spot_img
Home Blog Page 6753

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଥିଲେ । ଆଜି ମଧ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ  ପ୍ରକାଶ ପାଇବ । କରୋନା ପାଇଁ ରେଜଲ୍ଟ ବାହାରିବା ପାଇଁ ବିଳମ୍ବ ହୋଇଛି । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ଘୋଷଣା କରାଯିବ । ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଓ ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ତେବେ ପୂର୍ବ ସୂଚନା ମୁତାବକ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ହିଁ ରେଜଲ୍ଟ ବାହାରୁଛି । ପରୀକ୍ଷା ଫଳ ଭଲ ହେବ ବୋଲି ଆଶା କରିଛନ୍ତି ମନ୍ତ୍ରୀ ।

SMS ଦ୍ୱାରା କେମିତି ରେଜଲ୍ଟ ଜାଣିବେ ?

ଟାଇପ କରନ୍ତୁ RESULT<space>OR12<space>ରୋଲ ନମ୍ବର’ ଓ ଏହାକୁ ୫୬୨୬୩କୁ ପଠାଇ ଦିଅନ୍ତୁ

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

 : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ

 

ଆଜି ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଦଣ୍ଡ ଭୋଗିବା ସହ ଅପମାନ ହୋଇପାରନ୍ତି

ଆଜିର ପଞ୍ଚାଙ୍ଗ:

୫ ସେପ୍ଟେମ୍ବର, ୨୦୨୦, ଶନିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ସିଂହ ୨୧ ଦିନ, ଅଶ୍ୱୀନ କୃଷ୍ଣପକ୍ଷ ୩ତୟା ତିଥି ,ଦିନ ୪ଟା ୩୯ ପରେ ୪ର୍ଥୀତିଥି

– ମୀନ ରାଶିରେ ଚନ୍ଦ୍ର ରହିବେ

– ରେବତୀ ନକ୍ଷତ୍ର

-ଘାତ ଚନ୍ଦ୍ର – ଧନୁରାଶିର

– ଘାତ ବାର – ବୃଷ,ସିଂହ,କନ୍ୟା ରାଶିର

– ପୁଷ୍କର ଦୋଷ – ୧ ପାଦ, କୃଷିହାନି,ଭୂମିଦାନ

– ଶୁଭ ସମୟ –

ସକାଳ ୧୦ ଟା ୧୨ ରୁ ସକାଳ ୧୨ ଟା ୫୯

ରାତି ୮ ଟା ୧୪ ରୁ ରାତି ୧୦ ଟା ୩୫

ଅମୃତବେଳା- ଦିନ ୨ଟା ୪୯ ରୁ ଦିନ ୪ ଟା ୦୨

– ଅଶୁଭ ସମୟ –

ରାହୁକାଳ- ଦିନ ୮ ଟା ୪୦ ରୁ ଦିନ ୧୦ ଟା ୧୨

କାଳରାତ୍ରି – ସନ୍ଧ୍ୟା ୫ ଟା ୫୪ ରୁ ରାତି ୭ ଟା ୨୨

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ତୁଳନାରେ ସଫଳତା ମିଳିବ ନାହିଁ ।

ଦ୍ୱିଜା ନକ୍ଷତ୍ର – ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

କୃତ୍ତିକା ନକ୍ଷତ୍ର – ଧାର୍ ସୂତ୍ରରେ ଅର୍ଥ ପାଇବେ

ପ୍ରଭୁ ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଚାକିରୀରେ ପଦୋନ୍ନତି ହୋଇପାରେ, ରୋଜଗାର ବଢିବ

ରୋହିଣି ନକ୍ଷତ୍ର – ପିଲାମାନଙ୍କ ସହ ହସଖୁସିରେ ସମୟ କାଟିବେ

ମୃଗଶିରା ନକ୍ଷତ୍ର – ଭାଇଙ୍କ ସହ ସଂପର୍କ ଖରାପ ଯୋଗୁ ଚିନ୍ତାରେ ରହିବେ

ଶୁଭଫଳ ପାଇଁ ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଭାଗ୍ୟର ସହଯୋଗରେ ପୂର୍ବ ସମସ୍ୟାରୁ ମୁକ୍ତି ପାଇବେ

ଆର୍ଦ୍ରା ନକ୍ଷତ୍ର – ଆର୍ଥିକସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ହେବ

ପୁନର୍ବସୁ ନକ୍ଷତ୍ର – ଘରେ ଖୁସିର ବାତାବରଣ ରହିବ, କିଛି ଆନନ୍ଦ ଉତ୍ସବ ହୋଇପାରେ

ସକାଳୁ ସ୍ନାନ ପରେ ନାରାୟଣଙ୍କୁ ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଅର୍ଥ,ସମ୍ମାନର ଅଭାବ ରହିବ ନାହିଁ

ପୁଷ୍ୟା ନକ୍ଷତ୍ର – ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ

ଅଶ୍ଲେଷା ନକ୍ଷତ୍ର – ନୂତନ ବନ୍ଧୁଙ୍କର ଆଗମନ ହେବ, ଖୁସିର ଦିନଟି ରହିବ

ଘରୁ ବାହାରିବା ବେଳେ ଓଁ ସୋମାୟ ନମଃ ମନ୍ତ୍ର ପାଠ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଦୀର୍ଘ ଦିନରୁ ଅଟକି ଥିବା କାମ ସଂପୂର୍ଣ୍ଣ ହେବ

