତାଲା ଝୁଲୁଛି  । ଆଉ ଦରକାର ସମୟରେ ଡାକ୍ତରଙ୍କୁ ନ ପାଇ ରୋଗୀ ଆସି ଫେରିଯାଉଛନ୍ତି ।

ବର୍ତ୍ତମାନ କରୋନା କାଳରେ ଡାକ୍ତରଙ୍କ ଆବଶ୍ୟକତା ଅଧିକ ରହିଥିବା ବେଳେ ଏଠାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି  । ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉ ନଥିବା କହିଛନ୍ତି ସ୍ଥାନୀୟ ଲୋକ  । ଲୋକଙ୍କ ସେବାରେ ନିର୍ମିତ ହୋମିଓପାଥି ମେଡିକାଲ କାମରେ ଆସିପାରୁନି  । ସେପଟେ ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ କାହାର ନଜର ନାହିଁ ଏହା ଉପରେ  ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଉ ୧୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୭୭ କ୍ୱାରେଣ୍ଟାଇନ୍‌ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି । ଏଥିସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮ଶହ ୬୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱରରୁ ୧୩୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଚିହ୍ନଟ ହେଲେ ୫ ପ୍ରକାରର କରୋନା ଭୂତାଣୁ, ଗୋଟିଏ ଷ୍ଟ୍ରେନ୍ ଦେଶର ଅନ୍ୟ କେଉଁଠାରେ ମିଳିନାହିଁ !

ଭୁବନେଶ୍ୱର:  ଓଡିଶାରେ କରୋନା ଭୂତାଣୁର ୫ଟି ପ୍ରକାର ଚିହ୍ନଟ ହୋଇଛି । ଏଗୁଡିକ ହେଉଛି, ୧୯-ଏ, ୧୯-ବି, ୨୦ଏ, ୨୦ବି, ୨୦ସି । ତେବେ ମାର୍ଚ୍ଚରୁ ଜୁନ ୨୦ ମଧ୍ୟରେ ରାଜ୍ୟ ୧୮ଟି ଜିଲ୍ଲାରୁ ୨୨୫ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଓ ବୈଜ୍ଞାନିକ ସୁନୀଲ ରାଘବ ଏଭଳି ସୂଚନା ଦେଇଛନ୍ତି  । ଏମାନେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣର ପ୍ରାଥମିକ ସ୍ତରରେ କେବଳ ୧୯ଏ ଓ ୧୯ବି କରୋନା ଭୂତାଣୁ ଦେଖିବାକୁ ମିଳିଥିଲେ । ପରେ ଏମାନେ ଭିନ୍ନ ରୂପରେ ବିକଶିତ ହୋଇଥିଲେ । ଏହି ବିକଶିତ କିମ୍ୱା ପରିବର୍ତ୍ତିତ ଭୂତାଣୁକୁ ବୈଜ୍ଞାନିକମାନେ ୨୦ଏ, ୨୦ବି ଓ ୨୦ସି ନାମ ଦେଇଛନ୍ତି । ତେବେ ଏସବୁ ଜିନୋମ୍ ମ୍ୟୁଟେସନ ସହାୟତାରେ ହୋଇଥିବା କୁହାଯାଇଛି ।

