spot_img
Home Blog Page 6726

ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ

0

ନୂଆଦିଲ୍ଲୀ: ଜଣାଶୁଣା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଯକୃତ ଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ଏକାଧିକ ଅଙ୍ଗ ଖରାପ ହୋଇଯିବାରୁ ସେ ଭେଣ୍ଟିଲେଟରେ ଚିକିତ୍ସିତ ହେଉଥିଲେ । ଆଜି ସଂଧ୍ୟା ବେଳେ ତାଙ୍କ ଦେହ ଆହୁରି ଖରାପ ହୋଇଯାଇଥିଲା । ଏଥିସହ ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା । ପରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସଂଧ୍ୟା ୬ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

No democracy in Team Anna, says Agnivesh - The Hindu

ସୂଚନା ଯୋଗ୍ୟ ଯେ, ଗତ ୨୦୦୮ରେ କେତେକ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମୀଙ୍କ ଦ୍ୱାରା ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ସେ ଚର୍ଚ୍ଚାରେ ହୋଇଥିଲା । ଝାଡ଼ଖଣ୍ଡରେ ଖ୍ରୀଷ୍ଟିଆନ୍ ମିସନାରୀଙ୍କ ପ୍ରତି ତାଙ୍କ ସମର୍ଥନକୁ ନେଇ ଏହି ଆକ୍ରମଣ କରାଯାଇଥିବା ସୂଚନା । ଆନ୍ନା ହଜାରେଙ୍କ ଆନ୍ଦୋଳନରେ ମଧ୍ୟ ସେ ଜଡ଼ିତ ଥିଲେ । ସ୍ୱାମୀ ଅଗ୍ନିବେଶ ପୂର୍ବରୁ ଏକ ରାଜନୈତିକ ଦଳ ମଧ୍ୟ ପ୍ରତିଷ୍ଠା କରିଥିଲେ । ଯାହା ୧୯୭୦ ମସିହାରେ ଆର୍ଯ୍ୟ ସମାଜର ନୀତି ଆଦର୍ଶକୁ ନେଇ ଗଠିତ ହୋଇଥିଲା । ଏଥିସହିତ ସେ ହରିୟାଣାରୁ ବିଧାୟକଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।

କଙ୍ଗନା ଫେରିଥିବା ବିମାନରେ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହୋଇଥିବା ନେଇ ’ଡିଜିସିଏ’ର ରିପୋର୍ଟ ତଲବ

ନୂଆଦିଲ୍ଲୀ: କଙ୍ଗନାଙ୍କୁ ନେଇ ମୁମ୍ୱାଇ ଆସିଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ ଏଭିଏସନ୍ (ଡିଜିସିଏ) ରିପୋର୍ଟ ତଲବ । ଯାତ୍ରା ସମୟରେ ନିରାପତ୍ତା ଓ ସାମାଜିକ ଦୂରତ୍ୱ ରକ୍ଷା କରାଯାଇନଥିବାରୁ, ଏ ନେଇ ରିପୋର୍ଟ ତଲବ କରିଛନ୍ତି ଡିଜିସିଏ । ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖ ଦିନ ଅଭିନେତ୍ରୀ କଙ୍ଗନା ରଣାୱତ୍ ଚଣ୍ଡିଗଡ଼-ମୁମ୍ବାଇ ବିମାନରେ କେତେକ ସାମ୍ବାଦିକ ନିରାପତ୍ତା ଏବଂ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ ହୋଇଛି । ଯେଉଁଥିରେ କଙ୍ଗନାଙ୍କୁ ନେଇ ଆସୁଥିବା 6E264 ବିମାନରେ ସାମ୍ୱାଦିକମାନେ ପାଖାପାଖି ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ନିରାପତ୍ତା ଏବଂ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ପରି ମନେହେଉଛି। ଏଣୁ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଇଣ୍ଡିଗୋକୁ କୁହାଯାଇଥିବା ‘ଡିଜିସିଏ’ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ‘ଡିଜିସିଏ’ର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଚଣ୍ଡିଗଡ଼-ମୁମ୍ବାଇ ବିମାନର ଆଗ ଧାଡ଼ିର ‌ଗୋଟିଏ ସିଟ୍‌ରେ କଙ୍ଗନା ରଣାୱତ୍ ବସିଥିଲେ। କେତେକ ରାଜନୈତିକ ଦଳରୁ ଧମକ ପାଇବା ସତ୍ତ୍ୱେ ମୁମ୍ବାଇ ଯିବେ ବୋଲି ଘୋଷଣା କରି ସେପ୍ଟେମ୍ବର ୯ ତାରିଖ ଦିନ କଙ୍ଗନା ରଣାୱତ ତାଙ୍କ ମନାଲି ସ୍ଥିତ ବାସଗୃହରୁ ମୁମ୍ବାଇ ଯାତ୍ରା କରିଥିଲେ ।

ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ଅପରପକ୍ଷରେ ଏ ନେଇ ଇଣ୍ଡିଗୋ ବିବୃତି ଜାରି କରି କହିଛି ଯେ, ସେପ୍ଟେମ୍ବର ୯ ତାରିଖ ଦିନ ଚଣ୍ଡିଗଡ଼ରୁ ମୁମ୍ବାଇ ଯାତ୍ରା କରିଥିବା ୬ଇ୨୬୪ ବିମାନ ସହ ସମ୍ପୃକ୍ତ ପ୍ରସଙ୍ଗରେ ଆମେ ‘ଡିଜିସିଏ’କୁ ବିବୃତି ପ୍ରଦାନ କରିସାରିଛୁ। ଆମେ ପୁଣି ଥରେ କହୁଛୁ ଯେ, ଫଟୋଉଠାଇବା କଟକଣା, ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ସାମଗ୍ରିକ ନିରାପତ୍ତା ବଜାୟ ରଖିବା କଥା ଘୋଷଣା କରି ଆମ କ୍ୟାବିନ୍ କ୍ରୁ ତଥା କ୍ୟାପ୍ଟେନ୍ ଆବଶ୍ୟକ ନିୟମ ଅନୁସରଣ କରିଥିବା ସେ କହିଛନ୍ତି ।

ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ୪୦୬୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିବା ବେଳେ କଟକର ୪୨୫ ଜଣ, ସୁନ୍ଦରଗଡ଼ର ୨୬୭, ବରଗଡ଼ର ୨୪୪, ମୟୂରଭଞ୍ଜର ୨୪୦, ବାଲେଶ୍ୱରର ୧୮୭, ଯାଜପୁର ୧୮୫, କେନ୍ଦ୍ରାପଡ଼ା ୧୭୯, ଅନୁଗୁଳ ୧୬୭, ଗଞ୍ଜାମ ୧୫୭, ପୁରୀ ୧୩୨, ଭଦ୍ରକ ୧୩୦, ଜଗତସିଂହପୁର ୧୩୦, ଝାରସୁଗୁଡ଼ା ୧୩୦, କେନ୍ଦୁଝର ୭୮, ସମ୍ୱଲପୁର ୭୭, କୋରାପୁଟ ଓ ନୂଆପଡ଼ାର ୭୪ ଜଣ ଲେଖାଏଁ, ନବରଙ୍ଗପୁର ୫୦, ଢେଙ୍କାନାଳ ୫୦, ନୟାଗଡ଼ ୪୮, ରାୟଗଡ଼ା ୪୫, କଳାହାଣ୍ଡି ୩୭, ବଲାଙ୍ଗୀର ଓ ସୋନପୁରରୁ ୩୩ ଜଣ ଲେଖାଏଁ, କନ୍ଧମାଳ ୩୨, ବୌଦ୍ଧ ୩୧, ଦେବଗଡ଼ ୨୬, ମାଲକାନଗିରି ୨୪ ଓ ଗଜପତିରୁ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ ୧ ଲକ୍ଷ ୧୨ ହଜାର ୬୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଅଣାୟତ ହେଉଛି କରୋନା, ରାଜ୍ୟରୁ ୩୯୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

ଭୁବନେଶ୍ୱର: କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ‘ଗରିମା’ର ଶୁଭାରମ୍ଭ ହୋଇଛି । ରାଜ୍ୟର ୧୧୪ଟି ଅର୍ବାନ ଲୋକାଲ ବଡିର ୨୦ ହଜାର ପରିବାରର ୧ ଲକ୍ଷ ଲୋକ ଲାଭବାନ ହେବେ । ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସଫେଇ କର୍ମଚାରୀଙ୍କ ପିଲାମାନେ ପିଜି ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିପାରିବେ । କର୍ମଚାରୀଙ୍କୁ ଇପିଏଫ୍‌, ଅବସରକାଳୀନ ସୁବିଧା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଜୀବନ ବୀମା ଯୋଗାଇ ଦିଆଯିବ ।

‘ଗରିମା’ ଯୋଜନା ଆରମ୍ଭ ସହ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏଥିରେ ଅନେକ ଜାତୀୟ ତଥା ରାଜ୍ୟ ଆଇନ ଅନ୍ତର୍ଭୁକ୍ତ ନିୟମକୁ କଡାକଡି ପାଳନ କରାଯିବ । ଯୋଜନା ମାଧ୍ୟମରେ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପଞ୍ଜିକରଣ କରାଯିବ । ସେମାନଙ୍କ କଠିନ ଓ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସ୍ୱତନ୍ତ୍ର ଭତ୍ତା, ସ୍ୱାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହ ନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ୯୦ପ୍ରତିଶତ ସହାୟତା, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, EPF, ESI ଏବଂ ପରିବାର ପେନ୍‌ସନ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଝଟ୍‌କା, ୧୬ କୋଟିରୁ ସାଢ଼େ ତିନି କୋଟିକୁ ଖସିଲା ଅନୁଦାନ

ଭୁବନେଶ୍ୱର: ସାତେକାଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଝଟକା । ବାଘ ଫେରସ୍ତ ନିଷ୍ପତ୍ତି ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅନୁଦାନ ହ୍ରାସ ନିଷ୍ପତ୍ତି ପଦାରେ ପକାଇଛି କେନ୍ଦ୍ରୀୟ ଅବେହଳା ପ୍ରସଙ୍ଗ । ଚଳିତ ବର୍ଷ ବରାଦ ହୋଇଥିବା ଅନୁଦାନର ୭୦ ପ୍ରତିଶତ କମ୍ ଦେବ ବୋଲି ରାଜ୍ୟ ସରକାରଙ୍କୁ ଏନଟିସିଏ ଅବଗତ କରିଛି । ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ଏପରି ନ ହେଲେ, ପ୍ରଭାବିତ ହୋଇପାରେ କର୍ମଚାରୀଙ୍କ ଦରମା ।

୨୦୧୯ ମସିହା ଡିସେମ୍ବରରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଉପରେ ରୋକ ଲଗାଇ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶ ଫେରାଇବାକୁ ନିଷ୍ପତ୍ତି ନେଇଥିଲା ଏନଟିସିଏ । ଏହାର ୯ ମାସ ପରେ ବ୍ୟାଘ୍ର ପ୍ରକଳ୍ପ ଅନୁଦାନ କାଟ୍‌ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ମାସରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏନଟିସିଏକୁ ୧୬ କୋଟିର ଅନୁଦାନ ମାଗିଥିଲା ବନ ବିଭାଗ । ହେଲେ ମଞ୍ଜୁର ହୋଇଛି ମାତ୍ର ୩.୬୦ କୋଟି ଟଙ୍କା । ଏପରିକି ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର ଦାଖଲର ନିର୍ଦ୍ଦେଶ ଦିଆଯାଇଛି । ଯାହା ପ୍ରଭାବିତ କରିବ ବ୍ୟାଘ୍ର ସୁରକ୍ଷା ଦାୟିତ୍ୱରେ ଥିବା ୨୯୬ କର୍ମଚାରୀଙ୍କ ଦରମା । ଏନଟିସିଏ ଦେଇଥିବା ଅର୍ଥର ପରିମାଣ ଏତେ କମ୍ ଯେ ଅଧା ଦରମା ନ ହେଲେ କର୍ମଚାରୀଙ୍କ ଛଟେଇ ଯାଏ ବି କଥା ଯାଇପାରେ । ଏପରି ହେଲେ ନୟାଗଡ଼, କଟକ, ବୌଦ୍ଧ ଓ ଅନୁଗୁଳ ସାତକୋଶିଆ ବନ ରେଞ୍ଜରେ କାମ କରୁଥିବା ଅଧିକାଂଶ ଲୋକଙ୍କ ଘରେ ଚୁଲି ଜଳିବା କାଠିକର ହୋଇଯିବ ।

Satkosia Tiger Reserve Project

ଅନୁଦାନ କାଟକୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଆଖ୍ୟା ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏହା ଦରମା ବ୍ୟତୀତ ଆହୁରି ଅନେକ ପ୍ରଭାବ ପକାଇବ ।

  • ଭିତ୍ତିଭୂମି: ବାଘ ରହିବା ପାଇଁ ଜଙ୍ଗଲର ପରିବେଶର ଉନ୍ନତିକରଣ ବାଧାପ୍ରାପ୍ତ ହେବ ।
  • ୱାଚ୍ ଆଣ୍ଡ ୱାର୍ଡ: ଶିକାରୀ ଓ ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ କରିବା ଉପକରଣର କିଣା ବନ୍ଦ ହୋଇପାରେ ।
  • ସଂକ୍ରମଣ ନିରୋଧ ଟୀକାକରଣ: ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଗୃହପାଳିତ ପଶୁଙ୍କଠାରୁ ଯେପରି ବନ୍ୟଜନ୍ତୁଙ୍କୁ ସଂକ୍ରମଣ ନ ବ୍ୟାପେ, ତା ପାଇଁ ଟୀକାକରଣ କରାଯାଇଥାଏ । ହେଲେ ଟୀକାକରଣ ବନ୍ଦ କରିବାକୁ ବାଧ୍ୟ ହୋଇପାରେ ବନ ବିଭାଗ ।

NTCA Cut Financial Assistance To Satkosia Tiger Reserve Project

ସୁନ୍ଦରୀକୁ ଫେରାଇବା ପରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପୁଣି ବାହାର ରାଜ୍ୟରୁ ବାଘ ଆଣିବାକୁ ଯୋଜନା କରୁଥିଲେ । ହେଲେ ଅନୁଦାନ କାଟ ଯୋଗୁ ହୁଏତ ଆଗକୁ ସାତକୋଶିଆରେ ବ୍ୟାଘ୍ର ପ୍ରଜନନ ପ୍ରକଳ୍ପ ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି ।

ଉଦ୍ଧବ ଠାକ୍‌ରେ ଏବଂ ସଞ୍ଜୟ ରାଉତଙ୍କ ବିରୋଧ ବିହାରରେ ମାମଲା: ଜାଣନ୍ତୁ କାହିଁକି

ପାଟଣା: କଙ୍ଗନା ରାଣାଓ୍ୱତ ମାମଲାରେ ଆଉ ଏକ ମାମଲା ବିହାରରେ ମଧ୍ୟ ଦାୟର ହୋଇଛି । ସାମାଜିକ କର୍ମୀ ଏମ୍ ରାଜୁ ନେୟର ମୁଜାଫରପୁରର ସିଜେଏମ୍ କୋର୍ଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି । ସେମାନେ ଉଭୟ କଙ୍ଗନା ରାଣାଓ୍ୱତଙ୍କୁ ଧମକାଉଥିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି । ଏହା ପୂର୍ବରୁ ମୁମ୍ୱାଇର ବିକ୍ରୋଲି ଥାନାରେ କଙ୍ଗନା ରାଣାଓ୍ୱତଙ୍କ ବିରୋଧରେ ମାମଲା ରୁଜୁକରାଯାଇଛି । ଉଦ୍ଧବ ଠାକରେଙ୍କ ବିରୋଧରେ କଙ୍ଗନାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଭାଷାକୁ ନେଇ ଏହି ମାମଲା ରୁଜୁ କରାଯାଇଛି । ସୂଚନା ଯୋଗ୍ୟ ଯେ, କଙ୍ଗନାଙ୍କ ଅଫିସ ଭଙ୍ଗାଯିବା ପରେ ଅଭିନେତ୍ରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଟାର୍ଗେଟ କରି ଏକ ଭିଡିଓ ଟ୍ୱିଟ୍ କରିଥିଲେ ।

ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ଯେଉଁଥିରେ ସେ କହିଥିଲେ ଯେ, ତୁମ ବାପାଙ୍କ ଭଲ କର୍ମ ଯୋଗୁଁ ତୁମେ ସମ୍ପତ୍ତି ମିଳିପାରେ, କିନ୍ତୁ ସମ୍ମାନ ନିଜେ ଅର୍ଜନ କରିବାକୁ ପଡ଼େ । ମୋ ମୁହଁ ବନ୍ଦ କରିବ କିନ୍ତୁ ମୋ ସ୍ୱର, ମୋ ପରେ ଶହ ଶହ ଏବଂ ପରେ ଲକ୍ଷ ଲକ୍ଷ ଲୋକଙ୍କ ଠାରେ ଗୁଞ୍ଜରିତ ହେବ । ଲୋକଙ୍କ ସ୍ୱରକୁ କେତେ ଦବାଇବ । କେବେ ଯାଏଁ ସତ ଉପରେ ପରଦା ଘୋଡ଼ାଇବ । କେବଳ ବଂଶବାଦର ଏକ ନମୁନା ଅଟ । ଏହା ପୂର୍ବରୁ କଙ୍ଗନା ଏକ ଟ୍ୱିଟରେ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସଞ୍ଜୟ ତାଙ୍କୁ ମୁମ୍ୱାଇ ନଆସିବା ପାଇଁ ଧମକ ଦେଇଥିଲେ । ପ୍ରଥମେ ମୁମ୍ୱାଇର ରାଜରାସ୍ତାରେ ଆଜାଦିର ନାରା ଲଗାଯାଇଥିଲା ଏବଂ ପରେ ମୁମ୍ୱାଇ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ମନେ ହେଉଛି ।

ବର୍ଷ ବର୍ଷ ଧରି ଲିଜଧାରୀ ଦେଉନାହାନ୍ତି ଭଡ଼ା ବାବଦ ଅର୍ଥ

ଭୁବନେଶ୍ୱର: ରାଜଧାନୀରେ ଲିଜ ସୂତ୍ରରେ ଦୋକାନ ଘର ହାତେଇବା ପରେ ବର୍ଷ ବର୍ଷ ଧରି ଲିଜଧାରୀ ଦେଉନାହାନ୍ତି ଭଡ଼ା ବାବଦ ଅର୍ଥ । ମୁଣ୍ଡ ପିଛା ବାକି ରହିଛି କୋଟି କୋଟି ଟଙ୍କା । ଫଳରେ ଭଡ଼ା ବାବଦରେ କୋଟି କୋଟି ଟଙ୍କା ବକେୟା ପଡ଼ି ରହିଛି ଲୋକଙ୍କ ପାଖରେ । ଅସୁଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଏମସି ଓ ବିଡିଏ କର୍ତ୍ତୃପକ୍ଷ ।

BMC And BDA Enforcement Drive in Bhubaneswar

ବିଡିଏ ଓ ବିଏମସି ଟାର୍ଗେଟରେ ଏବେ ରାଜଧାନୀରେ ଥିବା ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସ । ଦୀର୍ଘ ବର୍ଷ ପୂର୍ବରୁ ବିଡିଏ ଓ ବିଏମସି ପକ୍ଷରୁ ଦିଆଯାଇଥିଲା ଏସବୁ ଲିଜ୍ ସୂତ୍ରରେ । ତେବେ ବିଭିନ୍ନ ଆଳ ଦେଖାଇ ବର୍ଷ ବର୍ଷ ଧରି ଭଡ଼ା ଅର୍ଥ ପଇଠ କରୁନାହାନ୍ତି ଲିଜଧାରୀ ଦୋକାନୀ । ବାକି ଗଡ଼ି ଗଡ଼ି କୋଟି କୋଟି ଟଙ୍କାର ବକେୟା ହେଲାଣି । ଏହି ବକେୟା ଅର୍ଥକୁ ଏବେ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଡିଏ ଓ ବିଏମସି । ନିୟମିତ ଜାରି ରହିଛି ଏନଫୋର୍ସମେଣ୍ଟ । ପ୍ରଥମେ ଇନ୍ଦ୍ରଧନୁ ମାର୍କେଟ ଆଉ ଏବେ ପୁଣି ସହିଦନଗରର ସୂର୍ଯ୍ୟକିରଣ ମାର୍କେଟ କମ୍ପ୍ଲେକ୍ସରେ ମୋଟ ୧୧ଟି ଦୋକାନକୁ କରାଯାଇଛି ସିଲ୍ ।

BMC And BDA Enforcement Drive in Bhubaneswar

୧୯୮୫ ମସିହାରେ ମାସିକ ୪୫୦ ଟଙ୍କା ଭଡ଼ାରେ ଲିଜ୍ ନେଇଥିଲେ ଦୋକାନ ଘର । କ୍ରମଶଃ ଏହି ଭଡ଼ା ବୃଦ୍ଧି ପାଇ ଏବେ ୭ ଗୁଣାରୁ ଅଧିକ ହୋଇସାରିଛି । ସେପଟେ ଏରିୟର ବାବଦରେ ବିଡିଏ ଓ ବିଏମସି ଯେତିକି ଅର୍ଥ ଦାବି କରୁଛନ୍ତି ସେତିକି ଦେବା ଲିଜଧାରୀଙ୍କ ପକ୍ଷେ ସମ୍ଭବପର ନୁହେଁ । ଯାହାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କିଛି ଦୋକାନୀ ।

BMC And BDA Enforcement Drive in Bhubaneswar

ସେହିଭଳି ୧୯୯୨ ମସିହାରୁ ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଦୋକାନ ଘର ପାଇଥିଲେ ଦୋକାନୀ । ହେଲେ ବକେୟା ଅର୍ଥକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରେ ପରେ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି । କୋଟି କୋଟି ଟଙ୍କାର ବକେୟା ଅର୍ଥ ଆଦାୟ ପାଇଁ କଠୋର ହୋଇଛନ୍ତି ଉଭୟ ବିଡିଏ ଓ ବିଏମସି କର୍ତ୍ତୃପକ୍ଷ । ଆଗକୁ ମଧ୍ୟ ଜାରି ରହିବ ଏଭଳି ଭଡ଼ା ଅସୁଲ ଅଭିଯାନ ।

ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ବିଏମସି ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ପରେ କଙ୍ଗନାଙ୍କ ସମର୍ଥନରେ ଏକାଧିକ ସ୍ୱର ଉଠିଥିବା ନଜର ଆସିଛି । ଏବେ ହିମାଚଳ ପ୍ରଦେଶରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳାକୁ ଭଙ୍ଗାଯାଇପାରେ ବୋଲି ଧମକ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟ ।

ସୂଚନା ମୁତାବକ ହିମାଚଳ ପ୍ରଦେଶର ଭାଜପା ମହିଳା ମୋର୍ଚ୍ଚା ମୁଖ୍ୟ ରଶିମ ଧର ସୁଦ ଏକ ଭିଡ଼ିଓରେ ଧମକ ଦେଇଛନ୍ତି । ଭିଡ଼ିଓରେ ରଶିମ ଧର ସୁଦ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଯୋଗୁଁ ଶିବସେନା ଉପରେ ଖପା ହୋଇଯାଇଛନ୍ତି । ସେ କହିଛନ୍ତି କି ଯଦି ଆବଶ୍ୟକ ପଡ଼େ ତେବେ ଆମେ କଂଗ୍ରେସର ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଛାଡ଼ିବୁ ନାହିଁ । ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ଘର ଭାଙ୍ଗିଦେବୁ ବୋଲି ସେ ଭିଡ଼ିଓରେ କହିଛନ୍ତି ।

ସୂଚନାଯୋଗ୍ୟ କଙ୍ଗନାଙ୍କ ଜନ୍ମ ହିମାଚଳ ପ୍ରଦେଶରେ ହୋଇଥିବାରୁ ଅଧିକାଂଶ ଲୋକ ତାଙ୍କୁ ସମର୍ଥନ କରୁଥିବା ନଜର ଆସିଛି । ଗୁରୁବାରକୁ ବିଜେପି ମହିଳା ମୋର୍ଚ୍ଚା ବିଏମସିର କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ କଙ୍ଗନାଙ୍କୁ ସମର୍ଥନ କରି ଧାରଣା ଦେଇଥିଲେ । କିନ୍ତୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜେପି ନେତାଙ୍କ ବୟାନକୁ ଅସହମତି କରିଛନ୍ତି । ସେ କହିଛନ୍ତି କି ଯେଉଁଭଳି ଭାବରେ ହିମାଚଳ ପ୍ରଦେଶର ଝିଅକୁ ମହାରାଷ୍ଟ୍ର ସରକାର ଦ୍ୱାରା ଟାର୍ଗେଟ କରାଯାଇଛି ଆମେ ତାହା ଉପରେ ଆଲୋଚନା କରୁଛୁ, କିନ୍ତୁ ମହିଳା ମୋର୍ଚ୍ଚା ମୁଖ୍ୟଙ୍କ ବୟାନରେ ସହମତି ପ୍ରକାଶ କରୁନାହୁଁ ।

ସୂଚନାଯୋଗ୍ୟ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶର ହାଇପ୍ରୋଫାଇଲ ସ୍ଥାନରେ ବଙ୍ଗଳା ନିର୍ମାଣ କରିଛନ୍ତି । ୨୦୦୭ରେ ପ୍ରିୟଙ୍କା ସେହି ଜମି କିଣିଥିଲେ । ସୂଚନାଯୋଗ୍ୟ ୨୦୧୭ରେ ଏହାକୁ ନେଇ ହିମାଚଳପ୍ରଦେଶ ହାଇକୋର୍ଟ ପ୍ରିୟଙ୍କାଙ୍କୁ ନୋଟିସ୍ ପଠାଇଥିଲେ ।

ବୁଝାମଣା ପରେ ବି ସୁଧୁରୁନି ଚୀନ: ସୀମାରେ ସେନାଙ୍କ ସଂଖ୍ୟାରେ ବୃଦ୍ଧି କରୁଛି

0

ନୂଆଦିଲ୍ଲୀ: ଗଲଓ୍ୱାନ ଘାଟି ଘଟଣା ପରେ ମଧ୍ୟ ସୁଧୁରୁନି ଚୀନ । ସୀମାରେ ସ୍ଥିତି ସ୍ୱାଭାବିକ କରିବା ନେଇ ପଞ୍ଚସୂତ୍ରୀ ବୁଝାମଣା ସ୍ୱାକ୍ଷର ସତ୍ତ୍ୱେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣୁନି ଡ୍ରାଗନ । ଚୀନ ଗୋଟିଏ ପଟେ ଭାରତ ସହ କଥାବାର୍ତ୍ତା ଜାରି ରଖିଥିବା ବେଳେ ଅନ୍ୟ ପକ୍ଷେ ଏଲଏସିରେ ଅଧିକ ସଂଖ୍ୟକ ସୈନିକଙ୍କୁ ନିୟୋଜତ କରୁଛି । ଯାହା ଭାରତ-ଚୀନ ମଧ୍ୟରେ ହୋଇଥିବା ବୁଝାମଣାର ବିରୋଧ । ସଦ୍ୟ ପ୍ରାପ୍ତ ରିପୋର୍ଟ ମୁତାବକ ଚୀନ ପେଙ୍ଗଙ୍ଗ୍ ହ୍ରଦର ଉତ୍ତର ପାର୍ଶ୍ୱରେ ଫିଗର-୩ ଅଞ୍ଚଳ ନିକଟରେ ପିପୁଲ୍ସ ଲିବରେସନ ଆର୍ମିର ସୈନିକଙ୍କୁ ଏକତ୍ର କରିବା ଆରମ୍ଭ କରିଦେଇଛି ।

ଡ୍ରଗ୍ସ ମାମଲାରେ NCB ରଡାରରେ ୨୫ ସେଲିବ୍ରିଟି,ତାଲିକା ପ୍ରସ୍ତୁତ, ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ଡେପୁଟୀ ଡାଇରେକ୍ଟର

ଏଭଳି ସ୍ଥିତିରେ ଏଲଏସିରେ ସ୍ଥିତି ବହୁତ ଗମ୍ଭୀର ହୋଇଛି । କିନ୍ତୁ ଦୁଇ ଦେଶର ନେତୃତ୍ୱ ଯୁଦ୍ଧ ଭଳି ସ୍ଥିତି ନଉପୁଜୁ, ତାହା ଚାହୁଁଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଗଲଓ୍ୱାନ ଘାଟିରେ ଭାରତ-ଚୀନ ମଧ୍ୟ ହୋଇଥିବା ସଂଘର୍ଷରେ ଭାରତର ପ୍ରାୟ ୨୦ ଜଣ ସୈନିକ ଶହୀଦ ହୋଇଥିବା ବେଳେ, ଚୀନର ୪୦ରୁ ଊର୍ଦ୍ଦ୍ୱ ସୈନିକ ନିପାତ ହୋଇଥିଲେ ।

 

ଗବେଷଣା ପାଇଁ ଜର୍ମାନ ଯିବେ ରାୟଗଡ଼ାର ଝିଅ ପ୍ରୀତିପ୍ରଭା

ରାୟଗଡ଼ା: ରାୟଗଡ଼ା ରାଣିଗୁଡ଼ାର ଯୁବ ବିଜ୍ଞାନୀ ପ୍ରୀତିପ୍ରଭା । ଜର୍ମାନୀରେ ଗବେଷଣା ପାଇଁ ମନୋନୀତ ହୋଇଛନ୍ତି । ନାଇଟ୍ରୋଜେନ୍ ଉପରେ କରିବେ ଗବେଷଣା । ପରିବାରରେ ଖୁସିର ମାହୋଲ । ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉଜ୍ଜ୍ୱଳ ତାରକା ପ୍ରୀତିପ୍ରଭା ସାହୁ । ରାଣୀଗୁଡ଼ା ଅଞ୍ଚଳର ଏହି ଝିଅ ପିଲାଦିନୁ ପାଠପଢ଼ାରେ ଅତିକ୍ରମ କରି ଚାଲିଛନ୍ତି ପାହାଚ ପରେ ପାହାଚ ।

Preetiprava Sahoo Girl of Rayagada Selected for Research Over Nitrogen Gas in Germany  

ଯୁବ ବିଜ୍ଞାନୀ ଭାବେ ସର୍ବଭାରତୀୟ ସ୍ତରରୁ ଗବେଷଣା ପାଇଁ ଜର୍ମାନୀରେ ମନୋନୀତ ହୋଇଛନ୍ତି । ଉଚ୍ଚଶିକ୍ଷା ସହିତ ଉଦ୍ଭିଦର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ନାଇଟ୍ରୋଜେନ୍ ଉପରେ ଗବେଷଣା କରିବେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ବାହାରି ଜର୍ମାନୀ ଯାତ୍ରା କରିଥିବା ପ୍ରୀତିପ୍ରଭା ଆସନ୍ତା ୧୪ ତାରିଖରେ ଗବେଷଣା ଆରମ୍ଭ କରିବେ । ଜର୍ମାନୀର ଏଲଏମୟୁ ବିଶ୍ୱ ବିଦ୍ୟାଳୟରେ ପିଏଚଡି କରିବା ସହିତ ନାଇଟ୍ରୋଜେନ ଉପରେ କରିବେ ଗବେଷଣା ।

Preetiprava Sahoo Girl of Rayagada Selected for Research Over Nitrogen Gas in Germany  

ଉଦ୍ଭିଦ କ୍ଷମତା ବୃଦ୍ଧି ପାଇଁ ପ୍ରୟୋଗ ହେଉଥିବା ନାଇଟ୍ରୋଜେନ୍ ସାରକୁ କିଭଳି ଭାବେ ସମ୍ପୂର୍ଣ୍ଣ ବନ୍ଦ କରାଯିବ ତାହାର ଗବେଷଣା ସହିତ ଏହା ଦ୍ୱାରା ହେଇଥିବା ପ୍ରଦୂଷଣରୁ କିଭଳି ଭାବେ ରୋକା ଯାଇପାରିବ ତା’ ଉପରେ ପରୀକ୍ଷା ନିରୀକ୍ଷା କରିବେ ବୋଲି ପ୍ରତିପ୍ରଭା କହିଛନ୍ତି । ଝିଅର ଏହି ସଫଳତା ଶୁଣିବା ପରେ ପରିବାର ବର୍ଗରେ ଖୁସିର ମାହୋଲ ଖେଳି ଯାଇଛି ।