spot_img
Home Blog Page 6724

‘ସୀମାରେ ଶାନ୍ତି ନଫେରିବା ଯାଏଁ ହେବନାହିଁ ବାଣିଜ୍ୟ’: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

0

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ  ଋଷର ମସ୍କୋରେ ଚାଲିଥିବା ସାଂଘାଇ ସମ୍ମିଳନୀ (ଏସସିଓ) ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନେ ସାକ୍ଷାତ କରିଥିଲେ। ଏହି ଅବଧି ମଧ୍ୟରେ ସୀମାରେ ଚାଲିଥିବା ଅବରୋଧ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ବାର୍ତ୍ତାଳାପ କରିଥିଲେ ।

ଏହି ବୈଠକରେ ଚୀନ ଏହି କଥା ଉପରେ ଜୋର ଦେଉଥିଲା ଯେ, ସୀମାରେ ଚାଲିଥିବା ଉତ୍ତେଜନା ବ୍ୟତୀତ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଜାରି ରହିବା ଉଚିତ, ଯାହାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଚୀନ୍ ଏଭଳି କହିବାର ଅର୍ଥ ଥିଲା ଯେ, ସେ ସୀମାରେ ଯାହା କରୁଛନ୍ତି ତାହା ଜାରି ରଖିବା ଉଚିତ ଏବଂ ଭାରତ ସହିତ ତାଙ୍କର ବାଣିଜ୍ୟ ମଧ୍ୟ ଜାରି ରହିବା ଉଚିତ୍ । ଏହା ଉପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୱାଙ୍ଗଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ଯଦି ସୀମାରେ ପରିସ୍ଥିତି ଠିକ୍ ନହୁଏ, ତେବେ କୌଣସି ସମ୍ପର୍କ ବଜାୟ ରଖାଯାଇପାରିବ ନାହିଁ ।

ଜୟଶଙ୍କର କଠୋର ସ୍ୱରରେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଚୀନ୍ ସେନା ଭାରତୀୟ ଅଞ୍ଚଳରୁ ନଫେରିଛି ସେ ପର୍ଯ୍ୟନ୍ତ ସେନା ପଛକୁ ଯିବ ନାହିଁ। ସେ କହିଛନ୍ତି ଯେ, ଚୀନ୍ ତା ନିଜ ସ୍ଥାନକୁ ଫେରିବା ପରେ ସୀମାରେ ଶାନ୍ତି ଆସିବ । ଏହା ସହ ଭାରତରୁ ଚୀନ୍ ପାଇଁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ସୀମାରେ ଅବସ୍ଥା ସ୍ୱାଭାବିକ ନହୁଏ ତେବେ ତାଙ୍କୁ ସମସ୍ତ ପ୍ରକାର କ୍ଷତି ସହିବାକୁ ପଡିବ। ଏହା ଆଦୌ ସମ୍ଭବ ନୁହେଁ ଯେ, ସୀମାରେ ଅବରୋଧ ଜାରି ରହିଥିବ ଏବଂ ବାଣିଜ୍ୟ ମଧ୍ୟ ଜାରି ରହିଥିବ ।

LACର ଯାଞ୍ଚ କରିବ ଭାରତ

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଜୟଶଙ୍କର ୱାଙ୍ଗଙ୍କୁ କହିଛନ୍ତି ଯେ, ଯେତେବେଳେ ଚୀନ୍ ସେନା ବେଆଇନ ନିର୍ମାଣ କରିଥିଲା ​​ଏବଂ ଅନେକ ଚୁକ୍ତିନାମା ପାଳନ କରିନଥିଲା ସେତେବେଳେ ସୀମାରେ ଏହି ପରିସ୍ଥିତି ଉପୁଜିଥିଲା। ରିପୋର୍ଟ ଅନୁଯାୟୀ ଚୀନ୍ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି କି ନାହିଁ, ଭାରତ ଏହାକୁ ଯାଞ୍ଚ କରିବ କାରଣ ଚୀନ୍ ପୂର୍ବରୁ ମଧ୍ୟ ଧୋକା ଦେଇସାରିଛି । କମାଣ୍ଡର ସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଚୀନ୍ ସେନା ଗ୍ରହଣ କରି ନାହିଁ। ସୂଚନାଯୋଗ୍ୟ ଯେ ଗତ କିଛି ମାସ ମଧ୍ୟରେ ଭାରତ ଅନେକ କମ୍ପାନୀ, ପ୍ରୋଜେକ୍ଟରେ ଏହାର କମ୍ପାନୀ ଦ୍ୱାରା କରାଯାଇଥିବା ପୁଞ୍ଜି ବିନିଯୋଗ ଉପରେ କଡା ନିଷ୍ପତ୍ତି ନେଇଥିଲା ଏବଂ ସମସ୍ତଙ୍କୁ ବନ୍ଦ କରି ଦେଇଥିଲା।

ଜୁନ୍ ମାସରେ ହୋଇଥିବା ହିଂସାକାଣ୍ଡକୁ ନେଇ ଚୀନ୍ ଏବଂ ଭାରତର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ। ଭାରତ କହିଛି ଯେ ଚୀନ୍‌ର କାର୍ଯ୍ୟାନୁଷ୍ଠାନ ଚୁକ୍ତିନାମାକୁ ଉଲ୍ଲଂଘନ କରିଛି।

ପ୍ରସିଦ୍ଧ କଳାକାର ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ର ବହୁ ଚର୍ଚ୍ଚିତ ଚରିତ୍ର ଭିକୁ ସେଠଙ୍କ ପରଲୋକ ହୋଇଛି । ଭିକୁ ସେଠ୍ ଚରିତ୍ରରେ ଅଭିନୟ କରିଥିବା ଯାତ୍ରା ଜଗତର ପ୍ରଖ୍ୟାତ ଖଳାନାୟକ କଳାକାରଙ୍କ ନାମ ମହେନ୍ଦ୍ର ଦାସ । ସୂଚନା ମୁତାବକ ମୃତ୍ୟୁ ସମୟରେ ମହେନ୍ଦ୍ରଙ୍କ ବୟସ ଥିଲା ୫୫ ବର୍ଷ ।


ଦୀର୍ଘ ଦିନ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିଲେ ମହେନ୍ଦ୍ର । ତେବେ ଏହି ଜଣାଶୁଣା ଜଲିଉଡ କଳାକାରଙ୍କୁ ପୁଣିଥରେ ମଞ୍ଚରେ ଦେଖିବାର ସୁଯୋଗ ପାଇବେ ନାହିଁ ଦର୍ଶକ । ଜଲିଉଡର ଏକ ଚର୍ଚ୍ଚିତ ଚେହେରା ଭାବରେ ଭିକୁ ଓରଫ ମହେନ୍ଦ୍ର ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ଅମର ହୋଇ ରହିବେ ।

 

ଡ୍ରଗ୍ସ କନେକ୍ସନରେ ଏହି ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାମ ନେଲେ ରିୟା!

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲା ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି । ମୃତ୍ୟୁକୁ ନେଇ ଛାନଭିନ୍ ହେଉ ହେଉ ଖୋଲୁଛି ଗୋଟିଏ ପରେ ଗୁମର । ମୃତ୍ୟୁ ସହିତ କ’ଣ ରହିଛି ଡ୍ରଗ୍ସ କନେକ୍ସନ । ଏହାକୁ ନେଇ ତଦନ୍ତ କରୁଛି ସିବିଆଇ । ରିୟାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ରିୟାଙ୍କ ସମେତ ତାଙ୍କ ଭାଇ ସୌବିକ,ସାମୁଏଲ ମିରାଣ୍ଡା ଏବଂ ନୀରଜଙ୍କ ଜାମିନ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ତେବେ ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତି ଥିବା ନେଇ ରିୟା ସ୍ୱୀକାର କରିଥିବା ବେଳେ ପଚରାଉଚରାରେ ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ନାମ ନେଇଥିବା ଶୁଣିବାକୁ ମିଳିଛି ।

ସୂଚନା ମୁତାବକ ଏନସିବି ଡ୍ରଗ୍ସ କାରବାର ସମ୍ପର୍କରେ ରିୟାଙ୍କୁ ପଚରାଉଚରା ସମୟରେ ରିୟା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲି ଖାନ ଏବଂ ରକୁଲପ୍ରୀତଙ୍କ ନାମ ନେଇଛନ୍ତି । ତେବେ କେବଳ ସାରା ଏବଂ ରକୁଲ ନୁହଁନ୍ତି ବରଂ ଡିଜାଇନର ସିମୋନ ଖମ୍ବାଟାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।

 

 

View this post on Instagram

 

#sushantunseenvideo

A post shared by ?????? (@rebel__vikram) on

ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ  ରିୟାଙ୍କ ସମେତ ଅନ୍ୟ କେତେକ ଧୂମ୍ରପାନ କରୁଥିବାର ନଜର ଆସିଛି ।

ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅଙ୍କ ଅକାଳ ବିୟୋଗ, ୩୫ ବର୍ଷରେ ଦୁନିଆରୁ ନେଲେ ବିଦାୟ

ମୁମ୍ବାଇ: ବର୍ଷ ୨୦୨୦ ଇତିହାସର ଏକ କଳା ଅଧ୍ୟାୟ । ବିଶ୍ୱକୁ ଖୁବ କଷ୍ଟ ଦେଇଛି ୨୦୨୦ । ଏହାକୁ ଏକ ଅଶୁଭ ବର୍ଷ ବୋଲି ଲୋକ ବିବେଚନା କରୁଛନ୍ତି । ସମସ୍ୟା ପିଛା ଛାଡ଼ୁନି । ପ୍ରସିଦ୍ଧ ବଲିଉଡ ଅଭିନେତା ଋଷି କପୂର, ଇରଫାନ ଖାନ୍,ଚାଡ଼ଓ୍ୱିକ ବୋଷମ୍ୟାନ,ବିଜୟ ମହାନ୍ତି,ନିଶିକାନ୍ତ କାମତ,ସରୋଜ ଖାନ୍,ଓ୍ୱଜିଦ ଖାନ୍ ଏବଂ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିବା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ୨୦୨୦ରେ ଏକ ଅଭୁଲା ଇତିହାସ। ଏତିକିରେ ପୂର୍ଣ୍ଣଛେଦ ପଡ଼ିନାହିଁ । ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ସୂଚନା ମୁତାବକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ଓ୍ୱାଲଙ୍କ ଅକାଳ ବିୟୋଗ ହୋଇଛି । ୩୫ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି ।


ଖବର ଅନୁଯାୟୀ ଆଦିତ୍ୟ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଡନୀ ଫେଲ ଯୋଗୁଁ ଶନିବାର ସକାଳେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।


ସୂଚନାଯୋଗ୍ୟ ଅନୁରାଧାଙ୍କ ଭଳି ଆଦିତ୍ୟ ମଧ୍ୟ ଭଜନ ଗାଉଥିଲେ । ଏହା ବ୍ୟତୀତ ସେ ମ୍ୟୁଜିକ କମ୍ପୋଜ ମଧ୍ୟ କରୁଥିଲେ । ତାଙ୍କ ନାମ ଭାରତର ସବୁଠାରୁ କମ ବୟସ୍କ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ‘ଲିମକା ବୁକ ଅଫ ରେକର୍ଡ଼ସ’ରେ ସାମିଲ ରହିଛି ।

Odisha Corona Updates: ଖୋର୍ଦ୍ଧାଚିନ୍ତାରେ ସରକାର, ରାଜ୍ୟରେ ବି ସ୍ଥିତି ସଙ୍ଗୀନ…..

ଭୁବନେଶ୍ୱର: ସଂକ୍ରମଣ ଥମୁନି । ଆଜି ୩୭୭୭ ସଂକ୍ରମିତ ଚିହ୍ନଟ ହେଲେ । ଏକଥା ଜଣା ଯେ, ଟେଷ୍ଟିଂ ବଢିବା ଯୋଗୁଁ ସଂକ୍ରମଣ ବଢୁଛି । ମାତ୍ର ଏତେ ମାତ୍ରାରେ ସଂକ୍ରମଣ ମଧ୍ୟ ଚିନ୍ତା ବଢାଉଛି । ତେବେ ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୧୯୧ ଜଣ କ୍ୱାରେଣ୍ଟାଇନର ଅଟନ୍ତି । ଅନ୍ୟପକ୍ଷରେ ୧୫୬୮ ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ନିୟନ୍ତ୍ରଣରେ ହିଁ ନାହିଁ । ଯେମିତି କିଛି ଦିନ ତଳେ ଗଞ୍ଜାମ ବେକାବୁ ଥିଲା ଏବେ ଖୋର୍ଦ୍ଧା ସେଇ ରାସ୍ତାରେ ଯାଉଛି ।  ଶେଷ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୧୫ ରହିଛି । ଖୋର୍ଦ୍ଧା ତଳକୁ ରହିଛି କଟକ ଓ ତା’ ତଳକୁ ପୁରୀ ।

ରାଜ୍ୟ ସରକାରଙ୍କର ଜିଲ୍ଲାୱାରୀ ସଂକ୍ରମଣ ତାଲିକା ଅନୁଯାୟୀ, ଅନୁଗୁଳରୁ ୧୧୫, ବାଲେଶ୍ୱରରୁ ୧୨୭, ବରଗଡ଼ରୁ ୧୩୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୫୧, ବୌଦ୍ଧରୁ ୨୬, କଟକରୁ ୩୬୮, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୩, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୪୯, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୭୮, କୋରାପୁଟରୁ ୯୮, ମାଲକାନଗିରିରୁ୨୬, ମୟୂରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୭୧, ନୂଆପଡ଼ାରୁ ୭୩, ପୁରୀରୁ ୨୩୭, ରାୟଗଡ଼ାରୁ ୭୫, ସମ୍ୱଲପୁରରୁ ୧୧୨, ସୋନପୁରରୁ ୭୨,  ଓ ସୁନ୍ଦରଗଡ଼ରୁ ୧୪୮ଜଣ ବ୍ୟକ୍ତି କରୋନାର ଶୀକାର ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୧ ଲକ୍ଷ ୪୬ ହଜାର ୮୯୪ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତ ୩୪ ହଜାର ୧୬୩ । ଅନ୍ୟପକ୍ଷରେ ସଂକ୍ରମଣ ବଢୁଥିଲେ ମଧ୍ୟ ରାଜ୍ୟର ସୁସ୍ଥତା ହାର ଉଲ୍ଲେଖନୀୟ ରହିଛି । ଏଯାବତ୍ ରାଜ୍ୟରେ ୧ ଲକ୍ଷ ୧୨ ହଜାର ୬୨ ବ୍ୟକ୍ତି କରୋନା କବଳରୁ ମୁକ୍ତ ହୋଇ ସାରିଲେଣି ।

୭ ଦିନରେ ପୁରା ଭୁବନେଶ୍ୱରକୁ ସ୍କ୍ରିନିଂ କରିବ ବିଏମସି, ଆରମ୍ଭ ହେଲା Door-to-Door ସ୍କ୍ରିନିଂ ସେବା….

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ପୂର୍ବରୁ କେବଳ ବସ୍ତିବାସୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଥିଲା । କିନ୍ତୁ ରାଜଧାନୀର କୋଭିଡ୍ ସ୍ଥିତି ଅସହ୍ୟ ହେବା ପରେ ବିଏମସି ଓ ରାଜ୍ୟ ସରକାରଙ୍କ ମିଳିତି ପ୍ରଚେଷ୍ଟାରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲକ୍ଷଣ ଥିବା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଏବେ ପ୍ରତି ୱାର୍ଡର ପ୍ରତି ଘରେ ପହଞ୍ଚିବାର ଦମ୍ଭ ଦେଖାଇଛି ।

ଏହି କ୍ରମରେ ଆଜି ୨୯ ନମ୍ୱର ୱାର୍ଡରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ଘର ଘର ବୁଲି ବିଏମସି ଟିମ୍ କାମ କରୁଛି । ପ୍ରତି ୱାର୍ଡ ପାଇଁ ୭ ଜଣିଆ ଟିମ୍ ଗଠନ କରାଯାଇଛି । ଟିମରେ ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ସଚେତକମାନେ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜଧାନୀର କରୋନା ସଂକ୍ରମଣ ଏବେ ଶୀର୍ଷରେ ରହିଛି ।