୨୦ସି ଭୂତାଣୁ କେବଳ ଓଡ଼ିଶାରେ

ଏହାଦ୍ୱାରା ଜଣାପଡିଛି ଯେ ୨୦ଏ, ୨୦ବି ଓ ୨୦ସି ଭୂତାଣୁ ଅପେକ୍ଷାକୃତ ଭାବେ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ । ଏବେ ରାଜ୍ୟରେ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଏହି ବିକଶିତ ଭୂତାଣୁ ଦେଖିବାକୁ ମିଳୁଛି । ତେବେ ଏହା ପ୍ରାକ୍ ଭୂତାଣୁଠାରୁ ପ୍ରଭାବଶାଲୀ ଓ ସକ୍ରିୟ ହୋଇଥିବା ହେତୁ ସଂକ୍ରମିତଙ୍କ ମଧ୍ୟରେ ଭୂତାଣୁ ରୋଗଜନିତ ସମସ୍ୟା ମଧ୍ୟ ବଢୁଛି । ତେବେ ଏହା ମଧ୍ୟ ସୂଚନାଯୋଗ୍ୟ ୨୦ସି ନାମକ ବିକଶିତ ଭୂତାଣୁ କେବଳ ଓଡିଶାରେ ଦେଖିବାକୁ ମିଳିଛି । ଏଭଳି ପ୍ରକାରର ଭୂତାଣୁ ଭାରତର ଅନ୍ୟ କୌଣସି ସ୍ଥାନରେ ନାହିଁ । ତେବେ ଏବେ ବୈଜ୍ଞାନିକମାନେ ଭୂତାଣୁର ପରିବର୍ତ୍ତିତ ଓ ବିକଶିତ ରୂପକୁ ଚିହ୍ନଟ କରିସାରିବା ପରେ ଏହାର ପ୍ରତିକ୍ରିୟା ଉପରେ ଧ୍ୟାନ ଦେଇଛନ୍ତି । ଏସବୁ ଭୂତାଣୁ କିଭଳି ଓ କେଉଁ ମାତ୍ରାରେ ପ୍ରଭାବ ବିସ୍ତାର କରୁଛନ୍ତି ଏନେଇ ଅନୁସନ୍ଧାନ ଜାରି ରହିଛି । ସେହିଭଳି ମାନବ ଶରୀରରେ ଏହାର କ୍ରିୟା ପ୍ରତିକ୍ରିୟା ଉପରେ ମଧ୍ୟ ରିସର୍ଚ୍ଚ ହେଉଛି ।

କିଭଳି ହୁଏ  ଜିନୋମ୍ ମ୍ୟୁଟେସନ୍ :

ସାଧାରଣତଃ ଜିନୋମ୍ କହିଲେ ଡିଏନଏର ଏକ ସାରଣୀ କିମ୍ୱା ଏକ ଶ୍ରେଣୀ ବୁଝାଇଥାଏ । ଭୂତାଣୁ କ୍ଷେତ୍ରରେ ମଧ୍ୟ ସମାନ ଧରଣର ସାରଣୀ ଦେଖିବାକୁ ମିଳୁ । ଭୂତାଣୁ ଯେକୌଣସି ଶରୀରରେ ପ୍ରବେଶ କରିବା ପରେ ମଣିଷ ଶରୀରରେ ଥିବା ବିଭିନ୍ନ ସାରାଂଶ ଯଥା ପ୍ରୋଟିନ, ଭାଇବର ଇତ୍ୟାଦି ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ପ୍ରକାରରେ ପ୍ରତିକ୍ରିୟା ପ୍ରକାଶ କରେ  । ଯାହା ଦ୍ୱାରା ନୂଆ ନୂଆ ସାରଣୀ ପ୍ରସ୍ତୁତ ହୁଏ ଓ ଏହି ନୂଆ ଡିଏନଏ ସାରଣୀକୁ ଆମେ ଜେନମ ବୋଲି କହୁ । ସମ୍ପୂର୍ଣ୍ଣ ପ୍ରକ୍ରିୟାଟିକୁ ମ୍ୟୁଟେସନ ବୋଲି କୁହାଯାଏ । ସେହିଭଳଇ ମଣିଷ ଶରୀର ମଧ୍ୟରେ ପ୍ରବେଶ କରିବା ପରେ ଆବଶ୍ୟକୀୟ ଉତ୍ପାଦ ପାଇଁ ଭୂତାଣୁ ଅଧିକ ଦୀର୍ଘସ୍ଥାୟୀ ଓ ସକ୍ରିୟ ହେଉଛି ବୋଲି ମଧ୍ୟ କୁହାଯାଇଛି ।

ଦେଶକୁ ସଂକ୍ରମଣ ବିଶେଷ ଭାବେ ଦୁଇଟି ମାଧ୍ୟମ ଦେଇ ଆସିଛି । ୟୁରୋପ ଓ ଦକ୍ଷୀଣ ପୂର୍ବ ଏସିଆ । ଏହା ପ୍ରାରମ୍ଭିକ ସ୍ରୋତ ବୋଲି ଜଣାପଡିବା ପରେ ଏହାର ପ୍ରକାର ଉପରେ ଏବେ ଗବେଷଣା ଜାରି ରହିଛି । ଭୂତାଣୁ ସଂକ୍ରମଣର ସଂଖ୍ୟା ବଢିଲେ, ଅର୍ଥାତ୍ ଗୋଟିଏ ପ୍ରକାରର କରୋନା ଭୂତାଣୁ ଅଧିକ ସଂଖ୍ୟକ ଶରୀରରୁ ସଂକ୍ରମିତ ହେଲେ ଏହାର କ୍ଷମତା ବଢିଥାଏ । ଏଭଳି ହେବା ଦ୍ୱାରା ବାରମ୍ବାର ଭୂତାଣୁର ଡିଏନଏ ବାରମ୍ୱାର ବିକଶିତ ହେବା ସହ ମଣିଷ ଶରୀର ସଂଶ୍ପର୍ଷରେ ଆସି ଭିନ୍ନ ଭିନ୍ନ ଓ ଶକ୍ତ ପ୍ରକାରରେ ପ୍ରସ୍ତୁତ ହୁଏ ।

ଅନ୍‌ଲାଇନ୍‌ ପାଠପଢ଼ାର ଦୁରୁପୋଯୋଗ: ହ୍ୱାଟସ୍‌ ଆପ୍‌ରେ ଅଶ୍ଳୀଳ ମେସେଜ୍ ପଠାଇଲେ ଶିକ୍ଷକ

ଭୁବନେଶ୍ୱର : ହ୍ଵାଟ୍ସଆପରେ ଅନଲାଇନ ପାଠପଢ଼ା ବେଳେ ଆସିଲା ଅଶ୍ଳୀଳ ମେସେଜ। ଅଶ୍ଳୀଳ ମେସେଜ ପଠାଇଲେ ସ୍କୁଲ୍‌ ପ୍ରଧାନ ଶିକ୍ଷକ। ଘଟଣା ଘଟିଛି କଟକ ଦରଘା ବଜାରରେ ଥିବା ଏକ ସ୍କୁଲ୍‌ରେ। ଯାହାକୁ ନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତ ୩୦ ତାରିଖରେ କଟକ ପ୍ୟାରୀ ମୋହନ ଏକାଡେମୀ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ନାୟକ ପଞ୍ଚମ ଶ୍ରେଣୀ ଅନଲାଇନ ପାଠ ପଢା ହେଉଥିବା ବେଳେ, ହ୍ଵାଟ୍ସଆପ ଗ୍ରୁପ୍ ରେ ଅଶ୍ଲୀଳ ଫଟୋ ଓ ମେସେଜ ପଠାଇ ଥିବାର ଅଭିଯୋଗ ହୋଇଛି। ଏହା ଏକ ଲଜ୍ଜା ଜନକ ବିଷୟ ଏବଂ କୋମଳମତୀ ଛାତ୍ର ଓ ଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ଆଜି ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଗଣମାଧ୍ୟମକୁ କହିଛନ୍ତି। ଏହାକୁ ଘୋର ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।  ଅପରପକ୍ଷରେ ଏ ସମ୍ପର୍କରେ ସୋସିଆଲ ମିଡ଼ିଆରୁ ଖବର ପାଇବା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ଭବ ହେଉନଥିବା ବେଳେ ଅନ୍‌ଲାଇନ ଶକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏଣୁ ବିଭିନ୍ନ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ । ଏହାରି ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ଏଭଳି ଆଚରଣ ଚିନ୍ତାଜନକ ।

