spot_img
Home Blog Page 6818

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିବେକଙ୍କ ଟ୍ୱିଟ ଭାଇରାଲ,ଉଠାଇଲେ ବଡ ପ୍ରଶ୍ନ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ପରେ ସ୍ତବ୍ଦ ହୋଇଯାଇଛି ବଲିଉଡ଼ ସହ ପ୍ରଶଂସକ । ଏବଂ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ବହୁ ବଡ଼ ଅଭିନେତା ଓ ଅଭିନେତ୍ରୀ । ଏହି ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇଥିବା ବିବେକ ଓବରୟ ଟ୍ୱିଟରେ ଏକ ଓପନ ଲେଟର ଲେଖିଛନ୍ତି । ଏହି ଲେଟରରେ ସେ ମନଖୋଲି ଲେଖିଛନ୍ତି । ସେ ଏହି ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ଥିବା ତାଙ୍କ ଅନୁଭୂତି ବଖାଣିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେ ଲେଖିଛନ୍ତି ଯେ, ଆଜି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଉଥିବା ବେଳେ ବହୁତ କଷ୍ଟ ହୋଇଥିଲା । ଯଦି ମୁଁ ତାଙ୍କ ସହ ମୋ ବ୍ୟକ୍ତିଗତ ଅନୁଭୁତି ବାଣ୍ଟି ପାରିଥାନ୍ତି ଏବଂ ତାଙ୍କ କଷ୍ଟକୁ କମ କରିବାରେ ତାଙ୍କୁ ସାହାଯ୍ୟ କରିପାରଥାନ୍ତି । ଏହି କଷ୍ଟ ସହ ମୋର ନିଜର ବ୍ୟକ୍ତିଗତ ସମ୍ପର୍କ ରହିଛି । ଏଭଳି ପରିସ୍ଥିତିରେ ବହୁତ କଷ୍ଟ ଲାଗିବା ସହ ଏକୁଟିଆ ଲାଗେ ।

 ବିବେକ କହିଛନ୍ତି, “… କିନ୍ତୁ ଆତ୍ମହତ୍ୟା କଦାପି ସମାଧାନ ହୋଇପାରିବ ନାହିଁ । ମୁଁ ଇଚ୍ଛା କରେ ସେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ବିଷୟରେ ଭାବିବା ବନ୍ଦ କରିନଥାନ୍ତେ ଯେଉଁମାନେ ଏବେ ତାଙ୍କ ନିଧନରେ ଭାଙ୍ଗିପଡ଼ିଛନ୍ତି… ସେ ଯଦି ଅନୁଭବ କରିଥାନ୍ତେ ଯେ, ଲୋକମାନେ ତାଙ୍କୁ କେତେ ଭଲ ପାଆନ୍ତି ତେବେ ସେ ଏମିତି କିଛି କରି ନଥାନ୍ତେ ।”

“ଆଜି ମୁଁ ଯେତେବେଳେ ତାଙ୍କ ବାପାଙ୍କୁ ତାଙ୍କ ଅନ୍ତିମ ସଂସ୍କାର ତାଙ୍କୁ ମୁଖାଗ୍ନୀ ଦେଉଥିବାର ଦେଖିଲି, ମୋତେ ବହୁତ କଷ୍ଟ ଲାଗିଲା, ସେଇ ବାପାଙ୍କ ଯନ୍ତ୍ରଣାକୁ ଦେଖିପାରୁଥିଲି । ଯେତେବେଳେ ତାଙ୍କ ଭଉଣୀ କାନ୍ଦୁଥିବାର ଏବଂ ତାଙ୍କୁ ଫେରି ଆସିବାକୁ କହୁଥିବାର ଦେଖିଲି, ମୋତେ ବହୁ କଷ୍ଟ ହୋଇଥିଲା ।”

“ମୁଁ ଆଶା କରୁଛି ଯେ ଆମର ଏହି ବଲିଉଡ଼ ଇଣ୍ଡଷ୍ଟ୍ରି ଯିଏ ନିଜକୁ ଗୋଟିଏ ପରିବାର ବୋଲି କହିଥାଏ, ସେ ନିଜେ ଏହା ଉପରେ ଗମ୍ଭୀର ଦୃଷ୍ଟି ଦେବ । ଏବଂ ଆମକୁ ଭଲ ହେବାକୁ ହେଲେ  ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ, ପରସ୍ପରକୁ ଖରାପ କହିବା ଅପେକ୍ଷା ଆମେ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ । ଅହଙ୍କାର ବିଷୟରେ କମ୍ ଚିନ୍ତା କରି ପ୍ରତିଭାବାନ ଏବଂ ଯୋଗ୍ୟ ଲୋକମାନଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ”

“ଏହି ପରିବାର ପ୍ରକୃତରେ ଗୋଟିଏ ପରିବାର ହେବା ଆବଶ୍ୟକ। ଯେଉଁଠାରେ ପ୍ରତିଭାକୁ ସମ୍ମାନ ଜଣାଇବା ଆବଶ୍ୟକ, ନଷ୍ଟ କରିବା ନୁହେଁ । ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ । ମୁଁ ହସୁଥିବା ସୁଶାନ୍ତଙ୍କୁ ସର୍ବଦା ମନପକାଇବି, ମୁଁ ପ୍ରାର୍ଥନା କରୁଛି ଯେ, ଭଗବାନ ତୁମର ସେହି ସବୁ ଯନ୍ତ୍ରଣା ନେଇଯାଆନ୍ତୁ ଯାହା ତୁମେ ପାଉଥିଲ । ଏବଂ ତୁମ ପରିବାରକୁ ଏହି ଦୁଃଖକୁ ସମ୍ନା କରୁବାକୁ ଶକ୍ତି ଦିଅନ୍ତୁ । ଆଶାକରେ ତୁମେ ବର୍ତ୍ତମାନ ଭଲ ସ୍ଥାନରେ ଅଛ ବୋଧହୁଏ ଆମେ ତୁମ ପାଇଁ ଯୋଗ୍ୟ ନୁହେଁ  ।”

ସଲମାନ ଓ ପରିବାର ବିଷଧର ସାପ,ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅଭିନବଙ୍କ ବିସ୍ଫୋରକ ଦାବି

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଭାଇ ତଥା ଦବଙ୍ଗ-୧ର ନିର୍ଦ୍ଦେଶକ ଅଭିନବ ସିଂହ କଶ୍ୟପ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରିବାକୁ  ଦାବି କରିଛନ୍ତି ।  ସେ ଏହି ପ୍ରସଙ୍ଗକୁ ନେଇ ଫେସବୁକରେ ଗୋଟିଏ ଲମ୍ବା ଚଉଡା ପୋଷ୍ଟ ମଧ୍ୟ ଲେଖିଛନ୍ତି । ତାଙ୍କ ପୋଷ୍ଟକୁ ପୋଲିସ୍ ଷ୍ଟେଟମେଣ୍ଟ୍ ହିସାବରେ ନେବାକୁ ସେ କହିଛନ୍ତି ।

ଅଭିନବଙ୍କ ଅଭିଯୋଗ

ଅଭିନବ ଅଭିଯୋଗ କରିଛନ୍ତି ଯେ, ବଲିଉଡରେ ମୁଭି ମାଫିଆ ସକ୍ରିୟ ଅଛି । ବଲିଉଡରେ କେବଳ ଇନସାଇଡରଙ୍କୁ କାମ ମିଳେ ଟ୍ୟାଲେଣ୍ଟ୍ ଥିଲେ ମଧ୍ୟ ଆଉଟସାଇଡରଙ୍କୁ କାମ ମିଳେନାହିଁ କିମ୍ବ ମିଳିଲେ ମଧ୍ୟ ସେମାନଙ୍କୁ ବାରମ୍ବାର ଅପମାନିତ କରାଯାଇଥାଏ । ନିଜ ଅନୁଭବକୁ ସେୟାର କରି ଏଥିପାଇଁ ସେ ସଲମାନ ଖାନଙ୍କ ପରିବାର ଓ ୟଶରାଜ୍ ଫିଲ୍ମକୁ ଦାୟୀ କରିଛନ୍ତି ।

https://www.facebook.com/askashyap/posts/10158865186991844

ୟଶରାଜ୍ ଫିଲ୍ମ ବିରୋଧରେ ସଂଗୀନ ଅଭିଯୋଗ

ଅଭିନବଙ୍କ ଅନୁସାରେ ୟଶରାଜ ଫିଲ୍ମ ଓ ଏହାର ଟ୍ୟାଲେଣ୍ଟ୍ ଏଜେନ୍ସି ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥାଇ ପାରେ । ଏହାର ତଦନ୍ତ ହେବା ଆବଶ୍ୟକ । ଅଭିନବ ଅଭିଯୋଗ କରିଛନ୍ତି ଯେ,ଏମାନେ କ୍ୟାରିୟର ତିଆରି କରନ୍ତି ନାହିଁ କ୍ୟାରିୟର ଓ ଜୀବନ ନଷ୍ଟ କରନ୍ତି । ନିଜ ଏକ ଦଶକର ଅନୁଭବକୁ ସେୟାର କରି ସେ କହିଛନ୍ତି ଯେ, ଟ୍ୟାଲେଣ୍ଟ୍ ଏଜେନ୍ସୀ କଳାକାରଙ୍କୁ ମୃତ୍ୟୁ ଜାଲରେ ଫସାଇଥାନ୍ତି । ସେମାନେ ବଲିଉଡର ବଡ ପରିବାର ବାହାରୁ ଆସୁଥିବା କଳାକାରଙ୍କୁ ପ୍ରଥମେ ଫଶାନ୍ତି । ପରେ ସେମାନଙ୍କୁ ବିଭିନ୍ନ ପାର୍ଟିକୁ ନିମନ୍ତ୍ରଣ କରି ଅପମାନିତ କରନ୍ତି । ନୂଆ କଳାକାରଙ୍କ ଆତ୍ମବିଶ୍ୱାସକୁ ଏହିଭଳି ସେମାନେ ଭାଙ୍ଗି ଦିଅନ୍ତି ।

ସଲମାନଙ୍କ ପରିବାରକୁ କହିଲେ ବିଷଧର ସାପ

ୟଶରାଜ ଫିଲ୍ମସ ପରେ ଅଭିନବଙ୍କ ଟାର୍ଗେଟରେ ଥିଲେ ସଲମାନଙ୍କ ପରିବାର । ଅଭିନବଙ୍କ ଅନୁସାରେ ବଲିଉଡର କିଛି ପରିବାର ବାହାର ଟ୍ୟାଲେଣ୍ଟକୁ ଉପରକୁ ଉଠିବାକୁ ଦିଅନ୍ତି ନାହିଁ । ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ସଲମାନଙ୍କ ପରିବାର । ସଲମାନ ଓ ତାଙ୍କ ବାପା ତଥା ଭାଇଙ୍କ ନାମ ନେଇ ଅଭିନବ ଲେଖିଛନ୍ତି ଯେ, ଏହି ପରିବାର ପାଇଁ ଅନେକ ଟ୍ୟାଲେଣ୍ଟ୍ ନଷ୍ଟ ହୋଇଛି । ନିଜ ଅନୁଭବ ସେୟାର କରି ସେ କହିଛନ୍ତି ଯେ, ଦବଙ୍ଗ-୨ ସମୟରେ ସଲମାନ୍ ଓ ଅରବାଜ୍ ତାଙ୍କ କ୍ୟାରିୟରକୁ ନିୟନ୍ତ୍ରିତ କରିବାକୁ ଚାହୁଁଥିଲେ । ସେ ଅମଙ୍ଗ ହେବାରୁ ତାଙ୍କୁ ଫିଲ୍ମ ଛାଡିବାକୁ ପଡିଥିଲା । ସଲମାନଙ୍କ ପରିବାର ପାଇଁ ତାଙ୍କୁ ଅଷ୍ଟବିନାୟକ ପ୍ରଡକ୍ସନର ଫିଲ୍ମରୁ ମଧ୍ୟ ତଡା ଖାଇବାକୁ ପଡିଥିଲା ବୋଲି ସେ କହିଛନ୍ତି । ଅଭିନବଙ୍କ ଅନୁସାରେ ଅଷ୍ଟବିନାୟକ ଉପରେ ତାଙ୍କୁ ଫିଲ୍ମରୁ ବାହାର କରିବା ପାଇଁ ଚାପ ପଡିଥିଲା । ଶେଷକୁ ତାଙ୍କୁ ଫିଲ୍ମର ସାଇନିଂ ଆମାଉଣ୍ଟ ମଧ୍ୟ ଫେରାଇବାକୁ ପଡିଥିଲା । ୭ କୋଟି ସାଇନିଂ ଆମାଉଣ୍ଟ ସହ ୯୦ ଲକ୍ଷ ଟଙ୍କା ସୁଧ ହିସାବରେ ତାଙ୍କୁ ଦେବାକୁ ପଡିଥିଲା ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।

ବେଶରମ ଫିଲ୍ମକୁ ଫ୍ଲପ୍ କରିବା ପାଇଁ ସଲମାନ କ୍ୟାମ୍ପ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଏହି ଫିଲ୍ମର ସାଟେଲାଇଟ୍ ରାଇଟ୍ ଯେପରି କେହି ନିଅନ୍ତି ନାହିଁ ସେଥିପାଇଁ ସଲମାନଙ୍କ ପରିବାର ବହୁତ ଉଦ୍ୟମ କରିଥିଲେ । କିନ୍ତୁ ରିଲାଏନ୍ସ ଓ ଜି ମଧ୍ୟରେ ବୁଝାମଣା ହୋଇଥିଲା ।

ମୋ ପରିବାର ସଦସ୍ୟଙ୍କୁ ବଳାତ୍କାର ଧମକ ମିଳୁଛି

ଅଭିନବଙ୍କ ଅନୁସାରେ ତାଙ୍କ ପରିବାରର ମହିଳା ସଦସ୍ୟଙ୍କୁ ବଳାତ୍କାର ଧମକ ଦିଆଯାଉଛି । ଏନେଇ ସେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି କିନ୍ତୁ ତଦନ୍ତ ଆଗଉ ନାହିଁ ।  ଅଭିନବଙ୍କ ଏହି ପୋଷ୍ଟ ପରେ ତାଙ୍କ ସୁରକ୍ଷାକୁ ନେଇ ଅନେକ ଫ୍ୟାନ୍ସ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଅଭିନବ ଅନ୍ୟଏକ ପୋଷ୍ଟରେ ସେ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି । ତାଙ୍କୁ ଅଲଗା ଅଲଗା ନମ୍ବରରୁ ସୋହେଲ ଖାନ୍ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।ବିବେକ ଓବରୟ ଓ କଙ୍ଗନା ରନାୱତ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଅଭିନବ ସମର୍ଥନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସଲମାନଙ୍କ ସମେତ ୭ ପ୍ରଡକ୍ସନ ହାଉସ ସୁଶାନ୍ତ ସିଂହଙ୍କ ଉପରେ ଅଘୋଷିତ ବ୍ୟାନ୍ ଲଗାଇଥିବା ଅଭିଯୋଗ ତାଙ୍କ ମୃତ୍ୟୁ ପରଠାରୁ ହେଉଛି । ସୁଶାନ୍ତଙ୍କୁ କାମ ନମିଳିବା କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହେଉଛି ।

 

 

 

ଭାରତରେ ବନ୍ଦ ହେବ ଟିକ୍ ଟକର ଏହି ୨ଟି ଭିଡିଓ ଆପ୍, ଜାଣନ୍ତୁ

ନୂଆଦିଲ୍ଲୀ: ଟିକଟକ୍ ର ପ୍ୟାରେଣ୍ଟ କମ୍ପାନୀ ବାଇଟ୍ ଡାନ୍ସ(ByteDance) ଭାରତରେ ୨ଟି ଲୋକପ୍ରିୟ ଭିଡିଓ ଆପ୍ ବନ୍ଦ କରିବାକୁ ଯାଉଛି । ବାଇଟ୍ ଡାନ୍ସ ଭିଗୋ ଭିଡିଓ(Vigo Video) ଓ ଭିଗୋ ଲାଇଟ୍ (Vigo Lite) ଆପ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଗତ କାଲି କମ୍ପାନୀ ଭିଗୋ ଭିଡିଓ ସାଇଟରେ ଏକ ପୋଷ୍ଟ କରିଛି । ଚଳିତ ବର୍ଷ ଅକ୍ଟୋବର ଶେଷରେ ଏହି ଦୁଇଟି ଆପ୍ ବନ୍ଦ କରିବା ନେଇ ଘୋଷଣା କରାଯାଇଛି।

ରିପୋର୍ଟ ଅନୁସାରେ ଏହି ଦୁଇଟି ଆପ ବନ୍ଦ କରିବା ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଆପ୍ ବନ୍ଦ ହେବା ପୂର୍ବରୁ ଭିଗୋ ୟୁଜର୍ସ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଟିକ ଟକ୍ ରେ ସେମାନଙ୍କର ଭିଡିଓ ଏକ୍ସପୋର୍ଟ କରିପାରିବେ । ଏହି ୨ଟି ଆପ୍ ବାଇଟ୍ ଡାନ୍ସର ସବୁଠୁ ଲୋକପ୍ରିୟ ଆପ୍ । ଟିକଟକ୍ ଭଳି ଭିଗୋ ଭିଡିଓ ଓ ଭିଗୋ ଲାଇଟ୍ ସର୍ଟ ଭିଡିଓ ଆପ୍ । ଏହି ୨ଟି ଭିଡିଓରେ ଲିପ୍ ସିଂଗିଂ ଦ୍ୱାରା ୟୁଜର୍ସ ଭିଡିଓ କରନ୍ତି ।

ଟେକ୍ କ୍ରଞ୍ଚ ଡାଟା ଅନୁସାରେ ଭାରତରେ ୨୦ କୋଟିରୁ ଅଧିକ ଲୋକେ ଟିକଟକ୍ ବ୍ୟବହାର କରନ୍ତି । ଅପରପକ୍ଷରେ ଭାରତରେ ଭିଗୋ ଭିଡିଓର ପାଖାପାଖି ୪୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ ଅଛନ୍ତି । ସେହିଭଳି ଭିଗୋ ଲାଇଟ୍ ର ଭାରତରେ ୧୫ ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି । କିଛି ଦିନ ପୂର୍ବରୁ ବାଇଟ୍ ଡାନ୍ସ କହିଥିଲା ଯେ, ଭାରତରେ ଭିଗୋ ଆପ୍ ର ବହୁତ ବଡ ବ୍ୟବସାୟ ଅଛି ।

ଏହି ୨ଟି ଭିଡିଓ ଆପ୍ ୨୦୧୭ ମସିହାରେ ଲଞ୍ଚ ହୋଇଥିଲା । ଏହି ପ୍ଲାଟଫର୍ମରେ ୧୫ ସେକେଣ୍ଡର ଭିଡିଓ କରାଯାଇପାରିବ । ଏହି ଆପ୍ ରେ ବିଭିନ୍ନ ପ୍ରକାରର ଡାନ୍ସ, ଫୁଡ ଷ୍ଟଣ୍ଟ, ବ୍ୟୁଟି, ଆର୍ଟ, କମେଡି, ମ୍ୟୁଜିକ୍ ଭଳି ଆପ୍ସ ତିଆରି କରାଯାଇପାରିବ । ଏହି ଦୁଇଟି ଆପ୍ କେବଳ ଭାରତ ନୁହେଁ ବରଂ ଅନ୍ୟାନ୍ୟ ଦେଶରେ ମଧ୍ୟ ବେଶ ଲୋକପ୍ରିୟ । ସୂଚନାଯୋଗ୍ୟ ଯେ, ବ୍ରାଜିଲ ଓ ମିଡିଲ ଇଷ୍ଟରେ ଏହି ଆପ୍ ବନ୍ଦ ହୋଇସାରିଛି । ଏବେ ଭାରତରେ ମଧ୍ୟ ବନ୍ଦ ହେବ ।

 

ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୋପିଆନରେ ତୁର୍କୱାନଗ୍ରାମରେ ସେନା ଗୁଳିରେ ୩ ଆତଙ୍କବାଦୀ ନିହତ ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି ।

ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୋପିଆନ୍‌ର ତୁର୍କୱାନଗ୍ରାମରେ ସେନା ଗୁଳିରେ ୩ ଆତଙ୍କବାଦୀ ନିହତ ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି ।

ଖାଇବା ଭାତରେ ବିଷ ଦେଲେ ପରିବାରର ମୁଖ୍ୟ । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପତ୍ନୀ, ପୁଅ, ପୁତୁରା ଓ ୨ ଝିଅ ଗୁରୁତର । ୫ ଜଣ ମେଡିକାଲରେ ଭର୍ତ୍ତି ।

ଖାଇବା ଭାତରେ ବିଷ ଦେଲେ ପରିବାରର ମୁଖ୍ୟ । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପତ୍ନୀ, ପୁଅ, ପୁତୁରା ଓ ୨ ଝିଅ ଗୁରୁତର । ୫ ଜଣ ମେଡିକାଲରେ ଭର୍ତ୍ତି ।

ଘରଘର ବୁଲି କରୋନା ଟେଷ୍ଟ କରୁଛନ୍ତି ଆଶାଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ସମସ୍ତଙ୍କ ପରୀକ୍ଷା ବାଧ୍ୟତାମୂଳକ । ଜୁଲାଇ ୩୧ ଯାଏଁ ଚାଲିବ ଅଭିଯାନ । ବିଶେଷଜ୍ଞ କହିଲେ, ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ।

ଘରଘର ବୁଲି କରୋନା ଟେଷ୍ଟ କରୁଛନ୍ତି ଆଶାଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ସମସ୍ତଙ୍କ ପରୀକ୍ଷା ବାଧ୍ୟତାମୂଳକ । ଜୁଲାଇ ୩୧ ଯାଏଁ ଚାଲିବ ଅଭିଯାନ । ବିଶେଷଜ୍ଞ କହିଲେ, ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ।

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ୬୬୭ କରୋନା ସଂକ୍ରମିତ । ୩୮୦ ମୃତ, ୯ ହଜାର ୯୦୦କୁ ବଢିଲା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ପାର । ୫୨ ପ୍ରତିଶତରୁ ଅଧିକ ସୁସ୍ଥ ।

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ୬୬୭ କରୋନା ସଂକ୍ରମିତ । ୩୮୦ ମୃତ, ୯ ହଜାର ୯୦୦କୁ ବଢିଲା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ପାର । ୫୨ ପ୍ରତିଶତରୁ ଅଧିକ ସୁସ୍ଥ ।

ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ସଂକ୍ରମିତ ସଂଖ୍ୟା ୪ହଜାର ୧୬୩କୁ ବୃଦ୍ଧି । ମାଲକାନଗିରିରୁ ସର୍ବାଧିକ ୨୧ ଆକ୍ରାନ୍ତ । କୋଭିଡ୍ ଫାଶରେ ପଶ୍ଚିମବଙ୍ଗ ଫେରନ୍ତା ୧୬ ଅଗ୍ନିଶମ କର୍ମଚାରୀ ।

ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍‌ ଚିହ୍ନଟ । ମୋଟ୍‌ ସଂକ୍ରମିତ ସଂଖ୍ୟା ୪ହଜାର ୧୬୩କୁ ବୃଦ୍ଧି । ମାଲକାନଗିରିରୁ ସର୍ବାଧିକ ୨୧ ଆକ୍ରାନ୍ତ । କୋଭିଡ୍‌ ଫାଶରେ ପଶ୍ଚିମବଙ୍ଗ ଫେରନ୍ତା ୧୬ ଅଗ୍ନିଶମ କର୍ମଚାରୀ ।

୨୪ ଘଣ୍ଚାରେ ୧୦୮ ନୂଆ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦୮ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଗତକାଲି ୧୪୬ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୦୮ ସଂକ୍ରମିତଙ୍କ ମଧ୍ୟରୁ ୯୫ ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ଟି ସ୍ଥାନୀୟ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୬୩ରେ ପହଞ୍ଚିଛି ।

ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୧୬ଜଣ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୫, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୯ଜଣ ଲେଖାଏଁ, ଗଞ୍ଜାମରୁ ୮, ଖେର୍ଦ୍ଧା ଓ ଗଜପତିରୁ ୭ ଲେଖାଏଁ , କେଉଁଝରରୁ ୫, ବାଲେଶ୍ୱରରୁ ୪, ସୁନ୍ଦରଗଡ଼ରୁ ୨  ଅନୁଗୁଳ, କଟକ, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏବଂ ଏବେ ସୁଦ୍ଧାରେ ରାଜ୍ୟରେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ୧୨୯୫ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

ପରିବାରର ୫ଜଣଙ୍କ ଦାନାରେ ବିଷ ଦେଲା ବାପା

ମାଲକାନଗିରି: ନିଶାରେ ମାତାଲ ହୋଇ ପରିବାରଙ୍କୁ ବିଷ ଦେଲା ବାପା । ଦାନାରେ ବିଷ ଦେଇ ମାରିବାକୁ ବାପାର ପ୍ରୟାସ । ଖାଇବା ଭାତରେ ବିଷ ଦେଇ ମାରିବାକୁ ପଛାଇଲାନି ବାପା । ତେବେ ନିଶାସକ୍ତ ଅବସ୍ଥାରେ ପରିବାରର ୫ଜଣଙ୍କୁ ବାପା ବିଷ ଦେଇଥିବା ସୂଚନା ମିଳିଛି । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଏଭଳି ଅଘଟଣ ଘଟିଛି ।

ନିଶାସକ୍ତ ଅବସ୍ଥାରେ ପୂରା ପରିବାରକୁ ମାରିବା ପାଇଁ ନରସିଂହ ମାଝୀ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରିବାରର ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନରସିଂହଙ୍କ ପତ୍ନୀ ପୂର୍ଣ୍ଣା ମାଝୀ, ୨ ଝିଅ ଗୌରୀ ଓ ସୁମିତ୍ରା, ପୁଅ ବାସୁଦେବ ଓ ପୁତୁରା ବନ୍ଧୁ ନାୟକ ଗୁରୁତର ହୋଇଛନ୍ତି । ଗାଁ ଲୋକେ ଆମ୍ବୁଲାନ୍‌ସ ଡକାଇ ସେମାନଙ୍କୁ ମେଡିକାଲ ପଠାଇଥିଲେ । ମାଥିଲି ମେଡିକାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।