spot_img
Home Blog Page 6820

ସୁଶାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ଷ୍ଟାର,ବର୍ଷା ଭିତରେ ଦେଲେ ବିଦାୟ

ମୁମ୍ବାଇ: ଭିଲେପାର୍ଲେ ସ୍ଥିତ ପବନହଂସ ଶ୍ମଶାନରେ ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ହୋଇଯାଇଛି । କରୋନା କଟକଣା କାରଣରୁ ଖୁବ କମ ସଂଖ୍ୟାକ ବ୍ୟକ୍ତି ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ପରିବାର ସଦସ୍ୟ ଓ ଫିଲ୍ମ ତଥା ଟେଲିଭିଜନ ଦୁନିଆର ବ୍ୟକ୍ତି ତାଙ୍କୁ ଲୁହ ଓ କୋହ ସହ ଅନ୍ତିମ ବିଦାୟ ଜଣାଇଥିଲେ ।

ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ଆସିଥିବା ସେଲିବ୍ରିଟିଙ୍କ ମଧ୍ୟରେ ଥିଲେ ଶ୍ରଦ୍ଧା କପୁର,ରାଜକୁମାର ରାଓ, ଅଭିଷେକ କପୁର,ବରୁଣ ଶର୍ମା,କ୍ରିଷ୍ଟଲ ଡିସୁଜା,କୃତି ସେନନ,ବିବେକ ଓବରୟ ଓ ପୂଜା ଚୋପଡା । ଉପର ଫଟୋରେ ଶ୍ରଦ୍ଧା କପୁର ଶ୍ମଶାନରେ ଉପସ୍ଥିିତ ଥିବା ଦେଖାଯାଇଛି ।

 

ଅନ୍ତିମ ସଂସ୍କାର ସମୟରେ ବର୍ଷା ହେଉଥିବାରୁ ଅନେକ ସେଲିବ୍ରିଟିଙ୍କୁ ଓଦା ହୋଇ ଶ୍ମଶାନକୁ ଆସୁଥିବା ଦେଖିବାକୁ ମିଳିଥିଲା । ସେହିଭଳି କରୋନା କାରଣରୁ ସବୁ ସେଲିବ୍ରିଟି ମାସ୍କ ଓ ଗ୍ଲୋଭସ ପିନ୍ଧି ଶ୍ମଶାନକୁ ଆସିଥିଲେ ।

ଏହି ଚିତ୍ରରେ ପୂଜା ଚୋପଡାଙ୍କୁ ବର୍ଷାରେ ଓଦା ହୋଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ କୃତି ସେନନ ମଧ୍ୟ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କୁ ମାସ୍କ ଓ ଧଳା ଚୁଡିଦାରରେ ଦେଖିବାକୁ ମିଳିଥିଲା ।

 

ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ,ଲୁହ ଓ କୋହ ସହ ବିଦାୟ ଦେଲେ ପରିବାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେପାର୍ଲେ ସ୍ଥିତ ଶ୍ମାସନରେ ସମ୍ପନ୍ନ ହୋଇଛି । ସୁଶାନ୍ତ ସିଂହ ରବିବାର ଦିନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ମାତ୍ର ୩୪ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ ।

ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବାକୁ ତାଙ୍କ ପିତା ଓ ପରିବାରର ଅନ୍ୟ ସଦସ୍ୟ ଦ୍ୱିପହରରେ ମୁମ୍ବାଇରେ ଆସି ପହଂଚିଥିଲେ । ସେଠାରୁ ସେମାନେ ଭିଲେପାର୍ଲେ ସ୍ଥିତ ଶ୍ମଶାନକୁ ଯାଇଥିଲେ । ଭିଲେପାର୍ଲେ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

 