କରୋନାର କାଳ : ମୁମ୍ବାଇରେ ପ୍ରସ୍ତୁତ ମାସ୍କ ମାରିବ କୋରନା ଭାଇରସ୍‌…ଭାରତ ଓ ଆମେରିକା ଲ୍ୟାବରୁ ମିଳିଲା ସବୁଜ ସଙ୍କେତ

ରେସ୍ତୋଁରାରେ ଯେତିକି ଖାଇବେ ତାର ଅଧା ବିଲ୍ ସରକାର ଦେବେ,ଜାଣନ୍ତୁ କେଉଁଠି ମିଳିବ ଏହି ବମ୍ପର ଲାଭ…

ଲଣ୍ଡନ:  ବିଶ୍ୱର ଏକାଧିକ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି କୋରନା ମହାମାରୀ। ଏହାଦ୍ୱାରା ଜୀବନ ଜୀବିକା ଉପରେ ନିଭର୍ର କରୁଥିବା ସାଧାରଣ ନାଗରିକଙ୍କ ଜୀବନଶୈଳୀ ଖୁବ ପ୍ରଭାବିତ ହୋଇଛି । ନିକଟରେ କର୍ମଚାରୀ ମାନଙ୍କୁ ଆଶ୍ୱସ୍ତି ପ୍ରଦାନ କଲାଭଳି ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ବ୍ରିଟେନରେ ରେସ୍ତୋଁରାରେ ଖାଦ୍ୟ ଖାଇବା ପରେ ଏବେ ପୂରା ନୁହେଁ ବରଂ ଗ୍ରାହକଙ୍କୁ ଅଧା ବିଲ ପୈଠ କରିବାକୁ ପଡ଼ିବ ଏବଂ ଅଧା ବିଲ ସରକାର ପୈଠ କରିବେ । କୋରନା କାରଣରୁ ବୁଡ଼ି ଯାଇଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଏହି ପଦେକ୍ଷପ ଗ୍ରହଣ କରିଛନ୍ତି । ଚାନ୍ସଲର ଋଷି ସୁନକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନା ‘ବାହାରେ ଖାଆନ୍ତୁ  ଲୋକଙ୍କୁ ସାହାଯ୍ୟ କରନ୍ତୁ’ (ଇଟ୍ ଆଉଟ୍ ଟୁ ହେଲପ୍ ଆଉଟ୍)ରେ ୫୩,୦୦୦ରୁ ଅଧିକ ରେସ୍ତୋଁରା, କ୍ୟାଫେ ଏବଂ ଅନ୍ୟ ଆଉଟଲେଟ ସ୍ୱାକ୍ଷର କରି ନିଜର ସହମତି ଦର୍ଶାଇଛନ୍ତି । କୋରନା ଭୂତାଣୁ ମହାମାରୀ କାରଣରୁ ଅର୍ଥନୀତିରେ ପତନ ଘଟିଥିବାରୁ ରେସ୍ତୋଁରା ଉଦ୍ଦ୍ୟୋଗର ସହାୟତା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି ।

ଏହି ଯୋଜନା ମାଧ୍ୟମରେ ଅଗଷ୍ଟ ମାସରେ ସାପ୍ତାହିକ ପ୍ରଣାଳୀରେ ପ୍ରତି ସୋମବାରରୁ ବୁଧବାର ପର୍ଯ୍ୟନ୍ତ ରେସ୍ତୋଁରାରେ ବସି ଭୋଜନ କରୁଥିବା ବ୍ୟକ୍ତିଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ । ତେବେ ଜଣେ ବ୍ୟକ୍ତି ଦିନରେ ଏକାଧିକ ଥର ଏହାର ଲାଭ ଉଠାଇ ପାରିବେ । ଷ୍ଟିକର ଏବଂ ପୋଷ୍ଟର ମାଧ୍ୟମରେ ରେଷ୍ଟୁରାଂଟ, କ୍ୟାଫେ, ବାର ଏବଂ ଅନ୍ୟ ସ୍ଥାନ ଆଦିରେ ପୋଷ୍ଟର ଏବଂ ଷ୍ଟିକର ଲଗାଇ ଏହି ଯୋଜନାର ବିଜ୍ଞାପନ କରାଯାଉଛି । ତେବେ କୋରନା ଭୂତାଣୁ ପ୍ରଭାବରେ ଏହି ସଂସ୍ଥା ଗୁଡ଼ିକର ଆର୍ଥିକ ଅଧପତନ ଦେଖା ଦେଇ ଥିବାରୁ ସରକାରଙ୍କ ଠାରୁ ସେମାନେ ଅଧିକ ସହାୟତା ଲୋଡ଼ୁଛନ୍ତି ।

ଇଟ୍ ଆଉଟ୍ ଟୁ ହେଲପ୍ ଆଉଟ୍ ଯୋଜନା ମାଧ୍ୟମରେ ଗ୍ରାହକଙ୍କ ଧ୍ୟାନ ଆକଷର୍ଣ କରି ବ୍ୟବସାୟକୁ ବଜାୟ ରଖବାକୁ ଏହି ଯୋଜନା କରାଯାଇଛି । ଏହାଦ୍ୱାରା କର୍ମଚାରୀଙ୍କ ଜୀବିକାକୁ ବଂଚେଇ ରଖାଯାଇ ପାରିବ । ସଚେତନତା ଦୃଷ୍ଟିରୁ ନାଗରିକ ମାନଙ୍କ ସୁରକ୍ଷାକୁ ନଜରରେ ରଖି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂଙ୍କ ନିଧନ

ନୂଆଦିଲ୍ଲୀ: ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସଦସ୍ୟ ଅମର ସିଂଙ୍କର ଶନିବାର ଦିପହରରେ ସିଙ୍ଗାପୁରର ଏକ ହସ୍ପିଟାଲରେ ନିଧନ ହୋଇଯାଇଛି । ଗତ କିଛିଦିନ ଧରି ସେ ରୋଗଗ୍ରସ୍ତ ଥିଲେ । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମର ସିଂଙ୍କର କିଡନୀ ଜନିତ ସମସ୍ୟା ଥିଲା । କିଛି ବର୍ଷ ତଳେ ସିଂଗାପୁରର ଏକ ହସ୍ପିଟାଲରେ ତାଙ୍କର କିଡନୀ ପ୍ରତ୍ୟାରୋପଣ ହୋଇଥିଲା । ୨୦୧୩ ମସିହାରେ ତାଙ୍କର କିଡନୀ ଖରାପ ହୋଇଯାଇଥିଲା ।  ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ୧୯୫୬ ମସିହାରେ ଅମର ଜନ୍ମଗ୍ରହଣ କରିଥିଲେ ।

amar singh

ଶିଳ୍ପପତି ତଥା ଅମର ସିଂ ମୁଲାୟମ ସିଂ ଯାଦବଙ୍କ ଜରିଆରେ ରାଜନୀତିକୁ ପ୍ରବେଶ କରିଥିଲେ । ମୁଲାୟମଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଉତ୍ତର ପ୍ରଦେଶ ରାଜନୀତିର ନମ୍ବର ଦୁଇ ଥିଲେ । ୧୯୯୬ ମସିହାରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପ୍ରବେଶ କରିଥିଲେ । ତାଙ୍କ ଜରିଆରେ ଅମିତାଭ ବଚ୍ଚନ,ଜୟା ବଚ୍ଚନ,ଜୟାପ୍ରଦାଙ୍କ ଭଳି ବଲିଉଡ୍ ସେଲିବ୍ରିଟି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ତେଣୁ ତାଙ୍କ ବିରୋଧରେ ସମାଜବାଦୀ ପାଟିକୁ ସେଲିବ୍ରିଟି ପାର୍ଟିରେ ପରିଣତ କରିବାର ଅଭିଯୋଗ ମଧ୍ୟ ଆସେ । ତେବେ ମୁଲାୟମଙ୍କ ପରେ ପୁଅ ଅଖିଳେଶଙ୍କ ହାତକୁ କ୍ଷମତା ଯିବା ପରେ ଅମର ଅଲୋଡା ହୋଇଯାଇଥିଲେ । ଅମରଙ୍କୁ ଦଳରୁ ବାହାରିବାକୁ ପଡିଥିଲା । ଏହାସହ ଅମିତାଭଙ୍କ ସହ ତାଙ୍କର ସଂପର୍କକୁ ନେଇ ମଧ୍ୟ ସେ ବେସ ଚର୍ଚ୍ଚାରେ ରହିଥିଲେ । ସମାଜବାଦୀ ପାର୍ଟିରୁ ବିଦା ହେବା ପରେ ଅମର ଅମିତାଭ ଓ ଜୟାଙ୍କୁ ସ୍ୱାର୍ଥପର ବୋଲି କହିଥିଲେ । ତେବେ ଚଳିତ ବର୍ଷ ଫେବ୍ରୁଆରି ମାସରେ ସେ ଏଥିପାଇଁ ଅମିତାଭ ଓ ଜୟାଙ୍କୁ କ୍ଷମା ମାଗିଥିଲେ । ସମାଜବାଦୀ ପାର୍ଟିରୁ ବାହାରିବା  ପରେ ଅମର ବିଜେପିର ନିକଟତର ହୋଇଥିଲେ ।

ଆଜି ସେ ସ୍ୱତନ୍ତ୍ରତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନିଜର ସମସ୍ତ ଫଲୋର୍ସଙ୍କୁ ଇଦର ଶୁଭକାମନା ଜଣାଇଥିଲେ । ଅମର ସିଂଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଦେଖିଲେ ଲାଗୁଛି ଯେ,ସେ ରୁଗଣ ଥିବା ସତ୍ୱେ ସୋସିଆଲ ମିଡିଆରେ ସକ୍ରିୟ ଥିଲେ । ହସ୍ପିଟାଲ ବେଡରୁ ସେ ମାର୍ଚ୍ଚ ୨୨ ତାରିଖ ଦିନ ଏକ ଛୋଟ ଭିଡିଓ ଟ୍ୱିଟ୍ କରିଥିଲେ ।  ଯେଉଁଥିରେ ସେ କରୋନା ଭାଇରସ ବିରୋଧ ଲଢେଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଥିଲେ । ସେହିଭଳି ମାର୍ଚ୍ଚ ୨ ତାରିଖ ଦିନ ନିଜ ମୃତ୍ୟୁ ଖବରକୁ ଖଣ୍ଡନ କରି ସେ ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ,‘ଟାଇଗର ଅଭି ଜିନ୍ଦା ହୈ’

ଅମରଙ୍କ ମୃତ୍ୟୁରେ ଉପରାଷ୍ଟ୍ରପତିଙ୍କ ସମେତ ଅନେକ ରାଜନେତା ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଅମରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ବାବରଙ୍କ କଳଙ୍କ ପୋଛିବା ପାଇଁ ରାମ ମନ୍ଦିରକୁ ଇଟା ଦେବେ ତାଙ୍କ ବଂଶଜ, ଜାଣନ୍ତୁ ପୁରା ଘଟଣା….

0

ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ତେବେ ଏହା ପୂର୍ବରୁ ବାବରଙ୍କ ବଂଶଜଙ୍କର ଏକ ବଡ ବୟନା ସାମ୍ନାକୁ ଆସିଛି । ବାବରଙ୍କ ବଂଶଜ ପ୍ରିନ୍ସ ହବୀବୁଦ୍ଦୀନ ତୁସୀ ରାମ ମନ୍ଦିର ନିର୍ମାଣ ନେଇ ଖୁସିବ୍ୟକ୍ତ କରିଛନ୍ତି । ସେହିଭଳି ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବା ପାଇଁ ଆଗ୍ରହୀ ଥିବା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ରାମ ମନ୍ଦିର ଧ୍ୱଂସର ଆରୋପ ତାଙ୍କ ପୂର୍ବପୁରୁଷ ବାଦଶାହ ବାବରଙ୍କ ଉପରେ ଲାଗି ଆସୁଛି । ତେଣୁ ସେ ଏହି କଳଙ୍କ ହଟାଇବାକୁ ଚାହାଁନ୍ତି ।

ନୂଆ ଭାରତ ନିର୍ମାଣ ଦିଗରେ ନରେନ୍ଦ୍ର ମୋଦୀଙ୍କ ପ୍ରତିଟି ପଦକ୍ଷେପ ପ୍ରଶଂସାଯୋଗ୍ୟ । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବାକୁ ପ୍ରସ୍ତୁତ ଅଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅନୁମତି ମାଗି ଏକ ପତ୍ର ମଧ୍ୟ ଲେଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବରଙ୍କ ବଂଶଯ ଭବ୍ୟ ରାମ ମନ୍ଦିର ନିର୍ମାଣ ପଥରେ ପ୍ରତିବନ୍ଧକ ହେବାକୁ ଚାହାଁନ୍ତି ନାହିଁ । ଆମେ ଏକଥା ପ୍ରମାଣ କରିବାକୁ ଚାହୁଁଛୁ ଯେ ରାମ ମନ୍ଦିର ନିର୍ମାଣ ନେଇ ଆମ ସହମତ ଓ  ସବୁ ପ୍ରକାର ସହଯୋଗ ପାଇଁ ମଧ୍ୟ ଆମେ ସଦାସର୍ବଦା ରହିଛୁ ।

ଅନ୍ୟପକ୍ଷରେ ରାମ ମନ୍ଦିରର ଭୂମି ପୂଜା ଦିନରେ ସେ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ଆଗ୍ରହୀ ଥିଲେ ମଧ୍ୟ କରୋନା କାଳରେ ଏଭଳି ଆଶା ପୂରଣ ହୋଇ ପାରିବ ନାହିଁ ବୋଲି କହି ଦୁଃଖପ୍ରକାଶ କରିଛନ୍ତି । ରାମ ମନ୍ଦିରକୁ ସେ ଦାନ କରିବାକୁ ଥିବା ଇଟାକୁ ସାର୍ବଜନୀନ କରିବାକୁ ମନା କରିଥିବା ବେଳେ ଏହି ଇଟାର ପାଖାପାଖି ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ସେ କହିଛନ୍ତି । ଏହି ଇଟାରେ ଜୟ ଶ୍ରୀରାମ ଲେଖାଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ହିଁ ସେ ଏହାକୁ ହସ୍ତାନ୍ତର କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ସୁଶାନ୍ତଙ୍କ ପରିବାର ଚାହିଁଲେ ହେବ ସିବିଆଇ ତଦନ୍ତ : ନୀତିଶ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । କଥିତ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ସୁଶାନ୍ତଙ୍କ ବାପା ଲିଖିତ ଅଭିଯୋଗ ଅଣିବା ପରେ ଏହାର ଯାଂଚ ଆରମ୍ଭ ହୋଇ ଯାଇଛି । ଏହି ମଧ୍ୟରେ ସାମ୍ନାକୁ ଆସିଛି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ୍ । ନୀତିଶ୍ କୁମାର ତାଙ୍କ ବୟାନରେ ଦର୍ଶାଇଛନ୍ତିଯେ, ଯଦି ସୁଶାନ୍ତଙ୍କ ବାପା ସିବିଆଇ ଯାଂଚ ପାଇଁ ଦାବି କରୁଛନ୍ତି ତେବେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ ।

 

ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦ ନୀତିଶ୍ କୁମାର କହିଛନ୍ତିଯେ, ଅଧିକାଂଶ ଲୋକ ସିବିଆଇ ଯାଂଚ ଦାବି କରୁ ଥିବାରୁ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାକୁ ସରକାର ଖୁବ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଏଥିରେ ତାଙ୍କର କୌଣସି ଭୂମିକା ନଥିବା କଥା କହିଛନ୍ତି ନୀତିଶ୍ କୁମାର । ସୁଶାନ୍ତଙ୍କ ବାପା ଏହି ମାମଲା ରୁଜୁ କରିଛନ୍ତି ଏବଂ ପୋଲିସର କାମ ହେଉଛି ଏହାକୁ ଯାଂଚ କରିବା । ଏଥିରେ ବିହାରର କୌଣସି ଭୂମିକା ନାହିଁ । ଏହା ସହିତ ଯେଉଁମାନେ ମାମଲା ରୁଜୁ କରିଛନ୍ତି ଯଦି ସେମାନେ ସିବିଆଇ ଯାଂଚ ପାଇଁ ଦାବି କରନ୍ତି ତେବେ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଇ ପାରନ୍ତି । ବିହାର ସରକାର ସିବିଆଇ ଯାଂଚ ପାଇଁ ସୁପାରିଶ୍ କରି ପାରନ୍ତି । ମହାରାଷ୍ଟ୍ର ପୋଲିସ୍ ଯାଂଚରେ ସହଯୋଗ କରୁନାହିଁକି ପ୍ରଶ୍ନର ଉତ୍ତରରେ ନୀତିଶ୍ କୁମାର କହିଛନ୍ତିଯେ, ମହାରାଷ୍ଟ୍ର ପୋଲିସ ପକ୍ଷରେ ଯାଂଚରେ ସହଯୋଗ କରିବା ଉଚିତ୍ ।

nitish
କହିରଖୁଛୁ, ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଅଧିକାଂଶ ଲୋକ ସିବିଆଇ ଯାଂଚ ଦାବି କରୁଛନ୍ତି । ଗତ କିଛି ଦିନ ପୂବର୍ରୁ ବିଜେପି ନେତା ଶେହନବାଜ୍ ହୁସେନ୍ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆାଇ ଯାଂଚ ଦାବି କରିଥିଲେ । ତାଙ୍କ କହିବା ଅନୁସାରେ ସିବିଆଇ ଯାଂଚ ବିନା ଏହି ମାମଲାର ପର୍ଦ୍ଦାଫାଶ ହୋଇ ପାରିବ ନାହିଁ । ଏହି ମଧ୍ୟରେ ଶିବସେନାର ମନ୍ତ୍ରୀ ଅନିଲ ପରବ ମୁମ୍ବାଇରେ ବିହାର ପୋଲିସର ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଭିନ୍ନ କଥାକୁ ନେଇ ଉଡ଼ା ଖବର ଆସୁଥିବା ସେ କହିଛନ୍ତି । ତେବେ ଯାଂଚରେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବା କଥା ସେ କହିଛନ୍ତି ଓ ଏହା ସହିତ ବିହାର ପୋଲିସ ମୁମ୍ବାଇରେ ରହି ଯାଂଚ କରିବା କୗଣସି ଆବଶ୍ୟକତା ନଥିବା କଥା ମଧ୍ୟ କହିଛନ୍ତି । ମନ୍ତ୍ରୀଙ୍କ କହିବା ମୁତାବକ ଯେକୌଣସି ବ୍ୟକ୍ତି ସିବିଆଇ ଯାଂଚ ପାଇଁ ଦାବି କରୁଛନ୍ତି, କିନ୍ତୁ ସିବିଆଇ ଯାଂଚକୁ ନେଇ କିଛି ନିୟମ ରହିଛି । ଯଦି ସରକାର ସିବିଆଇ  ଯାଂଚର ଆବଶ୍ୟକତା ଅନୁଭବ କରିବେ ତେବେ ନିଷ୍ପତ୍ତି ନିଆଯିବ ।