spot_img
Home Blog Page 680

ପୂରଣ ହୋଇନି କୌଣସି ପ୍ରତିଶୃତି, ମିଳିଛି କେବଳ ପ୍ରତାରଣା : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ :  ପୁରୀରେ ହୋଇଥିବା ଯୁବ ଓ ଛାତ୍ର ବିଜେଡିର ଜନଜାଗରଣରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ସରକାରର ସବୁ ଭଲ ଯୋଜନାକୁ ବନ୍ଦ କରିଦେଇଛି ବିଜେପି। ଲକ୍ଷ୍ମୀ ବସରେ ମାତ୍ର ୫ ଟଙ୍କାର ସ୍କୁଲ କଲେଜ ଯାଉଥିଲେ ପିଲାମାନେ। ତାକୁ ବନ୍ଦ କରିଦେଇଛି ବିଜେପି। ମିଶନ ଶକ୍ତିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ମହିଳାଙ୍କ ଉପରେ ବଢ଼ିଛି ଅତ୍ୟାଚାର। ଝାଡ଼ାବାନ୍ତି ଓ ହଇଜାରେ ଲୋକେ ହିନସ୍ତା ହେଉଛନ୍ତି।

ଆୟୁଷ୍ମାନ କାର୍ଡ ଧରି ରୋଗୀମାନେ ହସପିଟାଲରୁ ଫେରୁଛନ୍ତି। ରାଜ୍ୟର ଅର୍ଥନୀତି ତଳମୁହାହିଁ। ନୂଆ ଓ ଛାତ୍ରବୃତ୍ତିକୁ ବନ୍ଦ କରିଦେଲେ। ଅପରାଧ ମଧ୍ୟ ବଢ଼ିଛି। ବିଜେପିର ଏହି ସବୁ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଯୁବ ଓ ଛାତ୍ର ବିଜେଡିକୁ ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ସୋସିଆଲ ମିଡିଆରେ ଏସବୁ କଥା ଉଠାନ୍ତୁ। ଲୋକେ ସତ ଜାଣିବା ଦରକାର। ଯୁବ ସମାଜ ସତ୍ୟର ସାରଥୀ ହୋଇ ମିଛର କାଉଣ୍ଟର କରନ୍ତୁ। ବିଜେପିର ମିଛ ପ୍ରଚାର ବିରୋଧରେ ଏହି ଜନଜାଗରଣ ଅଭିଯାନ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଟଙ୍କା ହଡପ କରି ଠିକାଦାର ଫେରାର

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉନ୍ନୟନ ମୂଳକ କାମରେ ଘୋଟାଲା । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା । ପାରଳାଖେମୁଣ୍ଡିରେ ଥିବା ବୃହତ ରାମ ସାଗର ପୁନରୁଦ୍ଧାର କାମରେ ହୋଇଛି ଅର୍ଥ ହେରଫେର । ସାଗରର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଏବଂ ନୌବିହାରର ବ୍ୟବସ୍ଥା ପାଇଁ ତତ୍କାଳୀନ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ୫୦ ଲକ୍ଷ ମଞ୍ଜୁର କରିଥିଲେ ।

୨୦୨୪ ଜାନୁଆରୀରେ ବିଭାଗ ପକ୍ଷରୁ ସାଗରର ପଙ୍କ ଉଦ୍ଧାର ସହ ହିଡ ମରାମତି କାମ ଆରମ୍ଭ ହୋଇଥିଲା । ଏସ ଗୃପ ଅଫ କନଷ୍ଟ୍ରକସନ ନାମକ ଏକ ନିର୍ମାଣ କାରୀ ସଂସ୍ଥା ଦାୟିତ୍ଵ ନେଇଥିଲା । ହେଲେ ନା ସାଗରରୁ ଶେଷ ହୋଇଛି ପଙ୍କ ଉଦ୍ଧାର ନା ହିଡ ମରାମତି, କେବେଳ ମଝିରେ ଠାଏ ଠାଏ ମାଟି ଜମା କରି ଠିକାଦାର ଫେରାର । କିନ୍ତୁ ଏହାରି ଭିତରେ କାର୍ଯ୍ୟ ବାବଦକୁ ୨ କୋଟି ୪୦ ଲକ୍ଷ ୭୯ ହଜାର ଟଙ୍କା ବିଲ କରି ଚଳୁ କରାଯାଇଛି । ଯାହାକି ପୂର୍ବରୁ ଥିବା ଅଧିକାରୀଙ୍କ ବଦଳି ପରେ ଦୁର୍ନୀତି ସାମ୍ନାକୁ ଆସିଛି । ଏପରିକି ସମ୍ପୃକ୍ତ ଠିକାଦାର ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ନକଲି ବୋଲି ଧରାପଡିଛି । ଏନେଇ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ନୂଆ ଅଧିକ୍ଷଣ ଯନ୍ତ୍ରୀ, ଏବଂ କହିଛନ୍ତି ଓପିଡବ୍ଲୁଡି କୋଡ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସଂପୃକ୍ତ ଠିକାଦାର ଉଦ୍ଦେଶ୍ୟମୂଳକ ଭାବେ ବ୍ୟାଙ୍କ ଗ୍ୟାରେଣ୍ଟି ବାବଦକୁ ଦେଇଥିଲେ ନକଲି ବ୍ୟାଙ୍କ ବଣ୍ଡ । ଯାହାକୁ ଅନ୍ଧ ଭଳି ଯାଞ୍ଚ ନକରି ଆଖିବୁଜି ଗ୍ରହଣ କରିନେଇଥିଲେ ତତ୍କାଳୀନ ଅଧିକାରୀ । କାମ ଚାଲୁଥିବା ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ । ଏହା ସତ୍ତ୍ଵେ ଠିକାଦାର ପ୍ରତି ଅନୁକମ୍ପା ଦେଖାଇ ସମ୍ପୃକ୍ତ ଯନ୍ତ୍ରୀ ବିଲ ପୈଠ କରିଥିବା ଅଭିଯୋଗ ହୋଇଛି । ଯାହା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାକୁ ପଦାରେ ପକାଉଛି । ଅନ୍ଯପକ୍ଷରେ ଠିକାଦାରଙ୍କ ଦୁର୍ନୀତି ଖୋର ମନୋଭାବରୁ ସରକାରଙ୍କ ଯୋଜନା ଅଧାର ଅଟକିଯାଇଛି ।

 

 

ଇସ୍ରାଏଲରେ ଲଗାତାର ବୋମା ମାଡ଼ ଯୋଗୁଁ ଭାରତୀୟଙ୍କ ହୃଦଘାତରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲରେ ଲଗାତାର ବୋମା ମାଡ଼ ଯୋଗୁଁ ଜଣେ ଭାରତୀୟଙ୍କର ହୃତଘାତରେ ମୃତ୍ୟୁ ଘଟିଛି । ସେ ସେଠାରେ ପାର୍ଟ ଟାଇମ ଚାକିରି କରି କରିବା ପାଇଁ  ଯାଇଥିଲେ  । ହେଲେ ଲଗାତାର ସେଠାରେ  ବୋମାବାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । ସେ ତେଲେଙ୍ଗାନାର ଜଗତିଆଲ ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କ ନାମ ରବିନ୍ଦ୍ର ବୋଲି ଜଣାପଡିଛି ।

ସ୍ଥାନୀୟ ଗଣମାଧ୍ୟମରେ ତାଙ୍କ ପତ୍ନୀ ଆର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଯେତେବେଳେ ଯୁଦ୍ଧ ସ୍ଥିତି ଆରମ୍ଭ ହେଲା, ସେବେ ସେ ଫୋନ୍ କରି କହିଲେ ଯେ ସେଠାରେ ଲଗାତାର ବୋମା ମାଡ଼ ଯୋଗୁଁ ସେ ଭୟଭୀତ ରହୁଛନ୍ତି। ଏବଂ ସେ ଆମକୁ କହିଲେ କୌଣସି ମୁହୂର୍ତ୍ତରେ ସେ ତାଙ୍କ ଜୀବନ ହରାଇ ପାରନ୍ତି। ଆମେ ତାଙ୍କୁ ସାନ୍ତ୍ୱନା ଦେଇଥିଲୁ ଯେ ତାଙ୍କର କିଛି ହେବ ନାହିଁ ।

ସରକାରଙ୍କ ଠାରୁ ସାହାଯ୍ୟ ପାଇଁ ନିବେଦନ

ବିଜୟଲକ୍ଷ୍ମୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ସେ ଅଧିକାଂଶ ସମୟ ସେ ହସ୍ପିଟାଲରେ ବିତାଉଥିଲେ। ସେଠାରେ ହସ୍ପିଟାଲ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା , ଏହା ଯୋଗୁଁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ହସ୍ପିଟାଲ କର୍ତ୍ତୃପକ୍ଷରୁ ତାଙ୍କ ମୃତ୍ୟୁ ବିଷୟରେ ଆମକୁ ସୂଚନା ମିଳିଥିଲା । ବିଜୟଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କ ମୃତଦେହ ଫେରାଇ ଆଣିବା ପାଇଁ ତେଲେଙ୍ଗାନା ସରକାର ଏବଂ କେନ୍ଦ୍ରକୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ମୋ ସ୍ୱାମୀଙ୍କ ମୃତଦେହକୁ ଫେରାଇ ଆଣନ୍ତୁ ଏବଂ ମୋ ପିଲାମାନଙ୍କୁ ଚାକିରି ଦେବାରେ ସାହାଯ୍ୟ କରନ୍ତୁ।

ଆମେରିକାକୁ ଇରାନର ଚେତାବନୀ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନାକୁ ପ୍ରାୟ ଗୋଟିଏ ସପ୍ତାହ ବିତିଗଲାଣି। ଆଜି ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଆକ୍ରମଣରେ ଆମେରିକାର ହସ୍ତକ୍ଷେପ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର କାରଣ ହେବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଇରାନ ଉପରେ ଇସ୍ରାଏଲର ଆକ୍ରମଣରୁ ନିଜକୁ ଦୂରେଇ ରଖିଥିଲେ କିନ୍ତୁ ପରେ ଆମେରିକାର ଅଧିକ ସମ୍ପୃକ୍ତି ଉପରେ ଇଙ୍ଗିତ ଦେଇ କହିଥିଲେ ଯେ ସେ ଯୁଦ୍ଧବିରତି ଅପେକ୍ଷା ବଡ଼ କିଛି ଚାହୁଁଛନ୍ତି।

 

ବଡ଼ମ୍ବା ବଡ଼ବାରସିଂହରେ ଅଭାବନୀୟ ଘଟଣା : ବିଷ ପିଇ ଶାଶୁ,ବୋହୂଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରାେ : କଟକ ବଡମ୍ବା ବଡବାରସିଂହ ଗାଁରେ ଅଭାବନୀୟ ଘଟଣା। ବିଷ ପିଇ ଶାଶୁ,ବୋହୂ ମୃତ। ସ୍ୱାମୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି। ମୃତ ବୋହୁ ସଙ୍ଗୀତା ସେନାପତି, ଶାଶୁ ନିବାସୀ ସେନାପତିଙ୍କ ମୃତ୍ୟୁ ଘଟିଛି। ଆହତ ସ୍ୱାମୀ ଭାଗିରଥୀ ସେନାପତି ଗୁରୁତର ହୋଇ ବଡ଼ମ୍ବା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବଡମ୍ବା ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ତେବେ ମୃତ ବୋହୁ ସଙ୍ଗୀତା ସେନାପତିଙ୍କ ଭାଇ ଶ୍ରୀଧର ସାହୁ ଓ ମୃତ ଶାଶୁ ନିବାସୀ ସେନାପତିଙ୍କ ଭାଇ ଟୁକୁଲା ସେନାପତି ଥାନାରେ ଏତଲା ଦେଇଛନ୍ତି। ବିଷକ୍ରିୟାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା।, ଗଢିଲେ ନୂଆ ଯାତ୍ରା ପାର୍ଟି

ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଲେ ରାଣୀ ପଣ୍ଡା। ଗଢିଲେ ନୂଆ ଯାତ୍ରା ପାର୍ଟି । କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଦାୟିତ୍ଵ ନେଇଥିଲେ । ମାସେ ନପୁରୁଣୁ ଆଭ୍ୟନ୍ତରୀଣ ବିବାଦ ପାଇଁ ଛାଡ଼ିଥିବା ସାମ୍ବାଦିକ ସମିଳନୀରେ କହିଛନ୍ତି ରାଣୀ।  ନିଜର ନୂଆ ଯାତ୍ରା ପାର୍ଟି ନିଜ ବ୍ୟାନରରେ ଗଢିଲେ ଅପେରା” ନାଟ୍ୟ ମଣ୍ଡପ”। ଦମଦାର ନାଟକ ସହିତ ନିଜ ଜୀବନରେ ଘଟିଥିବା ବାସ୍ତବ ଘଟଣାକୁ ନାଟକ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବେ ରାଣୀ । ଜୁଲାଇ ୭ ତାରିଖ ଦିନ ମହୁରତ ଏବଂ ଆଖଡ଼ା ପୂଜା ହେବ । ଅଗଷ୍ଟ ୧୫ରେ ଯାତ୍ରା ପରିବେଷଣ କରିବ ତାଙ୍କ ନିଜ ପାର୍ଟି ବୋଲି ରାଣୀ ପଣ୍ଡା ସୂଚନା ଦେଇଛନ୍ତି । କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ରାଣୀଙ୍କୁ ନେଇଥିଲା। ବୁକିଙ୍ଗ ବି ହୋଇଥିଲେ ନାମୀ ଦାମୀ କଳାକାର। କମିଟି ବି ଭଲ ଲାଭ ଆଶାରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ବୁକିଙ୍ଗ କରିଥିଲେ । ହେଲେ ଆଭ୍ୟନ୍ତରୀଣ ବିବାଦ ପାଇଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରକୁ ବାଏ ବାଏ କହିଛନ୍ତି ରାଣୀ ।

ରାଜା ରଘୁବଂଶୀ ହତ୍ୟା ମାମଲା : ପଦାକୁ ଆସିଲା ଆଉ ଜଣେ ବ୍ୟକ୍ତି ସଞ୍ଜୟ ବର୍ମାଙ୍କ ନାଁ

ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲା। ପଦାକୁ ଆସିଲା ଆଉ ଜଣେ ବ୍ୟକ୍ତିଙ୍କ ନାଁ। ସେ ହେଉଛନ୍ତି ସଞ୍ଜୟ ବର୍ମା। ରାଜାଙ୍କ ପତ୍ନୀ ସୋନମଙ୍କ ସହ ସେ ବିବାହ ପୂର୍ବରୁ ଓ ପରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ତଦନ୍ତରୁ ଜଣାଯାଇଛି।  ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୫ ଯାଏ ଉଭୟ ସୋନମ ଓ ସଞ୍ଜୟଙ୍କ ମଧ୍ୟରେ ୧୧୯ଟି କଲ୍ ହୋଇଥିବା କଲ ରେକର୍ଡରୁ ଜଣାଯାଇଛି। ବର୍ତ୍ତମାନ ତାଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ସ୍ଥିତି ଅଧିକ ସନ୍ଦେହଜନକ ହୋଇଛି।

ଗତ ମେ ୨୩ରେ ରାଜାଙ୍କୁ ମେଘାଳୟରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ୧୦ ଦିନ ପରେ ମେଘାଳୟରୁ ମିଳିଥିଲା। ରାଜାଙ୍କୁ ଏକ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ବିଶାଳ ସିଂ ଆକ୍ରମଣ କରିଥିବା କୁହାଯାଉଛି। ସୋନମଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାଜ ଖୁସୱାହା ୩ ଅଭିଯୁକ୍ତ ବିଶାଳ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀଙ୍କୁ ଯୋଗାଡ କରିଥିବା ଅଭିଯୋଗ ହୋଇଛି। ସେପଟେ ଇନ୍ଦୋରସ୍ଥିତ ସୋନମଙ୍କ ବାସ ଭବନରେ ପହଞ୍ଚିଛି ମେଘାଳୟର ଏସଆଇଟି ଟିମ୍ । ତେଣେ ରାଜାଙ୍କ ମୃତଦେହ ମିଳିଥିବା ସ୍ଥାନରୁ ମିଳିଛି ଆଉ ଏକ ଭୁଜାଲି। ଏହା ସହିତ ମେଘାଳୟ ଯିବାବେଳେ ଦମ୍ପତିଙ୍କ ନିକଟରେ ରହିଥିଲା ୪ଟି ଫୋନ। ହତ୍ୟା ପରେ ରାଜାଙ୍କ ଫୋନକୁ ଭାଙ୍ଗି ସୋନମ ଫୋପାଡି ଦେଇଥିବା ପୋଲିସ କହିଛି। ସୋନମଙ୍କ ନିକଟରେ ଥିବା ୩ଟି ଫୋନ ଏବେ ବି ମିଳିନାହିଁ ।

ଅଗଷ୍ଟ ୧୫ରୁ ନୂଆ ଫାସ୍ ଟ୍ୟାଗ ନିୟମ, ୩ ହଜାର ଟଙ୍କାରେ ମଳିବ ବର୍ଷିକିଆ ଅବଧି

ନନ୍ଦିଘୋଷ ବ୍ୟୁରୋ : ଜାତୀୟ ରାଜବଥରା ଯାତାୟତ କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର  । କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ସରକାର ଘରୋଇ ଗାଡି ଗୁଡିକ ବର୍ଷିକିଆ ଫାସ୍ ଟ୍ୟାଗ୍ ପାସ ଜାରି କରିବେ । ଯାହାର ମୂଲ୍ୟ ୩ ହଜାର ଟଙ୍କା ରହିବ । ଏହି ନିୟମ ଅଗଷ୍ଟ ୧୫ ତାରିଖରୁ ଲାଗୁ ହେବ । ଏହି ପାସରେ ଘରୋଇ ଯାନ ମାଲିକ ମାନେ କମ ଟଙ୍କାରେ ଯାତାୟତ କରିପାରିବେ । ଏହି ପାସ ମାଧ୍ୟମରେ ଗାଡି ମାଲିକମାନେ ବର୍ଷକୁ ୨୦୦ ଥର ଟୋଲରେ ଅତିକ୍ରମ କରିପାରିବେ ।

କେନ୍ଦ୍ରମନ୍ତ୍ରୀ ଗଡକରୀ ଏକ୍ସ ମାଧ୍ୟମରେ କହିଛନ୍ତି,  ଏହି ସୁବିଧାଟି ଅଣ-ବାଣିଜ୍ୟିକ ଯାନବାହନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି, ଯାହା ଦ୍ଵାରା ଜାତୀୟ ରାଜପଥରେ ସୁଗମ ଯାତ୍ରା ସମ୍ଭବ ହୋଇପାରିବ। ଗଡକରୀ କହିଛନ୍ତି ଯେ ଏହି ପାସ୍ ପାଇଁ ଖୁବ୍ ଶୀଘ୍ର NHAI ଏବଂ MoRTH ର ୱେବସାଇଟ୍ ଓ ‘ରାଜମାର୍ଗ ଯାତ୍ରା ଆପ୍’ ରେ ଏକ ପୃଥକ ଲିଙ୍କ୍ ଉପଲବ୍ଧ କରାଯିବ, ଯାହା ମାଧ୍ୟମରେ ଯାନବାହନ ମାଲିକମାନେ ପାସ୍ ପାଇପାରିବେ। ନବୀକରଣ ପ୍ରକ୍ରିୟା ଅନଲାଇନରେ ମଧ୍ୟ କରାଯାଇପାରିବ।

