spot_img
Home Blog Page 6811

୧୯ ଜୁଲାଇ ଯାଏଁ ଭୀମସାର ଓପିଡି ବନ୍ଦ

ସମ୍ବଲପୁର: ଆଜିଠୁ ଭୀମସାର ଓପିଡି ବନ୍ଦ । ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଆଜିଠୁ ଭୀମସାର ଓପିଡି ୧୯ ଜୁଲାଇ ଯାଏ ବନ୍ଦ ରହିବା ସହ ରୁଟିନ ସର୍ଜରୀ ମଧ୍ୟ ବନ୍ଦ ରହିବ । କେବଳ ରେଫର ରୋଗୀଙ୍କୁ ଆଡମିସନ ଅନୁମତି ରହିଛି ।

ଜଣେ ରୋଗୀ ପିଛା ଜଣେ ଆଟେଣ୍ଡାଣ୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଷ୍ଟାଫ୍, ରୋଗୀ, ଆଟେଣ୍ଡାଣ୍ଟ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ହୋଇଛି । କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଅନୁମତି ମିଳିଛି । ପଶ୍ଚିମ ଓଡ଼ିଶାରେ ଚିକିତ୍ସା ପାଇଁ ପ୍ରାଣକେନ୍ଦ୍ର ପାଲଟିଥିବା ଭୀମସାରରେ ଗଲା ୨ଦିନ ଭିତରେ ୩ ଡାକ୍ତର, ୩ ନର୍ସ  ଓ ଜଣେ ଆଟେଣ୍ଡାଣ୍ଟ ଆକ୍ରାନ୍ତ   ହୋଇଛନ୍ତି ।

ଏହାସହ ଜଣେ ରୋଗୀ ଓ ତାଙ୍କ ପୁଅ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ଭିମସାରର କର୍କଟ ବିଭାଗକୁ ବନ୍ଦ କରିଦିଆଯାଇଛି  ।

ରାଜ୍ୟରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୩ ଜଣଙ୍କ ମଧ୍ୟରୁ ଦୁଇଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ୱରରୁ ବୋଲି ସୂଚନା ଦେଇଛି ପରିବାର ଓ ଶିଶୁ କଲ୍ୟାଣ ବିଭାଗ । । ଯେଉଁ ମାନଙ୍କର ମୃତ୍ୟୁ ହୋଇଛି ସେମାନେ ପୂର୍ବରୁ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ଥିଲେ ।

ଯେଉଁଭଳି ପୂର୍ବରୁ କୁହାଯାଇଛି କି ଡାଇବେଟିସ, ଉଚ୍ଚ ରକ୍ତଚାପ ଭଳି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ୍ ହେଉଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାଇବେଟିସ୍ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ ।

ରାଜ୍ୟରେ ଏହାକୁ ମିଶାଇ ୭୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।  ଆଜି ରାଜ୍ୟରେ ଆଉ ୨୨ ଜିଲ୍ଲାରୁ ୬୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଓ ଲୋକାଲ୍ କେସ୍ ୨୦୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍ ଚିହ୍ନଟ: ମୋଟ୍ ସଂକ୍ରମିତ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି

ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଥର ପରି ଏଥର ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍ ଚିହ୍ନଟ: ମୋଟ୍ ସଂକ୍ରମିତ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୨ ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଓ ଲୋକାଲ୍ କେସ୍ ୨୦୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଥର ପରି ଏଥର ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏଥିସହ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୬୧, ବଲାଙ୍ଗିର ୨, ବୌଦ୍ଧ ୨, କଟକ ୧୬, ଢେଙ୍କାନାଳ ୨, ଜଗତସିଂହପୁର- ୨୬, ଯାଯପୁର- ୫, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୫, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମାଲକାନଗିରି ୧୩, ମୟୂରଭଞ୍ଜ ୨୧, ନୟାଗଡ଼ ୧୫, ପୁରୀ ୫, ରାୟଗଡ଼ା ୧, ସମ୍ବଲପୁର ୧୦ , ସୁନ୍ଦରଗଡ଼ ୧୫, ଭଦ୍ରକରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜ୍ୟରେ ୪୯୩୩ଟି ମୋଟ କରୋନା ଆକ୍ଟିଭ୍ ମାମଲା ରହିଛି । ଏବେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୯୮୬୪ କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଆକ୍ସନ ପ୍ଲାନ୍, ଦାୟିତ୍ୱ ଗ୍ରହଣ କଲେ ଆଉ ୫ ଓଏଏସ୍

ଗଞ୍ଜାମ: ହଟସ୍ପଟ୍ ଗଂଜାମରେ କୋଭିଡ-୧୯ କୁ ଦିଆଯିବ ଚେକ୍ । ଜିଲ୍ଲାରେ ଆହୁରି କଡ଼ାକଡ଼ି ହେବ କୋଭିଡ୍ ପରିଚାଳନା । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ୍ ପ୍ଲାନ୍ । ପ୍ରଶାସନିକ ଅଧିକାରୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଛାଉଣିରେ ରହିଛି ସାରା ଗଂଜାମ ଜିଲ୍ଲା । କୋଭିଡ ମୁକାବିଲା ପାଇଁ ୫ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୨ ଆଇଏଏସ୍ ଓ ୬ ଓଏଏସ୍ ଗଞ୍ଜାମ ଯାଇଥିଲେ । ଏବେ ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଡେପୁଟୀ କଲେକ୍ଟର ଓ ଲହୁଣୀପଡ଼ା ତହସିଲଦାରଙ୍କୁ ଗଂଜାମ ପଠାଯାଇଛି ।

ସେହିପରି ଶହେ ଜଣ ଆୟୁଷ ଡାକ୍ତର, ୩୩ ଏମବିବିଏସ୍ ଡାକ୍ତର, ୩୩ ଲାବ୍ ଟେକ୍ନିସିଆନଙ୍କୁ ଗଞ୍ଜାମ ପଠାଯାଇଛି । ଗଂଜାମ ମୁଖ୍ୟ ଚିକିତ୍ସାଳୟରେ ୨୨ ଜଣ ମେଡିକାଲ ଅଫିସର ମୁତୟନ ହୋଇଛନ୍ତି । ପିଜି ଶେଷକରି ଫେରିଥିବା ୮ ଜଣ ମେଡିକାଲ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି ।

ସମସ୍ତେ ଗଞ୍ଜାମ ମୁଖ୍ୟ ଚିକିତ୍ସାଳୟ ଅଧିନରେ କୋଭିଡ ମୁକାବିଲାରେ କାର୍ଯ୍ୟକରିବେ । ସେପଟେ ଗଞ୍ଜାମକୁ ଗଲା ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ । ପୁରୀରୁ ଏହି ଆମ୍ବୁଲାନ୍ସକୁ ଗଞ୍ଜାମ ପଠାଯାଇଛି । ଆମ୍ବୁଲାନ୍ସ ପଠାଇବାକୁ ପୁରୀ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସେପଟେ ବ୍ରହ୍ମପୁର ସହରରେ ଥିବା ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ କରାଯାଉଛି ।

ଦେଶରେ ବଢ଼ୁଛି ସଂକ୍ରମଣ ସଂଖ୍ୟା: ୨୪ ଘଣ୍ଟାରେ ୨୯,୪୨୯ ପଜିଟିଭ୍ ଚିହ୍ନଟ, ୫୮୨ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା  । ୨୪ ଘଣ୍ଟାରେ ୨୯ ହଜାର ୪୨୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୮୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯ଲକ୍ଷ ୩୬ହଜାର ୧୮୧ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ ରହିଚି ୩ଲକ୍ଷ ୧୯ହଦାର ୮୪୦ ।

ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ୫ଲକ୍ଷ ୯୨ହଜାର ୩୨ଜଣ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨୪ହଜାର ୩୦୯କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ୨ଲକ୍ଷ ୬୭ହଜାର ୬୬୫ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ହଜାର ୬୯୫ ଜଣଙ୍କ ମୃତ୍ୟୁ ହୋଇଛି ।

ତାମିଲନାଡୁରେ ଲକ୍ଷେ ୪୭ହଜାର ୩୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ୨ହଜାର ୯୯ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରୁ ଲକ୍ଷେ ୧୫ହଜାର ୩୪୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ହଜାର ୪୪୬ଜଣଙ୍କ ମୃତ୍ୟୁ ହେଲାଣି ।

ଦେଶରେ ପୁଣି ଫେରୁଛି ଲକଡାଉନ, ଆଜିଠୁ ଏହି ସବୁ ସହରରେ ଲାଗୁ ହେଉଛି ପ୍ରତିବନ୍ଧକ

କରୋନାର କଳା ବାଦଲରେ ଢାଙ୍କି ହୋଇଛି କଳାକାର ପରିବାର

ବାଲେଶ୍ୱର: ଦିନେ ମୁହଁରେ ରଙ୍ଗ ବୋଳି ରାତି ରାତି ଅନିଦ୍ରା ରହି ଲୋକଙ୍କ ମନୋରଞ୍ଜନ କରୁଥିଲେ । ଦର୍ଶକଙ୍କ କରତାଳି ସହ କଳାକାରର ଅଭିନୟ ହେଉଥିଲା ଜୀବନ୍ତ । ଲୋକଙ୍କୁ ହସାଉ ହସାଉ ଆଜି କରୋନା କାଳରେ କାନ୍ଦୁଛନ୍ତି କଳାକାର ପରିବାର । ମଞ୍ଚରୁ ଓହ୍ଲାଇ ପରିବାର ପ୍ରତିପୋଷଣ ପାଇଁ ଆଜି ରାସ୍ତା କଡ଼ରେ ପରିବା ବିକୁଛନ୍ତି କଳାକାର ପରିବାର ।

କରୋନାର କଳା ବାଦଲରେ ଢାଙ୍କି ହୋଇ ଯାଇଛି ପୁରା କଳାକାର ପରିବାର । ଯାତ୍ରାର ଯାତ୍ରା ଅଟକିବା ସହ ପେଟପାଟଣାରେ ତାଲା ପଡିଛି  । ବାଲେଶ୍ୱର ଜିଲ୍ଲା ବାଗୁଡି଼ ଗାଁର ସୁବାଷ କୁମାର ଜେନା  । ବାଘା ଯତିନ୍ ଗଣନାଟ୍ୟରେ କଳାକାର ତଥା ଉପସ୍ଥାପକ ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି  । ସ୍ତ୍ରୀ ପ୍ରମିଳା ଜେନା ଯାତ୍ରା ପାର୍ଟିରେ ଗୀତିକାର ଭାବେ ବେଶ ଲୋକ ପ୍ରିୟତା ଅର୍ଜନ କରିଛନ୍ତି  । ସେପଟେ ସୁବାଷଙ୍କ ସାନ ଭାଇ ମଧ୍ୟ ଶକ୍ତିମୟୀ ଲୋକନାଟ୍ୟରେ ଉପସ୍ଥାପକ ଭାବେ ଅଭିନୟ କରୁଛନ୍ତି  । ହେଲେ କରୋନା କଟକଣା ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି କଳାକାର  ପରିବାର ।

କରୋନା ମହାମାରୀ କାଳାକାରଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି  । ସୁବାଷଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ କିଏ ଘରେ ହାତ ବାନ୍ଧି ବସିଛି ତ ଆଉ କିଏ ସ୍ଥାନୀୟ ବଜାରରେ ପରିବାର ବିକୁଛି  । ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ପରିବାର ଲୋକେ  । କେବଳ ସୁବାଷଙ୍କ ପରିବାର କାହିଁକି ଅନ୍ୟ ଯାତ୍ରା କଳାକାର ମଧ୍ୟ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି  ।

ସେପଟେ ଆଜି ରାଜ୍ୟ ସରକାର ଏସଓପି ଜାରି କରି ଫିଲ୍ମ ଓ ଟିଭି ସୁଟିଂକୁ ଅନୁମତି ଦେଇଛନ୍ତି  । ତେଣୁ ଯାତ୍ରା କଳାକାରଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କଳା ଓ କଳାକାରଙ୍କୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇ ପଡିଛି  ।

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପି: ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପି  । ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେବ ଏହି ଥେରାପି  । ଏସସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ଗତକାଲି ସୂଚନା ଦିଆଯାଇଛି ।

ସେପଟେ ୫-ଟିରେ ସାମିଲ ହୋଇଛି କୋଭିଡ ପରିଚାଳନା  । ଏଥିରେ ରୋଗୀଙ୍କ ସୁବିଧା ଓ ଯୋଦ୍ଧାଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଧାନ୍ୟ ।  ରାଜ୍ୟର ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବାଆସିବା ବୃଦ୍ଧି କାରଣରୁ ପରିସ୍ଥିତି ଆହ୍ୱାନମୂଳକ ରହିଛି। ତେଣୁ ଏସବୁ ଜିଲ୍ଲାକୁ ଫୋକସ୍‌ରେ ରଖାଯାଇଛି ।

ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍‌ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋଭିଡ ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କ ମନୋବଳ ବଢାଇବାକୁ ସେମାନଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ  କୋଭିଡ୍‌ ରୋଗୀଙ୍କ ସୁବିଧା, କୋଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହାସହିତ କୋଭିଡ୍‌ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କର ମନୋବଳକୁ ଉଚ୍ଚା ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଭିଡ୍‌ ଯୋଦ୍ଧା ମାନଙ୍କ ସହିତ କଥାବର୍ତ୍ତା କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: କୋଭିଡ୍‌ ଯୋଦ୍ଧାଙ୍କୁ ଅଧିକ ଗୁରୁତ୍ୱ, ସମ୍‌-କିମ୍ସରେ ବୁଧବାରଠୁ ପ୍ଲାଜମା ଥେରାପି

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଟ୍ରାପ୍ ପ୍ରଭାବ ଏବଂ ଉତ୍ତର ବଙ୍ଗୋପସାଗର ଏବଂ ଗାଙ୍ଗେଟି ଓ୍ୱେଷ୍ଟବେଙ୍ଗଲ ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗିର, କେନ୍ଦ୍ରାପଡା, ବୌଦ୍ଧ, କୋରାପୁଟ, ଗଜପତି, ନୂଆପଡା, ନୟାଗଡ, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ବର୍ଷାକୁ ଦୃଷ୍ଟିରେ ରଖି ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  ୧୬ ତାରିଖରେ ୧୦ଟି ଜିଲ୍ଲା, ୧୭ ତାରିଖରେ ୭ଟି ଜିଲ୍ଲା ଏବଂ ୧୮ ତାରିଖରେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଜୁନ୍ ୧ ତାରିଖରୁ ଜୁଲାଇ ୧୪ ତାରିଖ ମଧ୍ୟରେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି ।