ରାଜ୍ୟରେ ଜାରି ରହିଛି ଲକଡାଉନ୍…୪ ଜିଲ୍ଲା ସମେତ ରାଉରକେଲାରେ ୧୪ଦିନିଆ ତାଲା
ଆନ୍ଧ୍ରପ୍ରଦେଶ: ଦେଶର ଅନ୍ୟତମ ଧାର୍ମିକ ପୀଠ ତିରୁପତି ବାଲାଜୀ ମନ୍ଦିରରେ କରୋନା ଆତଙ୍କ । ୧୪ଜଣ ମନ୍ଦିର ପୂଜକଙ୍କ ସମେତ ୧୪୦ କମର୍ଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ କିଛିଦିନ ମନ୍ଦିର ବନ୍ଦ ପାଇଁ କର୍ମଚାରିୀ ସଂଗଠନ ଏବଂ ରାଜନୈତିକ ଦଳ ଦାବି କରୁଥିବା ବେଳେ ଟ୍ରଷ୍ଟ କିନ୍ତୁ ଏବେ ଯାଏଁ କିଛି ବି ନିଷ୍ପତ୍ତି ନେଇନାହିଁ । ଦେଶରେ ଅନଲକ୍ ଘୋଷଣା ପରେ ୧୧ ଜୁନରେ ମନ୍ଦିର ଖୋଲିବାକୁ ବୋର୍ଡ଼ ନିଷ୍ପତ୍ତି ନେଇଥିଲା । ଏବେ ପୁଣି ଥରେ ମନ୍ଦିରରେ ସାର୍ବଜନୀନ ଦର୍ଶନ ବନ୍ଦ କରିବାର କୈାଣସି ଯୋଜନା ନଥିବା ବୋର୍ଡ଼ ଅଧ୍ୟକ୍ଷ ଓ୍ବାଇ ଇ ଶିବ୍ବାରେଡ଼ୀ କହିଛନ୍ତି । ସେମାନଙ୍କ ଭିତରୁ ୧୭ଜଣ ସୁସ୍ଥ ହୋଇସାରିଥିବା ସୂଚନା ରହିଛି । ସେପଟେ ମନ୍ଦିରର ମୁଖ୍ୟ ପୂଜାରୀ ଏନେଇ ଚିନ୍ତା ଜାହିର କରିଛନ୍ତି ।
ରାଜ୍ୟରେ ଆଉ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର: ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୮୬ରେ ପହଞ୍ଚିଛି । ଗଞ୍ଜାମର ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Regret to inform the demise of 3 Covid positive patients while under treatment in hospitals.
1. A 63-year old Male of Ganjam district.
2. A 60-year old Male of Ganjam district.
3. A 48-year old female of Gajapati district who was also suffering from obesity and sleep apnea.
— H & FW Dept Odisha (@HFWOdisha) July 18, 2020
ଗଞ୍ଜାମ ଜିଲ୍ଲାର ୬୩ ବର୍ଷୀୟ ଏବଂ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗଜପତି ଜିଲ୍ଲାର ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମେଦ ବହୁଳ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି ।

ଆଜି ୨ ନୂଆ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି । ଯେତେବେଳେ କି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୮୦ ଛୁଇଁଛି । ସେହିପରି ଆଜି ରାଜ୍ୟରେ ୫୯୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଏଥିରୁ ଗଞ୍ଜାମ ଜିଲ୍ଲାର ୧୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 17th July
New Positive Cases: 591
In Quarantine: 394
Local Contacts: 197(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 13
3. Baragarh: 35
4. Bhadrak: 3
5. Bolangir: 9
6. Boudh: 5— I & PR Department, Odisha (@IPR_Odisha) July 18, 2020
ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗତକାଲିଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ଲକଡାଉନ୍ ଲାଗୁ ହେଉଛି । ଗତକାଲି ରାତି ୯ଟାରୁ ଲକଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହି ସମୟରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯିବ ।
ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍: ସବୁ ରୋଗୀଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ
ଭୁବନେଶ୍ୱର: ଘରୋଇ ଡାକ୍ତର ଓ ମେଡିକାଲ ଅଫିସରଙ୍କ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବହୁ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହେଉଥିବାରୁ ଗାଇଡଲାଇନ ଜାରି କରାଯାଇଛି । ଘରୋଇ କ୍ଲିନକ ଓ ନର୍ସିଂହୋମରେ ଥଣ୍ଡା ଜ୍ୱର ପାଇଁ ଆଇସୋଲେସନ ଗୃହ କରାଯାଇଛି । ସମସ୍ତଙ୍କ ପାଇଁ ରହିବ ହ୍ୟାଣ୍ଡ ସାନିଟାଇଜର, ମାସ୍କ ଓ ହାତଧୁଆ ବ୍ୟବସ୍ଥା କରାଯାଇଛି ।

ସମସ୍ତ ପ୍ରକାର ଡାକ୍ତରୀ ଉପକରଣକୁ ସାନିଟାଇଜ କରାଯିବ । ଥଣ୍ଡା ଜ୍ୱର ରୋଗୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ରିସେପସନ ବ୍ୟବସ୍ଥା । ହଟସ୍ପଟରୁ ଆସୁଥିବା ରୋଗୀଙ୍କୁ କୋଭିଡ ହସପିଟାଲକୁ ପଠାଯିବ । ସବୁ ରୋଗୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ କୁହାଯାଇଛି । ସେହିପରି ଲକଡାଉନରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାରିତା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଡାକ୍ତରଖାନାରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା, ୫ ଦିନ ପୂର୍ବରୁ ହୋଇଥିଲା କରୋନା
ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ । ଜରୁରୀ ସେବାରେ ନଥିବା କର୍ମଚାରୀ ଘରେ ବସି କାମ କରିବେ । ସରକାରୀ କାର୍ଯ୍ୟ ପାଇଁ ସେମାନେ OSWASର ବ୍ୟବହାର କରିବେ । ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ଲକଡାଉନ ସମୟରେ ସବୁ ସରକାରୀ କର୍ମଚାରୀ ହେଡକ୍ୱାଟରରେ ରହିବେ ।
ଡାକ୍ତରଖାନାରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା, ୫ ଦିନ ପୂର୍ବରୁ ହୋଇଥିଲା କରୋନା
ମୁମ୍ବାଇ: ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କୁ କରୋନା ପଜିଟିଭ ହେବାର ୫ ଦିନ ପରେ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶନିବାର ରାତିରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ନିଜକୁ କରୋନା ପଜିଟିଭ୍ ବୋଲି ଘୋଷଣା କରିଥିଲେ ।

ଶନିବାର ଦିନ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରବିବାର ଦିନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଅବଶ୍ୟ, ଉଭୟରେ କରୋନା ଲକ୍ଷଣ ନଥିବାରୁ ତାଙ୍କୁ ନିଜ ଘରେ ହୋମ୍ ଆଇସୋଲେସନରେ ରଖାଯାଇଥିଲା । କିନ୍ତୁ ସୂଚନା ଅନୁଯାୟୀ ଉଭୟଙ୍କୁ ଶୁକ୍ରବାରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତାଙ୍କ ଦେହ ପୂର୍ବାପେକ୍ଷା ଅଧିକ ଖରାପ ହୋଇଥିଲା । ସେଥିପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଡାକ୍ତରଖାନାରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ବୋଲି କୁହାଯାଉଛି । ବିଗ୍ ବି ସୋସିଆଲ୍ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ତାଙ୍କ ପ୍ରଶଂସକଙ୍କୁ ବାର୍ତ୍ତା ପଠାଉଛି । ନିକଟରେ ଅମିତାଭ ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ।
ଭାରତ ସୁରକ୍ଷା ମଞ୍ଚ ଜାରି କଲା କଭର ମ୍ୟାପ୍: ମାନଚିତ୍ରରୁ ଧରାପଡ଼ିଲା ନେପାଳର ଷଡ଼ଯନ୍ତ୍ର
ଭୁବନେଶ୍ୱର: ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ମ୍ୟାପ୍ରେ ଦର୍ଶାଇବା ପରେ ଉଠିଛି ପ୍ରତିବାଦର ସ୍ବର । ପୂର୍ବରୁ ନେପାଳ ଡାକ ଟିକେଟ୍ରେ ଥିବା ମ୍ୟାପ୍ ଏବଂ ଏବେକାର ମ୍ୟାପ୍ ମଧ୍ୟରେ ପାର୍ଥକ୍ୟ ଦେଖାଇ ନେପାଳର ଅସଲ ମୁଖା ଖୋଲିବାକୁ ଉଦ୍ୟମ କରିଛି ଭାରତ ରକ୍ଷା ମଞ୍ଚ । ଏନେଇ ଭାରତ, ଚୀନ ଏବଂ ନେପାଳର ସମ୍ପୂର୍ଣ୍ଣ ମ୍ୟାପ୍ ଥିବା ଏକ ଡାକ ଟିକେଟ୍ ପ୍ରସ୍ତୁତ କରି ନେପାଳ ସମେତ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପଠାଇଛି ।

ଭାତର- ନେପାଳ ସୀମାରେ ଥିବା କାଲାପାନି ଓ ଲିପୁଲେକ୍ ଭାରତର । ୧୯୫୪ରେ ନେପାଳ ପ୍ରସ୍ତୁତ କରିଥିବା ଷ୍ଟାମ୍ପ ମ୍ୟାପ୍ରେ ଏହା ସ୍ପଷ୍ଟ ଦର୍ଶାଯାଇଛି । ମ୍ୟାପ୍ରେ କାଲାପାନିକୁ ନିଜ ଅଞ୍ଚଳ କିମ୍ବା ବିବାଦୀୟ ଅଞ୍ଚଳ ବୋଲି ଦାବି କରିନଥିଲା ନେପାଳ । କିନ୍ତୁ କିଛି ବର୍ଷ ହେଲା ଚୀନ୍ କଥାରେ ପଡି ନେପାଳ ଏହି ଅଞ୍ଚଳକୁ ନିଜର ଦାବି କରୁଛି । ଭଲକରି ଦେଖନ୍ତୁ, ଏହି ଡାକ କଭରକୁ । ଚୀନ୍, ନେପାଳ ଏବଂ ଭାରତର ସୀମା ସ୍ପଷ୍ଟ ଭାବେ ଦର୍ଶାଯାଇଛି । କିନ୍ତୁ କଲାପାନି ଏବଂ ଲିପୁଲେକ୍ ନିଜର ବୋଲି ନେପାଳ ଦାବି କରିବା ସହ ନିଜ ସଂସଦରେ ନୂଆ ମ୍ୟାପ୍ ପ୍ରସ୍ତୁତ କରି ମୋହର ମାରି ନେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ଓଲି । କିନ୍ତୁ ଏହା ବାସ୍ତବରେ ଭାରତରେ ରହିଛି ଏବଂ ରହିବ ବୋଲି ଭାରତ ରକ୍ଷା ମଞ୍ଚ କହିଛି ।

ବିବାଦ ଉଠିବା ପରେ ଭାରତ ରକ୍ଷା ମଞ୍ଚ ପ୍ରତିବାଦ କରିଛି । ଏନେଇ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର ଡାକ କଭର । ଏଥିରେ ୧୯୫୪ ମସିହାରୁ ପ୍ରସ୍ତୁତ ହୋଇଥିବା ମ୍ୟାପ୍ ପ୍ରଦର୍ଶିତ ହୋଇଛି । ଚୀନ୍, ଭାରତ ଏବଂ ନେପାଳର ସୀମା କେତେ ତାହା ସଂପୂର୍ଣ୍ଣ ଭାବରେ ଚିତ୍ରିତ ହୋଇଛି ।

ସୀମା ସଙ୍କେତ ନେଇ ଥିବା କିମ୍ବଦନ୍ତି କ’ଣ କହୁଛି ସେନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ସମେତ ନେପାଳ ଜାତୀୟ ସଭାର ୧୦୦ ଜଣଙ୍କୁ ଏହି ଡାକ କଭର ପଠାଇଛି ଭାରତ ରକ୍ଷା ମଞ୍ଚ । ଏହାସହ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି ।
https://www.facebook.com/NandighoshaTV/videos/907083089813344/
ନେପାଳ ଦାବି କରୁଛି କି ଲିପୁଲେକ୍ ତା’ର । ୨୦୧୫ରେ ଚୀନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଥିବା ସମୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ଲିପୁଲେକ୍ ପାସ୍ ମାଧ୍ୟମରେ ଏକ ବାଣିଜ୍ୟ ମାର୍ଗ ବିସ୍ତାର କରିବାକୁ ଚୀନ୍ ରାଜି ହୋଇଥିଲା । କିନ୍ତୁ ଏବେ ଲିପୁଲେକ୍ ନେପାଳର ବୋଲି ଚୀନ୍ ସମର୍ଥନ ଦେବା ଚୀନ୍ ଏବଂ ନେପାଳର ଷଡଯନ୍ତ୍ରକୁ ପଦାରେ ପକାଇଛି ।
ଲକ୍ଡାଉନ୍ ସାଜିପାରେ ବାଧକ: ରେଜଲ୍ଟ ପ୍ରକାଶରେ ହୋଇପାରେ ବିଳମ୍ୱ
ଭୁବନେଶ୍ୱର: ପୁଣି ବିଳମ୍ବ ହୋଇପାରେ ଯୁକ୍ତ ଦୁଇ ମୂଲ୍ୟାୟନ । ସଟଡାଉନ ପରେ ଲକଡାଉନ ସାଜିପାରେ ବାଧକ । ସପ୍ତାହ ଶେଷର ସଟଡ଼ାଉନରେ ଯୁକ୍ତ ଦୁଇ ମୂଲ୍ୟାୟନ ବାଧାପ୍ରାପ୍ତ ହେଉଥିଲା । ଏବେ ୪ଟି ଜିଲ୍ଲା ଲକଡାଉନ ଘୋଷଣା ହେବା ପରେ ପୁଣି ଖାତା ଦେଖା ସମସ୍ୟା ମୁଣ୍ଡ ଟେକିଛି । ଜିଲ୍ଲାର ସ୍ଥିତି ଦେଖି ଜିଲ୍ଲପାଳମାନଙ୍କୁ ବିଚାର କରିବା ଦିଗରେ ମତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସଟଡାଉନ ପରେ ୧୪ ଦିନିଆ ଲକଡାଉନ । ଯେଉଁଠି ସପ୍ତାହର ଶେଷ ଦୁଇ ଦିନ ଯୁକ୍ତ ଦୁଇ ମୂଲ୍ୟାୟନକୁ ବିଳମ୍ବ କରାଉଥିଲା, ଏବେ ଏହା ଆହୁରି ଡେରି ହେବାର ଆଶଙ୍କା ଦେଖାଦେଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । କିଛି ଶିକ୍ଷକ ଶିକ୍ଷୟତ୍ରୀ ବାହାର ଜିଲ୍ଲାରୁ ମୂଲ୍ୟାୟନ କେନ୍ଦ୍ରକୁ ଆସୁଛନ୍ତି । ଜିଲ୍ଲା ବାହାରକୁ ଯିବା ଉପରେ କଟକଣା ଲାଗିବା ସହ ଲକଡାଉନ ସମୟରେ ଯାତାୟତ କରିବା କାଠିକର ପାଠ ହୋଇ ପଡ଼ିଛି ।

ତେବେ ଲକଡାଉନ ସମୟରେ ଏହି ୪ ଜିଲ୍ଲାରେ ଖାତା ଦେଖା ହେବ ନା ନାହିଁ, ସେ ନିଷ୍ପତ୍ତି ଜିଲ୍ଲାପାଳମାନଙ୍କ ଉପରେ ଛାଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଠିକଣା ସମୟରେ ମୂଲ୍ୟାୟନ ପାଇଁ ବିକଳ୍ପ ପନ୍ଥା ବାହାର କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସ୍ବାସ୍ଥ୍ୟର ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ବିଜେଡି ନେତା କହିଛନ୍ତି ।

ସିବିଏସଇ ଓ ଆଇସିଏସଇ ଫଳାଫଳ ପ୍ରକାଶ ପାଇସାରିଛି । ନୂତନ ଶ୍ରେଣୀରେ ନାମଲେଖା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେଥିବା ସ୍କୁଲ ଗୁଡ଼ିକର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ବାହାରିବାର ଆବଶ୍ୟକତା ରହିଛି ।
ଜାତିସଂଘକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ: ଦେଲେ ସବକା ସାଥ୍, ସବକା ବିକାଶ ନାରା
ନୂଆଦିଲ୍ଲୀ: ମିଳିତ ଜାତିସଂଘକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ମିଳିତ ଜାତିସଂଘର ୭୫ ତମ ବାର୍ଷିକୀ ଅବସରରେ ନ୍ୟୁୟର୍କରେ ପିଏମ ମୋଦି ସମ୍ବୋଧିତ କରିଛନ୍ତି । ଜାତିସଂଘର ଅସ୍ଥାୟୀ ସଦସ୍ୟ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ସମ୍ବୋଧନରେ କହିଛନ୍ତିଯେ କରୋନା ମୁକାବିଲାକୁ ଜନ ଆନ୍ଦୋଳନରେ ପରିଣତ କରାଯାଇଛି । ଦେଶରେ କରୋନା ସୁସ୍ଥ ହାର ଭଲ ରହିଛି । ସାର୍କ ଦେଶ ପାଇଁ କୋଭିଡ଼ ମୁକାବିଲା ଫଣ୍ଡ କରାଯାଇଛି । ଏଜେଣ୍ଡା୨୦୩୦କୁ ପୂରଣ କରିବା ପାଇଁ ଲକ୍ଷ୍ୟ ରହିଛି ।

ଅର୍ଥ ବ୍ୟବସ୍ଥାକୁ ପୁଣି ଟ୍ରାକ୍ କୁ ଆଣିବାକୁ ଦେଶ ନିରନ୍ତର ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଅନେକ ବଦଳିଛି ଦେଶ । ଏଭିତରେ ଆତ୍ମନିର୍ଭର ଭାରତର ଶୁଭାରମ୍ଭ କରାଯାଇଛି । ଭାରତ ସବୁକ୍ଷେତ୍ରରେ ଅନେକ ଆଗେଇଛି । ଆୟୁଷ୍ମାନ ଯୋଜନା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା । ୬ ବର୍ଷରେ ୪୦କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ସିଧା ଗରିବଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି ଟଙ୍କା । ତାଛଡ଼ା ବିକାଶଶୀଳ ଦେଶକୁ ମଧ୍ୟ ସହାୟତା ଯୋଗାଇ ଆସିଛି ଭାରତ । ଆମର ଲକ୍ଷ ସବକା ସାଥ ସବକା ବିକାଶ ।
ସେପଟେ ମିଳିତ ଜାତିସଂଘକୁ ତାଙ୍କର ଭର୍ଚୁଆଲ୍ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପାଇଁ ଆମେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଣିଛୁ। ଆମର ଖାଦ୍ୟ ସୁରକ୍ଷା ଯୋଜନାରେ ୮୩୦ ନିୟୁତ ନାଗରିକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ପ୍ରାୟ ସବୁ ଭାରତୀୟଙ୍କ ମୁଣ୍ଡ ଉପରେ ନଜର ଛାତ ରହିଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମେ ଆମର ମହିଳାମାନଙ୍କୁ ସଶକ୍ତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଲକ୍ଡାଉନ୍ ପୂର୍ବ ପ୍ରସ୍ତୁତି: ଭୂତାଣୁକୁ ଭୁଲି ବୋହି ନେଲେ ମଦ
ଭୁବନେଶ୍ୱର: ୪ ଜିଲ୍ଲାରେ ଆଜି ରାତି ୯ଟାରୁ ଲକଡାଉନ୍ । ମଦ ଦୋକାନରେ ପଡ଼ିବ ତାଲା । ଫଳରେ ୧୪ ଦିନ ପାଇଁ ମଦ ଗଚ୍ଛିତ କରିବାରେ ଲାଗି ପଡ଼ିଛନ୍ତି ଗ୍ରାହକ । ଏପରିକି ଭୂତାଣୁ ଭୟକୁ ଭୁଲି, ସାମାଜିକ ଦୂରତାକୁ ଭାଙ୍ଗି ମଦ ଦୋକାନ୍ ଆଗରେ ଗ୍ରାହକ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ କିଛି କଳାବଜାରୀ କାଲିଠୁ ମଦ ବିକ୍ରି ପାଇଁ ପେଟି ପେଟି ମଦ ବୋହି ନେଉଥିବା ଟ୍ୱିନ୍ସିଟିରେ ଦେଖିବାକୁ ମିଳିଛି ।

ଲକଡାଉନ୍ ପାଇଁ ଛାନିଆ ଗ୍ରାହକ । ୧୫ ପ୍ରତିଶତ ଅଧିକ ଟଙ୍କାରେ ବି କାଉଣ୍ଟର ଆଗରେ ଲମ୍ବା ଲାଇନ୍ । ମଦ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବି ପଛେଇଲେନି ନିଶାଡ଼ି ଗ୍ରାହକ । ଡହ ଡହ ଖରାରେ ସିଝି କିଣିଲେ ମଦ । ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଥିବା କିଛି ମଦ କାଉଣ୍ଟରର । କାଉଣ୍ଟରର ସଟର ଖୋଲିବା ପୂର୍ବରୁ ଲାଗିଯାଇଥିଲା ଲୋକଙ୍କ ଲମ୍ବା ଲାଇନ୍ ।

ଭିଡ କଣ୍ଟ୍ରୋଲ କରିବା ପାଇଁ କିଛି ସ୍ଥାନରେ ବ୍ୟାରିକେଡର ବି ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ୧୪ ଦିନ ପାଇଁ କାଉଣ୍ଟର ବନ୍ଦ ହେବାକୁ ଥିବାରୁ ଏପରି ଭିଡ଼ ବୋଲି କହିଛନ୍ତି ଗ୍ରାହକ ।

ସେପଟେ ଜନଜୀବନ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଲକଡାଉନ ଫର୍ମୁଲା ସ୍ବାଗତ ଯୋଗ୍ୟ ପଦକ୍ଷେପ । କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପ୍ରସ୍ତୁତ ବୋଲି କହିଛି ମଦ ବ୍ୟବସାୟୀ ସଂଘ । ଏବେ ଜୀବନ ବଞ୍ଚିବା ହେଉଛି ପ୍ରାଥମିକତା । ଅନ୍ୟପଟେ ଅନ୍ଲାଇନ୍ରେ ମଦ ବିକ୍ରିକୁ ନାପସନ୍ଦ କରିଛନ୍ତି ବ୍ୟବସାୟୀ । ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ସମସ୍ତେ ଚାଇନା କମ୍ପାନିକୁ ବିରୋଧ କରିବାକୁ ଅପିଲ୍ କରିଛନ୍ତି ସଭାପତି ।
https://www.facebook.com/NandighoshaTV/videos/279717146638520/
କାରଣ ସ୍ବିଗି ଓ ଜୋମାଟୋ ଭଳି କମ୍ପାନୀ ଚାଇନାର ହୋଇଥିବାରୁ ସେମାନଙ୍କ ସହ ବ୍ୟବସାୟ କରିବାକୁ ବିରୋଧ କରାଯାଇଛି । ଆଜି ରାତି ୯ରୁ ଜୁଲାଇ ୩୧ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ୪ ଜିଲ୍ଲା ସହ ରାଉରକେଲା ସହରରେ ଲକଡାଉନ୍ କଟକଣା ଲଗାଯିବ । ଫଳରେ ଏସମସ୍ତ ଜିଲ୍ଲାରେ ଜରୁରୀ ସେବାକୁ ଛାଡି ମଦ ଦେକାନ୍ ସହ ସମସ୍ତ ଦେକାନ୍ ବି ବନ୍ଦ ରହିବ ବି ବୋଲି ଘୋଷଣା ହୋଇଛି ।
ଆଉ ବ୍ରିଟେନର କିଛି ବିଗାଡ଼ି ପାରିବ ନାହିଁ କରୋନା ! ବିକଶିତ ହେଲା ହର୍ଡ୍ ଇମ୍ୟୁନିଟି ?
ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କହୁଛି ଯେ, କରୋନା ଭାଇରସ ମହାମାରୀ ପ୍ରକୋପର ଦ୍ୱିତୀୟ ପର୍ଯ୍ୟାୟ ଆସିଲେ ମଧ୍ୟ ବ୍ରିଟେନର ଅଧିକ କ୍ଷତି ହେବ ନାହିଁ । ଏହି ଅଧ୍ୟୟନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବେଳକୁ ବ୍ରିଟିଶ ନାଗରିକ ସମ୍ଭବତଃ ନିଜ ମଧ୍ୟରେ ପର୍ଯ୍ୟାପ୍ତ ରୋଗ ପ୍ରତିରୋଧକ କ୍ଷମତା (ହର୍ଡ୍ ଇମ୍ୟୁନିଟି) ବିକଶିତ କରିସାରିଥିବା ସମ୍ଭାବନା ରହିଛି । ଅଧ୍ୟୟନରେ ଭାରତୀୟ ବଂଶୋଦ୍ଭବ ପ୍ରଫେସର ସୁନେତ୍ରା ଗୁପ୍ତା ସାମିଲ ଥିଲେ ।

ଅଧ୍ୟୟନ ଅନୁସାରେ ବ୍ରିଟେନ୍ ଲୋକଙ୍କଠାରେ ସାଧାରଣ ଥଣ୍ଡା କାଶ ଭଳି ଋତୁକାଳୀନ ସଂକ୍ରମଣ କାରଣରୁ ରୋଗ ପ୍ରତିରୋଧକ କ୍ଷମତା(ହର୍ଡ ଇମ୍ୟୁନିଟି) ଏତେ ଅଧିକ ଯେ, ସେମାନେ ଘାତକ କରୋନା ଭାଇରସର ପୁଣିଥରେ ଯଦି ଫେରେ ତେବେ ତାହାର ମୁକାବିଲା କରିପାରିବେ ।

ରିସର୍ଚ୍ଚ ପେପରରେ କୁହାଯାଇଛି ଯେ, ‘ବ୍ୟାପକ ମାନ୍ୟତା ହେଉଛି ଯେ, କୌଣସି ମହାମାରୀ କ୍ଷେତ୍ରରେ ସଂକ୍ରମଣ ରୋକିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ଜରୁରୀ ସ୍ତରଠାରୁ ୫୦ ପ୍ରତିଶତ ଅଧିକ ହୋଇଥାଏ’ । ନୂଆ ଅଧ୍ୟୟନ ଏହା ମଧ୍ୟ କହୁଛି ଯେ, ଯେତେବେଳେ ଭଲ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଲୋକ କମ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଲୋକଙ୍କ ସହ ମିଶନ୍ତି ସେତେବେଳେ ସାମୁହିକ ପ୍ରତିରୋଧକ କ୍ଷମତାର ସ୍ତର ଦ୍ରୁତ ଗତିରେ ହ୍ରାସ ପାଇଥାଏ ।
ତେବେ ଏହି ଅଧ୍ୟୟନର ଏବେ ବ୍ୟାପକ ସମୀକ୍ଷା କିମ୍ବା ବିଶ୍ଲେଷଣ ହୋଇନାହିଁ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଥିଓରଟିକାଲ ଏପିଡେମିୟୋଲଜିର ପ୍ରଫେସର ଗୁପ୍ତା ପ୍ରଥମେ ଏହା ଜାଣିବା ପାଇଁ ଆଣ୍ଟିବଡି ଯାଂଚ୍ ବଢାଇବା ଆବଶ୍ୟକ ବୋଲି କହିଥିଲେ । ଯାହାଫଳରେ ଏହା ଜଣା ପଡିବ ଯେ, କରୋନା ଭାଇରସ ବିରୋଧରେ ବ୍ରିଟେନ ନାଗରିକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହେଉଛି ନା ନାହିଁ ।
ସେ ଓ ତାଙ୍କ ସହଯୋଗୀ ଜୋସ୍ ଲରେନ୍ସ,ଫ୍ରାନ୍ସେସ୍କୋ ପିନୋଟି ତଥା କ୍ରେଗ୍ ଥମ୍ପସନ୍ ନିଜ ଅଧ୍ୟୟନରେ କହିଛନ୍ତି ଯେ, ‘‘ ଋତୁକାଳୀନ ଭାଇରସ ସଂକ୍ରମଣରୁ ଅଧିକ ସଂଖ୍ୟାରେ ଲୋକ ରୋଗପ୍ରତିରୋଧକ କ୍ଷମତା କାରଣରୁ ବଂଚିଯାଉଛନ୍ତି । ତେଣୁ ଏହା ମାନିବ ତର୍କସଂଗତ ଯେ, ସାର୍ସ-ସିଓଭି୨ କବଳକୁ ଆସିଲେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବଢିବ । ସେ କହିଛନ୍ତି ଯେ, ଯଦି ଏମିତି ପୁଣିଥରେ ମହାମାରୀର ପ୍ରକୋପ ଫେରିବ ତେବେ ଅପେକ୍ଷକୃତ ବହୁତ କମ ଲୋକଙ୍କ ମୃତ୍ୟୁ ହେବ ଓ ବିଶେଷକରି କମ ବୟସରେ ଅନ୍ୟ ରୋଗରେ ପୀଡିତ ଲୋକଙ୍କ ମଧ୍ୟରେ ସଂକ୍ରମଣ କମ ହେବ ।
ହର୍ଡ ଇମ୍ୟୁନିଟ୍ କ’ଣ ? ସବୁ ଲୋକଙ୍କ ମଧ୍ୟରେ ସମାନ ରୋଗ ପ୍ରତିରୋଧକ କ୍ଷମତା ହେଉଛି ହର୍ଡ ଇମ୍ୟୁନିଟି ।