ନୂତନ ବାର୍ଷିକ ପାସ୍ ନୀତିର ଲକ୍ଷ୍ୟ ୬୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସହିତ ଜଡିତ ପୁରୁଣା ସମସ୍ୟାର ସମାଧାନ କରିବ। ଡିଜିଟାଲ୍ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ସହଜ କରିବ, ଟୋଲ୍ ପ୍ଲାଜାରେ ଅପେକ୍ଷା ସମୟ ହ୍ରାସ କରିବ, ଭିଡ଼ ହ୍ରାସ କରିବ ଓ ବିବାଦ ଦୂର କରିବା ଏହାର ପ୍ରମୁଖ ଲାଭ। ଏହି ଘୋଷଣା ଲକ୍ଷ ଲକ୍ଷ ଘରୋଇ ଯାନ ଚାଳକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଡାଇରିଆ ପ୍ରବଣ ଅଞ୍ଚଳର ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ବର :  ଡାଇରିଆ ପ୍ରବଣ ଅଞ୍ଚଳର ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯିବ। ଡାଇରିଆ ବ୍ୟାପିଛି। ସ୍କୁଲ ଖୋଲିବ ଆସନ୍ତା ଜୁନ ୨୦ରେ। ସ୍ୱଚ୍ଛତା ସହ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲକୁ ଗାଇଡ଼ଲାଇନ ଦିଆଯାଇଛି। ରୋଷେଇ ସାମଗ୍ରୀ ଓ ରୋଷେଇ ଘର ପରିଷ୍କାର ରହିବ। SMC, ପ୍ରଧାନ ଶିକ୍ଷକ, BEO, DEO, CRCC ମାନ ଯାଞ୍ଚ କରିବେ ଯେପରି ସ୍ୱଚ୍ଛ ପରିବେଶରେ ଖାଦ୍ୟ ଦିଆଯିବ। ଆଶା କରାଯାଉଛି, ଡାଇରିଆ ଏଡାଇ ଦିଆଯିବ। ସରକାରଙ୍କ ପରବର୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଥିବା କହିଛନ୍ତି ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ଭବାନୀ ପ୍ରସାଦ ମିଶ୍ର।

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆଇଜି ସାଇନି ଏସ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଆଜି ତଦନ୍ତ ଆରମ୍ଭ କରିଛନ୍ତି ଆଇଜି । ଅନ୍ଯପଟେ ପୀଡିତା ଓ ପୁରୁଷବନ୍ଧୁ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ସ୍ଥାନ ବୁଲି ଦେଖିଛନ୍ତି ଏସପି ଶର୍ବଣା ବିବେକ ଏମ., ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାରଙ୍କ ସମେତ କିଛି ଜିଲ୍ଲା ପ୍ରଶାସନର ଅଧିକାରୀ। ଟିମ ସହିତ ପରିବହନ ମନ୍ତ୍ରୀ ମଧ୍ଯ ଗଣଦୁଷ୍କର୍ମ ସ୍ପଟ ବୁଲି ଦେଖିଥିଲେ। ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁ ଫ୍ଲାଗ ବିଚ କରିବା ନେଇ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହି କ୍ରମରେ ସମୁଦ୍ର ବେଳାଭୂମିରେ ଚାରୋଟି କ୍ୟାବିନ କରାଯାଇଛି । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରାଯିବ । ସେହିପରି ସମୁଦ୍ର ବେଳାଭୂମିରେ ଆଲୋକୀକରଣ କରାଯିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି । ଘଟଣାର ଗୁରୁତ୍ବକୁ ଦେଖି ଏହାକୁ ରେଡ୍ ଫ୍ଲାଗ ଭାବେ ବିବେଚନା କରାଯାଇ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ସରକାର । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୬ ଜଣ ସାବାଳକ ଥିବାବେଳେ ଗିରଫଙ୍କ ମଧ୍ଯରେ ୪ ଜଣ ନାବାଳକ ଅଛନ୍ତି । ୬ ସାବାଳକ ହେଲେ କୁନାଳ ପ୍ରଧାନ, ପ୍ରମୋଦ ନାୟକ, ଲକ୍ଷ୍ମଣ ପ୍ରଧାନ, ଓମ ପ୍ରଧାନ, ବାବୁରାମ ଦଳାଇ ଓ ଦୀପକ ତରାଇ । ଅନ୍ଯପଟେ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ୧୦ ଅଭିଯୁକ୍ତଙ୍କ ମଧ୍ଯରୁ ୩ ଜଣ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ୭ ଜଣ ସହଯୋଗ କରିଥିବା ସୂଚନା ମିଳିଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନହୁଏ ତାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଉପରେ ପୁଣି ଆକ୍ରମଣ

ନନ୍ଦଘୋଷ ବ୍ୟୁରୋ :  ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ କରାଯାଇଛି। ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଚାରୋଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନ୍ ପେଶାୱାରରୁ କ୍ୱେଟା ଯାଉଥିଲା। ପୋଲିସ ଅନୁଯାୟୀ, ବିସ୍ଫୋରଣ ଟ୍ରାକରେ ପ୍ରାୟ ତିନି ଫୁଟ ଗଭୀର ଏବଂ ଚଉଡା ଏକ ଗାତ ସୃଷ୍ଟି କରିଥିଲା। ଯେତେବେଳେ ଛଅ ଫୁଟ ଟ୍ରାକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କୋଚ୍‌ ଗୁଡ଼ିକର ଚକ ଟ୍ରାକରୁ ଖସିପଡ଼ିଥିଲା ଓ ଟ୍ରେନଟି ସହିତ ଅଟକି ଯାଇଥିଲା। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି, ଯଦିଓ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇଥିବା ଜଣାପଡିନି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଉଛି।

ଜାଫର ଏକ୍ସପ୍ରେସ୍ ପୂର୍ବରୁ ମଧ୍ୟ ଆକ୍ରମଣର ଶିକାର ହୋଇଆସିଛି। ବେଲୁଚିସ୍ତାନ ଦୀର୍ଘ ସମୟ ଧରି ଅସ୍ଥିରତା, ବିଚ୍ଛିନ୍ନତା ଏବଂ ସେନା ବିରୁଦ୍ଧରେ ବିଦ୍ରୋହ ସହିତ ଲଢ଼େଇ କରିଆସୁଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବର୍ଷ ମାର୍ଚ୍ଚରେ ବାଲୁଚ୍ ଲିବରେସନ୍ ଆର୍ମି ଜାଫର ଏକ୍ସପ୍ରେସ୍ ଅପହରଣ କରିଥିଲା, ଯେଉଁଥିରେ ପ୍ରାୟ ୩୫୦ ଯାତ୍ରୀ ଥିଲେ। ତଥାପି, ପରେ ଏକ କଷ୍ଟକର ଅପରେସନ୍ ପରେ, ପାକିସ୍ତାନ ସେନା ଟ୍ରେନଟିକୁ ବ୍ଲା କବଜାରୁ ମୁକ୍ତ କରିଥିଲା, କିନ୍ତୁ ବ୍ଲା ୧୦୦ ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଥିଲା।