spot_img
Home Blog Page 6792

ବାପାକୁ ନୃଶଂସ ଭାବେ ହତ୍ୟା କଲେ ୨ ସୈତାନ ପୁଅ

ଗଞ୍ଜାମ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବାପାକୁ ନୃଶଂସ ଭାବେ ହତ୍ୟା କଲେ ୨ ସୈତାନ ପୁଅ। ଆଜି ସଟଡାଉନ୍ ଥିବା ବେଳେ ସକାଳୁ ସକାଳୁ ଏଭଳି ଏକ ଖବର ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଗଞ୍ଜାମ ଜିଲ୍ଲା ଆସିକା ପୋଲସରା ଥାନା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। କଳମ୍ବ ବଡ଼ସାହିର ସୁଶାନ୍ତ ଓ ମଙ୍ଗୁଳୁ ପ୍ରଧାନ ବାପାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ବିଳମ୍ବିତ ରାତିରେ ମଦ୍ୟପ ପୁଅମାନେ ଲଗାତାର ଭାବେ ବାପା ମାଆଙ୍କୁ ମାରପିଟ୍ କରିଥିଲେ ।

ବାପାକୁ ଆକ୍ରମଣ ବେଳେ ମା’ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନ ଧରି ଉଭୟ ପୁଅ ମାଆ ବାପାଙ୍କୁ ମାରପାଟ୍ କରୁଥିଲେ । ପରିବାରରେ ଲଗାତାର ଆଶାନ୍ତି ଜାରି ରହୁଥିବେ ବେଳେ ଆଜି ସକାଳେ ସୈତାନ ପୁଅ ବାପାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି । ପୋଲିସ ୨ ଭାଇ ସୁଶାନ୍ତ ଓ ମଙ୍ଗୁଳୁକୁ ଅଟକ ରଖିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି।

ରାଜ୍ୟରେ ସକ୍ରିୟ ମୌସୁମୀ… ଟ୍ୱିନ୍ ସିଟିରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବର୍ଷା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ବର୍ଷା ଆରମ୍ଭ ହୋଇଛି । କିଛି ସ୍ଥାନରେ ଘଡି ଘଡି ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନରୁ ଦକ୍ଷିଣ ଆସାମ ଭାୟା ଉତ୍ତର ରାଜସ୍ଥାନ, ଦକ୍ଷିଣ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

 

ଦେବଗଡ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ଅନୁଗୁଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର, ବୌଦ୍ଧ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ତାରିଖରୁ ୨ ରୁ ୩ ଦିନ ମୌସୁମୀ ପ୍ରବାହରେ ବାଧା ସୃଷ୍ଟି ହେବ। ଫଳରେ ବର୍ଷାର ପରିମାଣ ହ୍ରାସ ପାଇବ । ତାପରେ ପୁଣି ମୌସୁମୀ ସକ୍ରିୟ ହେବ।

ଦେଶରେ ଉପରମୁହାଁ ତେଲ ଦର… ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ହୁ ହୁ ହୋଇ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଗ୍ରାହକଙ୍କୁ ଘାରିଛି ମହଙ୍ଗା ମାଡ଼। ଲଗାତର ୧୪ ଦିନ ପାଇଁ ବଢ଼ିଲା ତେଲ ଦର। ଆଜି ପେଟ୍ରୋଲ୍‌ ଦର ୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ୬୧ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଦର ଏବେ ୭୮.୮୮ ପଇସା ହୋଇଛି । ଅପରପକ୍ଷରେ ଡିଜେଲ ଦର ଏବେ ୭୭.୬୭ ପଇସା ହୋଇଛି।

୧୪ ଦିନରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୮୮ ପଇସା ବୃଦ୍ଧି ହେଲାଣି। ସେହିପରି ଡିଜେଲ ଦର ଲିଟର ପିଛା ୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଲକଡାଉନ ଯୋଗୁଁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ କେନ୍ଦ୍ରର ଗ୍ରାହକ ମାରଣନୀତିକୁ ନିନ୍ଦା କରାଯାଇଛି। ଗଲା ୬ ତାରିଖରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା। ଡିଜେଲ ଦର ଥିଲା ୬୭ ଟଙ୍କା ୭୩ ପଇସା। ୭ ତାରିଖରୁ ଲଗାତାର ତେଲ ଦର ବଢ଼ିବଢ଼ି ୭ ଟଙ୍କା ୫୫ ପଇସା ମହଙ୍ଗା ହେଲାଣି।

କାହିଁକି ଅଧାରେ ରହିଯାଇଥିଲା ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତାଙ୍କ ପ୍ରେମ କାହାଣୀ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । କିଛି ଘଣ୍ଟା ପୂର୍ବରୁ ସୁଶାନ୍ତଙ୍କ ନିର୍ଦ୍ଦଶକ ପୋଲିସକୁ ଜଣାଇଥିଲେ ଯେ, ସୁଶାନ୍ତ ସର୍ବଦା ଅନୁତାପ କରନ୍ତି ଯେ ସେ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କ ଭାଙ୍ଗିଗଲା । ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ସବୁବେଳେ ଆଶ୍ଚର୍ଯ୍ୟ ହୁଅନ୍ତି କାହିଁକି ଦୁହେଁ ଅଲଗା ହେଲେ ? ମନୋଚିକିତ୍ସକଙ୍କ ଖୁଲାସା ପରେ ସୁଶାନ୍ତଙ୍କ ପ୍ରଶଂସକମାନେଙ୍କ ମନରେ ଗୋଟିଏ ପ୍ରଶ୍ନ ଏବେ ବାରମ୍ବାର ଆସିବ । ଚାରି ବର୍ଷ ପୂର୍ବେ ଦୁହିଁଙ୍କ ବନ୍ଧୁମାନେ ସେମାନଙ୍କ ସମ୍ପର୍କର ତିକ୍ତତା ବିଷୟରେ ପ୍ରକାଶ କରିଥିଲେ । ତେବେ ଆସନ୍ତୁ ଜାଣିବା କେମିତି ଓ କାହିଁକି ଭାଙ୍ଗିଥିଲା ଦୁହିଁଙ୍କ ସମ୍ପର୍କ ।

ଦୁହିଁଙ୍କ ପ୍ରଥମ ସାକ୍ଷାତ

ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ‘ପବିତ୍ର ରିସ୍ତା ‘ ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ଏବଂ ସେହି ସେଟରେ ହିଁ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ଗଢି ଉଠିଥିଲା ।

ଅଙ୍କିତା ଏବଂ ସୁଶାନ୍ତ ବହୁ ବନ୍ଧୁପ୍ରିୟ ଥିଲେ    ଟିଭି ଇଣ୍ଡଷ୍ଟ୍ରିରେ ଜଡିତ ଥିବାରୁ ଅଙ୍କିତା ଏବଂ ସୁଶାନ୍ତ ସିଂ ରାଜପୁତଙ୍କର ବନ୍ଧୁ ମଧ୍ୟ ବହୁତ ଥିଲେ । ଏହାସହ ସବୁ ବେଳେ ସେମାନେ ବନ୍ଧୁମାନଙ୍କ ଗହଣରେ ହିଁ ନଜର ଆସନ୍ତି ।

ଅଙ୍କିତା ଲୋଖଣ୍ଡେ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ

ଅଙ୍କିତା ଲୋଖଣ୍ଡେ ନିଜ ଜୀବନଠୁ ଅଧିକ ସୁଶାନ୍ତ ସିଂ ରାଜପୁତଙ୍କୁ ଭଲ ପାଉଥିଲେ । ନିକଟରେ ବିକାଶ ଗୁପ୍ତା କହିଥିଲେ ଯେ ଅଙ୍କିତା ମୁହଁରୁ ହିଁ ମନକଥା ଜାଣିପାରନ୍ତି ତେଣୁ ଯେତେବେଳେ ସୁଶାନ୍ତ ମନଦୁଃଖ କରନ୍ତି କି କୌଣସି ଚାପରେ ରୁହନ୍ତି ସେତେବେଳେ ଅଙ୍କିତା ଜାଣିପାରନ୍ତି । ଏବଂ ସୁଶାନ୍ତଙ୍କ ସହ ହିଁ ରୁହନ୍ତି ତାଙ୍କୁ ଛାଡ଼ି କୁଆଡ଼େ ବି ଯାଆନ୍ତି ନାହିଁ ।

ଅଙ୍କିତା ଲୋଖଣ୍ଡେ, ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂଙ୍କ ସହ ମଧ୍ୟ ଘନିଷ୍ଠ ବନ୍ଧୁତା ରହିଥିଲା । ନିକଟରେ ଯେତେବେଳେ ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ଭେଟିବାକୁ ଆସିଥିଲେ, ସନ୍ଦୀପ ତାଙ୍କ ସହ ଥିଲେ ।

ଦୁହେଁ ଏକାସାଙ୍ଗରେ ହିଁ ଲାଇମ ଲାଇଟକୁ ଆସ

ଅଙ୍କିତା ଏବଂ ସୁଶାନ୍ତ ସିରିଏଲ ‘ପବିତ୍ର ରିସ୍ତା’ ମାଧ୍ୟମରେ ବହୁ ନାଁ କରିଥିଲେ ଏବଂ ଏହି କାରଣରୁ ଉଭୟେ ପରସ୍ପରର ଷ୍ଟ୍ରଗଲ ବିଷୟରେ ବେସ୍ ଭଲ ଭାବରେ ଜାଣିଥିଲେ ।

ବ୍ରେକଅପ୍ ପରେ ମଧ୍ୟ ଦୁହେଁ ପରସ୍ପରକୁ ପ୍ରଶଂସା କରନ୍ତି

ଏମଏସ ଧୋନି ଦେଖିବା ପରେ ଅଙ୍କିତା ହିଁ ପ୍ରଥମ ବ୍ୟକ୍ତି ଯିଏକି ସୁଶାନ୍ତଙ୍କୁ ଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ, ସେତେବେଳେ ସେମାନଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ଭାଙ୍ଗିସାରିଥିଲା । ଏଥିସହ ମାଣିକର୍ଣ୍ଣିକାଙ୍କ ପ୍ରଥମ ଲୁକ୍ ରିଲିଜ ହେବା ପରେ ସୁଶାନ୍ତ ସୋସିଆଲ ମିଡିଆରେ ଅଙ୍କିତାଙ୍କୁ ପ୍ରଶଂସା କରିଥିଲେ ।

ସମସ୍ୟା କେଉଁଠୁ ଆସିଲା?

ଜାତୀୟ ଗଣମାଧ୍ୟର ଦିଆଯାଇଥିବା ୨୦୧୬ର ସାକ୍ଷାତକାରରେ ଦୁହିଁଙ୍କର ଜଣେ ବନ୍ଧୁ ପ୍ରକାଶ କରିଥିଲେ ଯେ, ସିନେମା ଜଗତରେ ପ୍ରବେଶ କରିବା ପରେ ସୁଶାନ୍ତ ବହୁ ବ୍ୟସ୍ତ ଥିଲେ ଏବଂ ସେତେବେଳେ ଅଙ୍କିତା ଅଭିନୟ ଜଗତରୁ ଟିକେ ଦୂରେଇ ଯାଇଥିଲେ । ତେଣୁ ଏହି ସମୟରେ ଅଙ୍କିତା ସୁଶାନ୍ତଙ୍କୁ ନେଇ ସବୁ ବେଳେ ଇନସିକ୍ୱୋର ରହୁଥିଲେ ।

ଅଙ୍କିତାଙ୍କୁ ବୁଝାଇବା ପାଇଁ ସୁଶାନ୍ତ ସିଂ ରାଜପୁତ ସବୁବେଳେ ଚେଷ୍ଟା କରୁଥିଲେ

ବନ୍ଧୁ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତ ସର୍ବଦା ଭଲରେ ଅଙ୍କିତାଙ୍କୁ ବୁଝାଉଥିଲେ ଯେ ସେ ତାଙ୍କୁ କେବେ ଧୋକା ଦେବେ ନାହିଁ । ଅଙ୍କିତା କିଛି ଦିନ ପାଇଁ ବୁଝି ବି ଯାଇଥିଲା କିନ୍ତୁ ତା’ପରେ ଜିନିଷ ଧିରେ ଧିରେ ପରିବର୍ତ୍ତନ ହୋଇଗଲା ଫଳରେ ଧୀରେ ଧୀରେ ସୁଶାନ୍ତ ବିରକ୍ତ ହେବାକୁ ଲାଗିଲେ ।

୬ବର୍ଷ ଧରି ସୁଶାନ୍ତଙ୍କ ଜୀବନରେ କେବଳ ଗୋଟିଏ ଝିଅ ଥିଲା

ସୁଶାନ୍ତ ଏବଂ ଅଙ୍କିତାଙ୍କର ଏକ ସୁନ୍ଦର ସମ୍ପର୍କ ଥିଲା, କିନ୍ତୁ କିଛି ଭୁଲ ବୁଝାବଣା ପାଇଁ ଦୁହିଁଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଥିଲା ।

ଟ୍ରାକ୍ଟର ଛାଡିବାକୁ ଲାଞ୍ଚ ନେବା ବେଳେ ଏଏସ୍ଆଇ ଗିରଫ

କଳହାଣ୍ଡି: କଳାହାଣ୍ଡିର ଲାଞ୍ଚୁଆ ପୋଲିସ୍‌ ବାବୁ ଗିରଫ ହୋଇଛନ୍ତି । କଳହାଣ୍ଡି ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଏଏସ୍‌ଆଇ ମଳୟ ରାଣା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି । ଏକ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ରିଲିଜ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାହୁଙ୍କ ଟ୍ରାକ୍ଟର ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣାଗ୍ରସ୍ତ ପରେ ପୋଲିସ ଟ୍ରାକ୍ଟର ଜବତ କରିଥିଲା । ଜବତ ଟ୍ରାକ୍ଟର ରିଲିଜ୍‌ ପାଇଁ ଏଏସ୍‌ଆଇ ଟଙ୍କା ଦାବି କରିଥିଲେ । ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ପରେ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ଘଟଣାସ୍ଥରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

ତୃତୀୟ ପର୍ଯ୍ୟାୟ ସାପ୍ତାହିକ ସଟ୍‌ଡାଉନ୍‌ର ଡେ-୧… ଜରୁରୀ ସେବାକୁ ଅନୁମତି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ । ଆଜି ଜୁନ୍‌ ମାସର ତୃତୀୟ ଶନିବାର । ସରକାରଙ୍କ ନିୟମ ଅନୁସାରେ ଜାରି ରହିଛି ସଟ୍‌ଡାଉନ୍‌ କଟକଣା । ଏହି ସଟ୍‌ଡାଉନ୍‌ରେ ଅନେକ କୋହଳ ନିୟମ ରହିଛି । ଚାଲୁ ରହିଛି ବସ୍‌, ଟ୍ରକ୍‌, ଟ୍ରେନ୍‌, ପ୍ଲେନ୍‌ ଏପରିକି ଟ୍ୟାକ୍ସି ଓ ଅଟୋ । ଯାତ୍ରୀଙ୍କ ସୁବିଧା ପାଇଁ କରାଯାଇଛି ଆବଶ୍ୟକ ସମସ୍ତ ବନ୍ଦୋବସ୍ତ । ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ପାସ୍‌ ।

ସେପଟେ ଦୋକାନ ବଜାର ସବୁ କିଛି ବନ୍ଦ । ଜରୁରୀ ନଥିଲେ ସାଧାରଣ ଲୋକଙ୍କ ଘରୁ ବାହାରିବା ଉପରେ ଲାଗୁ ହୋଇଛି କଟକଣା । ଏଣୁ ରାସ୍ତାଘାଟ ଖାଁ ଖାଁ । ଉପକୂଳର ୧୦ ଓ ବଲାଙ୍ଗିରକୁ ମିଶାଇ ୧୧ ଜିଲ୍ଲାରେ ଜାରି ରହିଛି କଟକଣା । ଆଜି ଓ ଆସନ୍ତାକାଲି ସଟ୍‌ଡାଉନ ହୋଇଛି ଏହି ୧୧ ଟି ଜିଲ୍ଲା । ଅଧିକ କରୋନା ଆକ୍ରାନ୍ତ ୧୧ ଜିଲ୍ଲାକୁ ଆଜି ଓ କାଲି ସଟ୍‌ଡାଉନ୍‌ କରାଯାଇଛି । ଗଞ୍ଜାମ, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ଯାଜପୁର, ବଲାଙ୍ଗୀର ଓ ଖୋର୍ଦ୍ଧା ଶନିବାର ଓ ରବିବାର ସଟଡାଉନ୍‌ କରାଯାଇଛି ।

ଅଙ୍କିତା ତୁମେ ଚାହିଁଥିଲେ ସୁଶାନ୍ତଙ୍କୁ ବଞ୍ଚାଇପାରିଥାନ୍ତ… କାହିଁକି ଏମିତି କହିଲେ ଅଭିନେତାଙ୍କ ବନ୍ଧୁ?

ମୁମ୍ବାଇ: ଦୀର୍ଘ ଦିନ ଧରି ସୁଶାନ୍ତ ସିଂ ରାଜପୁତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଥିବା ସନ୍ଦୀପ ସିଂ ଅଭିନେତାଙ୍କ ମୃତ୍ୟୁ ନେଇ ଅନେକ ଦୁଃଖ ପ୍ରକାଶ କରିଛନ୍ତି । ନିକଟରେ ସନ୍ଦୀପ, ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ଏକ ଲମ୍ବା ପୋଷ୍ଟ ଇନଷ୍ଟାଗ୍ରାମ ସେୟାର କରିଛନ୍ତି । ସେ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କର ଅନେକ ମୁହୂର୍ତ୍ତ ପ୍ରକାଶ କରିଛନ୍ତି । ଏହି ପୋଷ୍ଟରେ ସେ ସୁଶାନ୍ତଙ୍କ ଜୀବନରେ ଅଙ୍କିତାଙ୍କ ମହତ୍ୱ କ’ଣ ବୋଲି କହିଛନ୍ତି।

ସନ୍ଦୀପ ଲେଖିଛନ୍ତି ଯେ, ‘ପ୍ରିୟ ଅଙ୍କିତା, ଦିନକୁ ଦିନ ମୋ ମନକୁ ବାରମ୍ବାର ଆସୁଛି ଯେ ଆମେ ଅଧିକ ଚେଷ୍ଟା କରିଥିଲେ ସୁଶାନ୍ତ ଆଜି ଆମ ଗହଣରେ ଉପସ୍ଥିତ ଥାନ୍ତେ । ଯେତେବେଳେ ସୁଶାନ୍ତଙ୍କଠାରୁ ତୁମେ ଅଲଗା ହୋଇଥିଲ, ତୁମେ କେବଳ ତାଙ୍କର ସଫଳତା ପାଇଁ ପ୍ରାର୍ଥନା କରୁଥିଲ । ତୁମ ପ୍ରେମ ତାଙ୍କ ପାଇଁ ସତ୍ୟ ଥିଲା । ଏହା ବହୁତ ସ୍ପେଶିଆଲ ଥିଲା । ଅଙ୍କିତା ଏପର୍ଯ୍ୟନ୍ତ ତାଙ୍କ ଘର ନାମପ୍ଲେଟରୁ ସୁଶାନ୍ତଙ୍କ ନାଁ ହଟେଇନାହାନ୍ତି । ମୋର ସେହି ଦିନ ମନେ ଅଛି, ଯେତେବେଳେ ଆମେ ଏକାଠି ପରିବାର ଭଳି ଲୋଖଣ୍ଡୱାଲାରେ ରହୁଥିଲୁ । ଆମେ ଅନେକ ମୁହୂର୍ତ୍ତ ଏକାଠି ବଞ୍ଚିଛୁ । ଏକାଠି ରାନ୍ଧିବା, ଏକାଠି ଖାଇବା, ମଟନ୍ ଭାତ, ଆମର ଲମ୍ୱା ଡ୍ରାଇଭ୍, କେବେ ଲୋଖଣ୍ଡୱାଲା ତ କେବେ ଗୋଆ । ଆମର ଏକାଠି ହୋଲି ପାଳିବା । ସେହି ହଁସ, ଜୀବନର ସେହି ମୁହୂର୍ତ୍ତ, କିଛି ଭୁଲି ହେଉ ନାହିଁ । ଏହା ସହ ସେ ଲେଖିଛନ୍ତି ଯେ, ଅଙ୍କିତା ସେମାନଙ୍କଠାରୁ ଅଧିକ ଆକ୍ଟିଭ ଥିଲେ ।

“ଅଙ୍କିତା ସୁଶାନ୍ତଙ୍କ ମୁହଁରେ ହଁସ ଆଣି ପାରନ୍ତି। ଦୁହେଁ ପ୍ରକୃତ ପ୍ରେମର ଉଦାହରଣ ଥିଲ। ଏହି ସ୍ମୃତିଗୁଡ଼ିକ ମୋ ହୃଦୟକୁ ଆଘାତ ଦେଉଛି । ମୁଁ ଏହି ସବୁ ମୁହୂର୍ତ୍ତକୁ ଫେରାଇ ଆଣିବାକୁ ଚାହୁଁଛି । ମୁଁ ତାଙ୍କୁ ଫେରାଇ ଆଣିବାକୁ ଚାହୁଁଛି  । ମୁଁ ଆମ ତିନିଜଣଙ୍କୁ ଫେରାଇ ଆଣିବାକୁ ଚାହୁଁଛି ।  ସନ୍ଦିପଙ୍କ ଅନୁସାରେ କେବଳ ଅଙ୍କିତା ହିଁ ତାଙ୍କୁ ରକ୍ଷା କରିପାରିଥାନ୍ତେ । ”

https://www.instagram.com/p/CBn0XV5pYku/?utm_source=ig_embed

ସନ୍ଦୀପ ଲେଖିଛନ୍ତି, ‘ମୁଁ ଚାହୁଁଥିଲି ତୁମେ ଦୁହେଁ ବିବାହ କର। ଯେମିତି ଆମେ ସ୍ୱପ୍ନ ଦେଖିଥିଲୁ । ଯଦି ସେ ତୁମକୁ ରହିବାକୁ ଦେଇଥାନ୍ତେ ତୁମେ ତାଙ୍କୁ ବଞ୍ଚାଇଥାନ୍ତ  । ତୁମେ ତାଙ୍କର ଗର୍ଲଫ୍ରେଣ୍ଡ, ପତ୍ନୀ, ମାଆ, ସବୁକିଛି ଥିଲ । ମୁଁ ଅଙ୍କିତାକୁ ବହୁତ ଭଲ ପାଏ  । ଆଶା କରୁଛି ଯେ, ତୁମ ଭଳି ବନ୍ଧୁଙ୍କୁ ମୁଁ କେବେ ହରାଇବି ନାହିଁ  ।

ସନ୍ଦୀପଙ୍କର ଏହି ଅଙ୍କିତା ପାଇଁ ଏହି ଭାବପ୍ରବଣ ପୋଷ୍ଟ ଅନେକଙ୍କୁ ସ୍ତବ୍ଦ କରିଦେଇଛି । ଏହା ପଢିବା ପରେ ଦର୍ଶକ ଭାବୁଛନ୍ତି ଯେ, ଅଙ୍କିତା ଓ ସୁଶାନ୍ତ ଅଲଗା ନହୋଇଥିଲେ ସେ ଏବେ ଆମ ଗହଣରେ ଥାନ୍ତେ । ଅଙ୍କିତା ସୁଶାନ୍ତଙ୍କୁ ନିଜ ଜୀବନଠୁ ଅଧିକା ଭଲ ପାଉଥିଲେ । ହେଲେ ପରସ୍ପର ଅଲଗା ହେବା ପରେ ସବୁକିଛି ଭାଙ୍ଗିଯାଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ଏଯାଏଁ ଅନେକ ଲୋକେ ଗ୍ରହଣ କରିପାରୁନାହାନ୍ତି । ସୁଶାନ୍ତ ଯେଉଁଠାରେ ଅଛନ୍ତି ଭଲରେ ଥାନ୍ତୁ ବୋଲି ସବୁ ପ୍ରାର୍ଥନା କରୁଛନ୍ତି ।

ଆଜିଠୁ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ…୧୧ଟି ଜିଲ୍ଲା ଠପ୍‌… ଜରୁରୀ ସେବାକୁ ଅନୁମତି… ଚାଲିବ ବସ୍‌ ଟ୍ରେନ ଉଡିବ ବିମାନ

ଆଜିଠୁ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ…୧୧ଟି ଜିଲ୍ଲା ଠପ୍‌… ଜରୁରୀ ସେବାକୁ ଅନୁମତି… ଚାଲିବ ବସ୍‌ ଟ୍ରେନ ଉଡିବ ବିମାନ

ଡାକ୍ତରଙ୍କ ବଡ଼ ଖୁଲାସା: ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ୍ କରି ପଶ୍ଚାତାପ କରୁଥିଲେ ସୁଶାନ୍ତ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଏବେ ପୋଲିସ ଖୋଜିବାରେ ଲାଗିଛି । ସୁଶାନ୍ତଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ ସେ ଡିପ୍ରେସନର ଶିକାର ଥିଲେ । ଅବଶ୍ୟ ତାଙ୍କୁ କେଉଁ କଥା ବେଶି ଚିନ୍ତିତ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି କେସର ଯାଞ୍ଚ ବେଳେ ପୋଲିସ ସୁଶାନ୍ତଙ୍କ ଡାକ୍ତରଙ୍କର ମଧ୍ୟ ବୟାନ ରେକର୍ଡ କରିଛି । ସେ ସୁଶାନ୍ତଙ୍କ ରିଲେସନସିପ୍ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ।

ଅଙ୍ଗିତାଙ୍କ ସହ ବ୍ରେକଅପ ପରେ କିଛି ଦିନ ଠିକ୍ ରହିଲେ ସୁଶାନ୍ତ-

ଏକ ବ୍ରେକିଂବୁମ୍ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍ ପୋଲିସକୁ କହିଛନ୍ତି ଯେ ସୁଶାନ୍ତ ତାଙ୍କ ନିକଟକୁ ୬ ମାସ ପୂର୍ବରୁ ଆସିଥିଲେ। ଗତ ୧ ବର୍ଷ ଧରି ସେ ଡିପ୍ରେସନରେ ଥିଲେ ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବ୍ରେକଅପ୍ ପରେ କିଛି ଦିନ ପାଇଁ ସବୁକିଛି ଠିକ୍ ଥିଲା  । ଏହା ପରେ କ୍ରିତି ସାନନ୍ ତାଙ୍କ ଜୀବନରେ ଆସିଥିଲେ କିନ୍ତୁ ସମ୍ପର୍କ ଅଧିକ ଦିନ ରହିପାରିଲା ନାହିଁ  ।

ଅଭିନେତାଙ୍କ ଝିଅ ସହ ଗଢ଼ିଉଠିଥିଲା ସଂପର୍କ-

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏହା ପରେ ତାଙ୍କ ଜୀବନରେ ଜଣେ ଜଣାଶୁଣା ଅଭିନେତାଙ୍କ ଝିଅ ଆସିଥିଲେ  । ଦୁହେଁ ଏକାଠି ଫିଲ୍ମ କରିଥିଲେ ଏବଂ ସେମାନଙ୍କର ଘନିଷ୍ଠତା ବଢ଼ିବାରେ ଲାଗିଥିଲା ​​କିନ୍ତୁ ସେହି ଅଭିନେତ୍ରୀଙ୍କ ମାଆ ତାଙ୍କୁ ସୁଶାନ୍ତଙ୍କଠାରୁ ଦୂରରେ ରହିବାକୁ କହିଥିଲେ । ଏହା ପରେ ଦୁହିଁଙ୍କର ବ୍ରେକଅପ ହୋଇଥିଲା ।

ସୁଶାନ୍ତଙ୍କୁ ଆସୁଥିଲା ଅଜିବ ଅଜିବ ଚିନ୍ତାଧାରା-

ଏହି ସମୟରେ ସୁଶାନ୍ତଙ୍କ PR ମ୍ୟାନେଜର ଦିଶା ସାଲିଆନ୍ ମଧ୍ୟ ବ୍ୟକ୍ତିଗତ କାରଣରୁ ତାଙ୍କଠୁ ନିଜକୁ ଦୂରେଇ ରଖିଥିଲେ। ଏହି ସମୟ ତାଙ୍କ ମଧ୍ୟରେ ବହୁ ପରିବର୍ତ୍ତନ ଦେଖିବାରୁ ମିଳିଥିଲା ବୋଲି ଡାକ୍ତର କହିଛନ୍ତି। ସେ କହିଥିଲେ ଯେ ସୁଶାନ୍ତ ଶୋଇ ପାରୁନଥିଲେ ଏବଂ ତାଙ୍କୁ ଅଜବ ଅଜବ ଶବ୍ଦ ଶୁଭୁଥିଲା। ଡାକ୍ତର କହିବା ଅନୁଯାୟୀ ସୁଶାନ୍ତ ତାଙ୍କ ପାଖକୁ ମାତ୍ର ୩ ଥର ଆସିଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କ ବ୍ୟବହାରରେ ଖୁସି ନଥିଲେ ସୁଶାନ୍ତ-

ସୁଶାନ୍ତଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ବିଷୟରେ ମଧ୍ୟ ଡାକ୍ତର କହିଥିଲେ। ସେ କହିଥିଲେ ଯେ ରିୟା ଜଣେ କମନ୍ ଫ୍ରେଣ୍ଡଙ୍କ ମାଧ୍ୟମରେ ସୁଶାନ୍ତଙ୍କୁ ଭେଟିଥିଲେ। ରିୟା ସେତେବେଳେ ତାଙ୍କର ଜଣେ ବନ୍ଧୁଙ୍କ ସହ ଭର୍ସୋଭାରେ ରହୁଥିଲେ । କିଛି ଦିନ ପରେ ସେ ଆସି ସୁଶାନ୍ତଙ୍କ ସହ ରହିବାକୁ ଲାଗିଲେ। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଡାକ୍ତରଙ୍କୁ ମଧ୍ୟ କହିଛନ୍ତି ଯେ ରିୟାଙ୍କ ଆଚରଣରେ ସେ ଖୁସି ନଥିଲେ । ଯେତେବେଳେ ସୁଶାନ୍ତ ସୋସିଆଲ ମିଡିଆରେ ରିୟାଙ୍କ ସହ ସମ୍ପର୍କ ସମ୍ବନ୍ଧୀୟ ପୋଷ୍ଟ କରିଥିଲେ, ସେତେବେଳେ ସେ ମଧ୍ୟ ତାଙ୍କ ସହ ଝଗଡ଼ା କରିଥିଲେ ।

ସୁଇସାଇଡର ଦିନକ ପୂର୍ବରୁ ଫୋନ ଉଠାଇନଥିଲେ ରିୟା-

ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ଖବର ସାମ୍ନାକୁ ଆସିଛି ଯେ, ରିୟା ସୁଶାନ୍ତଙ୍କ ସହ ରହୁଥିଲେ । ସେ କିଛି ଦିନ ପୂର୍ବରୁ ନିଜ ଆପାର୍ଟମେଣ୍ଟ ଛାଡିଥିଲେ। ଏଥିସହ ରବିବାର ଦିନ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ସୁଶାନ୍ତ ତାଙ୍କୁ ଫୋନ କରିଥିଲେ, କିନ୍ତୁ ରିୟା ତାଙ୍କ ଫୋନ ଉଠାଇ ନଥିଲେ। ସୁଶାନ୍ତ ଡାକ୍ତରଙ୍କୁ କହିଥିଲେ ଯେ, ସେ ଅଙ୍କିତାଙ୍କ ସହ ଅତ୍ୟନ୍ତ ନିବିଡ଼ ଭାବେ ଆଟାଚ୍ ଥିଲେ ଏବଂ ଅଙ୍କିତାଙ୍କ ପରେ ତାଙ୍କ ଜୀବନରେ ଏପରି କୌଣସି ଝିଅ ଆସିନଥିଲେ ଯିଏ ତାଙ୍କୁ ଅଙ୍କିତା ପରି ଭଲ ପାଇବା ଦେଇପାରୁଥିଲେ ।

ଅଙ୍କିତାଙ୍କ ସହ ବ୍ରେକଅପର ପଶ୍ଚାତାପ-

ଡାକ୍ତର ପୋଲିସକୁ କହିଛନ୍ତି ଯେ, ସୁଶାନ୍ତ ଅଙ୍କିତାଙ୍କୁ ହରାଇବା ପରେ ତାଙ୍କୁ ଖୁବ ମନେ ପକାଉଥିଲେ । ସେ ଅନୁଭବ କଲେ ଯେ ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ କରି ସେ ଭୁଲ୍ କରିଛନ୍ତି। ଡାକ୍ତର ଆଉ ଏକ କଥା ମଧ୍ୟ କହିଥିଲେ ଯେ, ସୁଶାନ୍ତ ଗୋଟିଏ କଥାକୁ ବିଭିନ୍ନ ଦିଗରୁ ଚିନ୍ତା କରୁଥିଲେ । ଡାକ୍ତରଙ୍କ କହିବାନୁସାରେ, ତାଙ୍କର ମସ୍ତିଷ୍କ ବାଇପୋଲାର (ଦ୍ୱିପାକ୍ଷିକ) ଥିଲା । ସୁଶାନ୍ତ ରିଲେସନପିସରେ ଖୁସି ନଥିଲେ । ସୁଶାନ୍ତଙ୍କର ଡାକ୍ତରଙ୍କ ସହିତ ଆପୋଏଣ୍ଟମେଣ୍ଟ ମଧ୍ୟ ଥିଲା କିନ୍ତୁ ଲକଡାଉନ କାରଣରୁ ସେ ଚିକିତ୍ସା କରାଇପାରୁନଥିଲେ ।

ନିକଟରେ ଆସିଥିଲେ ଅଙ୍କିତାଙ୍କ ନିର୍ବଦ୍ଧ ଖବର-

ଜଣାଇ ରଖୁଛୁ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କିଛି ଦିନ ପୂର୍ବରୁ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନଙ୍କ ନିର୍ବଦ୍ଧ କରିଥିଲେ ଖବର ଆସିଥିଲା । ବିଗତ ଦଶ ଦିନ ଧରି ସୁଶାନ୍ତ ଠିକ୍ ନଥିବା କଥା ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରକାଶ କରିଛନ୍ତି ।

ଏହି ରାଶିର ଲୋକଙ୍କର ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ମେ ୨୦, ୨୦୨୦ ମସିହା, ମିଥୁନ ୬ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ଶନିବାର

ରୋହିଣୀ ନକ୍ଷତ୍ର ,ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଐଶାନ୍ୟ କୋଣରେ ରହିବେ ଦିନ ୧୦ ଟା ୫୫ ମିନିଟ୍‌ ପରେ

ଐଶାନ୍ୟ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ବିଛା ରାଶି ପୁରୁଷଙ୍କର

ଘାତବାର- ବୃଷ,ସିଂହ,କନ୍ୟା ରାଶିର

ଶୁଭ ସମୟ- ଦିନ ୧୦ ଟା ୪୦ ମିନିଟ୍‌ ଠାରୁ ଦିନ ୧୨ ଟା ୧୫ ମିନିଟ୍‌

ଅଶୁଭ ସମୟ- ଦିନ ୯ଟା ଠାରୁ ଦିନ ୧୦ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱିନୀ -ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢିବ

ଦ୍ୱିଜା- ସତର୍କ ରୁହନ୍ତୁ ନଚେତ ଠକାମିରେ ପଡିପାରନ୍ତି

କୃତ୍ତିକା- ନୂଆ କାର୍ଯ୍ୟ ପାଇଁ ସୁଯୋଗ ଆସିବ, ହାତଛଡା କରନ୍ତୁ ନାହିଁ

ଆଜି କିଛି ଉପହାର ବାଣ୍ଟନ୍ତୁ

ବୃଷ ରାଶି

କୃତ୍ତିକା -ମନରେ ଉତ୍ସାହ ରହୁଥିବାରୁ କାର୍ଯ୍ୟରେ ସଫଳତା ପାଇବେ

ରୋହିଣୀ- ପାରିବାରିକ କଳହ ମନକୁ ଦୁର୍ବଳ କରିବ,କାର୍ଯ୍ୟରେ ବାଧାପ୍ରାପ୍ତ

ମୃଗଶିରା- ସ୍ୱାସ୍ଥ୍ୟ ଭଲ ରହିବା ସହ ପରିବାରରେ ଖୁସି ରହିବ

ଗଣେଶ ଭଗବାନଙ୍କୁ ଧଳାରଙ୍ଗ ପୁଲ, ଲଡୁଭୋଗ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା- ଦିନଟି ଭଲ ରହୁଥିବାରୁ ସବୁ କାମରେ ସଫଳତା

ଆର୍ଦ୍ରା- ପାରିବାରିକ ସ୍ଥିତିରେ ପରିବର୍ତ୍ତନ ଆସିପାରେ

ପୁନର୍ବସୁ- ଅର୍ଥକୁ ନେଇ ଚିନ୍ତା ବଢିବ, ଜଗିରଖି ଖର୍ଚ୍ଚ କରନ୍ତୁ

ଓଁ ନମୋ ଭଗବତେ ବାସୁଦେବାୟଃ ମନ୍ତ୍ର ୨୧ଥର ପାଠ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ, ସତର୍କ ରହିବେ

ପୁଷ୍ୟା- ନିଜ ବ୍ୟବହାରରେ ଅନ୍ୟକୁ ପ୍ରଭାବିତ କରିବେ

ଅଶ୍ଳେଷା- ଲୋକସଂପର୍କ ଦୃଷ୍ଟିରୁ ଦିନଟି ଭଲ ରହିବ

ଲୋକସଂପର୍କ ଦୃଷ୍ଟିରୁ ଦିନଟି ଭଲ ରହିବ

ସିଂହ ରାଶି

ମଘା – କ୍ୟାରିୟରକୁ ନେଇ କୈାଣସି ନିଷ୍ପତ୍ତି ନେଇପାରନ୍ତି

ପୂର୍ବା ଫାଲଗୁନି- ସନ୍ତାନକୁ ନେଇ ପରିବାରରେ ଅଶାନ୍ତି ରହିବ

ଉତ୍ତରାଫାଲଗୁନି- କିଛି ଜରୁରୀ କାମକୁ ପୁରା କରିପାରନ୍ତି,

ମା’ଦୁର୍ଗାଙ୍କୁ ୧୦୮ବେଲପତ୍ର ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ଆଇ.ଟି. ବା ମେଡିଆ କର୍ମଚାରୀଙ୍କୁ ଶୁଭ ଖବର ମିଳିପାରେ

ହସ୍ତା- ଅନ୍ୟ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ

ଚିତ୍ରା- ଦିନଟି ଶୁଭ ରହୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି

ଗୋ ମାତାଙ୍କୁ କିଛି ପରିବା ଖାଇବାକୁ ଦିଅନ୍ତୁ

ତୁଳା ରାଶି

ଚିତ୍ରା- ଦୃଢ ମନ ନେଇ କାମ କରିଚାଲନ୍ତୁ, ସାମାଜିକ ପ୍ରତିଷ୍ଠା ପାଇବେ

ସ୍ୱାତୀ- ନିଜର କାର୍ଯ୍ୟ ଓ ବ୍ୟବହାରକୁ ଅନ୍ୟମାନେ ପ୍ରଶଂସା କରିବେ

ବିଶାଖା- ଆୟ ବଢିବ ନାହିଁ, କିନ୍ତୁ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଅଶାନ୍ତି ରହିବେ

କିଛି ତୁଳସୀ ନିଜ ପାଖରେ ରଖନ୍ତୁ

ବିଛା ରାଶି

ବିଶାଖା- ଶାରିରୀକ ପୀଡା ଓ ମାନସିକ ଦୁଃଶ୍ଚିନ୍ତା ବଢିଚାଲିବ

ଅନୁରାଧା-ପୁରା ଦିନ ଭଲରେ କଟିବ, କାମରେ ସଫଳତା

ଜ୍ୟେଷ୍ଠା- ପୁରା ଦିନ ଭଲରେ କଟିବ, କାମରେ ସଫଳତା

ଗରିବ ଅସହାୟ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳା – ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ, ଧୈର୍ଯ୍ୟର ସହ କାମ କରନ୍ତୁ

ପୂର୍ବାଷାଢା- କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ଦୁର ହୋଇଯିବ

ଉତ୍ତରାଷାଢା- ଆର୍ଥିକ ଚିନ୍ତାରୁ ମୁକ୍ତି ମିଳିବ, ଅନେକ ଦିନର ଆଶା ପୂରଣ ହେବ

ହନୁମାନ ଚାଳିଶା ୫ ଥର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା -ଅଯଥା କଥାକୁ ନେଇ ଜୀବନସାଥିଙ୍କ ସହ ଝଗଡା ହୋଇପାରେ

ଶ୍ରବଣା- ପରିବାରକୁ ନେଇ ରହୁଥିବା ଚିନ୍ତା ଦୁର ହେବ

ଧନିଷ୍ଠା- ସନ୍ତାନମାନଙ୍କର ସଫଳତାକୁ ନେଇ ଖୁସି ରହିବେ

ଗାୟତ୍ରୀ ମନ୍ତ୍ର ୨୭ ଥର ପାଠ କରନ୍ତୁ

 କୁମ୍ଭ ରାଶି

ଧନିଷ୍ଠା- କର୍ମକ୍ଷେତ୍ରରେ ଉନ୍ନତି ହେବ,ଉଚ୍ଚପଦସ୍ଥ ବ୍ୟକ୍ତିଙ୍କର ସହଯୋଗ ପାଇବେ

ଶତଭିଷା- ଅନ୍ୟମନସ୍କ ହୋଇ କୈାଣସି କାର୍ଯ୍ୟ କରନ୍ତୁ ନାହିଁ

ପୂର୍ବଭାଦ୍ରପଦ- ପୁରା ଦିନ ଆପଣଙ୍କ ସପକ୍ଷରେ ଯିବ

ଲାଲ ବସ୍ତ୍ର ପିନ୍ଧନ୍ତୁ ନାହିଁ

ମୀନ ରାଶି

ପୂର୍ବଭାଦ୍ରପଦ- ମହିଳାମାନେ ଧାର୍ମିକ କାମରେ ବ୍ୟସ୍ତ ରହିବେ

ଉତ୍ତରଭାଦ୍ରପଦ- ଅତୀତ କଥାକୁ ନେଇ ବିବାଦୀୟ ପରିସ୍ଥିତି ହୋଇପାରେ

ରେବତୀ- ନିଜର ପ୍ରିୟ କଥା ଯୋଗୁଁ ଅନେକ କାମ ସଫଳ ହେବ

ବିଷ୍ଣୁ ସହସ୍ରନାମକୁ ଶ୍ରବଣ କରନ୍ତୁ, ସମସ୍ୟା ଦୂର ହେବ

 

 

ଜ୍ୟୋତିର୍ବିଦ୍‌ ଡ. ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571835