spot_img
Home Blog Page 6775

ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ… ମୋଟ୍ ସଂକ୍ରମିତ ସଂଖ୍ୟା ୫ ହଜାର ୯୬୨କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୫ ହଜାର ୯୬୨କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୭୪ ଜଣ ଓ ଲୋକାଲ୍‌ କେସ ୩୬ ରହିଛି। ଗଞ୍ଜାମୃରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ୬ ଜଣ ଏନଡିଆରଏଫ୍‌ ଯବାନ କରୋନା ସଂକ୍ରମିତ ହୋଇଛନ୍ତି।

ଆଜି ୧୮ ଜିଲ୍ଲାରୁ ୨୧୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଜପତିରୁ ୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ୧୧ , ଯାଜପୁର ଓ ପୁରୀରୁ ୮ ଜଣ ଲେଖାଏଁ, ଢେଙ୍କାନାଳ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୬, କଟକ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପଶ୍ଚିମବଙ୍ଗରେ ଭୟାବହ କରୋନା ସ୍ଥିତି… ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାର

ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଓ ନବରଙ୍ଗପୁରରୁ ୨ଜଣ ଲେଖାଏଁ, ଦେଓଗଡ଼, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛି। ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ୬ ଜଣ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଚାକିରୀ ହରାଇଲେ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍, ପୁରା ପରିବାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍ ବଲବୀର ଚାନ୍ଦ ଆଜିକାଲି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବାବେଳେ। ଅନ୍ୟପକ୍ଷରେ ତାଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ରେ ବଲବୀରଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଥିଲା ​। ସଚିନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ସହ ଫଟୋ କ୍ଲିକ୍ କରୁଥିଲେ । କାରଣ ବଲବୀର ସଚିନଙ୍କ ଜାଆଁଳା ଭାଇ ଭଳି ଦେଖାଯାଆନ୍ତି ।

ଜୁନ୍ ମାସରେ, ବଲବୀର ଚାନ୍ଦ ତାଙ୍କ ଗାଁ ମୁମ୍ବାଇରୁ ପଞ୍ଜାବକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ବଲବୀର ତାଙ୍କ ପତ୍ନୀ, ପୁଅ ଏବଂ ଝିଅ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଗୋଲି ୱାଡା ପାୱର ବ୍ରାଣ୍ଡ ଆମ୍ବାସେଡର ଭାବରେ କାର୍ଯ୍ୟ କରୁଥିବା ବଲବୀର ଲକଡାଉନ୍ ପୂର୍ବରୁ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଚାକିରୀ ହରାଇସାରିଛନ୍ତି । ଲକଡାଉନ୍ ଯୋଗୁଁ ଅନେକ ଲୋକେ ବହୁ ସମସ୍ୟାର ସାମ୍ନା କରିଛନ୍ତି ।

ବଲବୀର ଓ ତାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି । ଲକଡାଉନ୍ ପରେ ପରିସ୍ଥିତି ଏମିତି ହୋଇଛି ଯେ, ସେ ତାଙ୍କ ଘରର ଭଡା ମଧ୍ୟ ଦେଇ ପାରିନାହାନ୍ତି। ଟ୍ରେନ୍ ସେବା ଆରମ୍ଭ ହେବା ପରେ ସେ ପଞ୍ଜାବରେ ଥିବା ନିଜ ଘରକୁ ଫେରିଥିଲେ। ତଥାପି, ସେ ଅନେକ ଅସୁବିଧା ସାମ୍ନା କରିଛନ୍ତି । ବର୍ତ୍ତମାନ ସେ ଏବଂ ତାଙ୍କ ପରିବାର କରୋନା ପଜିଟିଭ୍ ଥିବା ଜଣାପଡିଛି।

ସେ କହିଛନ୍ତି ଯେ ‘ଟ୍ରେନ୍ ଯାତ୍ରା ସମୟରେ ସେ ୧୫ ଟି ବୋତଲ ସାନିଟାଇଜର, N95 ମାସ୍କ ଓ ଖାଦ୍ୟ ନେଇ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ । କିନ୍ତୁ ଟ୍ରେନରେ ଅନେକ ଯାତ୍ରୀ ଥିଲେ ଯେଉଁମାନେ କୌଣସି ନିୟମର ପାଳନ କରୁନଥିଲେ । ସେ ନିଜ ଅନୁଭୂତିରୁ କହିଛନ୍ତି ଯେ, ଯାତ୍ରା କରିବା ଏଯାଏଁ ନିରାପଦ ନୁହେଁ । କାରଣ କେବଳ ଟ୍ରେନ୍ ଯାତ୍ରା କରିଥିବାରୁ ତାଙ୍କର ପୁରା ପରିବାର କରୋନା ପଜିଟିଭ୍ ହୋଇଛନ୍ତି ।

ପୂର୍ବ ଲଦାଖରେ ବଢାଉଛି ସୈନ୍ୟ ବଳ… ସାଟେଲାଇଟ୍ ଇମେଜରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସେନା ବିବାଦକୁ ନେଇ ଉତ୍ତେଜନା। ଚୀନ୍‌ର ନୂଆ ଚାଲ୍‌ ସାମ୍ନାକୁ ଆସିଛି । ଗୋଟେପଟେ ସମାଧାନ ପାଇଁ ଆଲୋଚନା ଅନ୍ୟପଟେ ସୀମାରେ ସେନା ଶକ୍ତି ବଢାଉଛି ଚୀନ୍‌। ପୂର୍ବ ଲଦାଖରେ ପେଙ୍ଗୋଗ ସୋ, ଗଲୱାନ୍‌ ଘାଟି ଅନ୍ୟ ଅଞ୍ଚଳରେ ଅଧିକ ସଂଖ୍ୟାରେ ସେନା ମୁତୟନ କରୁଛି ଚୀନ୍‌। ଏଲଏସି ନିକଟବର୍ତ୍ତି ଅଞ୍ଚଳର କିଛି ନୂଆ ସାଟେଲାଇଟ୍‌ ଇମେଜ ସାମ୍ନାକୁ ଆସିଛି।

ଏଥିରେ ଏଲଏସିର ଉଭୟ ପାର୍ଶ୍ୱରେ ଚୀନ୍‌ ସେନାର ବଙ୍କର ଦେଖିବାକୁ ମିଳିଛି। ଏଥିସହ ଚୀନ୍‌ ଯବାନ ଓ କିଛି ଢାଞ୍ଚା ଦେଖାଯାଉଛି। ଜୁନ୍‌ ୧୫ ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷରେ ୨୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତର କଡା ଆଭିମୁଖ୍ୟ ସତ୍ତ୍ୱେ ପୁଣି ଚୀନ୍‌ କିଛି ଢାଞ୍ଚା ନିର୍ମାଣ କରୁଥିବା ସାଟେଲାଇଟ୍‌ ଇମେଜରୁ ଦେଖିବାକୁ ମିଳିଛି।

ସେପଟେ ଗତକାଲି ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଯୁଗ୍ମସଚିବ ସ୍ତରୀୟ ବୈଠକ ବସିଥିଲା। ଏଥିରେ ଉଭୟ ପକ୍ଷ ଏଲଏସି ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଜୋର ଦେଇଥିଲେ। ଶାନ୍ତି ବଜାୟ ରଖିବା ପାଇଁ ଡବ୍ଲୁଏମ୍‌ସିସି ଢାଞ୍ଚାରେ ଉଭୟ କୁଟନୈତିକ ଓ ସାମରିକସ୍ତରରେ ଯୋଗାଯୋଗଗ ବଜାୟ ରଖିବାକୁ ଭାରତ ଓ ଚୀନ୍‌ ସହମତ ହୋଇଥିଲେ।

IPS ଅଫିସରଙ୍କ ବଲିଉଡ୍ ଲିଙ୍କ୍, ପୂର୍ବରୁ ନଜର ଆସି ସାରିଛନ୍ତି ବଲିଉଡ୍ ଫିଲ୍ମରେ

ବୈତୁଲ: ସୋମବାର ମଧ୍ୟପ୍ରଦେଶରେ ଆଇପିଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଛି ।  ସେ ହେଉଛନ୍ତି ଆଇପିଏସ୍ ସୀମାଲା ପ୍ରସାଦ । କେବଳ ସେତିକି ନୁହେଁ ଏହା ବ୍ୟତୀତ ପୋଲିସ୍ ବିଭାଗରେ କାର୍ଯ୍ୟ କରିବାର ଶୈଳୀର ମଧ୍ୟ ଚର୍ଚ୍ଚା ହେଉଛି । ଏହାସହ ତାଙ୍କର ବଲିଉଡ ଲିଙ୍କ୍ ତାଙ୍କର ଏକ  ଭିନ୍ନ ବ୍ୟକ୍ତିତ୍ୱର ଖୁଲାସା କରୁଛି । ସୀମାଲା ପ୍ରସାଦ ୨୦୧୧ର ଆଇପିଏସ୍ ଅଫିସର  । ଏହାପୂର୍ବରୁ ସେ ଏମପି ପିଏସସିରେ ମନୋନୀତ ହୋଇଥିଲେ ଡିଏସପି ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କୁ କିଛି ନୂଆ ଏବଂ ଭିନ୍ନ କରିବା ପସନ୍ଦ ଥିଲା । ସେଥିପାଇଁ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ୨୦୧୧ ବ୍ୟାଚର ଆଇପିଏସ୍ ଅଫିସର୍ ହୋଇଥିଲେ ।

ଆଇଏଏସ୍ ଅଧିକାରୀ ତଥା ସାଂସଦ ଡକ୍ଟର ଭାଗୀରଥ ପ୍ରସାଦ ଏବଂ ସାହିତ୍ୟକାର ମେହେରୁନିସା ପରବେଜଙ୍କ ଝିଅ ହେଉଛନ୍ତି ସୀମାଲା । ସେଥିପାଇଁ ତ ତାଙ୍କୁ ପ୍ରଶାସନିକ ଅଭିଜ୍ଞତା ଏବଂ ଅଭିନୟ କଳା ଉତ୍ତରାଧିକାରୀ ଭାବେ ମିଳିଥିଲା, ଯାହାର ଛାପ ତାଙ୍କ ଜୀବନରେ ରହିଛି । କେତେବେଳେ ସେ ସ୍କୁଲରେ ନୃତ୍ୟରେ ଏବଂ  ଅଭିନୟ କରୁକରୁ ସମୟରେ ସିଭିଲ ସର୍ଭିସକୁ ଯାଇଥିଲେ, ତାହା ଜଣା ପଡି ବି ନଥିଲା ।

ପ୍ରଥମ ପରୀକ୍ଷାରେ ହିଁ PSCରେ ସେ ମନୋନୀତ ହୋଇଯାଇଥିଲେ ଏବଂ ତାଙ୍କର ପ୍ରଥମ ନିଯୁକ୍ତି DSP ଭାବରେ ହୋଇଥିଲା । ସୀମାଲାଙ୍କୁ ପ୍ରଥମେ ରତଲାମରେ ସିଏସପି ଭାବେ ନିଜୁକ୍ତି ଦିଆଯାଇଥିଲା । ଏବଂ ସେହି ସମୟରେ ମଧ୍ୟ ସେ ଅଲ IPS ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ଏବଂ ୨୦୧୧ରେ ସେ ଆଇପିଏସରେ ମନୋନୀତ ହୋଇଥିଲେ ।

ଆଇପିଏସ୍ ହେବା ପରେ ମଧ୍ୟ ଜଣେ କଳାକାର ତାଙ୍କ ଭିତରେ ଜୀବିତ ଥିଲେ, ତେଣୁ ସେ ନିର୍ଦ୍ଦେଶକ ଜଗମ୍ ଇମାମଙ୍କ ଫିଲ୍ମ ‘ଆଲିଫ୍’ରେ ଏକ ଭୂମିକାରେ ସେ ଅଭିନୟ କରିଥିଲେ । ନଭେମ୍ବର ୨୦୧୬ ରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବିଶ୍ୱ ପ୍ରିମିୟର୍ ଭାବରେ ମୁକ୍ତିଲାଭ କରିଥିଲା ​​ଏବଂ ଫେବୃଆରୀ ୨୦୧୭ରେ ମୁକ୍ତିଲାଭ କରିଥିଲା ​ ।

ଆଜି ଖୋଲିବ ହୀରାକୁଦ ଗେଟ୍…. ସକାଳ ୧୦ ଟା ପରେ ଯେ କୈାଣସି ସମୟରେ ଛଡାଯିବ ବନ୍ୟାଜଳ

ସମ୍ବଲପୁର: ଆଜି ଖୋଲିବ ହୀରାକୁଦ ଗେଟ୍‌। ସକାଳ ୧୦ ଟା ପରେ କୈାଣସି ମୁହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଏନେଇ ହୀରାକୁଦ ବନ୍ଧର ମୁଖ୍ୟ ଯନ୍ତ୍ରୀ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲେ ।

ଏହି ସମୟରେ ମହାନଦୀ ଭିତରକୁ ଲୋକଙ୍କୁ ନଯିବାକୁ ବନ୍ଧ ପକ୍ଷରୁ ସତର୍କ କରି ଦିଆଯାଇଛି। ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଛତିଶଗଡ଼ର ୪ଟି ବ୍ୟାରେଜରୁ ପାଣି ଛଡାଯିବା ପରେ ବନ୍ୟାପାଣି ପହଞ୍ଚି ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୬.୪୫ ଫୁଟ୍‌ ରହିଛି। ସେହିପରି ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୬୭ ହଜାର ୧୧୧ ଘଟଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି ୧୬ ହଜାର ୨୧୩ ଘଟଫୁଟ ଜଳ ନିଷ୍କାସିତ ହେଉଛି।

ତେବେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛଡାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ନଦୀବନ୍ଦ ସୁରକ୍ଷିତ ଅଛି। ତେଣୁ ବନ୍ୟାପାଇଁ ଚିନ୍ତା କରିବାର କିଛି କାରଣ ନାହିଁ। ସେହିପରି ବାଲିଯାତ୍ରା ପଡିଆ ପୋତା ଯାଇଥିଲେ ସୁଦ୍ଧା ସେଠାରେ ବନ୍ୟାଜଳ ନେଇ କିଛି ସମସ୍ୟା ହେବନି ବୋଲି ଜିଲ୍ଲାପାଳ କହିଛନ୍ତି।

ପଶ୍ଚିମବଙ୍ଗରେ ଭୟାବହ କରୋନା ସ୍ଥିତି… ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାର

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି କରୋନା କହର । ପଶ୍ଚିମବଙ୍ଗରେ ଭୟାବହ ସ୍ଥିତି । ସଂକ୍ରମଣରେ ରୋକ ଲଗାଇବା ପାଇଁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଛନ୍ତି ମମତା ସରକାର । ବୁଧବାର ସର୍ବଦଳିୟ ବୈଠକ ପରେ ଲକ୍‌ଡାଉନ୍‌କୁ ବଢାଇଥିଲେ ସରକାର । ପଶ୍ଚିମବଙ୍ଗରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ପାର୍‌ କରିସାରିଛି ।

ସେପଟେ ମହାରାଷ୍ଟ୍ରରେ ବି ଅଣାୟତ କରୋନା । ଗତ ୨୪ ଘଣ୍ଟାରେ ୩ ହଜାର ୮୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ୨୦୮ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧ ଲକ୍ଷ ୪୩ ହଜାର ଛୁଇଁଛି । ମୋଟ୍‌ ମୃତ୍ୟୁ ସଂଖ୍ୟା ୬ ହଜାର ୭ ଶହ ପାର କରିଛି । ସେହିଭଳି ରାଜଧାନୀ ଦିଲ୍ଲୀରେ ବି ୨୪ ଘଣ୍ଟାରେ ୩ ହଜାର ୭୮୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଫଳରେ ଏଠି ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୩ ଶହ ଟପିଛି । ତାମିଲନାଡୁ, ଗୁଜୁରାଟ, ଉତ୍ତରପ୍ରଦେଶରେ ବି ପଜିଟିଭ୍‌ ସଂଖ୍ୟା ବଢିଚାଲିଛି । ଏହା ସହ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାରକରିଛି । ଅନ୍ୟପଟେ ବିଶ୍ୱ କରୋନା ତାଲିକାର ଚତୁର୍ଥ ନମ୍ବରରେ ଥିବା ଭାରତ ଆଉ କିଛି ଦିନ ପରେ ତୃତୀୟ ସ୍ଥାନକୁ ଚାଲିଯିବ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।

ଓଡିଶାରେ ମଧ୍ୟ ସମାନ୍ତରାଳ ଭାବେ ବଢିବାରେ ଲାଗିଛି ଉଭୟ ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା । ରାଜ୍ୟରେ ଗତକାଲି ୨୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୫ ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭୫୨ ଏବଂ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧୨୩ ରେ ପହଁଚିଛି । ଏବଂ ରାଜ୍ୟରେ ବର୍ତ୍ତମାନ ୧୩୨୩ଟି ସକ୍ରିୟ ମାମଲା ରହିଛି ।

ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତ… ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ପ୍ରତ୍ନତତ୍ତ୍ଵ ବିଭାଗ

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ରଥ ଟଣା ହୋଇଛି । ଜନ୍ମ ବେଦିରେ ଶ୍ରୀଜିଉ । ଆଜି ଆଡପମଣ୍ଡରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି । ଆଜିଠାରୁ ଆଡପ ମଣ୍ଡପରୁ ବାହାରିବ ଅବଢା । ମହାପ୍ରସାଦ ପାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭକ୍ତମାନେ କିପରି ଅବଢା ପାଇ ପାରିବେ ସେ ନେଇ ସେବାୟତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବେ । ଗତକାଲି ଶରଧାବାଲିରୁ ଗୋଟିପହଣ୍ଡିରେ ଯାଇ ଆଡପ ମଣ୍ଡପ ବିଜେ କରିଥିଲେ ଶ୍ରୀଜିଉ ।

ପ୍ରଥମେ ବଳଭଦ୍ର ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ନେଇଥିଲେ ସେବାୟତ । ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଆଡ଼ପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କୁ ରୁନ୍ଧା ଯାଇ ବଡ଼ ସିଂହାର ବେଶ କରାଯାଇଥିଲା । ଶୃଙ୍ଖଳିତ ଆଡ଼ପ ମଣ୍ଡପ ବିଜେ ନୀତି ପାଇଁ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଏପଟେ ଆଜି ଗର୍ଭ ଗୃହର ଯାଞ୍ଚ କରିବ ଏଏସ୍‌ଆଇ ଟିମ୍‌ । ଗର୍ଭଗୃହର ସ୍ଥିତି ଯାଞ୍ଚ କରିବା ସହ ପ୍ଲାଷ୍ଟିଙ୍ଗ୍ ଓ ଡିପ୍ଲାଷ୍ଟିଙ୍ଗ୍ କାର୍ଯ୍ୟ କରାଯିବ । କୈାଣସି ସ୍ଥାନରେ ପାଣି ଲିକ୍‌ କରୁଛି ନାଁ ନାହିଁ ତାର ମଧ୍ୟ ଯାଞ୍ଚ କରାଯିବ । ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ବେଳେ ଏଏସଆଇ ପକ୍ଷରୁ ରୁଟିନ ଯାଞ୍ଚ କାର୍ଯ୍ୟ କରାଯାଇଥାଏ । ରତ୍ନବେଦୀରେ ଶ୍ରୀଜିଉ ନଥିବାରୁ ମରାମତି କାର୍ଯ୍ୟ ସୁରୁଖୁରୁରେ ସଂପାଦିତ ହୋଇଥାଏ ।

ଭାରତୀୟ ଅର୍ଥନୀତ ନେଇ IMFର ପୂର୍ବାନୁମାନ: ‘୬ ଦଶନ୍ଧିର ସବୁଠାରୁ ନିମ୍ନସ୍ତରରେ ପହଞ୍ଚିବ ଅର୍ଥନୀତି’

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ୪.୫% ହ୍ରାସ ହେବ । ୧୯୬୧ର ଏହା ଦେଶରେ ଦେଖା ଯାଇଥିବା ସବୁଠାରୁ ବଡ଼ ହ୍ରାସ ହେବ । ଏନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । କରୋନା ଜନିତ କଟକଣା ଲାଗୁ ହେବା ପରେ ଅଧିକାଂଶ କ୍ଷେତ୍ରରେ କାମ୍‌ ଠପ୍ ହୋଇଯାଇଛି । ଏଥିଯୋଗୁଁ ଏତେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିବ ।

Pandemic to bring Asia's 2020 growth to halt for first time in 60 years: IMF

ତେବେ ଆସନ୍ତାବର୍ଷ ଅର୍ଥାତ ୨୦୨୧ରେ ଦେଶର ଅର୍ଥନୀତିରେ ପୁଣି ଥରେ ଉନ୍ନତି ଦେଖାଯିବ ଏବଂ ଏହା ୬.୦ ପ୍ରତିଶତର ଦୃଢ଼ ସ୍ଥିତିକୁ ପହଞ୍ଚିବ । ଅପରପକ୍ଷରେ ସାରା ବିଶ୍ୱର ଆର୍ଥିକ ଅଭିବୃଦ୍ଧିରେ ୪.୯ ପ୍ରତିଶତ ହ୍ରାସ ହେବର ଅନୁମାନ କରାଯାଉଛି । ଯାହା ଗତ ଏପ୍ରିଲରେ ବିଶ୍ୱ ଆର୍ଥିକ ପରିଷଦର ବୈଠକରେ ହୋଇଥିବା ପୂର୍ବାନୁମାନଠାରୁ ୧.୯ ପ୍ରତିଶତ କମ୍‌ । ସେହିଭଳି ମୁଦ୍ରାକୋଷ ମୁଖ୍ୟ ଅର୍ଥଶାସ୍ତ୍ରୀ ଭାରତୀୟ ଆମେରିକା ଗୀତା ଗୋପିନାଥ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । ଏଭଳି ହ୍ରାସ ଐତିହାସିକ ।

India can spend more to combat economic fallout of Covid: IMF ...

ବହୁ ଦିନ ଧରି ଲକ୍‌ଡାଉନ୍‌ ଜାରି ହେବାର ପ୍ରଭାବ

ଆଇଏମ୍‌ଏଫ୍‌ର ପୂର୍ବାନୁମାନ ଅନୁଯାୟୀ ୪.୫ ପ୍ରତିଶତର ଐତିହାସିକ ହ୍ରାସ ଦେଖାଯିବାକୁ ଥିବାବେଳେ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଲାଗୁ ରହିବା ଏହାର ପ୍ରମୁଖ କାରଣ । ମୁଦ୍ରାପାଣ୍ଠିର ରେକର୍ଡ ଅନୁଯାୟୀ ୧୯୬୧ ପରେ ଏହା ସବୁଠାରୁ ଧିମା ଅଭିବୃଦ୍ଧି । ଆଇଏମ୍‌ଏଫ୍‌ ପାଖରେ ଏହା ପୂର୍ବର ସଂଖ୍ୟା ନାହିଁ ।

How India Plans to Lock Down 1.3 Billion People in a Democracy ...

ତେବେ ଆଶା କରାଯାଉଛି ଯେ, ୨୦୨୧ରେ ସ୍ଥିତିରେ ସୁଧାର ଆସିବ ଏବଂ ଆର୍ଥିକ ଅଭିବୃଦ୍ଧି ମଜବୁତ୍ ସ୍ଥିତିରେ ପହଞ୍ଚିବ ।

 

ହାପ୍ ଗର୍ଲ ଫ୍ରେଣ୍ଡ ଫିଲ୍ମ ପାଇଁ ଟୁଇଟରରେ ଟ୍ରୋଲ ହେଲେ ଅର୍ଜୁନ କାପୁର

ଲେଖକ ଚେତନ ଭଗତଙ୍କ ୫ ବର୍ଷ ତଳର ଏକ ଟୁଇଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଭାଇରାଲ ହେଉଥିବା ଚେତନ ଭଗତଙ୍କ ଉକ୍ତ ଟୁଇଟରେ ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ହାପ୍ ଗର୍ଲ ଫ୍ରେଣ୍ଡ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଭାବେ ବାଛିଥିବା ଉଲ୍ଲେଖ କରିଥିଲେ । ୨୦୧୫, ୭ନଭେମ୍ୱରର ଉକ୍ତ ଟୁଇଟରେ ଚେତନ ଭଗତ ଲେଖିଥିଲେ ଯେ ଏକଥା ବର୍ଣ୍ଣନା କରି ମୋତେ ଖୁସି ଅନୁଭବ ହେଉଛି ଯେ ମୋହିତ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ହାପ୍ ଗର୍ଲ ଫ୍ରେଣ୍ଡରେ ଭୂମିକାରେ ସୁଶାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

 

ମାତ୍ର ପରେ ଅର୍ଜୁନ କପୁର ଫିଲ୍ମରେ ହିରୋ ଭାବେ ଦେଖିବାକୁ ମିଳିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବଲିଉଡର ତାରକା ବ୍ୟକ୍ତିତ୍ୱଙ୍କର ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠୁଛି  । ଆରୋପ ଲାଗୁଛି ଯେ, ବଲିଉଡରେ ରାଜ କରୁଥିବା କିଛି ମୁଷ୍ଟିମେୟ ଓ ଶକ୍ତିଶାଳୀ ବ୍ୟକ୍ତି ନିଜ ହିସାବରେ କଳାକାରଙ୍କୁ ସୁଯୋଗ ଦେଉଛନ୍ତି । ସେମାନଙ୍କ ସହ ଭଲ ସମ୍ପର୍କରେ ଥିବା କଳାକାରଙ୍କୁ ପ୍ରାଥମିକତା ମିଳୁଛି । ହାପ୍ ଗର୍ଲ ଫ୍ରେଣ୍ଡ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ଏହି ପରି ହୋଇଛି । ବୁଧବାର ଦିନ ତମାମ ଅର୍ଜୁନ କାପୁର ଟ୍ରେଣ୍ଡରେ ରହିଥିଲେ ।

ଷ୍ଟାର କିଡ୍ ହୋଇଥିବା ହେତୁ ସୁଶାନ୍ତ ବଦଳରେ ତାଙ୍କୁ ସୁଯୋଗ ମିଳିଥିଲା ବୋଲି ଟୁଇଟ୍ ଅଭିଯୋଗ ହେଉଛି । ଫିଲ୍ମରେ ସୁଶାନ୍ତଙ୍କୁ ନେବା ପାଇଁ ପ୍ରଥମରୁ ନିଷ୍ପତ୍ତି ହୋଇ ସାରିଥିଲା । ମାତ୍ର ଶେଷରେ ସୁଶାନ୍ତଙ୍କ ବଦଳରେ ଅର୍ଜୁନଙ୍କୁ ସୁଯୋଗ ମିଳିଲା । ଏହି ଚକ୍ରାନ୍ତ ପଛରେ କିଏ ରହିଛି ବୋଲି ଜଣେ ଟୁଇଟର୍ ୟୁଜର୍ ଚେତନ ଭଗତଙ୍କ ଟୁଇଟରେ ପ୍ରଶ୍ନ କରିଛନ୍ତି ।

ପଶ୍ଚିମବଙ୍ଗରେ କରୋନା କହର: ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌କୁ ୩୧ ଜୁଲାଇ ଯାଏଁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ଲଗାତାରଭାବେ ବଢ଼ୁଥିବା କରୋନା ମାମଲାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜକୁ ପୂର୍ବରୁ ହିଁ ୩୧ ଜୁଲାଇ ଯାଏଁ ବନ୍ଦ ଘୋଷଣା କରାଯାଇଥିଲା । ତେବେ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମମତା ।

Coronavirus in West Bengal: Outbreak in Bengal 441 new cases in 24 ...

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମାଜିକ ଦୂରତ୍ୱ ସହିତ ଯେଉଁଭଳି ବର୍ତ୍ତମାନ କାମ ଚାଲିଛି ସେହିଭଳି ଆଗକୁ ମଧ୍ୟ ଜାରି ରହିବ । ଆଇସିଏମ୍‌ଆର ଗାଇଡଲାଇନ୍‌ ଅନୁଯାୟୀ ବର୍ତ୍ତମାନ କରୋନା ରୋଗୀଙ୍କୁ ଅଗ୍ରାଧିକାରୀଙ୍କ ଭିତ୍ତିରେ ଚିକିତ୍ସା କରାଯିବ । ବହୁ ଅଞ୍ଚଳରେ ଲୋକେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି, ତଥାପି କରୋନା ରୋଗୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା କରାଯାଉଛି ।

West Bengal Govt extended Corona Lockdown in the state till 31st ...

            ରାଜ୍ୟରେ କରୋନା ମାମଲ ବଢ଼ୁଥିବା ବେଳେ ବୁଧବାର ସର୍ବଦଳୀୟ ବୈଠକ ଡକାଇଥିଲେ ମମତା । ତେବେ ପ୍ରଥମ ଥର ପାଇଁ ମମତା ସର୍ବଦଳୀୟ ବୈଠକ ଡକାଇଥିଲେ । ସୂଚନା ଯୋଗ୍ୟ ଯେ, ସାରା ଦେଶରେ ଏଯାବତ୍ କରୋନା ଯୋଗୁଁ ୪୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୬୮ ଜଣଙ୍କ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି ।