spot_img
Home Blog Page 6797

ଭୟଙ୍କର ରୂପ ନେଉଛି କରୋନା… ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ବିଶ୍ୱବ୍ୟାପୀ ବଢିଚାଲିଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । କିଛି ଦେଶରେ ଧିରେ ଧିରେ କରୋନା ଭୂତାଣୁ ନିଷ୍କ୍ରିୟ ହେଉଥିବାବେଳେ ବିଶ୍ୱବ୍ୟାପୀ ଏହାର ପ୍ରଭାବ ବଢିବାରେ ଲାଗିଛି । ସ୍ଥିତି ଏଭଳି ହୋଇଛି ଏବେ ଅଧିକରୁ ଅଧିକ ମୃତ୍ୟୁ ସଂଖ୍ୟା ମଧ୍ୟ ଆସୁଛି, ଆଉ ଏହାକୁ ନେଇ ଚିନ୍ତା ଜାହିର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱବ୍ୟାପୀ ବଢିଚାଲିଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । ବିଶ୍ୱ ସ୍ତରରେ ବଢୁଛି କରୋନା ପ୍ରକୋପ । କିଛି ଦେଶରେ ଧିରେ ଧିରେ କରୋନା ଭୂତାଣୁ ନିଷ୍କ୍ରିୟ ହେଉଥିବାବେଳେ ବିଶ୍ୱବ୍ୟାପୀ ଏହାର ପ୍ରଭାବ ବଢିବାରେ ଲାଗିଛି ।

ତେଣୁ ଏବେ ସାରା ବିଶ୍ୱରେ କରୋନାର ପ୍ରଭାବ ଢେର ଅଧିକ ରହିଛି । ସ୍ଥିତି ଏଭଳି ହୋଇଛି ଏବେ ଅଧିକରୁ ଅଧିକ ମୃତ୍ୟୁ ସଂଖ୍ୟା ମଧ୍ୟ ଆସୁଛି, ଆଉ ଏହାକୁ ନେଇ ଚିନ୍ତା ଜାହିର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । WHO ମୁଖ୍ୟ କହିଛନ୍ତି ଯେ, ଏବେ କରୋନା ବେକାବୁ ସ୍ଥିତିରେ ରହିଛି । ସମ୍ବେଦନଶୀଳ ଭାବେ ଏହାର ମୁକାବିଲା କରିବା ଉଚିତ୍ । ବିଭିନ୍ନ ଦେଶକୁ ଏବେ ଅର୍ଥନୈତିକ ଚିନ୍ତା ଘାରିଛି । ତେଣୁ ଲକଡାଉନ ଉଠାଯାଇଥିବାରୁ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସରକାର ଏ ନେଇ ସଜାଗ ରହିବା ଆବଶ୍ୟକ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଏବେ ମଧ୍ୟ ପୂର୍ବ ଓ ଦକ୍ଷିଣ ଏସିଆରେ କରୋନାର ପ୍ରଭାବ ବଢିବାରେ ଲାଗିଛି । ତେଣୁ ଲୋକେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି କହିଛନ୍ତି WHO ମୁଖ୍ୟ । ୩ ମାସ ପୂର୍ବରୁ କରୋନା ଭୂତାଣୁକୁ ବିଶ୍ୱ ମହାମାରୀ ରୂପେ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ୩ ମାସ ପରେ ମଧ୍ୟ କରୋନା ପ୍ରକୋପ କମିବାର ନା ନେଉନି । ଅନେକ ଦେଶରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଲକଡାଉନ ପାଇଁ ସଂକ୍ରମଣ ଅଧିକ ମାତ୍ରାରେ ବଢିବାରେ ଲାଗିଛି ।

 

କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି ।  ସେଥିରୁ ୧୯ଟି ସଂକ୍ରମଣ ମାମଲା ରାଜଧାନୀରୁ । ୪ ସଂକ୍ରମିତ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ୧୫ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ସୂଚନା ଦେଇଛି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି । ହୋମ୍ କ୍ୱାରେଣ୍ଟାଇନରେ ଥିବା ୪ ସଂକ୍ରମିତ ରେଲୱେ ଷ୍ଟାଫ୍ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେମାନଙ୍କ ବୟସ ହେଉଛି ୪୩, ୪୪, ୫୫, ୩୨ ବର୍ଷ ସମସ୍ତେ ପୁରୁଷ ।

୧୫ଟି ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଜଣେ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କ କର୍ମଚାରୀ । ତାଙ୍କ ବୟସ ୫୧ ବର୍ଷ ବୋଲି ସୂଚନା ମିଳିଛି । ସେ କୋଭିଡ ୧୯ ପଜିଟିଭ ସୂଚନା ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ବିଭାଗକୁ ସିଲ୍ କରାଯାଇଛି । ଅନ୍ୟପଟେ ଏକ ଘରୋଇ ହସ୍ପିଟାଲର ଆଉ ୬ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ପୂର୍ବରୁ ହସ୍ପିଟାଲର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

ଡୁମଡୁମା ସୁବାଷ ନଗର ବସ୍ତିରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ । ଯିଏ କି ଦିଲ୍ଲୀରୁ ଫେରିଥିଲେ । ସେହିଭଳି ଲକ୍ଷ୍ମୀ ବଜାର ବସ୍ତିର ୯ ବର୍ଷର ବାଳକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସୂର୍ଯ୍ୟ ପରାଗ କାରଣରୁ ବଢିବ ମହାମାରୀ ? ଦେଶ ଉପରେ ସୂର୍ଯ୍ୟ ପରାଗର କ’ଣ ରହିବ ପ୍ରଭାବ..ଜାଣନ୍ତୁ

ଜୁନ୍ ୨୧ର ସୂର୍ଯ୍ୟ ପରାଗ ବେଳର ସଂଯୋଗ ବିଗତ ବହୁ ଦଶନ୍ଧି ପରେ ପଡ଼ିଛି । ଯେଉଁଠାରେ ୬ଟି ଗ୍ରହ ଏହି ସମୟରେ ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଏହା ଗ୍ରହମାନଙ୍କର ଗତି ପଥକୁ ସମ୍ପୂର୍ଣ୍ଣ ଓଲଟାଇଦେବ ଏବଂ ଗ୍ରହମାନଙ୍କର ମଣିଷ ଜୀବନ ଉପରେ କୁପ୍ରଭାବ ପକାଇବ । ଯାହାକୁ ପଣ୍ଡିତମାନେ ଅଶୁଭ ମାନୁଛନ୍ତି । ଗ୍ରହମାନଙ୍କର ଏପରି ଚଳନ କାରଣରୁ ପ୍ରାକୃତିକ ବିତ୍ପତି ହେବା ସହ କରୋନା ମହାମାରୀ ସମୟରେ ଏଭଳି ସଂଯୋଗ ଅଗଷ୍ଟ ମାସ ସୁଦ୍ଧା ଏହି ମହାମାରୀକୁ ବଢାଇବାର ସନ୍ଦେହ କରାଯାଉଛି । ଶନିଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏଭଳି ଆଶଙ୍କା କରାଯାଉଛି । ଯଦିଓ ସେପ୍ଟମ୍ବର ମାସ ସୁଧା କେତୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସ୍ଥିତିରେ କିଛି ସୁଧାର ଆସିବ ଏବଂ ଲୋକେ ସବୁ ପ୍ରକାର ସଂକ୍ରଣରୁ ମୁକ୍ତ ହେବାର ସମ୍ଭାବନା ରହିଛି ।

୨୧ଜୁନରେ ମିଥୁନ ରାଶିରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ । ଏହି ସମୟରେ କେତକ ଗ୍ରହ ତାଙ୍କ ଗତିପଥର ବିପରୀତ ଦିଗରେ ଗତି କରିବ । ତେଣୁ ପରାଗ ସମୟରେ ଭଗବାନଙ୍କୁ ସ୍ମରଣ କରିବା ସହ ସମ୍ବନ୍ଧିତ ଗ୍ରହର ମନ୍ତ୍ର ଜପ କରନ୍ତୁ । ଗ୍ରହଣର ସମୟ ଜୁନ ୨୧ରେ ୧୦.୨୦ ସୁଦ୍ଧା ଆରମ୍ଭ ହେବା ସହ ୧୨.୧୭ରେ ମଧ୍ୟ ସୂର୍ଯ୍ୟ ପରାଗ ଏବଂ ୨.୨୦ରେ ମୋକ୍ଷ ହେବ । ତେବେ କେତୁ ୩ ସେପ୍ଟମ୍ବର ସୁଦ୍ଧା ରାଶି ପରିବର୍ତ୍ତ କରି ଧନୁ ରାଶିରୁ ବିଛା ରାଶିକୁ ପ୍ରବେଶ କରିବ ଯାହା ଫଳରେ ସ୍ଥିତରେ ସାମାନ୍ୟ ସୁଧାର ଆସିବା ସହ ସେପ୍ଟେମ୍ବର ୨୮ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ ।

ସାବଧାନ

ମିଥୁନ ରାଶିରେ ଲାଗିବାକୁ ଯାଉଥିବା ଏହି ସୂର୍ଯ୍ୟଗ୍ରହଣ ଅତ୍ୟନ୍ତ ଅଶୁଭ କୁହାଯାଉଛି । ଏବଂ ମଙ୍ଗଳଙ୍କ ଜଳୀୟ ରାଶି ମୀନରେ ରହିବାଟା ମଧ୍ୟ ଶୁଭ ଧରା ଯାଉନାହିଁ । ତେଣୁ ଏହି ଗ୍ରହଣରେ ବଡ଼ ବଡ଼ ପ୍ରାକୃତିକ ବିତ୍ପତିର ଶଙ୍କେତ ମିଳିଥାଏ । ଯେମିତି କି ଅଧିକ ବର୍ଷା, ଘୁର୍ଣ୍ଣିଝଡ଼, ମହାମାରୀ ଭଳି ରୋଗ ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ତେବେ ଗ୍ରହଣ ଲାଗୁଥିବା ସମୟରେ ଭଗବାନଙ୍କ ପ୍ରତିମା ମଧ୍ୟ ଦେଖିବା ଅଶୁଭ ହୋଇଥାଏ । ରାହୁ ଏବଂ କେତୁ ଦୁଇଟିଯାକ ଅଶୁଭ ଗ୍ରହ । ଯେହେତୁ ଏହି ପରାଗ ରାହୁ ଗ୍ରାସ ଦ୍ୱାରା ପ୍ରତି ଫଳନ ହୁଏ ତେଣୁ ଏହା ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ପିଡ଼ିତ କରିବ ତେଣୁ ଏହି ସୂର୍ଯ୍ୟ ପରାଗ ଅନ୍ୟ ପରାଗ ଠାରୁ ଭିନ୍ନ ଅଟେ ।

ରବିବାର ସୂର୍ଯ୍ୟ ପରାଗ, ଜାଣନ୍ତୁ କେତେବେଳେ କରିବେ ପାକ ତ୍ୟାଗ …

ଭୁବନେଶ୍ୱର: ସୂର୍ଯ୍ୟକୁ ୭୨ ପ୍ରତିଶତ ଘୋଡାଇବ ଚନ୍ଦ୍ର । ଚାରିପଟେ ନିଆଁ ବଳୟ ସୃଷ୍ଟିହେବ । ଯାହାକୁ ଖାଲି ଆଖିରେ ଦେଖିଲେ ବିପଦ ବୋଲି କୁହାଯାଉଛି । ଆଫ୍ରିକା, ଉତ୍ତର-ପୂର୍ବ ୟୁରୋପ ଓ ଏସିଆ ମହାଦେଶର କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ତେବେ ପୂର୍ଣ୍ଣ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦେଖାଯିବ । ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । କରୋନ କଟକଣା ପାଇଁ ଏଥର ପରାଗ ଦେଖିବାକୁ ବନ୍ଦ ରହିବ ପଠାଣି ସାମନ୍ତ ପ୍ଳାନେଟାରିୟମ୍‌ ।

୨୧ ତାରିଖରେ ହେବ ବଳୟ ସୂର୍ଯ୍ୟ ପରାଗ । ଏକ ସରଳରେଖାରେ ରହିବେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଆଫ୍ରିକା, ୟୁରୋପ ଏବଂ ଏସିଆରେ ଦେଖାଯିବ ଏହି ପରାଗ । ଉତ୍ତର ଭାରତର ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ୨୭୦ କିଲୋମିଟର ପରିଧିରେ ଏହା ଦୃଶ୍ୟମାନ ହେବ । କିନ୍ତୁ ଓଡ଼ିଶାରେ ଏହାର ଆଂଶିକ ଦୃଶ୍ୟମାନ ହେବ । ସୁନ୍ଦରଗଡରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟକୁ ଘୋଡାଇବ ଚନ୍ଦ୍ର । ସେହିପରି ମାଲକାନଗିରିରେ ୬୧ ପ୍ରତିଶତ ଏବଂ ଭୁବନେଶ୍ୱରରେ ୬୫ ସୂର୍ଯ୍ୟକୁ ଢାଙ୍କିବ ଚନ୍ଦ୍ର । ସାରା ଦେଶରେ ପରାଗ ସକାଳ ୧୦ ଟା ୨୦ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୨ ଟା ୨୦ ରେ ସର୍ବମୋକ୍ଷ ହେବ ।

ତେବେ ସୂର୍ଯ୍ୟ ପରାଗ ନେଇ ଗ୍ରହ ଚଳନ ଉପରେ ଆକଳନ କରିଛନ୍ତି ଜ୍ୟୋତିର୍ବିତ୍‌ । ୨୧ ତାରିଖ ଦିନ ଗୋଟିଏ ରାଶିରେ ବୁଧ, ଚନ୍ଦ୍ର, ରାହୁ ଏବଂ ରବି ରହିବେ । ଏମାନଙ୍କ ଉପରେ ମଙ୍ଗଳଙ୍କର ଦୃଷ୍ଟି ରହିବ । ତେଣୁ ୨୦ ତାରିଖ ରାତି ୧୦ ଟା ୩୮ରୁ ପାକ ତ୍ୟାଗ ଏବଂ ଦେବ ପୂଜା ବାରଣ କରାଯାଇଛି । ୨୧ ତାରିଖ ସକାଳ ୧୦ ଟା ୩୮ ରୁ ଦିନ ୨ଟା ୯ ମିନିଟ ପର୍ଯ୍ୟନ୍ତ ପରାଗର ପ୍ରଭାବ ରହୁଥିବାରୁ ଏହି ସମୟରେ ଅନ୍ନ ଏବଂ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଛି । ପରାଗ ବାୟୁ ତତ୍ତ୍ଵରେ ସଂଗଠିତ ହେଉଥିବାରୁ ବାୟୁ ଏବଂ ଜଳ ଦ୍ଵାରା ସଂଚାଳିତ ରୋଗ ତଥା ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯୟକୁ ଏଡାଇ ଦିଆଯାଇ ପାରିବନି ବୋଲି ଆକଳନ କରିଛନ୍ତି ଜ୍ୟୋତିଷ ।

ବର୍ତ୍ତମାନ ପୃଥିବୀ ଠାରୁ ଚନ୍ଦ୍ର ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ରହିଛି । ତେଣୁ ତାହା ଆମକୁ ଛୋଟ ଦେଖାଯାଉଛି । ଏହି ସମୟରେ ଏହା ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ଢାଙ୍କି ପାରୁନଥିବାରୁ ବଳୟ ସୂର୍ଯ୍ୟ ପରାଗ ଅନୁଷ୍ଠିତ ହେବ ।

ବନ୍ଧୁକ ନେଇ ଯାଉଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍

ଜମ୍ମୁ: ଭାରତ-ଚୀନ୍ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ପାକିସ୍ତାନ ଭାରତ ସୀମା ଭିତରକୁ ଅସ୍ତ୍ର ଚାଲଣର ଷଡ଼ଯନ୍ତ୍ର କରୁଛି । ଡ୍ରୋନ୍ ଦ୍ୱାରା ଭାରତୀୟ ସୀମା ମଧ୍ୟକୁ ପାକିସ୍ତାନ ବନ୍ଧୁକ ପଠାଉଥିବାର ଜଣା ପଡିଛି । ବିଏସଏଫ୍ ଏହିଭଳି ଏକ ଡ୍ରୋନକୁ ଗୁଳି କରି ଖସାଇଛି ।

ଜମ୍ମୁ-କାଶ୍ମୀରର କଠୁଆର ପନସାର ଅଂଚଳରେ ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ବିଏସଏଫ୍ ଠାବ କରିଥିଲା । ତୁରନ୍ତ ବିଏସଏଫ୍ ଏହାକୁ ଗୁଳି କରି ଖସାଇଥିଲା । ଡ୍ରୋନ୍ ତଳକୁ ପଡିବା ପରେ ସେଥିରେ ବନ୍ଧୁକ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।

ଡ୍ରୋନରୁ ମିଳିଥିବା ବନ୍ଧୁକ ଆମେରିକା ତିଆରି ବୋଲି ଜଣା ପଡିଛି । କୌଣସି ଆତଙ୍କବାଦୀ ପାଖକୁ ଡ୍ରୋନ୍ ଦ୍ୱାରା ବନ୍ଧୁକ ପଠାଇବା ପାଇଁ ଉଦ୍ୟମ ହେଉଥିଲା ବୋଲି ବିଏସଏଫ୍ ସନ୍ଦେହ କରୁଛି ।

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଏହାର କୌଣସି ସ୍ଲିପର ଏଜେଣ୍ଟ ପାଖକୁ ଏଭଳି ବନ୍ଧୁକ ସପ୍ଲାଏ କରୁଥିବା ସନ୍ଦେହ କରାଯାଉଛି । ଆତଙ୍କବାଦୀ ଲଂଚପ୍ୟାଡ୍ ଧ୍ୱଂସ ହେବା ପରେ ଆଇଏସଆଇ ଅସ୍ତ୍ରଶସ୍ତ୍ର ସପ୍ଲାଏ ପାଇଁ ଡ୍ରୋନର ସାହାଯ୍ୟ ନେଉଥିବା କୁହଯାଉଛି । ଡ୍ରୋନ୍ ପାକିସ୍ତାନର କେଉଁ ଅଂଚଳରୁ ଆସିଥିଲା ତା’ର ଖୋଳତାଡ୍ ଚାଲିଛି ।

ରଥଯାତ୍ରା ବନ୍ଦ ସପକ୍ଷରେ ଖାରବେଳ ସ୍ୱାଇଁ,କହିଲେ ରଥଯାତ୍ରା ହେଲେ ଭାରତର ଛବି ଖରାପ ହେବ

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାଜ୍ୟରେ ନିରାଶର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସାଧାରଣ ନାଗରିକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ମତ ରହିଛି । କିଛି କରୋନା ମହାମାରୀ କାଳରେ ରଥଯାତ୍ରା ଆୟୋଜନ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମର୍ଥନ କରୁଛନ୍ତି ତ’ କିଛି ନିୟନ୍ତ୍ରିତ ଭାବେ ରଥଯାତ୍ରା ଆୟୋଜନ କରିଥିଲେ କିଛି ଅସୁବିଧା ନଥିଲା ବୋଲି ମତ ରଖୁଛନ୍ତି । ରଥଯାତ୍ରାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଉଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଏହାରି ଭିତରେ ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ଠିକ୍ । ଯଦି ମକ୍କା ମଦିନା ବନ୍ଦ ରହୁଛି,ଆଇପିଏଲ ଓ ଅଲମ୍ପିକ୍ସ ବନ୍ଦ ହେଉଛି ତେବେ ରଥଯାତ୍ରା କାହିଁକି ବନ୍ଦ ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବୃହତ୍ତର ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ବୋଲି ସେ ଯୁକ୍ତି ବାଢିଛନ୍ତି ।

ସେ କହିଛନ୍ତି ଯେ,  ରଥଯାତ୍ରା ହେବା ଉଚିତ ନୁହେଁ । ସୁପ୍ରିମକୋର୍ଟ ଯାହା କହିଛନ୍ତି ସେଥିରେ ସରକାର କାଏମ ରୁହନ୍ତୁ । କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବା ପାଇଁ କହୁଛନ୍ତି । ଗଜପତି ମଧ୍ୟ ଚାପର ବଶବର୍ତ୍ତି ହୋଇ କହୁଛନ୍ତି । ଯ଼ଦି ରଥଯାତ୍ରା ହୁଏ ତେବେ ବିଶ୍ୱସ୍ତରରେ ଭାରତର ଛବି ତଳକୁ ଯିବ । ଭାରତର ବହୁତ କ୍ଷତି ହେବ । କେହି ରିସ୍କ ନେବା ପାଇଁ ଚାହାଁନ୍ତି ନାହିଁ, ଯେ ରଥଯାତ୍ରା ହେଉ ବୋଲି । ସେଥିପାଇଁ ରଥଯାତ୍ରା ବନ୍ଦ ହେଲା ଆଉ ସମସ୍ତେ ଚୁପ ରହିଲେ

ଏହା ସହ ସେ ରଥଯାତ୍ରା ସପକ୍ଷରେ ବାହାରିଥିବା ଗୋଷ୍ଠୀକୁ ମଧ୍ୟ ନିଶାନାକୁ ନେଇଛନ୍ତି । ଯେଉଁମାନେ ରଥଯାତ୍ରା କରିବାକୁ ଚାହୁଁଥିଲେ ସେମାନେ କ’ଣପାଇଁ ସୁପ୍ରିମକୋର୍ଟରରେ ଯୁକ୍ତି ଉପସ୍ଥାପନ କଲେ ନାହିଁ ବୋଲି ସେ ପଚାରିଛନ୍ତି ।

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା ଗିରଫ,୨୬-୧୧ ମୁମ୍ବାଇ ଆକ୍ରମଣ ସହ ଥିଲା ସମ୍ପର୍କ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତହବ୍ବୁର ହୁସେନ ରାଣା ଗିରଫ ହୋଇଛି । ଆମେରିକା ପୋଲିସ ଅଧିକାରୀ ପାକିସ୍ତାନୀ ଆତଙ୍କବାଦୀ ତହବ୍ବୁର ହୁସେନ ରାଣାକୁ ଗିରଫ କରିଛନ୍ତି । ହୁସେନ ୨ ଦିନ ପୂର୍ବରୁ ଜେଲରୁ ମୁକୁଳିଥିଲା ହେଲେ ପୁଣି ଥରେ ତାକୁ ଗିରଫ କରାଯାଇଛି । ତହବ୍ବୁର ହୁସେନ କରୋନା ହୋଇଥିବା ନେଇ ଏକ ପିଟିସନ  ଆଧାରରେ  ଜେଲରୁ ମୁକୁଳିଥିଲା ।

ହୁସେନକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତ ଆମେରିକା ନିକଟରେ ବାରମ୍ବାର ଦାବି କରିଆସୁଛି । ୨୦୦୮ ମୁମ୍ବାଇ ଆକ୍ରମଣରେ  ତହବ୍ବୁର ହୁସେନର ସଂପୃକ୍ତି ଥିଲା, ହେଲେ ସେ ଖସି ଆମେରିକାରେ ଥିବା ତାର ଜଣେ ଆତଙ୍କି ସାଥୀ ସହ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ଯାହା ଫଳରେ ଏବେ ସେ ଆମେରିକାର ଏକ ଜେଲରେ ରହିଛି ।

ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । ଚୀନ୍‌-ଭାରତ ସୀମାନ୍ତ ଗଲ୍‌ବାନ ଘାଟିରେ ସଂଘର୍ଷରେ ସହିଦ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ନୁଦୁରାମ ସୋରେନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମନ୍ତ୍ରୀ ସୁଦାମ ମାରାଣ୍ଡି ୨୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଗଲବାନ୍‌ ଘାଟିରେ କନ୍ଧମାଳ ଜିଲ୍ଲାର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲା ବଡ଼ ଚମ୍ପାଉଦାର ଯବାନ ନୁଦୁରାମ ସୋରେନ୍‌ ସହିଦ ହୋଇଥିଲେ ।

ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର

ଉଭୟଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ବଡ଼ ଚମ୍ପାଉଦା ଗାଁଙ୍କୁ ଯାଇ ସହିଦ ନୁଦୁରାମ ସୋରେନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଂସଦା, କାଶୀନାଥ ହେମ୍ବ୍ରମ, ଏନ୍‌ଡିସିର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଆ ଆଲବମ କ୍ୱିନ୍ ଦୀପା ସାହୁଙ୍କୁ ଜରାୟୁ କ୍ୟାନସର, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡିଆ ଆଲବମ କୁଇନ ତଥା ଅଭିନେତ୍ରୀ ଦୀପା ସାହୁଙ୍କୁ ଜରାୟୁ କ୍ୟାନସର (Uterus Cancer) ହୋଇଥିବା ସୂଚନା ମିଳିଛି । ସେ ଚିତ୍କିସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।


ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ ହସ୍ପିଟାଲରେ ଚିତ୍କିସା ଲାଗି ଭର୍ତ୍ତି କରିଛନ୍ତି । ଦୀପା ଗତ ଏକ ବର୍ଷ ଧରି ଜରାୟୁ କ୍ଯାନସରରେ ପିଡିତ ଥିବା ସୂଚନା ରହିଛି । ସେ ୯୦ ଦଶକରେ ଓଡ଼ିଶା ଆଲବମ ଜଗତରେ ଜଣେ ଜଣା ଶୁଣା ଚେହେରା ଥିଲେ । ଅନେକ ସୁପରହିଟ ଓଡ଼ିଆ ଆଲବମରେ ତାଙ୍କୁ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଦୀପାଙ୍କ ମାଆ ମଧ୍ୟ କ୍ୟାନସର ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ଆଲବମ ଜଗତରୁ ବିଶ୍ରାମ ନେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ।  ‘ମେଡ୍ ଇନ ଓଡ଼ିଆ’ ଆଲବମ ମାଧ୍ୟମରେ ସେ ତାଙ୍କ କାରିୟର ଆରମ୍ଭ କରିଥିଲେ ।

 

https://www.facebook.com/NandighoshaTV/videos/296424414874042/

ଲଦାଖରେ ଆହତ ଯବାନଙ୍କ ବାପା ରାହୁଲଙ୍କୁ କହିଲେ “ବନ୍ଦ କର ନେତାଗିରି”

ନୂଆଦିଲ୍ଲୀ: ଗଲବାନ ଘାଟିରେ ଭାରତୀୟ ସେନା ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ ଆହତ ଯବାନଙ୍କ ପିତା ଉପଦେଶ ଦେଇଛନ୍ତି ।  ଆହତ ଯବାନଙ୍କ ପିତା ଏକ ଭିଡିଓ ସନ୍ଦେଶରେ ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗକୁ ନେଇ ନେତାଗିରି ନକରିବା ପାଇଁ କହିଛନ୍ତି । ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କୁ ଛଦ୍ମ ରାଜନୀତି ଛାଡି ଦେଶହିତରେ ସରକାରଙ୍କୁ ସହ ଛିଡା ହେବାକୁ ଆହ୍ୱାନ କରିଛନ୍ତି ।

ଅମିତ ଶାହ ଯେଉଁ ବଲବନ୍ତ ସିଂହଙ୍କ ଭିଡ଼ିଓ ସେୟାର କରିଛନ୍ତି,ତାଙ୍କରି ଗୋଟିଏ ଭିଡିଓକୁ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ବଲବନ୍ତ ପୁଅ ସହ ହୋଇଥିବା କଥାବାର୍ତ୍ତା ଆଧାରରେ ଲଦ୍ଦାଖରେ ହୋଇଥିବା ଘଟଣା ବାବଦରେ ତଥ୍ୟ ଦେଉଥିଲେ । ଭିଡିଓକୁ ସେୟାର କରି ରାହୁଲ କହିଥିଲେ ଯେ, ଭାରତ ସରକାରଙ୍କ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବଂଚାଇବା ପାଇଁ ମିଛ କହିବା ଦୁଃଖର କଥା ।

ରାହୁଲଙ୍କୁ କହିଲେ-ରାଜନୀତି ଠିକ୍ ନୁହେଁ

ଏହାପରେ ଶନିବାର ଦିନ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ବଲବନ୍ତ ସିଂହଙ୍କ ଆଉ ଗୋଟିଏ ଭିଡ଼ିଓ ଆସିଛି । ଯେଉଁଥିରେ ବଲବନ୍ତ ରାହୁଲଙ୍କୁ କହୁଛନ୍ତି କି ‘‘ ଭାରତୀୟ ସେନା ସେହି ସେନା ଯାହା ଚୀନକୁ ହରାଇ ପାରିବ ଓ ଅନ୍ୟଦେଶଙ୍କୁ ମଧ୍ୟ ପରାସ୍ତ କରି ପାରିବ । ରାହୁଲ ଗାନ୍ଧୀ ଆପଣ ନେତାଗୀରି କରନ୍ତୁ ନାହୁଁ ,ଏଭଳି ରାଜନୀତି ଠିକ୍ ନୁହେଁ । ମୋ ପୁଅ ଆଗରୁ ବି ଦେଶ ପାଇଁ ଲଢିଛି,ଠିକ୍ ହେଲା ପରେ ଆଗକୁ ବି ଦେଶ ପାଇଁ ଲଢିବ’’