କରୋନା ସଂକ୍ରମଣ କାରଣରୁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଧିକ ବ୍ୟକ୍ତି ସାମିଲ ହୋଇ ପାରିନାହାନ୍ତି । କେବଳ ପରିବାର ସଦସ୍ୟ ଓ କିଛି ନିକଟତର ବ୍ୟକ୍ତି ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ଉପର ଫଟୋରେ ସୁଶାନ୍ତଙ୍କ ପିତା ଓ ଦାଦା ପୁଅ ଭାଇ ଶ୍ମଶାନକୁ  ଯାଉଛନ୍ତି । 

ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଦୁନିଆକୁ ଅଲବିଦା କହିଛନ୍ତି । ବିହାରରୁ ଆସିଥିବା ସୁଶାନ୍ତ ରାତାରାତି ଷ୍ଟାରଡମ୍ ପାଇନଥିଲେ । ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ଟିଭି ସିରିଜ୍ ପବିତ୍ର ରିସ୍ତାରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା କାଇ ପୋ ଚେ । ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରିରେ ତାଙ୍କ କାମକୁ ପ୍ରଶଂସା କରାଯାଇଥିଲା ।

ନୂଆଦିଲ୍ଲୀରେ ଲାଗୁ ହେବନି ଲକଡାଉନ୍, ସଂକ୍ରମଣ ବୃଦ୍ଧି ଭିତରେ କେଜ୍ରିୱାଲଙ୍କ ବୟାନ..

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଲକଡାଉନ୍ ଲାଗୁ ହେବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଦେଇଛନ୍ତି । ସିଏମ୍ କେଜ୍ରିୱାଲ୍ ଏନେଇ ଟ୍ୱିଟ୍ କରିଛନ୍ତି । ଲକଡାଉନ୍ ପୁଣି ଲାଗୁ ହେବ ବୋଲି ମିଡିଆ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଦିଲ୍ଲୀ ସରକାର ପୁଣିଥରେ ଲକଡାଉନ୍ ଲାଗୁ କରିବା ପାଇଁ ଯୋଜନା କରୁଛି ବୋଲି ଆଲୋଚନା ହେଉଛି । କିନ୍ତୁ ମୁଁ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଦିଲ୍ଲୀ ସରକାରଙ୍କର ଏଭଳି କୌଣସି ଯୋଜନା ନାହିଁ । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ କେଜ୍ରିୱାଲ ଏହି ଟ୍ୱିଟ୍ କରିଛନ୍ତି

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଦିଲ୍ଲୀରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀରେ ପୁଣିଥରେ ଲକଡାଉନ୍ ଲାଗୁ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । ବିଶେଷକରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହାକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଉଥିଲା । ତେବେ ସିଏମ୍ ସିଧାସଳଖ ଟ୍ୱିଟ୍ କରି ଏଭଳି ଆଶଙ୍କାକୁ ଖାରଜ କରିଦେଇଛନ୍ତି ।

ରାଜ୍ୟରେ ପୁଣି ୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ…

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋମବାର ସକାଳେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୪୬ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ କଟକର ୨୬ ଜଣ ଥିବା ବେଳେ ଖୋର୍ଦ୍ଧାରେ ୨୩ ଜଣ, ଗଞ୍ଜାମର ୧୮ ଜଣ ମୟୁରଭଞ୍ଜର ୧୩ ଜଣ, ଗଜପତିର ୧୨ ଜଣ, ଭଦ୍ରକର ୧୧ ଜଣ, ବଲାଙ୍ଗିରର ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହା ସହ କନ୍ଧମାଳ, କୋରାପୁଟ, ରାୟଗଡ଼ାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି କଳାହାଣ୍ଡିରୁ ୪ ଜଣ ଏବଂ ଜୟପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଢ଼େଙ୍କାନାଳ, ପୁରୀ ଓ ନୂଆପଡ଼ାରୁ ମଧ୍ୟ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାସହ ଜଗତସିଂହପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହି ୧୪୬ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ୨୮୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିଥିବା ବେଳେ ୧୧୮୭ଟି ମାମଲା ସକ୍ରିୟ ରହିଛି ।

ଝାରସୁଗୁଡା ବିମାନବନ୍ଦର ରନଓ୍ୱେରେ ୨ରୁ ୩ ଇଞ୍ଚର ଫାଠ, ଯାତ୍ରୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରନୱେରେ ଫାଟ । ଦୁଇ ବର୍ଷରେ ୨ରୁ ୩ ଇଞ୍ଚିର ଫାଠ ଦେଖାଦେଇଛି ରନୱେରେ । ଏହା ହେଉଛି ଭୁବନେଶ୍ୱର ପରେ ରାଜ୍ୟର ଦ୍ଵିତୀୟ ବିମାନ ବନ୍ଦର । ଗତ ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ବିମାନ ଉଡ଼ିବା ଆରମ୍ଭ ହୋଇଥିଲା । ବହୁ ପ୍ରତିକ୍ଷିତ ଏହି ବିମାନ ବନ୍ଦରରକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।

ହେଲେ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଏବେ ଫାଟ ସୃଷ୍ଟି ହୋଇଛି । ମାତ୍ର ଦୁଇ ବର୍ଷ ପୂରଣ ନ ହେଉଣୁ ରନୱେ ରେ ଫାଟ ସୃଷ୍ଟି ହେବା ଏକ ଚିନ୍ତାର କାରଣ ।  ବିମାନ ଅବତରଣ ଓ ଉଡ଼ାଣକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭବିଷ୍ୟତରେ ବଡ ଧରଣର ଦୁର୍ଘଟଣା ଆଶଙ୍କା ରହିଛି ବୋଲି ମତପ୍ରକାଶ ପାଇଛି ।

ଏହି ଚିତ୍ରକୁ ଦେଖନ୍ତୁ  । ଫୋଟୋରୁ ଜଣା ପଡୁଛି ଯେ, ରନୱେ ଦୁଇରୁ ତିନି ଇଞ୍ଚ ଯାଏଁ ଦବି ଯାଇ ଫାଟ ସୃଷ୍ଟି ହୋଇଛି । ଗତ ଦୁଇ ମାସ ଲକଡାଉନ ସମୟରେ ପ୍ରାୟ ଦୁଇ ମାସ ଧରି ବିମାନ ସେବା ବନ୍ଦ ରହିଥିଲା । କଟକଣା କୋହଳ ହେବାରୁ ଗତ ୨୫ ମେ ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି । ତେବେ ବିମାନ ଉଡ଼ାଣ ଆରମ୍ଭ ହେବା ସମୟରେ ଦେଖାଦେଇଥିଲା ଏହି ଫାଟ ।

ଏତେ କମ ସମୟ ମଧ୍ୟରେ ରନୱେରେ ଫାଟ ସୃଷ୍ଟି ହେବା କାରଣରୁ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି ।  ରନୱେ କାମ ଠିକ ଭାବେ ହୋଇ ନାହିଁ ବୋଲି କୁହାଯାଉଛି । ତେବେ ବିମାନବନ୍ଦର କର୍ତ୍ତୁପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆମ ନଜରକୁ ଏଭଳି କୌଣସି ଅଭିଯୋଗ ଆସିନାହିଁ ବୋଲି  କହିଛନ୍ତି   ବିମାନବନ୍ଦର ନିର୍ଦେଶକ । ନିମ୍ନମାନ କାମକୁ ଲୁଚାଇବା ପାଇଁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇ ନାହିଁ ବୋଲି କୁହଯାଉଛି ।

ଖରିଫ ଚାଷ ପାଇଁ ହୀରକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ହେବ ଜଳ

ସମ୍ୱଲପୁର: ବିଗତ କିଛି  ଦିନ  ହେବ  ଛତିଶଗଡରେ  ଭଲ ବର୍ଷା ହେବା ପରେ ଆସନ୍ତା  କାଲି ମଙ୍ଗଳବାର  ୬ ଟି ବ୍ୟାରେଜର ବନ୍ୟା ଜଳ ନିଷ୍କାସନ  କରାଯିବ  ବୋଲି  ଜଣାପଡିଛି । ସେପଟେ ବର୍ତ୍ତମାନ  ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୦୭.୬୫ ଫୁଟ  ରହିଛି ।

Hirakud Dam's water level continues to rise - Pragativadi: Leading ...

ସେହିପରି  ମଙ୍ଗଳବାର  ଦିନ ଶାଶନ କେନାଲରେ ଖରିଫ ଋତୁ ପାଇଁ କେନାଲରେ ପାଣି  ଛଡାଯିବ ବୋଲି  ହୀରାକୁଦ  ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ  ସୂଚନା ମିଳିଛି । ସମ୍ବଲପୁର  ଜିଲ୍ଲାର ରେଙ୍ଗାଲୀରେ ସର୍ବାଧିକ ୬୭ ମିଲିମିଟର  ବର୍ଷା ରେକର୍ଡ କରାଯାଇଥିବା  ବେଳେ  ସମ୍ବଲପୁର ସହରରେ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

25 Gates Of Hirakud Dam Were Opened,heavy Rain Alert In Odisha ...

ସୂଚନା ଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ୫୯୦ ଫୁଟ ରହିବା ଡ୍ୟାମ୍‌ର ସୁରକ୍ଷା ଦୃଷ୍ଟିରୁ ଉଚିତ୍‌ । ତେବେ ବର୍ଷା ପରେ ଏଠାର ଜଳସ୍ତର ୧୭ ଫୁଟ ବଢ଼ିଛି । ଅପରପକ୍ଷରେ ବର୍ତ୍ତମାନ ଖରିଫ ଚାଷ କରାଯାଉଥିବାରୁ ଚାଷୀଙ୍କୁ ଫସଲ ପାଇଁ ଜଳର ଆବଶ୍ୟକତା ରହିଛି ଏଣୁ ଏହି କେନାଲ ଦ୍ୱାରା ଏହି ଜଳ ନିଷ୍କାସନ କରାଯିବାକୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ।

ଯେତେବେଳେ ସୁଶାନ୍ତ ସିଂହଙ୍କୁ ଚାପୁଡା ମାରିଥିଲେ ଅଙ୍କିତା ଲୋଖଣ୍ଡେ…

ସୁଶାନ୍ତଙ୍କର ଭାବି ପତ୍ନୀଙ୍କ ସହ ହେଉଥିଲା ଝଗଡା !

ମୁମ୍ବାଇ: ବଲିଉଡର ନାମକରା ଅଭିନେତା ସୁଶାନ୍ତ ସିଂ ରାଜପୁତ କ’ଣ ପାଇଁ ଆତ୍ମହତ୍ୟା କଲେ  ? ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । କିଏ କହୁଛି ଯେ, ସେ ବଲିଉଡ୍ ରାଜନୀତିର ଶିକାର ହେଲେ ତ’ କିଏ କହୁଛି ବିଫଳ ପ୍ରେମ ତାଙ୍କୁ ମାରିଲା । ତେବେ ସତ କ’ଣ ଏଯାଏଁ ଜଣା ପଡିନି । ଏହାରି ଭିତରେ ପୋଲିସ ତଦନ୍ତ ଜାରି ରଖିଛି ।

Sushant Singh Rajput's death renews talks on depression | Know ...

ପୋଲିସ ତଦନ୍ତରୁ ସେ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ହୁଏତ ଜଣା ପଡିବ । ତେବେ ପୋଲିସ ଅନୁସାରେ ସୁଶାନ୍ତ ଡ୍ରଗ୍ସ ନେଉ ନଥିଲେ କିମ୍ବା ତାଙ୍କର ଗଲା ୬ ମାସ ଭିତରେ ବଡ ଧରଣର ଆର୍ଥିକ କ୍ଷତି ହୋଇନଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ସୁଶାନ୍ତଙ୍କର ତାଙ୍କ ଭାବି ପତ୍ନୀଙ୍କ ସହ ଝଗଡା ହେଉଥିଲା ।

The Unseen Side Of Drug Addiction In India

ଡ୍ରଗ୍ସ ନେଇ ନଥିଲେ ସୁଶାନ୍ତ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ସେ ଡ୍ରଗ୍ସ ନେଇନଥିବା ଜଣା ପଡିଛି । ଏହାସହ ପୋଲିସ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ ମଧ୍ୟ ଯାଂଚ କରିଛି ।  ଗଲା ୬ମାସ ଭିତରେ ସୁଶାନ୍ତ ସେଭଳି ବଡଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇନଥିବା ଜଣା ପଡିଛି ।

ଗର୍ଲଫ୍ରେଣ୍ଡଙ୍କ ସହ ହେଉଥିଲା ଝଗଡା !
ସୁଶାନ୍ତ ନଭେମ୍ବର ମାସରେ ବିବାହ କରିବାକୁ ଯାଉଥିଲେ । ବାପାଙ୍କ ଚାପ ପରେ ସେ ବିବାହ ପାଇଁ ରାଜି ହୋଇଥିଲେ । ତେବେ ଏବେ ଶୁଣିବାକୁ ମିଳୁଛି ଯେ,ଯାହା ସହିତ ତାଙ୍କର ବିବାହ ହେବାକୁ ଯାଉଥିଲା ତାଙ୍କ ସହିତ ସୁଶାନ୍ତଙ୍କର ଝଗଡା ହେଉଥିଲା । ସୁଶାନ୍ତଙ୍କ କିଛି ବନ୍ଧୁ ପୋଲିସକୁ ଏହି ସୂଚନା ଦେଇଛନ୍ତି ।

ଯେତେବେଳେ ସୁଶାନ୍ତ ସିଂହଙ୍କୁ ଚାପୁଡା ମାରିଥିଲେ ଅଙ୍କିତା ଲୋଖଣ୍ଡେ…

ବ୍ରେକଅପ୍ ଲଭଷ୍ଟୋରୀ

ସୁଶାନ୍ତଙ୍କ ଲଭ୍ ଲାଇଫ୍ ସୁଖଦ ନଥିଲା । ଟିଭି ଷ୍ଟାର ଅଙ୍କିତା ଲୋଖଣ୍ଡେଙ୍କ ସହ ୬ ବର୍ଷ ରିଲେସନସିପରେ ରହିବା ପରେ ତାଙ୍କର ବ୍ରେକଅପ୍ ହୋଇଥିଲା । ଏମିତିକି ସୁଶାନ୍ତଙ୍କୁ ଅଙ୍କିତା ଗୋଟିଏ ନାଇଟ୍ କ୍ଲବରେ ଥରେ ଚାପୁଡା ମାରିଥିବା ଖବର ମଧ୍ୟ କିଛି ବର୍ଷ ତଳେ ଭାଇରାଲ ହୋଇଥିଲା । ଯାହାକୁ ଉଭୟ ଅଙ୍କିତା ଓ ସୁଶାନ୍ତ ଖଣ୍ଡନ କରିଥିଲେ । ସୁଶାନ୍ତଙ୍କ ଦ୍ୱୀତିୟ ଲଭ୍ ଷ୍ଟୋରିର ଅନ୍ତ ମଧ୍ୟ ସୁଖଦ ନଥିଲା । ୬ ମାସ ଏକାଠି ରହିବା ପରେ ସେ ତାଙ୍କ ଗର୍ଲଫ୍ରେଣ୍ଡଠାରୁ ଅଲଗା ହୋଇଯାଇଥିଲେ

ସୂର୍ଯ୍ୟ ପରାଗ ପରେ ଥମିବ କରୋନା ସଂକ୍ରମଣ,କ’ଣ ପାଇଁ ଏମିତି କହିଲେ ବୈଜ୍ଞାନିକ…

ଚେନ୍ନାଇର ଜଣେ ଆଣବିକ ଏବଂ ଭୂ-ବୈଜ୍ଞାନିକ ଡକ୍ଟର କେ.ଏଲ୍ ସୁନ୍ଦର କୃଷ୍ଣ ଦାବି କରିଛନ୍ତି ଯେ, ଗତ ବର୍ଷ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟ ପରାଗ ସହ କୋଭିଡ-୧୯ ମହାମାରୀର ସମ୍ବନ୍ଧ ରହିଛି । ଡକ୍ଟର କେ.ଏଲ ସୁନ୍ଦର କୃଷ୍ଣ ANI କୁ କହିଛନ୍ତି ଯେ, ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟ ପାରଗ ସୌର ମଣ୍ଡଳରେ ଗ୍ରହ ସଂରଚନାକୁ ବଦଳାଇ ଦେଇଛି ।

ସେ କହିଛନ୍ତି ଯେ ‘ଉତ୍‌ପରିବର୍ତ୍ତନ ପ୍ରଥମେ ଚାଇନାରେ ଦେଖାଯାଇଥିଲା କିନ୍ତୁ ଏହାର କୗଣସି ପ୍ରମାଣ ନାହିଁ । ଏହି ଉତ୍‌ପରିବର୍ତ୍ତନ କୌଣସି ପ୍ରକାର ପରୀକ୍ଷଣ କିମ୍ବା ସୁଚିନ୍ତିତ ପ୍ରୟାସର ଫଳାଫଳ ହୋଇପାରେ ବୋଲି ସେ ସନ୍ଦେହ କରିଛନ୍ତି | ସେ ଆହୁରି ମଧ୍ୟ ବିଶ୍ୱାସ ରଖିଛନ୍ତି ଯେ, ଆଗାମୀ ସର୍ଯ୍ୟ ପରାଗରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ଏହି ଦିନ କରୋନା ଭାଇରସ୍‌ ସମ୍ପୂର୍ଣ୍ଣରୂପେ ବିଶ୍ୱରୁ ଧ୍ୱଂସ ହେବାର ସମ୍ଭାବନା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଏଥିପାଇଁ ଲୋକମାନେ ଅଯଥା ବିଭ୍ରାନ୍ତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ । ଏହି ମାରାତ୍ମକ ଜୀବାଣୁ ପାଇଁ ସୂର୍ଯ୍ୟ କିରଣ ଏବଂ ସୂର୍ଯ୍ୟ ପରାଗ ଏକ ପ୍ରାକୃତିକ ଉପଚାର ବୋଲି ପ୍ରମାଣିତ ହେବ ।

ଏହି ବ୍ୟକ୍ତିଙ୍କୁ ଜଣାଥିଲା ସୁଶାନ୍ତ ସିଂଙ୍କ ମୋବାଇଲ ପାସୱାର୍ଡ…

ମୁମ୍ବାଇ: ବଲିଉଡ ଷ୍ଟାର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି । ରବିବାର ଆତ୍ମହତ୍ୟା କରି ଦୁନିଆକୁ ଅଲବିଦା କହିଛନ୍ତି ସୁଶାନ୍ତ । ଏହାଭିତରେ ସୁଶାନ୍ତଙ୍କୁ ନେଇ ଅନେକ ରହସ୍ୟ ଖୋଲିବାରେ ଲାଗିଛି । ପୋଲିସ ସୁଶାନ୍ତଙ୍କ ମୋବାଇଲ ମିଳିଥିଲା ।

Actor Sushant Singh Rajput commits suicide at Mumbai home - Social ...

କିନ୍ତୁ ମୋବାଇଲ ଲକ୍ ଥିଲା । କିନ୍ତୁ ସୂତ୍ର ଅନୁସାରେ  ପୋଲିସ ଏହାକୁ ଅନଲକ୍ କରିବାରେ ସଫଳ ହୋଇଛି । ତାଙ୍କ ମୋବାଇଲରୁ ଅନେକ ଚମକାଇବା ଭଳି ତଥ୍ୟ ମିଳିଥିବା କୁହାଯାଉଛି ।

ମ୍ୟାନେଜରଙ୍କୁ ଜଣା ଥିଲା ପାସୱାର୍ଡ୍

ପୋଲିସ ଅନୁସାରେ ସୁଶାନ୍ତଙ୍କ ମ୍ୟାନେଜର ତାଙ୍କ ମୋବାଇଲର ପାସୱାର୍ଡ କଥା ଜାଣିଥିଲେ । ମ୍ୟାନେଜରଙ୍କ ସାହାଯ୍ୟ ନେଇ ପୋଲିସ ମୋବାଇଲ ଅନଲକ୍ କରିଥିବା ଜଣା ପଡିଛି । ପୋଲିସ ଅନୁସାରେ ସୁଶାନ୍ତଙ୍କ ଶେଷ କଲ ବନ୍ଧୁ ତଥା ଟିଭି ଅଭିନେତା ମହେଶ ସେଟ୍ଟିଙ୍କୁ କରିଥିଲେ ।

Sushant Singh Rajput's Friend Mahesh Shetty Reveals he Had Stopped ...

କୁହାଯାଉଛି ଯେ, ଗତ କିଛିଦିନ ଧରି ସୁଶାନ୍ତ ମହେଶଙ୍କ ସହ ଅଧିକ କଥା ହେଉଥିଲେ । ସୁଶାନ୍ତ ଯେଉଁ ଝିଅଙ୍କୁ ବାହା ହେବାକୁ ଯାଉଥିଲେ ମହେଶ ତାଙ୍କର ମଧ୍ୟ ବନ୍ଧୁ ଥିଲେ । ତେଣୁ କମନ୍ ଫ୍ରେଣ୍ଡ୍ ହିସାବରେ ସେ ମହେଶଙ୍କ ସହ ଅଧିକ କଥା ହେଉଥିଲେ ବୋଲି ଅନୁମାନ କରାଯାଉଛି । ମହେଶ ରବିବାର ଦିନ ୧୨ଟାରେ ସୁଶାନ୍ତଙ୍କୁ କଲ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇ ନଥିଲେ । ସମ୍ଭବତଃ ସେତେବେଳକୁ ସୁଶାନ୍ତଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଯେତେବେଳେ ସୁଶାନ୍ତ ସିଂହଙ୍କୁ ଚାପୁଡା ମାରିଥିଲେ ଅଙ୍କିତା ଲୋଖଣ୍ଡେ…

କଣ୍ଟିଗଡ଼ିଆସ୍ଥିତ ବଡ଼ ପୋଖରୀର ହେବ ଉନ୍ନତିକରଣ: ବିଧାୟକ କଲେ ସମୀକ୍ଷା

ଯାଜପୁର: ଧର୍ମଶାଳା ବ୍ଲକ କଣ୍ଟିଗଡିଆଠାରେ ଥିବା ବଡ଼ ପୋଖରୀର ହେବ ଉନ୍ନତିକରଣ। ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରସ୍ତୁତ କରାଯାଇଛି ଯୋଜନା।

ସୋମବାର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମେତ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସ୍ଥାନୀୟ ବିଡିଓ ଏବଂ ତହସିଲଦାର ପ୍ରମୁଖ ସେଠାରେ ପହଞ୍ଚି ପୋଖରୀ ବୁଲି ଦେଖିବା ସହିତ ଏହାର ଉନ୍ନତି କରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।

ଖୁବଶୀଘ୍ର ଏହାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।