ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ
ଭୁବନେଶ୍ୱର: ଝାରସୁଗୁଡ଼ାରୁ ଖୁବ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ ହେବାକୁ ଯାଉଛି । ଏହା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦେଶକ । ବହୁଦିନ ପରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା ନେଇ ଗ୍ରୀନ ସିଗନାଲ ଦେଇଛି ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃ ପକ୍ଷ ।
ଅକ୍ଟୋବର ୨୫ରୁ ଆରମ୍ଭ ହେବାକୁ ଯାଉଛି ଆଉ ଦୁଇଟି ସହର କୁ ବିମାନସେବା । ବହୁ ଦିନରୁ ଦାବି ହୋଇ ଆସୁଥିବା ଝାରସୁଗୁଡ଼ାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନସେବା ଲାଗି ପଥ ପ୍ରଶସ୍ତ ହୋଇଛି । ଆସନ୍ତା ୱିଂଟର ସିଡ୍ୟୁଲ ଅର୍ଥାତ ଅକ୍ଟୋବର ୨୫ରୁ ଝାରସୁଗୁଡ଼ାରୁ ଏହି ବହୁ ପ୍ରତୀକ୍ଷିତ ବିମାନସେବା ଆରମ୍ଭ ହେବାର ସମ୍ଭାବନା ରହିଛି । ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଆରମ୍ଭ କରିବାକୁ ସ୍ଲଟ୍ ଏଲୋକେସନ ପାଇଁ କରାଯାଇଥିବା ଆବେଦନ ଉପରେ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ସବୁଜ ସଂକେତ ଦେଇ ସାରିଥିବା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି । ଏ ଦିଗରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଅନୁମତି ହାସଲ ପରେ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ସେ କହିଛନ୍ତି ।

ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖ ଦିନ ଉଦଘାଟିତ ହେବା ସହ ବିମାନସେବା ଆରମ୍ଭ ହେବା ପରଠାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଦାବି ହୋଇ ଆସିଛି । ଅବଶ୍ୟ ବିଧିବଦ୍ଧ ଭାବେ ସ୍ପାଇସଜେଟ୍ ପକ୍ଷରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ହିଁ ବିମାନସେବା ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଆଦି ସହରକୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏଲାୟନ୍ସ ଏୟାରର ବିମାନସେବା ଭୁବନେଶ୍ୱର, ରାୟପୁର, କୋଲକାତା ଆଦିକୁ ଆରମ୍ଭ ହୋଇଥିଲା ।ଲକଡାଉନ ସମୟରେ କିଛି ସମୟ ଧରି ବିମାନସେବା ବନ୍ଦ ରହିବା ପରେ ପୁଣିଥରେ କଟକଣା ଭିତରେ ବିମାନସେବା ଆରମ୍ଭ ହୋଇଛି । ଆଗକୁ ବାଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନସେବା ଆରମ୍ଭ ହେଲେ ଏହା ପଶ୍ଚିମ ଓଡ଼ିଶା ସହ ଭାରତର ପ୍ରମୁଖ ସହରକୁ ଏୟାର କନେକ୍ଟିଭିଟି ହୋଇ ପାରିବ । ଉଚ୍ଚ ଓ ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପାଇଁ ମୁମ୍ବାଇ, ବାଙ୍ଗାଲୁରୁ ଉପରେ ନିର୍ଭର କରିଥାନ୍ତି । ଏହି ଦୁଇ ସହର ଝାରସୁଗୁଡ଼ା ସହ ଯୋଡ଼ି ହେଲେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ପାଇଁ ବଡ଼ ସୁବିଧା ହୋଇ ପାରିବ ।
ଆଜି ଦ୍ରୋଣାଚାର୍ଯ୍ୟ ସମ୍ମାନ ପାଇଥାନ୍ତେ, କାଲି ଦୁନିଆ ଛାଡି ଚାଲିଗଲେ
ନୂଆଦିଲ୍ଲୀ: ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କର ଗତ ଶୁକ୍ରବାରକୁ ମୃତ୍ୟୁ ହୋଇଛି । ଆଜି ତାଙ୍କୁ କ୍ରୀଡ଼ା ଦିବସରେ ଭର୍ଚୁଆଲ ଆଓ୍ୱାର୍ଡ଼ ସମାରୋହରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥାନ୍ତା । କିନ୍ତୁ ବିଧିର ବିଧାନ ସବୁ କିଛି ବଦଳାଇ ଦେଇଛି । ଜୀବନର ଏତେ ବଡ଼ ସମ୍ମାନ ପାଇବା ପୂର୍ବରୁ ହୃଦଘାତରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ଉତ୍ତମ ଆଥଲେଟ ଗଢିବାରେ ପୁରୁଷୋତ୍ତମ ରାୟଙ୍କର ଯଥେଷ୍ଟ ଯୋଗଦାନ ରହିଛି । ଏମାନଙ୍କ ମଧ୍ୟରେ ଏମ.କେ.ଆଶଆ,ଇବି ରାୟଲା, ରୋସା କୁଟ୍ଟୀ, ଅଶ୍ୱିନ ନଚପ୍ପା,ମୁରଲୀ କୁଟ୍ଟନ ଏବଂ ଜିଜି ପରମିଲାଙ୍କ ଭଳି ଖେଳାଳୀ ସାମିଲ ଅଛନ୍ତି, ଯେଉଁମାନେ ଖେଳରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ଚଳିତ ଥର ଖେଳ ମନ୍ତ୍ରାଳୟ ନୂଆ ନିୟମ ପ୍ରଣୟନ କରିଥିଲେ । ଯେଉଁଥିରେ କୌଣସି ଖେଳାଳୀ ବା କୋଚ୍ ନିଜକୁ ନିଜେ ପୁରସ୍କାର ପାଇଁ ନମିନେଟ କରିପାରିବେ । ଏହାଦ୍ୱାରା ସେ ମନ୍ତ୍ରାଳୟ ନଜରକୁ ଆସିଲେ । ଯାହାପରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚୟନ କରାଗଲା । ରାୟ ହେଉଛନ୍ତି ବାଙ୍ଗାଲୁରୁର ଜଣେ ପ୍ରସିଦ୍ଧ କୋଚ୍ । ତେବେ କୌଣସି ସମସ୍ୟା ପାଇଁ ସେ ଏହି ପୁରସ୍କାରରୁ ବଞ୍ଚିତ ଥିଲେ । ମୃତ୍ୟୁ ପୂର୍ବରୁ ପୁରସ୍କାର ପାଇବାକୁ ନେଇ ରାୟ ଖୁବ ଖୁସି ଥିଲେ ।
ସୂଚନାଯୋଗ୍ୟ ରାୟ ୧୯୮୭ର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ,୧୯୮୮ର ଏସିୟାନ ଟ୍ରାକ ଆଣ୍ଡ ଫିଲଡ ଚାମ୍ପିଅନସିପ ସହିତ କେତେକ ଟୂର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମକୁ ସେ କୋଚିଂ ଦେଇଛନ୍ତି ।
ହଲିଉଡ ଅଭିନେତା ଚାଡଓ୍ୱିକ ବୋସମ୍ୟାନଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଅଭିନେତା ଚାଡଓ୍ୱିକ ବୋସମ୍ୟାନଙ୍କ ମୃତ୍ୟୁ ହୋଇଛି । ସେ ଦିର୍ଘଦିନ ଧରି କ୍ୟାନସରରେ ପିଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ହଲିଉଡର ବହୁ ଚର୍ଚ୍ଚିତ ଫିଲ୍ମ ବ୍ଲାକ ପାନ୍ଥରରେ ଲିଡ ରୋଲରେ ଚମତ୍କାର ଅଭିନୟ କରିଥିଲେ । ଯାହାପରେ ଦର୍ଶକଙ୍କ ପ୍ରଥମ ପସଙ୍ଗ ହୋଇ ଯାଇଥିଲେ ସେ । ଏଥିସହ ମାରବେଲ ସିନେମାଟିକ ୟୁନିଭର୍ସ ସହ ଅନେକ ଗୁଡିଏ ଫିଲ୍ମରେ ମଧ୍ୟ ସେ ନଜର ଆସିଛନ୍ତି । ଚାଡଓ୍ୱିକ ବୋସମ୍ୟାନଙ୍କ ପରଲୋକ ପରେ ହଲିଉଡରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଲସଏଞ୍ଜେଲେସରେ ତାଙ୍କ ବାସଗୃହରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବୋସମେନଙ୍କ ହଠାତ ଏମିତି ଦୁନିଆ ଛାଡ଼ି ଯିବାଟା ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି ।










