spot_img
Home Blog Page 6749

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରିବ ‘ଓଡ଼ିଶା ମୋ ପରିବାର’, ବ୍ୟାପକ ହେବ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ବିଜେଡିର ସମାଜସେବା ଶାଖା ‘ଓଡ଼ିଶା ମୋ ପରିବାର’ ସହାୟତାରେ ୧ ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବିଜେଡିର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ  । କୋଭିଡ୍ ନିୟମ ମାନି ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯିବ । ରାଜ୍ୟର ୫୬ଟି ରକ୍ତଭଣ୍ଡାରରେ ଯେପରି ରକ୍ତ ଅଭାବ ନରହିବ, ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ବିଜେଡିର ଛାତ୍ର ଓ ଯୁବ ଶାଖା ଏଦିଗରେ କାମ କରିବ  । ଏଥିପ୍ରତି ଧ୍ୟାନ ଦେବା ପାଇଁ ସମସ୍ତ ବିଧାୟକ ଓ ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି  । ରକ୍ତଦାନ ପାଇଁ ବିଜେଡିର ସମାଜସେବା ଶାଖା ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି  ।

https://www.facebook.com/NandighoshaTV/videos/577005439653740/

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ବ୍ୟାପକ ମାତ୍ରାରେ ରକ୍ତ ସଂଗ୍ରହ ଦିଗର ସକ୍ରିୟଭାବେ କାର୍ଯ୍ୟ କରୁଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ଗତ କିଛି ମାସର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ମଧ୍ୟରେ ରକ୍ତ ସଂଗ୍ରହ ବହୁ ମାତ୍ରାରେ କମିଯାଇଛି । ଏହି ସମୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହିତ ରକ୍ତ ଦ୍ୱାରା ବହୁ ସଂଖ୍ୟାରେ ରୋଗୀଙ୍କ ଆବଶ୍ୟକତାକୁ ପୂରା କରାଯାଇପାରୁଛି । ତେବେ ବର୍ତ୍ତମାନ ସମୟରେ ରକ୍ତଭାଣ୍ଡରମାନଙ୍କରେ ଗଚ୍ଛିତ ରକ୍ତ ୟୁନିଟ୍ କମିଯାଇଥିବାରୁ ପୁଣି ଥରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଫଳରେ ରକ୍ତଭଣ୍ଡାର ଗୁଡ଼ିକରେ ଗଚ୍ଛିତ ରକ୍ତ ୟୁନିଟ ସଂଖ୍ୟାରେ ବୃଦ୍ଧି ଆସିବ ବୋଲି ଆଶା । ଆଉ କାର୍ଯ୍ୟକ୍ରମହରେ ସହଯୋଗ କରିବ ‘ମୋ ପରିବାର’ କାର୍ଯ୍ୟକ୍ରମ ।

ସଂଗ୍ରହ ହୋଇପାରୁନି ରକ୍ତ, ଜୀବନ ବଞ୍ଚାଉଛି ଜୀବନବିନ୍ଦୁ

କୋଣାର୍କରେ ବୋମାମାଡ଼: ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ: କୋଣାର୍କରେ ବୋମାମାଡ଼ । ସ୍ଥାନୀୟ ମହିଳା ମହାସଙ୍ଘ ସଭାପତି ମିନର୍ଭା ରାଉତଙ୍କ ଘର ଉପରକୁ ବେମାମାଡ଼ । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମିନର୍ଭାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଖବର ପାଇ କୋଣାର୍କ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ମହିଳା ସଂଗଠନର ଜମି ଜବରଦଖଲକୁ ନେଇ କିଛି ଦିନ ତଳେ ବିବାଦ ହୋଇଥିଲା । ଏନେଇ କୋଣାର୍କ ଥାନାରେ ମିନର୍ଭା ଅଭିଯୋଗ କରିଥିବା ବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମିନର୍ଭାଙ୍କ ଅଭିଯୋଗ ପରେ ଉତ୍‌କ୍ଷୀପ୍ତ ହୋଇ ଦୁର୍ବୃତ୍ତମାନେ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

https://www.facebook.com/NandighoshaTV/videos/625217695097033/

ଲକ୍‌ଡାଉନ୍‌ ଫାଇଦା ଉଠାଉଛନ୍ତି ଲୁଟେରା: ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପୁଣି ମାତିଲେ ଲୁଟେରା । ଲୁଟର ଶିକାର ହେଲେ ଭିଜିଲାନ୍ସ ଡିଏସପି । ବନ୍ଧୁକ ଦେଖାଇ ମହିଳା ପୋଲିସ ଅଧିକାରୀଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଲୁଟିଲେ ଦୁଇ ଲୁଟେରା । ଖାରବେଳ ନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ମହିଳା ଅଧିକାରୀ ଜଣଙ୍କ ଘର ଭିତରେ ଝାଡୁ କରୁଥିବା ବେଳେ, ବାଇକରେ ପହଞ୍ଚିଥିଲେ ଲୁଟେରା । ଫୋନ ଆସିଥିବା କହି ଲୁଟ କରିବାକୁ ଉଦ୍ୟମ କରିଥିଲେ । ପ୍ରାୟ ୧୦ ମିନିଟ ଧରି ଧସ୍ତାଧସ୍ତି ପରେ ବନ୍ଧୁକ ଦେଖାଇ ଚେନ୍ ଓ କାନଫୁଲ ଲୁଟିଥିଲେ ଦୁର୍ବୃତ୍ତମାନେ । ସେପଟେ ଅଭିଯୋଗ ପରେ ଖାରବେଳନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 

ତେବେ ପୂର୍ବରୁ ମଧ୍ୟ ଲକ୍‌ଡାଉନ୍ ଓ ସଟଡାଉନ୍ କଟକଣା ମଧ୍ୟରେ ରାଜଧାନୀରେ ଲୁଟ୍ ତରାଜ ଚଳାଇଛନ୍ତି ଲୁଟେରା ।

ଜୁନ୍‌ ୩, ୨୦୨୦– ମାର୍କେଟ ବିଲ୍ଡିଂରୁ ରଜ ଲାଗି ସପିଂ କରି ଘରକୁ ଫେରିବା ବେଳେ, ମନଶ୍ୱିନୀ ବିଶ୍ୱାଳଙ୍କୁ ଝାମ୍ପି ନେଲେ ସୁନା ଚେନ୍‌ ।

ଜୁନ୍‌ ୮, ୨୦୨୦- ବାଲିପାଟଣା ସରପୁର ବାସନ୍ତୀ ମଞ୍ଜରୀ ପଡ଼ୋଶୀ ଘରକୁ ଯିବା ବେଳେ ତଣ୍ଟିଆ ମାରି ଦୁଇ ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌ ।

ଜୁନ୍‌ ୧୦, ୨୦୨୦- ବରଗଡ଼ ରତ୍ନାବାଗ ଅଞ୍ଚଳରୁ ସିରିଜ ଚୋରି । ଝରକାତାଡ଼ି ମାତିଲେ କଳାକନା ବୁଲାଇଲେ ଲୁଟେରା । ଏ ସବୁ ଘଟଣାକୁ ଦେଖିଲେ ହତ୍ୟା, ଚୋରି, ଲୁଟ, ସିରିଜ ଚୋରି ଓ ଗୋ।ଷ୍ଠୀ ସଂଘର୍ଷ ବଢିଛି ।

 

ମୋଦିଙ୍କ ମନ୍ କି ବାତ୍: ପଡ଼ୋଶୀ ପଛପଟୁ ଛୁରୀ ମାରିଥିଲା, ଶତୃତା ଦୁଷ୍ଟ ଲୋକଙ୍କ ସ୍ୱଭାବ ଅଟେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସୈନିକମାନଙ୍କ ସାହସିକତାକୁ ମନେ ପକାଇଛନ୍ତି। ସେ ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ଯଦିଓ ଭାରତ ସେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, କିନ୍ତୁ ପାକିସ୍ତାନ ନିଜ ଭିତରେ ଷଡୟନ୍ତ୍ରକୁ ପୋଷି କାର୍ଗିଲ ଯୁଦ୍ଧ କରିବାର ଦୁଃସାହସ କରିଥିଲା। ଏହି ଯୁଦ୍ଧରେ ଭାରତର ପ୍ରକୃତ ପରାକ୍ରମ ଓ ବୀରତ୍ୱର ବିଜୟ ହୋଇଥିଲା । ସେ ଆହୁରି କହିଛନ୍ତି କାର୍ଗିଲ ଯୁଦ୍ଧ କେଉଁ ପରିସ୍ଥିତିରେ ହୋଇଥିଲା ତାକୁ ଭାରତ କେବେ ଭୁଲିପାରିବ ନାହିଁ। ପାକିସ୍ତାନ ଷଡୟନ୍ତ୍ର କରି ଭାରତ ଜମିକୁ ଦଖଲ କରିବା ଏବଂ ଆଭ୍ୟନ୍ତରୀଣ କଳହରୁ ଦୂରେଇ ରଖିବା ପାଇଁ ବହୁତ ଉଦ୍ୟମ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଟୁଇଟ୍ କରି କହିଛନ୍ତି, ସେ ମନ କି ବାତ୍ କାର୍ଯ୍ୟକ୍ରମରେ କାର୍ଗିଲ ଯୋଦ୍ଧାମାନଙ୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବେ । ସେ କାର୍ଗିଲର ବୀର ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦେଇ କହିଥିଲେ ସେମାନଙ୍କର ବୀରତ୍ୱର କାହାଣୀ ଭବିଷ୍ୟତ ପିଢିଙ୍କୁ ପ୍ରେରଣା ଯୋଗାଉଥିବ। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ଚତୁର୍ଦ୍ଦଶ ଥର (୧୪ ନମ୍ବର ଥର ପାଇଁ) ମନ କି ବାତ୍ କରିଛନ୍ତି । ଯଦି ପ୍ରଥମ କାର୍ଯ୍ୟକାଳକୁ ଯୋଡିବା ତେବେ ଏହା ହେଉଛି ମୋଦୀଙ୍କ ୬୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୧ ରେ ଟୁଇଟ୍ କରି କହିଥିଲେ ‘ ମୁଁ ଏହି କଥାକୁ ନେଇ ଆଶ୍ୱସ୍ତ ଯେ ଆପଣମାନେ ସାମୂହିକ ପ୍ରୟାସରୁ ଆସୁଥିବା ସକରାତ୍ମକ ପରିବର୍ତ୍ତନର କାହାଣୀ ସହ ପରିଚିତ ଥିବେ । ଆପଣ ମାନେ ନିଶ୍ଚିତ ରୂପରେ ଏମିତି କାହାଣୀ ଜାଣିଥିବେ, ଯେଉଁଠି ସକରାତ୍ମକ ଚିନ୍ତାଧାରା ଲୋକମାନଙ୍କ ଜୀବନ ବଦଳାଇଦେଇଛି । ଏମିତି କାହାଣୀ ଓ ପ୍ରୟାସକୁ ଜୁଲାଇ ୨୬ ତାରିଖକୁ ପ୍ରସାରିତ ହେବାକୁ ଥିବା ମନ କି ବାତ୍ କାର୍ଯ୍ୟକ୍ରମରେ ଶେୟାର କରିବା ପାଇଁ ଅନୁରୋଧ କରିଛନ୍ତି । ପିଏମ ମୋଦୀ ଲୋକଙ୍କୁ ସେମାନଙ୍କର ଚିନ୍ତାଧାରା ଏବଂ କାହାଣୀ ଜଣାଇବାକୁ କହିଥିଲେ ଏବଂ ଏହା ସହ କାହାଣୀ ପହଞ୍ଚାଇବାର ମାଧ୍ୟମ ମଧ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ‘ମନ କି ବାତ୍’ କାର୍ଯ୍ୟକ୍ରମ ପାଇଁ ତାଙ୍କ ଭାବନା ବାଣ୍ଟିବାର ଅନେକ ଉପାୟ ଅଛି । ୧୮୦୦-୧୧-୭୮୦୦ କୁ କଲ କରି ଆପଣଙ୍କର ବାର୍ତ୍ତାକୁ ନମୋ ଆପରେ ପକାଇପାରିବେ କିମ୍ବା Mygovରେ ଲେଖିପାରିବେ ।

ମୋଦୀ ଏହାପୂର୍ବରୁ ୨୮ ଜୁନ୍ ରେ ‘ମନ୍ କି ବାତ୍’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଥିଲେ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଚାଇନା ଆକ୍ରମଣ, ଲକଡାଉନ୍ ଏବଂ କରୋନା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ସହ ନିଜର ମତ ବାଣ୍ଟିସାରିଛନ୍ତି । ବର୍ତ୍ତମାନ ଦେଶରେ କରୋନା ମାମଲା ବୃଦ୍ଧି ପାଉଛି, ତେଣୁ ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଏହି ମହାମାରୀକୁ ଏଡାଇବା ବିଷୟରେ ଜନତା ସହ ଆଲୋଚନା କରିବେ ।

ରାଜ୍ୟରେ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି । କିନ୍ତୁ ତାଙ୍କର ପ୍ରେଗନେନ୍ସି ଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିଛି । ଏଥିସହିତ ମୋଟ ୧୦ କରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

୧. ଗଜପତି ଜିଲ୍ଲାର ୬୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ, ସେ ଡାଇବେଟିସ୍ ଏବଂ ହାଇପରଟେନସନ୍‌ରେ ପୀଡ଼ିତ ଥିଲେ

୨. ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷୀୟ ପୁରୁଷ ରୋଗୀଙ୍କ ଦେହାନ୍ତ ହୋଇଛି  ।

୩. ଗଞ୍ଜାମ ଜିଲ୍ଲା ଆଉ ଜଣେ ମୃତକ ହେଉଛନ୍ତି ୫୫ ବର୍ଷୀୟ ପୁରୁଷ । ସେ ମଧ୍ୟ କରୋନା ସହିତ ଡାଇବେଟିସ୍ ଏବଂ ହାଇପରଟେନସନ୍‌ରେ ପୀଡ଼ିତ ଥିଲେ ।

୪. ଗଞ୍ଜାମ ଜିଲ୍ଲାର ଅନ୍ୟ ମୃତକମାନଙ୍କ ମଧ୍ୟରେ ୬୦ ବର୍ଷୀୟ ପୁରୁଷ, ୬୪ ବର୍ଷୀୟ ପୁରୁଷ ରହିଛନ୍ତି, ସେମାନେ ଉଭୟ କ୍ରୋନିକ୍‌ କିଡନୀ ରୋଗରେ ପୀଡ଼ିତ ଥିଲେ

୫. ଗଞ୍ଜାମ ଜିଲ୍ଲା ୬୦ ବର୍ଷୀୟ ଜଣେ ପୁରୁଷ

୬. ୩୫ ବର୍ଷୀୟ ପୁରୁଷ ଖୋର୍ଦ୍ଧା ଜିଲ୍ଲା

୭. ଗଞ୍ଜାମ ଜିଲ୍ଲା ୫୧ ବର୍ଷୀୟ ମହିଳା

୮. ସୁନ୍ଦରଗଡ଼ ଜିଲ୍ଲା ୬୯ ବର୍ଷୀୟ ପୁରୁଷ

୯. ଭୁବନେଶ୍ୱର ୫୮ ବର୍ଷୀୟା ଜଣେ ମହିଳା, ସେ ଡାଇବେଟିସ୍ ସମେତ ଅନ୍ୟ କିଛି ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।

ଯୁଦ୍ଧକାଳୀନ ସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉ, ତାର ସିଧା ପ୍ରଭାବ ସୀମାରେ ଥିବା ସୈନିକଙ୍କ ମନୋବଳ ଉପରେ ପଡ଼ିଥାଏ: ପିଏମ ମୋଦି

ନୂଆଦିଲ୍ଲୀ: (ମନ୍ କି ବାତ୍) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ତମ ମନ କି ବାତ କାର୍ଯ୍ୟକ୍ରମ କରିଛନ୍ତି । କାର୍ଗିଲ ବିଜୟ ଦିବସର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହୋଇଥିଲା ତାହା ଦେଶ କେବେ ଭୁଲିପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ସମୟରେ ମୁଁ ମଧ୍ୟ କାର୍ଗିଲ ଯାଇ ଆମର ସୈନିକମାନଙ୍କର ବୀରତ୍ୱ ଦେଖିବାର ସୌଭାଗ୍ୟ ପାଇଥିଲି, ସେହି ଦିନଟି ମୋ ଜୀବନର ସବୁଠାରୁ ମୂଲ୍ୟବାନ ମୂହୁର୍ତ୍ତ ଅଟେ। ସେ କହିଛନ୍ତି ଯେ ଆଜି ସାରା ଦେଶରେ ଲୋକମାନେ କାର୍ଗିଲ ବିଜୟକୁ ସ୍ମରଣ କରୁଛନ୍ତି । ସୋସିଆଲ ମିଡିଆରେ #courageinkargil ହ୍ୟାସଟ୍ୟାଗ୍ ସହିତ ଲୋକମାନେ ନିଜ ହିରୋମାନଙ୍କୁ ପ୍ରଣାମ କରୁଛନ୍ତି ଏବଂ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ କାର୍ଗିଲ ବିଜୟ ସହିତ ଜଡିତ ଆମର ବିରତ୍ୱର କାହାଣୀ, ବୀର-ମାତାମାନଙ୍କ ବଳିଦାନ ବିଷୟରେ ଆଜି ପରସ୍ପରକୁ ବାଣ୍ଟନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ସମସ୍ତ ଦେଶବାସୀଙ୍କ ତରଫରୁ ମୋର ଏହି ସାହସୀ ସୈନିକମାନଙ୍କ ସହ ମୁଁ ମଧ୍ୟ ସେହି ସାହସୀ ମାଆ ମାନଙ୍କୁ ନମସ୍କାର କରୁଛି ଯେଉଁମାନେ ଭାରତମାତାର ପ୍ରକୃତ ପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପିଏମ ମୋଦୀ କହିଛନ୍ତି ଯେ gallantryawards.gov.i ୱେବସାଇଟ୍ ଅଛି, ଆପଣ ସମସ୍ତେ ସେଠାରେ ଭିଜିଟ କରିବା ଜରୁରୀ । ସେ କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ସମୟରେ ଅଟଳ ବିହାରୀ ବାଜପେୟ ଲାଲକିଲ୍ଲାରୁ ଯାହା କହିଥିଲେ, ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ। ତେବେ ଅଟଳ ବିହାରୀ ବାଜପେୟ ଦେଶକୁ ଗାନ୍ଧିଜୀଙ୍କ ଗୋଟିଏ ମନ୍ତ୍ର ମନେ ପକାଇଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଟଳ ଜୀ କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ଆମକୁ ଦ୍ୱିତୀୟ ମନ୍ତ୍ର ଦେଇଛି। ଏହି ମନ୍ତ୍ର ଥିଲା ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ, ଆସନ୍ତୁ ଭାବିବା ଆମର ପଦକ୍ଷେପ ସେହି ଅପହଞ୍ଚ ପାହାଡରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସୈନିକଙ୍କ ସମ୍ମାନ ଅନୁରୂପ ଅଟେ କି?

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହୁଛୁ ସୀମାରେ ଠିଆ ହୋଇଥିବା ସୈନିକମାନଙ୍କ ମନୋବଳ ଉପରେ ଏହାର ବହୁତ ପ୍ରଭାବ ରହିଛି। ଆମେ ଏହାକୁ କେବେବି ଭୁଲିଯିବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ଆମର ନୈତିକତା, ଆମର ଆଚରଣ, ଆମର ବକ୍ତବ୍ୟ, ଆମର ସମ୍ମାନ, ଆମର ଲକ୍ଷ୍ୟ, ଆମେ ସମସ୍ତେ ପରୀକ୍ଷାରେ ରହିବା ଆବଶ୍ୟକ ଯେ ଆମେ ଯାହା କରୁଛୁ ତାହା ଦ୍ୱାରା ସୈନିକ ମାନଙ୍କର  ମନୋବଳ ଏବଂ ସମ୍ମାନ ବୃଦ୍ଧି ପାଉ ।

କରୋନା ସଙ୍କଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଆମ ଦେଶରେ ରିକଭରୀ ରେଟ ଅନ୍ୟ ଦେଶ ତୁଳନାରେ ଭଲ ରହିଛି । ଆହୁରି ମଧ୍ୟ, ଆମ ଦେଶରେ କରୋନା ମୃତ୍ୟୁ ହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶ ତୁଳନାରେ ବହୁତ କମ୍ ରହିଛି । ପିଏମ ମୋଦୀ ଆବେଦନ କରିଛନ୍ତି ଯେ ଯେତେବେଳେ ବି ଆପଣଙ୍କୁ ମାସ୍କ ପିନ୍ଧିବାରେ ଅସୁବିଧା ଲାଗିବ କିମ୍ବା ମାସ୍କ ଖୋଲିଦେବାକୁ ଇଚ୍ଛା ହେବ ସେତେବେଳେ କ୍ଷଣୀକ ପାଇଁ ସେହି ଡାକ୍ତର, ନର୍ସ ଏବଂ କରୋନା ଯୋଦ୍ଧା ମାନଙ୍କୁ ମନେ ପକାଇବେ । ସେ କହିଛନ୍ତି ଯେ ଆମକୁ ସମ୍ପୂର୍ଣ୍ଣ ସଜାଗ ରହି କରୋନା ବିରୋଧରେ ଲଢ଼ିବାକୁ ପଡିବ । ଅନ୍ୟ ପଟେ କଠିନ ପରିଶ୍ରମ ସହିତ ଆମକୁ ବ୍ୟବସାୟ, ଚାକିରି, ଅଧ୍ୟୟନରେ ତ୍ୱରାନ୍ୱିତ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଆଉ ୧୩୭୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୩୦ ଜିଲ୍ଲାକୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ମୋଟ ୭୨୮ କରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି ।  ଏଥିସହିତ ରାଜ୍ୟରେ ମୋଟ କରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୫ ହଜାର ୯୨୮ରେ ପହଞ୍ଚିଛି ।  ତେବେ ସମସ୍ତ ସୁସ୍ଥ ଓ ମୃତ ରୋଗୀଙ୍କୁ ବାଦ ଦେଲେ ରାଜ୍ୟରେ ବର୍ତ୍ତମାନ ମୋଟ ୯୨୮୭  ଜଣ କରୋନା ସଂକ୍ରମିତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ହୋମ୍‌ରେ ରହିଛନ୍ତି ।

ଗଞ୍ଜାମରୁ ସର୍ବାଧିକ ୪୮୪, ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ୱରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗୀରରୁ ୧୯, ସମ୍ବଲପୁରରୁ ୧୭, ଢେଙ୍କାନାଳ ଓ ମାଲକାନଗିରିରୁ ୧୫, କନ୍ଧମାଳରୁ ୧୨, ଦେଓଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ୧୧ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୦, ଯାଜପୁର ଓ ବୌଦ୍ଧରୁ ୮ଜଣ ଲେଖାଏଁ, କୋରାପୁଟ ଓ ବରଗଡ଼ରୁ ୭ଜଣ ଲେକାଏଁ, ଝାରସୁଗୁଡ଼ାରୁ ୬, ସୋନପୁର ଓ ଅନୁଗୁଳରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦୁଇ ଦିନରେ କରୋନାର ୧ ଲକ୍ଷ ମାମଲା, Unlock 3.0ରେ ମଧ୍ୟ ଖୋଲିବନି ସ୍କୁଲ, କଲେଜ ଓ ମେଟ୍ରୋ !

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଶେଷ ହେବାର ପ୍ରାୟ ଦୁଇମାସ ବିତିଗଲାଣି ତଥାପି ପରିସ୍ଥିତି ଏପରି ହେଲାଣି ଯେ କରୋନା ସଂକ୍ରମଣ ହେତୁ ଅନେକ ରାଜ୍ୟକୁ ପୁନର୍ବାର ଲକଡାଉନ କରିବାକୁ ପଡିଲା । ବିହାର ଏବଂ ମଧ୍ୟପ୍ରଦେଶରେ ପୁଣି ଥରେ ଲକଡାଉନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଭଳି ପରିସ୍ଥିତିରେ ସ୍କୁଲ, କଲେଜ, ଜିମ୍ ଏବଂ ମେଟ୍ରୋ ଟ୍ରେନ୍ ବର୍ତ୍ତମାନ ଖୋଲିପାରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି? ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ ବର୍ତ୍ତମାନ ଏହା ବହୁତ କଷ୍ଟସାଧ୍ୟ । କରୋନା ମାମଲା ଏପର୍ଯ୍ୟନ୍ତ ହ୍ରାସ ହେବାର ନାମ ନେଉନାହିଁ | ତେବେ ପୁନରୁଦ୍ଧାର ହାର ୬୩.୪୫ କୁ ବୃଦ୍ଧି ପାଇଛି ଏବଂ କରୋନାରୁ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍ ରହିଛି ।

ଏନେଇ ଅଧିକାରୀ ମାନେ କହିଛନ୍ତି ଯେ, ମେଟ୍ରୋ ସେବା ଏବେ ଆରମ୍ଭ କରିବା ସମ୍ଭବପର ନୁହେଁ । ମାର୍ଚ୍ଚ ମାସରୁ କରୋନା କାରଣରୁ ସମସ୍ତ ସ୍କୁଲ, କଲେଜ ବନ୍ଦ ହୋଇରହିଛି । ଏନେଇ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ହେଇ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ସୂଚନା ଅନୁଯାୟୀ ଅଧିକାଂଶ ରାଜ୍ୟ ବିଦ୍ୟାଳୟ-କଲେଜ ଖୋଲିବାକୁ ଏପର୍ଯ୍ୟନ୍ତ ସହମତ ନୁହଁନ୍ତି। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଜୁନ୍ ମାସରେ ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ମଧ୍ୟ କହିଥିଲେ ଯେ ସ୍କୁଲ ଏବଂ କଲେଜ ଖୋଲିବା ବିଷୟରେ ପିତାମାତାଙ୍କ ସହ ମଧ୍ୟ ଆଲୋଚନା କରାଯିବ।

ଭୟଭୀତ ପିତାମାତା

ପିତାମାତା କରୋନାକୁ ନେଇ ଭୟରେ ଅଛନ୍ତି ଏବଂ ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ସପକ୍ଷରେ ନାହାଁନ୍ତି । ଏଭଳି ପରିସ୍ଥିତିରେ ଆସନ୍ତା ସପ୍ତାହରେ ବିଦ୍ୟାଳୟ ଓ କଲେଜ ଖୋଲିବା ବିଷୟରେ କୌଣସି ନିଷ୍ପତ୍ତି ନେବା ଅସମ୍ଭବ ମନେହୁଏ । ମନ୍ତ୍ରଣାଳୟ ମଧ୍ୟ କେନ୍ଦ୍ରକୁ ସୂଚନା ଦେଇଛି ଯେ ଅନେକ ଅଭିଭାବକ ବିଦ୍ୟାଳୟ ଓ କଲେଜ ଖୋଲିବା ସପକ୍ଷରେ ନାହାଁନ୍ତି। ଅନେକ ଲୋକ କୁହନ୍ତି ଯେ ଟିକା ଦିଆଯିବା ପରେ ସ୍କୁଲ ଏବଂ କଲେଜ ଖୋଲିବା ଉଚିତ୍ ।

ମେଟ୍ରୋ ଖୋଲିବାରେ ଅସୁବିଧା

ଲୋକମାନେ ମେଟ୍ରୋ ରେଳ ସେବାକୁ ଅପେକ୍ଷା କରିଛନ୍ତି କିନ୍ତୁ ଏହା ଖୋଲିବାରେ ବିପଦ ମଧ୍ୟ ରହିଛି । ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା ମାମଲା ବହୁତ ଅଧିକ ରହିଛି । ବର୍ତ୍ତମାନ ଦିଲ୍ଲୀରେ କରୋନା ମାମଲାରେ ଉଲ୍ଲେଖନୀୟ ହ୍ରାସ ଘଟିଛି କିନ୍ତୁ ଏହି ମାମଲା ପୁଣି ଥରେ ବଢ଼ୁ ବୋଲି ସରକାର ଚାହୁଁନାହାଁନ୍ତି। ଗତକାଲି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି କିନ୍ତୁ ବର୍ତ୍ତମାନ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ଏବଂ ଅବହେଳା ପୁଣି ମାମଲା ବଢ଼ାଇପାରେ। ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ତଥା ସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ଯେ ଏଥର ସ୍ୱାଧୀନତା ଦିବସକୁ ସୀମିତ ତଥା ସାମାଜିକ ଦୂରତା ସହ ପାଳନ କରାଯିବା ଉଚିତ। ଏଭଳି ପରିସ୍ଥିତିରେ ମେଟ୍ରୋ ସେବା ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ବୋଲି କହିବା ଅତ୍ୟନ୍ତ କଷ୍ଟକର।

 

‘କାର୍ଗିଲ ବିଜୟ ଦିବସ’: ବୀର ଯବାନଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘କାର୍ଗିଲ ବିଜୟ ଦିବସ’ ଅବସରରେ ଶହୀଦ ଯବାନଙ୍କୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟି ମାଆର ସୁରକ୍ଷା ପାଇଁ ଜୀବନର ଶେଷ ନିଶ୍ୱାସ ଯାଏଁ ଲଢିଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଆହୁରୀ ଲେଖିଛନ୍ତି, କାରଗିଲ ଭଳି ଅତି ଚ୍ୟାଲେଞ୍ଜିଂ ଅଞ୍ଚଳରେ ଜୀବନ ଶେଷ ନିଶ୍ୱାସ ଯାଏଁ ଲଢ଼ିଥିଲେ ବୀର ଯବାନ । ଏବଂ ଆମ ମାତୃଭୂମିର ପ୍ରତ୍ୟେକ ଇଞ୍ଚ ଜମିକୁ ସୁରକ୍ଷା ଯୋଗାଇଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଆଜି କାର୍ଗିଲ ଯୁଦ୍ଧକୁ ପୂରିଛି ୨୧ ବର୍ଷ । ୧୯୯୯ ମହିହାର ଆଜିକାର ଦିନରେ ଭାରତୀୟ ସୈନିକ କାର୍ଗିଲ ପାହାଡ଼ରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ଅମର ଯବାନମାନେ ସେମାନଙ୍କ ଅଦମ୍ୟ ସାହାସ ଦେଖାଇ  ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିଲେ । ୬୦ ଦିନରେ ଭୋକିଲା ଓ ଶୋଷିଲା ଓ ଶୀତରେ ମଧ୍ୟ ଥଣ୍ଡା ପଡ଼ିନଥିଲେ । କାର୍ଗିଲ ଜିଲ୍ଲା ଅକ୍ତିଆର କରିବାପାଇଁ ଆସ୍ତାନ ଜମାଇଥିଲେ । ତା’ ପରେ ଆରମ୍ଭ ହୋଇଥିଲା କାର୍ଗିଲ ଯୁଦ୍ଧ ।

ଆଜି କାର୍ଗିଲ ବିଜୟ ଦିବସକୁ ପୁରିଲା ୨୧ ବର୍ଷ: ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ଦେଶ ଗର୍ବିତ

କରୋନା କାଳ ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ଉପରେ ଦିଅନ୍ତୁ ଅଧିକ ଗୁରୁତ୍ୱ, ନହେଲେ ଭୋଗିବେ ଏମିତି !

ନୂଆଦିଲ୍ଲୀ: ସମୟ ସମୟରେ, ଆମେ ଆପଣଙ୍କୁ ଭଲ ଜିନିଷ ବିଷୟରେ କହିଥାଉ ଯାହା କରୋନା କାରଣରୁ ଆମ ଜୀବନରେ ଜାଗା ସୃଷ୍ଟି କରିଛି । ଏହା ସତ୍ୟ ଯେ ଆମ ଦେଶ ସାଧୁ ସନ୍ଥ ମାନଙ୍କର ଦେଶ ଏବଂ ଯୋଗ, ପ୍ରାଣାୟାମର ଅସ୍ତିତ୍ୱ କେବଳ ମନୁଷ୍ୟଠାରୁ ହିଁ ବିବେଚନା କରାଯାଏ । କିନ୍ତୁ ତଥାପି, ସମୟର ପରିବର୍ତ୍ତନରେ ଆମେ ଆମର ଐତିହ୍ୟକୁ ଭୁଲି ଯାଇଥାଉ । ଏହି କରୋନା ପୁଣିଥରେ ସେଗୁଡ଼ିକର ମହତ୍ତ୍ୱ ବୁଝାଇପାରିଛି । ଚାଲନ୍ତୁ କିଛି ସମାନ ଜିନିଷ ଏବଂ କୌଶଳ ବିଷୟରେ ଜାଣିବା…

ଦୀର୍ଘ ନିଶ୍ୱାସ ନେବା-

ଆଜିର ସମୟରେ ଲୋକମାନେ ସାଧାରଣତଃ ନିଶ୍ୱାସ ନେବା ଉପରେ ବେଶୀ ଧ୍ୟାନ ଦେଉଛନ୍ତି । ନିଶ୍ୱସା ନେବାର ପ୍ରକ୍ରିୟା କିପରି ସୁଧୁରିପାରିବ ଯାହାଦ୍ୱାରା ଅଧିକରୁ ଅଧିକ ଅମ୍ଲଜାନ ଶରୀର ଭିତରେ ପ୍ରବେଶ କରିବ । ଏହି ଅମ୍ଲଜାନ ଶରୀର ଭିତରେ ପଶି ରକ୍ତ ପ୍ରବାହରୁ ରେଗୁଲେଟ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ମୁହଁ ବଦଳରେ ନାକ ଦ୍ୱାରା ନିଶ୍ୱାସ ନେବା-

ଆମେ ସମସ୍ତେ ନାକ ଦେଇ ନିଶ୍ୱାସ ନିଅନ୍ତି କିନ୍ତୁ ପ୍ରାୟତଃ ଲୋକମାନେ ଶୋଇବା ସମୟରେ ପାଟିରୁ ନିଶ୍ୱାସ ନେବା ଆରମ୍ଭ କରନ୍ତି । ଏଥିସହ କିଛି ଲୋକ ଦିନ ସମୟରେ ପାଟିରୁ ନିଶ୍ୱାସ ମଧ୍ୟ ନେଇଥା’ନ୍ତି | କିନ୍ତୁ ନାକ ଦେଇ ନିଶ୍ୱାସ ନେବା ପାଟିରୁ ନିଶ୍ୱାସ ନେବା ଅପେକ୍ଷା ଅଧିକ ଲାଭଦାୟକ ଅଟେ ।

ଏହା ଦ୍ୱାରା ନାକ ଦେଇ ନିଶ୍ୱାସ ନେବାବେଳେ ବାୟୁରେ ଥିବା ସୂକ୍ଷ୍ମ କଣିକା ଶ୍ୱାସକ୍ରିୟାରେ ପହଞ୍ଚେ ନାହିଁ । କାରଣ ନାକ ଭିତରେ ସୂକ୍ଷ୍ମ କେଶ ଏବଂ ତରଳ ପଦାର୍ଥ ଏହି ସୂକ୍ଷ୍ମ କଣିକାଗୁଡ଼ିକୁ ରୋକିବାରେ କାର୍ଯ୍ୟ କରିଥାଏ । ଏହି କଣିକାଗୁଡ଼ିକ ନାକର ଏହି କେଶରେ ଏବଂ ତରଳ ପଦାର୍ଥରେ ଅଟକି ଯାଆନ୍ତି । ଏହି କାରଣରୁ ସେମାନେ ଶରୀର ଭିତରକୁ ଯାଇପାରନ୍ତି ନାହିଁ ।

ନାକରେ ଶ୍ୱାସ ନେବାର ଉପକାର-

ଯେଉଁ ଲୋକମାନେ ସବୁବେଳେ ଅର୍ଥାତ୍ ଜାଗ୍ରତ ଏବଂ ଶୋଇବା ସମୟ ନାକ ଦେଇ ନିଶ୍ୱାସ ନିଅନ୍ତି, ଏହିପରି ଲୋକମାନେ ଆଜ୍‌ମା, ସ୍ନୋରିଙ୍ଗ ଭଳି ସମସ୍ୟାକୁ ଏଡାଇବାରେ ସମର୍ଥ ହୁଅନ୍ତି ।

ନାକରେ ଶ୍ୱାସକ୍ରିୟା ଦ୍ୱାରା, ପାଗ ପରିବର୍ତ୍ତନ ହେତୁ ହେଉଥିବାଅନେକ ପ୍ରକାରର ଆଲର୍ଜିରୁ ନିଜକୁ ସୁରକ୍ଷିତ ରଖିପାରିବା । ମସ୍ତିଷ୍କ ଏବଂ ଶରୀରରେ ଅମ୍ଳଜାନର ସ୍ତର ସଠିକ୍ ରହିଥାଏ । ଏହା ଚାପ ସ୍ତରକୁ କମ୍ ରଖେ । ଏକାଗ୍ରତା ବଜାୟ ରଖିବାରେ ସାହାଯ୍ୟ କରେ ।

ମୁହଁରେ ନିଶ୍ୱାସ ନେବାର କ୍ଷତି-

ପାଟିରୁ ନିଶ୍ୱାସ ନେବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ପ୍ରଥମ ଏବଂ ସବୁଠାରୁ ବଡ ସମସ୍ୟା ହେଉଛି ଅଧିକାଂଶ ଲୋକ ଯେଉଁମାନେ ପାଟିରୁ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି, ସେମାନଙ୍କୁ ଘୁଙ୍ଗୁଡ଼ି ମାରିବାର ସମସ୍ୟା ଦେଖାଦେଇଥାଏ ।

ପାଟିରେ ନିଶ୍ୱାସ ନେବା ପରେ ଛାତିରେ ଗଭୀର ଯନ୍ତ୍ରଣା ହେବା, ଟାଣ ଏବଂ ମାନସିକ ଥକ୍କା ଅନୁଭବ ହେବା ଭଳି ସମସ୍ୟା ଦେଖାଦେଇଥାଏ । ଯେଉଁ ଲୋକମାନେ ପାଟିରୁ ନିଶ୍ୱାସ ନିଅନ୍ତି ସେମାନେ ପ୍ରାୟତଃ ପାଟିରେ ଶୁଷ୍କତା, ଅଧିକ ଓଠ ଫାଟିଯିବା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ଯୋଗର ନିକଟତର ହେବା

ଯୋଗ ଗୁରୁ ବାବା ରାମଦେବ ତଥା ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚେଷ୍ଟାରେ ଆମେ ସମସ୍ତେ ଯୋଗକୁ ଆମର ନିକଟତର କରିବାର ମହତ୍ କାର୍ଯ୍ୟ କରିଛେ । ଏହି କରୋନା କାଳ ମଧ୍ୟରେ ଲୋକମାନେ ଅଧିକରୁ ଅଧିକ ଯୋଗ କରିବାକୁ ଗୁରୁତ୍ୱ ଦେଇଛନ୍ତି ।

ଧୂମପାନରୁ ଦୂରରେ ରୁହନ୍ତୁ-

କିଛି ଦିନ ପୂର୍ବରୁ ଆମେ ଆପଣଙ୍କୁ ବ୍ରିଟେନର ଆକଳନ ବିଷୟରେ କହିଥିଲୁ, ଯାହା ଅନୁଯାୟୀ ଗତ ୪ ମାସ ମଧ୍ୟରେ ୧ ମିଲିୟନରୁ ଅଧିକ ଲୋକ ଧୂମପାନ ବନ୍ଦ କରି ଦେଇଛନ୍ତି । ଏମାନେ ସର୍ବାଧିକ ସଂଖ୍ୟକ ଲୋକ, ଯେଉଁମାନେ କରୋନା କାରଣରୁ ସଂପୂର୍ଣ୍ଣ ଧୂମପାନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।