ପୂର୍ବାଫାଲଗୁନି ନକ୍ଷତ୍ର – କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯାଇପାରେ

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ତ୍ତବ୍ୟନିଷ୍ଠା ଯୋଗୁ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇବେ

ଶ୍ରୀରାମଙ୍କ ମୂଳ ମନ୍ତ୍ର ପାଠ କରି ଦିନଟି ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପରେ ନିଜକୁ ଅସହାୟ ମନେ କରିବେ

ହସ୍ତା ନକ୍ଷତ୍ର – ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବ

ଚିତ୍ରା ନକ୍ଷତ୍ର – କୌଣସି କାରଣକୁ ନେଇ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ

ଶୁଭଫଳ ପାଇଁ ଈଷ୍ଟଦେବୀ ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ରକୁ ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଉଭୟ ପ୍ରେମ ଓ ପାରିବାରିକ ଜୀବନରେ ଉତ୍ତମ ବୁଝାମଣା ରହିବ

ସ୍ୱାତୀ ନକ୍ଷତ୍ର – ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ

ବିଶାଖା ନକ୍ଷତ୍ର – ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ,କର୍ମଶୈଳୀରେ ପରିବର୍ତ୍ତନ ଆସିବ

ଗାଈକୁ କିଛି ଖାଇବାକୁ ଦେଇ ଦିନ ଆରମ୍ଭ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ଲାଭ କରିବେ

ଅନୁରାଧା ନକ୍ଷତ୍ର – ମହିଳାମାନେ କର୍ମତତ୍ପର ରହିବେ, ସବୁ ଚିନ୍ତାରୁ ମୁକ୍ତି ପାଇବେ

ଜ୍ୟେଷ୍ଠା ନକ୍ଷତ୍ର – କରିଥିବା କର୍ମ ପାଇଁ ସମ୍ମାନିତ ହେବେ,ଦକ୍ଷତା ପ୍ରତିପାଦିତ କରିବେ

ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ, ଦିନଟି ଶୁଭ ରହିବ

ଧନୁ ରାଶି

ମୂଳା ନକ୍ଷତ୍ର – ଉଭୟ ପ୍ରେମ ଓ ପାରିବାରିକ ଜୀବନ ହସଖୁସିରେ କଟିବ

ପୂର୍ବଷାଢା ନକ୍ଷତ୍ର – ଖର୍ଚ୍ଚ ଅଧିକ ହୋଇପାରେ, ଜଗିରଖି ଚଳନ୍ତୁ

ଉତ୍ତରାଷାଢା ନକ୍ଷତ୍ର – କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ

ଶ୍ରୀରାମଙ୍କର ରକ୍ଷାସ୍ତୋତ୍ର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ବହୁ ଦିନରୁ ମନୋସ୍କାମନା ପୂରଣ ହେବ

ଶ୍ରବଣା ନକ୍ଷତ୍ର – ବ୍ୟସ୍ତ ମଧ୍ୟରେ ସମୟ କାଟିବେ, ଗୁରୁଜନମାନଙ୍କର ପରାମର୍ଶ ନେଇ କାମ ଆରମ୍ଭ କରନ୍ତୁ

ଧନିଷ୍ଠା ନକ୍ଷତ୍ର – ସଂପତ୍ତି ବଢିପାରେ, ନିଜ ପ୍ରତିଭାର ବିକାଶ ହେବ

ମା’ଦକ୍ଷିଣକାଳୀଙ୍କର ମନ୍ତ୍ର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର –  ସମସ୍ତ କାର୍ଯ୍ୟରେ ବିଳମ୍ବ ଯୋଗୁ ମନରେ ଅଶାନ୍ତି ରହିବ

ଶତଭିଷା ନକ୍ଷତ୍ର – ପୂର୍ବରୁ କରିଥିବା କାମ ପାଇଁ ଦଣ୍ଡଭୋଗି ପାରନ୍ତି

ପୂର୍ବଭାଦ୍ର ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ, ଶୁଭ ଖବର ପାଇପାରନ୍ତି

ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବ୍ୟବସାୟରେ ଲାଭ ପାଇପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ – କରିଥିବା କର୍ମ ପାଇଁ ପୁରସ୍ଖାର ପାଇବେ, ଆର୍ଥିକ କ୍ଷେତ୍ରରେ ଲାଭ ପାଇବେ

ରେବତୀ ନକ୍ଷତ୍ର – ବନ୍ଧୁଙ୍କ ସହିତ ମିଶି କିଛି ନୂଆ ଯୋଜନା କରିପାରନ୍ତି

ସକାଳୁ ଗୁରୁଜନମାନଙ୍କୁ ପ୍ରଣାମ କରି କାମ ଆରମ୍ଭ କରିପାରନ୍ତି

 

ଜ୍ୟୋତିର୍ବିଦ୍ ଦୀପକ ଆଚାର୍ଯ୍ୟ

ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ନୂଆ କୋଭିଡ୍ ହସ୍ପିଟାଲ, ବୃଦ୍ଧି ପାଇବ ICU ବେଡ୍

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ନୂଆ କୋଭିଡ୍ ହସ୍ପିଟାଲ ଓ ବେଡ୍ ସଂଖ୍ୟା ବୃଦ୍ଧି ହେବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କଟକ SCBର ମେଡିସିନ ବିଭାଗରେ ସୃଷ୍ଟି ହେବ କୋଭିଡ୍ ହସ୍ପିଟାଲ । ଏବେ ଏସସିବି ମେଡିସିନ ବିଭାଗରେ ୨ଶହ ବେଡ୍ ରହିଛି । ସେଥିରୁ ୧୮୬ଟି ଜେନରାଲ ଓ ୧୪ଟି MICU ବେଡ୍ ରହିଛି । ୨୫ଟି ନୂଆ ICU ପ୍ରତିଷ୍ଠା ହେବ, ICU  ସଂଖ୍ୟା ୩୯କୁ ବୃଦ୍ଧି ପାଇବ ।

ସେହିଭଳି ଏସସିବିରେ ଗର୍ଭବତୀଙ୍କ ପାଇଁ ମଧ୍ୟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । SCBର ପୋଷ୍ଟମୋର୍ଟମ ବିଲଡିଂରେ ହେବ କୋଭିଡ୍ ହସ୍ପିଟାଲ । ଓ ଆଣ୍ଡ ଜି ବିଲଡିଂରେ ମଧ୍ୟ ଗର୍ଭବତୀଙ୍କ ପାଇଁ କୋଭିଡ୍ ହସ୍ପିଟାଲ ହେବ । ଲେବର ରୁମ୍, ଅପରେସନ ଥିଏଟର ପ୍ରତିଷ୍ଠା ହେବ । ୩୦ଟି ଜେନରାଲ ବେଡ୍ ସହ ୧୦ ଲେବର ଓ ୨ OT ଟେବୁଲ ରହିବ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବେଡ୍ ସଂଖ୍ୟା ୭୦କୁ ବୃଦ୍ଧି ପାଇବ । କ୍ୟାପିଟାଲ ହସ୍ପିଟାଲରେ ICU ବେଡ୍ ସଂଖ୍ୟା ବୃଦ୍ଧି ହେବ ।

ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଅତିରିକ୍ତ ୨୫ ICU ବ୍ୟବସ୍ଥା କରାଯିବ । ଡୁମୁଡୁମା KIDS ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ ହେବ । ସନ୍ ହସ୍ପିଟାଲ ତୁଳସୀପୁରରେ ହେବ କୋଭିଡ୍ ହସ୍ପିଟାଲ । ୧୯୫ଟି ଜେନେରାଲ ବେଡ୍, ICU-୩୦ଟି ହେବ । ଆବଶ୍ୟକସ୍ଥଳେ ICU ସଂଖ୍ୟା ୫୦କୁ ବୃଦ୍ଧି କରାଯିବ । ସନ୍ ହସ୍ପିଟାଲରେ ୨୦ଟି HDUର ବ୍ୟବସ୍ଥା ରହିବ । ରିଙ୍ଗ୍ ରୋଡ୍ କାଠଗୋଲା ସାହି ସୃଷ୍ଟି ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯିବ । ୬୦ ଜେନେରାଲ ବେଡ୍, ICU-୧୫, ଡାଏଲେସିସ୍-୨ ବ୍ୟବସ୍ଥା ରହିବ । ଆବଶ୍ୟକ ସ୍ଥଳେ ICUରେ ବେଡ୍ ସଂଖ୍ୟା ୫୦କୁ ବୃଦ୍ଧି କରାଯିବ ।

ପହଞ୍ଚି ପାରିଲାନି ୧୦୨, ଗର୍ଭବତୀଙ୍କୁ ନିଜେ ଖଟିଆରେ ଟେକି ଆଣିଲେ ଆମ୍ବୁଲାନ୍ସ ଚାଳକ

ଗୁଣପୁର: ପ୍ରସବ ବେଦନା ଆରମ୍ଭ ହେବାରୁ ଘର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ତ ଆସିଲା କିନ୍ତୁ ରାସ୍ତା ଖରାପ ଥିବାରୁ ଘର ପାଖରେ ପହଞ୍ଚି ପାରିନଥିଲା । ଘର ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅଟକି ରହିଥିଲା ୧୦୨ ଆମ୍ବୁଲାନ୍ସ । ସଙ୍ଗେ ସଙ୍ଗେ କାଳବିଳମ୍ବ ନକରି ଆମ୍ବୁଲାନ୍ସ ଚାଳକ ପ୍ରଦୀପ ଜେନା ଚାଲି ଚାଲି ପହଞ୍ଚିଥିଲେ ପ୍ରସୂତିଙ୍କ ଘରେ । ମାନବିକତା ଦେଖାଇଥିବା ଏ ଘଟଣା ହେଉଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ କେରେଞ୍ଜାଗୁଡ଼ା ଗାଁର ।

ଆମ୍ବୁଲାନ୍ସ ଚାଳକ ପହଞ୍ଚିବା ବେଳକୁ ମହିଳା ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେଇ ସାରିଥିଲେ । ତାପରେ ଆମ୍ବୁଲାନ୍ସ ଡ୍ରାଇଭର ପ୍ରଦୀପ ଜେନା ପ୍ରସୂତିଙ୍କୁ ନିଜେ ଖଟିଆରେ ବୋହି ଆଣିଥିଲେ ଆମ୍ବୁଲାନ୍ସ ନିକଟକୁ । କେରେଞ୍ଜାଗୁଡ଼ା ଗାଁରୁ ପ୍ରାୟ ୫ କିଲୋମିଟର ମାଟି ଗୋଡ଼ି ରାସ୍ତାରେ ଚାଳକ ଜଣଙ୍କ ପ୍ରସୂତି ଓ ନବଜାତକୁ ଖଟିଆରେ ଆଣିଥିଲେ । ତାପରେ ମାଆ ଓ ଛୁଆଙ୍କୁ ଗୁଡାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ମାଆ ଓ ଛୁଆ ଦୁହେଁ ଏବେ ସୁସ୍ଥ ଅଛନ୍ତି । ଆମ୍ବୁଲାନ୍ସ କର୍ମଚାରୀ ପ୍ରଦୀପଙ୍କ ଏଭଳି କାମ ପାଇଁ ତାଙ୍କୁ ସବୁ ଆଡ଼ୁ ସାବାସୀ ମିଳୁଛି । ଅନେକ ସମୟରେ ଅଭିଯୋଗ ହୁଏ ଆମ୍ବୁଲାନ୍ସ ନ ଆସିବାରୁ କେଉଁଠି କାହାର ଜୀବନ ଚାଲିଗଲା ତ ଆଉ କେଉଁଠି ବାରମ୍ବାର ଫୋନ୍ ପରେ ଆମ୍ବୁଲାନ୍ସ ଆସିଲାନି । ତେବେ, ପ୍ରଦୀପ ଏସବୁକୁ ଭୁଲ୍ ପ୍ରମାଣିତ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ସୁଦୃଢ଼ ହେଲା ହୋମ୍ ଆଇସୋଲେସନ୍ ଏବଂ ପେଡ୍ ଆଇସୋଲେସନ୍ ସେବା

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍ ଓ ପେଡ୍ ଆଇସୋଲେସନରେ ରହୁଥିବା କରୋନା ସଂକ୍ରମିତଙ୍କ ପାଇଁ ଏସଓପି ଜାରି କଲା ବିଏମସି । ଦିନକୁ ଦିନ ହୋମ୍ ଆଇସୋଲେସନ୍ ଓ ପେଡ୍ ଆଇସୋଲେସନ୍ ବଢିବା ନଜର ଆସିବା ପରେ, ଏହି ବ୍ୟକ୍ତିମାନଙ୍କୁ କିପରି ନଜରରେ ରଖିହେବ ଏବଂ ସେମାନଙ୍କର ସମସ୍ୟାର ଯଥାବିଧି ସମାଧାନ କରିହେବ ସେଥିପାଇଁ ପଦକ୍ଷେପ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏହାଦ୍ୱାରା ଏକ ବ୍ୟବସ୍ଥିତ ଢଙ୍ଗରେ ୨୪ ଘଣ୍ଟା ଆଇସୋଲେସନ୍‌ରେ ଥିବା ବ୍ୟକ୍ତିବିଶେଷ ଫୋନ୍ ଯୋଗେ ନିଜର ସ୍ଥିତି ଜଣାଇବା ସହିତ ଡାକ୍ତରୀ ପରାମର୍ଶ ଓ ସରକାରଙ୍କ ଠାରେ ଉପଲବ୍ଧ ଆବଶ୍ୟକୀୟ ଚିକିତ୍ସା ସେବା ପାଇପାରିବେ । ଏନେଇ ନିର୍ଦ୍ଦେଶାବଳୀ ଜାରି ହୋଇଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ହୋମ୍ ଏବଂ ପେଡ୍ ଆଇସୋଲେସନରେ ଲକ୍ଷଣବିହୀନ ଏବଂ କମ୍ ଲକ୍ଷଣଯୁକ୍ତ କୋଭିଡ୍-୧୯ ପଜିଟିଭ୍ ବ୍ୟକ୍ତି ରହୁଛନ୍ତି । ସମୟରୁ ସମୟ ସେମାନଙ୍କ ସ୍ଥିତି ଜାଣିବା ଏବଂ ସେମାନଙ୍କୁ ଅବସ୍ଥା ଅନୁଯାୟୀ ପରାମର୍ଶ ଏବଂ ସେବା ଯୋଗାଇ ପାରିଲେ ଅନେକ ପଜିଟିଭ୍ ବ୍ୟକ୍ତି ସୁସ୍ଥ ହେବା ସହିତ ହୋମ୍ ଆଇସୋଲେସନ ବ୍ୟବସ୍ଥା ସୁଦୃଢ ହେବବୋଲି ବିଏମ୍‌ସି ତରଫରୁ କୁହାଯାଇଛି ।

କେଉଁ ବ୍ୟକ୍ତି କେତେ ଦିନ ରହିଲେଣି, ସେମାନଙ୍କର ଅବସ୍ଥା ଅନୁଯାୟୀ ତାଙ୍କର କ’ଣ ଆବଶ୍ୟକ । ସରକାରୀ ସେବା ବ୍ୟବସ୍ଥାରେ ତାଙ୍କୁ କିପରି ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଇପାରିବ । ତାହାର ଏକ ନିୟମିତ ସମୀକ୍ଷା ଓ ପରାମର୍ଶ ସେବା ଏହି ନିର୍ଦ୍ଦେଶାବଳିରେ ରହିଛି ।

ନିଜର ଆବଶ୍ୟକତା, ସମସ୍ୟା ଏବଂ ପରାମର୍ଶ ଆବଶ୍ୟକତାକୁ ଆଇସୋଲେସନ୍‌ରେ ଥିବା ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଫୋନ୍ ନମ୍ବର ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ରେ ଜଣାଇ ପାରିବେ । ଏହି ସେବା ଦିବାରାତ୍ର ୨୪ ଘଣ୍ଟା ଉପଲବ୍ଧ ହେବ । ବ୍ୟକ୍ତିବିଶେଷଙ୍କ ଫୋନର ଉତ୍ତର ଦେବାପାଇଁ ଜଣେ ଆୟୁଷ ଡାକ୍ତର ଏବଂ ସହାୟକଙ୍କୁ ମହଜୁଦ ରଖାଯାଇଛି ।

corona

ସମୁଦାୟ ତିନୋଟି ସିପ୍ଟିଂରେ ଏହି ସେବା ଯୋଗାଇଦେବାକୁ ସମ୍ପୃକ୍ତ ଆୟୁଷ ଡାକ୍ତର ଏବଂ ତାଙ୍କର ସହାୟକ ଡାଟା ଏଣ୍ଟ୍ରି ଅପରେଟର ସଜାଗ ରହିବାକୁ କୁହାଯାଇଛି । ସମ୍ପୃକ୍ତ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କୁ କେଉଁ ହସ୍ପିଟାଲ୍ ବା ସେବା ବ୍ୟବସ୍ଥାକୁ ନେବାକୁ ହେବ । ତାଙ୍କର ପରିବାର ସହିତ ଆଲୋଚନା କରି ଦାୟିତ୍ୱରେ ଥିବା ଡାକ୍ତର ତାହାର ସୂଚନା ସିପ୍ଟିଂ ଦାୟିତ୍ୱରେ ଥିବା ଏବଂ ହସ୍ପିଟାଲ୍ ଓ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ନୋଡାଲ୍ ଅଫିସରଙ୍କୁ ଜଣାଇବେ । ଫଳରେ ଜଟିଳ ଅବସ୍ଥାକୁ ଯାଉଥିବା ବ୍ୟକ୍ତିଙ୍କୁ ଉଚିତ୍ ସମୟରେ ଆବଶ୍ୟକୀୟ ସରକାରୀ ସେବା ବ୍ୟବସ୍ଥାକୁ ପଠାଯାଇପାରିବ ।

ସୂଚନାଯୋଗ୍ୟ, ଆଇସୋଲେସନ୍ ରୋଗୀଙ୍କ ଜଟିଳତା ଅନୁଯାୟୀ ତାଙ୍କୁ କୌଣସି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେବାପାଇଁ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରହିଛି । ଏହାର ପୁଙ୍ଖାନୁପୁଙ୍ଖ ପଞ୍ଜିକରଣ କରାଯିବା, କେଉଁ ବ୍ୟକ୍ତିଙ୍କୁ କେଉଁଠିକୁ ସିଫ୍ଟ କରାଗଲା ତାହାର ସବିଶେଷ ବିବରଣୀ ରଖିବା ଏବଂ ଶେଷରେ ହୋମ୍ ଆଇସୋଲେସନ୍‌ରେ ଥିବା  ଅଧିକାରୀ ଏହି ବ୍ୟବସ୍ଥାକୁ ପରିଚାଳନା କରିବାର ନିର୍ଦ୍ଦେଶାବଳୀ ଧାର୍ଯ୍ୟ ରହିଛି ।

କିଛି ଦିନ ମଧ୍ୟରେ ହୋମ୍ ଆଇସୋଲେସନ୍ ଅଧିକ ହୋଇ ନିୟମିତ ସମୀକ୍ଷା ଏବଂ ଆର୍ ଆର୍ ଟି ଟିମ୍‌ଙ୍କ ସହଯୋଗରେ ଏହା ଦୃଢ ହେବାରେ ଲାଗିଛି । ଏଥିପାଇଁ ମଧ୍ୟ ନିକଟରେ ପ୍ରତି ଜୋନ୍‌କୁ ଅଧିକ ୭ଟି ଲେଖାଏଁ ଆର୍ ଆର୍ ଟି ଟିମର ବ୍ୟବସ୍ଥା କରାଯାଇଛି । ହୋମ୍‌ ଓ ପେଡ୍ ଆଇସୋଲେସନ୍ ଦୃଢରୁ ସୁଦୃଢ ହେଲେ ରୋଗଭାର କମିବା ସହିତ ନାଗରିକ ଓ ପରିବାର ବର୍ଗଙ୍କ ଆଶଙ୍କା ବ୍ୟାପକ ହୋଇ ସହରର ଉତ୍ପାଦନ କ୍ଷମତା ବଢିବ ବୋଲି ଆଶାପୋଷଣ କରିଛି ବିଏମସି ।

Birthday Gift To Arnold : ନିଆରା ଫ୍ୟାନଙ୍କ ଆଚମ୍ୱିତ କଳାକୃତି

0

ନୂଆଦିଲ୍ଲୀ : ହଲିଉଡ ଲିଜେଣ୍ଡ, ମିଷ୍ଟର ଅଲମ୍ପିୟା ତଥା ପୂର୍ବତନ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଅର୍ନୋଲ୍ଡଙ୍କୁ ତାଙ୍କ ଜନ୍ମଦିନରେ ମିଳିଛି ଏକ ନିଆରା ଉପହାର । ତା’ ପୁଣି ନିଜ ପ୍ରଶଂସକଙ୍କଠାରୁ । ତାଙ୍କର ଜଣେ ପ୍ରଶଂସକ ଅର୍ନୋଲ୍ଡଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମୋକିଙ୍ଗ୍ ପାଇପ୍ ପ୍ରସ୍ତୁତ କରିଛନ୍ତି ।  ସେ ଅର୍ନୋଲ୍ଡଙ୍କ ଟର୍ମିନେଟର ଚଳଚ୍ଚିତ୍ରର ଚରିତ୍ରକୁ ଅବିକଳ ଭାବେ ଆଙ୍କି ପ୍ରସ୍ତୁତ କରିଛନ୍ତି ଏହି ସ୍ମୋକିଙ୍ଗ୍ ପାଇପ୍ । ଫ୍ୟାନ ଜଣକ ନିଜ ରେଡିଟ୍ ( ଖବର ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ ସୋସିଆଲ୍ ଆକାଉଣ୍ଟ) ଆକାଉଣ୍ଟରେ ଉକ୍ତ ପାଇପର ଫଟୋ ପୋଷ୍ଟ କରି ଅର୍ନୋଲ୍ଡଙ୍କ ଜନ୍ମଦିନର ଖୁସି ଜାହିର କରିଛନ୍ତି  ଓ ଲେଖିଛନ୍ତି, ଏହି ସ୍ମୋକିଙ୍ଗ୍ ପାଇପଟି ସ୍ୱତନ୍ତ୍ର ଭାବେ ଅର୍ନୋଲ୍ଡଙ୍କ ଜନ୍ମଦିନ ଖୁସିରେ ପ୍ରସ୍ତୁତ କରାଯାଇଛି ।

ଏଭଳି ପୋଷ୍ଟ ପଢିବା ପରେ ଅର୍ନୋଲ୍ଡ ପୋଷ୍ଟରେ ପ୍ରତିଉତ୍ତରରେ ଲେଖିଥିଲେ, ବାଃ, ଏଇଟି ଅତି ସୁନ୍ଦର । ଆପଣ ଏହାକୁ ମୋତେ ବିକ୍ରି କରିବେ କି ? ଏହାପରେ ସେ ତାଙ୍କ ଫ୍ୟାନଙ୍କୁ ସେହି ସ୍ମୋକିଙ୍ଗ୍ ପାଇପ୍ ଦେବା ପାଇଁ କହିଥିଲେ, ପ୍ରତିବଦଳରେ ସେ ନିଜ  ଫଟୋରେ ଦସ୍ତଖତ କରି ଫ୍ୟାନଙ୍କୁ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ତେବେ ଫ୍ୟାନ ଜଣକ ସ୍ମୋକିଙ୍ଗ୍ ପାଇପକୁ ବିକ୍ରି କରିବା ପରିବର୍ତ୍ତେ ଅର୍ନୋଲ୍ଡଙ୍କୁ ଗିଫ୍ଟ ଭାବେ ଦେବା ପାଇଁ କହିବାରେ ପରେ ଅର୍ନୋଲ୍ଡ ଲେଖିଥିଲେ, ଯଦି ଆପଣ ଏହାକୁ ମୋ ପାଖକୁ ପଠାଇବା ପାଇଁ କହୁଛ ତେବେ ମୁଁ ମଧ୍ୟ  ମୋର  ଦସ୍ତଖତ ସମ୍ୱଳିତ ଏକ ଫଟୋ ଆପଣଙ୍କ ପାଖକୁ ପଠାଇବି । ଏହାପରେ ଫ୍ୟାନ ଜଣକ ଅର୍ନୋଲ୍ଡଙ୍କୁ ସ୍ମୋକିଙ୍ଗ୍ ପାଇପ୍ ପଠାଇଥିଲେ  ।

ପରେ ପ୍ରତିଶ୍ରୁତି ରକ୍ଷା କରି ଅର୍ନୋଲ୍ଡ ମଧ୍ୟ ନିଜ ଦସ୍ତଖତ ସମ୍ୱଳିତ ଏକ ଫଟୋ ଫ୍ୟାନଙ୍କୁ ପଠାଇଥିଲେ । ସେ ପାଇପଟି ପାଇଁ ଫ୍ୟାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପାଇପଟି କାଠରେ ନିର୍ମିତ ହୋଇଥିବା ବେଳେ ଚର୍ମିନେଟର ଚରିତ୍ରର ମୁଣ୍ଡଟିକୁ କଳାକୃତୀର ଆକାର ଦିଆଯାଇଥିଲା ।

SSR Case: ଡ୍ରଗ୍ସ ମାମଲାରେ ଗିରଫ ହେଲେ ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ମ୍ୟାନେଜର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ । NCB ବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି । ଏହି ମାମଲାରେ NCB ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରିଛି । ପ୍ରାୟ ୧୨ ଘଣ୍ଟାର ଜେରା ପରେ ଉଭୟଙ୍କୁ ହାତକଡ଼ି ପକାଇଛି NCB । ଶୁକ୍ରବାର ସକାଳୁ NCB ଉଭୟଙ୍କୁ ଜେରା ଜାରି ରଖିଥିଲା । ସନ୍ଧ୍ୟାରେ ଉଭୟଙ୍କୁ ଗିରଫ କରାଯାଇଛି ।

