spot_img
Home Blog Page 6789

ସାବଧାନ ! ଏହି ୧୯ ମୋବାଇଲ୍ ଆପ୍ ଆପଣଙ୍କ ଅଜାଣତରେ ଆକାଉଣ୍ଟକୁ କରି ପାରନ୍ତି ଖାଲି

ନୂଆଦିଲ୍ଲୀ: ପ୍ରତ୍ୟେକ କାମକୁ ସହଜ କରିବା ପାଇଁ ବିଭିନ୍ନ ମୋବାଇଲ ଆପ ବ୍ୟବହାର କରୁଛନ୍ତି ବ୍ୟବହାରକାରୀ । କିନ୍ତୁ ଜୀବନ ଶୈଳୀକୁ ସହଜ କରି ଦେଉଥିବା ଆପ୍ସ କେବେ କେବେ ବଡ଼ ସମସ୍ୟାରେ ପକାଇଦିଏ ଏବଂ ତାହା ମୁଣ୍ଡ ବ୍ୟଥାର କାରଣ ସାଜେ । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ବାରମ୍ବାର ଏହିଭଳି କିଛି ସମସ୍ୟା ଆସିଛି ଯାହା ବ୍ୟବହାରକାରୀଙ୍କ ନିଦ ହଜାଇ ଦେଇଛି । ଅଧିକାଂଶ ସମୟରେ କିଛି ଆପ ବ୍ୟବହାର କରୁଥିବା ବ୍ୟକ୍ତି ଧୋକା ପାଉ ଥିବାରୁ ସେମାନଙ୍କୁ ବାରମ୍ବାର ଚେତାବନୀ ମିଳୁଛି । ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କୁ ତୁରନ୍ତ ୧୯ଟି ମୋବାଇଲ ଆପ ଡିଲିଟ କରିବାକୁ ପୁଣି ଚେତାବନୀ ମିଳିଛି । ଉକ୍ତ ଆପ୍ସ ବ୍ୟବହାରକାରୀଙ୍କ ଅଜାଣତରେ ଧୀରେ ଧୀରେ ସେମାନଙ୍କ ଆକାଉଣ୍ଟ ଖାଲି କରିଥାଏ । ଯଦି ଆପଣ ମଧ୍ୟ ଏକାଧିକ ଆପ୍ସ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ ।  ଏହାର ଖୁଲାସା କରିଛନ୍ତି ସାଇବର ସିକ୍ୟୁରିଟି ଏବଂ ସଫ୍ଟଓ୍ୱେର ଫର୍ମ ସୋଫସର ବିଶେଷଜ୍ଞ । ଉକ୍ତ ଆପ୍ସ ଗୁଡ଼ିକ ଗୁଗଲ ପଲିସିକୁ ଉଲଙ୍ଘନ କରିଥିବା ସେ ଜଣାଇଛନ୍ତି । ଆପ ଗୁଡ଼ିକର ଲିଷ୍ଟ ଉପରେ ନଜର ପକାନ୍ତୁ ।

୧.com.photoconverter.fileconverter.jpegconverter
୨. com.recoverydeleted.recoveryphoto.photobackup

୩.com.photoconverter.fileconverter.jpegconverter

୪. com.recoverydeleted.recoveryphoto.photobackup

୬. com.photogridmixer.instagrid
୭. com.compressvideo.videoextractor
୮. com.smartsearch.imagessearch
୯. com.emmcs.wallpapper
୧୦. com.wallpaper.work.application
୧୧. com.gametris.wallpaper.application
୧୨. com.tell.shortvideocom.csxykk.fontmoji
୧୩. com.dev.palmistryastrology
୧୪. com.video.magiciancom.el2020xstar.xstar
୧୫. com.dev.furturescopecom.fortunemirror
୧୬. com.itools.prankcallfreelitecom.isocial.fakechat
୧୭. com.old.mecom.myreplica.celebritylikeme.pro
୧୮. com.nineteen.pokeradar
୧୯. com.pokemongo.ivgocalculatorcom.hy.gscanner

ରିସର୍ଚର ଚନ୍ଦ୍ରାଇହାଙ୍କ କହିବା ଅନୁସାରେ ଫ୍ଲେସଓ୍ୱେର ଏକ ପ୍ରକାର ମ୍ୟାଲଓ୍ୱେର ମୋବାଇଲ ଆପ୍ଲିକେସନ । ଯାହା ଜଣା ପଡ଼ୁନଥିବା ସବସ୍କ୍ରିପ୍ସନ ଫିସ ସହିତ ଆସେ । ଏହି ଆପ୍ଲିକେସନ ସେହି ବ୍ୟବହାରକାରୀଙ୍କ ଲାଭ ଉଠାଏ ଯେଉଁମାନେ ଜାଣି ନଥାନ୍ତି କି ଆପ ଡିଲିଟ କରିବା ପରେ ସବସ୍କ୍ରିପ୍ସନ ଫିସ ରବ୍ଦ କରିବାକୁ ପଡ଼େ । ଏମାନେ ସ୍ପାମ ସବ୍ସକ୍ରିପ୍ସନ ଟେକନିକ୍ ବ୍ୟବହାର କରନ୍ତି । ଯଦି ଥରେ ମଧ୍ୟ ୟୁଜର ସାଇନ କରିଦେଉଛନ୍ତି ତେବେ ତାକୁ ଭିନ୍ନ ଭିନ୍ନ ଆପ ସମୂହ ସବସ୍କ୍ରାଇବ କରିବାକୁ ଅପ୍ସନ ଆସେ । ଯଦି ଭୁଲରେ ମଧ୍ୟ କୌଣସି ବଟନରେ କ୍ଲିକ କରି ଦେଉଛନ୍ତି ତେବେ କେତେକ ଆପ ।

Loan Moratorium Period News : EMI ସୁଧ ଉପରେ ସୁଧ,କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଏମଆଇକୁ ପରେ ସୁଝିବାର ସୁବିଧା ଦେଇ ତା’ ଉପରେ ସୁଧ ନେବା ନୀତିକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।  ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ରିଜର୍ଭ ବ୍ୟାଙ୍କର ବାହନା କରି ନିଜ ଦାୟିତ୍ୱରୁ ବଂଚି ପାରିବେ ନାହିଁ । ଅଦାଲତ କହିଛନ୍ତି ଯେ, ଆପଣ ନିଜ ପୁରା ଧ୍ୟାନ କେବଳ ବ୍ୟବସାୟ ଉପରେ ରଖି ପାରିବେ ନାହିଁ,ଆପଣଙ୍କୁ ଲୋକଙ୍କ ଦୁଃଖ ମଧ୍ୟ ବୁଝିବାକୁ ପଡିବ ।

ଆରବିଆଇ ଉପରେ ଏଭଳି ଗମ୍ଭୀର ନିଷ୍ପତି ନ୍ୟସ୍ତ କରାଯାଇ ପାରିବ ନାହିଁ

ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରାକୃତିକ ବିପଦ ପ୍ରବନ୍ଧନ ଆଇନ ଅନୁସାରେ ସରକାରଙ୍କ ପାଖରେ ଲୋକଙ୍କ ଇଏମଆଇ ଉପରୁ ସୁଧ ଛାଡ କରିବାର ଅଧିକାର ରହିଛି । ଲକଡାଉନ୍ କାରଣରୁ ଉତ୍ପନ ଭୟାବହ ପରିସ୍ଥିତିରେ ସୁଧ ଅସୁଲ କରିବା କିମ୍ବା ନକରିବା ନିଷ୍ପତି ରିଜର୍ଭ ବ୍ୟାଙ୍କ ଉପରେ ଛଡା ଯାଇ ପାରିବ ନାହିଁ । ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୧ ତାରିଖରେ ହେବ

ଇଏମଆଇ ମୋରାଟୋରିୟମ

ଲକଡାଉନ୍ କରାଣରୁ ରୋଜଗାର ସୁଯୋଗ ହ୍ରାସ ପାଇଛି । ଏମିତିରେ ଲୋନ୍ ଶୁଝିବା ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଥିଲା । ତେଣୁ ଲକଡାଉନ୍ ଆରମ୍ଭ କାଳରେ ରିଜର୍ଭ ବ୍ୟାଙ୍କ ଇଏମ୍ଆଇ ଉପରେ ମୋରାଟୋରିୟମ ଘୋଷଣା କରିଥିଲା । ଆରବିଆଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ  ଗ୍ରାହକଙ୍କୁ ଇଏମଆଇ ପୈଠ ନକରିବାକୁ ସୁଯୋଗ ଦେବାକୁ ବ୍ୟାଙ୍କ ମାନଙ୍କୁ କହିଥିଲା । ତେବେ ଏହି ଅବଧିରେ ସେମାନେ ସୁଧ ନେଇ ପାରିବେ ବୋଲି ଆରବିଆଇ ସ୍ପଷ୍ଟ କରିଥିଲା ।

EMI

ଆବେଦନକର୍ତ୍ତାଙ୍କ ଦାବି-ସୁଧ ଛାଡ ହେଉ

ଆରବିଆଇର ଏହି ନୀତି ବିରୋଧରେ ସୁପ୍ରିମକୋର୍ଟରେ ପିଲ୍ ଦାଖଲ ହୋଇଥିଲା । ଲୋନ୍ ମୋରାଟୋରିୟମ ପିରିୟଡ୍ କାଳରେ ସୁଧ ଛାଡ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ଆବେଦନକର୍ତ୍ତାଙ୍କ ଯୁକ୍ତି ଯେ, ଭାରତ ସରକାର ଜାଣିଶୁଣି ବାରମ୍ବାର ଶୁଣାଣି ଟାଳିବାକୁ ନିବେଦନ କରୁଛନ୍ତି । ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏସବିଆଇ କିମ୍ବା ଆରବିଆଇ ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନାହିଁ ।

ଆରବିଆଇ ପଛରେ ଲୁଚନ୍ତୁ ନାହିଁ କେନ୍ଦ୍ର ସରକାର

ଆବେଦନ ଉପରେ ଶୁଣାଣି କାଳରେ ଅଦାଲତ କହିଥିଲେ ଯେ, ‘ଏମିତି ଲାଗୁଛି କେନ୍ଦ୍ର ସରକାର ଏହି ମାମଲାରେ ଆରବିଆଇ ନିଷ୍ପତି ଆଳ ନେଇ ଦାୟିତ୍ୱରୁ ଖସିବାକୁ ଚାହୁଁଛନ୍ତି , ଯେତେବେଳେ କି କେନ୍ଦ୍ର ସରକାର ପାଖରେ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଅନୁସାରେ ଇଏମଆଇ ଉପରେ ମୋରାଟୋରିୟମ ପିରିୟଡ କାଳରେ ସୁଧ ଉପରେ ସୁଧ ନେବାକୁ ରୋକିବ ପାଇଁ ନିଷ୍ପତି ନେବାର ପର୍ଯ୍ୟାପ୍ତ କ୍ଷମତା ରହିଛି

SUPREME COURT

ଆରବିଆଇ ସହ ମିଶି କାମ କରୁଛୁ –କେନ୍ଦ୍ର

ସଲିସିଟର ଜେନରାଲ ତୁଷାର ମେହତା କହିଛନ୍ତି ଯେ, କେନ୍ଦ୍ର ସରକାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆରବିଆଇ ସହ ମିଶି କାମ କରୁଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ଆରବିଆଇଠାରୁ ଅଲଗା ହୋଇ ପାରିବ ନାହିଁ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗୋଟିଏ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ସତ୍ୟପାଠରେ ଲୋନ୍ ମୋରାଟୋରିୟମକୁ ନେଇ କେନ୍ଦ୍ର ନିଜ ପକ୍ଷ ସ୍ପଷ୍ଟ କରୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି

ଜଷ୍ଟିସ ଅଶୋକ ଭୁଷଣ ସଲିସିଟର ଜେନରାଲଙ୍କୁ କହିଥିଲେ ଯେ, କେନ୍ଦ୍ର ଏହି ମାମଲାରେ ନିଜ ପକ୍ଷ ସ୍ପଷ୍ଟ କରିବା ଉଚିତ । କାରଣ ସରକାର ହିଁ ପୁରା ଦେଶରେ ଲକଡାଉନ୍ ଲାଗୁ କରିଥିଲେ  । ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଉପରେ ସରକାରଙ୍କୁ ନିଜ ପକ୍ଷ ସ୍ପଷ୍ଟ କରିବାକୁ ପଡିବ । ଅନ୍ୟପକ୍ଷରେ ଖଣ୍ଡପୀଠର ଅନ୍ୟ ବିଚାରପତି ଜଷ୍ଟିସ ଏମଆଇର ଶାହ କହିଥିଲେ ଯେ,ଏହା କେବଳ ବ୍ୟବସାୟ କଥା ଭାବିବାର ସମୟ ନୁହେଁ । ସରକାରଙ୍କୁ ଲୋକଙ୍କ ଦୁଃଖ ମଧ୍ୟ ଦେଖିବାକୁ ପଡିବ ।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ କମିଲା ସ୍କୁଲ ସିଲାବସ୍

ଭୁବନେଶ୍ୱର: ୩୦% କମିଲା ସ୍କୁଲ ସିଲାବସ୍ । କରୋନା ମହାମାରୀ ଚାଲିଥିବାବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାକୁ ନେଇ ଅନେକ ଦ୍ୱନ୍ଦ ଦେଖିବାକୁ ମିଳୁଥିଲା । ତେବେ ବର୍ତ୍ତମାନ ଏହାର ସମାଧାନ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ କୁ ହ୍ରାସ କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପୂର୍ବରୁ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା ।  କମିଟି ରିପୋର୍ଟ ଆଧାରରେ କମା ଯାଇଛି ସିଲାବସ୍ । ସଂଶୋଧିତ ସିଲାବସ୍ SCERT, BSE ଓ CHSE ଓ୍ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୬୦ ବର୍ଷିୟ ପୁରୁଷ, କଟକରୁ ୪୩ ବର୍ଷିୟ ଓ ୩୨ ବର୍ଷିୟ ପୁରୁଷ, ଗଞ୍ଜାମରୁ ୪୨ ବର୍ଷିୟ ଓ ୭୫ ବର୍ଷିୟ ପୁରୁଷ ଯିଏକି ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । କେଉଁଝରରୁ ୬୦ ବର୍ଷିୟ ମହିଳା, ପୁରୀରୁ ୭୨ ବର୍ଷିୟ ପୁରୁଷ, ସମ୍ବଲପୁରରୁ ୪୨ ବର୍ଷିୟ ପୁରୁଷ ଓ ୫୮ ବର୍ଷିୟ ମହିଳା, ୫୦ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ରୁ ଦୁଇଜଣ ୬୦ ବର୍ଷିୟ ପୁରୁଷ ଏବଂ ଜଣେ ୭୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ରାକ୍ଷସର ଜାଲରେ ଛନ୍ଦି ହୋଇଛି ପୁରା ରାଜ୍ୟ । ଦିନକୁ ୨ ହଜାର ଉପରେ ସଂକ୍ରମଣ ଏବେ ଚିହ୍ନଟ ହେବାରେ ଲାଗିଛି । ବୁଧବାର ପୁଣି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୩ହଜାର ୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଚାଇନ୍ କେନ୍ଦ୍ରରୁ ୨ହଜାର ୫୩ ଜଣ ଓ ୧୩ଶହ ୧୮ଟି ଲୋକାଲ୍ କେସ ଚିହ୍ନଟ ହୋଇଛି ।

ଅନୁଗୁଳରୁ ୬୩, ବାଲେଶ୍ୱର ୯୮, ବରଗଡ଼ରୁ ୯୮, ବଲାଙ୍ଗିର ୭୬, ବୌଦ୍ଧରୁ ୪୭, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତି ୪୧, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, କଳାହାଣ୍ଡିରୁ ୪୧, କେନ୍ଦ୍ରାପଡ଼ାରୁ ୭୬, କେଉଁଝରରୁ ୭୪, କୋରାପୁଟରୁ ୯୧, ମୟୁରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୫, ନୂଆପଡ଼ାରୁ ୧୫, ପୁରୀରୁ ୧୪୪, ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Suhant Singh Rajput Case: ଜୟା ସାହାଙ୍କୁ EDର ସମନ, ରିୟାଙ୍କ ଡ୍ରଗ୍ସ ଚାଟିଂରେ ଆସିଥିଲା ନାମ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ତଦନ୍ତ କରୁଥିବା ପ୍ରବର୍ତ୍ତନ ବିଭାଗ ବା ଇଡି ଜୟା ସାହାଙ୍କୁ ସମନ ପଠାଇଛନ୍ତି । ନିକଟ ଅତୀତରେ ଜୟା ସାହାଙ୍କ ନାମ ରିୟାଙ୍କ ଡ୍ରଗ୍ସ ଚ୍ୟାଟରେ ସାମ୍ନାକୁ ଆସିଥିଲା ।  ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ୨୫ ନଭେମ୍ବର ୨୦୧୯କୁ ରିୟା ଜୟା ସାହାଙ୍କୁ ମେସେଜରେ ଲେଖିଥିଲେ କି କଫି, ଚା କିମ୍ବା ପାଣିରେ କେବଳ ୪ ବୁନ୍ଦା ମିଶାଇ ପିଇଦିଅ ଏବଂ ଏହିଭଳି ଅନେକ କିଛି ବାର୍ତ୍ତାଳପ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ।


ଅପ୍ରେଲରେ ରିୟା ଚକ୍ରବର୍ତ୍ତୀଙ୍କୁ ମିରାଣ୍ଡା ସୁଶୀ ନାମକ ବ୍ୟକ୍ତି ମେସେଜ ଲେଖିଥିଲେ କି, ହାଏ ରିୟା, ମାଲ ପାଖାପାଖି ଶେଷ ହୋଇଗଲାଣି । ଏହାପରେ ଲେଖିଛନ୍ତି କି, କ’ଣ ମୁଁ ଏହାକୁ ସୌଭିକର ବନ୍ଧୁ ଠାରୁ ନେଇ ପାରିବି ? କିନ୍ତୁ ତା ପାଖରେ କେବଳ ହ୍ୟାଶ ଏବଂ ବଡ୍ ଅଛି । ଅବଶ୍ୟ ରିୟାଙ୍କ ଓକିଲ ଦାବି କରିଛନ୍ତି କି ରିୟା ଜୀବନରେ କେବେ ମଧ୍ୟ ଡ୍ରଗ୍ସ ନେଇ ନାହାଁନ୍ତି ଏବଂ ସେ ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ।

 ଗଣମାଧ୍ୟମକୁ ମିଳିଥିବା ଖବର ଅନୁସାରେ ଇଡି ସିବିଆଇକୁ ସମସ୍ତ ପ୍ରମାଣ ହସ୍ତାନ୍ତର କରିଛି, ଯେଉଁଥିରେ ରିୟା ଡ୍ରଗ୍ସ ନେଉଥିବା ଏବଂ ଡ୍ରଗ୍ସ କାରବାରରେ ସାମିଲ ଥିବା କଥା ଉଲ୍ଲେଖ ରହିଛି । ସୂଚନା ମୁତାବକ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ଡ୍ରଗ୍ସ କାରବାର କରୁଥିବା ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିବା ଖବର ସାମ୍ନାକୁ ଆସିଛି । କିନ୍ତୁ ଇଡି ସିବିଆଇକୁ ଦେଇଥିବା ପ୍ରମାଣକୁ ଗୁପ୍ତ ରଖିଛି ।

ରାଜ୍ୟରେ ଆଉ ୩୩୭୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ରାକ୍ଷସର ଜାଲରେ ଛନ୍ଦି ହୋଇଛି ପୁରା ରାଜ୍ୟ । ଦିନକୁ ୨ ହଜାର ଉପରେ ସଂକ୍ରମଣ ଏବେ ଚିହ୍ନଟ ହେବାରେ ଲାଗିଛି । ବୁଧବାର ପୁଣି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୩ହଜାର ୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଚାଇନ୍ କେନ୍ଦ୍ରରୁ ୨ହଜାର ୫୩ ଜଣ ଓ ୧୩ଶହ ୧୮ଟି ଲୋକାଲ୍ କେସ ଚିହ୍ନଟ ହୋଇଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୫୪୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୩୫୭ ଭଦ୍ରକରୁ ୧୧୪, ଗଞ୍ଜାମରୁ ୧୯୬, ଯାଜପୁରରୁ୧୭୩, ମାଲକାନଗିରିରୁ ୧୩୪, ନୟାଗଡରୁ ୧୭୧, ରାୟଗଡାରୁ ୧୪୬, ସମ୍ବଲପୁରରୁ ୧୦୭, ସୁନ୍ଦରଗଡରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୬୩, ବାଲେଶ୍ୱର ୯୮, ବରଗଡ଼ରୁ ୯୮, ବଲାଙ୍ଗିର ୭୬, ବୌଦ୍ଧରୁ ୪୭, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତି ୪୧, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, କଳାହାଣ୍ଡିରୁ ୪୧, କେନ୍ଦ୍ରାପଡ଼ାରୁ ୭୬, କେଉଁଝରରୁ ୭୪, କୋରାପୁଟରୁ ୯୧, ମୟୁରଭଞ୍ଜରୁ ୯୨, ନବରଙ୍ଗପୁରରୁ ୬୫, ନୂଆପଡ଼ାରୁ ୧୫, ପୁରୀରୁ ୧୪୪, ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭିଡ଼ ନ ଜମାଇ ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ

କଟକ: କଟକରେ ଦୁର୍ଗାପୂଜାକୁ ମଳିଲା ଅନୁମତି । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ତେବେ ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ହେବ ମାଆଙ୍କ ପୂଜା । ଭିଡ଼ ନଜମାଇ କମିଟି କରିପାରିବେ ପୂଜା । ସେପଟେ ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବାଗତ କରାଯାଇଛି । କାରଣ କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ସେଥିପାଇଁ ବିଭିନ୍ନ ପୂଜା ଓ ସାହି କମିଟି ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ।

କଟକର କୌଣସି ମଣ୍ଡପରେ ଭିଡ଼ କିମ୍ବା ଶ୍ରଦ୍ଧାଳୁଙ୍କ ସମାଗମକୁ ପ୍ରଶୟ ଦିଆଯିବ ନାହିଁ । କାରଣ ବର୍ତ୍ତମାନ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖିଲେ କେବଳ ମଣ୍ଡପ ଏବଂ ନିଜ ନିଜ ଘରେ ପୂଜାର ଆୟୋଜନ ପାଇଁ ଅନୁମତି ଦିଆଯିବ ।

କିଛିଦିନ ହେବ କଟକରେ ସାର୍ବଜନୀନ ଦଶହରା ପୂଜା ଆୟୋଜନକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ । ଗଣେଷ ପୂଜାଠାରୁ ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତି ତିଆରି ଆରମ୍ଭ ହୋଇଥାଏ । ମାତ୍ର ପ୍ରଶାସନର କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ଆସିଥିବାରୁ ସମସ୍ତ ପୂଜା ମଣ୍ଡପ ଖାଁ ଖାଁ ପଡିବା ସହିତ ତାଲା ଝୁଲି ରହିଥିଲା । ତେଣୁ ପୂଜା ଆୟୋଜନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କମିଟି । ତେବେ ଆଜିର ନିଷ୍ପତ୍ତି ପରେ ସାର୍ବଜନୀନ ପୂଜା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ।

ଅଗଷ୍ଟ ମାସରେ ବେକାବୁ କରୋନା ସ୍ଥିତି, ଦେଶରେ ଗୋଟିଏ ଦିନରେ ୬୭ ହଜାର ୧୫୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସାରା ଦେଶରେ ବେକାବୁ କରୋନା ସ୍ଥିତି । ଦିନକୁ ଦିନ ବଢିଚାଲିଛି ଭୂତାଣୁର ପ୍ରଭାବ । ଗୋଟିଏ ଦିନରେ ୬୭ ହଜାର ୧୫୧ ସଂକ୍ରମିତ ଚିହ୍ନଟ ହୋଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୪ ରେ ପହଞ୍ଚିଛି । ସେହିଭଳି ୧୦୫୯ ଜଣକ ଜୀବନ ନେଇଛି ମହାମାରୀ ଭୂତାଣୁ । ଯାହାଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯କୁ ବୃଦ୍ଧି ପାଇଛି ।

କରୋନାକୁ ମାତ ଦେଇ ୨୪ ଲକ୍ଷ ୬୭ ହଜାର ୭୫୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ କରୋନା ଆରୋଗ୍ୟ ହାର ରହିଛି ୭୬ ପ୍ରତିଶତ । ଅଧିକ ମାତ୍ରାରେ ଟେଷ୍ଟିଂ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ତେବେ ବିଶ୍ୱସ୍ତରରେ ଦେଖିବାକୁ ଗଲେ ଦେଶରେ ସୁସ୍ଥ ହାର ଢେର ଅଧିକ ରହିଛି  । ଦେଶରେ ମୃତ୍ୟୁ ହାର ରହିଛି ୧.୮୩ ପ୍ରତିଶତ ।

ସେହିଭଳି ଆକଟିଭ୍ କେସ୍ ହେଉଛି ୨୨ ପ୍ରତିଶତ ରହିଛି । ICMR ରିପୋର୍ଟ ଅନୁଯାୟୀ ୨୫ ଅଗଷ୍ଟ ସୁଦ୍ଧା ସାରା ଦେଶରେ ୩ କୋଟି ୯୫ ଲକ୍ଷ ସାମ୍ପୁଲ ଟେଷ୍ଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ କେସ୍ ଆସିଥିବାବେଳେ ଏହା ପରେ ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ୍ତ ରହିଛି । ସେପଟେ ସାରା ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୮ ହଜାର ୩୫୮ ରେ ପହଞ୍ଚିଛି । ୧ କୋଟି ୬୭ ଲକ୍ଷ ୮ହଜାର ୬୭ ଜଣ ସୁସ୍ଥ ହୋଇଥିବାବେଳେ ୮ ଲକ୍ଷ ୨୩ ହଜାର ୫୧୦ ଜଣକ ଜୀବନ ନେଇଛି ଭୂତାଣୁ ।