ସଫଳ ପରୀକ୍ଷଣର ଗୋଟିଏ ପାଦ ଆଗକୁ ଗଲା ଭାରତ, ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ: ଭ୍ୟାକସିନ ତିଆରି କରୁଥିବା ଦେଶୀ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ-୧୯ ଭ୍ୟାକସିନ ବା କୋ-ଭ୍ୟାକସିନ ପଶୁ ଉପରେ ପରୀକ୍ଷଣ ସଫଳା ହୋଇଥିବା ଘୋଷଣା କରିଛି । ଭାରତ ବାୟୋଟାକର କହିବା ଅନୁଯାୟୀ ଟ୍ରାଏଲର ଫଳାଫଳରେ ଲାଇଭ ଭାଇରାଲ ଚ୍ୟାଲେଞ୍ଜ ମଡେଲରେ ଭ୍ୟାକସିନର ସୁରକ୍ଷିତ ପ୍ରଭାବ ଦେଖାଯାଇଛି । ହାଇଦ୍ରାବାଦ ସ୍ଥିତ ଫର୍ମ ଟ୍ୱିଟ କରିଛି କି ଭାରତ ବାୟୋଟାକ ଗର୍ବର ସହିତ କୋଭ୍ୟାକସିନର ଆନିମଲ ଷ୍ଟଡି ଫଳାଫଳ ଜାରି କରିଛି । ଏହି ଫଳାଫଳ ଲାଇଭ ଭାଇରାଲ ଚ୍ୟାଲେଞ୍ଜ ମଡେଲରେ ଭ୍ୟାକସିନର ପ୍ରଭାବ ଦେଖାଏ ।


ଭାରତ ବାୟୋଟେକର କହିବା ଅନୁସାରେ ମାଙ୍କଡ଼ ଉପରେ ଗବେଷଣାର ଫଳାଫଳରୁ ଭ୍ୟାକସିନର ଇମ୍ୟୁନୋଜେନିସିଟି ବା ପ୍ରତିରକ୍ଷା ବିଷୟରେ ସୂଚନା ମିଳୁଛି । ସୂଚନା ମୁତାବକ ସେମାନେ ମକାକା ମୁଲାଟା ପ୍ରଜାତିର ମାଙ୍କଡ଼କୁ କୋଭ୍ୟାକସିନ ଟିକା ଦେଇଥିଲେ । କମ୍ପାନୀ ଗତ କିଛି ଦିନ ପୂର୍ବରୁ ମଣିଷ ଶରୀରରେ ପରୀକ୍ଷଣର ପ୍ରଥମ ପର୍ୟ୍ୟାୟ ଶେଷ କରିଥିଲା । ଏବେ ଦ୍ୱିତୀୟ ପର୍ୟ୍ୟାୟ ପାଇଁ ଅନୁମତି ମାଗିଛି । ଅନୁମାନ କରାଯାଉଛି କି କିଛି ଦିନ ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟର ପରୀକ୍ଷଣ ଆରମ୍ଭ ହେବ ।

JEE Mainରେ ୨୪ ଜଣ ରଖିଲେ ଶହେ ପରସେନଟାଇଲ୍; ସୌରଭ ସୌମ୍ୟକାନ୍ତ ନନ୍ଦ ଓଡ଼ିଶା ଟପ୍ପର୍….

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ସୌମକାନ୍ତ ନନ୍ଦ ୯୯.୯୯ ପରସେନଟାଇଲ୍ ମାର୍କ ରଖି ଓଡ଼ିଶା ଟପର୍ ହୋଇଛନ୍ତି । ଓଡ଼ିଶାରୁ ପ୍ରାୟ ୨୭ ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ କରୋନା ବେଳେ ପରୀକ୍ଷାକୁ ନେଇ ଅନେକ ବିବାଦ ହୋଇଥିଲା । ଶେଷରେ ସେପ୍ଟେମ୍ୱର୧ରୁ ୬ ତାରିଖ ଯାଏଁ ଜେଇଇ ମେନ୍ ପରୀକ୍ଷା ହୋଇଥିଲା । ପରୀକ୍ଷା ସରିବାର ମାତ୍ର ୫ ଦିନ ପରେ ହିଁ ସରକାର ପରୀକ୍ଷାଫଳ ପ୍ରକାଶ କରିଥିଲେ ।

ତେବେ ଚଳିତବର୍ଷ ୨.୪୫ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ଉକ୍ତ ପରୀକ୍ଷା ଆଗାମୀ ୨୭ ତାରିଖରେ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ ଏଥରର ସର୍ବଭାରତୀୟ ଜେଇଇ ପରୀକ୍ଷାରେ ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପରସେନଟାଇଲ୍ ମାର୍କ ରଖିଛନ୍ତି । ଏମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୮ ଜଣ, ଦିଲ୍ଲୀରୁ ୫ଜଣ, ରାଜସ୍ଥାନରୁ ୪ଜଣ, ଆନ୍ଧ୍ରପ୍ରଦେଶରୁ ୩ଜଣ, ହରିୟାଣାରୁ ୨ଜଣ ଓ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ରହିଛନ୍ତି ।

India Corona Updates : ପ୍ରତିଦିନ ଲକ୍ଷେ ସଂକ୍ରମିତ ଚିହ୍ନଟ, ମଲେଣି ୭୭ ହଜାର…

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ସଂକ୍ରମଣର ଶୀଖରରେ କରୋନା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ପ୍ରାୟ ୧ ଲକ୍ଷ ଆକ୍ରାନ୍ତ । ଦେଶରେ ୨୪ ଘଣ୍ଟାରେ ଆଉ ୯୭ ହଜାର ୫୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ନେଇଛି ଆଉ ୧୨୧ଜଣଙ୍କ ଜୀବନ । ଏଥିସହ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୭ ହଜାର ୪୭୨କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ଲକ୍ଷ ୫୯ହଜାର ୯୮୫କୁ ବୃଦ୍ଧି ହୋଇଛି ।

ଏବେ ସୁଦ୍ଧା ୩୬ ଲକ୍ଷ ୨୪ ହଜାର ୧୯୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୯ଲକ୍ଷ ୫୮ ହଜାର ୩୧୬ ପଜିଟିଭ ମାମଲା ରହିଛି । ଉଲ୍ଲେଖଯୋଗ୍ୟ ଯେ ସଂକ୍ରମଣ କ୍ଷେତ୍ରରେ ଦେଶର ୫ଟି ରାଜ୍ୟ ପ୍ରମୁଖ ରହି ଆସୁଛନ୍ତି । ଏହି ୫ଟି ରାଜ୍ୟ ସମୁଦାୟ ସଂକ୍ରମଣର ୬୦ ପ୍ରତିଶତ ବହନ କରୁଛନ୍ତି । ଏମାନେ ହେଲେ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ।

ଆଜିଠୁ ଗୁଜୁରାଟକୁ ସ୍ୱତନ୍ତ୍ର ଟ୍ରେନ ସେବା, ସପ୍ତାହକରେ ୪ ଦିନ ଗସ୍ତ କରିବ…

ଭୁବନେଶ୍ୱର: କରୋନା କଟକଣା କମିବା ପରେ ସରକାର ରେଳସେବାକୁ ସ୍ୱାଭାବିକ କରିବା ଉପରେ ଧ୍ୟାନ ଦେଉଇଛନ୍ତି । ଆବଶ୍ୟକତା ଅନୁଯାୟୀ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ରେଳସେବା ଯୋଗାଇଦେବା  କଥା କହିଛନ୍ତି । ଏହି କ୍ରମରେ ଆଜିଠାରୁ ଓଡିଶାରୁ ଗୁଜୁରାଟକୁ  ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ସପ୍ତାହକୁ ୪ ଦିନ ଗୁଜୁରାଟ ଅଭିମୁଖେ ଚାଲିବ  ଏହି ଟ୍ରେନ୍ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଓଡ଼ିଶାରୁ ଗୁଜୁରାଟ ଯ଼ିବ  ।

ତେବେ ଟିକେଟ ସଂରକ୍ଷିତ ଥିବା ଯାତ୍ରୀ କେବଳ ଟ୍ରେନରେ ଯାତ୍ରା କରିପାରିବେ  । ଏହି ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟା ୭ଟା ୫୫ ମିନିଟରୁ ଭୁବନେଶ୍ୱରରୁ ଚାଲିବାକୁ ଥିବା ବେଳେ ଖୋର୍ଦ୍ଧା ରୋଡରୁ ସନ୍ଧ୍ୟା ୬ଟା ୪୦ରେ ଗସ୍ତ କରିବ । ଭୁବନେଶ୍ୱର-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରିବା ନେଇ ଜଣାପଡ଼ିଛି  । ଏହି ଟ୍ରେନ୍ ସେପ୍ଟେମ୍ୱର ୧୩ ଅପରାହ୍ନ ୪ଟା୧୦ରେ ଦୁର୍ଗ ଛାଡ଼ିବ ଟ୍ରେନ୍ .