NCB ରିୟାଙ୍କ ଘରେ ରେଡ୍ କରିବା ପରେ ସୌଭିକ ଚକ୍ରବର୍ତ୍ତୀଙ୍କୁ ଜେରା ପାଇଁ ସାଥିରେ ନେଇଯାଇଥିଲା । ସୌଭିକଙ୍କୁ ଡ୍ରଗ୍ସ ପେଡଲରଙ୍କ ସହ ମୁହାଁମୁହିଁ ଜେରା ପରେ ଗିରଫ କରାଯାଇଛି । ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ସକାଳୁ ଆକ୍ସନ ମୁଡରେ ନଜର ଆସିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିୟାଙ୍କ ଘରେ ରେଡ୍ କରାଯାଇଥିଲା । ପ୍ରଥମଥର ପାଇଁ ପୂରା ଘରକୁ ଖାନତଲାସୀ କରିଥିଲା NCB ।

ମାମଲାରେ NCB ଟିମ୍ ସୌଭିକଙ୍କ ସହିତ ପୂର୍ବରୁ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ବାସିତ ଓ ଜୈଦଙ୍କୁ ପଚରାଉଚରା କରିଥିଲା । ସମସ୍ତଙ୍କୁ ଏକାସଙ୍ଗରେ ପ୍ରଶ୍ନ ପଚାରିଥିଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଘନ ଘନ ଜେରା କରିଥିଲା NCB ।

Actress Arrested: ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ କେଉଁ ଅଭିନେତ୍ରୀ ?

Corona Update: ରାଜଧାନୀରେ ୧୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜଧାନୀରେ ଗତ ୨୪ ଘଣ୍ଟାରେ ୫୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଡେଇଁଛି । ଏନେଇ ସୂଚନା ଦେଇଛି ବିଏମସି । କ୍ୱାରେଣ୍ଟାଇନରୁ ୨୪୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୩୦୭ ।

କ୍ୱାରେଣ୍ଟାଇନ୍ କେସ୍ ମଧ୍ୟରୁ ୩୧ ଜଣ ଗଣମାଧ୍ୟମ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିଭଳି ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଏକ ବ୍ୟାଙ୍କର ୧୮ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ରିଜର୍ଭ ପୋଲିସରୁ ୮ ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛି ବିଏମସି ।

ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୭୨ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ମୋଟ ୧୨ ହଜାର ୪୦୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ୭ ହଜାର ୫୨୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ୪ ହଜାର ୮୨୨ଟି ମାମଲା ସକ୍ରିୟ ରହିଛି ।

Actress Arrested: ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ କେଉଁ ଅଭିନେତ୍ରୀ ?

ବେଙ୍ଗଳୁରୁ: ସୁଶାନ୍ତ ସିଂହ ମୃତ୍ୟୁରେ ଡ୍ରଗ୍ସକୁ ଖୋଳତାଡ଼ ଜାରି ରଖିଛି NCB ବା ନାର୍କୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ । ଅନ୍ୟପଟେ ଦକ୍ଷିଣ ଭାରତରୁ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ଅଭିନେତ୍ରୀ । ସ୍ୟାଣ୍ଡଲବୁଡ୍ ଡ୍ରଗ୍ ରାକେଟ କେସ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । NDPS ଆକ୍ଟରେ କର୍ଣ୍ଣାଟକ କ୍ରାଇମବ୍ରାଞ୍ଚ ଅଭିନେତ୍ରୀଙ୍କୁ ଗିରଫ କରିଛି । ଏହି ମାମଲାରେ ଏବେ ଯାଏଁ ୪ ଜଣଙ୍କୁ ଗିରଫ କରିସାରିଲାଣି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଆରଟିଓ କ୍ଲର୍କ ରବି ଶଙ୍କର, ଇଣ୍ଟରିୟର ଡିଜାଇନର ରାହୁଲ, ଆକ୍ଟ୍ରିସ୍ ରାଗିନି ଓ ପାର୍ଟି ହୋଷ୍ଟ ବିରେନଙ୍କୁ ଗିରଫ କରାଯାଇଛି ।

ଏନେଇ ବେଙ୍ଗଳୁରୁ ପୋଲିସ କମିଶନର କମଳ ପନ୍ଥ ସୂଚନା ଦେଇଛନ୍ତି । ବିଗତ ମାସେ ହେଲା ପୋଲିସ ଏହି ରାକେଟକୁ ଧରିବାକୁ ଜାଲ୍ ବିଛାଇ ଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଏହି ଡ୍ରଗ୍ସ ରାକେଟ ଭିଭିଆଇପି ଓ ରୂପେଲି ପରଦା ସହ ଜଡ଼ିତ । ଏମାନଙ୍କ ଗ୍ରାହକ ହେଉଛନ୍ତି ଅଭିନେତା ଓ ଅଭିନେତ୍ରୀ ।

ପୋଲିସ ତଦନ୍ତରୁ ପ୍ରଥମେ ଜୟନଗର RTOରେ କ୍ଲର୍କ ଥିବା ରବିଶଙ୍କର ପାଖରେ ପହଞ୍ଚିଥିଲା । ଯିଏ କି ପାର୍ଟି ଆଟେଣ୍ଡ କରିବା ସହ ଡ୍ରଗ୍ସ ସପ୍ଲାଏ କରୁଥିଲା । ପୋଲିସ ତାକୁ ପଚରାଉଚରା କରିବା ସହ ତା ଫୋନରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ତେବେ, ରବି ଅନ୍ୟ କାରଣ ଦେଇ ଡ୍ରଗ୍ସ ହାତେଇବା ପରେ ପାର୍ଟିକୁ ସପ୍ଲାଏ କରୁଥିବା ଜେରା ବେଳେ ଜାଣିବାକୁ ପାଇଥିଲା ପୋଲିସ ।

ଏହାପରେ ପୋଲିସର ସେଣ୍ଟ୍ରାଲ୍ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି । ଏଥିରେ ରାହୁଲ ନାମକ ଇଣ୍ଟରିୟର ଡିଜାଇନର ଗିରଫ ହୋଇଛି । ସେ ପାର୍ଟିଗୁଡ଼ିକରେ ଯୋଗ ଦେଉଥିଲା । ଏବେ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଜେରା କରାଯାଉଥିବା ନେଇ ପୋଲିସ କମିଶନର କମଳ ସୂଚନା ଦେଇଛନ୍ତି ।

China-India News : ଦକ୍ଷିଣ ପେଙ୍ଗୋଙ୍ଗରେ ଟ୍ୟାଙ୍କ୍ ଏବଂ ସୈନିକଙ୍କ ସଂଖ୍ୟା ବଢାଉଛି ଚୀନ

ନୂଆଦିଲ୍ଲୀ: ଲଦାଖରେ  ପେଙ୍ଗୋଙ୍ଗ୍ ହ୍ରଦରେ ଭାରତୀୟ ସେନା ଚାପରେ ପଛକୁ ଫେରିବାକୁ ବାଧ୍ୟ ହୋଇଥିବା ଚୀନ୍ ହ୍ରଦର ଦକ୍ଷୀଣ ତଟରେ ଟ୍ୟାଙ୍କ ଓ ସୈନିକଙ୍କ ସଂଖ୍ୟା ବଢାଇବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ପେଙ୍ଗୋଙ୍ଗରେ ଚୀନ ସୀମା ଭିତରେ ସୈନିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚୀନ ସୀମା ମଧ୍ୟରେ ଥିବା ମୋଲ୍ଡ ଠାରୁ ସାମାନ୍ୟ ଦୂରରେ ଉକ୍ତ ଟ୍ୟାଙ୍କ ସବୁ ନଜର ଆସିଛି । କିନ୍ତୁ ଚୀନ ସେନାର ଗତିବିଧି ଉପରେ ନଜର ରଖିଛନ୍ତି ଭାରତୀୟ ସୈନିକ । ଅପର ପକ୍ଷରେ ଚୀନର ଗତିବିଧିକୁ ନଜରରେ ରଖି ଭାରତୀୟ ସୈନିକଙ୍କ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ଏଲଏସି ଠାରେ ସ୍ଥିତି ସୁଦୃଢ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଗଲଓ୍ୱାନ ଘାଟୀ ବିବାଦ ପରେ ଲିପୁଲେଖ ଏବଂ ମିଲନ ସୀମାରେ ସୈନିକ ଏବଂ ଆଇଟିବିପି ଜବାନଙ୍କୁ ମୃତୟନ କରାଯାଇଛି । ଏହି ଦୁଇ ସୀମା ଅଞ୍ଚଳ ୧୫ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ଲିପୁଲେଖ ସୀମା ପର୍ଯ୍ୟନ୍ତ ବିଆରଓ ସଡ଼କ ନିର୍ମାଣ କରାସାରିଛି,କିନ୍ତୁ ମିଲମ ପର୍ଯ୍ୟନ୍ତ ଚାଲି ଚାଲି ଆସିବା ଏବେ ମଧ୍ୟ କଠିନ କାର୍ଯ୍ୟ । ତେବେ ଯୁଦ୍ଧ ବିମାନ ସାହାଯ୍ୟରେ ଆକାଶ ମାର୍ଗରୁ ଚୀନର ଗତିବିଧି ଉପରେ ନଜର ରଖୁଛି ଭାରତ ।

୨୯-୩୦ ଅଗଷ୍ଟ ରାତିରେ ଭାରତର କଡ଼ା ଜବାବ ପରେ ଚୀନ ତା ସୈନିକଙ୍କୁ ପ୍ରତିକ୍ରିୟା ନେବାକୁ ଖୁଲମଖୁଲା ଛାଡ଼ି ଦେଇଛି । ଗତ ୪ ମାସ ଧରି ସୀମା ବିବାଦ ଲାଗି ରହିଛି । ଏହି ମଧ୍ୟରେ ଯୁଦ୍ଧନୀତିରେ ବରିବର୍ତ୍ତନ କରିଛି ସେନା । ଯଦିଓ ପ୍ରଥମେ ଶତ୍ରୁକୁ ଆକ୍ରମଣ କରାଯାଉନଥିଲା, ଏବେ କିନ୍ତୁ ଚୀନର ଗତିବିଧିକୁ ନଜରରେ ରଖି ନୋ ଫଷ୍ଟ ମୁଭ୍ ନୀତିକୁ ବଦଳାଇ ଦେଇଛି ଭାରତ ।