spot_img
Home Blog Page 6775

ଦେଶରେ ଗୋଟିଏ ପରେ ଗୋଟିଏ ରକର୍ଡ ଭାଙ୍ଗୁଛି କରୋନା, କରୋନା ମୃତ୍ୟୁରେ ଭାରତର ତୃତୀୟ ସ୍ଥାନ

ନୂଆଦିଲ୍ଲୀ: କରୋନା ଭୟରେ ଏବେ ସାରା ଦେଶ । ଦିନକୁ ଦିନ ବଢ଼ିବାକୁ ଲାଗିଛି କରୋନାର କହର । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍କୁଛି କରୋନା । କରୋନା ମହାମାରୀ ମୃତ୍ୟୁରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହା ପୂର୍ବରୁ ତୃତୀୟ ସ୍ଥାନରେ ଥିଲା ମେକ୍ସିକୋ । ଯେଉଁଠାରେ ମହାମାରୀ ଯୋଗୁଁ ୬୩,୧୪୬ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ, ବର୍ତ୍ତମାନ ଭାରତରେ ମୃତ୍ୟୁସଂଖ୍ୟା ୬୩,୪୯୮ କୁ ପହଞ୍ଚିଛି । ଯାହା ମେକ୍ସିକୋଠାରୁ ଅଧିକ ରହିଛି । ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । କରୋନାରୁ ମୃତ୍ୟୁ ମାମଲାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି । ଯେଉଁଠାରେ ଏକ ଲକ୍ଷ ୮୬ ହଜାର ୮୫୫ ଲୋକ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୭୬୧ ନୂଆ କରାେନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହୋଇଛି । ଏଥି ସହିତ ୯୪୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ମୋଟ କରୋନା ବର୍ତ୍ତମାନ ୩୫ ଲକ୍ଷ ୪୨ ହଜାରରେ ପହଞ୍ଚିଛି । ସେଥିମଧ୍ୟରୁ ୬୩,୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ କରୋନା ସଂଖ୍ୟା ୭ ଲକ୍ଷ ୬୫ ହଜାରକୁ ବୃଦ୍ଧି ପାଇଛି । ସେହିଭଳି ୨୭ ଲକ୍ଷ ୧୩ ହଜାର ଲୋକ ଆରୋଗ୍ୟ ହୋଇଛନ୍ତି । ଯଦି ଦେଖିବା ସଂକ୍ରମଣର ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ରହିଛି ଯାହା ଲୋକଙ୍କୁ ଆଶ୍ୱସ୍ତି ଦେଉଛି ।

ସକ୍ରିୟ ମାମଲାରେ ଶ୍ରେଷ୍ଠ ୫ଟି ରାଜ୍ୟ

ପରିସଂଖ୍ୟାନ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତଙ୍କ ମାମଲା ରହିଛି । ମହାରାଷ୍ଟ୍ରରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଶ୍ଚିମବଙ୍ଗ ପଞ୍ଚମ ସ୍ଥାନରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି ।

କଟକ ମୁଣ୍ଡଳି ଛୁଇଁଲା ହୀରାକୁଦ ବନ୍ୟାଜଳ, ପ୍ରବାହିତ ହେବ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ପାଣି

ଭୁବନେଶ୍ୱର: କଟକ ମୁଣ୍ଡଳିରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ଫଳରେ ମୁଣ୍ଡଳିରେ ବଢ଼ିବାରେ ଲାଗିଛି ଜଳସ୍ତର । ମୁଣ୍ଡଳିରେ ବିପଦ ସଙ୍କେତ ୯୭.୨୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୯୫ଫୁଟ ରହିଛି । ଏଠାରେ ୯ ଲକ୍ଷ ୮୭ ହଜାର ୯୧୮ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ସକା ୭ରୁ  ୩ ଘଣ୍ଟା ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଧିରେ ଧିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଳଇ ସୂଚନା ରହିଛି ।

ସେହିପରି ନରାଜଠାରେ କାଠଯୋଡ଼ି ଜଳସ୍ତର ବିପଦ ସଂକେତ ନିକଟତର ରହିଛି । ବିପଦ ସଂକେତ ୨୬.୪୧ ମିଟର ଥିବା ବେଳେ  ଜଳସ୍ତର ୨୬.୦୫ ମିଟର ରହିଛି । କାଠଯୋଡ଼ି ନଦୀରେ ବର୍ତ୍ତମାନ ୪ ଲକ୍ଷ ୯୩ ହଜାର ୫୫୩ କ୍ୟୁସେକ ଜଳ ପ୍ରବାହିତ ହେଉଛି ।  ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କମୁଥିବାରୁ ସ୍ଥିତି ସୁଧୁରିବା ନେଇ ଆଶା କରାଯାଉଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହା ପ୍ରଭାବରେ ତଳିଆ ଅଞ୍ଚଳରେ ରହିଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେବେ । କିନ୍ତୁ ଲୋକେ ନିଜ ଘର ଛାଡ଼ି ଆସିବା ପାଇଁ ନାରାଜ  । କିନ୍ତୁ ପ୍ରଶାସନ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଛି ।

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କବାଦୀ ନିହତ ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଥମୁନି ଆତଙ୍କବାଦୀ ଆକ୍ରମଣ । ଗତକାଲି ବିଳମ୍ବିତ ରାତିରେ ପୁଣି ଆତଙ୍କୀ ଆକ୍ରମଣ କରିଛନ୍ତି । ସ୍ଥାନୀୟ ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ପାଟ୍ରୋଲିଂ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଆରମ୍ଭ ହୋଇଥିବା ଏନକାଉଣ୍ଟର । ଜାମ୍ମୁ କାଶ୍ମୀର ପୋଲିସ ଏବଂ CRPF ତିନି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହି ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସହିଦ ହୋଇଛନ୍ତି ।

ଶ୍ରୀନଗର ଜିଲ୍ଲାର ପନ୍ଥ ଚୌକ୍ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ନିହତ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଅଧିକାରୀଙ୍କ କହିବାନୁସାରେ, ଏବେ ଏନକାଉଣ୍ଟର ଶେଷ ହୋଇଛି । ସମସ୍ତ ତିନୋଟି ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ । କିନ୍ତୁ ଉକ୍ତ ଅଞ୍ଚଳରେ ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଚାଲିଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ CRPF ର ମିଳିତ ଦହ ଉପରେ ତିନି ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀମାନେ ବାଇକରେ ଆସିଥିଲେ । ତେବେ ପ୍ରତିଦିନ ରାଜ୍ୟର କିଛି ଅଞ୍ଚଳରୁ ଏନକାଉଣ୍ଟର ରିପୋର୍ଟ ଆସୁଛି । ଗତ ଦୁଇ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ପ୍ରଥମେ ୨୮ ରେ ଏବଂ ପରେ ୨୯ ଅଗଷ୍ଟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ବନ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ଭରା ପାଣି, ଦୟାନଦୀରେ ୨୦୦ ଫୁଟର ଘାଇ

ପୁରୀ: କିଛି ଦିନର ଲଗାଣ ବର୍ଷା ପ୍ରଭାବରେ ଘାଣ୍ଟି ହେଉଛି ଓଡ଼ିଶା । ବର୍ଷାତ କମିଯାଇଛି ହେଲା ଛାଡ଼ିଯାଇଛି ଦୁର୍ଦଶା । ବନ୍ୟା ପ୍ରଭାବରେ ଏବେ ଅଧା ଓଡ଼ିଶା ପାଣି ଘେରରେ ରହିଛି  । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଦି ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ବିପଦ ସଙ୍କୁଳ ଅବସ୍‌ତାରେ ଗାଁ ଗୁଡ଼ିକ ରହିଛି । ସେପଟେ ଦୟାନଦୀରେ ୨ଶହ ଫୁଟର ଘାଇ ସୃଷ୍ଟି ହୋଇଛି ।

ପୁରୀ ଜିଲ୍ଲା କଣାସ ନୂଆସାହି ବେହେଣ୍ଟା ନିକଟ ଦୟାନଦୀରେ ୨୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗତକାଲି ସନ୍ଧ୍ୟା ୬ରୁ ସାଢ଼େ ୬ଟା ମଧ୍ୟରେ ଘାଇ ହୋଇଛି । ଏହା ପ୍ରଭାବରେ ଏବେସୁଦ୍ଧା ୧୦ରୁ ୧୫ ହଜାର ଲୋକେ ଅସୁବିଧାର ସାମ୍ନା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଫଳରେ ୮ ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ମାଟିଆପଡ଼ା, ଘରଛିଆ, ବଗିପଡ଼ା, ପାଣ୍ଡିଆକେରା, ସିମିଳିପାଟଣା, ନନକେରା, ବେହେଁଣ୍ଟା, ବଡ଼ପୁଟ ଆଦି ପଞ୍ଚାୟତର ଲୋକ ପ୍ରଭାବିତ ହେବେ । ଘର ଭିତରେ ପାଣି ପଶିବା ସହ ୟୋଗାଯୋଗ ବିଚ୍ଛିନ୍ନ ହେବ ବୋଲି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ମାଡ଼ି ଆସୁଛି ବନ୍ୟା ଜଳ: ମୁଣ୍ଡୁଳିରେ ବଢ଼ୁଛି ଜଳସ୍ତର, ସେପଟେ ବନ୍ୟା ଜଳରେ ଭାସିଗଲେ ଚଣ୍ଡିଖୋଲର ଦୁଇ ଯୁବକ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ୪୬ ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପାର୍ଶ୍ୱରୁ ୩୧ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧୫ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିସୃଷ୍ଟି ହୋଇଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୪ଶହ ୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୨୭ ଦଶମିକ ୮୫ ଫୁଟ ରହିଛି । ଏହାର ପ୍ରଭାବରେ ବୁର୍ଲା ଘଣ୍ଟେଶ୍ୱରୀ ପୀଠରେ ପଶିଲା ବନ୍ୟାଜଳ । ଫଳରେ ଗତକାଲିଠାରୁ ମାଙ୍କ ମନ୍ଦିରରେ ପୂଜାର୍ଚନା ବନ୍ଦ ରହିଛି । ହୀରାକୁଦ ଜଳଭଣ୍ଡାରର ୪୬ ଟି ସ୍ୱିସଗେଟ ଖୋଲାଯିବା ଫଳରେ ବନ୍ୟାଜଳ ମନ୍ଦିରରେ ପ୍ରବେଶ କରିଛି । ପ୍ରାୟ ୬ ଫୁଟ ପାଣି ମନ୍ଦିରରେ ପ୍ରବେଶ କରିଛି।

ବର୍ତ୍ତମାନ ଯଦି ଆମେ ଦେଖିବା ତେବେ ମୁଣ୍ଡୁଳିରେ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜରେ ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିଭଳି ବାକି ବନ୍ୟାଜଳ ମହାନଦୀରେ ଜୋବ୍ରା ଦେଇ ପ୍ରବାହିତ ହେଉଛି ।  ଆକଳନା ଅନୁଯାୟୀ ଏଥର ବନ୍ୟାଜଳ ୧୦ ଲକ୍ଷରୁ ଟପିଯାଇ ସାଢ଼େ ୧୦ ଲକ୍ଷ ରହିବ । ଦିନ ୧୦ ଟା ପରେ ମୁଣ୍ଡୁଳିରେ ଜଳ ସ୍ତର ବଢ଼ିବା ନେଇ ସୂଚନା ରହିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ନରାଜ ଏବଂ ମୁଣ୍ଡୁଳିରେ ବିପଦ ସଙ୍କେତ ତଳେ ରହିଛି ବନ୍ୟାଜଳ । ତେବେ ତଳ ମୁଣ୍ଡରେ ଲୋକଙ୍କୁ ସଜାଗ ରହିବା ପାଇଁ ଅଧିକାରୀ ମାନେ କହିଛନ୍ତି । କଟକ ଜିଲ୍ଲାର ୮ ଟି ବ୍ଲକ ମହାନଦୀ କାଠଯୋଡ଼ି ଏବଂ ସାଖା ନଦୀ ଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୨୨ ପଞ୍ଚାୟତ ୩୧ଟି ଗାଁ ପ୍ରଭାବିତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ୮ଟି ବ୍ଲକରେ ୭୦ ଭାଗ ଜମିରେ ପାଣି ମାଡ଼ିଯାଇଛି । ତେବେ ସିଏମ୍‌ସି ଏଥିପାଇ ପୁରା ସଜାଗ ରହିଛି ଏବଂ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ସମସ୍ତ ପ୍ରକାରର ଯତ୍ନ ନେଉଛି ।

ସେପଟେ ବନ୍ୟା ପାଣି ରେ ଭାସି ଗଲେ ଦୁଇ ଯୁବକ । କୌଣସି କାମରେ ବାହାରକୁ ଯାଇଥିବା ବେଳେ ପ୍ରଖର ବନ୍ୟାଜଳରେ ଭାସିଯାଇଛନ୍ତି । ତେବେ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ଅନ୍ୟ ଜଣେ ନିଖୋଜ ରହିଛନ୍ତି । ସେପଟେ ଚଣ୍ଡିଖୋଲ ଅଗ୍ନିସମ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଡ଼ଚଣା ବ୍ଲକ ମୂଷାଠିକିରି ଗ୍ରାମରେ ଏଭଳି ଅଭାବନିୟ ଘଟଣା ଘଟିଛି ।

ପୋଲିସ ଜାଲରୁ ବର୍ତ୍ତିବାକୁ ଯାଇ ବାରହା ଫାଶରେ ଜୀବନ ହାରିଲେ…

ଗଞ୍ଜାମ: ଚାଷୀଙ୍କ ଫସଲ ଉଜାଡ଼ି ଦେଉଛନ୍ତି ବାରହା । ଫସଲକୁ ବାରହା ଆତଙ୍କରୁ ସୁରକ୍ଷା ଦେବା ପାଇଁ ଚାଷୀ ବିଛାଇଥାନ୍ତି ଜାଲ ବା ଫାଶ । ଆଉ ଏହି ଫାଶ ବାରହାଙ୍କ ପାଇଁ କାଳ ସାଜୁଥିବା ବେଳେ ସେଥିରେ ମଣିଷଙ୍କ ଜୀବନ ମଧ୍ୟ ଯାଉଛି । ବାରମ୍ବାର ଏଭଳି ଘଟଣା ନଜିର ରହିଛି । ବାରହା ଫାଶରେ ପଡ଼ି ପୂର୍ବରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏଭଳି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି । ପୋଲିସଠାରୁ ଲୁଚିବାକୁ ଜଙ୍ଗଲ ଭିତରକୁ ଗଲାବେଳେ ବାରହା ଫାଶରେ ପଡ଼ି ସାନ ଭାଇର ମୃତ୍ୟୁ ହୋଇଛି ଓ ବଡ଼ ଭାଇ ଗୁରୁତର ।

ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମାରେ ଏଭଳି ଘଟଣା ଘଟିଛି । ବାରହା ଫାଶରେ ପଡ଼ି ଲକ୍ଷ୍ମଣ ଜେନା ନାମକ ଜଣେ ୨୮ ବର୍ଷୀୟ ଯୁବକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବଡ଼ ଭାଇ ରାଜ ଜେନା (୩୦) ଗରୁତର ହୋଇଛନ୍ତି ।

 

ଗ୍ରାମାରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ହେବା ପରେ ଶଶୀ ଜେନାଙ୍କ ପରିବାର ପକ୍ଷରୁ ଅନ୍ୟ ପରିବାରକୁ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ଆକ୍ରମଣର ଶିକାର ହୋଇଥିବା ପରିବାର ପକ୍ଷରୁ ହୁମ୍ମା ଫାଣ୍ଡିରେ ଏତଲା ଦିଆଯାଇଥିଲା । ଅଭିଯୋଗୁକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ପୋଲିସ ଭୟରେ ଲକ୍ଷ୍ମଣ ଓ ରାଜୁ ଦୁଇ ଭାଇ ନିକଟସ୍ଥ ପାହାଡ଼ରେ ଲୁଚିବାକୁ ଯାଉଥିବା ବେଳେ ପୂର୍ବରୁ ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରେ ପଡ଼ିଥିଲେ ।

ଫଳରେ ସେଠାରେ ସାନ ଭାଇ ଲକ୍ଷ୍ମଣ ଜେନାଙ୍କ ଜୀବନ ଚାଲାଇଯାଥିଲା । ଗୁରୁତର ଅବସ୍ଥାରେ ରାଜୁକୁ ଉଦ୍ଧାର କରାଯାଇ ପ୍ରଥମେ ଛତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭାବୀ ବିକ୍ରି ସାଙ୍ଗକୁ ବାରହା ଉତ୍ପାତ, ମୁଣ୍ଡରେ ହାତଦେଇ ବସିଛି ଚାଷୀ

ଆସିକା: (ନରେନ୍ଦ୍ର କୁମାର ସାହୁ): ଚିନ୍ତାରେ ମକା ଚାଷୀ । କରୋନା ଉଜାଡି ଦେଇଛି ଜୀବନ ଜୀବିକା । ସେପଟେ ବୋଝ ଉପରେ ଲଳିତାବିଡା ଭଳି ଜଙ୍ଗଲି ବାରହାଙ୍କ ଉପଦ୍ରବ ବି ଚାଷୀଙ୍କ ଚିନ୍ତାର ବଢ଼ାଇଦେଇଛି । ପ୍ରତିଦିନ ଏକର ଏକର ମକା ଚାଷ ନଷ୍ଟ କରୁଛନ୍ତି ବାରହା ।

କରଜ କରି ମକା ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଅଭାବୀ ବିକ୍ରି ଚଷା ପୁଅର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଥିରେ ଅତିଷ୍ଠ ହୋଇପଡିଛନ୍ତି ବ୍ରହ୍ମପୁର, ଆସିକା, ଖଡବାଗ, ଚେରମାରିଆ, ଖଣ୍ଡ ଦେଉଳି, କର୍ଣ୍ଣଳି ଅଞ୍ଚଳର ଅନେକ ଚାଷୀ ।

ତେବେ ଏଭଳି ସମସ୍ୟା ଯୋଗୁଁ ଏବେ ମକା ଚାଷରୁ ମୁହଁ ଫରାଉଛନ୍ତି ଚାଷୀ । ତେଣୁ ଆସିକା ବ୍ରହ୍ମପୁର ରାସ୍ତା କଡ଼ରେ ଆଉ ବିକ୍ରି ହେଉନି ସୁଆଦିଆ ମକା । ଯଦି ଏହି ମକା ଚାଷୀଙ୍କ ପାଇଁ ସରକାର ବଜାର ବ୍ୟବସ୍ଥା କରନ୍ତେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସେମାନେ କହିଛନ୍ତି । ମକା ଚାଷୀଙ୍କୁ ଏଭଳି ପରିସ୍ଥିତିରେ ସରକାରୀ ସହାଯତା ଯୋଗାଇଦେବା ଜରୁରୀ ହୋଇପଡିଛି ବୋଲି ଅନେକ ବୁଦ୍ଧିଜୀବୀ ମଧ୍ୟ ମତ ପ୍ରକାଶ କରିଛନ୍ତି ।

ବଢ଼ୁଛି ହସ୍ତତନ୍ତର ଚାହିଦା, ଇ-କମର୍ସ ଜରିଆରେ ଆସୁଛି ଅଧିକ ଅର୍ଡର

ଭୁବନେଶ୍ୱର:(ଶତରୂପା ସାମନ୍ତରାୟ): ମହାମାରୀ ବେଳେ ବଢୁଛି ଇ-କମର୍ସ ବ୍ୟବସାୟ । ଭୂତାଣୁ ଭୟରେ ଲୋକେ ଦେକାନକୁ ଯିବା ପାଇଁ ଭୟ କରୁଥିବା ବେଳେ ଅନଲାଇନ କିଣାବିକାକୁ ବେଶି ପସନ୍ଦ କରୁଛନ୍ତି । ଯାହାର ଏକ ଭଲ ପ୍ରଭାବ ରାଜ୍ୟର ହସ୍ତତନ୍ତ ଉପରେ ପଡିଛି । ଇ-କର୍ମସ ସାଇଡ୍‌ରୁ ହାତ ତିଆରି ଜିନିଷକୁ କିଣିବା ପାଇଁ ଆଗ୍ରହୀ ହେଉଛନ୍ତି ଲୋକେ ।

ଭୂତାଣୁ ଭୟ ଭିତରେ ଇ-କମର୍ସରେ ବଢୁଛି ହେଣ୍ଡଲୁମ ଜିନିଷର ଚାହିଦା । ଲୋକେ ଡିମାଣ୍ଡ କରୁଛନ୍ତି ଭଳିକି ଭଳି ହସ୍ତତନ୍ତ ବସ୍ତ୍ର ସହ ହାତ ଖୋଦେଇ ମୂର୍ତ୍ତି । କେବଳ ରାଜ୍ୟରେ ନୁହଁ ଦେଶ ବିଦେଶରୁ ବି ରହୁଛି ଅର୍ଡର । ଓଡ଼ିଶାର ସମସ୍ତ ହେଣ୍ଡଲୁମ୍‌ ଲୁଗାପଟା ଇ-ବ୍ୟବସାୟ ମାଧ୍ୟମରେ ପହଞ୍ଚୁଛି ବିଦେଶରେ । ଫଳରେ କରୋନା ସଙ୍କଟରେ ବ୍ୟବସାୟର ନୂଆ ରାହା ଦେଖାଇଛି ଇ-କମର୍ସ । ବେଶ୍‌ ଦୁଇ ପଇସା ଲାଭ ପାଇଁ ନିଜକୁ ସ୍ୱାବଲମ୍ବି କରିଛନ୍ତି ହସ୍ତ କାରିଗର ।

ରାଜ୍ୟ ସରକାର ସବୁସମୟରେ ଓଡ଼ିଶାର ହସ୍ତତନ୍ତକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିଜର ଇ-କମର୍ସ ସାଇଡ୍ ମଧ୍ୟ ଖୋଲାଯାଇଛି । ପ୍ରତିଟି କାରିଗର ଏହି ସାଇଡ୍‌ରେ ସହାୟତା ନେଲେ ନିଜ ବ୍ୟବସାୟିକୁ ସ୍ୱାଭାବିକ କରିପାରିବେ କୁହାଯାଇଛି ।

୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି, ଜିଲ୍ଲାପାଳ କହିଲେ ଥଇଥାନ ଓ ଜୀବିକାକୁ ଦିଆଯିବ ଦୃଷ୍ଟି

ରାୟଗଡ଼: ଦୀର୍ଘ ୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଯୀ । ରାୟଗଡ଼ ବ୍ଲକ ତାଳମୁଣ୍ଡା ପଞ୍ଚାୟତ ଆବରସିଙ୍ଗ ଗାଁର ସ୍ବର୍ଗତ ମାଗତା ଭୂୟାଁଙ୍କ ପୁଅ ଜଗପତି । ଦୀର୍ଘ ୩୫ ବର୍ଷ ତଳେ ରୋଜଗାର ଉଦ୍ଦେଶ୍ୟରେ ଅରୁଣାଚଳ ପ୍ରଦେଶ ଯାଇଥିଲେ । କୌଣସି କାରଣ ବସତଃ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ଲୋୟର ସୁବାନସିରି ଜିଲ୍ଲାର ଜିରୋ ଟାଉନ ଅଞ୍ଚଳରେ ରହୁଥିଲେ ।

ଜଙ୍ଗଲ ଭିତରେ ପଥର କୋରଡରେ କାଠ ତିଆରି କୁଡ଼ିଆରେ ଏକାକୀ ରହୁଥିବା ଦେଖି, ଲକଡାଉନ ସମୟରେ ତାଙ୍କୁ ଖାଦ୍ୟ ଯୋଗାଉଥିଲେ ସେଠାକାର ଜଣେ ଶିକ୍ଷକ । ଓଡିଶାକୁ ଫେରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପଇସା ଓ ସାହାଯ୍ୟ ଅଭାବରୁ ସେ ଫେରି ପାରୁ ନ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ନନ୍ଦିଘୋଷ ଟିଭିରେ ଆମେ ଖବର ପ୍ରସାରଣ କରିଥିଲୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କୁ ଫେରାଇ ଆଣିବା ପାଇଁ ଓଡିଶା ମୋ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗଜପତି ଜିଲାପାଳ ସହକାରୀ ଶ୍ରମଅଧିକାରୀ ସୁଭାଷ ଚନ୍ଦ୍ର ମଣ୍ଡଳଙ୍କୁ ଅରୁଣାଚଳ ପ୍ରଦେଶ ପଠାଇଥିଲେ । ପୁତୁରା ମୁକୁନ୍ଦ ଭୁୟାଁଙ୍କୁ ସାଥୀରେ ନେଇ ଦୟାଙ୍କୁ ଫେରାଇ ଆଣିବାକୁ ଯାଇଥିଲେ ଶ୍ରମଅଧିକାରୀ । ଏବେ ପ୍ରାୟ ୩୫ ବର୍ଷ ପରେ ଗାଁକୁ ଫେରି ଆସିଛନ୍ତି ଜଗପତି କାର୍ଯୀ । ଆତ୍ମୀୟଙ୍କ ନିକଟରେ ପହଞ୍ଚି ଏକ ନୂତନ ଜନ୍ମ ପାଇଥିବା କହିଛନ୍ତି ଦୟା ଭୁୟାଁ । ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୟାଙ୍କ ଥଇଥାନ ଓ ଜୀବନ ଜୀବିକା ଉପରେ ଦୃଷ୍ଟି ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

ଘରକୁ ଫେରିଲେ ଗଜପତିର ଜଗପତି, ଫେରାଇ ଆଣିଲା ଓଡ଼ିଶା ମୋ ପରିବାର

ରାଜ୍ୟରେ ଆଉ ୨୮୮୮ ଜଣ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୨୮୮୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଛି । ରାଜ୍ୟରେ ଏବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୦,୭୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୮୮୮ ସୁସ୍ଥଙ୍କ ମଧ୍ୟରେ ରାୟଗଡ଼ାରୁ ସର୍ବାଧିକ ୪୮୭, ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ ୨୧୭, କଟକ ୧୮୯, ବଲାଙ୍ଗିର ୧୭୩, କୋରାପୁଟ ୧୫୧, ମୟୂରଭଞ୍ଜ ୧୪୪, ନୟାଗଡ଼ ୧୩୮, ପୁରୀ ୧୩୪, ବାଲେଶ୍ୱର ୧୨୩, ସମ୍ବଲପୁର ୧୧୭, ମାଲକାନଗିରି ୮୧, ସୁନ୍ଦରଗଡ଼ ୭୮, ନବରଙ୍ଗପୁର ୫୬, ଘାରସୁଗୁଡ଼ା ୫୫, ଭଦ୍ରକ ୫୨, ବରଗଡ଼ ୫୧, ଜଗତସିଂହପୁର ୩୫, ଢ଼େଙ୍କାନଳ ୩୪, କଳାହାଣ୍ଡି ୩୩, ଗଜପତି ୩୦, କେନ୍ଦୁଝର ୨୯, କନ୍ଧମାଳ ୨୧, ସୋନପୁର ୧୫, କେନ୍ଦ୍ରାପଡ଼ା ୧୪, ବୌଦ୍ଧ ୧୦, ଅନୁଗୁଳ ୫, ଯାଜପୁର ୫ ଓ ଦେଓଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।