spot_img
Home Blog Page 6782

ବିବାଦ ତୁଟାଇବା ପାଇଁ ସହମତ ହେଲେ ଭାରତ-ଚୀନ୍

ଭାରତ ଓ ଚୀନ୍ ସୀମା ବିବାଦକୁ ନେଇ ଦୁଇ ଦେଶ  ଆଲୋଚନା ପାଇଁ ରାଜି ହୋଇଛନ୍ତି । ଆଲୋଚନାରେ ଉଭୟ ଦେଶର ସହମତି ମିଳିଛି । ବିବାଦକୁ କମାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ଉଭୟ ଦେଶ ବିବାଦ ଥମାଇବା ପାଇଁ ପ୍ରସ୍ତୁତ ଥିବା ବୈଦେଶିକ ମନ୍ତ୍ରୀ ଝାଓ ଲିଜିୟାନ୍ ମଙ୍ଗଳବାର ସୂଚନା ଦେଇଛନ୍ତି । ସେହିଭଳି ଚୀନ୍ ଓ ଭାରତ ମଧ୍ୟରେ ସହମତି ବନି ସାରିଛି ଓ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ।

 

ଅନ୍ୟପକ୍ଷରେ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଚୀନ୍ ମୃତାହତ ସୈନିକଙ୍କୁ ନେଇ ପ୍ରସାର କରାଯାଉଥିବା ଖବରକୁ ଚୀନ ପୁଣି ଥରେ ଖାରଜ କରିଛି । ରବିବାର ଭାରତର କେନ୍ଦ୍ର ମନ୍ତ୍ରୀ ବିକେ ସିଂ ବୟାନ ରଖି କହିଥିଲେ ଯେ, ଗଲବାନ ଘାଟିରେ ହୋଇଥିବା ସଂଘର୍ଷରେ ୪୦ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଏହାପରେ ସୋମବାର ଚୀନ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲେ ମଧ୍ୟ ଚୀନ ସଫେଇ ଦେଇ କହିଥିଲା ଯେ ଚୀନ ସୈନିକଙ୍କର ମୃତ୍ୟୁ ନେଇ କୌଣସି ଖବର ଚୀନ୍ ସରକାରଙ୍କ ପାଖରେ ନାହିଁ । ସାମନ ଢଙ୍ଗରେ ମଙ୍ଗଳବାର ଚୀନ ବୈଦେଶିକ ମନ୍ତ୍ରୀ ଲିଜିୟାନ୍ ପୁଣି ଥରେ ପୂରୁଣା କଥା ଦୋହରାଇଛନ୍ତି ଓ ଚୀନ୍ ସୈନିକ ମୃତାହତ ନେଇ ସୂଚନା ନଥିବା କହିଛନ୍ତି । ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଉଭୟ ରାଜନୀତିକ ଓ ସାମରିକ ବିଭାଗ ମାଧ୍ୟମରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମା ବିବାଦକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ହେଉଛି । ବିବାଦୀୟ ସୀମାରେ କିଭଳି ଭାବ ସ୍ଥିତିକୁ ସ୍ୱାଭାବିକ କରାଯିବ ସେ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଛି ।

ଗଲବାନ ହିରୋଙ୍କୁ ଭେଟିଲେ ସେନାମୁଖ୍ୟ, କହିଲେ ଆମ କାମ ସରିନାହିଁ

ନୂଆଦିଲ୍ଲୀ:  ଏଲ୍‌ଏସି ଉପରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଜାରି ରହିଛି । ଗତ ଏକ ମାସ ମଧ୍ୟରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି । କିନ୍ତୁ ଆଲୋଚନାର କୋୗଣସି ସୁଫଳ ମିଳିପାରୁ ନାହିଁ । ଏପଟେ ଦେଶରେ ସହିଦ ହୋଇଛନ୍ତି ୨୦ ଯବାନ । ଗତ ସୋମବାର ଦିନ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ହୋଇଥିଲା ।

ସେପଟେ ମଙ୍ଗଳବାର ଦିନ ସେନା ମୁଖ୍ୟ ଏମ୍‌.ଏମ୍‌ ନରବଣେ ଲେହରେ ପହଞ୍ଚିଛନ୍ତି । ଲେହେରେ ସ୍ଥିତି କେମିତି ରହିଛି ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେନା ମୁଖ୍ୟ ନରବଣେ ଆହତ ସୈନିକମାନଙ୍କୁ ଲେହେରେ ଥିବା ସେନା ଡାକ୍ତରଖାନାରେ ଭେଟିଥିଲ । ସେଠାରେ ସେମାନଙ୍କୁ ଭେଟି ଉତ୍ସାହିତ କରିଥିଲେ । ଏଥିସହିତ ସେନା ମୁଖ୍ୟ କହିଛନ୍ତି ଯେ ତୁମେ ଭଲ କାମ କରିଛ, କିନ୍ତୁ କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ଗଲବାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ବଢ଼ୁଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଭାରତ ଏବଂ ଚୀନ୍‌ର ସାମରିକ ଅଧିକାରୀମାନେ ବୈଠକରେ ଆଲୋଚନା କରିଛନ୍ତି । ସୂଚନାନୁସାରେ, ସୋମବାର ଅନୁଷ୍ଠିତ କର୍ପସ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଏଲ୍‌ଏସି ଦ୍ୱାରା ଚୀନ୍‌ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଏକ ସମୟ ସୀମା ମାଗିଥିଲା । ଗଲବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ଲାଗିରହିଛି । ଏହି ସବୁ ବୈଠକର ମୁଳ ଲକ୍ଷ୍ୟ ହେଉଛି ପରିସ୍ଥିତିକୁ ସୁଧାରିବା  ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚିଙ୍ଗାରି, ଟିକ୍‌ଟକ୍‌ ଆପ୍‌କୁ ଦେବ ଟକ୍କର !

ନୂଆଦିଲ୍ଲୀ: ଚାଇନାର ଟିକ୍‌ଟକ୍‌ ଆପ୍‌କୁ ଟକ୍କର ଦେବା ପାଇଁ ଏବେ ଆସିଛି ଭାରତର ସ୍ୱଦେଶୀ ଆପ୍‌ ଚିଙ୍ଗାରି । ପ୍ଲେ-ଷ୍ଟୋରରେ ଏହି ଆପ୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଲାଗିଛି । ଚିଙ୍ଗାରି ଆପ୍‌କୁ ନେଇ ଭାରତୀୟଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ମାତ୍ର ୭୨ ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ମୋବାଇଲ୍‌ରେ ଡାଉନଲୋଡ୍ ହୋଇଛି ଏହି ଆପ୍‌ । ଚିଙ୍ଗାରି ଆପ୍‌ ମଧ୍ୟ ଟିକ୍‌ଟକ୍‌ ଭଳି ଏକ ସର୍ଟ ଭିଡିଓ ସେୟାରିଂ ପ୍ଲାଟ୍‌ଫର୍ମ । ଏଥିରେ ମଧ୍ୟ ୟୁଜର୍ସ ସର୍ଟ ଭିଟିଓ କରି ସେୟାର କରିପାରିବେ ।

Chingari App  ଏହି ଚିଙ୍ଗାରି ଆପ୍‌ର ଡେଭଲପର କହିଛନ୍ତି ଯେ, ଏବେ ଦେଶରେ ସ୍ୱଦେଶୀ ଆପ୍‌ର ଚାହିଦା ଅଧିକ ରହିଛି । ଲୋକମାନେ ସ୍ୱଦେଶୀ ଆପ୍‌କୁ ବେଶି ଗ୍ରହଣ କରୁଛନ୍ତି । ସେମାନେ ଚାଇନିଜ୍‌ ଆପ୍‌କୁ ବୟକଟ୍‌ କରିବା ଆରମ୍ଭ କରିସାରିଲେଣି । ଲୋକମାନେ ଆଉ ଚାଇନିଜ୍‌ ଆପ୍‌କୁ ପସନ୍ଦ କରୁନାହାନ୍ତି ।

Chingari App

ଗାଲବାନ୍ ଘାଟିରେ ଚୀନ୍‌ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଏବେ ଦେଶରେ ଚାଇନା ଜିନିଷକୁ ବର୍ଜନ କରିବା ବୃଦ୍ଧି ପାଇବାରେ ଲାଗିଛି । ଚାଇନିଜ୍‌ ପ୍ରଡକ୍ଟ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି ।

Chingari App

ଚିଙ୍ଗାରି ଆପ୍‌ର କ’ଣ ଖାସ୍‌ ରହିଛି ?

ଚିଙ୍ଗାରି ଆପ୍‌ରେ ଭିଡିଓ ଅପଲୋଡ୍ ଏବଂ ଡାଉନଲୋଡ୍ କରାଯାଇପାରିବ । ଏହା ବ୍ୟତୀତ ଏହି ଆପ୍‌ରେ ସାଙ୍ଗମାନଙ୍କ ସହିତ ଚାଟିଂ, ନୂଆ ଲୋକଙ୍କ ସହ କଥାବାର୍ତ୍ତା, ବ୍ରାଉଜିଂ, ଭିଡିଓ, ଅଡିଓ କ୍ଲିପ୍ ସହ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌କୁ ନେଇ ମଧ୍ୟ କିଛି ନୂଆ କରି ହେବା ବୋଲି ଆପ୍‌ ଡେଭଲପର ମାନେ କହିଛନ୍ତି । ଚିଙ୍ଗାରି ଆପ୍‌ର ଡେଭଲପର ହେଉଛନ୍ତି ବିଶ୍ୱାତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମ । ସେମାନେ କହିଛନ୍ତି ମାତ୍ର କିଛି ଘଣ୍ଟାରେ ପ୍ରାୟ ୫ ଲକ୍ଷ ଲୋକ ଏହାକୁ ଡାଉନ୍‌ଲୋଡ୍‌ କରିସାରିଛନ୍ତି । ଆଡୁରି ମଧ୍ୟ ଅନେକ ଏହି ଚିଙ୍ଗାରି ପରିବାର ସହ ଯୋଡ଼ି ହେଉଛନ୍ତି ।

Chingari App

ତେବେ ଏହା ପୂର୍ବରୁ ମିତ୍ରୋଁ ନାମକ ଏକ ଆପ୍‌ ଆସିଥିଲା । ତାକୁ ମଧ୍ୟ ଲୋକମାନେ ସ୍ୱଦେଶୀ ଭାବି ବେଶ୍ ପସନ୍ଦ କରିଥିଲେ । ହେଲେ ତାହା ଟିକ୍‌ଟକ୍‌ ଆପ୍‌ର କ୍ଲୋନ୍‌ ଥିଲା ବୋଲି ଲୋକ ଜାଣିବା ପରେ ତାର ଚାହିଦା କମିଯାଇଥିଲା । କିନ୍ତୁ ଏହି ଚିଙ୍ଗାରି ଆପ୍‌ ଟିକ୍‌ଟକ୍‌କୁ ଟକ୍କର ଦେବା ଭଳି ପ୍ରସ୍ତୁତ କରାଯାଇଛି । ୟୁଜର୍ସ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି ।

ରେସଲିଂ ରିଙ୍ଗରେ ଆଉ ଦେଖାଯିବେନି ଦି ଅଣ୍ଡରଟେକର, ଫ୍ରିରେସଲିଂକୁ କହିଲେ ଅଲବିଦା

0

ରେସଲିଂ ରିଙ୍ଗରେ ଆଉ ଦେଖାଯିବେନି ଦି ଅଣ୍ଡରଟେକର୍  । ଡବ୍ଲୁ ଡବ୍ଲୁ ଇ ସ୍ପୋଟସରୁ ସ୍ଥାୟୀ ଭାବେ ଅବସର ନେବା ନେଇ  ପରୋକ୍ଷ ଭାବେ ସୂଚନା ଦେଇଛନ୍ତି ଅଣ୍ଡରଟେକର । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଜଣାଇଛନ୍ତି ଏବେ ରିଙ୍ଗକୁ ଓହ୍ଲାଇବା ପାଇଁ ମୋର ଆଗ୍ରହ ନାହିଁ । ଏଣୁ  ଡବ୍ଲୁ ଡବ୍ଲୁ ଇ ଜଗତରୁ ସେ ଖୁବ୍ ଶୀଘ୍ର ଅବସର ନେବେ । ୫୫ ବର୍ଷୀୟ ମାର୍କ କାଲାବେ ରେସିଲିଂ ଜଗତରେ ଅଣ୍ଡରଟେକର ଭାବେ ଦର୍ଶକଙ୍କ ଗହଣରେ ବେଶ ଆଦୃତ । ତାଙ୍କ ଉପରେ ସଦ୍ୟ ନିର୍ମିତ ଡକୁମେଣ୍ଟାରୀରେ ସେ କହିଥିଲେ ଯେ ରେସିଲିଂ ଜଗତରେ ସେ ଜିତିବା ଭଳି ଅନ୍ୟ କୌଣସି ଟାଇଟେଲ୍ ବାକି ନାହିଁ ।

ସେହିଭଳି ସେ କହିଛନ୍ତି ଯ କ୍ୟାରିୟର ଶେଷ କରିବା ପାଇଁ ଏହା ଶ୍ରେଷ୍ଠ ସମୟ । ଏଣୁ ଯଥାଶୀଘ୍ର ଅବସର ନେବା ଆବଶ୍ୟକ । ତେବେ ଜୀବନର ଶେଷ ମ୍ୟାଚ କେବେ ଖେଳିବେ ସେ ନେଇ କୌଣସି ବିଦ୍ଧିବଦ୍ଧ ଘୋଷଣା ଅଣ୍ଡରଟେକର୍ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଣଣ୍ଡରଟେକର୍ ଉଭୟ ରୟଲ ରମ୍ୱଲ୍ସ ଓ ଟ୍ୟାଗ୍ ଟିମ୍ ଟାଇଟଲ୍ ହାତେଇ ସାରିଛନ୍ତି ।

undrtaker

୧୯୯୦ ଦଶକରେ କ୍ୟାରିୟର ଆରମ୍ଭ କରିଥିବା ଅଣ୍ଡରଟେକରଙ୍କର ପୁରା ଦୁନିଆରେ ଅନେକ ଫ୍ୟାନ୍ ରହିଛନ୍ତି । ବିଶେଷକରି ସେ ଭାରତରେ ବେସ ଲୋକପ୍ରିୟ । ଭାରତୀୟ ସିନେମାରେ ମଧ୍ୟ ସେ ଅଭିନୟ କରିଛନ୍ତି । ୧୯୯୬ ମସିହାରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଖିଲାଡିଓଁ କା ଖିଲାଡିରେ ଅଣ୍ଡରଟେକର ଅଭିନୟ କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଅଣ୍ଡରଟେକରଙ୍କ ସହ ରିଂଗ୍ ଭିତରେ ଫାଇଟ୍ କରିବାର ଦେଖିବାକୁ ମିଳିଥିଲା ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୩ ଜଣ ଖୋର୍ଦ୍ଧା, ୧୭ ଜଣ ପୁରୀ, ୧୪ ଜଣ କଟକ, ୧୩ ଜଣ ମୟୂରଭଞ୍ଜ, ୧୦ ଜଣ ଗଞ୍ଜାମ, ୯ଜଣ କେନ୍ଦୁଝର, ୮ ଜଣ ଯାଜପୁର, ୬ ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ଜଣ ଲେଖାଏଁ, ୩ ଜଣ ସୁନ୍ଦରଗଡ଼, ୨ ବଲାଙ୍ଗୀର, କନ୍ଧମାଳ ଓ ମାଲକାନଗିରିର ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  ଏଥିସହିତ ରାଜ୍ୟରେ ମୋଟ ୩୯୮୮ ଜଣ ରୋଗୀ ସୁସ୍ଥ ହେଲେଣି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

 

ରାଜଧାନୀରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ: ଜାଣନ୍ତୁ ଆଉ କେତେ ଜଣ ହେଉଛନ୍ତି ଚିକିତ୍ସିତ

ଭୁବନେଶ୍ୱର: ରାଜଧାନୀରୁ ୨ କରୋନା ଆକ୍ରାନ୍ତ ସୁସ୍ଥ ଓ ୩ ସଂକ୍ରମିତ ଚିହ୍ନଟ । ଜୟଦେବ ବିହାରର ଜଣେ ୩୦ ବର୍ଷୀୟ ମୁମ୍ୱାଇ ଫେରନ୍ତା ପୁରୁଷ ଓ ୨୬ ନମ୍ୱର ଓ୍ୱାର୍ଡର ୩୦ ବର୍ଷୀୟ ଜଣେ ଯୁବକ ସଂକ୍ରମିତ ଚହ୍ନଟ ହୋଇଥିବା ବେଳେ ୫ ଜଣ ନୂଆ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୩୬ ବର୍ଷୀୟ ପୁରୁଷ ରେଳଓ୍ୱାଇ କର୍ମଚାରୀ, ୩୭ ବର୍ଷୀୟ ଡୁମଡୁମା ଏଚ୍‌ବି କଲୋନୀ ବାସିନ୍ଦା, ୨୨ ବର୍ଷୀୟ ନିରାକର ନଗର ସାଲିଆ ସାହି ଜଣେ ଯୁବକ, ନୂଆପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଜଣେ ଯୁବକ, ଏୟାରପୋର୍ଟ ଅଞ୍ଚଳର ୨୭ ବର୍ଷୀୟ ଜଣେ ଯୁବକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ୧୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୯୮ ଜଣ ସୁସ୍ଥ ହୋଇଛନ୍ତି । ଏବଂ ୩ ଜଣ ଦେହାନ୍ତ ହୋଇଥିବା ବେଳେ ୯୬ ଜଣ ରୋଗୀ ରାଜଧାନୀର ବିଭିନ୍ନ କୋଭିଡ ୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪୭୦କୁ ଏବଂ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଅହମ୍ମଦାବାଦରେ ପାଳନ ହେଲା ପ୍ରତୀକାତ୍ମକ ରଥଯାତ୍ରା

ଅହମ୍ମଦାବାଦ : ମହାପ୍ରଭୁ ନିରଳାଦ୍ରୀ ନାଥ ଜଗନ୍ନାଥଙ୍କ ଆଜି ହେଉଛି ରଥଯାତ୍ରା । ବିଶ୍ୱର ବିଭିନ୍ନ ସ୍ଥାନରେ ଆଜିର ଦିନରେ ରଥଯାତ୍ରା ପାଳନ କରାଯାଇଥାଏ । ଗୁଜୁରାଟର ଅହମ୍ମଦାବାଦରେ ଆଜି ରଥଯାତ୍ରା ପାଳନ କରାଯାଇଛି । ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇ ମାଉସୀ ଘରକୁ ନିଆଯାଇଥିଲା ।

ଆଜି ଅହମ୍ମଦାବାଦରେ ଥିବା ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜିତ ହୋଇଥିଲା । ୧୪୩ ବର୍ଷରେ ପ୍ରଥମ ଥର ପାଇଁ କରୋନା ଭାଇରସ୍ କାରଣରୁ ଜନସାଧାରଣଙ୍କ ଯୋଗଦାନ ବିନା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଧି ମୁତାବକ ପ୍ରଭୁ ଜଗନ୍ନାଥ, ତାଙ୍କ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କ ରଥଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପାଦାନ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି  । ସୁନା ଝାଡ଼ୁରେ ସେ ଛେରାପହଁରା ନିତୀ ସମ୍ପାଦନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରଥ ଟଣା ନିତୀ । ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ବିନା ଟଣାଯାଇଥିଲା ରଥ । ସେପଟେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ରଥଯାତ୍ରାକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ।

ଜାଣନ୍ତୁ, ଝାଓ ଜାଙ୍ଗୋକି କିଏ ? କାହିଁକି ତାଙ୍କୁ ଗଲବାନର ସଂଘର୍ଷ ପଛର ଖଳନାୟକ ବୋଲି କୁହାଯାଉଛି ?

ଚୀନ୍ ସେନା ଓ ସରକାରଙ୍କ ଅନୁମତି କ୍ରମେ ହିଁ ଗଲୱାନା ଘାଟିରେ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ ହୋଇଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି । ଭାରତ କ୍ରମାଗତ ଭାବେ ଚୀନ ବିରୋଧୀ ଶକ୍ତି ଭାବେ ଉଭା ହେବା ଓ ଆମେରିକା ସହ ସୁସମ୍ପର୍କ ରଖୁଥିବା ହେତୁ ଚୀନ ଭାରତକୁ ଆକ୍ରମଣ କରି ଚେତାବନୀ ଦେବା ଉଦ୍ଦେଶ୍ୟରେ ଏଭଳି କରିଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା କହିଛି ।

 

ଚୀନ୍ ସେନାର ପ୍ରମୁଖ ଓ ବରିଷ୍ଠ ଜେନେରାଲ ଝାଓ ଜାଙ୍ଗୋକିଙ୍କ ଅନୁମତି ପରେ ହିଁ ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା । ଜେନେରାଲ ଝାଓଙ୍କ ବୁଝିବା ଏହା ଥିଲା ଯେ ଭାରତର ଚୀନ ବିରୋଧୀ ଆଭିମୁଖ୍ୟକୁ ବଦଳାଇବାକୁ ହେଲେ ସୀମା ବିବାଦକୁ ଉସକାଇ ଆକ୍ରମଣ କରିବା ହିଁ ଏକମାତ୍ର ବାଟ । ତେବେ ସୀମାରେ ଭାରତୀୟ ରେଜିମେଣ୍ଟ ଉପରେ ଆକ୍ରମଣ ଖବର ଚୀନ୍ ଶାସକ ଜିଙ୍ଗ ପିଙ୍ଗ ପାଖରେ ଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି । ନିଜ ଦେଶବାସୀଙ୍କ ସାମ୍ନାରେ ଦୁର୍ବଳ ଦେଖାନଯିବା ପାଇଁ ଚୀନ ସରକାର ଏଭଳି ଆକ୍ରମଣ କରିବା ପାଇଁ ରାଜି ହୋଇଥିଲେ । ସେହିଭଳି ଚୀନ୍ ଭାରତ ଉପରେ ପ୍ରଥମେ ଆକ୍ରମଣ କରି ଯୁଦ୍ଧ ଉସକାଇଥିବେ ହେତୁ ଚୀନ ଭାରତ ଉପରେ ଲଗାଉଥିବା ଆରୋପକୁ ଆମେରିକା ଖାରଜ କରିଛି ।

ଅନ୍ୟପକ୍ଷରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମନୋବଳ ସ୍ତରରେ ଯେଉଁ ବିଜୟ ଆଶା କରୁଥିଲା ତାହା ମଧ୍ୟ ମିଳିବା ସମ୍ଭବ ହୋଇନାହିଁ । ଆମେରିକା ଦୀର୍ଘ ଦିନ ହେଲ ଚୀନର ହୁୱାଇ କମ୍ପାନୀକୁ ଭାରତ ୫-ଜିର ଠିକା ନଦେଉ ବୋଲି ଚାହୁଁଥିଲା ଓ ଭାରତ ଉପରେ କ୍ରମାଗତ ଭାବେ ଏପରି ନକରିବା ପାଇଁ ଚାପ ପକାଉଥିଲା  । ଏବେ ଭାରତ  ୫-ଜି ପ୍ରୋଜେକ୍ଟରୁ ଚୀନ୍ କମ୍ପାନୀଙ୍କୁ ବିଦାକରି ଚୀନର ଉଦ୍ଦେଶ୍ୟକୁ ବିଫଳ କରିଛି । ଅନ୍ୟପକ୍ଷରେ ଟିକଟକ୍ ଭଳି ଆପକୁ ଭାରତୀୟମାନେ ବ୍ୟାନ୍ କରିବା ଦ୍ୱାରା ଚୀନ ନିଜ ଉଦ୍ଦେଶ୍ୟରେ ଫେଲ୍ ହେଉଛି ବୋଲି ଆମେରିକା କହିଛି । ଏହାବ୍ୟତୀତ ପୂର୍ବ ରେକର୍ଡକୁ ଦେଖିଲେ ଜେନେରାଲ ଝାଓ ଜଣେ ବିଫଳ ଓ ସଂଘର୍ଷପ୍ରିୟ ସେନାଧ୍ୟକ୍ଷ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୧୯୭୯ର ଭିଏତନାମ ଯୁଦ୍ଧ ଓ ୨୦୧୭ର ଡୋକଲାମ୍ ବିବାଦରେ ଜେନେରାଲ ଝାଓଙ୍କ ଯୋଗୁଁ ହିଁ ଚୀନର ସମସ୍ୟା ବଢିଥିଲା ବୋଲି ଆମେରିକାର ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ।

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏମିତି କ’ଣ ପାଇଁ କହିଲେ ଦିଲ୍ଲୀପ ତାହିଲ !

ସୁଶାନ୍ତ ସିଂ ରାଜପୁତ ଅକାଳ ମୃତ୍ୟୁ ପରେ ବଲିଉଡ଼ରେ ଆରମମ୍ଭ ହୋଇଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ସରିନାହିଁ । ତାଙ୍କ ନିଧନ ପରେ ସେଲିବ୍ରିଟିମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୋକ ପ୍ରକାଶ କରିଛନ୍ତି । ଏବଂ କିଛି କାଳାକାରମାନେ ସାର୍ବଜନିକ ଭାବେ କହିଛନ୍ତି ଯେ, ଯେତେବେଳେ କିଛି ବି ସାହାଯ୍ୟ ଦରକାର ପଡ଼ୁଥିଲା ବଲିଉଡ଼ର କୌଣସି ବି କଳାକାର ତାଙ୍କୁ ସାହାଯ୍ୟ କରି ନଥିଲେ ।

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ ମହଲ ଚର୍ଚ୍ଚା ବଢିବାରେ ଲାଗିଛି । ତାଙ୍କଠାରୁ ୬ରୁ ୭ଟି ଫିଲ୍ମ ଛଡ଼ାଇ ନେଇ ଯାଇଥିଲେ ଏବଂ ତାଙ୍କ ଉପରେ ବହୁତ ଚାପ ପକାଇଯାଇଥିଲା । ଏବଂ ବଲିଉଡ଼ି ନେପୋଟିଜିମ୍ ଭଳି କଥା ମଧ୍ୟ ସମ୍ନାକୁ ଆସିଥିଲା ।

ନିକଟରେ ଏକ ସାକ୍ଷାତକାରରେ ବରିଷ୍ଠ ଅଭିନେତା ଦଲିପ ତାହିଲ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡରେ ବକ୍ସ ଅଫିସ୍ ନମ୍ବର ସବୁକିଛି ସ୍ଥିର କରିଥାଏ ଏବଂ ସୁଶାନ୍ତ ଜଣେ ଯୋଗ୍ୟ ଅଭିନେତା ଥିଲେ। ତାହିଲ ଆହୁରି କହିଛନ୍ତି ଯେ, ବକ୍ସ ଅଫିସରେ ଭଲ ସ୍କୋର କରିଥିବା ଅଭିନେତ୍ରୀମାନଙ୍କୁ କେହି ବହିଷ୍କାର କରିପାରିବେ ନାହିଁ, ତେଣୁ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ କ୍ୟାରିୟର ସମସ୍ୟା ଏକମାତ୍ର କାରଣ ହୋଇ ନପାରେ । ସେ କହିଥିଲେ ଯେ ଏହା ଅନେକ କାରଣର ରହିଥାଇପାରେ ତାଙ୍କ ଆତ୍ମହତ୍ୟାର କେବଳ କ୍ୟାରିୟର ଏକ ସମସ୍ୟା ତାହା କେବେ ନୁହେଁ ।

ସୁଶାନ୍ତଙ୍କୁ ବହିଷ୍କାର କରିଥିବା ଲୋକଙ୍କ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ ନିର୍ମାତାମାନଙ୍କ ସହିତ ତାଙ୍କର ମତଭେଦ ଥାଇପାରେ, ବେଳେବେଳେ କଣ୍ଟ୍ରାକ୍ଟ ପାଇଁ କିଛି କଳାକାର ବିରକ୍ତ ହୁଅନ୍ତି । ତଥାପି, ଜଣେ ସେଲିବ୍ରିଟି ଅଭିନେତା ଯିଏ କି ଦର୍ଶକଙ୍କୁ ଥିଏଟରକୁ ଆଣିଥାଏ,ତାକୁ କେବେ କାମର ଅଭାବ ହେବନାହିଁ ।

ମୁମ୍ବାଇ ପୋଲିସ ବର୍ତ୍ତମାନ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି । ୧୪ ଜୁନ୍ ଦିନ ସୁଶାନ୍ତଙ୍କ ବାନ୍ଦ୍ରା ନିବାସରେ ମୃତ୍ୟୁ ହୋଇଥିଲା । ଖବର ଅନୁଯାୟୀ, ସୁଶାନ୍ତ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ ପରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ।